ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦେଶୀ ବୋଟରେ ପାର ହେବା ବେଳ ମଝିରାସ୍ତାରେ ଶିଶୁପୁତ୍ର ଜନ୍ମ

ପୁଣି ସାମ୍ନାକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ବିଶାଳ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଆର ପାଖରେ ଡାକ୍ତରଖାନା । ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ଅପର ପାଖରେ ଥିବା ଏନ୍ ପାଡେପଦର ପଂଚାୟତର ଲିଟିମାସ୍କ ଗାଁ ।

ସ୍ଥାନୀୟ ଭାଗିରଥୀ ମାଝୀଙ୍କ ପତ୍ନୀ ସରୋଜିନୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଜଳଭଣ୍ଡାରରେ ରୋଗୀଙ୍କ ଯାତାୟତ ପାଇଁ ଥିବା ଆମ୍ବୁଲାନ୍ସ ବୋଟକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଏହା ପହଂଚି ନଥିଲା ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଦେଶୀ ଡଙ୍ଗାରେ ଅତିବପଦ ଜଳଭଣ୍ଡାର ପାର କରାଯାଇଥିଲ।। ତେବେ ଦେଶୀ ଡଙ୍ଗାରେ ହିଁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ । ତେବେ ବହୁ କଷ୍ଟରେ ଜଳଭଣ୍ଡାର ପାର ହେବା ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆ ନିକଟସ୍ଥ ତେନ୍ତୁଳିଖୁଂଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଆବଶ୍ୟକ ବେଳେ ଜରୁରୀ ସେବା ନମିଳିବା ନିଶ୍ଚୟ ଏକ ଦୁର୍ଭାଗ୍ୟଜନକ ଘଟଣା । ଜଳଭଣ୍ଡାରର ଆର ପାଖରେ ଥିବା ଲୋକଙ୍କୁ ପାଇଁ ଆବଶ୍ୟକୀୟ ଜରୁରୀ ସେବା ଯୋଗାଇବା ଦିଗରେ ପ୍ରଶାସନ ଅଧିକ ଯତ୍ନବାନ ହେବାକୁ ଦାବି କରାଯାଉଛି ।

from Kanak News
via <a href="https://ifttt.com/?

କରୋନା ମୁକାବିଲାରେ ଭାରତର ନିଆରା ରେକର୍ଡ । ମାତ୍ର ୧୮ ଦିନରେ ୪୦ ଲକ୍ଷ ବ୍ୟକ୍ତିଙ୍କୁ କରାଗଲାଣି ଟିକାକରଣ

କରୋନା ଟିକାକରଣରେ ଭାରତ ଦ୍ରୁତତମ ଦେଶ ଭାବରେ ୪ ମିଲିଅନ୍ ବା ୪୦ ଲକ୍ଷ ଛୁଇଁବାକୁ ଯାଉଛି । ଟିକାକରଣ ଆରମ୍ଭ ହେବାର ମାତ୍ର ୧୮ ଦିନରେ ଏହି ସଫଳତା ମିଳିଛି । ଏହି ସମୟରେ ଦେଶର ୪୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ତେବେ ଏହି ସ୍ତରକୁ ଛୁଇବା ପାଇଁ ଆମେରିକାରୁ ୨୦ ଦିନ ଓ ୟୁକେକୁ ଲାଗିଥିଲା ୩୯ ଦିନ । ଫେବୃଆରୀ ୨ ତାରିଖ ସୁଦ୍ଧା ଦେଶର ମଧ୍ୟ ପ୍ରଦେଶରେ ସର୍ବାଧିକ ୬୯.୪ ପ୍ରତିଶତ ଟିକାକରଣ ଶେଷ ହୋଇ ସାରିଛି । ରାଜସ୍ଥାନରେ ଏହି ସଂଖ୍ୟା ୬୪.୭ ପ୍ରତିଶତ । ମଣିପୁରରେ ସବୁଠୁ କମ୍ ୧୦ ପ୍ରତିଶତ ତାଲିକାଭୁକ୍ତ ଲୋକଙ୍କୁ ଟିକାକରଣ କରାଯାଇଛି । ୫୦ ପ୍ରତିଶତରୁ ଅଧିକ ଟିକାକରଣ ସାରିଥିବା ରାଜ୍ୟ ତାଲିକାରେ ରହିଛି ଓଡିଶା, କେରଳ, ହରିଆଣା ଓ ଗୁଜରାଟ ପରି ରାଜ୍ୟ । କେନ୍ଦ୍ର ସରକାର ଆସନ୍ତା ମାର୍ଚ- ଏପ୍ରିଲ ସୁଦ୍ଧା ତିନି କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ ।

ଏକ ବିରଳ ଉପଲବ୍‌ଧି କ୍ରମରେ ଭାରତ ୪୦ ଲକ୍ଷ ହିତାଧିକାରୀଙ୍କର କୋଭିଡ୍‌ ଟିକାକରଣ କରିବାରେ ବିଶ୍ବର ଦ୍ରୁତତମ ଦେଶ ହେବାର ସୌଭାଗ୍ୟ ଅର୍ଜନ କରିଛି। ମାତ୍ର ୧୮ ଦିନ ଭିତରେ ଦେଶ ଏହି ଲକ୍ଷ୍ୟ ହାସଲ କରି ପାରିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟିକାକରଣ ସଂଖ୍ୟା ହିସାବରେ ଗତ ପହିଲାରେ ଭାରତ ବିଶ୍ବର ପ୍ରଥମ ୫ ରାଷ୍ଟ୍ର ମଧ୍ୟରେ ରହିଥିଲା। ତେବେ ଦେଶରେ ଜାରି ରହିଥିବା ଦ୍ରୁତ ଟିକାକରଣ ପ୍ରକ୍ରିୟା ଯୋଗୁଁ ଭାରତ ଏହି ରେକର୍ଡର ଅଧିକାରୀ ହୋଇପାରିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଓଡ଼ିଶା, ନାଗାଲାଣ୍ଡ, ଅରୁଣାଚଳପ୍ରଦେଶ, ଗୋଆ ଓ ପଣ୍ଡିଚେରି ଆଦି ଦେଶର ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେହି ଜଣେ ବି କୋଭିଡ୍‌ରେ ପ୍ରାଣ ହରାଇନଥିବା ଖବର ଏକ ଶୁଭ ସୂଚନା ବୋଲି କୁହାଯାଇଛି। ଅପରପକ୍ଷେ, ଏହି ସମୟ ଭିତରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ୧,୬୦,୦୫୭କୁ ଖସି ଆସିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ଏହା ସର୍ବନିମ୍ନ ୧.୫ ପ୍ରତିଶତ ହୋଇଛି। ସେହିପରି ଗତ ୭ ମାସ ଭିତରେ ନୂତନ ପୀଡ଼ିତଙ୍କ ସଂଖ୍ୟା ସର୍ବନିମ୍ନ ୧୧,୦୩୯ ରହିଥିବା ବେଳେ ୧୪,୨୨୫ ଜଣ ଆରୋଗ୍ୟଲାଭ କରିଛନ୍ତି।

from Kanak News
via <a href="https://ifttt.com/?

୬ତାରିଖରେ ଚକାଜାମ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ସେପଟେ ଦିଲ୍ଲୀ ସୀମାରେ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ : ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଦୀପ୍ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଛି କସରତ । ଏବେ ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦେବା ନେଇ ଦିଲ୍ଲୀ ପୋଲିସ ଘୋଷଣା କରିଛି ।

ଫେରାର ଦୀପ ସିଦ୍ଧୁଙ୍କ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ । ସେହିପରି ଯୁଗରାଜ ସିଂ, ଗୁରଜୋତ୍ ସିଂ, ଗୁରଜାଂଟ ସିଂଙ୍କ ନାଁରେ ବି ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଏହା ସହିତ ଯଜବୀର ସିଂ, ବୁଟା ସିଂ, ସୁଖଦେବ ଏବଂ ଇକବାଲ ସିଂ ପ୍ରମୁଖଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଦିଲ୍ଲୀ ପୋଲିସ ଘୋଷଣା କରିଛି ।

ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ଆଳରେ ଲାଲକିଲ୍ଲାରେ ଲଙ୍କାକାଣ୍ଡ ଘଟିଥିଲା । ଏହା ପରଠାରୁ ଦିଲ୍ଲୀ ପୋଲିସ ସିସିଟିଭି ଭିଡିଓ ସଂଗ୍ରହ କରି ଘଟଣା ପଛରେ ଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଆରମ୍ଭ କରିଛି ତନାଘନା ।

from Kanak News
via <a href="https://ifttt.com/?

ମିଆଁମାରରେ ସାମରିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । କହିଲେ, ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଥିଲା ଜରୁରୀ

କନକ ବ୍ୟୁରୋ : ମିଆଁମାରର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କୁ ଗିରଫ ପରେ ସେଠାରେ ପୁଣି ଥରେ ସାମରିକ ଶାସନ ଆରମ୍ଭ ହୋଇଯାଇଛି । ଏବଂ ସେନା ମୁଖ୍ୟଙ୍କ ହାତରେ ରହିଛି ଦେଶର ଶାସନ । ଏପରି ସ୍ଥିତିରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ସେନା ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ । ସେ କହିଛନ୍ତି, ମିଆଁମାରରେ ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଜରୁରୀ ଥିଲା । ଦେଶରେ ଆଇନ ଅନୁଯାୟୀ ସାମରିକ ଶାସନ ଲାଗୁ କରାଯାଇଛି ।

ନଭେମ୍ବରରେ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ନେଇ ସରକାର ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ରହିଛନ୍ତି । ତେଣୁ ଏହି ପଦକ୍ଷେପ ନେବା ଜରୁରୀ ଥିଲା । ମିଆଁମାରରେ ସାମରିକ ଶାସନ ଲାଗୁ ହେବା ପରେ ଏହାକୁ ସାମରକି ବିଦ୍ରୋହ ବୋଲି କହିଥିଲା ଆମେରିକା । ଏହା ପରେ ସେନା ମୁଖ୍ୟ ସର୍ବସମ୍ମୁଖରେ ଏହି ପଦକ୍ଷେପକୁ ଜରୁରୀ ବୋଲି କହିଛନ୍ତି ।

ଭାରତର ପଡୋଶୀ ରାଷ୍ଟ୍ର ମିଆଁମାରରେ ସାମରିକ ବିଦ୍ରୋହପରେ ସେନା ପକ୍ଷରୁ ପ୍ରମୁଖ ନେତାମାନଙ୍କୁ ଟାର୍ଗେଟ କରାଯାଉଛି । ଏପରିକି ଅନେକ ନେତାଙ୍କ ନାଁରେ ମିଥ୍ୟା କେସ କରି ତାଙ୍କୁ ଗିରଫ କରାଯାଉଥିବା କୁହାଯାଇଛି । ବେଆଇନ ଭାବେ ଟେଲିକମ ଉପକରଣ ଆମଦାନୀ ଅଭିଯୋଗରେ ମିଆଁମାରର ସର୍ବୋଚ୍ଚ ନେତ୍ରୀ ଆଙ୍ଗ ସାନ ସୁଙ୍କ ନାଁରେ ପୋଲିସ ମାମଲା ରୁୁଜୁ କରିଛି । ତଦନ୍ତ ପାଇଁ ତାଙ୍କୁ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଅଟକ ରଖାଯିବ । ତାଙ୍କ ଘରୁ ବିଦେଶୀ ୱାକିଟକି ମିଳିଥିବା ପୋଲିସ ନିଜ ଏଫଆଇଆରରେ ଉଲ୍ଲେଖ କରିଛି ।

ଗତ ନଭେମ୍ବର ମାସରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ସେନା ଓ ସରକାର ଭିତରେ ସମ୍ପର୍କ ଭଲ ନଥିଲା । ଏହି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଶାସନ ଡୋର ନିଜ ହାତକୁ ନେଇଛି ସେନା । ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯିବା ସହ ସେନାମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ ଶାସନ ନିଜ ହାତକୁ ନେଇଛନ୍ତି ।

ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରାଯିବା ସହ ଅନ୍ୟ ରାଷ୍ଟ୍ରରୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏବଂ ଟିଭି ଚ୍ୟାନେଲ, ଇଂଟରନେଟ ଓ ଫୋନ ସେବାକୁ ବନ୍ଦ କରି ଦିଆଯାଇଛି ।

from Kanak News
via <a href="https://ifttt.com/?

ସୀମା ବିବାଦ ପ୍ରସଙ୍ଗରେ ବଦଳିଲା ପାକିସ୍ତାନ ସେନା ମୁଖ୍ୟଙ୍କ ସ୍ୱର । କହିଲେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ।

କନକ ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ପାକିସ୍ତାନ ସେନା ମୁଖ୍ୟଙ୍କ ମୁହଁରେ ଶାନ୍ତିର ଭାଷା । ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଶାନ୍ତିର କଥା କହିଛି । ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବେ ଶାନ୍ତର କଥା କହିଛନ୍ତି । ସୀମା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଛନ୍ତି ଜେନେରାଲ ବାଜୱା ।

ଏବେ ସମୟ ଆସିଯାଇଛି ସବୁ ଦିଗରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ବୋଲି କହିଛନ୍ତି ପାକ୍ ସେନା ମୁଖ୍ୟ । ଜେନେରାଲ କମର ବାଜୱାଙ୍କ ଏପରି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପରୋକ୍ଷରେ ନୂଆଦିଲ୍ଲୀକୁ ଏପରି ସନ୍ଦେଶ ଦେଇଥିବା କୁହାଯାଉଛି । ତେବେ ପୂର୍ବରୁ ଭିନ୍ନ କଥା କହୁଥିବା ପାକ୍ ସେନାମୁଖ୍ୟଙ୍କ ଏଥର ସ୍ୱର ବଦଳିଯାଇଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା, କୁଚିଣ୍ଡାରେ ମଣ୍ଡିରେ ଗଜା ହେଉଛି ଧାନ । ମନ୍ତ୍ରୀ କହିଲେ, ଟାର୍ଗେଟରୁ ଅଧିକ କିଣାଯାଉଛି ଧାନ 

କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ପ୍ରଥମେ ଟାର୍ଗେଟ ନଥିବାରୁ ଟୋକନ ଅବଧି ସରିଗଲା । ମଣ୍ଡିରେ ଧାନ ରଖି କେବେ ବିକ୍ରିହେବ ସେନେଇ ଚିନ୍ତାରେ ଥିବାବେଳେ ଏବେ ଅଦିନିଆ ବର୍ଷା ତା ପରେ ଧାନ ଗଜାହେବା , ଚାଷୀଙ୍କୁ ଏବେ ଚିନ୍ତାରେ ପକାଇଛି । ମଣ୍ଡରେ ଖୋଲା ଆକାଶ ତଳେ ପଡିଥିବା ହଜାର ହଜାର ବସ୍ତା ଧାନ ରୁ ଅଧାରୁ ଅଧିକ ଗଜା ହୋଇଗଲାଣି । ଦେଖିଲେ ଦୁଖଃ ଲାଗୁଛି, ହେଲେ ଚାଷୀ କହିବେ କାହାକୁ ।

ସରକାରଙ୍କ ଅବହେଳାରୁ ଏବେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଅଦିନିଆ ବର୍ଷାରେ ମଣ୍ଡିର ଧାନ ଭିଜି ଗଜା ହୋଇଛି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଧୁଡିପାଲି ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା ଚାଷୀ ଏବେ କଣ କରିବେ କିଛି ଚିନ୍ତା କରିପାରୁ ନାହାନ୍ତି ।

ପ୍ରଥମେ ଟାର୍ଗେଟ ନାହିଁ କହି ଧାନ ନଉଠାଇବାରୁ ଅଚଳାବସ୍ଥା ଦେଖା ଦେଲା । ଫଳରେ ମଣ୍ଡିରେ ଗଦା ହୋଇଥିଲା ହଜାର ହଜାର ବସ୍ତା ଧାନ । ଶୀତ କାକରରେ ଧାନକୁ ଚାଷୀ ଜଗି ରହିଥିଲେ, ଆଶା ଥିଲା ଧାନ ବିକି ଟଙ୍କା ପାଇଲେ ରୁଣ ସୁଝିବେ, ଝିଅ ବାହାଘର କରିବେ । ହେଲେ ଚାଷୀଙ୍କ ସ୍ୱପ୍ନକୁ ଉଜାଡି ଦେଇଗଲା ଅଦିନିଆ ବର୍ଷା । ଧୁଡିପାଲି ମଣ୍ଡିରେ ଥିବା ପ୍ରାୟ ୯ହଜାର ପ୍ୟାକେଟରୁ ଅଧାରୁ ଅଧିକ ଧାନ ବସ୍ତା ବର୍ଷାରେ ଭିଜି ଗଜା ବାହାରିଛି ।

ପୂର୍ବରୁ ନିମ୍ନମାନର ଧାନର କହି କଟନିଛଟନି କରାଯାଉଥିଲା । ଆଉ ଏବେ ଚାଷୀଙ୍କ ଗଜା ଧାନକୁ ବା କିଣିବ କିଏ । ଏନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ଚାଷୀ । ହେଲେ କ୍ଷମତା ନାହିଁ କହି ପ୍ରଶାସନିକ ଅଧିକାରି ହାତ ଟେକି ଦେଇଥିବା ଚାଷୀ କହିଛନ୍ତି ।

ଗୋଟିଏ ପଟେ ମଣ୍ଡିରେ ଚାଷୀଙ୍କ ସ୍ୱପ୍ନ ଉଜୁଡିଯାଉଛି । ଏପଟେ କିନ୍ତୁ ଧାନ ସଂଗ୍ରହକୁ ନେଇ ସରକାର ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ଏବେ ସବୁଠୁ ବଡ ପ୍ରଶ୍ନ ଚାଷୀଙ୍କ ଗଜା ଧାନକୁ କିଣିବ କିଏ । ଟୋକନ ପାଇ ଚାଷୀ ମଣ୍ଡିକୁ ଆସିଥିଲେ । ଟୋକନର ସମୟ ଅବଧି ସରିଗଲା ସିନା ଧାନ ଉଠିଲା ନାହିଁ । ଆଉ ଅଦିନିଆ ବର୍ଷା ଚାଷୀଙ୍କ ବିରାଟ କ୍ଷତି କରିଛି, ଏ କ୍ଷତିର ଭରଣା କରିବ କିଏ ।

from Kanak News
via <a href="https://ifttt.com/?

ଖୋଲିବ କି ଯାତ୍ରା ପେଣ୍ଡାଲ । ଖଣ୍ଡଗିରି ମେଳାରେ ଯାତ୍ରା ମଞ୍ଚସ୍ଥ ହେବା ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଯାତ୍ରା କମିଟିଠାରୁ ପୁଣି ପ୍ରସ୍ତାବ ମାଗିଲା ବିଏମସି

କନକ ବ୍ୟୁରୋ : ଦୂର ହେବ କି କଳାକାରଙ୍କ ଦୁର୍ଦ୍ଦିନ ସମୟ । ଖଣ୍ଡଗିରି ମେଳାରେ ଏଥର ଜମିବ କି ଯାତ୍ରା । ଚଳିତବର୍ଷ ଏହି ମେଳାର ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଖଣ୍ଡଗିରି ଯାତ୍ରା କମିଟିକୁ ନୂଆ ପ୍ରସ୍ତାବ ମାଗିଛି ବିଏମସି । ସେପଟେ କଳାକାର କିନ୍ତୁ ଯାତ୍ରା କରିବା ସପକ୍ଷରେ ମତ ଦେଇଛନ୍ତି ।

ଖଣ୍ଡଗିରିରେ ହେଉଥିବା ମାଘ ସପ୍ତମୀ ମେଳାର ମୁଖ୍ୟ ଆକର୍ଷଣ ଯାତ୍ରାକୁ ନେଇ ଚଳିତ ବର୍ଷ ଦ୍ୱନ୍ଦ୍ୱ ଜାରି ରହିଛି । ଯାତ୍ରା ହେବ କି ନାହିଁ ତାକୁ ନେଇ ଯାତ୍ରା କମିଟି ଓ ବିଏମସି ମଧ୍ୟରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୫ଶହରୁ ଅଧିକ ଲୋକ ଏକତ୍ରତ ହୋଇ ପାରିବେ ନାହିଁ ବୋଲି ନିୟମ ହୋଇଥିବା ବେଳେ ଏତିକି ଦର୍ଶକଙ୍କୁ ନେଇ ଯାତ୍ରା କରିବା ଅସମ୍ଭବ ବୋଲି କହିଛନ୍ତି ଖଣ୍ଡଗିରି ଯାତ୍ରା କମିଟି । ତେଣୁ ପୁଣିଥରେ ଏକ ପ୍ରସ୍ତାବ ମାଗିଛି ବିଏମସି ।

ଯାତ୍ରା କମିଟିର କହିବା କଥା ହେଲା, ଯାତ୍ରାପାର୍ଟି ବାବଦରେ ରାତିପିଛା ପାଖାପାଖି ଖର୍ଚ ହୋଇଥାଏ ଦୁଇ ଲକ୍ଷ ଟଙ୍କା । ଟେଂଟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ରୁ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଅତି କମରେ ଅଢେଇ ହଜାରରୁ ୩ହଜାର ଦର୍ଶକଙ୍କୁ ଅନୁମତି ନଦେଲେ ଯାତ୍ରା ଆୟୋଜନ କରିବା ଅସମ୍ଭବ । ସେପଟେ ଯାତ୍ରା କଳାକାର ଅନୁମତି ଦେବା ପକ୍ଷରେ ମତ ବାଢିଛନ୍ତି ।

କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ଯାତ୍ରା ଓ ମଂଚ ଅଭିନୟ ବନ୍ଦ ହୋଇଯାଇଛି । କଳାକାର ମାନେ ମଧ୍ୟ ଦୁଃସ୍ଥ ଅବସ୍ଥାକୁ ଚାଲି ଯାଇଛନ୍ତି । ଏଠାରେ ବଡ ପ୍ରଶ୍ନ ଉଠୁଛି, ଖଣ୍ଡଗିରି ମେଳାରେ ବର୍ଷ ବର୍ଷ ଧରି ମୁଖ୍ୟ ଆକର୍ଷଣ ପାଲଟିଥିବା ଯାତ୍ରାପାର୍ଟି ମଂଚସ୍ଥ ନେଇ ସସପେନ୍ସ ଦୂର ହେବ କେବେ ।

from Kanak News
via <a href="https://ifttt.com/?

ପ୍ରେମ ଦିବସ ପାଇଁ ଅନଲାଇନ ପ୍ରତାରଣା । ଦାମୀ ମୋବାଇଲ ଓ ହୋଟେଲ ତାଜ ପ୍ୟାଲେସରେ ରହଣିର ଲୋଭ ଦେଖାଉଛନ୍ତି ସାଇବର ଠକ

କନକ ବ୍ୟୁରୋ : ଆଗକୁ ଆସୁଛି ଭାଲେନଟାଇନ ଡେ । ପ୍ରେମୀ ଯୁଗଳ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏବେ ସାଇବର ଠକ ଏମାନଙ୍କୁ ଟାର୍ଗେଟ କରି ଖେଳୁଛନ୍ତି ଠକେଇର ନୂଆ ଚାଲ । ଭାଲେନଟାଇନ ଡେ ପାଳନ ନାଁରେ ବିଭିନ୍ନ ଗିଫ୍ଟର ଅଫର ଦେଇ ଆକାଉଂଟ ଖାଲି କରୁୁଛନ୍ତି ସାଇବର ଲୁଟେରା । ପ୍ରଥମେ ଆପଣଙ୍କୁ ମୋବାଇଲକୁ ହ୍ୱାଟସଅପରେ ଆସିବ ଏକ ଲିଙ୍କ । ଇଏ ହେଉଛି ସେହି ଲିଙ୍କ ।

ଏହି ଲିଙ୍କକୁ ଓପନ କରିବା ମାତ୍ରେ ଆପଣ ପୁରୁଷ କି ନାରୀ ଏବଂ ବୟସ କେତେ, ସେହି ପ୍ରଶ୍ନର ଉତର ଦେବାକୁ ହେବ । ତାପରେ କିଛି ସହଜ ପ୍ରଶ୍ନର ଉତର ଦେବାକୁ ପଡିବ ଆପଣଙ୍କୁ । ଉତର ଦେବା ପରେ ଏକ ଆପ୍କୁ ମୋବାଇଲରେ ଇନଷ୍ଟଲ କରିବା ପାଇଁ ନିର୍ଦ୍ଦେଶ ଆସିବ । ଏହି ଆପ ଇନଷ୍ଟଲ କରିବା ମାତ୍ରେ ସାଇବର ଲୁଟେରା ହାତକୁ ଚାଲିଯିବ ଆପଣଙ୍କ ଫୋନର ଅପରେସନ । ଆଉ କିଛି ସମୟ ମଧ୍ୟରେ ଖାଲି ହୋଇଯିବ ଆପଣଙ୍କ ଆକାଉଂଟ ।

ୱେବସାଇଟରେ ଆସୁଥିବା ପ୍ରଶ୍ନର ଉତର ଦେବା ପରେ ଆପଣ ବିଜୟୀ ବୋଲି ଏକ ମେସେଜ ଆସିବ । ଏବଂ ଉପହାର ଘୋଷଣା ହେବ । ଏହା ଭିତରେ ରହିଛି ତାଜ ଏକ୍ସପେରିଏନ୍ସ ଗିଫ୍ଟ କାର୍ଡ । ଅର୍ଥାତ ଆପଣଙ୍କୁ ତାଜ ହୋଟେଲରେ ୭ଦିନ ମାଗଣାରେ ରହିବାର ସୁଯୋଗ ମିଳିବ । ଏହି ଲିଙ୍କକୁ ଓପନ କଲେ ଆଧାର କାର୍ଡ ଏବଂ ପାନ କାର୍ଡ ଭଳି ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଆସୁଛି । ଖାଲି ସେତିକି ନୁହେଁ ଏମଆଇ ଭଳି ଦାମିକିଆ ଫୋନ ପାଇବାର ମେସେଜ ମଧ୍ୟ ଆସିବ । କିନ୍ତୁ ଏସବୁ ଲୋଭନୀୟ ଗିଫ୍ଟ ପଛରେ ଉଦ୍ଦେଶ୍ୟ ହେଲା, ଆପଣଙ୍କ ଆକାଉଂଟ ଖାଲି କରିବା ।

ତେବେ ଏନେଇ ସତର୍କ କରାଇଛି ତାଜ ହୋଟେଲ । ତାଜ ହୋଟେଲ ତରଫରୁ ଟୁଇଟ କରି କୁହାଯାଇଛି, ଭାଲେନଟାଇନ ଡେ ଉପଲକ୍ଷେ ତାଜ ହୋଟେଲ ତରଫରୁ ଏପରି ଅଫର ଦିଆଯାଉନାହିଁ । ଏପରି ଲିଙ୍କକୁ ଜନସାଧାରଣ ବିଶ୍ୱାସକୁ ନିଅନ୍ତୁ ନାହିଁ ।

ବଡ କଥା ହେଲା ତାଜ ହୋଟେଲ କଥା ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ ଏନେଇ ସଚେତନ କରିବା ପରେ, ଟାଟା ଗ୍ରୁପର ଲୋଗ ଲଗାଇ ସାଇବର ଲୁଟେରା ପ୍ରସ୍ତୁତ କରିଛନ୍ତି ଆଉ ଏକ ଲିଙ୍କ । ଯାହା ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ତେଣୁ ଯଦି ଆପଣଙ୍କ ପାଖକୁ ଏପରି କିଛି ଲିଙ୍କ ଆସୁଛି, ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ, ସାଇବର ଥାନାରେ ତୁରନ୍ତ ଜଣାନ୍ତୁା ନଚେତ ଆପଣ ହେବେ ସାଇବର ଲୁଟେରାର ପରବର୍ତି ଶିକାର ।

from Kanak News
via <a href="https://ifttt.com/?

‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ । କହିଲେ, ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ଅଭିଯାନ କାର୍ଯ୍ୟକ୍ରମକୁ ପହଁଚାଇବା ପାଇଁ ପରାମର୍ଶ

କନକ ବ୍ୟୁରୋ : ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯାନ କାର୍ଯ୍ୟକ୍ରମକୁ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ପହଁଚାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ସଂସ୍କୃତି ଏବଂ ସୃଜନଶୀଳ କଳା ଦକ୍ଷତା ଏବଂ ବିଶ୍ୱ ବଜାରରେ ଭାରତ ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଦିଗରେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଳା ଭାରତ ଆତ୍ମନିର୍ଭର ଅଭିଯାନକୁ ଦେଶର ସମସ୍ତ ରାଜ୍ୟ, ସବୁ ରାଜଧାନୀ ପର୍ଯ୍ୟନ୍ତ ପହଁଚାଯାଇ ପାରିଲେ ହିଁ ଲୋକମାନଙ୍କର ସ୍ଥାନୀୟ କଳା ଏବଂ କୌଶଳ ପ୍ରତି ଆଗ୍ରହ ଆସିବ । ଏହି ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରକୁ ବଢ଼ାଇବା ସହ ଭାରତର ସମୃଦ୍ଧ ଇତିହାସ ଏବଂ ସାଂସ୍କୃତିକ ପରିଚୟ ଦୁନିଆ ସାମ୍ନାରେ ପ୍ରତିଫଳିତ କରିପାରିବ ।

‘ଖଦି ହମାରା ଫାଉଣ୍ଡେସନ’ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ କାମ କରୁଛି । ଏହି ଫାଉଣ୍ଡେସନ ଦେଶର କାରିଗରଙ୍କ କଳା ଏବଂ ସେମାନଙ୍କ ପ୍ରତିଭାକୁ ବିଶ୍ୱ ବଜାର ପର୍ଯ୍ୟନ୍ତ ପହଁଚାଇବାରେ ମଧ୍ୟ ସାହାଯ୍ୟ କରୁଛି । ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

ଖୁବଶୀଘ୍ର ଖୋଲିପାରେ ସ୍କୁଲ, ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରୁଛି ଏସଓପି । ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା ।

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ ।

ଦୀର୍ଘ ୯ ମାସ ହେଲା କରୋନା ପାଇଁ ସ୍କୁଲ ବନ୍ଦ । ଏତେ ସମୟ ଧରି ସ୍କୁଲ ବନ୍ଦ ରହିବା ଅତୀତରେ କେବେ ବି ଦେଖାଯାଇନଥିଲା । କିନ୍ତୁ କରୋନାର କ୍ରୋଧ ଏମିତି ଥିଲା ଯେ ମାସ ମାସ ଧରି ବନ୍ଦ ରହିଲା ସ୍କୁଲ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ସ୍କୁଲ ଖୋଲିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି ଚାଲିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଏହି ଡ୍ରାଫଟିଂ କରୁଛନ୍ତି । ଶ୍ରେଣୀଗୃହ ଭିତରେ ଛାତ୍ରଛାତ୍ରୀମାନେ ନିଜ ନିଜ ମଧ୍ୟରେ ଦୂରତା ରଖି କେମିତି ବସିବେ , ସ୍କୁଲରେ ପ୍ରବେଶ ସମୟରେ କେମିତି ଦୂରତା ରହିବ ଏବଂ ପ୍ରସ୍ଥାନ ସମୟରେ କେମିତି କରୋନା ନିୟମ ପାଳନ ହେବ ତା ଉପରେ ନଜର ରଖି ଏସଓପି ପ୍ରସ୍ତୁତ ହେଉଛି ।

ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ । ଏହାଛଡା ହାତଧୋଇବା ଏବଂ ସାନିଟାଇଜର ବ୍ୟବହାରକୁ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇପାରେ । ଏଥିସହ ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା । ଶିକ୍ଷକମାନଙ୍କ ପାଇଁ ବି ଭିନ୍ନ ଭିନ୍ନ ସମୟ ନିର୍ଦ୍ଧାରଣ କରାଯିବ । ଯେଉଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା, ସେଠାରେ ପ୍ରଥମରୁ ପଂଚମ ସକାଳ ଓ ଷଷ୍ଠରୁ ଅଷ୍ଟମ ୧୦ଟାରୁ କ୍ଲାସ ହୋଇପାରେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started