ଖସିଗଲେ ମାଓବାଦୀ, ଗୁଳି ଖାଇଲେ ଗାଁ ଲୋକ । ମାଲକାନଗିରିରେ ମାଓ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ । ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ଆଣିଲେ ପରିବାର ।

କନକ ବ୍ୟୁରୋ : ମାଲକାନଗିରି ପୁଲିସର ମାଓ ଏନକାଉଣ୍ଟରକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ ଗୁଳିରେ ଜଣେ ନିରୀହ ଗ୍ରାମବାସୀ ଟଳି ପଡିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜାନୁଆରୀ ୩୧ ତାରିଖରେ ମାଲକାନଗିରି ନୁନଖାରି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ମାଡରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଦାବି କରିଥିଲା ମାଲକାନଗିରି ପୁଲିସ । କିନ୍ତୁ ଗ୍ରାଉଣ୍ଡ ଜିରୋର ସ୍ଥିତି କିଛି ଭିନ୍ନ କଥା କହୁଛିି । ମୃତକଙ୍କ ସ୍ତ୍ରୀ ଓ ଗାଁ ଲୋକେ କନକ ନ୍ୟୁଜ କ୍ୟାମେରାରେ ଯେଉଁ ଘଟଣା ବଖାଣିଛନ୍ତି, ତାହା ନୁନଖାରି ଏନକାଉଣ୍ଟର ଉପରେ ଅନେକ ପ୍ରଶ୍ନ ଚିହ୍ନ ଲଗାଇଛି ।

କୋରାପୁଟ ବୈପାରିଗୁଡା ଥାନା ଅନ୍ତର୍ଗତ ଗଡାବେଡା ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଠିଆ କରିଛି । ଗତ ୩୦ ତାରିଖ ରାତିରେ ମାଓବାଦୀ ସନ୍ଦେହରେ ପୁଲିସ ଗୁଳିରେ ଟଳି ପଡିଥିଲେ ଗଡାବେଡା ଗାଁର ଦିନା ମାଣ୍ଡି । ହେଲେ ଅଭିଯୋଗ ଆସିଲା ମୃତ ଦିନା ମାଓବାଦୀ ନୁହଁନ୍ତି, ଜଣେ ନୀରିହ ଗ୍ରାମବାସୀ । ମାଓବାଦୀଙ୍କ ବୈଠକରେ ଯୋଗ ଦେବାକୁ ଯାଇ ଦିନା ମାଲକାନଗିରି ପୁଲିସର ଗୁଳି ଖାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।

ଜାନୁଆରୀ ୩୦ରେ ବୈପାରିଗୁଡା ଗଡାବେଡା ଗାଁରେ ବୈଠକ ଡାକିଥିଲେ ମାଓବାଦୀ । ମାଓ ବୈଠକ ଖବର ପାଇ ଘେରି ଯାଇଥିଲେ ଯବାନ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ସେଦିନ ବିଳମ୍ବିତ ରାତିରେ ବୈଠକ ଡକାଇଥିଲେ ୨୦ରୁ ୨୫ ମାଓବାଦୀ । ସେହି ବୈଠକରେ ଗାଁର ପିଲାରୁ ବୁଢା ସମସ୍ତେ ସାମିଲ ହୋଇଥିଲେ । ମୃତ ଦିନା, ତାଙ୍କ ସ୍ତ୍ରୀ ଓ ଝିଅ ବି ବୈଠକକୁ ଯାଇଥିଲେ । ମାଓବାଦୀଙ୍କ ବୈଠକ ଖବର ପାଇ ରାତି ପ୍ରାୟ ଗୋଟାଏ ବେଳକୁ ବୈଠକ ସ୍ଥଳକୁ ଘେରି ଯାଇଥିଲେ ଯବାନ ।

ନିଶବ୍ଦ ରାତିରେ ଟର୍ଚ ଆଲୁଅ ଦେଖି ଚିହିକି ଉଠିଥିଲେ ମାଓବାଦୀ । ଅନ୍ଧାର ରାତିରେ ହଠାତ ଗୁଳିର ଗର୍ଜନ ଶୁଣି ଗ୍ରାମବାସୀଙ୍କୁ ଢାଲ କରି ଖସି ଯାଇଥିଲେ ମାଓବାଦୀ । ଆରମ୍ଭ ହୋଇଥିଲା ଗୁଳି ବର୍ଷା । ଆଉ ଯବାନଙ୍କ କବଜାରେ ପଡିଯାଇଥିଲେ ୩୨ ବର୍ଷୀୟ ଦିନା ମାଣ୍ଡି । ପୁଲିସ ଦିନାଙ୍କୁ ନକ୍ସଲ ସନ୍ଦେହରେ ଗୁଳି କରି ହତ୍ୟା କରିଥିବା ବେଳେ ଗାଁର ଆଇବା ମାଣ୍ଡି, ଭୀମ ମାଣ୍ଡି, ସୁରି ମାଣ୍ଡି ଓ ଗୁତନ ଗୋଲରୀଙ୍କୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଘଞ୍ଚ ଜଙ୍ଗଲ ଭିତରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଖବର ଦେଇଥିଲା ମାଲକାନଗିରି ପୁଲିସ । କିନ୍ତୁ ପରେ ଏହି ଘଟଣା ବିବାଦ ଭିତରକୁ ଟାଣି ହୋଇଯାଇଛି ।

from Kanak News
via <a href="https://ifttt.com/?

ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆ କ୍ରିକେଟରେ ସଫଳତା । ଡେବ୍ୟୁ ମ୍ୟାଚରେ ୭ ନମ୍ବରରେ ଆସୁଥିଲେ ବ୍ୟାଟିଂ । ପରେ ହୋଇଗଲେ ଭାରତର ଓପନର ବ୍ୟାଟ୍ସମ୍ୟାନ ।

କନକ ବ୍ୟୁରୋ : ବୀରେନ୍ଦ୍ର ସେହୱାଗ । କ୍ରିକେଟ ଜଗତର ବେତାଜ ବାଦଶାହ । ନିଜ ଖେଳରେ ସମସ୍ତଙ୍କ ମନ ଜିତିଛନ୍ତି ଏହି ଭାରତୀୟ କ୍ରିକେଟର । ଆମେ ଆଜି କହିବୁ ଏହି ଭାରତୀୟ କ୍ରିକେଟରଙ୍କ ଦିନିକିଆ କ୍ରିକେଟର ଇତିହାସ କଥା । ଜାନୁଆରୀ ୩ ତାରିଖ ୨୦୧୩ ମସିହାରେ ବିରେନ୍ଦ୍ର ସେହୱାଗ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ । ଆଉ ସେ ପୁଣି ପାକିସ୍ତାନ ବିପକ୍ଷରେ । ସବୁଠାରୁ ବଡ କଥା ହେଉଛି ସେହୱାଗ ତାଙ୍କ ଦିନିକିଆ ଡେବ୍ୟୁ ପାକିସ୍ତାନ ବିପକ୍ଷରେ କରିଥିଲେ । ଆଉ ଶେଷ ଦିନିକିଆ ମଧ୍ୟ ସେହି ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ନିଜ ପ୍ରଥମ ମ୍ୟାଚରେ ସେହୱାଗ ୭ ନମ୍ବରରେ ବ୍ୟାଟିଂ କରିଥିଲେ ଆଉ ଶେଷ ଦିନିକିଆରେ ଦଳ ପାଇଁ ଓପନିଂ କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ୭ ନମ୍ବରରୁ ୧ ନମ୍ବର ଯାଏଁ ଆସିବାର ଯାତ୍ରା କେମିତି ଥିଲା ।

ଅନ୍ତର୍ଜାତୀୟ କ୍ରିକେଟରେ ସେହୱାଗଙ୍କ ଚୟନ ହେବା ପରେ ତାଙ୍କୁ ମିଡିଲ ଅର୍ଡରରେ ବ୍ୟାଟିଂ ଛଡା ଯାଇଥିଲା । ପ୍ରଥମ ଦିନିକିଆରେ ସେହୱାଗ ୭ ନମ୍ବରରେ ବ୍ୟାଟିଂ ଆସିଥିଲେ । ଏହି ମ୍ୟାଚରେ ସେହୱାଗ ମାତ୍ର ଏକ ରନ କରିଥିଲେ । ଆରମ୍ଭର ୧୩ଟି ମ୍ୟାଚରୁ ୧୧ଟି ମ୍ୟାଚରେ ସେହୱାଗ ମିଡିଲ ଅର୍ଡରରେ ବ୍ୟାଟିଂ କରିଥିଲେ । ହେଲେ ପରେ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲି ଏକ ବଡ ନିଷ୍ପତ୍ତି ନେଇଥିଲେ । ଆଉ ସେହୱାଗଙ୍କୁ ଓପନିଂ ପାଇଁ ଛାଡିଥିଲେ ।

ସ୍ଥାନ ଥିଲା କଲମ୍ବୋ । ମ୍ୟାଚ ଥିଲା ଭାରତ ବନାମ ନ୍ୟୁଜିଲାଣ୍ଡ । ପ୍ରଥମଥର ପାଇଁ ଏହି ମ୍ୟାଚରେ ଓପନିଂ କରିଥିଲେ ସେହୱାଗ । ଏହି ମ୍ୟାଚରେ ସେହୱାଗ ମାତ୍ର ୩୩ ରନ କରିଥିଲେ । ୧୪ଟି ମ୍ୟାଚ ଖେଳିବା ପରେ ୨୦୦୧ ଏପ୍ରିଲ ୧ ତାରିଖରେ ସେହି କଲୋମ୍ବରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଓପନିଂ କରିଥିଲେ । ଆଉ ସେଦିନ ଗର୍ଜନ କରିଥିଲା ସେହୱାଗଙ୍କ ବ୍ୟାଟ । ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ବ୍ୟାଟିଂରେ ତାଙ୍କର ଦୁର୍ଦ୍ଦଶ ରୂପ । କଲମ୍ବୋରେ ଛକା ଚୌକାର ବର୍ଷା କରିଥିଲେ ସେହୱାଗ । ଏହି ମ୍ୟାଚରେ ୭୦ଟି ବଲରେ ସେ କରିଥିଲେ ୧୦୦ ରନ । ଆଉ ଏହା ଥିଲା ତାଙ୍କ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ । ଯାହାକି ତାଙ୍କୁ ଦେଇଥିଲା ବଡ ବ୍ରେକ ।

ନିଜ କ୍ୟାରିୟରର ୨୫୧ଟି ମ୍ୟାଚ ମଧ୍ୟରୁ ୨୪୦ଟି ମ୍ୟାଚରେ ସେହୱାଗ ଓପନିଂ କରିଥିଲେ, ଆଉ ୧୧ଟି ମ୍ୟାଚରେ ତାଙ୍କୁ ମିଡିଲ ଅର୍ଡରରେ ଦେଖିବକୁ ମିଳିଥିଲା । ସେହୱାଗ ତାଙ୍କର ଏହି କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ବିରାଟ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଯାହାକି ଆଜି ଯାଏଁ ଅଭଙ୍ଗା ହୋଇକି ରହିଛି ।

ସେହୱାଗ ଦିନିକିଆରେ ମୋଟ ୨୫୧ଟି ମ୍ୟାଚ ଖେଳି ୮ ହଜାର ୨୭୩ ରନ କରିଛନ୍ତି । ଏଥିରେ ୧୫ଟି ଶତକ ଓ ୩୮ଟି ଅର୍ଦ୍ଦଶତକ ମଧ୍ୟ ରହିଛି । ଏହାସହ ସେହୱାଗ ଗୋଟିଏ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେହୱାଗ ୨୧୯ ରନ କରି ଏହି ରେକର୍ଡ ସୃଷ୍ଟି କରିଥିଲେ ।

କେବଳ ଦିନିକିଆ ନୁହେଁ ଟେଷ୍ଟ ହେଉ କି ଟ୍ୱି-୨୦ ସବୁଥିରେ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି ସେହୱାଗ । ପ୍ରଥମ ଭାରତୀୟ ଭାବେ ସେହୱାଗ ଟେଷ୍ଟ କ୍ରିକେଟ ତ୍ରିପଲ ସେଞ୍ଜୁରୀ ମଧ୍ୟ ହାସଲ କରିଛନ୍ତି । ଏହାସହ ଟେଷ୍ଟରେ ୬ ଥର ଦ୍ୱିଶତକ ଓ ୨୩ ଥର ଶତକ ହାସଲ କରିଛନ୍ତି । ପଡିଆରେ ଆକର୍ଷଣୀୟ ସଟ ଖେଳି ଫ୍ୟାନମାନଙ୍କୁ ହୃଦୟ ଜିତିଥିଲେ ଏହି ଖେଳାଳି । ୨୦୧୫ ଅକ୍ଟୋବର ୨୦ ତାରିଖରେ ସେହୱାଗ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ । ହେଲେ କ୍ରିକେଟରେ ତାଙ୍କ ରେକର୍ଡ ଏବେ ବି ଅଭୁଲା ରହିଛି ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁ ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ରାକେଶକୁ ସିନ୍ ରି-କ୍ରିଏସନ୍ କରିବାକୁ ଭୁବନେଶ୍ୱରର ଗେଷ୍ଟ ହାଉସକୁ ଆଣିଛି ପୋଲିସ ।

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲାରୁ ହଟିପାରେ ପରଦା । ଏହି ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଅଣାଯାଇଛି ରାଜଧାନୀ ଭୁବନେଶ୍ୱରକୁ । ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି ପୋଲିସ । ଏଠାରେ ସିନ୍ ରି କ୍ରିଏସନ କରାଯିବ । ପୂର୍ବରୁ ହୋଟେଲ ରୁମରୁ ସିସିଟିଭିକୁ ବି ଜବତ କରିଥିଲା ପୋଲିସ । କିଭଳି, କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍ ରିକ୍ରିଏସନ୍ କରିବ ରାକେଶ । ପୁରା ଘଟଣାରେ ଏହି ସିନ୍ ରିକ୍ରିଏସନ୍ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି ।

ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ କୁଆଖିଆ ଥାନାରେ ତାକୁ ପଚରାଉଚରା କରାଯାଇ ପରେ ଭୁବନେଶ୍ୱର ଆଣି ହୋଟେଲରେ ସିନ୍ ରିକ୍ରିଏସନ୍ କରୁଛି କୁଆଖିଆ ପୋଲିସ । ଗତକାଲି ମୃତ ଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେ ଓ ତାହାର ସହଯୋଗୀ ପୋଲିସ ପଚରାଉଚରା କରିଥିଲା ।

from Kanak News
via <a href="https://ifttt.com/?

ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରାଯିବ : ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ

କନକ ବ୍ୟୁରୋ : ସମସ୍ତ ସରକାରୀ ଆଇ.ଟି.ଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଛାଡ ହେବ ହଷ୍ଟେଲ ଫି’ । ଛାତ୍ରଛାତ୍ରୀଙ୍କର ୯ମାସର ହଷ୍ଟେଲ ଫି’ ଛାଡ କରାଯିବ । ହଷ୍ଟେଲ ଫି’ ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସରକାରୀ ଆଇ.ଟି.ଆଇରେ ପଢୁଥିବା ରାଜ୍ୟର ୩୦ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି । କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନଥିଲେ । ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ ପାଇବେ ।

from Kanak News
via <a href="https://ifttt.com/?

ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ; ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ କହିଲେ ଉଚ୍ଚ ନ୍ୟାୟାଳୟ 

କନକ ବ୍ୟୁରୋ : ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଛି । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହଁ ବୋଲି କହିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ସେହି ସଂସ୍ଥା ତଦନ୍ତ କରିବା ବେଆଇନ । ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପିତାମ୍ୱର ଆଚାର୍ଯ୍ୟ ଏନେଇ ସୂଚନା ଦେଇ କହିଛନ୍ତି ଏହି ମାମଲା ମୁଖ୍ୟ ବିଚାରପତି ଜଷ୍ଟିସ ମୁରଲିଧର ଏବଂ ଜଷ୍ଟିସ୍ ବିଶ୍ୱନାଥଙ୍କ ୨ ଜଣିଆ ଖଣ୍ଡପୀଠରେ ଦୁଇ ଘଂଟାରୁ ଅଧିକ ସମୟ ଧରି ଶୁଣାଣି ହୋଇଥିଲା ।

from Kanak News
via <a href="https://ifttt.com/?

ଚୀନ ଓ ପାକିସ୍ଥାନ ସୀମାରେ ବିପଦ ବଢ଼ାଉଛନ୍ତି ଶତ୍ରୁ : ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ

କନକ ବ୍ୟୁରୋ : ଉଭୟ ପାକିସ୍ତାନ ଓ ଚୀନ ସୀମାରେ ଲାଗିରହିଥିବା ଉତେଜନା କାରଣରୁ ଭାରତ ପାଇଁ ଏବେ ସୀମାର ସୁରକ୍ଷା ଅଧିକ ଜରୁରୀ ହୋଇପଡିଛି । ଚୀନ ସାମାକୁ ଲାଗିରହିଥିବା ନିୟନ୍ତ୍ରଣ ରେଖା ଏଲଏସି ଏବଂ ପାକିସ୍ତାନ ସୀମାକୁ ଲାଗିଥିବା ଏଲଓସିରେ ଏବେ ସର୍ବାଧିକ ଆଲର୍ଟରେ ରହିଛି ସେନା । ଏଭଳି ସମୟରେ ସୀମାରେ ଶତ୍ରୁର ମୁକାବିଲା ପାଇଁ ଭାରତ ରିଆରି କରୁଥବା ଷ୍ଟିଲଥ ଡ୍ରୋନ, ଆଗାମୀ ଦିନରେ ବାୟୁସେନାର କ୍ଷମତାକୁ ଆହୁରି ବଢାଇ ଦେବ ବୋଲି ଆକଳନ କରାଯାଉଛି ।

– ବାଙ୍ଗାଲୋରରେ ଚାଲିଥିବା ‘ଏରୋ ଇଣ୍ଡିଆ ସୋ’ରେ ପ୍ରଦର୍ଶିତ ହୋଇଛି ‘ୱାରିୟର’ ଡ୍ରୋନ୍

– ଯେକୌଣସି ରାଡାରକୁ ଚକମା ଦେଇ ଶତ୍ରୁ ପକ୍ଷର ବିନାଶ କରିବାକୁ ସକ୍ଷମ ଏହି ଡ୍ରୋନ୍

– ସେଥିପାଇଁ ଏହି ଡ୍ରୋନକୁ ‘ୱାରିୟର’ ଅର୍ଥାତ ଯୋଦ୍ଧା ନାମରେ ନାମିତ କରାଯାଇଛି 

– ସଂପୂର୍ଣ୍ଣ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସର ପ୍ଲାଟଫର୍ମରେ ଏହି ଡ୍ରୋନର ବିକାଶ କରାଯାଉଛି

– ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ପକ୍ଷରୁ ନିର୍ମାଣ କରାଯାଉଛି ‘ୱାରିୟର’ ଡ୍ରୋନ୍ 

– ଯୁଦ୍ଧ ବେଳେ ତେଜସ ବିମାନରେ ଥିବା ପାଇଲଟଙ୍କ ସହ ତାଳମେଳ ରଖି ଟାର୍ଗେଟ କରିବ

– ‘ୱାରିୟର’ ଡ୍ରୋନ୍ ବିଶ୍ୱର ଅନ୍ୟ ଆକ୍ରମଣକାରୀ ଡ୍ରୋନଠାରୁ ସଂପୂର୍ଣ୍ଣ ଅଲଗା

– ଏହି ଷ୍ଟିଲଥ ଡ୍ରୋନ୍ ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବାର କ୍ଷମତା ରଖେ

– କୌଣସି ସର୍ଭିଲାନ୍ସ ସିଷ୍ଟମ ଏହାକୁ ଧରିପାରିବ ନାହିଁ ବୋଲି କୁହାଯାଉଛି

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ହିଂସା ପ୍ରସଙ୍ଗ : ଯାଞ୍ଚରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ ସରକାର ଉଠାଉଛନ୍ତି ପଦକ୍ଷେପ ।

କନକ ବ୍ୟୁରୋ: ବର୍ତମାନ ସମୟର ବଡ ଖବର । ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ସରକାର ଏହି ମାମଲାରେ ପଦକ୍ଷେପ ନେଉଥିବାରୁ ସୁପ୍ରିମକୋର୍ଟ ଏଥିରେ କୌଣସି ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏପରିକି ଆପତ୍ତି ଅଭିଯୋଗ ଥିଲେ ସରକାରଙ୍କୁ ଜଣାଇବା ପାଇଁ ଆବେଦନକାରୀଙ୍କୁ କହିଛନ୍ତି ।

ତେବେ ପ୍ରାୟ ୧୪୧ ଜଣ ଆଇନଜୀବୀ ଗଣତନ୍ତ୍ର ଦିବସରେ ହୋଇଥିବା ହିଂସାକାଣ୍ଡ ମାମଲାରେ ହସ୍ତକ୍ଷେପ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ ଏ ବୋବଡେଙ୍କୁ ଚିଠି ଲେଖିଥିଲେ । ଆନ୍ଦୋଳନସ୍ଥଳରେ ଇଂଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିବାରୁ ଏହାକୁ ସ୍ୱଭାବିକ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଦର୍ଶାଇଥିଲେ ।

from Kanak News
via <a href="https://ifttt.com/?

ନନ୍ଦନକାନନରେ ବାଘ ଛୁଆ ଲବ-କୁଶ ଅସୁସ୍ଥ । କାମଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା, ରାଜ୍ୟ ବାହାରର ବିଶେଷଜ୍ଞଙ୍କ ସହାୟତା ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

କନକ ବ୍ୟୁରୋ: ନନ୍ଦନକାନନ ଛୁଆ ବାଘ ଲବ-କୁଶ ଅସୁସ୍ଥ ଘଟଣା । କାମ ଦେଉନି ସ୍ଥାନୀୟ ଡ଼ାକ୍ତରଙ୍କ ଚିକିତ୍ସା ପଦ୍ଧତି । ବାହାର ବିଶେଷଜ୍ଞ ସହାୟତା ଲୋଡ଼ିଲେ ନନ୍ଦନକାନନ କର୍ତ୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଛନ୍ତି କର୍ତୃପକ୍ଷ । ଏଥିସହ ଓୟୁଏଟିର ସେଂଟର ଫର ୱାଇଲ୍ଡ ଲାଇଫ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି । ଲବ କୁଶ ଦୁହେଁ ଠିକ ଠାକ୍ ଖାଦ୍ୟ ଗ୍ରହଣ କରୁଛନ୍ତି । ଆଶା ଖୁବ୍ ଶୀଘ୍ର ଠିକ୍ ହୋଇଯିବେ । ଚିଫ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ତଥା ନନ୍ଦକାନନ ନିର୍ଦ୍ଦେଶକ ଶଶୀ ପାଲ ଏହି ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଏଟିଏମ୍ ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ : ସିସିଟିଭି ପୋଡିଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଏଟିଏମ୍ ଭାଙ୍ଗି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍  । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମକୁ କଟରରେ କାଟି ଲୁଟି ନେଇଛନ୍ତି । ଆଳିର ପାତ୍ରପୁର ଓ ନିଆଳିହାଟ ଏସବିଆଇ ଏଟିଏମରୁ ଲୁଟ ହୋଇଛି । ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡ଼ି ଦେଇଛନ୍ତି ।

ଗତକାଲି ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି । ଆଜି ସକାଳୁ ଏହି ଘଟଣା ଜଣାପଡିବା ପରେ ବ୍ୟାଙ୍କ ଅଧିକାରୀ ଓ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇଟି ଏଟିଏମ ଗ୍ୟାସ କଟରରେ କଟା ଯାଇଥିବା ବେଳେ ଲୁଟେରାମାନେ ମେସିନରୁ ଟଙ୍କା ଲୁଟ୍ କରିଛନ୍ତି କି ନାହିଁ ତାହା ମେସିନ୍ ଖୋଲାଯିବା ପରେ ଜଣାପଡିବ ବୋଲି ସଂପୃକ୍ତ ଅଧିକାରୀ ମାନେ କହିଛନ୍ତି । ଫୋରେନସିକ ଟିମ୍ ଘଟଣାସ୍ଥଳରୁ ତଦନ୍ତ କରି ଫେରିବା ପରେ ମେସିନ ଯାଞ୍ଚ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଲାଲକିଲ୍ଲା ହିଂସା: ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଦିଲ୍ଲୀ ପୋଲିସ, ଦୀପ ସିଦ୍ଧୁଙ୍କ ସହ ଅନ୍ୟ ତିନି ଜଣ ଫେରାରଙ୍କ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ।

କନକ ବ୍ୟୁରୋ: ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଲଭ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଛି କସରତ । ଏବେ ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦେବା ନେଇ ଦିଲ୍ଲୀ ପୋଲିସ ଘୋଷଣା କରିଛି । ଫେରାର ଦୀପ ସିଦ୍ଧୁଙ୍କ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୋଲିସ ।
ସେହିପରି ଯୁଗରାଜ ସିଂ, ଗୁରଜୋତ୍ ସିଂ, ଗୁରଜାଂଟ ସିଂଙ୍କ ନାଁରେ ବି ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଏହା ସହିତ ଯଜବୀର ସିଂ, ବୁଟା ସିଂ, ସୁଖଦେବ ଏବଂ ଇକବାଲ ସିଂ ପ୍ରମୁଖଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଦିଲ୍ଲୀ ପୋଲିସ ଘୋଷଣା କରିଛି । ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ଆଳରେ ଲାଲକିଲ୍ଲାରେ ଲଙ୍କାକାଣ୍ଡ ଘଟିଥିଲା । ଏହା ପରଠାରୁ ଦିଲ୍ଲୀ ପୋଲିସ ସିସିଟିଭି ଭିଡିଓ ସଂଗ୍ରହ କରି ଘଟଣା ପଛରେ ଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଆରମ୍ଭ କରିଛି ତନାଘନା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started