ମଞ୍ଜରୀରେ ପ୍ରସାରିତ ହେବ ‘ଆମ ଘର ଆମ ହାଣ୍ଡିଶାଳ’

କନକ ବ୍ୟୁରୋ : ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ପ୍ରତିଟି ଓଡ଼ିଆର ଘରେ ଘରେ ପରଷା ଯାଉଥିବା ଖାଦ୍ୟର ପାକ ପ୍ରଣାଳୀକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ ।  ପ୍ରତି ଶୁକ୍ର ଓ ଶନିବାର ସକାଳ ୯ଟା ୩୦ ଓ ସନ୍ଧ୍ୟା ୫ଟା ୩୦ରେ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ  ଓଡିଶାର ପ୍ରତିଷ୍ଠିତ ସିନେ କଳାକାର, କ୍ରୀଡାବିତ୍ ଓ କଣ୍ଠଶିଳ୍ପୀମାନେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତିରେ ଭାଗ ନେବେ ।

ରାକ୍ଷୀ ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରୁଥିବାବେଳେ, ପରିକଳ୍ପନା କରିଛନ୍ତି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଏହାର ଉପଦେଷ୍ଟା ହେଉଛନ୍ତି ସଚିନ ରାମଚନ୍ଦ୍ର ଯାଦବ । ଓଟିଡିସି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମଟି ଓଡ଼ିଆ  ଖାଦ୍ୟ ଓ ରନ୍ଧନ ପ୍ରଣାଳୀରେ ରୁଚି ରଖୁଥିବା ଦର୍ଶକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ବୋଲି ଆଶା କରାଯାଉଛି ।

‘ମଞ୍ଜରୀ’ ହେଉଛି ପ୍ରଥମ ଓଡିଆ ମନୋରଞ୍ଜନ ଚ୍ୟାନେଲ ଯାହାକୁ ଓଡିଆ ଦର୍ଶକମାନେ ସମ୍ପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଦେଖିପାରିବେ ।  ଓଡିଶାର ପ୍ରାୟ ସମସ୍ତ ମଲ୍ଟି  ସିଷ୍ଟମ ଅପରେଟର, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚାନେଲ ନମ୍ବର- ୬୦୦), ଟାଟା ସ୍କାଏ (ଚାନେଲ ନମ୍ବର- ୧୭୬୦), ଡିସ୍ ଟିଭି (ଚାନେଲ ନମ୍ବର-୧୩୦୯), ଭିଡିଓକନ୍ (ଚାନେଲ ନମ୍ବର- ୮୩୦), ଇଏମ୍ ଡିଜିଟାଲ (ଚାନେଲ ନମ୍ବର-୧୧୪), ହାଥ୍ ୱେ(ଚାନେଲ ନମ୍ବର-୭୩୩), ସିଟି କେବୁଲ (ଚାନେଲ ନମ୍ବର- ୧୬) ଜିଟିପିଏଲ (ଚାନେଲ ନମ୍ବର-୭୦୫) ଏବଂ ଜିଓଟିଭି ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି । ଦର୍ଶକଙ୍କ ସହିତ ସବୁ ସମୟରେ ଯୋଡି ହୋଇ  ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ, ଫେସବୁକ, ଇଂଷ୍ଟାଗ୍ରାମ୍ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ପୋଲିସ କଲା ଛାନଭିନ୍

କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକା ଅଂଚଳରେ ଏକ ମୁଣ୍ଡବିହୀନ ମୃତଦେହକୁ ନେଇ ଖେଳିଯାଇଛି ଚାଂଚଲ୍ୟ । ଏହି ମୃତଦେହ ଜଣେ ମହିଳାଙ୍କର ହୋଇଥିବା ବେଳେ କିଏ ସେ ଏହି ମହିଳା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ବଡ କଥା ହେଲା, ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଏକରୁ ଅଧିକ ଲୋକ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ ଦୃଢତାର ସହିତ କହିଛି । କିନ୍ତୁ ରାତି ଅଧରେ ନାଇଟି ପିନ୍ଧିଥିବା ଏହି ମହିଳାଙ୍କୁ କିଏ କାହିଁକି ହତ୍ୟାକଲା ସେନେଇ କିଛି ଜଣାପଡିନାହିଁ ।

ଆଗେ ଆଗେ ଡଗସ୍କ୍ୱାର୍ଡ । ପଛେ ପଛେ ପୋଲିସ । ଘଟଣାସ୍ଥଳରୁ ମିଳିଥିବା ରକ୍ତଭିଜା ଛୁରୀ ଆଉ ଗ୍ଲୋବ୍ସକୁ ସୁଙ୍ଗି କୁକୁର ଖୋଜୁଛି ହତ୍ୟାକାରୀ। ଖୋଜାଚାଲିଛି ମହିଳାଙ୍କ କଟାମୁଣ୍ଡ । କୁକୁର ଯୁଆଡେ ଯୁଆଡେ ଯାଉଛି ପୋଲିସ ତା ପଛେ ପଛେ ଦୌଡୁଛି । କେତେବେଳେ ଗ୍ରିଲକୁ ଭାଙ୍ଗି ତା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରାଯାଉଛି ତ କେତେ ବେଳେ ପାଣିଟାଙ୍କିର ଢାଙ୍କୁଣି କାଢି ତା ଭିତରୁ ସୁରାକ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ ।

ରାସ୍ତା କଡରେ ପଡିରହିଛି ମୁଣ୍ଡ ବିହୀନ ମୃତଦେହ । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଲା ମହିଳାଙ୍କ ଏହି ମୃତଦେହ । ପାରିପାଶ୍ୱର୍ିକ ସ୍ଥିତି କହୁଛି ମହିଳାଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟା କରିବା ପରେ ମୁଣ୍ଡ ନେଇ ଫେରାର ହୋଇଯାଇଛନ୍ତି ହତ୍ୟାକାରୀ । ପୋଲିସ ତଦନ୍ତ କହୁଛି, ଏହା କେବେବି ଜଣଙ୍କର କାମ ନୁହେଁ । ଘଟଣାସ୍ଥଳରେ ହିଁ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କ ପାଖରୁ କୌଣସି ପ୍ରକାର ପ୍ରମାଣପତ୍ର ମିଳିପାରିନାହିଁ । ମହିଳାଙ୍କ ଦେହରେ ଗୋଟିଏ ନାଇଟି ରହିଛି । ସାଙ୍ଗରେ ଏକ ବ୍ୟାଗରେ ବହୁତଗୁଡିଏ ଲୁଗାପଟା ରହିଛି । ଯେହେତୁ ମୁଣ୍ଡ ନାହିଁ ତେଣୁ ମହିଳାଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି । କେବଳ ହାତରେ ଟାଟୁ ରହିଛି ସେଥିରେ ଓମ ଲେଖାହୋଇଛି । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ଥାନା ସହିତ ଯୋଗାଯୋଗରେ ଅଛି ।

କାହାର ଏହି ମୃତଦେହ?
ଏହି ମହିଳା ଜଣଙ୍କ କିଏ?
ଏହି ପରିତ୍ୟକ୍ତ ଯାଗାକୁ କେମିତି ଆସିଲେ ମହିଳା?

ଏହି ପରିତ୍ୟକ୍ତ ଯାଗାକୁ କେମିତି ଆସିଲେ ମହିଳା ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ମୁଣ୍ଡ ନଥିବାରୁ ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଂଚି ସାଇଂଟିଫିକ ଟିମ୍, ସ୍ପେଶାଲ ସ୍କ୍ୱାର୍ଡ ଡଗସ୍କ୍ୱାର୍ଡ ସହ ତଦନ୍ତ କରୁଛି । ପୋଲିସ ରକ୍ତନମୁନା ସଂଗ୍ରହ କରିଥିବା ବେଳେ ହତ୍ୟାକାଣ୍ଡ ପଛର କାରଣ କଣ ହୋଇପାରେ ସେନେଇ କିଛି ମଧ୍ୟ ସ୍ପଷ୍ଟ ହୋଇନାହିଁ ।

from Kanak News
via <a href="https://ifttt.com/?

ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସ୍ୱାମୀ ପ୍ରଦୀପଙ୍କ ପାଇଁ କୋର୍ଟରେ ଲଢିଲେ ସ୍ତ୍ରୀ

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଝାରପଡା ଜେଲରୁ ନେଇ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ କୋର୍ଟରେ ଓକିଲ ଭାବେ ଲଢେଇ କରିଥିଲେ ତାଙ୍କ ପତ୍ନୀ । କୋର୍ଟରେ ହାଜର ପରେ ତାଙ୍କୁ ୩ ଦିନ ପାଇଁ ବ୍ରହ୍ମପୁର ଜେଲରେ ରଖାଯିବ । ଏହି ସମୟରେ ବ୍ରହ୍ମପୁର ପୋଲିସ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ । ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଛି ଏକାଧିକ ମାମଲା । ଏହି ଠକେଇ ମାମଲାର ଯାଂଚ ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ । ଗୋପାଳପୁର ବିଧାୟକଙ୍କୁ ଗତ ୪ ତାରିଖରେ କ୍ରାଇମବ୍ରାଂଚ ଗିରଫ କରିଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା । ଏହି ଘଟଣା ପରେ ଦଳ ତାଙ୍କୁ ବହିସ୍କାର କରିଥିଲ।।

from Kanak News
via <a href="https://ifttt.com/?

ପ୍ରତିଭା ମହାରଥୀଙ୍କୁ ଟିକେଟ୍ ଦେବା ସପକ୍ଷରେ ଡେଲାଙ୍ଗ ନେତା ଓ କର୍ମୀ । ମଝି ରାତିରେ ବସିଲା ମେଳି

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପ୍ରଦୀପ ମହାଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଟିକେଟ ଦେବା ସପକ୍ଷରେ ଡେଲାଙ୍ଗ ବିଜେଡି ନେତା ଓ କର୍ମୀ ରାତି ଅଧରେ ଡେଲାଙ୍ଗରେ ମେଳି ବାନ୍ଧିଥିଲୋ । ପ୍ରତିଭା ମହିଳା ହୋଇଥିବାରୁ ତାଙ୍କୁ ଟିକେଟ ଦିଆଯାଉ ବୋଲି ନେତା କର୍ମୀ ଖୋଲାଖୋଲି କହିଛନ୍ତି । ତେବେ ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାକୁ ସମସ୍ତେ ମାନିବେ ବୋଲି କହିଛନ୍ତି । ପିପିଲି ଉପନିର୍ବାଚନରେ ବିଜେଡି ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ପୁଅ ରୁଦ୍ର ମହାରଥୀ ଓ ମାଆ ପ୍ରତିଭା ମହାରଥୀଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ ତାକୁ ନେଇ ସସପେନ୍ସ ରହିଛି । ଏପରି ସମୟରେ ପ୍ରତିଭାଙ୍କ ସମର୍ଥନରେ ଡେଲାଙ୍ଗର ବିଜେଡି ନେତା ମେଳି ବାନ୍ଧିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

from Kanak News
via <a href="https://ifttt.com/?

ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ? ପ୍ରଶାସନ କମ ଦର୍ଶକ ସହ ଦେଇଛି ଅନୁମତି, ସର୍ତ୍ତରେ ଅରାଜି ଯାତ୍ରା କମିଟି

କନକ ବ୍ୟୁରୋ: ଦୀର୍ଘ ୮ରୁ ୯ ମାସ ହେଲା ବନ୍ଦ ରହିଛି ଯାତ୍ରା । କରୋନା ଯୋଗୁଁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବାରୁ କଳାକାର ଅଭାବ ଅସୁବିଧାରେ ଦିନ କାଟୁଛନ୍ତି । ଏବେ ଖଣ୍ଡଗିରି ମାଘ ମେଳ୍ରାେ ଯାତ୍ରା ପାର୍ଟିକୁ ଅନୁମତି ମିଳିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଯାତ୍ରା କରିବା ପାଇଁ ପ୍ରଶାସନର ପ୍ରସ୍ତାବରେ ଯାତ୍ରା କମିଟି ରାଜି ହୋଇ ନାହିଁ । ତେଣୁ ସରକାରଙ୍କୁ ଯାତ୍ରା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା କଳାକାର ।

ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଓ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ସର୍ତ୍ତ ରହିଛି । ହେଲେ ଏତିକିରେ ଯାତ୍ରା ପାର୍ଟି ଗୋଟିଏ ରାତି ପାଇଁ ଯେତେ ଖର୍ଚ୍ଚ କରନ୍ତି, ସେତକ ମଧ୍ୟ ବାହାରିବ ନାହିଁ ବୋଲି କହିଛନ୍ତି କଳାକାର ।  କରୋନା ଯୋଗୁଁ ଯାତ୍ରା ଉପରେ କଟକଣା ପରେ ଅଭାବ ଅସୁବିଧାରେ ଦିନ କାଟୁଛନ୍ତି କଳାକାର ଓ ତାଙ୍କ ପରିବାର । କେବଳ କଳାକାର ନୁହଁନ୍ତି, ଯାତ୍ରା ଉପରେ ନିର୍ଭର କରିବା ପରିବାର ଚଳାଉଥିବା ଲୋକ ବି ରୋଜଗାର ହରାଇଛନ୍ତି ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁରେ କ’ଣ ରହିଛି ସ୍କୁଟି ପଛର କାହାଣୀ । ପୋଲିସ ଆଗରେ ମୁହଁ ଖୋଲିଲା ଅଭିଯୁକ୍ତ ରାକେଶ 

କନକ ବ୍ୟୁରୋ: ଝରାଫୁଲ ମୃତ୍ୟୁରେ କଣ ରହିଛି ସ୍କୁଟି ପଛର କାହାଣୀ,  ଆଜି ସେନେଇ ପୋଲିସ ଆଗରେ ବଖାଣିଛି ରାକେଶ । ଲାଲ ରଙ୍ଗର ସ୍କୁଟିରେ କେମିତି ଝରାଫୁଲଙ୍କୁ ଯାଜପୁର ନେଇଥିଲା ଏବଂ ମୃତଦେହକୁ ରାସ୍ତାକଡରେ ଫୋପାଡିବା ପରେ ସ୍କୁଟିକୁ କେଉଁଠାରେ ଲୁଚାଇ ରଖିଥିଲା ସେନେଇ ରାକେଶ ପୋଲିସ ଆଗରେ ମୁହଁ ଖୋଲିଛି । ବଡ କଥା ହେଉଛି ପ୍ରମାଣ ନଷ୍ଟ କରିବା ପାଇଁ ରାକେଶ ଏହି ସ୍କୁଟିକୁ ବିକ୍ରି କରିବାକୁ ମଧ୍ୟ ଯୋଜନା କରିଥିଲା । ସେପଟେ ପୋଲିସ ରାକେଶର ସାନଭାଇ ଏବଂ ସମ୍ପର୍କୀୟ ଭାଇକୁ ବି ଜେରା କରିଛି ।

ଗାଡି ନମ୍ବର ଓଡି-୦୨ ବିପି-୭୮୮୫, ନାଲିରଙ୍ଗର ସ୍କୁଟି ଏବେ ପୋଲିସ କବଜାରେ । ପୋଲିସ ରିମାଣ୍ଡରେ ଥିବା ଝରାଫୁଲ ମୃତ୍ୟୁ ଘଟଣାର ମାଷ୍ଟରମାଇଣ୍ଡ ରାକେଶ କହିଛି ନାଲି ସ୍କୁଟିର କାହାଣୀ । ଝରାଫୁଲଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ତାଙ୍କ ମୃତଦେହକୁ ଏହି ଗାଡିରେ ଯାଜପୁର ନେଇଯାଇଥିଲା ଅଭିଯୁକ୍ତ । ଆଉ ମୃତଦେହକୁ ରାସ୍ତାକଡରେ ଫୋପାଡିବା ପରେ ଫେରାର ରାକେଶ ରଚିଥିଲା ଷଡଯନ୍ତ୍ରର ନକ୍ସା । ଗାଡିକୁ ଉଭାନ କରିବା ପାଇଁ ଗାଡିର ରଙ୍ଗ ବଦଳାଇବା ପାଇଁ ଚେଷ୍ଟା ବି କରିଥିଲା ରାକେଶ । ଏପରିକି ଗାଡିର ନମ୍ବର ପ୍ଲେଟ ବାହାର କରି ଗାଡି ଡିକିରେ ରଖିଥିଲା ଅଭିଯୁକ୍ତ । ଏହାସହିତ ଗାଡିଟିକୁ ଅନ୍ୟକୁ ବିକ୍ରି କରିବାପାଇଁ କରିଥିଲା ଯୋଜନା । ସୁନ୍ଦରପଦାର ଧୋବାଛକ ଅଂଚଳରୁ ଲୁଚାଇଥିବା ସ୍କୁଟିକୁ ଜବତ କରାଯାଇଛି । ଆଉ ଜେରା ସମୟରେ ପୋଲିସ ଜାଣିବାକୁ ଚାହିଁଛି

ଝରାଫୁଲ ସହିତ ପ୍ରେମ ସମ୍ପର୍କ ବିଷୟରେ ଘରେ କହିଥିଲା କି ରାକେଶ?

ଝରାଫୁଲ ମୃତ୍ୟୁ ସମ୍ପର୍କରେ ପରିବାରଲୋକଙ୍କୁ କିଛି ଜଣାଇଛି କି ରାକେଶ?

ଝରାଫୁଲଙ୍କ ସହିତ ଭୁବନେଶ୍ୱରରେ ଯାହା ସବୁ ଘଟିଲା ସେ ବିଷୟରେ ପରିବାରସଦସ୍ୟକୁ ଜଣାଇଥିଲା କି ରାକେଶ?

ଅନ୍ୟପଟେ ଝରାଫୁଲଙ୍କ ମୋବାଇଲକୁ ଖୋଜୁଛି ପୋଲିସ । କାରଣ ଏହି ମୋବାଇଲରୁ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବାର ସମ୍ଭାବନା ଅଛି । ଅଭିଯୁକ୍ତ ରାକେଶର ସହଯୋଗୀ ଶେଖର ପାଖରେ ପହଂଚିବା ମଧ୍ୟ ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି । ଅନ୍ୟପଟେ ଏବେ ବନ୍ଦ ଲଫାପା ଭିତରେ ରହିଛି ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ  ୨୬ ତାରିଖ ରାତିରେ ଗେଷ୍ଟହାଉସର ରୁମ ନମ୍ବର ୨୦୧ରେ ଝରାଫୁଲଙ୍କ ସହିତ କଣ ସବୁ ଘଟିଥିଲା ଏବଂ କେମିତି ହୋଇଥିଲା ତାଙ୍କ ମୃତ୍ୟୁ ।

 

 

from Kanak News
via <a href="https://ifttt.com/?

ଓଡିଶା ଖଣି ଉପରେ ଆନ୍ଧ୍ରର ଆଖି? ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଜାରି କରିଛି ବିଜ୍ଞପ୍ତି

କନକ ବ୍ୟୁରୋ: ଓଡିଶା ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଆଉ ସେହି ବିଜ୍ଞପ୍ତରେ ଲେଖାଯାଇଛି ଆସନ୍ତା ୧୩ ଓ ୧୭ ତାରିଖରେ ସେଠାରେ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସ୍ଥାନୀୟ ଲୋକେ କୁହନ୍ତି, ସେମାନେ ଓଡିଶାରେ ବି ଭୋଟ ଦିଅନ୍ତି ଏବଂ ଆନ୍ଧ୍ରରେ ବି ଭୋଟ ଦିଅନ୍ତି । କିନ୍ତୁ ଆନ୍ଧ୍ର କୁଆଡେ ଅଧିକ ସୁବିଧା ଦେଉଛି ବୋଲି ଗଣମାଧ୍ୟମ ଆଗରେ କହୁଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନେ ଯେତେ ସହଜରେ ଏସବୁ କଥା କହୁଛନ୍ତି, ଆନ୍ଧ୍ର ଓ ଓଡିଶା ଭିତରେ ଏହି ମାମଲା କିନ୍ତୁ ସେତେ ସହଜ ନୁହେଁ ।

କାହିଁକି ଓଡିଶାର ଗାଁ ଉପରେ ଆନ୍ଧ୍ରର ନଜର ?
କାହିଁକି ଓଡିଶାର ଗାଁକୁ କବଜା କରିବାକୁ ଚାହୁଁଛି ଆନ୍ଧ୍ର ?
ଓଡିଶାର ଗାଁକୁ କବଜା କଲେ ଆନ୍ଧ୍ରକୁ ମିଳିବ କ’ଣ ?

ଓଡିଶାର ଏହି ଗାଁ ଗୁଡିକ ଉପରେ ଆନ୍ଧ୍ର ଆଖି ପକେଇବାର କାରଣ ଯଦି ଏହି ମାଟି ତଳର ଖଣିଜ ପଦାର୍ଥ ହୋଇଥାଏ, ତେବେ ଏହା ଏକ ସାଂଘାତିକ ବିଷୟ । କିନ୍ତୁ ଏନେଇ ଯେତେବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ସେ ଏହି ମାମଲାକୁ ସେତେ ଗମ୍ଭୀରତାର ସହ ନେଉନଥିବା ପରି ମନେ ହେଉଥିଲା ।

ଏପଟେ କୋଟିଆ ଅଂଚଳର ବିକାଶ ପାଇଁ ଚାଲିଛି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ରାସ୍ତାଘାଟ ଠାରୁ ଆରମ୍ଭ କରି ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୦୦ ଶଯ୍ୟା ବିଶିଷ୍ଟ ବିଦ୍ୟାଳୟ, କ୍ଲୋଷ୍ଟେର ସହ ପ୍ରାୟ ୧୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମ ଚାଲୁଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ବହୁ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

from Kanak News
via <a href="https://ifttt.com/?

ରେଳ ବଜେଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଅନୁଦାନ ହ୍ରାସ ନେଇ ବିଜେଡିର ଅସନ୍ତୋଷ । ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଅଭିଯୋଗ କରିଛି, ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୭ ହଜାର ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା । ହେଲେ ଏହି ଦାବିକୁ ଅଣଦେଖା କରାଯାଇଛି । ଚଳିତ ବଜେଟରେ ଅନୁଦାନ ହ୍ରାସ ପାଇଥିବା ବିଜେଡି କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପୂର୍ବବର୍ଷ ଅପେକ୍ଷା ରାଜ୍ୟକୁ ଅଧିକ ୨୬ ପ୍ରତିଶତ ଆର୍ôଥକ ଅନୁଦାନ ମିଳିଛି ।

ରେଳ ବଜେଟରୁ ଓଡ଼ିଶାକୁ ମିଳିଲା କେତେ?

ଧର୍ମେନ୍ଦ୍ର ପ୍ରଧାନ ଦେଲେ ୬,୯୯୫ କୋଟିର ହିସାବ

ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ୍ କରି ଓଡ଼ିଶାକୁ ରେଳ ବଜେଟରେ କେତେ ଟଙ୍କା ଆବଂଟନ ହୋଇଛି, ସେ ତା’ର ହିସାବ ଦେଇଛନ୍ତି ।

୨୮୯ କିମି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପାଇଁ ୧ ହଜାର କୋଟି

୯୮.୭ କିମିର ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୦୦ କୋଟି

୮୨ କିମି ହରିଦାସପୁର-ପାରଦୀପ ରେଳ ଲାଇନ ପାଇଁ ୧୦୦ କୋଟି

୧୭୪ କିମି ସମ୍ବଲପୁର-ତାଳଚେର ଦୋହାରିକରଣ ପାଇଁ ୧୭୩ କୋଟି

୧୮୨ କିମି ସମ୍ବଲପୁର-ଟିଟିଲାଗଡ଼ ଦୋହରିକରଣ ପାଇଁ ୨୦୦ କୋଟି

ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୨୩୦ କୋଟି

ଏହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ମୋଟ ୬ ହଜାର ୯୯୫ କୋଟି ଟଙ୍କା ଅନୁଦାନ ମିଳିଥିବା କହିଛନ୍ତି ଧର୍ମେନ୍ଦ୍ର ।

ଏପଟେ କିନ୍ତୁ ରେଳ ବଜେଟକୁ ନେଇ ବିଜେଡି ଅସନ୍ତୋଷ ପ୍ରକଟ କରିଛି । ଦଳର ନେତା ମାନେ ଏହାକୁ ଏକ ନିରାଶ ଜନକ ରେଳ ବଜେଟ୍ କହିଛନ୍ତି । ଏଥିସହ ଦଳ ଅଭିଯୋଗ କରିଛି ଯେ,  ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଉପେକ୍ଷା କରିଛନ୍ତି । ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ଚାକୁଳିଆ-ବୁଡ଼ାମରା, ଯାଜପୁର-ଆରଡ଼ି-ଧାମରା ରେଳ ଲାଇନ୍ ଆଦି ଦାବିକୁ ଅଣଦେଖା କରାଯାଇଛି । ତା ସହ ଓଡ଼ିଶା ଆବଂଟନ ମଧ୍ୟ ହ୍ରାସ ପାଇଛି ବୋଲି ବିଜେଡି କହିଛି ।

from Kanak News
via <a href="https://ifttt.com/?

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ପାଳକୁଡିଆରେ ନିଆଁ ଲାଗି ଦୁଇ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ, ଆଜି ଗ୍ରାମ ନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଟାତ ପାଳ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ଥିବାବେଳେ ଏହି ଦୁର୍ଘଟଣାରେ ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ମାଝୀ ଏବଂ ଦୁର୍ଯ୍ୟୋଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ ପୋଡି ହୋଇ ପ୍ରାଣ ହରାଇଛନ୍ତି ।

ଆଜି ପ୍ରଥମେ କିଛି ଲୋକ କୁଡିଆ ଜଳୁଥିବା ଦେଖି ସେଠାକୁ ଯାଇଥିଲେ । ସେତେବେଳକୁ କୁଡିଆଟି ସମ୍ପୂର୍ଣ୍ଣ ଜଳିଯାଇଥିଲା  ।  ଏହାପରେ ଏନେଇ ଗ୍ରାମବାସୀମାନେ କାଶୀପୁର ପୁଲିସକୁ ସୂଚନା ଦେବାପରେ ଥାନା ଆଇଆଇସି ସୁନିଲ ଅରୁଣ କୁମାର ନାଏକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଘଟଣା ସ୍ଥଳରୁ ଦୁଇଟି ଶବକୁ ଉଦ୍ଧାର କରାଯିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ ବିରାଟ କୋହଲି । କହିଲେ, ଖେଳାଳିଙ୍କ ଭିତରେ ହୋଇଛି ଆଲୋଚନା

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ଚର୍ଚ୍ଚା ଏବେ ଟିମ୍ ଇଣ୍ଡିଆର ମିଟିଂରେ ମଧ୍ୟ ହେବା ଆରମ୍ଭ ହୋଇଛି । ଗୁରୁବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଏନେଇ ଉତ୍ତର ରଖିଛନ୍ତି । ଟିମ୍ ଇଣ୍ଡିଆର ମିଟିଂରେ ଚାଷୀ ଆନ୍ଦୋଳନ ନେଇ ଖେଳାଳିମାନେ ଆଲୋଚନା କରିଥିବା କୋହଲି କହିଛନ୍ତି ।

ଆସନ୍ତାକାଲିଠୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ଭିତରେ ପ୍ରଥମ ଟେଷ୍ଟ ଖେଳାଯିବ । ଯାହା ପୂର୍ବରୁ କୋହଲି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଆଉ ଏହି ସମ୍ମିଳନୀରେ ସାମ୍ବାଦିକମାନେ ତାଙ୍କୁ ଚାଷୀ ଆନ୍ଦୋଳନ ନେଇ ପ୍ରଶ୍ନ କରିଥିଲେ । ଆଉ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କୋହଲି ଏହି ପ୍ରସଙ୍ଗ କଥା ଦଳୀୟ ମିଟିଂରେ ଆଲୋଚନା ହୋଇଥିବା କହିଛନ୍ତି । କେବଳ ସେତିକି ନୁହେଁ ସବୁ ଖେଳାଳି ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଥିବା କୋହଲି କହିଛନ୍ତି ।

ଏହାପୂର୍ବରୁ ବିରାଟ ବୁଧବାର ଚାଷୀ ଆନ୍ଦୋଳନ ନେଇ ଏକ ଟୁଇଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ ଯେ, ଦୁଇ ପକ୍ଷଙ୍କ ଭିତରେ ଆଲୋଚନା ପରେ ଚାଷୀ ଆନ୍ଦୋଳନ ସମସ୍ୟାର ସମାଧାନ ହୋଇପାରିବ । ସମସ୍ତେ ଆଗକୁ ବଢିବାକୁ କୋହଲି ଲେଖିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started