ଜାଡରେ ଥରୁଛି ଓଡିଶା : ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ; ଆଉ ୩ ଦିନ ଶୀତ ଲହରି

କନକ ବ୍ୟୁରୋ : ଜାଡ଼ରେ ଥରୁଛି ଓଡ଼ିଶା । ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ । କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ୩ ଦଶମିକ ୫ ଡିଗ୍ରୀ ଏବଂ ଫୁଲବାଣୀରେ ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କେନ୍ଦୁଝର- କୋରପୁଟରେ ୯ ଡିଗ୍ରୀ, ଝାରସୁଗୁଡ଼ା- ଭବାନୀପାଟଣାରେ ୯ ଦଶମିକ ୨ ଡିଗ୍ରୀ, ଏବଂ ବଲାଙ୍ଗୀରରେ ୯ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୩ ଦଶମିକ ୩ ଏବଂ କଟକରେ ୧୨ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି ।

କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା ପବନର ପ୍ରବାହ ମୁଖ୍ୟତଃ ଆଭ୍ୟନ୍ତର ଓଡ଼ିଶା‌ରେ ଅଧିକ ରହିଥିବାରୁ ସେଠାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଯଥା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ଶୀତ ଲହରି ପ୍ରବାହ ଯୋଗୁଁ ଅତ୍ୟଧିକ ଥଣ୍ଡା ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଏହାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ପାରଦସ୍ତର ଊର୍ଧ୍ବଗାମୀ ହେବ। ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଶୀତର ପ୍ରକୋପ ଅପେକ୍ଷାକୃତ କମିବ।

from Kanak News
via <a href="https://ifttt.com/?

ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବଙ୍କ ପଶ୍ଚିମଓଡ଼ିଶା ଗସ୍ତ । ବରଗଡ଼-ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟର କରିବେ ସମୀକ୍ଷା ।

କନକ ବ୍ୟୁରୋ: ପର୍ଯ୍ୟଟନ କ୍ଷେତ୍ରକୁ ସରକାରଙ୍କ ଫୋକସ୍ । ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଉନ୍ନତି କରଣ କରିବା ପାଇଁ ଅଣ୍ଟା ଭଡ଼ିଛନ୍ତି ରାଜ୍ୟ ସରକାର । ତେଣୁ ପୁଣିଥରେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ । ଏଥର ଫୋକସରେ ଅଛି ବରଗଡ ଓ ବଲାଙ୍ଗିର ଜିଲ୍ଲା । ତେବେ ଏହି ଗସ୍ତ କାଳରେ ବଲାଙ୍ଗିରର ନୃସିଂହନାଥ ମନ୍ଦିର ଓ ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରାଯିବ ।

ସେହିପରି ସୁକତେଲ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବ । ଏହି ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସଚିବ ଭିନିଲ କ୍ରିଷ୍ଣା, ଅନୁ ଗର୍ଗ ମଧ୍ୟ ସାମିଲ ଅଛନ୍ତି ।

from Kanak News
via <a href="https://ifttt.com/?

ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା

କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ତିନି ଦିନିଆ ରିମାଣ୍ଡରେ ଆଣିଥିବା ରାକେଶଠାରୁ ଗୋଟି ଗୋଟି କରି ସତ ଓଗାଳିବ କୁଆଖିଆ ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁ ପୂର୍ବରୁ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି ତାହା ଜାଣିବା ପାଇଁ ପ୍ରଥମ ଦିନରେ ଝରାଫୁଲଙ୍କ ବାପା ଓ ରାକେଶକୁ ମୁହାଁମୁହିଁ ପଚରାଉଚରା କରିଛି ପୋଲିସ । ଝରାଫୁଲଙ୍କ ବାପାଙ୍କ ସାମନାରେ ରାକେଶକୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ପୋଲିସ୍ । ଆଜି ବି ଦ୍ୱତୀୟ ଦିନରେ ଉଭୟଙ୍କୁ ପଚରାଉଚରା ଜାରି ରହିଛି ।

ଝରାଫୁଲଙ୍କ ମୃତ୍ୟୁକୁ ପ୍ରାୟ ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟାଇ ପାରିନି ପୋଲିସ୍ । ସ୍ୱତନ୍ତ୍ର ଟିମ୍ କରି ଭୁବନଶ୍ୱେରରୁ କୁଆଖିଆ ପର୍ଯ୍ୟନ୍ତ ତନାଘନା ଜାରି ରଖିଛି ଯାଜପୁର ପୋଲିସ । ହେଲେ ରାକେଶ ଗିରଫ ହେବା ପରେ ପୋଲିସକୁ ଦେଇଥିବା ବୟାନ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ପ୍ରକୃତରେ ଝରାଫୁଲଙ୍କର କେମିତି ମୃତ୍ୟୁ ହେଲା ତାହା ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇପାରିନି । ସେଥିପାଇଁ ଝରାଫୁଲଙ୍କ ମୃତ୍ୟୁ ସମୟରେ ତାଙ୍କ ସହ ଥିବା ରାକେଶଠାରୁ ସତ ଓଗାଳିବା ପାଇଁ ତିନି ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ପ୍ରଥମ ଦିନରେ ରାକେଶ କେତେ ସତ କହୁଛି ଓ କେତେ ମିଛି କହୁଛି ଜାଣିବା ପାଇଁ ଝରାଫୁଲଙ୍କ ବାପାଙ୍କୁ ବସାଇ ମୁହାଁମୁହିଁ ଜେରା କରିଥିବା ଜଣାପଡିଛି ।

ଅଭିଯୁକ୍ତ ରାକେଶକୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କର କେମିତି ମୃତ୍ୟୁ ହେଲା ସେ ଜାଣିନଥିବା କହିଥିଲେ । ଏପରିକି ସକାଳୁ ଉଠିବା ପରେ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ଡରିଯାଇଥିଲେ ବୋଲି କହିଥିଲେ । ଅନ୍ୟପଟେ ଝରାଫୁଲଙ୍କ ବାପା କହିଥିଲେ ଝରାଫୁଲଙ୍କ ମୃତ୍ୟୁ ପରେ ରାକେଶ ତାଙ୍କ ନମ୍ବରରୁ ରାତିରେ ଚାଟିଂ କରିଥିଲେ । ମେସେଜରେ ଲେଖାଯାଇଥିବା ଇଂରାଜୀ ବନାନରୁ ତାଙ୍କର ସନ୍ଦେହ ହୋଇଥିଲା । ଝରାଫୁଲଙ୍କ ବାପାଙ୍କ ଅଭିଯୋଗ ଓ ରାକେଶର ବୟାନରେ କେତେ ସତ୍ୟତା ରହିଛି ଜାଣିବା ପାଇଁ ଉଭୟଙ୍କୁ ଏଭଳି ସାମନାସାମନି ବସାଇ ପୋଲିସ ଜେରା କରିଥିବା ଜଣାପଡିଛି । ଆସନ୍ତୁ ନଜର ପକାଇବା ଜେରା ସମୟରେ କି ପ୍ରଶ୍ନ କରିଥାଇପାରେ ପୋଲିସ ।

ପୋଲିସ ରାକେଶକୁ ପଚାରି ଥାଇପାରେ ଏମିତି ପ୍ରଶ୍ନ..

– ସେଦିନ ଝରାଫୁଲଙ୍କ ଦେହ ଅସୁସ୍ଥ ଥିବା କେତେବେଳେ ଜାଣିଲେ ରାକେଶ ?
– ଅସୁସ୍ଥ ଥିବା ଜାଣିବା ପରେ କୌଣସି ହସ୍ପିଟାଲକୁ ନେଇଥିଲେ କି ?
– ଯଦି ନେଇ ନଥିଲେ, କାହିଁକି ନେଇ ନଥିଲେ ?
– ରାତିରେ ରହିବା ପାଇଁ କିଏ କହିଥିଲା ?
– ରାତିରେ ଝରାଫୁଲ କିଛି ଖାଇଥିଲେ କି ?
– ଗେଷ୍ଟହାଉସର ସେହି ରୁମକୁ ରାତିରେ ଆଉ କିଏ ଆସିଥିଲେ କି ?
– ରାତିରେ କିଏ ଆଗ ଶୋଇଥିଲେ, ଝରାଫୁଲ ନା ତମେ ?
– ଝରାଫୁଲଙ୍କ ଭାଇଙ୍କ ସହ କିଏ ଚାଟ୍ କରିଥିଲା, ଝରାଫୁଲ ନା ତମେ ?
– ସୋନାଲି ନାଁରେ କିଏ ଚାଟ୍ କରିଥିଲେ ?
– ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା କେତେବେଳେ ଦେଖିଲ ?
– ତମେ ଜାଣିପାରିଥିଲ କି ଝରାଫୁଲଙ୍କର ମୃତ୍ୟୁ ହୋଇଯାଇଛି ?
– ଯଦି ଜାଣି ପାରିଲନି ତେବେ ହସ୍ପିଟାଲକୁ ନେଲ ନାହିଁ କାହିଁକି ?
– ଆମ୍ବୁଲାନ୍ସକୁ ଡାକିଲନି କାହିଁକି ?
– ଗେଷ୍ଟହାଉସ କର୍ମଚାରୀଙ୍କୁ ସୂଚନା ଦେଇଥିଲ କି ?
– ଯାଜପୁର ପର୍ଯ୍ୟନ୍ତ ମୃତ ଦେହକୁ କେମିତି ଆଣିଲ ?
– କିଏ ସହଯୋଗ କରିଥିଲା ?
– କାହିଁକି ଲୁଚାଇବାକୁ ଚାହୁଁଥିଲ ?

ଝରାଫୁଲ ଓ ରାକେଶର ସମ୍ପର୍କ ନେଇ ପୂର୍ବରୁ ତାଙ୍କ ବାପାଙ୍କୁ ଜଣାଥିଲା । ଏପରିକି ରାକେଶ ସହ ସମ୍ପର୍କ ନରଖିବାକୁ ଝରାଫୁଲଙ୍କ ପରିବାର ତାଙ୍କୁ ବାରମ୍ବାର ତାଗିଦ ମଧ୍ୟ କରିଥିଲେ । ଏଥିସହ ଝରାଫୁଲଙ୍କ ବାପାଙ୍କ ସନ୍ଦେହ କେତେ ସତ ତାହା ଜାଣିବା ପାଇଁ ତାଙ୍କୁ ରାକେଶ ସାମନାରେ ପୋଲିସ ମୁହାଁମୁହିଁ ପଚାରିଛି । ଆଜି ଭୁବନେଶ୍ୱରକୁ ଆଣି ଧର୍ମ ବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି କ୍ରିଏସନ କରିପାରେ ପୋଲିସ । ଗତକାଲି ମୃତ ଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ ।

ପୋଲିସ ଝରାଫୁଲଙ୍କ ବାପାଙ୍କୁ ପଚାରି ଥାଇପାରେ ଏମିତି ପ୍ରଶ୍ନ..

– ଝରାଫୁଲ ଓ ରାକେଶଙ୍କ ସମ୍ପର୍କ ନେଇ କେବେ ଜାଣିଲ ?
– ରାକେଶ ଓ ଝରାଫୁଲଙ୍କ ସମ୍ପର୍କକୁ କାହିଁକି ବିରୋଧ କରୁଥିଲେ ?
– ରାକେଶ ସହ ପୂର୍ବରୁ କେବେ କଥା ହୋଇଛନ୍ତି କି ?
– ରାକେଶର ଫୋନ ନମ୍ବର ଆପଣ ଜାଣିଥିଲେ କି ?
– ହ୍ୱାଟସଆପ ଚାଟକୁ କାହିଁକି ସନ୍ଦେହ କଲେ ?
– ସେଦିନ ରାତିରେ ସନ୍ଦେହ ହେବା ପରେ ରାକେଶକୁ ଯୋଗାଯୋଗ କରିଥିଲେ କି?

୨୬ ତାରିଖ ଦିନ ତମାମ ରାକେଶ ଝରାଫୁଲଙ୍କ ସହ ରହିଥିବାରୁ ସେଦିନ ପ୍ରକୃତରେ କଣ ଘଟିଥିଲା, ସେସବୁର ରହସ୍ୟ ଜାଣିଛି ରାକେଶ । ଏଥିସହ ରାକେଶର ସନ୍ଦେହପୂର୍ଣ୍ଣ କାର୍ଯ୍ୟ ତାକୁ ଆହୁରି ସନ୍ଦେହ ଭିତରକୁ ଠେଲି ଦେଇଛି ।

from Kanak News
via <a href="https://ifttt.com/?

ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା । କରୋନା ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ପ୍ରଥମ ଦଫାରେ ଏହିସବୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା ।

କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ଦିନକୁ ଦିନ ଭଲ ଖବର ସାମ୍ନାକୁ ଆସୁଛି । ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକାକରଣ ଚାଲୁଥିବାବେଳେ ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏହି କ୍ରମରେ ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଏଥିପାଇଁ କରାଯିବ ଟିକାକରଣ ରୁମ୍ । ପ୍ରଥମ ଦଫାରେ ଗୃହ ଓ ନଗରଉନ୍ନୟନ , ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ ଟିକା ।

ତେବେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଡାଟା ବେସ୍ ପ୍ରସ୍ତୁତ ହୋଇଛି । ଏହି ଟିକାକରଣ ୬ ତାରିଖରୁ ଆରମ୍ଭ ହୋଇ ୩ ସପ୍ତାହ ଭିତରେ ଶେଷ କରିବାକୁ ଯୋଜନା ରଖାଯାଇଛି । ଓଡିଶାକୁ ଏଥିପାଇଁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲଡ ଏବଂ ୮୩ ହଜାର ୫୦୦ କୋଭାକ୍ସିନ୍ ଟିକା ଆସିଛି ।

ସବୁଠାରୁ ବଡ଼ କଥା ହେଲା କି, ବର୍ତମାନ ସୁଦ୍ଧା ରାଜ୍ୟରେ ୬୨ ପ୍ରତିଶତ ଅର୍ଥାତ୍ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି । ପ୍ରଥମ ଦଫା ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ । ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ଫେଜର ଦ୍ୱିତୀୟ ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

ବାଇସିଂ ସରପଞ୍ଚ ଉପନିର୍ବାଚନ : ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ

କନକ ବ୍ୟୁରୋ : ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପ୍ରାର୍ଥୀ ପତ୍ର ଯାଞ୍ଚକୁ ନେଇ ବ୍ଲକ୍ ଅଫିସ୍ ପରିସରରେ ଉତ୍ତେଜନା । ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ନାମାଙ୍କନ ଦାଖଲ କରିଥିବା ୪ ପ୍ରାର୍ଥୀଙ୍କ ମଧ୍ୟରୁ ୩ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ନେଇ ଘୋଷଣା କରିବା ପରେ କଂଗ୍ରେସ ସମେତ ଅନ୍ୟ ପ୍ରାର୍ଥୀ ବିଡ଼ିଓଙ୍କୁ ଘେରାଉ କରିଛନ୍ତି। ଦୀର୍ଘ ୭ ଘଣ୍ଟା ଧରି ବିରୋଧୀ ବିଡ଼ିଓଙ୍କୁ ଘେରାଉ କରି ରଖିବା ପରେ ଆପୋଷ ଆଲୋଚନା ପାଇଁ ତହସିଲଦାର ଉମା ଶଙ୍କର ବେହେରା ରାୟଗଡ଼ା ବ୍ଲକରେ ପହଞ୍ଚି ବିରୋଧୀଙ୍କ ସହ ଆଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ଲକ୍ ଅଫିସ୍ ପରିସରରେ ପୁଲିସ୍ ମୁତୟନ ହୋଇଛନ୍ତି ।

ବାଇସିଂ ପଞ୍ଚାୟତ ସରପଞ୍ଚ ସିନା ବାବୁ ତାଡିଙ୍ଗଙ୍କ ୨୦୨୦ ଫେବ୍ରୁଆରି ମାସରେ ମୃତ୍ୟୁ ହୋଇଥିଲା। କରୋନା ଯୋଗୁ ଉପନିର୍ବାଚନ ଅଟକି ଥିବା ବେଳେ ନାଏବ ସରପଞ୍ଚ ସବିତା କରକରିଆ ଦାୟିତ୍ବ ତୁଲାଉଥିଲେ। କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ଅଧିକାରୀ ଫେବ୍ରୁଆରି ୨୪ରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସରପଞ୍ଚ ପଦବି ପାଇଁ ବାଣିଗଣା ଗ୍ରାମର ରାଇ ତାଡ଼ିଙ୍ଗ୍, ଭାସ୍କା ତାଡ଼ିଙ୍ଗ୍, ଦାଶୁ ତାଡ଼ିଙ୍ଗ୍ ଏବଂ ଡୁମାଗୁଡ଼ା ଗ୍ରାମର ତାପସ ତାଡ଼ିଙ୍ଗ୍ ପ୍ରାର୍ଥି ପତ୍ର ଦାଖଲ କରିଥିଲେ।

ଜାନୁଆରି ୨୯ ତାରିଖରୁ ଫେବ୍ରୁଆରୀ ୧ ତାରିଖ ମଧ୍ୟରେ ମୋଟ ୪ଟି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିଲା। ଆଜି ପ୍ରାର୍ଥି ପତ୍ର ଯାଞ୍ଚ ପରେ ବିଭିନ୍ନ କାରଣକୁ ନେଇ ଭାସ୍କା ତାଡ଼ିଙ୍ଗ୍, ଦାଶୁ ତାଡ଼ିଙ୍ଗ୍, ତାପସ ତାଡ଼ିଙ୍ଗ୍ ପ୍ରାର୍ଥୀ ପତ୍ରକୁ ନାକଚ କରି ଦେଇଥିଲେ ନିର୍ବାଚନ ଅଧିକାରୀ। କେବଳ ରାଇ ତାଡ଼ିଙ୍ଗଙ୍କ ପ୍ରାର୍ଥୀ ପତ୍ର କାଏମ ରହିବା ନେଇ ବିଡ଼ିଓ ଘୋଷଣା କରିବା ପରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତାପସ ତାଡ଼ିଙ୍ଗ୍ ବିଡ଼ିଓଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଥିଲେ।

 

ପ୍ରାର୍ଥୀ ପତ୍ର କାଏମ ଥିବା ରାଇ ତାଡ଼ିଙ୍ଗଙ୍କ ସତ୍ୟପାଠ ଅସଂପୂର୍ଣ୍ଣ ଥିବା ସତ୍ତ୍ବେ କିପରି ତାହା କାଏମ ରହିଲା ବୋଲି ତାପସ ବିଡ଼ିଓଙ୍କୁ ପ୍ରଶ୍ନ କରିଥିଲେ। ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସ‌ାଦ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରକା, ଭବାନୀ ଜେନା ପ୍ରମୁଖ ବ୍ଲକ୍ ଅଫିସ୍ ପରିସରରେ ପହଞ୍ଚି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ପତ୍ର ଗୁଡ଼ିକୁ ପୁନଃ ଯାଞ୍ଚ କରି କାଏମ ରଖିବାକୁ ଦାବି କରିଥିଲେ। କିନ୍ତୁ ଘୋଷଣା ହୋଇସାରିଥିବାରୁ ନିଷ୍ପତ୍ତିରେ ଆଉ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି କହିଥିଲେ ବିଡ଼ିଓ ଶ୍ରୀ ମାଝି। ଏଥିରେ କଂଗ୍ରେସ ନେତା ଓ କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବ୍ଲକ୍ ଅଫିସ ପରିସରରେ ହୋ ହାଲ୍ଲା କରିଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ବ୍ଲକ୍ ଅଫିସରେ ପହଞ୍ଚି ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାଶୁଝା କରିଛି। ରାତି ୭ଟା ପର୍ଯ୍ୟନ୍ତ କୌଣସି ନିର୍ଷ୍କସ ବାହାରି ପାରିନଥିବା ବେଳେ ନ୍ୟାୟ ନ ମିଳିଲେ ଆଇନର ଆଶ୍ରୟ ନେବାକୁ ବିରୋଧୀ ଚେତାବନୀ ଦେଇଛନ୍ତି।

from Kanak News
via <a href="https://ifttt.com/?

ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ : ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ପାରାଦୀପ-ଗଡ଼ ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୂର୍ବତନ କର୍ମଚାରୀ ଓ ମ୍ୟାନେଜରଙ୍କ ନାେଁରେ ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୨୦୧୬ରୁ ୨୦୨୦ ଭିତରେ ୧୪ ଲକ୍ଷ ୮୬ ହଜାର ୭ଶହ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ୍ ମ୍ୟାନେଜର, ଦୁଇ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଜଣେ ଆକାଉଂଟ ଓ ଜଣେ ଅତିରକ୍ତି ମ୍ୟାନେଜରଙ୍କ ନାଁରେ ଏତଲା ଦେଇଛନ୍ତି । ଏହି ଏତଲା ପରେ ଘଟଣା ଛାନବିନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଆଇଆଇସି ।

from Kanak News
via <a href="https://ifttt.com/?

କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ

କନକ ବ୍ୟୁରୋ : ୧୯୩ କେଜି ଗଞ୍ଜେଇ ସହ ୩ ଜଣକୁ ଗରିଫ କରିଛି କୋରାପୁଟ ବୈପାରିଗୁଡ଼ା ପୁଲିସ୍ । ବୈପାରୀଗୁଡ଼ା ଲକ୍ଷ୍ମୀପୁର ଛକରେ ଗାଡ଼ି ଯାଂଚ୍ ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଗିରଫ ବ୍ୟକ୍ତିମାନଙ୍କଠାରୁ ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରିଛି ପୁଲିସ୍ । ଗାଡ଼ିଟି ବୈପାରୀଗୁଡ଼ାରୁ ଉତରପ୍ରଦେଶ ଗଜେଇ ଚାଲାଣ କରାଯାଉଥିବା ପୁଲିସ ସୂଚନା ଦେଇଛି । ସେହିପରି ଲମତାପୁଟ ପୁଲିସ୍ କଡ୍ର ଛକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୧୪୦ କେଜି ଗଞ୍ଜେଇ ସହ ୩ ଜଣକୁ ଗିରଫ କରିଛି ।

from Kanak News
via <a href="https://ifttt.com/?

ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ : ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ; ଏଯାଏଁ ଭାଲୁ ଧରିବାରେ ବିଫଳ ହୋଇଛି ବନବିଭାଗ

କନକ ବ୍ୟୁରୋ : ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ପୁରା ଅଂଚଳରେ ଆତଙ୍କ ଖେଳିଯାଇଛି । ଭାଲୁ ବିଶ୍ୱବିଦ୍ୟାଳୟ ପରିସରରେ ବୁଲିବା ପରେ ଆତଙ୍କରେ ଅଛନ୍ତି ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ । ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭାଲୁଟି ପଶିବା ପରେ ଚିନ୍ତାରେ ପଡିଯାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ଗତକାଲି ଏହିଠାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଂଚଳରେ ଥିବା ବୁଦା ଗୁଡିକରେ ସ୍ଥାନୀୟ ଲୋକେ ନିଆଁ ଲଗାଇ ଦେଇଥିଲେ । ଏହାକୁ ଲିଭାଇଥିଲା ଅଗ୍ନିଶମବାହିନୀ । ଏବେ ବୁଦା ଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବେଶ କରିଛି ଭାଲୁ । ବନବିଭାଗ ଶେଷ ଖବର ଯାଏଁ ଭାଲୁଟିକୁ କାବୁ କରିନଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା : ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସରେ ହୋଇପାରେ ସିନ୍ ରି-କ୍ରିଏସନ

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ ମାମଲାରେ ତନାଘନା ଚଳାଇଛି ଯାଜପୁର ପୋଲିସ । ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଯାଜପୁର ଥାନାରେ ଚାଲିଛି ଜେରା । ଆଜି ଭୁବନେଶ୍ୱରକୁ ଆଣି ଧର୍ମ ବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି କ୍ରିଏସନ କରିପାରେ ପୋଲିସ । ଗତକାଲି ମୃତଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେ ଓ ତାହାର ସହଯୋଗୀ ପୋଲିସ ପଚରାଉଚରା କରିଥିଲା । ଏପରିକି ଝରାଫୁଲଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ରାକେଶ ଓ ଝରାଫୁଲଙ୍କୁ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା ।

from Kanak News
via <a href="https://ifttt.com/?

ଆଇଆରସି ଭିଲେଜ ସରକାରୀ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫେଲ ଘଟଣା : ସ୍କୁଲର ନିଷ୍ପତ୍ତିକୁ ବିରୋଧ କରି ଗେଟରେ ତାଲା ପକାଇଲେ ପିଲା

କନକ ବ୍ୟୁରୋ : ଗେଟରେ ତାଲା ପକାଇ ସ୍କୁଲ ଭିତରେ ବସିଲେ ପିଲା, ବାହାରେ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ । ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ସ୍କୁଲରୁ ଆସିଛି ଏଭଳି ଚିତ୍ର । ସ୍କୁଲ କର୍ତ୍ତୃପକ୍ଷ ୧୨୧ ଜଣ ପିଲାଙ୍କୁ ଫେଲ କରିଦେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍କୁଲରେ କରୋନା ପୂର୍ବରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଶେଷ ହୋଇଥିଲା । ୪ଟି ପରୀକ୍ଷା ସରିଥିବା ବେଳେ ୨ଟି ବିଷୟ ବାକି ଥିଲା ।

ସରକାରୀ ଗାଇଡ଼ଲାଇନ ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ । ହେଲେ ନବମ ଶ୍ରେଣୀ ପିଲାଙ୍କ ପାଇଁ ୫ଟି ସର୍ତ୍ତ ରଖାଯାଇଥିଲା । ଯେଉଁ ପିଲା ୧୯୮ ମାର୍କ ରଖିଥିବେ ସେମାନଙ୍କ ସ୍କୁଲରେ ଉପସ୍ଥାନକୁ ଦେଖି ପାସ୍ କରିବା ପାଇଁ ସରକାରୀ ଗାଇଡ଼ଲାଇନ ରହିଥିଲା । ସେହି କ୍ରମରେ ସ୍କୁଲରେ ମୋଟ ୪୬୨ ପିଲାଙ୍କ ଭିତରୁ ୧୬୪ଜଣଙ୍କୁ ଫେଲ କରିଥିଲେ କର୍ତ୍ତୃପକ୍ଷ । ଏହାକୁ ବିରୋଧ କରି ଏକ ସ୍ୱଚ୍ଛାସେବୀ ସଂଗଠନ ରାଜ୍ୟ ମାନବଧିକାର କମିଶନରେ ଫେରଦ ହୋଇଥିଲା । ତେବେ ସର୍ମନିମ୍ନ କ୍ରାଇଟେରିଆ ୬୬ ପ୍ରତିଶତ ଉପସ୍ଥାନକୁ ବିଚାର କରି ପିଲାଙ୍କ ପାସ୍ କରିବାକୁ ନିର୍ଦ୍ଦେଶ ଦେଇଥିଲ ଓଏଚଆରସି । ସେହି ଆଧାରରେ ୧୬୪ ଜଣଙ୍କ ଭିତରୁ ୪୩ ଜଣଙ୍କୁ ପାସ୍ କରି ୧୨୧ ଜଣଙ୍କୁ ଫେଲ କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started