ଝରାଫୁଲ ମୃତ୍ୟୁ ମାମଲାରେ ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସକୁ ଆସିଲା ରାକେଶ । ପୋଲିସ ଆଗରେ ଦେଖାଇଲା ଡେମୋ, ଆଜି ୪ଟି ସ୍ଥାନକୁ ନେଇ ପୁରା ଘଟଣାକୁ ବର୍ଣ୍ଣନା କରାଇଲା ପୋଲିସ ।

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ଅଭିଯୁକ୍ତ ରାକେଶକୁ ୪ଟି ସ୍ଥାନକୁ ନେଇ ସିନ୍ ରିକ୍ରିଏଟ୍ କରାଇଛି କୁଆଖିଆ ପୋଲିସ । ଏଥିପାଇଁ ସିଧା ଯାଜପୁରରୁ ରାକେଶକୁ ଭୁବନେଶ୍ୱରକୁ ଆଣିଥିଲା ପୋଲିସ । ଆଜି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସ, ସୁନ୍ଦରପଦାରେ ଥିବା ରାକେଶର ଘର, ପୋଖରୀପୁଟରେ ଥିବା ମଧୁସୂଦନ ପାର୍କ, ଫାଷ୍ଟଫୁଡ ଦୋକାନକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିବା ସୂଚନା ମିଳିଛି । ସମସ୍ତଙ୍କ ନଜର ରହିଥିଲା ଶିବସାଇ ଗେଷ୍ଟ ହାଉସରେ ପୋଲିସ ଆଗରେ ରାକେଶ ସିନ୍ ରି-କ୍ରିଏସନ ଅର୍ଥାତ୍ ସେଦିନ କିପରି ଘଟିଥିଲା ଘଟଣା ତାହାର ଡେମୋ ଉପରେ ।

ପୂର୍ବରୁ ହୋଟେଲ ରୁମ ସହିତ ଏକାଧିକ ସ୍ଥାନର ସିସିଟିଭି ଭିଜୁଆଲ୍ ଜବତ କରିଥିଲା ପୋଲିସ । ଆଜି ସିନ୍ ରି-କ୍ରିଏଟ୍ କରାଇ ତଦନ୍ତରେ ଆଗକୁ ବଢିଛି କୁଆଖିଆ ପୋଲିସ । ଆଜି ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁରର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ କୁଆଖିଆ ଥାନାରେ ତାକୁ ପଚରାଉଚରା କରାଯିବାପରେ ଭୁବନେଶ୍ୱର ଆଣି ହୋଟେଲରେ ସିନ୍ ରି-କ୍ରିଏସନ୍ କରିଥିଲା କୁଆଖିଆ ପୋଲିସ । ଏହି ଘଟଣାରେ ଗତକାଲି ଝରାଫୁଲଙ୍କ ମୃତ ଦେହ ଫିଙ୍ଗା ଯାଇଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେ ଓ ତାହାର ସହଯୋଗୀ ପୋଲିସ ପଚରାଉଚରା କରିଥିଲା ।

from Kanak News
via <a href="https://ifttt.com/?

ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା ।

କନକ ବ୍ୟୁରୋ : ସାବଧାନ ଥାଅନ୍ତୁ, ନଚେତ୍ ଏଥର ଭାଲେଣ୍ଟାଇନ ଡେ’ରେ ଆପଣ ବି ସାଇବର ଠକେଇର ଶିକାର ହୋଇପାରନ୍ତି । ପ୍ରେମ ଦିବସରେ ଅନଲାଇନ ପ୍ରତାରଣା । ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ହ୍ୱାଟସଆପରୁ ହ୍ୱାଟସଆପକୁ ଘୁରି ବୁଲିଛି ଏକ ମେସେଜ ଲିଙ୍କ୍ । ଏହି ଲିଙ୍କକୁ ଖୋଲିବା ପରେ କିଛି ସହଜ ପ୍ରଶ୍ନ ଆସୁଛି । ଯାହାର ଉତ୍ତର ଦେଇସାରିବା ପରେ ଆପଣଙ୍କ ମୋବାଇଲରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ ।

ବାସ୍ ଏହାକୁ ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା । ସର୍ଭେ ନାଁରେ ଚାଲିଥିବା ଏହି ପୁରା ଘଟଣା ପଛରେ ସାଇବର ଠକ ରହିଥିବା ସୂଚନା ମିଳିଛି । ବର୍ତମାନ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ଆଗକୁ ଆସୁଛି ଭାଲେଂଟାଇନ ଡେ । ସେଥିପାଇଁ ଏ ଚିନ୍ତା ବଢିବାରେ ଲାଗିଛି ।

from Kanak News
via <a href="https://ifttt.com/?

ପରଲୋକରେ ବିବାଦୀୟ ବାବା ଓମ୍ ବାବା । ୨ ମାସ ପୂର୍ବରୁ କରୋନାରେ ହୋଇଥିଲେ ଆକ୍ରାନ୍ତ ।

କନକ ବ୍ୟୁରୋ : ବିଗ୍ ବସ-୧୦ର ବିବାଦୀୟ ପ୍ରତିଯୋଗୀ ଥିବା ସ୍ୱାମୀ ଓମଙ୍କର ଦେହାନ୍ତ ହୋଇଛି। ସ୍ୱାମୀ ଓମ୍ କିଛି ଦିନ ହେଲା ଅସୁସ୍ଥ ଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ପ୍ରାୟ ୨ମାସ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସେଠାରୁ ସେ ଘରକୁ ଫେରିଥିଲେ, କିନ୍ତୁ ଶାରୀରିକ ଦୁର୍ବଳତା ଏବଂ ଅନ୍ୟ ରୋଗ ହେତୁ ଆଜି ତାଙ୍କର ଦେହାନ୍ତ ହୋଇଛି।

ସ୍ୱାମୀ ଓମ୍ ଦିଲ୍ଲୀର ଅଙ୍କୁର ବିହାର ରୋହିଣୀ ଅଞ୍ଚଳରେ ରହୁଥିଲେ। ଆଜି ନିଗମ ବୋଧ ଘାଟରେ ତାଙ୍କର ଶେଷ ରୀତିନୀତି କରାଯାଇଛି। ଦୀର୍ଘ ଦିନର ଅସୁସ୍ଥତା ସହ ସଂଗ୍ରାମ କରିବା ପରେ ଆଜି ସକାଳେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ୱାମୀ ଓମ୍ ବିଗ୍ ବସ୍ ସିଜନ-୧୦ର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ।

ତାଙ୍କର ବିବାଦୀୟ ବିବୃତିକୁ ଅନେକ ସମୟରେ ତାଙ୍କୁ ଲୋକେ ସମାଲୋଚନା କରିବା ସହ ସୋ’ର ଉପସ୍ଥାପକ ତଥା ବଲିଉଡ ଅଭିନେତା ସଲମାନ ଖାନ ତାଙ୍କୁ ଅନେକ ସମୟରେ ତାଗିଦ କରିଥିବା ଦେଖାଯାଇଥିଲା। କିନ୍ତୁ ସବୁ ପରେ ବି ବିଗ୍ ବସ୍-୧୦ ରେ ଥିବା ତାଙ୍କ ସହ-ପ୍ରତିଯୋଗୀ ବାନି ଜେଙ୍କ ଉପରକୁ ସେ ପରିସ୍ରା ଫିଙ୍ଗିଥିଲେ। ପରେ ଏହି ଘଟଣାକୁ ନେଇ ବିଗ୍ ବସ୍ ନିଜେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ବିଗ୍ ବସ୍-୧୦ ପରେ ମଧ୍ୟ ସ୍ୱାମୀ ଓମ୍ ତାଙ୍କ ବିବୃତି ପାଇଁ ଚର୍ଚ୍ଚାରେ ରହିଥିଲେ।

from Kanak News
via <a href="https://ifttt.com/?

ମହାପଞ୍ଚାୟତ ମଞ୍ଚ ଭୁଶୁଡି ପଡିଲା, ତଳକୁ ଖସି ପଡିଲେ ଚାଷୀ ନେତା ରାକେଶ ଟିକାୟତ । ଭିଡ଼ିଓ ହେଲା ଭାଇରାଲ ।

କନକ ବ୍ୟୁରୋ : ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ର ଆୟୋଜନ କରିଥିବା ବେଳେ ମହାପଞ୍ଚାୟତର ମଞ୍ଚ ଭୁଶୁଡ଼ି ପଡ଼ିଛି। ଏବଂ ମଞ୍ଚ ଉପରୁ କୃଷକ ନେତା ରାକେଶ ଟିକାୟତ ତଳକୁ ଖସି ପଡ଼ିଛନ୍ତି। ତେବେ, ଏହି ଘଟଣାରେ କୃଷକ ନେତା ଟିକାୟତ ଆହତ ହୋଇ ନଥିବା ଜାଣିବାକୁ ମିଳିଛି।

ଖବରରୁ ପ୍ରକାଶ, ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ ବା ବିଶାଳ ସମାବେଶର ଆୟୋଜନ କରିଥିଲେ।

ଆନ୍ଦୋଳନକାରୀ କୃଷକମାନଙ୍କୁ ସମ୍ବୋଧନ କରିବା ଉଦ୍ଦେଶ୍ୟରେ ଏହି ମହାପଞ୍ଚାୟତରେ ଏକ ମଞ୍ଚ ନିର୍ମାଣ ହୋଇଥିଲା। ଏକ ମଞ୍ଚ ଉପରୁ କିଷାନ ୟୁନିୟନ ନେତା ରାକେଶ ଟିକାୟତଙ୍କ ସମେତ ବିଭିନ୍ନ କୃଷକ ସଂଗଠନର ଅନ୍ୟ ନେତା ଏହି ସମାବେଶକୁ ସମ୍ବୋଧିତ କରିଥିଲେ। ତେବେ, କୃଷକ ନେତା ଟିକାୟତ ଭାଷଣ ଦେଉଥିବା ବେଳେ ମଞ୍ଚଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ଟିକାୟତ ତଳେ ପଡ଼ି ଯାଇଥିଲେ।

https://platform.twitter.com/widgets.js

ମଞ୍ଚ ଭୁଶୁଡ଼ିବାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିଷାନ ୟୁନିୟନ ନେତା ଟିକାୟତ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ମଞ୍ଚ ଭୁଶୁଡ଼ି ପଡିଥିଲା। ମଞ୍ଚ ଭୁଶୁଡ଼ି ପଡ଼ୁଥିବା ଦେଖି ଉପରେ ଥିବା ନେତାମାନେ ମଧ୍ୟ  ତଳକୁ ଡେଇଁ ପଡିଥିଲେ।

from Kanak News
via <a href="https://ifttt.com/?

ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବିକାଶ କାମର କଲେ ସମୀକ୍ଷା ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରାଜ୍ୟର ମନ୍ଦିର ଉନ୍ନତିକରଣ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀମାନେ ବଲାଙ୍ଗିର ଓ ବରଗଡ ଜିଲ୍ଲା ଗସ୍ତରେ ଯାଇ ପହଞ୍ଚିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବଙ୍କ ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସଚିବ ଭିନୀଲ କ୍ରିଷ୍ଣା, ଅନୁ ଗର୍ଗ ମଧ୍ୟ ସାମିଲ ଅଛନ୍ତି । ଏହି ଗସ୍ତ କାଳରେ ବଲାଙ୍ଗିରର ନୃସିଂହନାଥ ମନ୍ଦିର ଓ ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିପରି ସୁକତେଲ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବ ।

ମନ୍ଦିର ଉନ୍ନତିକରଣ ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ମନ୍ଦିର ଉପରେ ଫୋକସ କରୁଛନ୍ତି । ପ୍ରଥମେ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ପରେ ଏବେ ନୃସିଂହନାଥ ଓ ହରିଶଙ୍କରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ତେଣୁ ଏହି ମନ୍ଦିର ଦୁଇଟିର ସମୀକ୍ଷା ପାଇଁ ଆଜି ବଲାଙ୍ଗିର ଗସ୍ତରେ ଯାଇଛି ଓଡିଶା ସରକାରଙ୍କ ହାଇଲେଭଲ ଟିମ ।

from Kanak News
via <a href="https://ifttt.com/?

ମାଟି ପାତ୍ରର ରୋଷେଇଶାଳ । ମାଟି ପାତ୍ରରେ ରୋଷେଇ କରିବା ସହ ଖିଆ-ପିଆ କରୁଛନ୍ତି ଶରିତା ପଣ୍ଡାଙ୍କ ପରିବାର । ଘରକୁ ବି ସଜେଇଛନ୍ତି ମାଟି ତିଆରି ଘର କରଣା ସାମଗ୍ରୀରେ ।

କନକ ବ୍ୟୁରୋ : ମାଟି ପାତ୍ରର ଗୃହିଣୀ ବ୍ରହ୍ମପୁର ସହରର ଶରିତା ପଣ୍ଡା । ଦୀର୍ଘ ୬ ବର୍ଷ ହେବ କେବଳ ମାଟିର ପାତ୍ରରେ ହିଁ ରୋଷେଇ କରୁଛନ୍ତି ଶରିତା । କେବଳ ମାଟି ପାତ୍ରରେ ରୋଷେଇ କରନ୍ତି ତା ନୁହେଁ, ମାଟି ପାତ୍ରରେ ବି ଖାଆନ୍ତି ଆଉ ଖୁଆନ୍ତି । ଏବଂ ମାଟିରେ ତିଆରି ସାମଗ୍ରୀକୁ ଘରେ ସାଇତି ରଖିବାକୁ ବେଶ ଭଲ ପାଆନ୍ତି ଏହି ମହିଳା ।

ମାଟି ପାତ୍ରର ରୋଷେଇଶାଳ । ଏକଥା ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିବ । ଆପଣଙ୍କ ଭାବନା ହଜାର ହଜାର ବର୍ଷ ତଳକୁ ଚାଲି ଯାଉଥିବ । ଆପଣମାନେ ଭାବୁଥିବେ ଆମେ ପୂର୍ବ ପୁରୁଷଙ୍କ କଥା କୁହୁଛୁ । ହେଲେ ନାଁ, ଆମେ ବର୍ତମାନର କଥା କହୁଛୁ । ବ୍ରହ୍ମପୁର ସହରର ଗୃହିଣୀ ଶରିତା ପଣ୍ଡାଙ୍କ ରୋଷେଇ ଘରର କଥା କହୁଛୁ ।

ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଷ୍ଟିଲ, ତମ୍ବା ଓ ପିତଳ ବାସନ କୁସନ ରହିଥିବ । ହେଲେ ଶରିତାଙ୍କ ରୋଷେଇ ଘରେ ରହିଛି କେବଳ ମାଟି ପାତ୍ର । ମାଟିର ହାଣ୍ଡି, ମାଟିର କଡେଇ, ମାଟିର ଥାଳି, ମାଟିର କପ୍ ପ୍ଲେଟ୍ କେତେ କଣ । ରୋଷେଇ କରିବା ଠାରୁ ଆରମ୍ଭ କରି ଖିଆ, ପିଆ ସବୁ କିଛି କରନ୍ତି ଏହି ମାଟି ତିଆରି ବାସନ କୁସନରେ ।

ସାଧାରୁ ଆମିଷ, ଭାତରୁ ମାଛ ମାଂସ ତରକାରୀ, କ୍ଷୀର ଗରମ କରିବା ଠାରୁ ଚା’ କରିବା, ସବୁ କିଛି ଏମିତି ମାଟି ପାତ୍ରରେ ରୋଷେଇ କରନ୍ତି ଶରିତା । ଆଉ ଏ ସବୁ ମାଟି ପାତ୍ରକୁ କିଛି ବ୍ରହ୍ମପୁରରୁ କିଣିଥିବା ବେଳେ ଆଉ କିଛି ସାମଗ୍ରୀକୁ ସେ ରାଜ୍ୟ ବାହାରୁ ମଗାଇଥାନ୍ତି । ମାଟି ପାତ୍ରରେ ରୋଷେଇ କଲେ ଖାଦ୍ୟର ସ୍ୱାଦ ବହୁତ ଭଲ ହୁଏ ବୋଲି କୁହନ୍ତି ପରିବାର ସଦସ୍ୟ । ଏହି ପାତ୍ରକୁ ଯତ୍ନର ସହ ସାଇତି ରଖିବା ପାଇଁ ପଡେ । ଏଇ ଯେମିତି ଶରିତାଙ୍କ ରୋଷେଇ ଶାଳରୁ ଡ୍ରଇଁ ରୁମ୍ ସବୁଠି ସଜେଇ ହୋଇ ରହିଛି ମାଟିର ଘର କରଣା ସାମଗ୍ରୀ ।

from Kanak News
via <a href="https://ifttt.com/?

ଜଙ୍ଗଲ ଜଗିବାକୁ ମହିଳାଙ୍କ ଠେଙ୍ଗା ପାଳି । ପରିବେଶ ସୁରକ୍ଷା ପାଇଁ ୧୧୬ ମତ୍ସ୍ୟଜୀବୀ ମହିଳାଙ୍କ ଉତ୍ସର୍ଗୀକୃତ ସେବା, ଗାଁ ଗୌରବ ‘ଗଙ୍ଗାଦେବୀ ବନ ସୁରକ୍ଷା ସମିତି’ ।

କନକ ବ୍ୟୁରୋ : ଜଙ୍ଗଲ ଜଗିବାକୁ ଗଠନ ହୋଇଥିଲା ବନ ସୁରକ୍ଷା ସମିତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ସହନ ଗାଁର ମତ୍ସ୍ୟଜୀବୀ ପରିବାରର ୧୧୬ ମହିଳା ଗଙ୍ଗାଦେବୀ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ଆଉ ୩ ବର୍ଷ ହେଲା ଅନବରତ ଠେଙ୍ଗା ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲ ସଫା କରୁଛନ୍ତି । ଆଉ ପରିବେଶ ସୁରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଅଂଚଳକୁ ବଂଚାଇବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ମଧ୍ୟ କରୁଛି ଗଙ୍ଗାଦେବୀ ବନ ସୁରକ୍ଷା ସମିତି ।

ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା । ୧୧୬ ମହିଳାଙ୍କ ଅଦମ୍ୟ ସାହସ । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବଜ୍ର ଶପଥ ନେଇଛନ୍ତି ଅସ୍ତରଙ୍ଗ ବ୍ଳକ ସହନ ଗାଁର ମତ୍ସ୍ୟଜୀବୀ ପରିବାରର ମହିଳାମାନେ । ସ୍ୱାମୀ ଓ ପିଲାମାନେ ମାଛ ମାରିବାକୁ ବାହାରିଯିବା ପରେ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି ଏହି ମହିଳାମାନେ । ନିଜ ଅଂଚଳର ଜଙ୍ଗଲକୁ ସୁରକ୍ଷା ଦେବା ସହ ପରିବେଶକୁ ସଫା ରଖିବା ପାଇଁ ୧୧୬ ଜଣ ମହିଳା ଗଠନ କରିଛନ୍ତି ଗଙ୍ଗାଦେବୀ ବନ ସୁରକ୍ଷା ସମିତି । ପାଳି କରି ଜଙ୍ଗଲ ଜଗୁଛନ୍ତି ଆଉ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ସାରା ପଇଁତରା ମାରୁଛନ୍ତି ।

ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ୭ ମାସ କାଳ ମାଛ ଧରା ଉପରେ କଟକଣା ଲାଗିଛି । ମତ୍ସ୍ୟଜୀବୀ ଜୀବିକା ହରାଇଛନ୍ତି, କିନ୍ତୁ ସେମାନଙ୍କ ପରିବାରର ମହିଳାମାନେ ସେହି ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳକୁ ସଫା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଗାଁ ସହ ଅସ୍ତରଙ୍ଗ ଅଂଚଳକୁ ସୁରକ୍ଷା ଦେବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରୁଛନ୍ତି । ମହିଳାମାନେ ଏଭଳି ମହତପୂର୍ଣ୍ଣ କାର୍ଯ୍ୟ କରି ଗୋଟିଏ ବାର୍ତା ଦେଇଛନ୍ତି । ଜଙ୍ଗଲ ସୃଷ୍ଟି ହେଲେ ପରିବେଶ ସୁରକ୍ଷା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବ ।

from Kanak News
via <a href="https://ifttt.com/?

ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ଜାଣନ୍ତୁ କେଉଁ କେଉଁ ଗାଡିକୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, କୋଟିଏ ଗାଡି ଭିତରେ ଆପଣଙ୍କ ଗାଡି ଭିତରେ ନାହିଁ ତ?

କନକ ବ୍ୟୁରୋ : ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ୨୦୨୧-୨୨ ପାଇଁ ବଜେଟ ଘୋଷଣା ହେବା ସହ ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢିଯାଇଛି । ଚଳିତ ବଜେଟରେ ପୁରୁଣା ଗାଡିମୋଟରକୁ ନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ଘୋଷଣା ମଧ୍ୟରୁ ଯେଉଁ ଘୋଷଣା ଉପରେ ସମସ୍ତଙ୍କର ଅଧିକ ଫୋକସ ରହିଥିଲା ତାହା ହେଲା ସ୍କ୍ରାପ ପଲିସି । ବାୟୁ ଓ ଶବ୍ଦ ପ୍ରଦୂଷଣକୁ କମ କରିବାକୁ ସ୍କ୍ରାପ ପଲିସିକୁ ସାମ୍ନାକୁ ଆଣିଛନ୍ତି ସରକାର । ଏହାଛଡା ଏହି ସ୍କ୍ରାପ ପଲିସି ବାବଦରେ ସେହି ମାନଙ୍କୁ ଜାଣିବାର ଆବଶ୍ୟକତା ରହିଛି ଯେଉଁମାନଙ୍କ ପାଖରେ ଦୀର୍ଘ ବର୍ଷର ପୁରୁଣା ଗାଡି ପାଖରେ ରହିଛି । ଏହାଛଡା ନୂଆ ଗାଡି କିଣିବାକୁ ମନ ବଳାଇଥିବା ଲୋକଙ୍କୁ ମଧ୍ୟ ଏହି ପଲିସି ବାବଦରେ ଜାଣିବାର ନିହାତି ଆବଶ୍ୟକତା ରହିଛି ।

ଅର୍ଥମନ୍ତ୍ରୀ ସଂସଦରେ ସ୍କ୍ରାପ ପଲିସିର ଘୋଷଣା ସହ ଅଟୋମୋବାଇଲ ସେକ୍ଟରକୁ ବଡ ଉପହାର ଭେଟି ଦେଇଛନ୍ତି । କାରଣ ଏହି ପଲିସି ଅନୁଯାୟୀ, ରାସ୍ତାରୁ ହଟିବ ପୁରୁଣା ଭାରୀ ଓ ହାଲୁକା ଯାନ  । ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ ବର୍ଷ ପୁରୁଣା ବାଣିଜ୍ୟିକ ଗାଡି ରାସ୍ତାରେ ଚାଲିବାକୁ ହେଲେ ଫିଟନେସ ଟେଷ୍ଟ କରିବାକୁ ପଡିବ । ଆଉ ଏହି ଟେଷ୍ଟ ପାସ୍ କଲେ ହିଁ ରାସ୍ତାକୁ ଗାଡି କାଢିବାକୁ ଅନୁମତି ଦିଆଯିବ । ତେବେ ଏହି ଫିଟନେସ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ନବୀକରଣ ପାଇଁ ମାଲିକଙ୍କୁ ପୂର୍ବପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ । ରାସ୍ତାରୁ ପୁରୁଣା ଗାଡି ହଟାଇବାରେ ଏହି ପଲିସି ବେଶ ଫାଇଦା ଆଣିଦେବ । ସବୁଠୁ ବଡ କଥା ହେଲା, ସ୍କ୍ରାପ ପଲିସି ଦ୍ୱାରା ପୁରୁଣା ଗାଡି ନଷ୍ଟ କଲେ ନୂଆ ଗାଡି କିଣିବା ବେଳେ ପଞ୍ଜୀକରଣ ଶୁଳ୍କରେ କିଛି ରିହାତି ଦିଆଯିବ ।

ଏବେ ଦେଶରେ ୨୦ ବର୍ଷ ପୁରୁଣା ପ୍ରାୟ ୫୧ ଲକ୍ଷ ଗାଡି ରହିଛି ଓ ୧୫ ବର୍ଷ ପୁରୁଣା ୩୪ ଲକ୍ଷ ଗାଡି ରହିଛି । ସେହିଭଳି ୧୫ ବର୍ଷ ପୁରୁଣା ଥିବା ପ୍ରାୟ ୧୭ ଲକ୍ଷ ଗାଡି ବିନା କୌଣସି  ଫିଟନେସ ସାର୍ଟିଫିକେଟରେ ରାସ୍ତାରେ ଗଡୁଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ତେଣୁ ଏହି ଗାଡି ଗୁଡିକ ସ୍କ୍ରାପ ହୋଇଯିବା ପରେ ପ୍ରଦୂଷଣ କମିବା ସହ ଅଟୋ ମୋବାଇଲ ସେକ୍ଟର ପାଇଁ ନୂଆ ଆଶା ସୃଷ୍ଟି କରିବ ବୋଲି କହିଛନ୍ତି ଗଡକରୀ ।

ଏହି ପଲିସି ଆଣିବା ଦ୍ୱାରା କେବଳ ଯେ ପ୍ରଦୂଷଣ କମିବ ତାହା ନୁହେଁ ତେଲ ଖର୍ଚ୍ଚ ମଧ୍ୟ କମ ହେବ ଓ ଏହାସହ ୨୫ ପ୍ରତିଶତ ପ୍ରଦୂଷଣ କମିଯିବ ବୋଲି ଆକଳନ କରାଯାଇଛି । ତେବେ ଏହି ନୂଆ ସ୍କ୍ରାପ ପଲିସି ବାବଦରେ ବିସ୍ତୃତ ଗାଇଡଲାଇନ ଆଗାମୀ ୧୫ ଦିନ ମଧ୍ୟରେ ଆସିବ ।

from Kanak News
via <a href="https://ifttt.com/?

ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । 

କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ୨ ଫେବୃଆରୀ ଯାଏଁ ଥିଲା ଫର୍ମ ପୂରଣ ଅବଧି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ସାରିଛି ମାଟ୍ରିକ ଫର୍ମ ପୂରଣ । ତେବେ ଏହା ଏବେ ଫେବୃଆରୀ ୧୦ ତାରିଖ ଯାଏଁ ଚାଲିବ ।

ଜାନୁଆରୀ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ କରିଛନ୍ତି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢା ହେଉଛି ।

from Kanak News
via <a href="https://ifttt.com/?

ବ୍ୟକ୍ତି ଏକ, ଚାକିରି ଦୁଇ । କରଞ୍ଜିଆ ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ଦୀଲ୍ଲିପ କୁମାର ମହାନ୍ତ ଖୁଣ୍ଟା ଜୁନିଅର କଲେଜରେ ଚାକିରି କରୁଥିବା ଅଭିଯୋଗ । 

କନକ ବ୍ୟୁରୋ : ଜଣେ ବ୍ୟକ୍ତି, ୨ଟି ସରକାରୀ ଚାକିରୀ  । କଥାଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କାରଣ, ବର୍ତମାନ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ପିଲାମାନେ ବେକାର ହୋଇ ବୁଲୁଛନ୍ତି । ସରକାରୀ ଚାକିରୀ ତ ସାତ ସପନ । ହେଲେ ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଦୁଇ ଦୁଇଟି ସରକାରୀ ଚାକିରୀ କରି ଦରମା ନେଇ ଚାଲିଛନ୍ତି । ତାହା ପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ । ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ।

ବେତନଟୀ ବ୍ଲକ୍ ଅଂଚଳର ଦୀଲ୍ଲିପ କୁମାର ମହାନ୍ତଙ୍କ ନାଁରେ ଆସିଛି ଏହି ଅଭିଯୋଗ । ସେ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କରଞ୍ଜିଆ ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ ପରମାନେଟ୍ ପୋଷ୍ଟରେ କାର୍ଯ୍ୟ କରୁଥିବା ବେଳେ ୭ ବର୍ଷ ଧରି ଖୁଣ୍ଟା ଜୁନିଅର କଲେଜରେ ବିଜ୍ଞାନ ବିଭାଗରେ ଗଣିତରେ ରେଗୁଲାର ପୋଷ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଯାହାର ପ୍ରମାଣ ହସ୍ତଗତ ହୋଇଛି । ସରକାରୀ ନିୟମ ଅନୁସାରେ ୧୦ଟାରୁ ୫ଟା ପର୍ଯ୍ୟନ୍ତ ରହିବାର ବ୍ୟବସ୍ଥା ରହିଛି । ହେଲେ ଦିଲ୍ଲୀପ କିଭଳି ଗୋଟିଏ ସମୟରେ ଦୁଇଟି ସ୍ଥାନରେ ରହି କାର୍ଯ୍ୟ ସମ୍ପାଦନ କରୁଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଉପରିସ୍ଥ ଅଧିକାରୀମାନେ ଜାଣିଶୁଣି କାହିଁକି ଦିଲ୍ଲୀପଙ୍କୁ  ଘଂଟ ଘୋଡାଉଥିଲେ ଏହାର ତଦନ୍ତ ହେବା ଆବଶ୍ୟକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started