ବାଡି ଭିତରେ କଟା ପାପୁଲି । ଯାଜପୁର କୁଆଖିଆରୁ ମିଳିଲା କଟା ପାପୁଲି ।

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ବାଡ଼ିରେ ଏକ କଟା ପାପୁଲି ଚିହ୍ନଟ ହୋଇଛି ।

ଆଜି ସକାଳୁ ପରିବାରର ମହିଳା ସଦସ୍ୟ ଏହାକୁ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପାପୁଲି ଦେଖିବା ପାଇଁ ଗ୍ରାମର ଲୋକମାନେ ରୁଣ୍ଡ ହୋଇଛନ୍ତି । ଏହା ଏକ ପୁରୁଷର ହାତ ବୋଲି ଅନୁମାନ କରାଯାଉଛି । କୁଆଖିଆ ପୁଲିସକୁ ଏନେଇ ଖବର ଦିଆଯାଇଛି । ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିନାହିଁ ।

from Kanak News
via <a href="https://ifttt.com/?

ବଜେଟ୍ ପରେ ଲୋକଙ୍କ ଉପରେ ମହଙ୍ଗା ମାଡ । ବଢିଲା ରୋଷେଇ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ ଦର

କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ଗୁରୁବାର ପୁଣି ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ଲେଖାଏଁ ବଢିଥିବା ବେଳେ ପ୍ରତି ଏଲପିଜି ସିଲିଣ୍ଡର ଉପରେ ଦାମ ୩୫ ଟଙ୍କା ବୃଦ୍ଧି ପାଇଛି ।
ସୂଚନା ଥାଉକି ବଜେଟ୍ ରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଯାଇଛି । କିନ୍ତୁ ସରକାର କହିଛନ୍ତି କି ଏହା ଉପଭୋକ୍ତାଙ୍କ ଉପରେ ବୋଝ ହେବ ନାହିଁ ।
ଇଣ୍ଡିଆନ ଅଏଲର ସୂଚନା ମୁତାବକ ଉପଭୋକ୍ତାଙ୍କୁ ୧୪ କିଲୋଗ୍ରାମ ଅଣ-ସବସିଡି ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ୨୫ ଟଙ୍କା ଦେବାକୁ ପଡିବ । ଏହି ଦର ଧାର୍ଯ୍ୟ ହେବା ପରେ ଦିଲ୍ଲୀରେ ସିଲିଣ୍ଡର ପିଛା ୭୧୯ ଟଙ୍କା, କୋଲକତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଓ ଚେନ୍ନାଇରେ ୭୩୫ ଟଙ୍କା ହୋଇଛି । ଅନ୍ୟପଟେ ଆନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳ ମୂଲ୍ୟ ଲଗାତର ଭାବେ ବୃଦ୍ଧି ପାଉଛି   । ତେଣୁ ଦେଶରେ ତୈଳଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବା କଥା କହିଛି ଇଣ୍ଡିଆନ ଅଏଲ ।
ଯଦି ଦେଶର ପ୍ରମୁଖ ସହର ମାନଙ୍କରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ଦେଖାଯିବ ତେବେ ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ୮୬.୬୫ ଟଙ୍କା, ଡିଜେଲ ୭୬.୮୩ ଟଙ୍କାରେ ପହଂଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ୯୩.୨୦ ଟଙ୍କା, ଓ ଡିଜେଲ ୮୩.୬୭ ଟଙ୍କାରେ ପହଂଚିଛି । ଚେନ୍ନାଇରେ ପେଟ୍ରୋଲ ଦର ୮୯.୧୩ ଟଙ୍କା ଓ ଡିଜେଲର ଦର ୮୨.୦୪ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ଦାମ ୮୮.୦୧ ଟଙ୍କା ଥିବା ବେଳେ ଡିଜେଲର ଦାମ ୮୦.୪୧ ଟଙ୍କା ରହିଛି ।
କହିରଖୁ କି ଆଜି ତୈଳଦର ବୃଦ୍ଧିପରେ ଚଳିତ ବର୍ଷ ଏହା ସର୍ବାଧିକ ସ୍ତରରେ ପହଂଚିଛି । ଫଳରେ ଦେଶର ଖାଉଟି ମାନଙ୍କ ପାଇଁ ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । ବର୍ଷ ୨୦୨୧-୨୨ ବଜେଟରେ ପେଟ୍ରୋଲ ଉପରେ ୨.୫୦ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୪ ଟଙ୍କା ପ୍ରତି ଲିଟର କୃଷି ସେସ୍ ଲଗାଇବାକୁ ସରକାର ନିସ୍ପତ୍ତି ନେଇଛନ୍ତି । ହେଲେ ଏହି କୃଷି ସେସ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଛନ୍ତି । ସେ କହିଛନ୍ତି କି କୃଷି ସେସ୍ ବୃଦ୍ଧି ସହ ବାଣିଜ୍ୟ ଏକ୍ସସାଇଜ୍ ଡ୍ୟୁଟି ଓ ଆଡିସିନାଲ ଏକ୍ସସାଇଜ୍ ଡ୍ୟୁଟି ରେଟ୍ କମ୍ କରାଯାଇଛି ।

from Kanak News
via <a href="https://ifttt.com/?

କୃଷକଙ୍କୁ ଭେଟିଲେ ବିରୋଧୀ ଦଳ । ପ୍ରତିବାଦସ୍ଥଳ ପରିଦର୍ଶନ କଲେ ୧୦ ବିରୋଧୀ ଦଳର ୧୫ ସାଂସଦ ।

କନକ ବ୍ୟୁରୋ : କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କୁ ଭେଟିବାକୁ ଆଜି ସକାଳେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁରରେ ପହଞ୍ଚିଥିବା ୧୦ଟି ବିରୋଧୀ ରାଜନୈତିକ ଦଳର ୧୫ଜଣ ସାଂସଦଙ୍କୁ ପୁଲିସ ଅଟକାଇଥିବା କଥା ଜଣେ ସାଂସଦ କହିଛନ୍ତି । ଶୀରୋମଣି ଅକାଳି ଦଳର ହର୍‌ସିମ୍ରତ୍‌ କୌର୍‌ ବାଦଲ, ନ୍ୟାସ୍‌ନାଲିଷ୍ଟ୍‍ କମ୍ୟୁନିଷ୍ଟ୍‍ ପାର୍ଟିର ସୁପ୍ରିୟା ସୁଲେ, ଡିଏମ୍‌କେର କାନିମୋଝି ଏବଂ ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ ଅନ୍ୟ ସାଂସଦମାନେ ଏକ ବସ୍‌ରେ ଦିଲ୍ଲୀ ସୀମାନ୍ତକୁ ଯାଇଥିଲେ ।

ବାଦଲ୍‌ ଟୁଇଟ୍‌ କରିଛନ୍ତି, ଗାଜିପୁର ସୀମାନ୍ତରେ ଉପୁଜିଥିବା ଅବସ୍ଥା ପ୍ରତ୍ୟକ୍ଷଭାବେ ଦେଖିଲୁ । ଅନ୍ନଦାତାମାନଙ୍କ ପ୍ରତି ଯେଭଳି ଆଚରଣ ପ୍ରଦର୍ଶନ କରାଯାଉଛି ତାହା ଦେଖି ଦୁଃଖ ପାଇଲୁ । କୃଷକମାନଙ୍କୁ କଙ୍କ୍ରିଟ୍‌ ଓ କଣ୍ଟାତାର ବାଡ଼ ଘେରରେ ରଖାଯାଇଛି । ପ୍ରତିବାଦସ୍ଥଳକୁ ଆମ୍ବୁଲାନ୍‌ସ୍‌ ଏବଂ ଦମକଳ ଗାଡ଼ି ମଧ୍ୟ ପ୍ରବେଶ କରିପାରୁ ନାହିଁ ।

ଗଣମାଧ୍ୟମକୁ ସେ କହିଛନ୍ତି, ସଂସଦରେ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ଆଲୋଚନା କରିବା ନିମନ୍ତେ ଆମେ ଏଠାକୁ ଆସିଛୁ। ବାଚସ୍ପତି ଆମକୁ ଏ ପ୍ରସଙ୍ଗ ଉତଥାପନ କରାଇ ଦେଉନାହାନ୍ତି । ଏଠାରେ କ’ଣ ଚାଲିଛି, ଏବେ ସବୁ ଦଳ ବିସ୍ତାର ଭାବେ କହି ପାରିବେ । ଜାନୁଆରି ୨୬ ଦିଲ୍ଲୀ ହିଂସାକାଣ୍ଡ ଘଟଣା ଲାଗି କଠୋର ପଦକ୍ଷେପ ଗ୍ରହଣ ପାଇଁ ଦାବି କରୁଥିଲେ ମଧ୍ୟ ଗତକାଲି ସଂସଦରେ ଆଲୋଚନା ସମୟରେ କେତେକ ବିରୋଧୀ ଦଳ ଏହି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବାକୁ ସରକାରଙ୍କୁ କହିଥିଲେ ।

from Kanak News
via <a href="https://ifttt.com/?

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ । ୩,୩୫,୩୬୯ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ବାକି ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୬୯ ହୋଇଥିବା ବେଳେ ଏବେ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୨ ହଜାର ୪୯୯ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୯୧୦ ଜଣ ।

ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୬ ଜଣ, ଦେଓଗଡ଼ରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ୪ ଜଣ, ଜଗତ୍‌ସିଂହପୁରରୁ ଜଣେ, ଯାଜପୁରରୁ ୨ ଜଣ, ଝାରସୁଗୁଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୭ ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୯ ଜଣ, ପୁରୀରୁ ୮ ଜଣ, ରାୟଗଡ଼ରୁ ୪ ଜଣ, ସମ୍ବଲପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୨୬ ଜଣ, ଷ୍ଟେଟ୍‌ପୁଲ୍‌ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

from Kanak News
via <a href="https://ifttt.com/?

ରାସ୍ତା କଡରୁ ମିଳିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ । କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ । 

କନକ ବ୍ୟୁରୋ : ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତାରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ତଦନ୍ତ କରୁଛି ।

ତେବେ ରାସ୍ତାରେ ମହିଳାଙ୍କୁ ମୃତଦେହ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ମୃତଦେହଟିକୁ ଉଦ୍ଧାର କରାଯାଇଛି, ତାହା ମୁଣ୍ଡ ବିହୀନ । ଯେଉଁଥିପାଇଁ ମହିଳାଙ୍କୁ କେହି ଦୁବୃର୍ତ୍ତ ହତ୍ୟା କରି ଫିଙ୍ଗିଦେଇଥିବା ପୋଲିସ ସନ୍ଦେହ କରୁଛି । ତେବେ ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଲେ ଜୋରିମାନା । ବସିଥିବା ହେଲପର ପାଇଁ ମଧ୍ୟ କଟଗଲା ଚାଲାଣ ।

କନକ ବ୍ୟୁରୋ : ହେଲମେଟ୍ ପିନ୍ଧିନଥିଲେ ବୋଲି ଟ୍ରକ ଚାଳକ ଗଣିଛନ୍ତି ଜରିମାନା । କେବଳ ଚାଳକ ନୁହନ୍ତି, ବସିଥିବା ହେଲପର ପାଇଁ ମଧ୍ୟ ପିଲିଅନ୍ ହେଲମେଟ୍ ପାଇଁ କଟା ଯାଇଛି ଚାଲାଣ । ଏଭଳି ବିଚିତ୍ର ଘଟଣା ଯାଜପୁର ପୁଲିସ ଅଂଚଳରେ ଘଟିଛି । ସୂଚନା ମୁତାବକ ପହରକଂଟାର ଜ୍ୟୋତିରଂଜନ ସାହୁଙ୍କର ଏକ ଟ୍ରକ ରହିଛି । ଏହି ଟ୍ରକ ନେଇ ଚାଳକ ପ୍ରକାଶ ପାଣି ଯାଜପୁରରୁ ଚଣ୍ଡିଖୋଲ ଫେରୁଥିଲେ । ଚଣ୍ଡିଖୋଲ ଛକଠାରୁ ଏକ କିଲୋମିଟର ଦୂରରେ ପୁଲିସ ପକ୍ଷରୁ କୋଭିଡ୍ କଟକଣା ଏନଫୋର୍ସମେଂଟ ଚାଲିଥିଲା । ଚାଳକ ପ୍ରକାଶ ମାସ୍କ ପିନ୍ଧିଥିଲେ ହେଲେ ମାସ୍କ ଟିକେ ଖସି ଯାଇଥିଲା । ଏଣୁ ତାଙ୍କୁ ଚାଲାଣ କାଟିବା ପାଇଁ ଅଧିକାରୀ କହିଥିଲେ ।

କିଛି ସମୟ ଯୁକ୍ତି ହେବାରୁ ଅଧିକାରୀ ରାଗି ଯାଇଥିଲେ । ଚାଲାଣ କାଟିବା ପାଇଁ ଯୋଜନା କରିଥିଲେ । ହେଲେ ମାସ୍କ ପାଇଁ ମାତ୍ର ଶହେରୁ ୨ଶହ ଟଙ୍କା କାଟିବାକୁ ଥିଲା । କିନ୍ତୁ ଅଧିକାରୀ ରାଗି ଯାଇଥିବାରୁ ହଜାରେ ଟଙ୍କିଆ ଫାଇନ କାଟିବାକୁ ନିୟମ ଖୋଜିଥିଲେ । ହେଲମେଟ ଆଇନରେ ହଜାରେ ଟଙ୍କାର ଜରିମାନା ଥିବା ଦେଖି ଏହି ଚାଲାଣ କାଟିଥିଲେ । ହେଲେ ଗାଡ଼ି ଯେ ଟ୍ରକ ଥିଲା ଏକଥା ଚାଲାଣ କାଟିବା ବେଳେ ଅଧିକାରୀ ଭୁଲି ଯାଇଥିଲେ । ଟ୍ରକ ନମ୍ବର ପକାଇ ହେଲମେଟ ପାଇଁ ଚାଲଣ କାଟିଥିଲେ । ଏହି ଚାଲାଣ ଏବେ ଭାଇରାଲ ହେବାର ଲାଗିଛି । ଅଧିକାରୀ ରାଗିଲେ କ’ଣ କ’ଣ କରିପାରନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି ।

from Kanak News
via <a href="https://ifttt.com/?

ଇଏ ସେହି ସ୍କୁଟି । ଝରାଫୁଲ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା ବଡ଼ ସୁରାକ । 

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ବଡ଼ ସୁରାକ । ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ସ୍କୁଟର । ସ୍କୁଟରକୁ ଜବତ କଲା ଯାଜପୁର ପୋଲିସ । ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ତାହାର ସହଯୋଗୀ ।

ତେବେ ଗତକାଲି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଯାଜପୁରରୁ ଭୁବନେଶ୍ୱରକୁ ଆଣି ସିନ-ରିକ୍ରିଏଟ୍ କରିଥିଲା କୁଆଖିଆ ପୁଲିସ । ସୁନ୍ଦରପଦାରେ ଥିବା ଅଭିଯୁକ୍ତର ଘର, ପୋଖରୀପୁଟ ମଧୁସୁଦନ ପାର୍କ, ଫାଷ୍ଟଫୁଡ ଦୋକାନ ଓ ଗେଷ୍ଟ ହାଉସକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିଲା । ଗେଷ୍ଟ ହାଉସରେ ଝରାଫୁଲ ଓ ରାକେଶ ରହଣୀ ସମୟରେ କଣ ସବୁ ଘଟିଥିଲା । ସେନେଇ ଗୋଟି ଗୋଟି କରି ପୁଲିସ ଉପସ୍ଥିତିରେ ଅଭିଯୁକ୍ତ ଡେମୋ ଦେଖାଇଛି । ଆଉ କ୍ରାଇମର ରି-କ୍ରିଏସନ ଦେଖିବା ପରେ ପୁଲିସକୁ ଝରାଫୁଲ ମୃତ୍ୟୁର କିଛି ଖିଅ ମିଳିପାରେ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

କାଲିଠୁ ଇଣ୍ଡିଆ-ଇଂଲଣ୍ଡ କଡା ମୁକାବିଲା । ଚେନ୍ନାଇରେ ଖେଳାଯିବ ପ୍ରଥମ ଟେଷ୍ଟ ।

କନକ ବ୍ୟୁରୋ : ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ଅଷ୍ଟ୍ରେଲିଆ ଗସ୍ତର ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳର ନଜର ଏବେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଉପରେ ରହିଛି । ଅଧିନାୟକ ବିରାଟ କୋହଲି ଫେରିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି । ତେବେ କିଛି ଅଭିଜ୍ଞ ଫେରିବା ପରେ ଦଳୀୟ ଅଧିକାରୀମାନେ ଏବେ ଚୂଡ଼ାନ୍ତ ଏକାଦଶ ଚୟନ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟ ଉପହାର ଦେଇଥିବା କିଛି ଯୁବ ଖେଳାଳି ଇଂଲଣ୍ଡ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ ରହିଛି । ରବୀନ୍ଦ୍ର ଜାଦେଜା, ଉମେଶ ଯାଦବ ଏବଂ ମହମ୍ମଦ ସାମି ଏବେ ବି ଶତ ପ୍ରତିଶତ ଫିଟ୍ ନଥିବାରୁ ଯୁବ ଖେଳାଳିଙ୍କ ପାଇଁ ଏହି ଶୃଙ୍ଖଳାରେ ଅବଶ୍ୟ କିଛି ସ୍ଥାନ ଖାଲି ରହିଛି । ତଥାପି କାହାକୁ ନେବେ, କାହାକୁ ନନେବେ ସେ ସଂଶୟ ଏବେ ବି ଅଧିକାରୀଙ୍କ ମନରେ ରହିଛି । ଶୁବମନ ଗିଲ୍ ଅଷ୍ଟ୍ରେଲିଆରେ କେତେକ ଦାୟିତ୍ବବାନ ପାଳି ଖେଳିବା ପରେ ଭାରତର ପ୍ରାରମ୍ଭିକ ଯୋଡ଼ି ସମସ୍ୟା ଆପାତତଃ ଦୂର ହୋଇଛି । ତା’ ସହ ଘରୋଇ ପରିବେଶରେ ଭାରତ ଗତ କିଛି ବର୍ଷ ହେବ ଚମତ୍କାର ପ୍ରଦର୍ଶନ କରି ଆସୁଛି ।

ଘରୋଇ ପରିବେଶରେ ଟିମ୍ ଇଣ୍ଡିଆ ଲଗାତାର ୧୨ ଶୃଙ୍ଖଳା ବିଜୟ ହାସଲ କରିଛି । ଖେଳିଥିବା‌ ଗତ ୩୫ ଟେଷ୍ଟ୍‌ରୁ ମାତ୍ର ଗୋଟିକରେ ପରାଜିତ ହୋଇଛି । ଇଂଲଣ୍ଡର ୨୦୧୬-୧୭ ଗସ୍ତରେ ମଧ୍ୟ ଭାରତ ୪-୦ରେ ଶୃଙ୍ଖଳା ମୂଳପୋଛ କରିଥିଲା । ସଂଯୋଗବଶତଃ ୨୦୧୨-୧୩ ଗସ୍ତରେ ଇଂଲଣ୍ଡ ହିଁ ଶେଷ ଥର ପାଇଁ ଭାରତକୁ ଭାରତରେ ପରାସ୍ତ କରିଥିଲା । ଇଂଲଣ୍ଡ ମଧ୍ୟ ଗତ ମାସରେ ଶ୍ରୀଲଙ୍କାକୁ ୨-୦ରେ ମୂଳପୋଛ କରି ଭାରତ ଆସିଛି । ତେବେ ବିଭିନ୍ନ ଫର୍ମାଟ୍‌ରେ ଖେଳାଳି ଅଦଳ ବଦଳ କରି ଖେଳିବା ହୁଏତ ଇଂଲଣ୍ଡ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ । ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପରେ ୱିକେଟ୍ ରକ୍ଷକ ଜୋସ୍ ବଟଲର ସ୍ବଦେଶ ଫେରିଯିବେ । ଜନି ବେୟାରଷ୍ଟୋ, ସାମ୍ କରନ ଓ ମାର୍କ ଉଡଙ୍କ ଭଳି ଖେଳାଳି କେବଳ ଶେଷ ଦୁଇ ଟେଷ୍ଟ୍ ଖେଳିବେ । ଅବଶ୍ୟ ଶ୍ରୀଲଙ୍କା ଶୃଙ୍ଖଳା ଖେଳିନଥିବା ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଏବଂ ପ୍ରାରମ୍ଭିକ ବ୍ୟାଟର୍‌ ରୋରି ବର୍ନସ ଦଳକୁ ଫେରିବା ନେଇ ଇଂଲଣ୍ଡ ଉତ୍ସାହିତ ଅଛି । ଭାରତ ଏହି ଶୃଙ୍ଖଳାକୁ ଅତି କମ୍‌ରେ ୨-୧ରେ ଜିତିଲେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିବ । ଅନ୍ୟପକ୍ଷରେ ତିନିଟି ଟେଷ୍ଟ୍ ଜିତିଲେ ଇଂଲଣ୍ଡ ଫାଇନାଲ୍‌ ଖେଳିବ । ଶୃଙ୍ଖଳା ଅମୀମାଂସିତ ରହିଲେ ଭାରତ ଓ ଇଂଲଣ୍ଡକୁ ଚକ୍‌ମା ଦେଇ ଅଷ୍ଟ୍ରେଲିଆ ଫାଇନାଲ୍ ଟିକେଟ ହାସଲ କରିନେବ ।

ଅଷ୍ଟ୍ରେଲିଆରେ ଦ୍ରୁତ ବୋଲର ଭାରତକୁ ଶୃଙ୍ଖଳା ବିଜୟ ଉପହାର ଦେଇଥିଲେ ମଧ୍ୟ ଘରୋଇ ପରିବେଶରେ କୋହଲି ବାହିନୀ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାର ପୁରୁଣା ରଣନୀତିକୁ ଆପଣାଇପାରେ । କାରଣ ପ୍ରଥମ ଟେଷ୍ଟ୍ ଖେଳାଯିବାକୁ ଥିବା ଚେପକ୍ ପିଚ୍‌ରେ ପାରମ୍ପରିକ ଭାବେ ପ୍ରଥମ ଦିନ ଉଚ୍ଛାଳ ମିଳିଥାଏ । ଦ୍ବିତୀୟ ଏବଂ ତୃତୀୟ ଦିନରେ ଏଠାରେ ବ୍ୟାଟିଂ କରିବା ଅପେକ୍ଷାକୃତ ସହଜ ହୋଇଥାଏ । ଶେଷ ଦୁଇ ଦିନରେ କିନ୍ତୁ ବଲ୍ ତୁଳନାତ୍ମକ ଭାବେ ଅଧିକ ଘୂରିଥାଏ । ଏଣୁ ଭାରତ ଦଳରେ ଅଧିକ ସ୍ପିନରଙ୍କୁ ରଖିପାରେ । ଏହି କ୍ରମରେ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ପ୍ରଥମ ପସନ୍ଦର ବୋଲର ହେବେ । ଏହା ପରେ ଅଫ୍‌ସ୍ପିନର ୱାସିଂଟନ୍ ସୁନ୍ଦର ଏବଂ ବାମହାତୀ ପାରମ୍ପରିକ ସ୍ପିନର ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ଶ୍ରୀଲଙ୍କାର ବାମହାତୀ ସ୍ପିନର ଲସିଥ ଏମ୍ବୁଲଦେନିଆ ମାତ୍ର ଗୋଟିଏ ସପ୍ତାହ ତଳେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ବିପକ୍ଷରେ ଢେର ସଫଳତା ପାଇଥିବାରୁ ପଟେଲଙ୍କ ସପକ୍ଷରେ ନିଷ୍ପତ୍ତି ଯାଇପାରେ । ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଏବଂ ଋଷବ ପନ୍ତ ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ଥିଲା ବେଳେ ବୁଧବାର ଦଳ ସହ ଅଭ୍ୟାସ କରିବାକୁ ଯାଉଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ଆମେରିକାର ପ୍ରତିକ୍ରିୟା । ୱାଂଶିଟନ କହିଲା, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଗଣତନ୍ତ୍ରର ଅଂଶ, ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜରୁରୀ ।

କନକ ବ୍ୟୁରୋ : ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏନେଇ ପ୍ରତିକ୍ରିୟା ରଖିଛି । ଆମେରିକା କହିଛି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତନ୍ତ୍ରର ଅଂଶ ଓ ଏନେଇ କଥାବାର୍ତ୍ତା ଜରିଆରେ ଆଲୋଚନା ହେବା ଦରକାର । ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ ।

ସେପଟେ ସୋସିଆଲ ମିଡିଆରେ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ ୱାର ଜାରି ରହିଛି । ଚାଷୀଙ୍କୁ ନେଇ ଅନ୍ତର୍ଜାତୀୟ ସେଲିବ୍ରିଟି ରିହାନା ଟ୍ୱିଟ କରିବା ପରେ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ସେଲିବ୍ରିଟି, କ୍ରିକେଟର ଚାଷୀ ଆନ୍ଦୋଳନ ନେଇ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ହ୍ୟାସଟ୍ୟାଗ ଇଣ୍ଡିଆ ଟୁଗେଦର ସହିତ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଟ୍ୱିଟରେ ସେ କହିଛନ୍ତି, ଭାରତ ଏକ ମହାନ ଦେଶ ଓ ଆମେ ଭାରତୀୟ ଏହାକୁ ନେଇ ଗୌରବାନ୍ୱିତ ମନେ କରୁଛୁ । ମୋର ପୁରା ଭରସା ଅଛି ଜଣେ ଭାରତୀୟ ଭାବରେ ଏହାର ସୌହାର୍ଯ୍ୟପୂର୍ଣ୍ଣ ସମାଧାନ ହୋଇପାରିବ ।

ସେହିଭଳି ଫିଲ୍ମଷ୍ଟାର ଅକ୍ଷୟକୁମାର ଓ ଅଜୟ ଦେବଗନ ବି ଟ୍ୱିଟ କରିଛନ୍ତି । ସେ ସରକାରଙ୍କ ପକ୍ଷ ନେଇ ସମସ୍ୟାର ସମାଧାନ କରିବାକୁ ମତ ଦେଇଛନ୍ତି । ଅକ୍ଷୟ ଲେଖିଛନ୍ତି, କୃଷକ ଦେଶର ଅଭିନ୍ନ ଅଙ୍ଗ, ସେମାନଙ୍କ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଦରକାର । ଅଜୟ ଦେବଗନ କହିଛନ୍ତି, ଭାରତ ଓ ଏହାର ନୀତି ବିରୁଦ୍ଧରେ ଚାଲିଥିବା ମିଥ୍ୟା ଅପପ୍ରଚାରରୁ ଲୋକେ ଦୂରେଇ ରୁହନ୍ତୁ । ବର୍ତମାନ ନିଜ ଭିତରେ କଳି ନ କରି ସମସ୍ତେ ଏକଜୁଟ ରହିବାର ଆବଶ୍ୟକତା ରହିଛି ।

from Kanak News
via <a href="https://ifttt.com/?

ସେଦିନର ଭାରୋତ୍ତଳନକାରୀ, ଆଜିର ଶ୍ରମିକ । ଘରେ ଅଛି ମାଳମାଳ ମେଡାଲ, ହେଲେ ପୂରୁନି ପେଟ । କାନ୍ଧରେ ଜୀବନର ବୋଝ ବୋଲି ପର ଘରେ ମୂଲ ଲାଗୁଛନ୍ତି ଉମରକୋଟର ଅରୁଣ ।

କନକ ବ୍ୟୁରୋ : ପର ଜମିରେ ମୂଲ ଲାଗୁଛନ୍ତି ଅନେକ ସ୍ୱର୍ଣ୍ଣ ପଦକର ଅଧିକାରୀ ଅନ୍ତର୍ଜାତୀୟ ଭାରତୋଳନକାରୀ । ଅନ୍ତଃଜାତୀୟ ପ୍ରତିଯୋଗିତାରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଭା ଆଜି ଦିନ ମଜୁରିଆ ସାଜିଛନ୍ତି । ଭାରତୋଳନ କରି ଦେଶ ପାଇଁ ମେଡାଲ ଆଣିଥିବା ପ୍ରତିଭାଙ୍କ ପାଇଁ ଆଜି ପରିବାର ବୋଝ ପାଲଟି ଯାଇଛି ।

ଦିନେ ଭାରତୋଳନ କରିବାକୁ ମନରେ ପ୍ରବଳ ଆଗ୍ରହ ଥିଲା, ଦେହରେ ଭୀମର ବଳ ଥିଲା, ହେଲେ ଏବେ ପରିବାର ମୁହଁରେ ଦାନା ଦେବାକୁ ସାମର୍ଥ୍ୟ ନାହିଁ । ବିଦେଶରେ ଖେଳି ନାଁ କମେଇଥିଲେ, ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିଲେ । ଏବେ କିନ୍ତୁ ଜୀବନ ଚକ୍ର ପୁରା ବିପରିତ ଦିଗକୁ ଘୁରି ଯାଇଛି । ଜଣେ ମାଳମାଳ ମେଡାଲ ହାତେଇଥିବା ଭାରୋତଳନକାରୀ ଦୁଇ ଓଳି ଦାନା ଯୋଗାଡ ପାଇଁ ଦିନ ମଜୁରିଆ ସାଜିଛନ୍ତି । ଚାଷ ଜମିରେ ଝାଳ ବୁହାଉଥିବା ଏହି ବ୍ୟକ୍ତି ହେଉଛନ୍ତି ଭାରୋତଳନକାରୀ ନବରଙ୍ଗପୁର ଉମରକୋଟ ବ୍ଲକ ତେଲାରି ଗାଁର ଅରୁଣ ସାନ୍ତା ।

ଅରୁଣ ସପ୍ତମ ଶ୍ରେଣୀରେ ପାଠ ପଢିବା ପରେ ବ୍ରହ୍ମପୁର ହଷ୍ଟେଲରେ ରହି ପାଠ ପଢିବା ସହ ଭାରୋତଳନର ତାଲିମ ନେଇଥିଲେ । ସେହି ଠାରୁ ଜାତୀୟ, ଅନ୍ତଃଜାତୀୟ ସ୍ତରରେ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଏସବୁ ପଦକ ଜିଣିଛନ୍ତି । ଅନ୍ତଃଜାତୀୟ ଜୁନିୟର କମନ୍ ୱେଲ୍ଥ ଚାମ୍ପିୟନ୍ ସିପରେ ସ୍ୱର୍ଣ୍ଣ ପଦକ ଆଣିଥିଲେ ଅରୁଣ । ଏସିଆନ୍ କପରେ ସ୍ୱର୍ଣ୍ଣ ପଦକ ହାତେଇଥିବା ଏହି ଭାରୋତ୍ତଳନକାରୀ ୱାର୍ଲଡ୍ ଚମ୍ପିୟାନ ସିପରେ ପ୍ରତିନିଧିତ୍ୱ କରିଥିଲେ । ଆଗକୁ ଅଲିମ୍ପିକ୍ ଖେଳିବାକୁ ଲକ୍ଷ୍ୟ ରଖିଥିଲେ, କିନ୍ତୁ ସେତେବେଳେ ସରକାରୀ ସହାୟତା ନମିଳିବାରୁ ଅଧାରେ ଅଟକିଗଲା ଅଭାବୀ ପରିବାରର ଏହି ପ୍ରତିଭାଙ୍କ ସ୍ୱପ୍ନ । ଅଭାବ ସିନା ଅରୁଣଙ୍କ ଆଶାକୁ ଧୂଳିସାତ କରିଦେଇଛି, ସେ କିନ୍ତୁ ଚାହାନ୍ତି ଉମରକୋଟରେ ଏକ ଏକାଡେମୀ କରି ପିଲାଙ୍କୁ ଭାରତୋଳନ ପ୍ରଶିକ୍ଷଣ ଦେବା ପାଇଁ । ହେଲେ ଏଥିପାଇ ବହୁତ ଟଙ୍କା ଦରକାର । ଯାହା ପାଖରେ ଖାଇବାକୁ ପଇସା ନାହିଁ, ସେ କେମିତି ପୂରଣ କରିବେ ଏତେ ବଡ ସ୍ୱପ୍ନ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started