ମହାମାରୀ ସମୟରେ ହୋଇଥିଲେ କରୋନା ସଂକ୍ରମିତ । ସୁସ୍ଥ ହେବା ପରେ ୪ ଥର ପ୍ଲାଜମା ଦାନ କରି ଚର୍ଚ୍ଚାରେ ପୋଲିସ ସିପାହୀ କେ ଯୁଧିଷ୍ଠିର ରାଓ ।

କନକ ବ୍ୟୁରୋ : ଥରେ କି ଦୁଇ ଥର ନୁହେଁ ଚତୁର୍ଥ ଥର ପାଇଁ ପ୍ଲାଜମା ଦେଇ ଚର୍ଚ୍ଚାରେ ଯବାନ । ଗଂଜାମ ଜିଲ୍ଲାର ଓଏସପି ଅଷ୍ଟମ ବାଟାଲିୟନର ସିପାହୀ ରୁପେ କାର୍ଯ୍ୟରତ ଅଛନ୍ତି ଯୁଥିଷ୍ଟିର ରାଓ । ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ଲଗାତାର ୪ର୍ଥ ଥର ପାଇଁ ପ୍ଲାଜମା ଦାନ କରିଛନ୍ତି ଯୁଥିଷ୍ଟିର । ମହାମାରୀ ସମୟରେ ନିଜ ଦାୟିତ୍ୱ ନିର୍ବାହ କରିଥିବା ସମୟରେ ନିଜେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ମଧ୍ୟ ହୋଇଥିଲେ ।

ଜରୁରୀ ସମୟରେ ସେ ସଂକ୍ରମଣ ରୋକିବା ପାଇଁ ନିଜ ପ୍ଲାଜମା ଦାନ କରିଛନ୍ତି । ଯବାନଙ୍କ ଏହି ଇଚ୍ଛାଶକ୍ତି ଲାଗି ଅଷ୍ଟମ ବାଟାଲିୟନର ଶହେରୁ ଅଧିକ ଯବାନ ପ୍ଲାଜମା ଦାନ କରିଛନ୍ତି । ଜିଲ୍ଲାର ଅନେକ କୋଭିଡ ଯୋଦ୍ଧା ଅଛନ୍ତି ଯିଏ ପ୍ଲାଜମା ଦାନ କରିଛନ୍ତି । ହେଲେ ଯୁଧିଷ୍ଟିର ରାଓ ୪ର୍ଥ ଥର ପ୍ଲାଜମା ଦାନ କରି ଚର୍ଚ୍ଚା ସାଉଁଟିଛନ୍ତି ।

from Kanak News
via <a href="https://ifttt.com/?

ମଙ୍ଗୁଳି ଛକରୁ ଜବତ ହେଲା ୧୦୫ କେଜି ଗଞ୍ଜେଇ । ୨ ଅଭିଯୁକ୍ତ ଅଟକ ।

କନକ ବ୍ୟୁରୋ : କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ହେଉଥିବା ବେଳେ ୧୦୫ କେଜି ଗଞ୍ଜେଇକୁ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗଞ୍ଜେଇ ସମତେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାରକୁ ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଆଜି ଗୁରୁବାର କଟକ ମଙ୍ଗୁଳି ଛକ ଠାରେ ଚଢାଉ କରିଥିଲା । ବୌଦ୍ଧରୁ ବାଲେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ୧୦୫ କେଜି ଗଞ୍ଜେଇ ଜବତ କରିବା ସମେତ ୨ ଅଭିଯୁକ୍ତ ଓ ଗୋଟିଏ କାରକୁ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ପିପିଲି ଉପନିର୍ବାଚନ ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । କହିଲେ, ବିଜେଡି ସୁପ୍ରିମୋ କରିବେ ପ୍ରାର୍ଥୀ ଚୟନ । 

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଜେଡିରେ ଆରମ୍ଭ ହୋଇଛି କସରତ । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ଏହି ଅବସରରେ ପ୍ରତାପ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦଳ ସୁପ୍ରିମୋ ଠିକଣା ସମୟରେ ଠିକ୍ ନିଷ୍ପତି ନେବେ । ଦଳ ଏବେ ସଂଗଠନ ମଜବୁତ୍ କରିବା ଉପରେ ଏବଂ ବଡ ବ୍ୟବଧାନରେ ବିଜୟ ଉପରେ ଫୋକସ୍ ଦେଉଛି ।

from Kanak News
via <a href="https://ifttt.com/?

ଟୋକନ ପାଇବା ପରେ ବି ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ ଚାଷୀ । ପ୍ରତିବାଦରେ ପିଲାଛୁଆଙ୍କୁ ମଣ୍ଡିରେ ପାଠ ପଢାଉଛନ୍ତି ଚାଷୀ ।

କନକ ବ୍ୟୁରୋ : ବଣେଇରୁ ଆସିଛି ଧାନମଣ୍ଡିରୁ ଅଭିନବ ପ୍ରତିବାଦର ଚିତ୍ର । ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରିଲେନି ଚାଷୀ । ଶେଷରେ ଧାନ ମଣ୍ଡିରେ ଧାନ ବସ୍ତାକୁ ଜଗିବା ସହ ପିଲାଙ୍କୁ ପାଠ ପଢାଉଛନ୍ତି ଚାଷୀ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇ ଉପଖଣ୍ଡ ସଦର ମହକୁମାର ବଣାଇ ଲ୍ୟାମ୍ପରୁ । ବଣାଇ ଉପୁରଡା ଗାଁର ଚାଷୀ ଅଶୋକ ସାହୁ ତାଙ୍କର ତିନି ଝିଅଙ୍କୁ ମଣ୍ଡିରେ ବସାଇ ପାଠ ପଢାଉଛନ୍ତି ।

ଧାନମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଛି ୧୧୦ କୁଇଁଟାଲ ଧାନ । ଆଜି ଅର୍ଥାତ୍ ଫେବ୍ରୁଆରୀ ୪ ତାରିଖ ପାଇଁ ଟୋକନ ପାଇଥିଲେ ମଧ୍ୟ ତାହା ବିକ୍ରି ହୋଇପାରିନି । ଏହାର ପ୍ରତିବାଦରେ ତିନି ଝିଅଙ୍କୁ ବସାଇ ଲ୍ୟାମ୍ପ ପରିସରରେ ପାଠ ପଢାଉଛନ୍ତି ଚାଷୀ ଅଶୋକ କୁମାର । ସେପଟେ ଧାନ ବିକ୍ରିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲ୍ୟାମ୍ପ ଏମଡି । ଆଉ ୧୨ ହଜାର କୁଇଁଟାଲ ଧାନ ବିକ୍ରି ପରେ ଯାଇ ଅଶୋକ କୁମାରଙ୍କ ସିରିଏଲ ଆସିବ ବୋଲି ସେ କହିଛନ୍ତି । ତେବେ କେବଳ ଅଶୋକ କୁମାର ନୁହଁନ୍ତି ଏପରି ଅନେକ ଚାଷୀ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣିଛନ୍ତି । ସରକାର ଏଥର ଟାର୍ଗେଟ୍ ନବଢାଇଲେ ଚାଷୀ ଧାନ ବିକିବାରେ ସମସ୍ୟାର ସମ୍ମୁଖୀନ ହେବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ରେଳ ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ପଦ୍ମନାଭ ବେହେରା । କହିଲେ ଏଥର ରେଳ ବଜେଟ୍ ଓଡିଶା ପାଇଁ ନୈରାଶ୍ୟଜନକ ।

କନକ ବ୍ୟୁରୋ : କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ମିଳିଛି ୫,୫୨୮ କୋଟି । ଏହାକୁ ନୈରାଶ୍ୟଜନକ ବୋଲି କହିଛି ବିଜେଡି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟ ତରଫରୁ ୭ ହଜାର ୨ଶହ କୋଟି ଟଙ୍କା ଦାବି ଥିଲା । କିନ୍ତୁ ସେ ଅନୁସାରେ ଅର୍ଥ ମିଳିନାହିଁ । ସେଥିରୁ ପୁରୁଣା ଖୋର୍ଦ୍ଧା ବଲାଙ୍ଗୀର ପାଇଁ ୫ ଶହ କୋଟି ଟଙ୍କା ରହିଛି । କେନ୍ଦ୍ର ବଜେଟ ନୈରାଶ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ଚଳିତବର୍ଷ ରାଜ୍ୟ ସରକାର ୭୨୦୦ କୋଟି ଦେବାକୁ ଦାବି କରିଥିଲା । ଏଥିରେ ନୂଆ ରେଳପଥ, ଗେଜ ପରବର୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡ଼ିକରେ ୬୧ ହଜାର ୯ଶହ ୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଛଡା ୪ ହଜାର ୮୭୭ କିଲୋମିଟର ରେଳପଥ ବିଛା ଯିବାର କାର୍ଯ୍ୟକ୍ରମ ରହିଛି ।

ଏବେ ଦେଖିବା କେଉଁ ପ୍ରକଳ୍ପକୁ ମିଳିଛି କେତେ ଅନୁଦାନ । ମିଳିଥିବା ଖବର ଅନୁସାରେ,
-ଖୋର୍ଧାରୋଡ-ବଲାଙ୍ଗୀର ୨୮୯ କି.ମି ପାଇଁ ୫୦୦ କୋଟି
-ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କିଲୋମିଟର ପାଇଁ ୪ ଶହ କୋଟି
-ହରିଦାସପୁର-ପାରାଦ୍ୱୀପ ୮୨ କିମ ଶହେ କୋଟି
-ତାଳଚେର-ବିମଳାଗଡ ୧୫୪ କିଲୋମିଟର ପାଇଁ ୧୦ କୋଟି ଟଙ୍କା
-ଜୟପୁର-ମାଲକାନଗିରି ୧୩୦ କି.ମି ପାଇଁ ୨୮ କୋଟି ଟଙ୍କା
-ଜୟପୁର-ନବରଙ୍ଗପୁର ୩୮ କିଲୋମିଟର ପାଇଁ ୧୫ କୋଟି ଟଙ୍କା
-ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲେନ ପାଇଁ ୨୦ କୋଟି ଟଙ୍କା
-ସମ୍ବଲପୁର-ଟିଟିଲାଗଡ ପାଇଁ ୨୫ କୋଟି ଟଙ୍କା ମିଳିଛି ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । କହିଲେ ସରକାରଙ୍କ ଫୋକସ ପଛୁଆ ବର୍ଗ ।

କନକ ବ୍ୟୁରୋ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଆଲୋଚନା । ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଲେ ଧର୍ମେନ୍ଦ୍ର । ଦେଶର ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର । ପଛୁଆ ଲୋକଙ୍କ ବିକାଶ ଆମ ସରକାରର ଫୋକସ ରହିଛି ।

ତେବେ ଧର୍ମେନ୍ଦ୍ର କହିଛନ୍ତି ସବକା ସାଥ ସବକା ବିଶ୍ୱାସ ଆମର ମନ୍ତ୍ର । ଜନସାଧାରଣଙ୍କୁ ନେଇ ସରକାର ଚଳାଇବା ଆମ ଶାସନର ମୂଳ ମନ୍ତ୍ର । ପଶ୍ଚିମ ସହ ପୂର୍ବ ଭାରତର ବିକାଶ ଦିଗରେ କାମ କରୁଛନ୍ତି ସରକାର । ୧୯୭୫ରେ ୨ ପ୍ରତିଶତ ଟଏଲେଟ ଥିଲା ଆଜି ଶତପ୍ରତିଶତଙ୍କ ଘରେ ଟଏଲେଟ । ୨୦୧୪ରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିଲା, ମାତ୍ର ଆଜି ୨୯ କୋଟି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

from Kanak News
via <a href="https://ifttt.com/?

 ଚୌରି- ଚୌରା ଶତାବ୍ଦୀ ସମାରୋହ । ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଶହୀଦ୍ ଙ୍କ ବଳିଦାନକୁ ମନେ ରଖିବ ଦେଶ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସ୍ୱତନ୍ତ୍ରତା ଆନ୍ଦୋଳନର ଐତିହାସିକ ପୀଠ ଚୌରା-ଚୌରି ଘଟଣାର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଏହି ସମାରୋହରେ ଯୋଗ ଦେଇ ସେ ଶହୀଦ୍ ଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟର ଉନ୍ମୋଚନ କରିଛନ୍ତି । ୧୯୨୨ ମସିହା ଫେବୃଆରୀ ୪ ତାରିଖରେ ଚେଯରି- ଚୌରାରେ ଘଟିଥିବା ଏକ ଘଟଣାକୁ ନେଇ ଉତ୍ତେଜିତ ଲୋକେ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ । ଫଳରେ ପୋଲିସ ଷ୍ଟେସନରେ ଥିବା ପୋଲିସ ମାନଙ୍କ ମଧ୍ୟରୁ ୨୩ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଚଳିତ ବଜେଟକୁ ନେଇ ବିରୋଧୀ ମାନେ ଦେଉଥିବା ମନ୍ତବ୍ୟ ଉପରେ କଡା ଜବାବ୍ ରଖିଛନ୍ତି ।  ପ୍ରଧାନମନ୍ତ୍ରୀ କହିଛନ୍ତି କି ‘ଆମ ସରକାର ଚଳିତ ବଜେଟରେ କୌଣସି ବର୍ଗର ବ୍ୟକ୍ତିଙ୍କ ଉପରେ ନୂଆ ଟିକସ୍ ଲଗାଇ ନାହାନ୍ତି’  । ଏହାସହ ସେ ବିରୋଧୀଙ୍କୁ ଘେରିବାକୁ ଯାଇ କହିଛନ୍ତି କି ପୂର୍ବ ସରକାର ମାନେ ଭୋଟବ୍ୟାଙ୍କକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ କରୁଥିଲେ । ଅନ୍ୟପଟେ କରୋନା ସଂକଟ ସମୟରେ ବିଶେଷଜ୍ଞ ମାନେ କହୁଥିଲେ କି ସରକାର ଚଳିତ ବଜେଟରେ ସାଧାରଣ ଲୋକଙ୍କ ଉପରେ ବଡ ଟ୍ୟାକ୍ସ ଲଗାଇବେ । ହେଲେ ଚଳିତ ବଜେଟରେ କୌଣସି ବର୍ଗର ଲୋକଙ୍କ ଉପରେ କିଛି ବି ନୂଆ ଟ୍ୟାକ୍ସ ଲଗାଯାଇ ନଥିବା ସେ କହିଛନ୍ତି ।

ଏପଟେ ୨ ମାସରୁ ଅଧିକ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ବଜେଟରେ କୃଷକ ମାନଙ୍କ ଆୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ମଣ୍ଡି ଗୁଡିକୁ ଅଧିକ ମଜଭୁତ୍ କରିବାକୁ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି ।

from Kanak News
via <a href="https://ifttt.com/?

ଓଡିଆ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ କଲେ ଅଧ୍ୟକ୍ଷତା । କନିଷ୍ଠ ଓଡିଆ ସାଂସଦ ଭାବେ କଲେ ଅଧ୍ୟକ୍ଷତା । 

କନକ ବ୍ୟୁରୋ : ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ  ସସ୍ମିତ ପାତ୍ର ।  ସର୍ବକନିଷ୍ଠ ଓଡିଆ ସାଂସଦ ଭାବେ ସେ ଗୃହରେ ଅଧ୍ୟକ୍ଷତା କରିଛନ୍ତି ।  ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉପାଧ୍ୟକ୍ଷ ପ୍ୟାନେଲରେ ତାଙ୍କୁ ସାମିଲ କରାଯାଇଥିଲା ।

ଆଜି ଗୃହରେ ଅଧ୍ୟକ୍ଷତା କରୁଥିବାବେଳେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡା, କଂଗ୍ରେସ ନେତା ଦିଗବିଜୟ ସିଂହ ଓ ତୃଣମୂଳ କଂଗ୍ରେସର ଡେରେକ ଓବ୍ରେନ କହିବାର ସୁଯୋଗ ପାଇଥିଲେ । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ବି ରାଜ୍ୟସଭାରେ ଅଧ୍ୟକ୍ଷତା କରିସାରିଛନ୍ତି ।

from Kanak News
via <a href="https://ifttt.com/?

ପିପିଲି ପାଇଁ କମର କଷିଲା ହାତ, ଆରମ୍ଭ ହେଲା ସଜବାଜ । ଉପ ନିର୍ବାଚନ ପାଇଁ ରୁଦ୍ଧଦ୍ୱାର ବୈଠକ ।

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ଆଜି ପିପିଲିରେ କଂଗ୍ରେସ କରିଛି ରୁଦ୍ଧଦ୍ୱାର ବୈଠକ । ଏଥିରେ ଉପସ୍ଥିତି ଅଛନ୍ତି ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଓ ଅନ୍ୟାନ୍ୟ ସଦସ୍ୟ । ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ କମର କଷିବା ଆରମ୍ଭ କରିଛି ।

ସେପଟେ ପିପିଲି ଉପନିର୍ବାଚନ ପାଇଁ ଏବେ ମା ଓ ପୁଅଙ୍କ ନାଁକୁ ନେଇ ଚର୍ଚ୍ଚା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଆଉ କିଛି ଦିନ ପରେ ଉପନିର୍ବାଚନ ହେବ । ଏଥିପାଇଁ ଜୋରଧରିଲାଣି ରାଜନୀତି ପାଣିପାଗ । ତେବେ ପିପିଲିରେ କାହାକୁ ବିଜେଡି ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇନଥିବାବେଳେ କର୍ମୀ କିନ୍ତୁ ମା ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି । ପିପିଲି ଓ ଡେଲାଙ୍ଗର କିଛି ସ୍ଥାନୀୟ ନେତା ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେଲେ ଭଲ ହେବ ବୋଲି ଖୋଲାଖୋଲି କହିଛନ୍ତି । ଗତକାଲି ରାତିରେ ପିପିଲି ଅଂଚଳର କିଛି ନେତା ଓ ୫ ଟି ଜିଲ୍ଲା ପରିଷଦର ସଭ୍ୟସଭ୍ୟା ଏ ନେଇ ନିଜର ମତ ରଖିଛନ୍ତି ।

from Kanak News
via <a href="https://ifttt.com/?

ଖବରକାଗଜରେ ଜମି ନିଲାମ ନେଇ ବିଜ୍ଞାପନ ଦେଇଥିଲେ ବ୍ୟାଙ୍କ ମ୍ୟାନେଜର । ଜମି କିଣିବାକୁ ଟଙ୍କା ଦେବା ପରେ ଠକାମୀର ଶିକାର ହେଲେ ନାବିକ କର୍ମଚାରୀ ।

କନକ ବ୍ୟୁରୋ : ଜାଗା ନିଲାମ ସମ୍ପର୍କରେ ଖବରକାଗଜରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଏହାକୁ ଭରସା କରି ପ୍ରପର୍ଟି କିଣିବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ନାବିକ କର୍ମଚାରୀ । ନାବିକ ଭାବେ କାମ କରୁଥିବା ମନୋରଂଜନ ସିଂଙ୍କ ଘର କଟକ ଜିଲ୍ଲା ଟାଙ୍ଗି ଥାନା ଅଂଚଳରେ । ଚୌଦ୍ୱାର ବଜାର ନିକଟସ୍ଥ ରାଜପଥ ପାଖରେ ଏକ ଜମିର ନିଲାମ ସମ୍ପର୍କରେ ଜାଗମରାର ଭୁବନେଶ୍ୱରର ଏକ ବ୍ୟାଙ୍କ ମ୍ୟାନେଜରଙ୍କ ପକ୍ଷରୁ ଖବରକାଗଜରେ ଏକ ବିଜ୍ଞାପନ ଆସିଥିଲା । ଏହାକୁ ଦେଖିବା ପରେ ବ୍ୟାଙ୍କ ମ୍ୟାନେଜର ପାର୍ଥ ସାରଥୀ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ ।

ବ୍ୟାଙ୍କ ମ୍ୟାନେଜର ବାବୁ ମନୋରଂଜନଙ୍କୁ ଗାଡିରେ ଆଣି ଜାଗା ଓ ନିର୍ମାଣ ହୋଇଥିବା କୋଠା ଦେଖାଇଥିଲେ । ଜମିନେବାକୁ ହେଲେ ଅଗ୍ରୀମ ୨୫ ପ୍ରତିଶତ ଅର୍ଥ ଅର୍ଥାତ୍ ୭ ଲକ୍ଷ ୩୮ ହଜାର ୭୫୦ ଟଙ୍କା ପୈଠ କରିବାକୁ କହିବା ପରେ ଅର୍ଥ ଯୋଗାଡ କରି ପୈଠ କରିଦେଇଥିଲେ ମନୋରଂଜନ । କିନ୍ତୁ ଟଙ୍କା ପାଇବା ପରେ ଜମିର ଚିହ୍ନଟ ପାଇଁ ଆଉ ଆସିନଥିଲେ ଓଜିବି ବ୍ୟାଙ୍କ ମ୍ୟାନେଜର ବାବୁ । ସନ୍ଦେହ ହେବାରୁ ନିଜେ ଅମିନ ଡକାଇ ମାପ ଚୁପ କରିବା ପରେ , ବ୍ୟାଙ୍କ ମ୍ୟାନେଜର ଦେଖାଇଥିବା ଜମି ଅନାବାଦି ଓ ନିଲାମ ପାଇଁ ବିଜ୍ଞାପନ ଆସିଥିବା ଜାଗା ଅଲଗା ସ୍ଥାନରେ ଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣା ପରେ ମନୋରଂଜନ ଦେଇଥିବା ଟଙ୍କା ଫେରାଇବାକୁ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ । ତେବେ ନିର୍ଦ୍ଧାରିତ ସମୟରେ ବଳକା ଅର୍ଥ ଦେଇନଥିବାରୁ ତାହା ବାଜ୍ୟାପ୍ତି ହୋଇଯାଇଥିବା ଓଜିବି ବ୍ୟାଙ୍କ ମ୍ୟାନେଜର କହିଥିଲେ । ଏହା ଶୁଣିବା ପରେ ମନୋରଂଜନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଜମି ନପାଇ, ଲକ୍ଷାଧିକ ଟଙ୍କା ହରାଇ ଶେଷରେ ପୋଲିସର ଆଶ୍ରୟ ନେଇଛନ୍ତି ମନୋରଂଜନ ସିଂ । ଘଟଣାର ଏବେ କଟକ ଡିସିପି ତଦନ୍ତ କରୁଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started