ରାଜ୍ୟସଭାରେ ଚାଷୀ ପ୍ରସଙ୍ଗରେ ହେବ ଆଲୋଚନା । ସରକାର ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହେଲା ସହମତି, ବିରୋଧୀଙ୍କ ଦ୍ୱନ୍ଦ ଦୂର କରିବାକୁ ପ୍ରତିଶୃତି ଦେଲା ବିଜେପି

ରାଜ୍ୟସଭାରେ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ୧୫ ଘଣ୍ଟା ଆଲୋଚନା କରିବା ନିମନ୍ତେ ଆଜି ସରକାର ଓ ବିରୋଧୀ ଦଳମାନେ ସମ୍ମତ ହୋଇଛନ୍ତି। ଗତ ଶୁକ୍ରବାର ଦିନ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନିମନ୍ତେ ଆଗତ ଧନ୍ୟବାଦ ବିତର୍କ ଶେଷ ହେବା ପରେ ଉକ୍ତ ଆଲୋଚନା ହେବ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଘୋଷଣା କରିବା ପରେ ପୁଣି ରାଜ୍ୟସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା।

ଆମ୍‌ ଆଦ୍‌ମି ପାର୍ଟିର ତିନିଜଣ ସଦସ୍ୟ ସ୍ଲୋଗାନ୍‌ ଦେବାରୁ ଆଜିକ ଲାଗି ସେମାନଙ୍କୁ ଗୃହରୁ ବହିଷ୍କାର କରାଯାଇଛି। ଏଭଳି ଗୋଳମାଳିଆ ପରିସ୍ଥିତି ଯୋଗୁଁ ଆଜି ରାଜ୍ୟସଭାକୁ ମୁଲତବୀ ରଖିବାକୁ ଅଧ୍ୟକ୍ଷ ବାଧ୍ୟ ହୋଇଛନ୍ତି। କେବଳ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ୫ ଘଣ୍ଟା ଆଲୋଚନା ହେଉ ବୋଲି ୧୬ଟି ବିରୋଧୀ ଦଳ ଦାବି କରିଥିଲେ। ଗୃହର ବିରୋଧୀ ନେତା ତଥା କଂଗ୍ରେସ ସଦସ୍ୟ ଗୁଲାମ ନବି ଆଜାଦ କହିଲେ, ସରକାର ଏହି ପ୍ରସ୍ତାବ ଗ୍ରହଣ କରିଥିବାରୁ ଆଲୋଚନା ନିମନ୍ତେ ଆମେ ପ୍ରସ୍ତୁତ। ଯଦି ଧନ୍ୟବାଦ ପ୍ରସ୍ତାବ ଆଗତ ପୂର୍ବରୁ କୃଷକମାନଙ୍କ ସଂକ୍ରାନ୍ତରେ ଆଲୋଚନା ନ ହୁଏ, ଆମର ଅନୁରୋଧ ଏହାର ସମୟସୀମା ଆହୁରି ବୃଦ୍ଧି କରାଯାଉ।

ତେଣୁ, ୫ ଘଣ୍ଟା ପରିବର୍ତ୍ତେ ଏହି ଆଲୋଚନାକୁ ୧୫ ଘଣ୍ଟାକୁ ବୃଦ୍ଧି କରିବାକୁ ସରକାର ରାଜି ହୋଇଥିଲେ। ବିରୋଧୀମାନଙ୍କ ଦାବିରେ ସମ୍ମତି ଜଣାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା ଘୋଷଣା କରିଥିଲେ। କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତ ଆଲୋଚନା ଲାଗି ଦୁଇ ଦିନ ପାଇଁ ଗୃହରେ ପ୍ରଶ୍ନକାଳ ରହିବ ନାହିଁ ଏବଂ ଶୁକ୍ରବାର ଦିନ ପ୍ରାଇଭେଟ୍‌ ମେମ୍ବର୍‌ ବିଲ୍‌ ମଧ୍ୟ ଆଗତ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା।

from Kanak News
via <a href="https://ifttt.com/?

ଏଣିକି ଗାଡିର କାଗଜପତ୍ର କରିବା ହେଲା ସହଜ । ଯେକୌଣସି ଆରଟିଓରେ ଚାହିଁବେ ସେଠାରେ କରିପାରିବେ ଗାଡି କାଗଜପତ୍ର

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆରଟିଓ)ର ଏଣିକି କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ। ଗାଡ଼ି ମାଲିକଙ୍କ ସୁବିଧା ପାଇଁ ‌ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପ୍ରଚଳିତ ବ୍ୟବସ୍ଥାକୁ କୋହଳ କରିଛନ୍ତି।

ଗାଡ଼ି ମାଲିକ ରାଜ୍ୟର ଯେ କୌଣସି ଆର୍‌ଟିଓରେ ନିଜ ସୁବିଧା ଅନୁସାରେ ସେମାନଙ୍କ କାମ କରାଇପାରିବେ । ‌ ଯେଉଁ ଆରଟିଓରେ ଗାଡି ପଞ୍ଜିକୃତ କରିଥାନ୍ତୁ ନା କାହିଁକି ସେମାନେ ନବୀକରଣ ରାଜ୍ୟର ‌କୌଣସି ଆରଟିଓରେ ବି କରିପାରିବେ । ମାଲିକ ନିଜ ସୁବିଧା ଅନୁସାରେ ଅନଲାଇନ‌ରେ ସେମାନଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ( ଆରସି) ନବୀକରଣ କରିପାରିବେ । ଏଥିସହିତ ମାଲିକାନା ହସ୍ତାନ୍ତର, ଠିକଣା ପରିବର୍ତ୍ତନ, ଡ୍ରାଇଭିଂ ଲାଇସେନ୍‌ସ( ଡିଏଲ୍) ନବୀକରଣ ମଧ୍ୟ କରାଇପାରିବେ । ଏଥିପାଇଁ ଗାଡ଼ିମାଲିକଙ୍କୁ ଆଉ ନିର୍ଦିଷ୍ଟ ଆରଟିଓ ଉପରେ ନିର୍ଭର କରିବାକୁ ପଡିବନାହିଁ । ସମସ୍ତ ଆବେଦନ ଅନଲାଇନରେ ହିଁ ହେବ । ଏଥିପାଇଁ ଗାଡି ମାଲିକ https://ift.tt/2o2eLYb ରେ ଆବେଦନ କରିପାରିବେ । ମାଲିକଙ୍କୁ ଆର୍‌ସି ନବୀକରଣ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅବଧି ସରିବା ପୂର୍ବରୁ ଯଦି ଡିଏଲ୍ ଆବେଦନ କରାଯାଏ ତେବେ ଏଥିପାଇଁ ଡ୍ରାଇଭିଂ ଟେଷ୍ଟ୍ ଦେବାକୁ ପଡିବନାହିଁ । ଅବଧି ସରିବାର ବର୍ଷକ ପରେ ଯଦି ଡିଏଲ ନବୀକରଣ ପାଇଁ ଆବେଦନ କରାଯାଏ ତେବେ ଏଥିପାଇଁ ଡ୍ରାଇଭିଂ ‌ଟେଷ୍ଟ୍ ଅପରିହାର୍ଯ୍ୟ ରହିବ । ଡିଏଲ ଅବଧି ସରିବା ପରେ ଆବେଦନ କଲେ ଅତିରିକ୍ତ ଦେୟ ୫୦ଟଙ୍କା ଦେବାକୁ ହେବ । ଅଣ ପରିବହନ ଯାନର ଆରସି ନବୀକରଣ ପାଇଁ ଅତିରିକ୍ତ ଦେୟ‌ ଦେବାକୁ ପଡିବ ନାହିଁ । ଏ ସମସ୍ତ ପ୍ରକ୍ରିୟାକୁ ସହଜ କରିବାକୁ ଗାଡି ମାଲିକ ନିଜର ମୋବାଇଲ ନମ୍ବର ପଞ୍ଜିକୃତ କରିବେ । ଘର ଠିକଣା, ବ୍ୟବହାର କରୁଥିବା ଠିକ୍ ମୋବାଇଲ ନମ୍ବର ବାହାନ( VAHAN) ପୋର୍ଟାଲରେ ପଞ୍ଜିକରଣ ନିଶ୍ଚିତ କରାଇବେ । ଗାଡି ମାଲିକ ଚାହିଁଲେ ଏମ.ପରିବହନ ମୋବାଇଲ ଆପ୍ ବ୍ୟବହାର କରିପାରିବେ ବୋଲି ଆଜି ଏସ୍‌ଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ବିଜେଡ଼ି ନେତାଙ୍କୁ ବିରୋଧ : କୃଷି ସୂଚନା କେନ୍ଦ୍ର ଉଦଘାଟନ ପାଇଁ ଯାଇଥିବା ସଂଜୟ ଓ ପ୍ରଣବଙ୍କ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା

କନକ ବ୍ୟୁରୋ : ଉଦଘାଟନୀ କାର୍ଯ୍ୟକ୍ରମରେ ବାଟ ଓଗାଳିଲେ ଚାଷୀ ଓ ବିଜେପି ନେତା । ନବରଙ୍ଗପୁର ଗ୍ରସ୍ତରେ ଯାଇଥିବା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାଶବର୍ମା ଏବଂ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକ କାର୍ଯ୍ୟକ୍ରମରେ ହଟଗୋଳ କରିଛନ୍ତି ଚାଷୀ । ଜିଲ୍ଲା ଗ୍ରସ୍ତରେ ଯାଇଥିବା ଦୁଇ ନେତା ସେଠାରେ ଅନେକ ଯୋଜନାର ଉଦଘାଟନ କରିଥିଲେ । ସଂଧ୍ୟା ସମୟରେ ନବରଙ୍ଗପୁର ଆରଏମସି କାର୍ଯ୍ୟାଳୟ ଠାରେ ନିର୍ମିତ ହୋଇଥିବା କୃଷକ ସୂଚନା କେନ୍ଦ୍ର ଉଦଘାଟନ ହେବା ସମୟରେ ବାଧା ସୃଷ୍ଟି କରିଥିଲେ ଚାଷୀ ଆଉ ବିଜେପି ନେତା ।

ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ କେନ୍ଦ୍ରକରି ଆରଏମସି ଫାଟକ ସମ୍ମୁଖରେ ଧାରଣାରେ ବସି ରହିବା ସହ ଉଦଘାଟନୀ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ଜିଲ୍ଲାପାଳ, ଏସପି ବୁଝାସୁଝା କରିଥିଲେ ମଧ୍ୟ ଫାଟକ ସାମ୍ନାରୁ ଉଠି ନଥିଲେ । କିଛି ସମୟ ପରେ ଘଟଣା ସ୍ଥଳରେ ସଂଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ମଣ୍ଡିରୁ ଧାନ ଉଠାଯିବାକୁ ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣରୁ ହଟିଥିଲେ ଆନ୍ଦୋଳନକାରୀ ।

from Kanak News
via <a href="https://ifttt.com/?

ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ : ସେନସେକ୍ସରେ ୨ ଦିନର ଉତ୍ସାହ ପରେ ଆଜି ଫ୍ଲାଟ ରହିଲା କାରବାର

କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଉପରେ ବଜେଟର ପ୍ରଭାବ । ୨ ଦିନ କ୍ରମାଗତ ଉଚ୍ଚ ସ୍ତରରେ ରହିଲା ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ । ଆଜି କାରବାର ଆରମ୍ଭରୁ ୨ ଶହ ୬୯ ପଏଂଟ ଖସିଥିଲା ସେନସେକ୍ସ । ସେହିପରି ନାସନାଲ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୭୦ ପଏଂଟ ହ୍ରାସ ପାଇଥିଲା । ପରେ ଏଥିରେ ସୁଧାର ଆସି କାରବାର ଫ୍ଲାଟ ରହିଛି । ତେବେ ଗତ ୨ ଦିନରେ ଷ୍ଟକ ମାର୍କେଟରେ ୩ ହଜାର ୫୦୦ ପଏଂଟ ବୃଦ୍ଧି ଆସିଛି । ନିବେଶକଙ୍କୁ ଦଶ ୧୦ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି ।

from Kanak News
via <a href="https://ifttt.com/?

୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କୋରନା ଟିକା : ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି, ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ; ଆଜି ସୁଦ୍ଧା ପ୍ରସ୍ତୁତି ନେଇ ଦେବାକୁ ହେବ ରିପୋର୍ଟ

କନକ ବ୍ୟୁରୋ : ଆସନ୍ତା ୬ ତାରିଖରୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦଦେଇ ଅନ୍ୟ ଟିକାଦାତା ଟିମ ଚିହ୍ନଟ କରାଯାଉ । ସେମାନେ ଯେଭଳି ଉପଯୁକ୍ତ ତାଲିମ ପାଇବେ ସେ ନେଇ ଧ୍ୟାନ ରଖାଯିବ । ଟିକା ଦିଆଯିବାକୁ ଥିବା ଅନୁଷ୍ଠାନରେ ଜଣେ ନୋଡାଲ ଅଫିସର ରହିବେ । ଏଥିପାଇଁ ଆଜିଠାରୁ ଟିକା ପଠାଯିବା କାମ ଆରମ୍ଭ ହୋଇଛି ।

ସେହି ଅନୁସାରେ ଜିଲ୍ଲାଗୁଡିକ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ । ଆଉ ଆଜି ସୁଦ୍ଧା ସମସ୍ତ ମାଇକ୍ରୋପ୍ଲାନ ଜିଲ୍ଲାସ୍ତରରୁ ଆସି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ପହଂଚିବ । ପୁଲିସ, ଟ୍ରାଫିକ କର୍ମଚାରୀ, କଂଟେନମେଂଟ ଜୋନରେ ଦାୟିତ୍ୱରେ ଥିବା କର୍ମଚାରୀ ଭଳି ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ । ଜାନୁଆରୀ ୧୬ରୁ ଓଡିଶା ସମେତ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ପରୀକ୍ଷାମୂଳକ ବ୍ୟବହାର ପାଇଁ ଅନୁମତି ମିଳିଛି ।

from Kanak News
via <a href="https://ifttt.com/?

ଶେଷ ହେଲା ୭ ମାସର ଲୁଚକାଳି ଖେଳ : ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି

କନକ ବ୍ୟୁରୋ : ଜେଲ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଲାଂଚ ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ ବିଭାଗ ସହ ୭ ମାସ ଧରି ଲୁଚକାଳି ଖେଳିବା ପରେ ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଏକ ଜମିଜମା ବିବାଦର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଂଚ ମାଗିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଗତ ୨୦୨୦ ଜୁଲାଇ ୧ ତାରିଖରେ ଏକ ଜମିଜମା ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ସେବେଠାରୁ ସେ ଫେରାର୍‌ ଥିଲେ। ଭିଜିଲାନ୍ସ ଜେରାରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମାତ୍ର, ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଶେଷରେ ଆଜି ସେ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଆତ୍ମ ସମର୍ପଣ କରିଥିଲେ।

from Kanak News
via <a href="https://ifttt.com/?

ଅଲିଭ ରିଡଲେଙ୍କ ସୁରକ୍ଷା ଲାଗି ମାଛଧରା ଉପରେ କଟକଣା : ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ..ସରକାରୀ ସୁବିଧା ବି ମିଳୁନି

କନକ ବ୍ୟୁରୋ : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ବନ ବିଭାଗ ତରଫରୁ ଜାରି କରାଯାଇଛି କଟକଣା । ମାଛ ମାରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତବର୍ଷ ନଭେମ୍ବର ମାସରୁ କଟକଣା ଜାରି ହୋଇଥିବା ବେଳେ ଏପ୍ରିଲ ମାସରୁ ଲକଡାଉନ କାରଣରୁ ଦୀର୍ଘ ୧୦ମାସ ଧରି ଶହଶହ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଛନ୍ତି । ବନ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଶତାଧିକ ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ।

ପ୍ରଥମେ ସରକାରଙ୍କ କରୋନା ଲକଡାଉନ ଓ ପରେ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଧାମରା ଠାରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ମାଛ ଧରା ଉପରେ ବନବିଭାଗର କଟକଣା । ଏହି କଟକଣା ପରେ କଟକଣା, ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କରୋନା ସଂକ୍ରମଣ ଭୟରେ ୨୦୨୦ ଏପ୍ରିଲରୁ ଅକ୍ଟୋବର ଯାଏଁ ସମୁଦ୍ର ପଥରେ ଅନ୍ୟରାଜ୍ୟକୁ ମାଛ ମାରିବାକୁ ଛାଡିଲା ନାହିଁ ପ୍ରଶାସନ । ପରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବରରୁ ମେ’ ମାସ ଯାଏଁ କଟକଣା ଲଗାଇଛି ବନ ବିଭାଗ । ଏଭଳି ସ୍ଥିତିରେ ଜୀବିକା ହରାଇ ଏଣେ ତେଣେ ବୁଲୁଛନ୍ତି ମତ୍ସ୍ୟଜୀବୀ । କାରଣ ଏମାନେ ମାଛ ଧରିଲେ ଘରେ ଚୁଲି ଜଳେ । ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ମେଡିକାଲ ଖର୍ଚ୍ଚ ସବୁ କିଛି ହୁଏ । ତେଣୁ ସରକାର କଇଁଛଙ୍କ ସୁରକ୍ଷା ସହ ମତ୍ସ୍ୟଜୀବୀଙ୍କ ଜୀବନ ବଂଚିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ସମୁଦ୍ର ଉପକୂଳରେ ମାଛ ଧରା ଉପରେ କଟକଣା ଜାରି କରିଥିବା ବନ ବିଭାଗ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବା କଥା । ହେଲେ କେନ୍ଦ୍ରାପଡା ରାଜନଗର ବ୍ଲକର ଶତାଧିକ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଅନୁଦାନ ଦିଆଯାଉନଥିବା ଅଭିଯୋଗ ହୋଇଛି । ସେପଟେ କିଛି ମତ୍ସ୍ୟଜୀବୀଙ୍କୁ ମାସିକ ୭ହଜାର ୫ଶହ ଟଙ୍କା ଦିଆଯାଉଛି, କିଛି ମତ୍ସ୍ୟଜୀବୀଙ୍କ ପରିବାର ଏଥିରୁ ବାଦ ପଡିଥିବା ରାଜନଗର ବନଖଣ୍ଡ ଅଧିକାରୀ ସ୍ୱୀକାର କରିଛନ୍ତି ।ପ୍ରଶାସନର କଟକଣା ଯୋଗୁଁ ପ୍ରାୟ ୧୦ ମାସ ହେବ ମାଛ ଧରା ବନ୍ଦ ରହିଛି । ପ୍ରଥମେ କରୋନା ଆଉ ଏବେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ଉପକୂଳରେ ଲଗା ଯାଇଥିବା କଟକଣା ମତ୍ସ୍ୟଜୀବୀଙ୍କ ଜୀବନ ଜିବିକାକୁ ଦୋହଲାଇ ଦେଇଛି ।

from Kanak News
via <a href="https://ifttt.com/?

ରାଜପଥରେ ମଦ ପିଇ ଗାଡି ଚଳାଉଥିଲେ ସାବଧାନ : ଜାତୀୟ ଓ ରାଜ୍ୟ ରାଜପଥରେ ବୁଲିବ ହାଇୱେ ପେଟ୍ରୋଲିଂ ଗାଡି

କନକ ବ୍ଯୁରୋ : ହାଇୱେ ପାଟ୍ରୋଲିଂ ସେବାକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ସେବାର ଆରମ୍ଭ କରିଛନ୍ତି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ଟି ଜିଲ୍ଳାର ଜାତୀୟ ଓ ରାଜ୍ୟ ରାଜପଥ ଗୁଡ଼ିକରେ ୩୬ଟି ହାଇୱେ ପାଟ୍ରୋଲିଂ ଗାଡ଼ି ବୁଲିବ ।

ଭୁବନେଶ୍ୱର, ଖୋର୍ଦ୍ଧା, ମଙ୍ଗୁଳି, ପାଣିକୋଇଲି) ରାଜପଥ ଉପରେ କଡା ନଜର ରଖିବ ଏହି ପାଟ୍ରୋଲିଂ ଗାଡି । ଜାତୀୟ ଓ ରାଜ୍ୟ ରାଜପଥରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା, ଅପରାଧ, ଗୁଣ୍ଡାରାଜ ଓ ଦ୍ରୁତ ଗାଡି ଚାଳନା ଉପରେ ରୋକ ଲଗାଇବ, ହାଇୱେ ପାଟ୍ରୋଲିଂ ସେବା । ଜାତୀୟ ରାଜପଥରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି ।

କଟକ ଟାଙ୍ଗୀ ଥାନ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ମଙ୍ଗୁଳି ଏକ ବ୍ୟସ୍ତ ବହୁଳ ଅଂଚଳ । ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ ନେଇ ଏଠାରେ କଟକ ଜିଲ୍ଲା ଗ୍ରାମାଂଚଳ ଏସ.ପି ଯୁଗୋଳ କିଶୋରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମନ୍ତ୍ରୀ -ଦିବ୍ୟ ଶଙ୍କର ମିଶ୍ର, ପୋଲିସ ଡି.ଜି ଅଭୟ, ଆଇ.ଜି କ୍ରାଇମ୍ ଅମିତେନ୍ଦ୍ର ନାଥ ସିହ୍ନା, ଜିଲ୍ଲାପାଳ ଭବାନି ଶଙ୍କର ଚଇନି, ସାଲେପୁର ବିଧାୟକ ପ୍ରଶାନ୍ତ ବେହୋରାଙ୍କ ସମେତ ବହୁ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସବୁଜ ପତାକା ଦେଖାଇବା ପରେ ରାଜପଥରେ ହାଇୱେ ପାଟ୍ରୋଲିଂ ଗାଡି ଗଡିଛି । ଏହି ଗାଡି ୧୬ ନମ୍ବର ରାଜପଥରେ ମଙ୍ଗୁଳି ଠାରୁ ଛତିଆ, ୫୫ ନମ୍ବର ରାଜପଥ ମଙ୍ଗୁଳି ଠାରୁ ଛତିଆ ଓ ମଙ୍ଗୁଳି ଠାରୁ ଖୁଂଟୁଣି ପର୍ଯ୍ୟନ୍ତ ପାଟ୍ରୋଲିଂ କରିବ । ଅମାନିଆ ମଦ୍ୟପ ଗାଡି ଚାଳକଙ୍କୁ ସାବାଡ କରିବା ସହ ଦୁର୍ଘଟଣା ଜନିତ ସବୁ ଘଟଣା ଉପରେ କଡା ନଜର ରଖିବ ।

ଭୁବନେଶ୍ୱରରେ ଭିଡିଓ କନଫରେନ୍ସସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧାରେ ୩ଟି ପାଟ୍ରୋଲିଂ ଗାଡିର ଶୁଭାରମ୍ଭ ହୋଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ୍, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ପୁଲିସ ଡିଆଇଜି ଆଶିଷ ସିଂ, ଜିଲ୍ଲାପାଳ ସନତ ମହାନ୍ତିଙ୍କ ଉପସ୍ଥିତିରେ ହାଇୱେ ପାଟ୍ରୋଲିଂ ଗାଡି ଗଡିଛି । ଏହି ୩ଟି ହାଇୱେ ପାଟ୍ରୋଲିଂ ଗାଡି ଖୋଦ୍ଧା ପିତାପଲି ଠାରୁ ବାଲୁଗାଁ ଯାଏଁ ରାଜପଥ ଉପରେ ନଜର ରଖିବ ।

ସେହିଭଳି ଯାଜପୁର ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ହାଇୱେ ପେଟ୍ରୋଲିଂ ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡି ହାଇୱେ ପେଟ୍ରୋଲିଂ ସେବାରେ ଲାଗିଛି । ଆଗକୁ ଆହୁରି ୩/୪ ଟି ଗାଡି ଏହି ସେବାରେ ସାମିଲ କରାଯିବ । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥରେ ହାଇୱେ ପାଟ୍ରୋଲିଂ ଗାଡି ବୁଲିବ । ଏବଂ ଜାତୀୟ ରାଜପଥରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆସିବ ଯୋଦ୍ଧା, ଜଗିବ ସୀମା… ଶତ୍ରୁର ମୁକାବିଲା ପାଇଁ ସ୍ୱଦେଶୀର ଜ୍ଞାନ କୌଶଳରେ ଭାରତ ତିଆରି କଲା ୱାରିଅର ଡ୍ରୋନ । ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବାର ରହିଛି କ୍ଷମତା

ଉଭୟ ପାକିସ୍ତାନ ଓ ଚୀନ ସୀମାରେ ଲାଗିରହିଥିବା ଉତେଜନା କାରଣରୁ ଭାରତ ପାଇଁ ଏବେ ସୀମାର ସୁରକ୍ଷା ଅଧିକ ଜରୁରୀ ହୋଇପଡିଛି । ଚୀନ ସାମାକୁ ଲାଗିରହିଥିବା ନିୟନ୍ତ୍ରଣ ରେଖା ଏଲଏସି ଏବଂ ପାକିସ୍ତାନ ସୀମାକୁ ଲାଗିଥିବା ଏଲଓସିରେ ଏବେ ସର୍ବାଧିକ ଆଲର୍ଟରେ ରହିଛି ସେନା । ଏଭଳି ସମୟରେ ସୀମାରେ ଶତ୍ରୁର ମୁକାବିଲା ପାଇଁ ଭାରତ ରିଆରି କରୁଥବା ଷ୍ଟିଲଥ ଡ୍ରୋନ, ଆଗାମୀ ଦିନରେ ବାୟୁସେନାର କ୍ଷମତାକୁ ଆହୁରି ବଢାଇ ଦେବ ବୋଲି ଆକଳନ କରାଯାଉଛି ।

ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନର ଛଦ୍ମ ଯୁଦ୍ଧ ଯୋଗୁଁ ଭାରତ ନିଜ ସୀମାର ସୁରକ୍ଷା ପାଇଁ ଏବେ ସର୍ବାଧିକ ଆଲର୍ଟରେ ରହିଛି। ଏଭଳି ସମୟରେ ଭାରତ ତିଆରି କରୁଥିବା ଷ୍ଟିଲ୍‌ଥ ଡ୍ରୋନ୍‌ ଆଗାମୀ ଦିନରେ ବାୟୁସେନାର ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ହେବାକୁ ଯାଉଛି। ଅତି ଘାତକ ତଥା ଅତ୍ୟାଧୁନିକ ଅସ୍ତ୍ରରେ ସଜ୍ଜିତ ଏହି ଡ୍ରୋନ୍‌ ଶତ୍ରୁ ପକ୍ଷର ଯେ କୌଣସି ରାଡାରକୁ ଚକ୍‌ମା ଦେଇ ଶତ୍ରୁକୁ ବିନାଶ କରିବାର କ୍ଷମତା ରଖୁଛି। ଏବେ ବାଙ୍ଗାଲୋରରେ ଚାଲିଥିବା ‘ଏରୋ ଇଣ୍ଡିଆ ସୋ’ରେ ଭାରତର ଏହି ‘ୱାରିଅର୍‌ ଡ୍ରୋନ୍‌’ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି।

ଏହି ଡ୍ରୋନ୍‌କୁ ୱାରିଅର୍‌ (ଯୋଦ୍ଧା) ନାମରେ ନାମିତ କରାଯାଇଛି ଏବଂ ସଂପୂର୍ଣ୍ଣ ସ୍ବଦେଶୀ ଯୁଦ୍ଧ ବିମାନ ତେଜସ୍‌ର ଫ୍ଲାଟ୍‌ଫର୍ମରେ ଏହି ଡ୍ରୋନ୍‌ର ବିକାଶ କରାଯାଉଛି। ଯୁଦ୍ଧ ସମୟରେ ଅନ୍ୟ ତେଜସ ବିମାନରେ ଥିବା ପାଇଲଟ୍‌ଙ୍କ ସହ ତାଳମେଳ ରଖି ଏହି ଡ୍ରୋନ୍‌ ଟାର୍ଗେଟ୍‌ ଧ୍ବସ୍ତ କରିବ। ଭବିଷ୍ୟତର ଯୁଦ୍ଧ କେବଳ ବାୟୁସେନାର ଶକ୍ତି ଉପରେ ଅଧିକ ନିର୍ଭରଶୀଳ ରହିବାକୁ ଥିବାରୁ ଭାରତର ଏହି ଷ୍ଟିଲ୍‌ଥ ଡ୍ରୋନ୍‌ ଆକାଶରେ ଯୁଦ୍ଧ ରଣନୀତିକୁ ବଦଳାଇ ଦେବ। ୱାରିଅର୍‌ ଡ୍ରୋନ୍‌ ବିଶ୍ବର ଅନ୍ୟ ଆକ୍ରମଣକାରୀ ଡ୍ରୋନ୍‌ଠାରୁ ସଂପୂର୍ଣ୍ଣ ଅଲଗା ଏବଂ ଏହାକୁ କୌଣସି ସର୍ଭେଲାନ୍ସ ସିଷ୍ଟ୍‌ମ ଧରି ପାରିବ ନାହିଁ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ : ୪ ଘଂଟା ବନ୍ଦ ରହିବ ଦର୍ଶନ, ଶ୍ରୀମୁଖ ସିଂହାର ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏଁ ବନ୍ଦ ରହିବ ଦର୍ଶନ

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବନକଲାଗି ବେଶ । ୪ ଘଂଟା ବନ୍ଦ ରହିବ ଦର୍ଶନ । ମାଘ କୃଷ୍ଣପକ୍ଷ ପଂଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ବେଶ ଅନୁଷ୍ଠିତ ହେବ । ତେଣୁ ଆଜି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେନି ଶ୍ରଦ୍ଧାଳୁ । ଦତ ମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ୪ ଘଂଟା ଧରି ମହାପ୍ରଭୁଙ୍କ ଦର୍ଶନ ମିଳିବ ନାହିଁ । ପ୍ରତିମାସରେ ଏହା ୨ଥର କରାଯାଉଥିବା ବେଳେ ଦତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କ ମୁଖ ସିଂହାର କରିଥାଆନ୍ତି । ନୀତି ସମ୍ପାଦନ ସମୟରେ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ ରହୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ସୁବିଧା ମିଳିବ ନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started