ଖୋଲିବ କି ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ସାଙ୍ଗରେ ନେଇ ସିନ ରିକ୍ରିଏଟ କଲା ପୋଲିସ । କେମିତି ଆସିଥିଲେ ଗେଷ୍ଟହାଉସ, ଫାଷ୍ଟଫୁଡ ଦୋକାନ କିପରି ଗଲେ, ଡେମୋ କରିଦେଖାଇଲା ରାକେଶ 

କନକ ବ୍ୟୁରୋ : ସେହି ଠିକଣାକୁ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କଢ଼େଇ ନେଉଛି ପୁଲିସ୍, ଯେଉଁଠି ବହୁ ଚର୍ଚ୍ଚିତ ଝରାଫୁଲ ନାୟକଙ୍କ ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ଶିବସାଇ ଗେଷ୍ଟ ହାଉସ୍ । ରୁମ୍ ନମ୍ବର ୨୦୧ । ହୁଏତ, ଏମିତି ହାତ ଧରି ଝରାଫୁଲକୁ ଗେଷ୍ଟ ହାଉସ୍ ଭିତରକୁ ନେଇ ଯାଉଥିଲା ରାକେଶ, ଯେମିତି ଆଜି ପୁଲିସ୍ ଅଭିଯୁକ୍ତ ରାକେଶକୁ ଟାଣି ନେଇ ଯାଉଛି । ଆଉ ଏହା ପଛରେ ରହିଛି- ମୃତ୍ୟୁ ପଛର ରହସ୍ୟ ଖୋଲିବା ।

ଗେଷ୍ଟ ହାଉସ୍ରେ ସେଦିନ ଘଟିଥିଲା କ’ଣ?କେଉଁ ପରିସ୍ଥିତିରେ ହୋଇଥିଲା ଝରାଫୁଲଙ୍କ ମୃତ୍ୟୁ? ଏମିତି କିଛି ପ୍ରଶ୍ନର ଉତର ଖୋଲିବା ପାଇଁ ଧର୍ମବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ପହଂଚିଛି ପୁଲିସ୍ । ସାଥିରେ ଅଛି ଅଭିଯୁକ୍ତ ରାକେଶ ସ୍ୱାଇଁ । ୨୬ ତାରିଖ ରାତିରେ କେମିତି ଝରାଫୁଲକୁ ଧରି ଗେଷ୍ଟ ହାଉସକୁ ଆସିଥିଲା ରାକେଶ? ରୁମ୍ ନମ୍ବର ୨୦୧ରେ କ’ଣ ସବୁ ଘଟଣା ଘଟିଥିଲା, ପୁଲିସ୍ ଉପସ୍ଥିତିରେ ସେସବୁର ସନ୍ ରିକ୍ରେସନ୍ କରିଥିଲା ରାକେଶ । ଅନୁମାନ କରାଯାଉଛି, ରାକେଶର ଏହି ରିକ୍ରିଏସନ ପୁଲିସ ଝରାଫୁଲ ମୃତ୍ୟୁର କିଛି ଖିଅ ମିଳିପାରେ ।

କେବଳ ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସ୍ ନୁହେଁ, ସୁନ୍ଦରପଦାରେ ଥିବା ଅଭିଯୁକ୍ତର ଘର, ପୋଖରୀପୁଟ ସ୍ଥିତ ମଧୁସୁଦନ ପାର୍କ ଏବଂ ଲିଙ୍ଗରାଜ ଷ୍ଟେସନ୍ ପାଖରେ ଥିବା ସେହି ଫାଷ୍ଟଫୁଡ୍ ଦେକାନକୁ ଅଭିଯୁକ୍ତ ରାକେଶକୁ ନେଇ କେମିତି ସବୁ ଘଟଣା ଘଟିଥିଲା, ତାର ମଧ୍ୟ ସିନ୍ ରିକ୍ରିଏଟ୍ କରାଯାଇଥିଲା । ପାର୍କରେ କେମିତି ବୁଲିଥିଲେ? ଫାଷ୍ଟଫୁଡ୍ ଦୋକାନରେ କେମିତି ଖାଇଥିଲେ? ଏସବୁ କିଛି ପୁଲିସ୍ ଆଗରେ ଡେମୋ କରି ଦେଖାଇଥିଲା ଅଭିଯୁକ୍ତ ରାକେଶ ।

କିନ୍ତୁ ଏସବୁ ଭିତରେ ଯାଜପୁର ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ଝରାଫୁଲ ମୃତ୍ୟୁକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ମୃତ୍ୟୁର କାରଣ ନେଇ ଏଯାଏଁ ପୁଲିସ୍ କୌଣସି ସନ୍ତୋଷଜନକ ଉତର ରଖିପାରିନାହିଁ । କେବଳ ସେତିକି ନୁହେଁ, କୁଆଡେ ଗଲା ଅଭିଯୁକ୍ତ ରାକେଶର ସହଯୋଗୀ? ଭୁବନେଶ୍ୱରରୁ ଯାଜପୁର ଯାଏଁ ଝରାଫୁଲକୁ ନେଇ ଯାଇଥିବା ସ୍କୁଟି ଗଲା କୁଆଡେ? ଝରାଫୁଲଙ୍କ ମୋବାଇଲ ଅଛି କେଉଁଠି? ଏବେ ଏହି ସବୁ ପ୍ରଶ୍ନର ଉତର ଯାଜପୁର ପୁଲିସ୍କୁ ସାରା ଓଡ଼ିଶା ଆଗରେ ଦେବାକୁ ପଡ଼ିବ ।

from Kanak News
via <a href="https://ifttt.com/?

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବରରୁ ବିଭିନ୍ନ କେନ୍ଦ୍ର ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ ଏନଆରଏ ।

କନକ ବ୍ୟୁରୋ : ବିଭିନ୍ନ କେନ୍ଦ୍ର ସରକାରୀ ନିଯୁକ୍ତି ପାଇଁ ଆସନ୍ତା ସେପ୍ଟେମ୍ବର ମାସରୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ର କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ନିୟୋଜନ ସଂସ୍ଥା (ଏନଆରଏ) ପକ୍ଷରୁ ସେପ୍ଟେମ୍ବର ମାସଠାରୁ କେତେକ ସରକାରୀ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିବ । ଏଥିପାଇଁ ଏନଆରଏ ଏକ ସାଧାରଣ ଯୋଗ୍ୟତା ପରୀକ୍ଷା (ସିଇଟି) ଆୟୋଜନ କରିବ । ଏହା କେବଳ ଏକ ପ୍ରାରମ୍ଭିକସ୍ତରର ପରୀକ୍ଷା ହେବ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଚୂଡ଼ାନ୍ତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପଦବୀର ପ୍ରକାର ଅନୁସାରେ ଚୂଡ଼ାନ୍ତ ପରୀକ୍ଷା ଷ୍ଟାଫ ସିଲେକ୍ସନ କମିଶନ, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ, ଆଇବିପିଏସ ଆଦି ଏଜେନ୍ସିମାନେ ଆୟୋଜନ କରିବେ । ସିଇଟି ପାଇଁ ଏନଆରଏ ନିଜର ପ୍ରଶ୍ନ ପତ୍ରକୁ ଇଂରାଜୀ ସମେତ ଦେଶର ବିଭିନ୍ନ ଭାଷାରେ ପ୍ରସ୍ତୁତ କରିବାର ସମ୍ଭାବନା ରହିଛି ।

କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ ୨୮ରେ ଜାତୀୟ ନିୟୋଜନ ସଂସ୍ଥାର ସ୍ଥାପନା କରିଥିଲେ । ଏହି ସଂସ୍ଥା ଗ୍ରୁପ-ବି ଗେଜେଟେଡ ଓ ଗ୍ରୁପ-ବି ଅଣ-ଗେଜେଟେଡ୍, ଗ୍ରୁପ-ସି ପଦବୀ ପାଇଁ କମ୍ପ୍ୟୁଟର ଭିତ୍ତିକ ସାଧାରଣ ଯୋଗ୍ୟତା ପରୀକ୍ଷା ଆୟୋଜନ କରିଥାଏ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ବିଦେଶରେ ଚର୍ଚ୍ଚା । ପପ ଷ୍ଟାର ରିହାନାଙ୍କ ଟୁଇଟ ପରେ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ । ବିଦେଶ ମନ୍ତ୍ରାଳୟ କହିଲା, ପ୍ରକୃତ କଥା ନବୁଝି କରାଯାଉଛି ଟୁଇଟ 

କନକ ବ୍ୟୁରୋ : ପପ୍ ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ କରିବା ପରେ ସେଲିବ୍ରିଟିଙ୍କ ମଧ୍ୟରେ ଜଙ୍ଗଲର ନିଆଁ ଭଳି ଖେଳିଗଲା । ଏହାପରେ ଜଣକ ପରେ ଜଣେ ଟ୍ୱିଟ କରିବାକୁ ଲାଗିଲେ । ବ୍ରିଟିଶ ସାଂସଦ, କ୍ଲାଉଡିଆ ୱେବ ଲେଖିଛନ୍ତି, ଏହା ଭାରତୀୟ କୃଷକଙ୍କ ଏକତାକୁ ଦର୍ଶାଉଛି । ଧନ୍ୟବାଦ ରିହାନା । ଏପରି ଏକ ଯୁଗ ଯେବେ ରାଜନୈତିକ ନେତୃତ୍ୱର ଅଭାବ ରହିଛି, ସେହି ସମୟରେ ଅନ୍ୟମାନେ ଆଗକୁ ଆସିବା ପାଇଁ ଧନ୍ୟବାଦ । ସେହିପରି ଆମେରିକାର ହାଉସ ଅଫ ରିପ୍ରେଜେନଟେଟିଭ ସଦସ୍ୟ ଜିମ କୋଷ୍ଟା ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ଭାରତରେ ଘଟୁଥିବା ଘଟଣା ଚିନ୍ତାଜନକ । ବିଦେଶ ବ୍ୟାପାର ସମିତିର ସଦସ୍ୟ ଭାବେ ମୁଁ ଏହି ଘଟଣା ଉପରେ ନଜର ରଖିଛି । ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଅଧିକାରକୁ ସବୁ ସ୍ଥାନରେ ସମ୍ମାନ ଦେବା ଆବଶ୍ୟକ ।

ଆମେରିକୀୟ ଆଇନଜୀବୀ ତଥା ଆମେରିକା ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ଝିଆରୀ ମୀନା ହ୍ୟାରିସ, କ୍ୟାପିଟଲ ହିଲ ଘଟଣାକୁ ଦିଲ୍ଲୀ ଆନ୍ଦୋଳନ ସହ ତୁଳନା କରି ଲେଖିଛନ୍ତି, ଯେଉଁଠି ଏକ ମାସ ପୂର୍ବେ ବିଶ୍ୱର ସବୁଠୁ ପୁରୁଣା ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଥିଲା ଏବେ ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେବା ଦେଖୁଛୁ । ଚାଷୀ ଆନ୍ଦୋଳନ ଉପରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଓ ଇଂଟରନେଟ ସେବା ବନ୍ଦ କରିବା ନିନ୍ଦନୀୟ ।

ଦିଲ୍ଲୀ ଚାଷୀ ଆନ୍ଦୋଳନ ପାଇଁ କରାଯାଇଥିବା ଏହି ଟ୍ୱିଟ ଗୁଡିକରେ ହ୍ୟାସଟ୍ୟାଗ ଫାର୍ମର୍ସପ୍ରୋଟେଷ୍ଟ ବ୍ୟବହାର କରାଯାଇଛି । ଏଭଳି ସବୁ ପ୍ରତିକ୍ରିୟା ଆସିବା ପରେ କଡା ଟିପ୍ପଣୀ ରଖିଛି ଭାରତ ବିଦେଶ ମନ୍ତ୍ରାଳୟ ।

ଭାରତର ବିଦେଶ ମନ୍ତ୍ରାଳୟ ବିବୃତି ଜାରି କରି କହିଛି, ପ୍ରସଙ୍ଗକୁ ଠିକ୍ ଭାବେ ବୁଝିବା ସହ ପ୍ରମାଣର ସତ୍ୟତାକୁ ଅନୁସନ୍ଧାନ କରିବା ପରେ କୌଣସି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିବା ଆବଶ୍ୟକ । ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ଓ ସମ୍ବେଦନଶୀଳ ଖବର ପ୍ରସାର କରିବାରୁ ନିବୃତ  ରହିବା ଆବଶ୍ୟକ, ବିଶେଷ ଭାବେ ସେହି ବ୍ୟକ୍ତି ମାନେ ଯତ୍ନବାନ ହେବା ଆବଶ୍ୟକ ଯାହାର ଟିପ୍ପଣୀ ନା ଠିକ୍ ଅଛି ନା ଦାୟିତ୍ୱପୂର୍ଣ୍ଣ ଅଛି । ବିଦେଶୀମାନେ ଭାରତରେ ନିଜ ଏଜେଣ୍ଡା ଚଲାନ୍ତୁ ନାହିଁ । ଏକ ଛୋଟ ଗୋଷ୍ଠୀ ଏହି ଆନ୍ଦୋଳନ କରୁଛନ୍ତି ।

ବିଦେଶ ମନ୍ତ୍ରାଳୟର ଏଭଳି ମନ୍ତବ୍ୟ ଆସିବା ପରେ ଟ୍ୱିଟରକୁ ମଧ୍ୟ ନୋଟିସ ଜାରି କରିଛନ୍ତି ଭାରତ ସରକାର । ଏକ ଗୋଷ୍ଠୀ ଫାର୍ମର ଜେନୋସାଇଡ ହ୍ୟାସଟ୍ୟାଗ ବ୍ୟବହାର କରି ଏହି ବିଷୟରେ ଟ୍ୱିଟ କରୁଛନ୍ତି । ତୁରନ୍ତ ଏହାକୁ ହଟାଇବା ପାଇଁ ନୋଟିସ୍ କରାଯାଇଛି । ନଚେତ ପେନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ ଚେତାବନୀ ଦେଇଛନ୍ତି ସରକାର ।

ପପ୍ ଷ୍ଟାର ରିହାନା ତାଙ୍କ ଟ୍ୱିଟରେ ଲେଖିଥିଲେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କାହିଁକି କେହି କଥା ହେଉନାହାନ୍ତି । ଏହାର ଜବାବ ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ଟ୍ୱିଟ କରି ଲେଖିଛନ୍ତି, ଏହି ପ୍ରସଙ୍ଗରେ କେହି କଥା ହେଉନାହାନ୍ତିଁ କାରଣ ସେମାନେ ଚାଷୀ ନୁହଁନ୍ତି ସେମାନେ ଆତଙ୍କବାଦୀ, ଯିଏ ଦେଶକୁ ବିଭାଜନ କରିବାରେ ଲାଗିପଡିଛନ୍ତି । ଯାହା ଦ୍ୱାରା ଦେଶର ଅଂଶକୁ ଚୀନ୍ ନିଜ ଅକ୍ତିଆରକୁ ନେଇ ଚୀନ୍ କଲୋନୀ ନିର୍ମାଣ କରିବ, ଆମେରିକା ପରି । ଶାନ୍ତ ହୋଇକି ବସ, ତୁମ ପରି ଆମେ ଆମ ଦେଶକୁ ବିକ୍ରି କରିବୁ ନାହିଁ ।

from Kanak News
via <a href="https://ifttt.com/?

ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ କରିଛି ନିର୍ବାଚନ ଯୋଜନା ।

କନକ ବ୍ୟୁରୋ : ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା । ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି, ଫାଟୁ ସିନେରି । ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ଘୋଷଣା । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା ହୋଇଛି । ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ।

କୋଟିଆରେ ଆନ୍ଧ୍ର-ଓଡିଶା ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଅନେକଥର ସମାଧାନ କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ତେବେ ଏହାରି ମଧ୍ୟରେ ଆନ୍ଧ୍ର ବଡ ଷଡଯନ୍ତ୍ର କରିଛି ।

from Kanak News
via <a href="https://ifttt.com/?

ପାକିସ୍ତାନକୁ ଭରସା ନାହିଁ । ପାକିସ୍ତାନ ସେନାମୁଖ୍ୟଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା, କହିଲେ ଶାନ୍ତି ସ୍ଥାପନ କରିବାର ଆସିଛି ସମୟ ।

କନକ ବ୍ୟୁରୋ : ବଦଳୁଛି ପାକିସ୍ତାନର ସ୍ୱର। ସବୁବେଳେ ଭାରତ ଉପରକୁ ଆକ୍ରମଣର ଯୋଜନାରେ ଥିବା ପାକିସ୍ତାନ ଏବେ ନିଜର ଚାଲି ବଦଳାଇଛି। ହିଂସା ପଥ ଛାଡ଼ି ଅହିଂସା ପଥ ଆପଣାଉଛି ପାକିସ୍ତାନ। ଏହା ପାକିସ୍ତାନର ସେନାମୁଖ୍ୟ ଜାଭେଦ ବାଜୱାଙ୍କ କଥାରୁ ସ୍ପଷ୍ଟ ବାରିହୋଇପଡ଼ୁଛି। ସବୁବେଳେ ଭାରତକୁ ଟାର୍ଗେଟ କରିବା, ଆକ୍ରମଣ କରିବା ଏବଂ ହରାଇବାର କଥା କହୁଥିବା ବାଜୱା ଏବେ ଦୁଇ ଦେଶ ମଧ୍ୟ‌ରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛନ୍ତି। ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ ବାଜୱା ମଙ୍ଗଳବାର କହିଛନ୍ତି ଯେ, ଏହି ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଶାନ୍ତି ପ୍ରତିଷ୍ଠା କରିବାର ସମୟ ଆସିଛି। ଏଭଳି କହି ସେ ଭାରତ ସହ ବୁଝାମଣା କରିବା ପାଇଁ ଏକ ଅଫର ଦେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେନାମୁଖ୍ୟ ଜେନେରାଲ ବାଜୱା ରିସାଲପୁରର ପାକିସ୍ତାନ ବାୟୁସେନା ଏକାଡେମୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଶାନ୍ତି ସ୍ଥାପନ କରିବା କଥା କହିଥିଲେ। ବାଜୱା କହିଥିଲେ ଯେ, ସମୟ ଆସିଛି ଯେ ଆମର ସମସ୍ତ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଏବଂ ବନ୍ଧୁତ୍ୱର ହାତ ବଢ଼ାଇବା । ଭାରତ ବାଲାକୋଟ ଏୟାର ଷ୍ଟ୍ରାଇକ କରିବା ଏବଂ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ହଟାଇବା ପରଠାରୁ ବାଜୱା ଭାରତ ବିରୋଧୀ ବୟାନ ଦେବା ଆରମ୍ଭ କରିଥିଲେ। ହେଲେ ହଠାତ୍ ‌ତାଙ୍କ ସ୍ୱର କେମିତି ବଦଳିଲା, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।  କିନ୍ତୁ ଏହା ଭିତରେ ସନ୍ଦେହ ମଧ୍ୟ ଉପୁଜୁଛି ଯେ, ଆଗରେ ଏଭଳି ଶାନ୍ତିର ବାର୍ତ୍ତା କଥା କହି ପାକିସ୍ତାନ ପଛପଟୁ ଛୁରୀ ମାରିବାର ଅନେକ ନଜିର ରହିଛି । ତାହା ବି ପୁଣି ସୀମାରେ । ତେଣୁ ପାକିସ୍ତାନ ସେନାମୁଖ୍ୟଙ୍କ ଏଭଳି ବୟାନ ପଛରେ ଇମ୍ରାନ ସରକାରଙ୍କ କିଛି ଭାରତ ବିରୋଧୀ ଉଦ୍ଦେଶ୍ୟ ଲୁଚି ରହିନାହିଁ ତ ।

from Kanak News
via <a href="https://ifttt.com/?

ବୈଠକ ମଝିରେ ଶୋଷ ଲାଗିଲା, ପାଣି ଭାବି ସାନିଟାଇଜର ପିଇଦେଲେ ସରକାରୀ ବାବୁ । ଦେଖନ୍ତୁ ପୂରା ଭିଡ଼ିଓ ।

କନକ ବ୍ୟୁରୋ : ପାଣି ବଦଳରେ ସାନିଟାଇଜର ପିଇ ହଟହଟା ହେଲେ ବିଏମସି ଅଧିକାରୀ। ଭୁଲବଶତଃ ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ପାଣି ବଦଳରେ ସାନିଟାଇଜର ପିଇବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଭଳି ଜଣେ ବରିଷ୍ଠ ଅଧିକାରୀ ଜଣକ ସାନିଟାଇଜର ପିଉଛନ୍ତି ଏବଂ ପିଇବା ପରେ ସେ କିଭଳି ପ୍ରତିକ୍ରିୟା ଦେଇଛନ୍ତି, ସେ ସବୁ ଭିଡିଓରେ କଏଦ ହୋଇଛି।

ସୂଚନା ମୁତାବକ, ଘଟଣାଟି ଘଟିଛି ମୁମ୍ବାଇ ମୁନିସିପାଲ କର୍ପୋରେସନର ଯୁଗ୍ମ ମ୍ୟୁନିସିପାଲିଟି କମିସନର ରମେଶ ପାୱାରଙ୍କ ସହ। ଅଧିକାରୀଜଣକ ନାଗରିକ ସଂସ୍ଥାର ଶିକ୍ଷା ବଜେଟ୍ ଉପସ୍ଥାପନ କରୁଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଏହି ସମୟରେ ତାଙ୍କ ଆଗରେ ରଖାଯାଇଥିବା ସାନିଟାଇଜର ବୋତଲକୁ ସେ ପାଣି ବୋଲି ଭାବି ପିଇଦେଇଥିଲେ। ପଛପଟେ ଥିବା କର୍ମଚାରୀ ତାଙ୍କୁ ରୋକିବା ପୂର୍ବରୁ ‌ସେ ସାନିଟାଇଜର ପିଇଦେଇଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ସେ ସାନିଟାଇଜର ପିଇଦେଇଥିବା ଜାଣି ପାଟିରୁ ସାନିଟାଇଜର କାଢ଼ିବା ସହ ସାଧା ପାଣିରେ ନିଜ ପାଟିକୁ ସଫା କରି ପାଣି ପିଇଥିଲେ।

https://platform.twitter.com/widgets.js

ଏହି ଘଟଣାର ୩ଦିନ ପୂର୍ବରୁ ମହାରାଷ୍ଟ୍ରରେ ଥିବା ଏକ ଗାଁରେ ୧୨ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପରିବର୍ତ୍ତେ ସାନିଟାଇଜର ଦିଆଯାଇଥିବା ଖବର ମିଳିଥିଲା, ଯାହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା।

from Kanak News
via <a href="https://ifttt.com/?

ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ ।

କନକ ବ୍ୟୁରୋ : ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, କାମ ସରିଲେ ଆହୁରି ଭଲ ଦିଶିବ । ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ । ପୁରୁଣା ଫଟୋ ସହ ମ୍ୟାଚ କଲେ କଣ ଭାଙ୍ଗିଛି ଜଣାପଡିବ । ମନ୍ଦିର ପାଶ୍ୱର୍ କାର୍ଯ୍ୟ ପାଇଁ ଏସଆଇକୁ ଡକ୍ୟୁମେଣ୍ଟ ଯିବା ଦରକାର ଥିଲା । ଅନୁମତି ପାଇଁ କିଛି ନିର୍ଦ୍ଦେଶ ଆସିନି, ଆଲୋଚନା ଚାଲିଛି ।

ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାମ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି । ତେବେ ଶୁକଶାରୀ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ପୁରାତନ କିର୍ତ୍ତିରାଜି ଏବଂ ପ୍ରତ୍ନତତ୍ୱ ବିଭାଗ ଓ ଭଗ୍ନାବଶେଷ ଆଇନ ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି । ପାରିପାଶ୍ୱକ ସ୍ଥିତିରୁ ଜଣାପଡୁଛି ମନ୍ଦିର ଭୂମି ତଳେ ଅନେକ ଐତିହାସିକ ଢାଞ୍ଚା ରହିଛି ତେଣୁ ଏହାର ପୁନରୁଦ୍ଧାର ଆବଶ୍ୟକ ।

from Kanak News
via <a href="https://ifttt.com/?

ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲ ଶୁଭାରମ୍ଭ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ ।

କନକ ବ୍ୟୁରୋ : ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍ କଟ୍ଟରିଆଙ୍କ ଉପସ୍ଥିତିରେ ଗୋବର୍ଦ୍ଧନ ପୋର୍ଟାଲର ଶୁଭାରମ୍ଭ ହୋଇଥିଲା ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱେଷ୍ଟ ଟୁ ୱେଲଥ୍ ମନ୍ତ୍ରକୁ ଫଳପ୍ରଦ କରିବା ଏବଂ ଅନ୍ନଦାତାଙ୍କୁ ଉର୍ଜାଦାତା କରିବା ପାଇଁ ଭାରତ ସରକାର ଦେଶର କୃଷକ ଏବଂ ସ୍ୱଚ୍ଛ ଉର୍ଜା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହି ଗୋବର୍ଦ୍ଧନ ପୋର୍ଟାଲ ମାଧ୍ୟମରେ ଏହାକୁ ସଠିକ୍ ସମୟରେ ନଜର ରଖାଯାଇପାରିବ ।

ବର୍ଜ୍ୟବସ୍ତୁରୁ ଧନ ସମ୍ପତି ଏବଂ ସ୍ୱଚ୍ଛ ଇନ୍ଧନ ପାଇବା ଅଭିଯାନରେ ଗୋବର୍ଦ୍ଧନ ଯୋଜନା କେବଳ ଉର୍ଜା କ୍ଷେତ୍ରକୁ ଆତ୍ମନିର୍ଭର କରିବ ନାହିଁ ବରଂ ଦେଶର ଉର୍ଜା ଆମଦାନୀକୁ ମଧ୍ୟ ହ୍ରାସ କରିବ । ଆଗାମୀ କିଛି ବର୍ଷରେ ଗୋବର୍ଦ୍ଧନ ଯୋଜନା ଏବଂ ସାମନ୍ତରାଳ ପ୍ରକଳ୍ପ ମାଧ୍ୟମରେ ଦେଶରେ ସିବିଜି, ଇଥାନଲ ଏବଂ ଜୈବଇନ୍ଧନ ଭଳି ସ୍ୱଚ୍ଛ ଇନ୍ଧନର ଉତ୍ପାଦନ ଦେଶରେ ଉର୍ଜା କ୍ଷେତ୍ରର ଆତ୍ମନିର୍ଭରତା ବଢ଼ାଇବା ସହ ଏହାଦ୍ୱାରା ଦେଶର କୃଷକମାନେ ଅତିରିକ୍ତ ପ୍ରାୟ ୧ ଲକ୍ଷ କୋଟି ପାଇପାରିବେ ।

ବର୍ଜ୍ୟବସ୍ତୁରୁ ଇନ୍ଧନ ତିଆରି କରିବା ଦିଗରେ ମଧ୍ୟପ୍ରଦେଶର ଇନ୍ଦୋର ଆଜି ଦେଶ ପାଇଁ ଉଦାହରଣ ତିଆରି କରିଛି । ଏହି ସଫଳତାକୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଁଚାଇବା ସରକାରଙ୍କ ଲକ୍ଷ୍ୟ ରଖିଥିବା ବେଳେ ଏହା ଦ୍ୱାରା ଆମର ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଅଭୁତପୂର୍ବ ଉନ୍ନତି ପରିଲକ୍ଷିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

from Kanak News
via <a href="https://ifttt.com/?

ପଳାଶୁଣି ଛକରୁ ଲିଙ୍ଗିପୁର ଛକ ହେଲା ଆଲୋକୀକରଣ । ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : କଟକ-ପୁରୀ ବାଇପାସ ରୋଡ ଆଲୋକୀକରଣ ବ୍ୟବସ୍ଥା । ପଳାଶୁଣି ଛକରୁ ଲିଙ୍ଗିପୁର ଛକ ହେବ ଆଲୋକୀକରଣ । ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ କି.ମି ରାସ୍ତାରେ ଲାଗିଛି ୭୭୪ଟି ଏଲଇଡି ଷ୍ଟ୍ରିଟ ଲାଇଟ । ୩ଟି ହାଇମାଷ୍ଟ ଲାଇଟ ମଧ୍ୟ ଲାଗିଛି ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶୁସାନ୍ତ ରାଉତ ଓ ବିଏମସି କମିଶନ ପ୍ରେମାନନ୍ଦ ଚୌଧରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଟକ-ପୁରୀ ବାଇପାସର ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଥିଲେ ।

from Kanak News
via <a href="https://ifttt.com/?

ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରାକୁ ନେଇ ଅନିଶ୍ଚିତତା । ବିଏମସି, ପୋଲିସ ଓ ଆୟୋଜକ କମିଟି ମଧ୍ୟରେ ଚାଲିଛି ଆଲୋଚନା । ବାହାରି ପାରୁନି ନିଷ୍କର୍ସ 

କନକ ବ୍ୟୁରୋ : ଖଣ୍ଡଗିରିରେ ହେଉଥିବା ମାଘ ସପ୍ତମୀ  ମେଳାର ମୁଖ୍ୟ ଆକର୍ଷଣ ଯାତ୍ରାକୁ ନେଇ ଚଳିତ ବର୍ଷ ଦ୍ୱନ୍ଦ୍ୱ ଜାରି ରହିଛି । କରୋନା କଟକଣା ବଳବତ୍ତର ରହିଥିବା ବେଳେ ଯାତ୍ରା ହେବା କି ନାହିଁ ତାହାକୁ ନେଇ ଯାତ୍ରା କମିଟି ଓ ବିଏମସି ମଧ୍ୟରେ ମଙ୍ଗଳବାର ହେଇିଥିବା ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

୫ଶହରୁ ଅଧିକ ଲୋକ ଏକତ୍ରତ ହୋଇ ପାରିବେ ନାହିଁ ବୋଲି ନିୟମ ହୋଇଥିବା ବେଳେ ଏତିକି ଦର୍ଶକଙ୍କୁ ନେଇ ଯାତ୍ରା କରିବା ଅସମ୍ଭବ ବୋଲି କହିଛନ୍ତି ଖଣ୍ଡଗିରି ଯାତ୍ରା କମିଟି । ତେଣୁ ପୁଣିଥରେ ଏକ ପ୍ରସ୍ତାବ ବିଏମସିକୁ ଦେବୋପାଇଁ ଯାତ୍ରା କମିଟିକୁ କହିଛନ୍ତି କମିଶନର । ଏପଟେ ଯାତ୍ରା କମିଟିର କହିବା କଥା ଯାତ୍ରାପାର୍ଟି ବାବଦରେ ରାତିପିଛା ପାଖାପାଖି ଦୁଇ ଲକ୍ଷ ଟଙ୍କା ସହ ଟେଂଟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ରୁ ସାଢେ ୩ ଲକ୍ଷ  ଟଙ୍କା ଖର୍ଚ୍ଚ ହୋଇଥାଏ ।

ତେଣୁ ଅତି କମରେ ଅଢେଇ ହଜାରରୁ ୩ହଜାର ଦର୍ଶକଙ୍କୁ ଅନୁମତି ନଦେଲେ ଯାତ୍ରା ଆୟୋଜନ କରିବା ଅସମ୍ଭବ । ଏପଟେ କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ଯାତ୍ରା ଓ ମଂଚ ଅଭିନୟ ବନ୍ଦ ହୋଇଯାଇଥିବାରୁ କଳାକାର ମାନେ ମଧ୍ୟ ଦୁସ୍ଥ ଅବସ୍ଥାକୁ ଚାଲି ଯାଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started