ଶହେ ବର୍ଷରେ ବି ଫିଟ୍ ମଉସା ମାଉସୀ । ଦୁଇ ପୁଅ ଦୂରେଇ ଦେବା ପରେ ଏକାଏକା ଭଲରେ ଅଛନ୍ତି ବୃଦ୍ଧବୃଦ୍ଧା । ୧୦୮ ଛୁଇଁଥିଲେ ବି ଦେଶୀ ଖାଦ୍ୟ ଦେଉଛି ବଳ ।

କନକ ବ୍ୟୁରୋ: ଶହେ ବର୍ଷରେ ଫିଟ ଆଣ୍ଡ ଫାଇନ । ବୟସର ଶେଷ ସୀମାରେ ଏବେ ଚଳଚଞ୍ଚଳ ଏ ମଉସା ମାଉସୀ । ଜଣଙ୍କୁ ୧୦୮ ଛୁଇଁଲାଣି ଆଉ ଜଣଙ୍କୁ ୧୦୦ ପାଖାପାଖି । କିନ୍ତୁ ଏ ବୟସରେ ବି ହାରିଯାଇ ନାହାନ୍ତି ସେମାନେ । ବାଡି ସିନା ଧରିଛନ୍ତି କିନ୍ତୁ ଭିତରୁ ଭାରି ଦମ୍ଭିଲା ଅଛନ୍ତି ବୈଷ୍ଣବ ମଉସା ଆଉ ସମ୍ବାରୀ ମାଉସୀ ।

ଗଞ୍ଜାମ ଖଲ୍ଲିକୋଟ ଖୋଜାପଲ୍ଲୀ ଗାଁର ବୈଷ୍ଣବ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସମ୍ବାରୀ ପ୍ରଧାନ । ବୁଢା ବୟସରେ ବି ଏକା ଏକା ରହୁଛନ୍ତି । ଦୁଇ ପୁଅ ପର କରିଦେବା ପରେ ଭାଙ୍ଗି ନପଡି ଅଣ୍ଟା ସଳଖିଛନ୍ତି ଦୁହେଁ । ଆଉ ଗାଁର ଏକ ସରକାରୀ ଜାଗାରେ ଘରଟେ କରି ଜିଉଁଛନ୍ତି ।

ବାଡିରେ ପନିପରିବା ଫସଲ କରିବା ସହ ପିଡିଆ ବିହିନୀ ପନିପରିବା ଓ ଦେଶୀ ଖାଦ୍ୟ ଏମାନଙ୍କ ଫିଟ ପଛର ରହସ୍ୟ ବୋଲି କୁହନ୍ତି ମଉସାମାଉସୀ । ତେବେ ଆଜିକାଲି ୭୦ ପାରେଇବା ଯେଉଁଠି ମୁସ୍କିଲ ହୋଇପଡୁଛି ସେଠି ଶହେ ବର୍ଷର ଏ ଦମ୍ପତ୍ତି ସମସ୍ତଙ୍କ ପାଇଁ ପ୍ରେରଣା ।

from Kanak News
via <a href="https://ifttt.com/?

ଆଜି କୋଟିଆ ଲୋକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବହୁ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ

କନକ ବ୍ୟୁରୋ : ଓଡ଼ିଶା ହାତରୁ ଖସିଯାଉଛି କୋଟିଆ। କୋରାପୁଟ ଜିଲ୍ଲାର ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଦୀର୍ଘ ଦିନରୁ ଲୋଲୁପ ଦୃଷ୍ଟି ପକାଇଛନ୍ତି । ପୂର୍ବରୁ ରାସନ କାର୍ଡ଼ ଓ ସରକାରୀ ଯୋଜନା ଆବଣ୍ଟନ କରି ନିଜ ସ୍ଥିତି ଜାହିର କରିଆସିଥିବା ଆନ୍ଧ୍ର ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବ।

ଗୋଟିଏ ପଟେ ଆନ୍ଧ୍ର କୋଟିଆକୁ ଅକ୍ତିଆର ପାଇଁ ଉଦ୍ୟମ ଜାରି ରଖିଛି । ଏପଟେ ଲୋକଙ୍କୁ ମନାଇବା ପାଇଁ ଓଡିଶା ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଅଂଚଳର ଲୋକଙ୍କ ସହ ଆଲୋଚନା କରିବେ । ଏହା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆନ୍ଧ୍ର ପ୍ରଶାସନ କୋଟିଆ ଅଂଚଳରେ ବିକାଶ କଥା କହୁଥିବା ବେଳେ ଓଡିଶା ସରକାର ସ୍ଥାନୀୟ ଅଂଚଳ ପାଇଁ ବହୁ ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏଠାରେ ରାସ୍ତାଘାଟଠାରୁ ଆରମ୍ଭ ହୋଇ ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲଷ୍ଟର ଗୃହ ସମେତ ବହୁ ଉନ୍ନୟନ କାମ ଜାରି ରହିଛି । କିନ୍ତୁ ଏହା କୋଟିଆ ଅଂଚଳବାସୀଙ୍କୁ ଆକର୍ଷିତ କରିପାରୁ ନାହିଁ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ଆସିଲା ଆଇସିଏମଆର ତୃତୀୟ ସେରୋସର୍ଭେ ରିପୋର୍ଟ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ପାଂଚ ଜଣରେ ଜଣେ କରୋନା ସଂକ୍ରମିତ ହେବା ନେଇ ସୂଚନା

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମଝି ସୁଦ୍ଧା ଦେଶର ଏକ ପଂଚମାଂଶ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ । ଆଇସିଏମଆରର ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅର୍ଥାତ୍ ଡିସେମ୍ବର ମଝି ବେଳକୁ ଦେଶର ପ୍ରତି ୫ ଜଣରେ ଜଣେ କରୋନା ଆକ୍ରାନ୍ତ ହୋଇସାରିଥିବେ । ସେପଟେ ସର୍ଭେ ରିପୋର୍ଟ ଆଧାରରେ ଆଇସିଏମଆର କହିଛି, ୧୦ରୁ ୧୮ ବୟସର ପିଲାଙ୍କ ମଧ୍ୟରେ ୨୫.୩ ପ୍ରତିଶତ କରୋନା ସଂକ୍ରମିତ ହୋଇସାରିଥିବା ସେରୋ ସର୍ଭେରୁ ଜଣାପଡିଛି ।

ସାମଗ୍ରିକ ଭାବେ ଦେଶର ପ୍ରାୟ ୨୧.୩ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ବିକାଶ ଲାଭ କରିସାରିଲାଣି । ପୂର୍ବରୁ ଏପ୍ରିଲ ମାସରେ ହୋଇଥିବା ପ୍ରଥମ ସେରୋ ସର୍ଭେରେ ଦେଶର ମାତ୍ର ୦.୭ ପ୍ରତିଶତଙ୍କ ପାଖରେ କରୋନା ଆଂଟିବଡି ବିକାଶ କରିଥିଲା । ସେହିପରି ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ଏହି ପ୍ରତିଶତ ବୃଦ୍ଧି ଘଟି ୭.୧ ପ୍ରତିଶତ ହୋଇଥିଲା । ଏହି ସର୍ଭେ ଗତବର୍ଷ ଅଗଷ୍ଟ ମାସରେ ହୋଇଥିଲା । ଅନ୍ୟପଟେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୨୫.୭ ପ୍ରତିଶତ କରୋନା ସଂକ୍ରମିତ ହୋଇସାରିଥିବା ସୂଚନା ମିଳିଛି ।

ସେପଟେ, ରାଜ୍ୟର ଦୁଇଟି ଜିଲ୍ଲା କରୋନା ମୁକ୍ତ ହୋଇଛି । ନବରଙ୍ଗପୁର ପରେ କରୋନା ମୁକ୍ତ ହୋଇଛି କନ୍ଧମାଳ ଜିଲ୍ଲା । ଅର୍ଥାତ ଏହି ଦୁଇ ଜିଲ୍ଲାରେ ଜଣେ ହେଲେ ସକ୍ରିୟ କରୋନା ଆକ୍ରାନ୍ତ ନାହାଁନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ମୋଟ ସକ୍ରିୟ କରୋନା ମାମଲା ୮ଶହ ତଳକୁ ଖସି ଆସିଛି । ଫଳରେ ରାଜ୍ୟରେ ସକ୍ରିୟ ମାମଲା ୭୯୮କୁ ହ୍ରାସ ପାଇଛି । ଏବେ କରୋନା ମାମଲାରେ ଓଡ଼ିଶା ଗ୍ରୀନ ଜୋନରେ ରହିଛି ।

ଗତ ୨୪ ଘଂଟାରେ ୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୯୦୭ରେ ପହଁଚିଛି । ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏପର୍ଯ୍ୟନ୍ତ ୩ ଲକ୍ଷ ୩୫ ହଜାର ୩୬୯ ମାମଲା ସାମନାକୁ ଆସିଥିବା ବେଳେ ୩ ଲକ୍ଷ ୩୨ ହଜାର ୬୧୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ୧ ଲକ୍ଷ ୫୨ ହଜାର ୩୬୦ ସକ୍ରିୟ ଆକାନ୍ତ ରହିଛନ୍ତି, ତେବେ ଓଡ଼ିଶାରେ ଏହିସଂଖ୍ୟା ୭୯୮କୁ ଖସିଆସିଛି ।

from Kanak News
via <a href="https://ifttt.com/?

ପାକିସ୍ତାନ ଉପରେ ଇରାନର ସର୍ଜିକାଲ୍ ଷ୍ଟ୍ରାଇକ୍! ପାକିସ୍ତାନ ଭିତରେ ପଶି ନିଜ ଦେଶର ଗାର୍ଡଙ୍କୁ ମୁକୁଳାଇଲା ।

କନକ ବ୍ୟୁରୋ: ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ । ଏଥର ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି ଇରାନ୍ । ନିଜ ଦେଶର ଦୁଇ ଜଣ ଯବାନଙ୍କୁ ପାକିସ୍ତାନରୁ ମୁକୁଳାଇବାକୁ ଇରାନ୍ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ଆଉ ସଫଳତାର ସହ ଏଥିରେ ସଫଳ ମଧ୍ୟ ହୋଇଛି ।

ସୂଚନା ମୁତାବକ, ଦୁଇ ବର୍ଷ ତଳେ ଜୈଶ ଉଲ୍ ଅଦଲ ସଙ୍ଗଠନ ଇରାନର ୧୨ ଜଣ ଗାର୍ଡକୁ ପାକିସ୍ତାନକୁ ଅପହରଣ କରି ନେଇଯାଇଥିଲା । ସେଥିମଧ୍ୟରୁ ଗତ ୨୦୧୮ ମସିହାରେ ପାଞ୍ଚ ଜଣ ସୈନିକଙ୍କୁ ଛାଡି ଦେଇଥିଲା । ଏହାପରେ ୨୦୧୯ ମସିହା ମାର୍ଚ୍ଚ ୯ ତାରିଖରେ କିଛି ଇରାନୀ ସୈନିକଙ୍କୁ ପାକିସ୍ତାନ ସେନା ଉଦ୍ଧାର କରିଥିଲା । ହେଲେ ଏହାପରେ ବି ଦୁଇ ଜଣ ଇରାନ ଗାର୍ଡ ଏହ ସଙ୍ଗଠନ ହାତରେ ବନ୍ଦୀ ହୋଇ ରହିଥିଲେ । ଏହାପରେ ଇରାନ ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ୍ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଆତଙ୍କବାଦୀ ସଙ୍ଗଠନ ଜୈଶ ଉଲ ଅଦଲକୁ ଟାର୍ଗେଟ କରାଯାଇଥିଲା । ଆଉ ତା ଆଡ୍ଡା ଉପରେ ଇରାନ୍ ସେନା ଆକ୍ରମଣ କରିବା ସହିତ ନିଜ ସାଥୀମାନଙ୍କୁ ଉଦ୍ଧାର କରିଛି । ଯାହା ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବଡ ବୟାନ । କହିଲେ ରାଫେଲ୍ ଦେଖି ଚୀନ୍ ଏବେ ବ୍ୟତିବ୍ୟସ୍ତ ।

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ଭିତରେ ବଡ ବୟାନ ରଖିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ରାଫେଲକୁ ଦେଖି ଚୀନ୍ ବ୍ୟସ୍ତ ହୋଇପଡିଥିବା କହିଛନ୍ତି ବାୟୁସେନା ମୁଖ୍ୟ । ଚୀନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନ ମୁତୟନ କରିଛି । ବିଶେଷ କରି ବାୟୁସେନାର ରାଫେଲ ସୀମାରେ ଉଡାଣ ଭରୁଥିବାରୁ ଚୀନ୍ ବ୍ୟତିବ୍ୟସ୍ତ ହୋଇପଡିଛି କି ବୋଲି ପ୍ରଶ୍ନ ପଚରାଯିବାରୁ ଏହାର ଉତ୍ତରରେ ନିଶ୍ଚିତ ଭାବରେ ଚୀନ୍ ବ୍ୟସ୍ତ ହୋଇପଡିଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ଏଥିପାଇଁ ବେଜିଂ ପକ୍ଷରୁ ଏହାର ମୁକାବିଲା କରିବା ଲାଗି ଏକାଧିକ ଜେ-ଟ୍ୱେଂଟି ଯୁଦ୍ଧ ବିମାନ ଭାରତ ସୀମାକୁ ଲାଗି ମୁତୟନ କରାଯାଇଥିବା କହିଛନ୍ତି । ଭାରତକୁ ରାଫେଲ ଆସିବା ପରେ ହିଁ ଚୀନ୍ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ।

from Kanak News
via <a href="https://ifttt.com/?

ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଶୂନ । କୋଭିଡ୍ ମୁକ୍ତ ହେଲେ ରାଜ୍ୟର ଦୁଇ ଜିଲ୍ଲା

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏକ ଜିଲ୍ଲା କରୋନା ଶୂନ୍ୟ ହୋଇଛି । ଏଥିସହ ରାଜ୍ୟରେ କୋଭିଡ୍ ଶୂନ୍ୟ ଜିଲ୍ଲାଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଏବେ ନବରଙ୍ଗପୁର ସହ କନ୍ଧମାଳ ଜିଲ୍ଲା ବି କୋଭିଡ୍ ଶୂନ୍ୟ ହୋଇଛି ।

ନବରଙ୍ଗପୁର ଜିଲ୍ଲାରୁ ଏବେ ସୁଦ୍ଧା ମୋଟ ୫୮୨୫ ଜଣ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ଏଯାବତ କୋଭିଡ୍ଜନିତ ମୃତ୍ୟୁ ୧୪ ଥିବାବେଳେ ଅଣ କୋଭିଡ୍ ମୃତ୍ୟୁ ୨ ଅଛି । ଖୁସିର କଥା ହେଉଛି ତାଜା ରିପୋର୍ଟ ଅନୁସାରେ ଜିଲ୍ଲାରେ ଏବେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି ।

ସେହିପରି କନ୍ଧମାଳ ଜିଲ୍ଲାରୁ ଏବେ ସୁଦ୍ଧା ୫୯୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୫୯୧୧ ଜଣ ସୁସ୍ଥ ହୋଇସାରିଲେଣି । ଜିଲ୍ଲାରେ ଏବେ କୌଣସି ସକ୍ରିୟ ସଂକ୍ରମିତ ନଥିବା ରାଜ୍ୟ ସରକାରଙ୍କ ତରଫରୁ କୋଭିଡ୍ ଡ୍ୟାସବୋର୍ଡରେ ଉଲ୍ଲେଖ କରାଯାଇଛି । ଯାହା ଦୁଇ ଜିଲ୍ଲାର ଲୋକଙ୍କୁ ଆଶ୍ୱସ୍ତ କରିଛି । ଆଜି ସୁଦ୍ଧା ରାଜ୍ୟରୁ ୩,୩୫,୩୬୯ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେଥିମଧ୍ୟରୁ ୩,୩୨,୬୧୧ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ମାତ୍ର ୭୯୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

from Kanak News
via <a href="https://ifttt.com/?

ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ଓଡିଶାରୁ ପ୍ରାର୍ଥୀ ହେଲେ ୧୫ ଜଣ । ବିବାଦ ଭିତରେ ବଦଳିଲେ କୋରାପୁଟ ଜିଲ୍ଲାପାଳ

କନକ ବ୍ୟୁରୋ: ଆନ୍ଧ୍ର-ଓଡିଶା ସୀମାନ୍ତର କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଆଜି ନାମାଙ୍କନ ଦାଖଲ କରିଛନ୍ତି ୧୫ ଜଣ । ୩ ଜଣ ସରପଂଚ ପ୍ରାର୍ଥୀ ଓ ୧୦ ଜଣ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିବାଦୀୟ ଫଗୁଣ ସିମେରି ଓ ପଟୁସିମେରି ଗାଁରୁ ଜଣେ ଲେଖାଏଁ ସରପଂଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ।

ଅନ୍ୟପଟେ କୋଟିଆକୁ ନେଇ ବିବାଦ ତେଜିଥିବା ବେଳେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ମହମ୍ମଦ ଅବଦାଲ ଅଖତର କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି । କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏହା ଅନ୍ୟ ରାଜ୍ୟର ଦାଦାଗିରି, ନା ନିଜ ରାଜ୍ୟର ଅପାରଗତା ତା ବୁଝିବାର ଆବଶ୍ୟକତା ରହିଛି ।

୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହେଲା । ସେତେବେଳେ ଆନ୍ଧ୍ର ନ ଥିଲା, ଥିଲା ମାଡ୍ରାସ ପ୍ରେସିଡେନ୍ସି ଏବଂ ମାଡ୍ରାସ ପ୍ରେସିଡେନ୍ସି ଯେପରି ଅଧିକାଂଶ ସ୍ଥାନ ତାଙ୍କ ପଟେ ରହିବ ଏବଂ ଓଡିଶାକୁ ଯିବ ନାହିଁ ସେଥିପାଇଁ ଚକ୍ରାନ୍ତ କରୁଥିଲେ ବୋଲି ବିଶେଷଜ୍ଞ ମତ ଦିଅନ୍ତି । ୧୯୩୬ର ଚୁକ୍ତି ଅନୁଯାୟୀ ଜୟପୁର ଜମିଦାରୀ ସମ୍ପୁର୍ଣ୍ଣ ଓଡିଶାରେ ରହିବା କଥା । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ଜୟପୁର ମହାରାଜ ଇଂରେଜ ସରକାରଙ୍କୁ ଚିଠି ଲେଖିଥିଲେ ଯେ ସେହି ସ୍ଥାନର ଲୋକଙ୍କ ଭାବାଗତ ଆବେଗ ଓଡିଆ ଭାଷା ସହ ଅଛି । କିନ୍ତୁ ସେତେବେଳେ ରାଜାଙ୍କ କଥା ଶୁଣାଯାଇନଥିଲା । କଳନ୍ତର ଓ ଜଳନ୍ତରକୁ ଚକ୍ରାନ୍ତ କରି ମାଡ୍ରାସ ପ୍ରେସିଡେନ୍ସି ନେଇଯାଇଥିଲେ ।

କୋଟିଆ ଗ୍ରାମପୁଞ୍ଜ ପାଇଁ ବିବାଦ ପୂର୍ବରୁ ଥିଲେ ମଧ୍ୟ ଦୁଇ ବର୍ଷ ଧରିି ଆନ୍ଧ୍ରର ଦାଦାଗିରି ଏଠାରେ ବଢିଛି ବୋଲି କୁହାଯାଉଛି । କେବେ ରାଜନେତା ତ କେବେ ପ୍ରଶାସନିକ ଅଧିକାରୀ ପଶି ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଏପରିକି କୋଟିଆବାସୀଙ୍କୁ ଉସୁକାଉଥିବା କଥା ମଧ୍ୟ ସାମନାକୁ ଆସିଥିଲା । କିନ୍ତୁ ଏବେ ସୀମା ଟପିଛି ଆନ୍ଧ୍ର । ସୀମାନ୍ତ ଗ୍ରାମ ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀରେ ଚଳିତମାସ ୧୩ ତାରିଖ ଓ ୧୭ ତାରିଖରେ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି । ଓଡିଶା ପକ୍ଷରୁ ବିରୋଧ ହେବ ଭାବି ବଡ ଷଡଯନ୍ତ୍ରର ଅଂଶ ବିଶେଷ ଗ୍ରାମପଞ୍ଚାୟତର ମାନ୍ୟତା ଦେଇ ନା ପରିବର୍ତ୍ତନ କରିଛନ୍ତି । ତେବେ କଣ ପାଇଁ ରହିଛି ଏହା ଉପରେ ଆନ୍ଧ୍ରର ନଜର ? ଏହାକୁ ନେଇ ବିଭିନ୍ନ ତଥ୍ୟ ସାମନାକୁ ଆସିଛି । କୋଟିଆ ଗ୍ରାମପୁଞ୍ଜର ଏହି ଅଂଚଳ ଗୁଡିକ ହେଉଛି ଖଣିଜ ସମ୍ପଦରେ ଭରପୁର । ଏଠାରେ ରହିଛି ୪ଟି ପାହାଡ ଯେଉଁ ପାହାଡ ମଧ୍ୟରେ ରହିଛି ଥୁରିଆ ଡାଇମଣ୍ଡ ମାଇନସ୍, ଏଠାରେ ଭରପୁର ପରିମାଣର ସୁନା ଓ ବକସାଇଟ୍ ରହିପାରିଥାଏ ବୋଲି ମଧ୍ୟ ଅନୁମାନ କରାଯାଉଛିା ଏହି ଖଣିଜ ସମ୍ପଦରେ ଆନ୍ଧ୍ରର ନଜର ରହିଛି ।

ତେଲେଙ୍ଗାନା ହେବା ପରେ ଆନ୍ଧ୍ରପ୍ରଦେଶର ସ୍ଥାନ କମିଛି ଓ ଜନସଂଖ୍ୟା ବଢିଛି , ତେବେ ଅଧିକ ସ୍ଥାନ ପାଇବା ପାଇଁ ସେ ଏହା କରୁଥାଇପାରେ ବୋଲି ମଧ୍ୟ ମତ ଦେଇଛନ୍ତି । ସେପଟେ କୋଟିଆ ଅଂଚଳର ବିକାଶ ପାଇଁ ଚାଲିଛି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ରାସ୍ତାଘାଟ ଠାରୁ ଆରମ୍ଭ କରି ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲୋଷ୍ଟେର ସହ ପ୍ରାୟ ୧୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମ ଚାଲୁଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ବହୁ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ ପ୍ରସ୍ତାବ । କହିଲେ, ଭୀମ ଭୋଇଙ୍କ ବିଚାର ମୋଦୀଙ୍କ ଗରିବ କଲ୍ୟାଣର ମୂଳମନ୍ତ୍ର

କନକ ବ୍ୟୁରୋ: ସନ୍ଥକବି ଭୀମ ଭୋଇଙ୍କ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ ଗରିବ ଓ ଦେଶର କଲ୍ୟାଣ ପାଇଁ ଏହି ଉକ୍ତିକୁ ମୂଳ ମନ୍ତ୍ର କରାଯାଇଛି । ମୋଦି ସରକାର ପୂର୍ବୋଦୟ ମିଶନରେ ପୂର୍ବ ଭାରତ ସମେତ ସମଗ୍ର ଭାରତକୁ ବିକାଶ ପଥରେ ଆଗକୁ ନେଉଥିବା ବେଳେ ତାଙ୍କର ଭିନ୍ନଶୈଳୀର ନେତୃତ୍ୱ ଓ ବିଚାରଧାରା ବିଶ୍ୱ ଇତିହାସରେ ନୂଆ ଅଧ୍ୟାୟ ଲେଖିବ । ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ପୂର୍ବ ଭାରତର ବିକାଶ ପାଇଁ ‘ପୂର୍ବୋଦୟ’ର ନାରା ଦେଇଛନ୍ତି । ଏଥିପାଇଁ ସେ ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି । ଉଜ୍ୱଳା ଯୋଜନାରେ ପୂର୍ବ ଭାରତର ଅଧାରୁ ଅଧିକ ଲୋକମାନେ ଲାଭ ପାଇଛନ୍ତି ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ତା’ସହ ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ଦେଶରେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହେଉଛି । କେବଳ ପୂର୍ବ ଭାରତରେ ୩୦୪ଟି ଏକଲବ୍ୟ ବିଦ୍ୟାଳୟ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଉଡାନ ଯୋଜନାରେ ଜାମସେଦପୁର, ଝାରସୁଗୁଡା, ଦରଭଙ୍ଗା, ଦେଉଘର, ଅରୁଣାଚଳର ପାସିଘାଟ, ଆସାମର ରୁପସୀ, ହୋଲାଙ୍ଗୀରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇଛି । ସ୍ୱାଧୀନତା ସମୟରେ ଦେଶରେ କେବଳ ୧ ପ୍ରତିଶତ ଲୋକଙ୍କ ପାଖରେ ଶୌଚାଳୟ ଥିଲା । ୧୯୭୫ରେ ଦେଶରେ ମାତ୍ର ୨ ପ୍ରତିଶତ ଶୌଚାଳୟ ଥିଲା । ହେଲେ ୨୦୧୪ରେ ମୋଦି ସରକାର ଅସିବା ପରେ ଏହା ଶତ ପ୍ରତିଶତ ହୋଇଛି । ସେହିପରି ଦେଶର ଶତପ୍ରତିଶତ ବିଜୁଳି ସେବା ପହଁଚିଛି ଏବଂ ୨୯ କୋଟି ଲୋକଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଘରେ ଜଳ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ତାସହ ମାତ୍ର ୧ ହଜାର ଦିନରେ ୬ ଲକ୍ଷ ଗାଁରେ ଇଂଟରନେଟ ସେବା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ କାହିଁକି କିଛି ରାଜନୈତିକ ଦଳ କ୍ଷମତାରେ ରହିବା ପରେ ମଧ୍ୟ ଆଇନ ଅନୁଯାୟୀ ଏମଏସପି ଆଣିବାରେ ସକ୍ଷମ ହୋଇ ପାରି ନଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତିା  ମୋଦି ସରକାରଙ୍କ ଗତ ୬ ବର୍ଷ ମଧ୍ୟରେ ଏମଏସପି ରେକର୍ଡ ବୃଦ୍ଧି କରିଛନ୍ତି । ହେଲେ ବିରୋଧୀମାନେ ମିଛ ପ୍ରଚାର କରୁଛନ୍ତି ଏବଂ ଏମଏସପିରେ ଆମକୁ ପ୍ରଶ୍ନ ପଚାରୁଛନ୍ତି । ସେହିପରି ୩୪ ବର୍ଷର ଅପେକ୍ଷା ପରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରାଯାଉଛି । ଶିକ୍ଷା, ନିଯୁକ୍ତି ଏବଂ କୌଶଳ ବୃଦ୍ଧି କରିବା ପାଇଁ ଏଭଳି ଶିକ୍ଷା ନୀତି ଅଣାଯାଇଛି । ବିଶ୍ୱ ନିକଟରେ କୋଭିଡ ମହାମାରୀ ସହ ଲଢେଇ କରିଛି । ଏଥିରେ ଭାରତ ମଧ୍ୟ ଏହାର ପାରଦର୍ଶିତ ଦେଖାଇଛି । ଦେଶବାସୀଙ୍କ ସୁରକ୍ଷା ସହ ବିଶ୍ୱବାସୀଙ୍କୁ ବି ସୁରକ୍ଷା ଦେଇଛି ଭାରତ । ସେହିପରି ଗରିବ କଲ୍ୟାଣ ରୋଜଗାର ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏଥିରେ ଦେଶର ୧୧୬ ଜିଲ୍ଲା ସାମିଲ କରାଯାଇଥିଲା । ଏଥିରେ ଅଧିକାଂଶ ଜିଲ୍ଲା ପୂର୍ବ ଭାରତର ।

ମୋଦି ସରକାର ଦେଶରେ ଉର୍ଜା କ୍ରାନ୍ତି ଆଣିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତଙ୍କୁ ସମାନ ଏବଂ ସର୍ବନିମ୍ନ ମୂଲ୍ୟରେ ଉର୍ଜା ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ମହାମାରୀରେ ଘରକୁ ଆସିଥିବା ଶ୍ରମିକଙ୍କ ପାଇଁ ମଧ୍ୟ ରୋଜଗାର ବ୍ୟବସ୍ଥା ହୋଇଛି । ୫୦ ହଜାର କୋଟିର ପ୍ୟାକେଜ ଏବଂ ୫୦ କୋଟି ଶ୍ରମଦିବସ କରାଯାଇଛି ବୋଲି ରାଜ୍ୟସଭାରେ ଧର୍ମେନ୍ଦ୍ର କହିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନରେ ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍ । ପ୍ରତିକ୍ରିୟା ରଖିଲେ ଦେଶର ବଡ ବଡ ଚେହେରା

କନକ ବ୍ୟୁରୋ: ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ ଚାରିଆଡେ ଚର୍ଚ୍ଚାର ବିଷୟ ବନିଗଲା । କାରଣ ଚାଷୀ ଆନ୍ଦୋଳନକୁ ନେଇ ବିବାଦ ଯେମିତି ବଢୁଥିଲା, ଟେଲିଭିଜନ ପରଦା ଓ ଖବରକାଗଜରେ ସେମିତି ଶିରୋନାମା ବି ବନୁଥିଲା । କିନ୍ତୁ ରିହାନାଙ୍କ ଟ୍ୱିଟକୁ ଭାରତୀୟ ସେଲିବ୍ରିଟିମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ଲତା ମଙ୍ଗେସକର ଟ୍ୱିଟ କରି ଲେଖିଛନ୍ତି, ଜଣେ ଭାରତୀୟ ଭାବେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଗୋଟିଏ ଦେଶ ଭାବେ ଆମେ ସାମ୍ନା କରୁଥିବା ସମସ୍ତ ସମସ୍ୟାର ସମାଧାନ କରିବାରେ ସଫଳ ହେବୁ । ଆମ ଦେଶବାସୀଙ୍କ ସ୍ୱାର୍ଥରେ ଏହାର ବନ୍ଧୁତ୍ୱପୂର୍ଣ୍ଣ ସମାଧାନ କରିବାରେ ଆମେ ସକ୍ଷମ । ସେହିପରି ସଚିନ ତେନ୍ଦୁଲକର ଟ୍ୱିଟ କରି ଲେଖଛନ୍ତି, ଭାରତର ସାର୍ବଭୌମତ୍ୱରେ କୌଣସି ପ୍ରକାର ବୁଝାମଣା କରାଯାଇ ପାରିବ ନାହିଁ । ବାହାର ଶକ୍ତି କେବଳ ଏହାକୁ ଦେଖିବେ କେବେହେଲେ ଏଥିରେ ଭାଗିଦାର ହୋଇପାରିବେ ନାହିଁ । ଭାରତୀୟମାନେ ଭାରତକୁ ଜାଣିଛନ୍ତି । ସେମାନେ ଭାରତ ପାଇଁ ନିଷ୍ପତ୍ତି ନେଇପାରିବେ । ଆସନ୍ତୁ ସମସ୍ତେ ଗୋଟିଏ ଦେଶ ଭଳି ଏକାଠି ରହିବା ।

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଟ୍ୱିଟରେ ଲେଖିଛନ୍ତି, ଚାଷୀ ମାନେ ଦେଶର ବେଶ ଗୁରୁତ୍ୱପୂର୍ଣ୍ଣ ଅଂଶ । ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ସବୁପ୍ରକାର ପ୍ରୟାସ ଜାରି ରହିଛି । ଆଉ ତାହା ସ୍ପଷ୍ଟ ଭାବେ ଦେଖାଯାଉଛି । ଆସନ୍ତୁ ଏକ ବନ୍ଧୁତ୍ୱପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା । ଏବଂ ଯେକେହି ବି ବିଭାଜନ କରିବା ପାଇଁ ଅପଚେଷ୍ଟା କରୁଛି ତାଙ୍କ ପ୍ରତି ଧ୍ୟାନ ଦେବା ନାହିଁ । ସେହିପରି ଅଜୟ ଦେବଗନ ଲେଖିଛନ୍ତି, ଭାରତ ଏବଂ ଭାରତର ନୀତି ଗୁଡିକ ସମ୍ପର୍କିତ କୌଣସି ମିଥ୍ୟା ଅପପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ । ଏପରି ଏକ ସମୟରେ କୌଣସି ବିବାଦରେ ନପଡି ଏକତ୍ରିତ ହେବା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗରେ ସୁନିଲ ସେଟ୍ଟୀ ପ୍ରତିକ୍ରିୟା ରଖି କହିଛନ୍ତି କୌଣସି ପ୍ରସଙ୍ଗରେ ବିସ୍ତୁତ ଜ୍ଞାନ ରହିବା ନିହାତି ଆବଶ୍ୟକ । କାରଣ ଅଧା ସତ ଜାଣିବା ଠାରୁ ଭୟଙ୍କର କଥା ଆଉ କିଛି ନୁହଁ ।

ଦେଶର ପ୍ରସଙ୍ଗ ଉପରେ ବିଦେଶୀ ଟ୍ୱିଟକୁ ଅନେକ ପସନ୍ଦ କରିନାହାନ୍ତି । କାରଣ ଏହା ଦେଶର ଏକତା ଓ କୌଣସି ସମସ୍ୟାର ସମାଧାନ ଦିଗରେ ଦେଶର ଶକ୍ତି ଉପରେ ପ୍ରଶ୍ୱ ଉଠାଉଛି । ତେଣୁ ସମସ୍ତେ ଏହି ବିଦେଶୀ ଟ୍ୱିଟକୁ ସମାଲୋଚନା କରିଛନ୍ତି । କେବଳ ସେଲିବ୍ରିଟି ନୁହନ୍ତି ଭାରତୀ ରାଜନେତା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, କୌଣସି ମିଥ୍ୟା ପ୍ରଚାର ବା ଅଭିସନ୍ଧି ଭାରତର ଏକତାକୁ ଶେଷ କରି ପାରିବ ନାହିଁ । କୌଣସି ବି ମିଥ୍ୟା ପ୍ରଚାର ଭାରତକୁ ସଫଳତାର ଶୀର୍ଷରେ ପହଂଚାଇବାରେ ରୋକ ଲଗାଇ ପାରିବ ନାହିଁ । ଭାରତର ଭବିଶ୍ୟତ କେବଳ ବିକାଶ ଦ୍ୱାରା ନିର୍ଣ୍ଣୟ ହେବ କୌଣସି ଅପପ୍ରଚାର ଦ୍ୱାରା ନୁହେଁ । ଭାରତର ବିକାଶ ପାଇଁ ଦେଶ ଏକାଠି ଓ ମିଳିତ ଭାବେ ଛିଡା ହୋଇଛି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲେଖିଛନ୍ତି, ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ କରିବା ପୂର୍ବରୁ ସସସ୍ତ ତଥ୍ୟ ରଖିବା ସହ ପ୍ରସଙ୍ଗକୁ ସଠିକ ଭାବରେ ବୁଝି ଟିପ୍ପଣୀ ଦେବା ଉଚି୍ତ ।

from Kanak News
via <a href="https://ifttt.com/?

ଭାରତ ସରକାରଙ୍କ କୃଷି ଆଇନକୁ ଆମେରିକାର ସମର୍ଥନ । ବାଇଡେନ ସରକାର କହିଲେ, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ

କନକ ବ୍ୟୁରୋ: କୃଷି ଆଇନକୁ ଆମେରିକାର ସମର୍ଥନ । ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି । ଆମେରିକା ପକ୍ଷରୁ କୁହାଯାଇଛି, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ । ଅଧିକ ସଂଖ୍ୟାରେ ଘରୋଇ କମ୍ପାନୀ ପୁଂଜିନିବେଶ ପାଇଁ ଆଗ୍ରହୀ ହେବେ । କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ । କୃଷି କ୍ଷେତ୍ରରେ ଘରୋଇ ନିବେଶକୁ ସ୍ୱାଗତ କରୁଛି ଆମେରିକା ।

ଆମେରିକା ଷ୍ଟେଟ ଡିପାର୍ଟମେଂଟର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ବିଶ୍ୱାସ କରେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କୌଣସି ଶକ୍ତ ଗଣତନ୍ତ୍ରର ପରିଚୟ । ମତଭେଦକୁ କଥାବାର୍ତା ଜରିଆରେ ସମାଧାନ କରାଯିବା ଉଚିତ । ଏପରିକି ଭାରତର ସୁପ୍ରିମକୋର୍ଟ ମଧ୍ୟ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି । ଆମେ ମତଭେଦକୁ ଆଲୋଚନା ଜରିଆରେ ସମାଧାନ ପାଇଁ ପ୍ରୋତ୍ସାହିତ କରୁଛୁ । ସେହିପରି ବିଭିନ୍ନ ଧାରଣା ସ୍ଥଳରେ ଇଂଟରନେଟ ସେବା ବନ୍ଦ କରିଦିଆଯାଇଥିବା ନେଇ ମଧ୍ୟ ପ୍ରତିକ୍ରିୟା ରଖି ଆମେରିକା କହିଛି, କୌଣସି ବି ତଥ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପଂହଚାଇବା ଗଣତନ୍ତ୍ରର ଏକ ଭଲ ଲକ୍ଷଣ । ଇଂଟରନେଟ ବି ଏହାର ଏକ ଅଂଶ ।

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ପାଖାପାଖି ଅଢେଇ ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି । ଏପରିକି ସରକାରଙ୍କ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ ଇଂଟରନେଟ ସୁବିଧାକୁ ବନ୍ଦ କରିଦିଆଯାଇଛି । ହରିୟାଣାର କିଛି ସ୍ଥାନରେ ବି ଇଂଟରନେଟ ସେବା ବନ୍ଦ ରହିଛି । ଏହାପରେ ଅର୍ନ୍ତଜାତୀୟ ପପ୍ ଷ୍ଟାର ରିହାନା ଓ ସ୍ୱିଡେନର କ୍ଲାଇମେଟ ଚେଂଜ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ, ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏପରି ସମୟରେ ଆମେରିକା ପ୍ରତିକ୍ରିୟା ରଖି କୃଷି ଆଇନକୁ ସମର୍ଥନ ଜଣାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started