ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟର ୱାର: ଇଂଟରନେଟ୍ ସେବା ବନ୍ଦ ନେଇ ଗାୟିକା ରିହାନା କହିଲେ,ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନ; ଅଭିନେତ୍ରୀ କଙ୍ଗନାଙ୍କ ଜବାବ୍, ସେମାନେ ଚାଷୀ ନୁହେଁ ଆତଙ୍କବାଦୀ

କନକ ବ୍ୟୁରୋ : ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ନେଇ ଗାୟିକା ଓ ନାୟିକାଙ୍କ ଭିତରେ ଟ୍ୱିଟର ୱାର । ଦିଲ୍ଲୀ ଚାଷୀ ଆନ୍ଦୋଳନ ଯୋଗୁଁ ଇଂଟରନେଟ୍ ସେବା ବନ୍ଦ ନେଇ ଅନ୍ତଜାର୍ତୀୟ ଖ୍ୟାତି ସଂପନ୍ନ ଗାୟିକା ରିହାନାଙ୍କ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଏହାକୁ ନେଇ କାହିଁକି ଚର୍ଚ୍ଚା କରୁନାହୁଁ ?

ସିଏନ୍ଏନର ଏ ରିପୋର୍ଟକୁ ଟ୍ୟାକ୍ କରି ଏକଥା ଲେଖିଛନ୍ତି ରିହାନା । ଏହି ରିପୋର୍ଟରେ ଚାଷୀ ଆନ୍ଦୋଳନ ଯୋଗୁଁ ଇଂଟରନେଟ୍ ସେବା ବ୍ୟାହତ ହୋଇଥିବା କଥା ରହିଛି । ସେହିପରି ଚାଷୀଙ୍କ ଟ୍ରାକ୍ଟର ରାଲିର ଏକ ଫଟୋ ଚିତ୍ର ମଧ୍ୟ ଏଥିରେ ରହିଛି ।

ଆଉ ରିହାନାଙ୍କ ଏଭଳି ଟ୍ୱିଟର ଜବାବ୍ ରଖିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ସେ ଜାବାବରେ ଲେଖିଛନ୍ତି, ଏହି ଆନ୍ଦୋଳନ ସମ୍ପର୍କରେ ଏଥିପାଇଁ କେହି ଚର୍ଚ୍ଚା କରୁନାହାଁନ୍ତି, କାରଣ ଏହା ଚାଷୀଙ୍କ ନୁହେଁ ବରଂ ଆତଙ୍କବାଦୀଙ୍କର । ଯେଉଁମାନେ ଭାରତକୁ ଭାଗଭାଗ କରିବାକୁ ଚାହୁଁଛନ୍ତି ।

ଯାହା ଫଳରେ ଚୀନ ଭଳି ଦେଶ ଆମ ଦେଶକୁ କବ୍ଜା କରିବେ ଏବଂ ଆମେରିକା ଉପନିବେଷବାଦ ଆରମ୍ଭ କରିବେ । ଆମ କିଛି ଜାଣି ନାହାଁନ୍ତି, ଆପଣ ବସି ପଡନ୍ତୁ । ଆମେ ଆପଣଙ୍କ ଭଳି ନିଜ ଦେଶକୁ ବିକ୍ରି କରିବାକୁ ଚାହୁଁ ନାହୁଁ ବୋଲି କଙ୍ଗନା ରାଣାୱତ ଟ୍ୱିଟ୍ କରିଛନ୍ତି ।

from Kanak News
via <a href="https://ifttt.com/?

ମେ ୪ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା : ଦଶମର ଗୋଟିଏ ଓ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା

କନକ ବ୍ୟୁରୋ : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ପ୍ରକାଶ ପାଇଲା ସଂପୂର୍ଣ୍ଣ ପରୀକ୍ଷା ସୂଚୀ । ମେ ୪ ରୁ ଜୁନ୍ ୧୧ ଯାଏଁ ଚାଲିବ ସିବିଏସଇ ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସିବିଏସଇର ୨୦୨୧ ଡାଟା ସିଟ୍ ଜାରି କରିବା ସହିତ ଏନେଇ ସୂଚନା ଦେଇଛନ୍ତି । ମେ ୪ ତାରିଖରୁ ଓଡିଆ,କନ୍ନଡ଼ ଓ ଲେପଚା ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରମୁଖ ବିଷୟଗୁଡ଼ିକ ମଧ୍ୟରେ ମେ’ ୬‌ରେ ଇଂରାଜୀ, ମେ’ ୧୫ରେ ବିଜ୍ଞାନ, ମେ’ ୨୧ରେ ଗଣିତ, ମେ’ ୨୭ରେ ସୋସିଆଲ୍‌ ସାଇନ୍ସ, ଜୁନ୍‌ ୭ରେ କମ୍ପ୍ୟୁଟର ଆପ୍ଲିକେସନ୍‌ ବିଷୟର ପରୀକ୍ଷା ହେବ।

କ’ଣ ରହିଛି ସିବିଏସଇର ପୁରା ପରୀକ୍ଷା ସୂଚୀ ?

– ମେ ୪ ତାରିଖରୁ ଜୁନ୍ ୭ ଯାଏଁ ସିବିଏସଇ ଦଶମ ପରୀକ୍ଷା
– ମେ ୪ ରୁ ଜୁନ୍ ୧୧ ଯାଏଁ ସିବିଏସଇ ଦ୍ୱାଦଶ ପରୀକ୍ଷା
– ମାର୍ଚ୍ଚ ୧ ତାରିଖରୁ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା
– ସିବିଏସଇ ଦଶମର ଗୋଟିଏ ସିଫ୍ଟ ଏବଂ ଦ୍ୱାଦଶର ଦୁଇଟି ସିଫ୍ଟରେ ହେବ ପରୀକ୍ଷା
– ସକାଳ ୧୦ଟାରୁ ୧୦ଟା ୧୫ ମିନିଟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ମିଳିବ ପ୍ରଶ୍ନପତ୍ର
– ଦ୍ୱାଦଶ ପିଲାଙ୍କ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୨ଟାରୁ ୨ଟା ୧୫ ମିନିଟ ମଧ୍ୟରେ ମିଳିବ ପ୍ରଶ୍ନପତ୍ର
– ପ୍ରଶ୍ନପତ୍ର ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୧୫ ମିନିଟ ସମୟ
– ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀ ନାମ ଓ ରୋଲନଂ ଉଲ୍ଲେଖ କରିବେ
– ପ୍ରଶ୍ନପତ୍ରରେ ଏହାକୁ ଯାଂଚ କରି ଦସ୍ତଖତ କରିବେ ସୁପରିନଟେଣ୍ଡେଟ୍
– ପ୍ରଥମ ସିଫ୍ଟରେ ସକାଳ ୧୦ଟା ୩୦ ଏବଂ ଦ୍ୱିତୀୟ ସିଫ୍ଟରେ ୨ଟା ୩୦ରୁ ଉତ୍ତର ଲେଖିବେ
ଛାତ୍ରଛାତ୍ରୀ
– ପରୀକ୍ଷା ସମୟରେ ପାଳନ ହେବ କୋଭିଡର ଗାଇଡଲାଇନ୍

ସେପଟେ ଫେବ୍ରୁଆରୀ ୧୦ରୁ ଖୋଲିବ ଯୁକ୍ତ ତିନି ତୃତୀୟ ଓ ପିଜି ପ୍ରଥମ ବର୍ଷ କଲେଜ । ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ ଜୁନରୁ ୧୯ ଜୁନ ମଧ୍ୟରେ ହେବ । ଜୁଲାଇ ୨୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂଚତୃର୍ଥ ବର୍ଷ ୟୁଜି କୋର୍ସରପଂଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ମଧ୍ୟରେ ହେବ । ୩୧ ମେ’ ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୮ରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲିବାକୁ ଅନୁମତି ଦିଆଯାଇଛି । ଶ୍ରେଣୀଗୃହରେ କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ଚୀନର ବିସ୍ତାରବାଦୀ ନିତିକୁ ବାଇଡେନ୍ ପ୍ରଶାସନର ନିନ୍ଦା । ମିତ୍ର ରାଷ୍ଟ୍ରର ସୁରକ୍ଷା ସର୍ବଦା ପ୍ରାଥମିକତା ରହିବ ବୋଲି କହିଛି ଆମେରିକା

ପୂର୍ବ ଲଦାଖ୍ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଂଚଳରେ ଚୀନ୍‌ର ବିସ୍ତାରବାଦୀ ନୀତି ପାଇଁ ଏବେ ତୀବ୍ର ଉତ୍ତେଜନା ଲାଗି ରହିଛି। ଉଭୟ ପଟେ ୫୦ ହଜାରରୁ ଅଧିକ ସେନା ମୁତୟନ ହୋଇଛନ୍ତି ଏବଂ ଚୀନ୍‌ ସେନାର ଅତିକ୍ରମଣ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରୁଛି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ପ୍ରଥମ ଥର ପାଇଁ ଏ ବାବଦରେ ବିବୃତି ଜାରି କରି ଚୀନ୍‌କୁ କଡ଼ା ସମାଲୋଚନା କରିଛି। ଚୀନ୍‌ ନିଜର ବିସ୍ତାରବାଦୀ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ସର୍ବଦା ଷଡ଼ଯନ୍ତ୍ର କରୁଛି ଏବଂ ପଡ଼ୋଶୀଙ୍କୁ ଡରାଉଛି ବୋଲି ଆମେରିକା କହିଛି। ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ଲାଗି ରହିଥିବା ସ୍ଥିତି ଉପରେ ଆମେ ନଜର ରଖିଛୁ ଏବଂ ଏ ବାବଦରେ ଉଭୟ ରାଷ୍ଟ୍ର ମଧ୍ୟରେ ସିଧାସଳଖ ଆଲୋଚନାକୁ ପ୍ରୋତ୍ସାହନ ଦେବୁ ବୋଲି ଆମେରିକାର ଜାତୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଏମିଲି ଜେ ହର୍ଣ୍ଣ କହିଛନ୍ତି। ତେବେ ଚୀନ୍‌ର ବିସ୍ତାରବାଦୀ ନୀତି ବିରୋଧରେ ଆମେ ମିତ୍ରମାନଙ୍କ ସହିତ ରହିବୁ ଏବଂ ମିତ୍ର ରାଷ୍ଟ୍ରମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବୁ ବୋଲି ‌ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ମେ ୫ ତାରିଖରୁ ପୂର୍ବ ଲଦାଖ୍‌ରେ ଚୀନ୍‌ ଓ ଭାରତ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଚୀନ୍‌ ପଟୁ ଯେ କୌଣସି ଅତିକ୍ରମଣର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ ରହିଛି। ଚୀନ୍‌ର ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଭାରତ ବିଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ମୁତୟନ କରିଛି ଏବଂ ଯୁଦ୍ଧ ବିମାନଗୁଡ଼ିକ ନିୟମିତ ବ୍ୟବଧାନରେ ଉଡ଼ାଣ ଭରୁଛନ୍ତି।

from Kanak News
via <a href="https://ifttt.com/?

ଧାନ ବିକ୍ରି କରିବା ପାଇଁ ଚାଷୀ ହନ୍ତସନ୍ତ : ଶୀତ କାକରରେ ପଡ଼ି ରହିଛନ୍ତି ଚାଷୀ; ବରଗଡ଼ ସରର୍କଣ୍ଡା ମାର୍କେଟରୁ ରାତିର ସ୍ଥିତି ପରଖିଲେ ଆମ ପ୍ରତିନିଧି

କନକ ବ୍ୟୁରୋ : ଧାନ ଅମଲ କରି ବିକ୍ରି କରିବା ପାଇଁ ଚାଷୀଙ୍କୁ କେତେ କସରତ କରିବାକୁ ପଡ଼ୁଛି ତାର ଚିତ୍ର ଆସିଛି ବରଗଡ଼ ଜିଲ୍ଲା ସରର୍କଣ୍ଡା ମାର୍କେଟ୍ ୟାଡରୁ । ଧାନ ବିକ୍ରି ପାଇଁ ଆସିଥିବା ଚାଷୀ, ଶୀତକାକରରେ ପଡ଼ି ରହିଛନ୍ତି, ହେଲେ ଧାନ ଉଠିପାରୁନି । ଏସବୁ ଭିତରେ ପୁଣି ଶହେରୁ ଅଧିକ ଚାଷୀଙ୍କ ଟୋକଟ୍ ଅବଧି ସରିଯାଇଛି । ଟାର୍ଗେଟ୍ ବଢ଼ିବ ଏବଂ ନୂଆ ଟୋକନ୍ ଆସିବ ଏହି ଆଶାରେ ଦିନ କାଟୁଛନ୍ତି ବରଗଡ଼ ଜିଲ୍ଲାର ଚାଷୀ । ରାତି ପ୍ରାୟ ୧୨ଟା ବେଳେ ସେଠି ପହଂଚି ସ୍ଥିତି ପରଖି ଥିଲେ ଆମ ପ୍ରତିନିଧି ।

ସେପଟେ, ପ୍ୟାକ୍ସ ସମ୍ପାଦକଙ୍କୁ ମହଙ୍ଗା ପଡିଲା ଧାନ କିଣାରେ ଅନିୟମିତତା । ଧାନ କିଣା ପାଇଁ ଜାରି ହୋଇଥିବା ଗାଇଡଲାଇନ ଉଲ୍ଲଂଘନ କରିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ୧୦ ଜଣ ପ୍ୟାକ୍ସ ସଂପାଦକ । ଏହା ମଧ୍ୟରୁ କେବଳ ବରଗଡ ଜିଲ୍ଲାରୁ ରହିଛନ୍ତି ୯ ଜଣ ପ୍ୟାକ୍ସ ସମ୍ପାଦକ । ନିଲମ୍ୱିତ ହୋଇଥିବା ପ୍ୟାକ୍ସ ସମ୍ପାଦକମାନେ ହେଉଛନ୍ତି ବରଗଡ ଝାରବନ୍ଧ ପ୍ୟାକ୍ସ ସଂପାଦକ ଉମାକାନ୍ତ ପ୍ରଧାନ । ଡଭା ପ୍ୟାକ୍ସ ସହକାରୀ ସଂପାଦକ ଗୋବିନ୍ଦ ସାହୁ । ସୋହେଲା ପ୍ୟାକ୍ସର ସଂପାଦକ ରାଜେଶ ପ୍ରଧାନ । କଟାପାଲି ପ୍ୟାକ୍ସ ସଂପାଦକ ବିଦ୍ୟାଧର ପ୍ରଧାନ ।

ପାହାରଶ୍ରିଗିଡା ପ୍ୟାକ୍ସର ସଂପାଦକ ଶମ୍ଭୁ କ୍ଷେତ୍ରୀ । ନାରାୟଣ ପ୍ୟାକ୍ସ ସଂପାଦକ ସଂପାଦକ ସୁଦାମ ସାହୁ । ଭୁକ୍ତ ପ୍ୟାକ୍ସ ସଂପାଦକ ହୃଷିକେଶ ପ୍ରଧାନ । ଚଢେଇ ଗାଁ ପ୍ୟାକ୍ସ ଭାରପ୍ରାପ୍ତ ସଂପାଦକ ଲିଙ୍ଗରାଜ ସାହୁ । କନ୍ଦପାଳ ପ୍ୟାକ୍ସର ସଂପାଦକ କ୍ଷୀରୋଦ ସାହୁ । ବଲାଙ୍ଗିର ଚୂଡାପାଲ୍ଲୀ ପ୍ୟାକ୍ସ ସଂପାଦକ ଗୋପବନ୍ଧୁ ସାହୁଙ୍କୁ ସସପେଣ୍ଡ କରାଯାଇଛି । ଏହା ସହିତ ସୋହେଲା ପ୍ୟାକ୍ସ ସଂପାଦକ, କ୍ଲର୍କ ତଥା ଡାଟା ଏଂଟ୍ରି ଅପରେଟର ଏବଂ ଅନ୍ୟ ଖିଲାପୀ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ପୁଣି ଫେରିଲା ସିଏଏ ଚର୍ଚ୍ଚା : ବଢ଼ିଲା, ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବା ସମୟ ସୀମା

କନକ ବ୍ୟୁରୋ : ପୁଣି ଫେରିଲା ସିଏଏ ପ୍ରସଙ୍ଗ । ନାଗରିକତା ସଂଶୋଧନ ଆଇନ ପାଇଁ ନିୟମ ପ୍ରସ୍ତୁତ କରିବାର ସମୟ ସୀମାକୁ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ନିୟମ ପ୍ରସ୍ତୁତି ପ୍ରକ୍ରିୟା ଏବେ ବି ଜାରି ରହିଛି । ସେଥିପାଇଁ ଏହାର ସମୟ ସୀମାକୁ ଜୁଲାଇ ୯ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ନାଗରିକତା ସଂଶୋଧନ ବିଲ ସଂସଦରେ ପାରିତ ହେବା ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହାକୁ ଲାଗୁ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା ।

ଆଉ ଏହାକୁ ନେଇ ଦିଲ୍ଲୀରେ ବଡ଼ ଧରଣର ପ୍ରତିବାଦ ମଧ୍ୟ କରାଯାଇଥିଲା । ହେଲେ ଏସବୁ ଭିତରେ ଏହି ଆଇନର କେମିତି କାମ କରିବ ଏବଂ ନିୟମ କ’ଣ ସବୁ ରହିବ ସେ ନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନଥିଲା । ତେବେ ଗତକାଲି ସଂସଦରେ ଗୃହରାଷ୍ଟ୍ରମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତରରେ କହିଛନ୍ତି, ୧୨ ଡିସେମ୍ବର ୨୦୧୯ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଉ ୧୦ ଜାନୁୟାରୀ ୨୦୨୦ ଏହା ଲାଗୁ ହୋଇଥିଲା । ତେବେ ଏହି ଆଇନକୁ ନେଇ ନିୟମ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି । ଲୋକସଭା ଏବଂ ରାଜ୍ୟସଭାର ଅଧିନସ୍ଥ ଆଇନ ସମିତି, ସିଏଏ’ର ନିୟମ ପ୍ରସ୍ତୁତି ପାଇଁ ଦିଆଯାଇଥିବା ସମୟ ସୀମାକୁ ଯଥାକ୍ରମେ ଏପ୍ରିଲ ୯ ଏବଂ ଜୁଲାଇ ୯ ତାରିଖକୁ ବଢ଼ାଇ ଦିଆଯାଇଛି ।

ନାଗରିକତା ସଂଶୋଧନ ଆଇନ ହେଉଛି ସେହି ଆଇନ୍ ଯାହା ଫଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ପ୍ରତାରିତ ହୋଇଥିବା ସଂଖ୍ୟାଲଘୁ ଯେମିତି କି ହିନ୍ଦୁ, ଶିଖ୍, ଜୈନ, ବୌଦ୍ଧ, ପାରସୀ ଏବଂ ଇସାୟୀ ସମୁଦାୟର ଲୋକଙ୍କୁ ଭାରତର ନାଗରିକତା ମିିଳିପାରିବ । ତେବେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଯଦି ସେମାନେ ଭାରତକୁ ଆସିଥିବେ । ଏହି ଆଇନ୍କୁ ନେଇ ଦେଶରେ ବଡ଼ଧରଣର ପ୍ରତିବାଦ ଦେଖାଦେଇଥିଲା । ଧର୍ମ ଆଧାରରେ ପାତରଅନ୍ତର କରାଯାଉଛି ବୋଲି ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।

from Kanak News
via <a href="https://ifttt.com/?

କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇଲେକ୍‌ଟ୍ରୋଫିଜିଓଲୋଜି ମେସିନ୍ । ସ୍ବୟଂସଂପୂର୍ଣ୍ଣ ହେବ ହୃଦ୍‌ରୋଗ ବିଭାଗ, ହୃଦ୍‌ରୋଗ ଚିକିତ୍ସା କ୍ଷେତ୍ରରେ ଆସିବ ସୁଧାର

କ୍ୟାପିଟାଲ ହସ୍ପିଟାଲ ହୃଦ୍‌ରୋଗ ବିଭାଗକୁ ଆସିବ ଇଲେକ୍‌ଟ୍ରୋଫିଜିଓଲୋଜି ମେସିନ୍। ଏହି ଅତ୍ୟାଧୁନିକ ମେସିନ୍ ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ହୃଦ୍‌ରୋଗ ବିଭାଗ ସ୍ବୟଂସଂପୂର୍ଣ୍ଣ ହେବ। ଫଳରେ ହୃଦ୍‌ରୋଗ ଚିକିତ୍ସା କ୍ଷେତ୍ରରେ ସୁଧାର ଆସିପାରିବ। ଏହି ମେସିନ୍ ସହାୟତାରେ ଛାତି ଧଡ଼ଧଡ଼ ହେଉଥିବା ରୋଗୀମାନଙ୍କ କେଉଁ କାରଣ ପାଇଁ ସମସ୍ୟା ହେଉଛି ତାହା ସ୍ପଷ୍ଟ ହୋଇପାରିବ।

କ୍ୟାପିଟାଲ ହସ୍ପିଟାଲରେ ଏବେ ଏକ ଡେମୋ ମେସିନ୍ ଜରିଆରେ ଇଲେକ୍‌ଟ୍ରୋଫିଜିଓଲୋଜି କରାଯାଉଛି। ଏହି ମେସିନ୍ ଜରିଆରେ କିଛି ଲୋକଙ୍କ ପରୀକ୍ଷା କରାଯାଇଛି। ତେବେ ନୂଆ ମେସିନ୍ ଆସିବା ପରେ ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ। ଏଥିରେ ଉଭୟ ଟୁ-ଡି ଓ ଥ୍ରି-ଡିର ସୁବିଧା ରହିବ ବୋଲି ସୂଚନା ମିଳିଛି।

ହୃଦ୍‌ରୋଗ ବିଭାଗରେ ଏବେ କ୍ୟାଥଲାବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୧୫କୋଟିରୁ ଅଧିକ ଟଙ୍କା ଖର୍ଚ କରାଯିବ। ଆସନ୍ତା ୨/୩ମାସ ଭିତରେ କ୍ୟାଥଲାବ ପାଇଁ ମେସିନ୍ ଆସିବ। ଏହାସହ ଆଉ ଏକ କ୍ୟାଥଲାବ୍ ପାଇଁ ମଧ୍ୟ ହସ୍ପିଟାଲ କର୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ହୃଦ୍‌ରୋଗ ବିଭାଗର ସ୍ବତନ୍ତ୍ର ଆଇସିୟୁ ନାହିଁ। ହୃଦ୍‌ରୋଗୀମାନଙ୍କୁ ଏଥିପାଇଁ ହସ୍ପିଟାଲର ରହିଥିବା ଆଇସିୟୁ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ବିଭାଗର ସ୍ବତନ୍ତ୍ର ଆଇସିୟୁ ଉପରେ ଗୁରୁତ୍ବ ଦିଆଯାଇଛି। ସ୍ବତନ୍ତ୍ର ଆଇସିୟୁ ଓ ଗ୍ୟାସ୍ ପାଇପ ଲାଇନ କାର୍ଯ୍ୟ ଜାରି ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା। ହୃଦ୍‌ରୋଗ ବିଭାଗରେ ଏବେ ବହିର୍ବିଭାଗ ସହିତ କାର୍ଡିଓଲୋଜିକାଲ ଇନଭେଷ୍ଟିଗେସନ୍ ଯଥା ଇସିଜି, ଟୁ-ଡି ଇକୋ, ଟିଏମ୍‌ଟି ସେବା ଦିଆଯାଉଛି। ବିଭାଗରେ ଏବେ ୧୬ଟି ଶଯ୍ୟା ରହିଛି। କ୍ୟାଥଲାବ୍‌ରେ ଆଞ୍ଜିଓଗ୍ରାମ୍ ଓ ଆଞ୍ଜିଓପ୍ଲାଷ୍ଟ ଭଳି ନିଦାନ ବ୍ୟବସ୍ଥା ମଧ୍ୟ ଚାଲୁ ରହିଛି। ତେବେ କାର୍ଡିଓଲୋଜି ବିଭାଗ ସୁପର ସ୍ପେସାଲିଷ୍ଟ ବ୍ରାଞ୍ଚର ହୋଇଥିବା ବେଳେ ଇସିଜି, କ୍ୟାଥଲାବ, ଓଟି, ଆଇସିୟୁ ଓ ଇକୋ ଟେକ୍‌ନିସିଆନ୍ ପଦବି ପୂରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ହସ୍ପିଟାଲର ହୃଦ୍‌ରୋଗ ବହିର୍ବିଭାଗରେ ୨୦୧୯ ମସିହାରେ ୧୫ ହଜାରରୁ ଅଧିକ ହୃଦ୍‌ରୋଗୀ ପଞ୍ଜୀକୃତ ହୋଇଥିବା ବେଳେ ଗତବର୍ଷ ଏହି ସଂଖ୍ୟା ରହିଛି ୧୬ହଜାର। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭାଗର ପରିସର ବୃଦ୍ଧି ପାଇଁ ଏବେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।

ବୈଠକରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗର ନିର୍ଦେଶକ ପ୍ରଫେସର ଡା.ପି.କେ ଦାସ, ଡିଏମ୍‌ଇଟି, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

from Kanak News
via <a href="https://ifttt.com/?

୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର ଦାୟିତ୍ୱ

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଙ୍ଗଳବାର ଚାରୋଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରିଛି । ଆସାମ ସହିତ ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ଏହି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏହି ସବୁ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ଏମାନଙ୍କୁ ନିଯୁକ୍ତ କରିଛି ।

ଏହିକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ତାଙ୍କ ସହ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ତାମିଲନାଡୁରେ କିଷାନ ରେଡ୍ଡୀଙ୍କୁ ପ୍ରଭାରୀ ଓ ବିକେ ସିଂହଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହାସହ କେରଳ ପାଇଁ ପ୍ରହଲ୍ଲାଦ ଯୋଶୀ ଓ ପୁଡୁଚେରୀ ପାଇଁ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି ।

https://platform.twitter.com/widgets.js

ଏହି ସବୁ ରାଜ୍ୟରେ ଚଳିତ ବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ନିର୍ବାଚନ ହେବାକୁ ଅଛି । ତା ସହ ପଶ୍ଚିମବଙ୍ଗରେ ମଧ୍ୟ ବିଧାନସଭା ଇଲେକ୍ସନ ହେବ । ଏଥିପାଇଁ ଦଳ ପୂର୍ବରୁ କୈଳାସ ବିଜୟ ବର୍ଗୀୟଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇସାରିଛି ।

from Kanak News
via <a href="https://ifttt.com/?

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା । କହିଲେ, ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ ଲଢିବି

କନକ ବ୍ୟୁରୋ: ମାନବ ପ୍ରେମୀ ଆଦିତ୍ୟଙ୍କ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ପୁଅର ହତ୍ୟାକୁ ୭ମାସ ପୁରିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ପୁଲିସ ଜାଣିଶୁଣି ଗିରଫ କରୁନାହିଁ । ଜିଆରପି ପୁଲିସ ଓ କ୍ରାଇମବ୍ରାଞ୍ଚ ହତ୍ୟାକାରିକୁ ଜାଣିଛନ୍ତି କିନ୍ତୁ ବଡ଼ ବଡିଆଙ୍କ ଚାପରେ ହତ୍ୟା ମାମଲାକୁ ଚାପୁଛନ୍ତି ଓ ଆତ୍ମହତ୍ୟା ବୋଲି କହୁଛନ୍ତି। ମୋ ପୁଅକୁ ଯୋଜନା କରି ହତ୍ୟା କରାଯାଇଛି। ଆମେ ସିବିଆଇ ତଦନ୍ତ କରିବାକୁ ଦାବି କରିଛୁ।

ମୋ ପୁଅକୁ ନ୍ୟାୟ ମିଳିବା ଯାଏଁ ମୁଁ ଶେଷ ପର୍ଯ୍ୟନ୍ତ ଲଢିବି । ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବି ବୋଲି ମାନବପ୍ରେମୀଙ୍କ ବାପା କହିଛନ୍ତି | ସୂଚନାଯୋଗ୍ୟ, ଆଦିତ୍ୟ ଦାସଙ୍କର ମୃତ ଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା।

ଆଉ ଏହା ପରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା । ତେବେ ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳି ପାରି ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଦେଖା ଦେଉଛି। ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି କଥା ଉଲ୍ଲେଖ କରାଯାଇଥିଲା |

from Kanak News
via <a href="https://ifttt.com/?

ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟିଦେଲା ଯୁବକ । ଏକତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା ।

କନକ ବ୍ୟୁରୋ: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା । ବିଚ ରାସ୍ତାରେ ନାବାଳିକାର ଗଳା କାଟିଦେଲା ଯୁବକ । ଟ୍ୟୁସନ ସାରି ଫେରିବା ବେଳେ ଆକ୍ରମଣ କଲା ଯୁବକ । ଆକ୍ରମଣ ପରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି ।

ତେବେ ଗତ କିଛି ଦିନ ହେବ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ । ବାରମ୍ବାର ନିବେଦନ କରିବା ପରେ ଝିଅକୁ ଘର ଲୋକେ ସତର୍କ କରାଇଥିବା ସୂଚନା ରହିଛି । ଆଉ ସହଦେବଖୁଣ୍ଟା ଥାନାରେ ବି ଝିଅର ବାପା ଅଭିଯୋଗ ସହ ସୁରକ୍ଷା ପାଇଁ କହିଥିଲେ । କିଛି ଦିନ ନିରବ ରହିବା ପରେ ଆଜି ଏମିତି ଅଭାବନୀୟକାଣ୍ଡ ଘଟାଇଛି ଯୁବକ ।

from Kanak News
via <a href="https://ifttt.com/?

ବଲାଙ୍ଗିରରେ ଟେଂଟହାଉସ ନିର୍ମାଣକୁ ନେଇ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା । ଗୋଟିଏ ଟେଂଟ ହାଉସକୁ ଦିଆଯାଇଛି ସାରା ଜିଲ୍ଲାର ଦାୟିତ୍ୱ

କନକ ବ୍ୟୁରୋ: ବଲାଙ୍ଗିରରେ କରୋନା କାଳରେ କନଟେନମେଂଟ ଜୋନରେ ବାରିକେଡ ନିର୍ମାଣରେ ଟଙ୍କା ହେରଫେର ଅଭିଯୋଗ ପରେ ଏବେ ଆସିଛି ଆଉ ଏକ ନୂଆ ବିବାଦ । କରୋନା ସମୟରେ ଟେଂଟ ହାଉସ ତିଆରିରେ ଟେଂଟହାଉସ ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର ଅଭିଯୋଗ ଆସିଛି । ବଲାଙ୍ଗିର ରେଳଷ୍ଟେସନ ଟେଂଟ ନିର୍ମାଣ ସହ ଆହୁରି ଅନେକ ଟେଂଟ ନିର୍ମାଣ ପାଇଁ ଗୋଟିଏ ଟେଂଟହାଉସ ମାଲିକକୁ ଦିଆଯାଇଥିଲା ଦାୟିତ୍ୱ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏଥିରେ ୧କୋଟି ୧୩ଲକ୍ଷ ୯୮୪ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଶ୍ନ ଉଠୁଛି ସମସ୍ତ କାମ କରିବା ପାଇଁ ଗୋଟିଏ ଟେଂଟହାଉସ ମାଲିକଙ୍କୁ କାହିଁକି ଚିହ୍ନଟ କଲା ବଲାଙ୍ଗିର ପ୍ରଶାସନ ।

ମହାମାରୀ ସମୟରେ ଅବଶ୍ୟ ପ୍ରଶାସନ ପାଖରେ ବେଶି ସମୟ ନଥିଲା । ଟେଣ୍ଡର ଆହ୍ୱାନ କରି କାମ କରିବା ସମ୍ଭବ ନଥିଲା । କିନ୍ତୁ ସହରରେ ଅନେକ ଟେଂଟହାଉସ ଥିବା ବେଳେ ପ୍ରଶାସନ କାହିଁକି କେବଳ ଜଣଙ୍କୁ କାମ ଦେଲା, ତାହା ବୁଝି ହେଉନାହିଁ । ଅନ୍ୟପକ୍ଷରେ ମ୍ୟୁନିସପାଲ ଏକଜିକ୍ୟୁଟିଭ ଅଫିସରଙ୍କ କହିବା ହେଲା ଟେଣ୍ଡର କରିବା ପାଇଁ ସମୟ ନଥିଲା । ତେଣୁ ଜଣେ ଲୋକଙ୍କୁ ସବୁ କାମ ଦିଆଯାଇଥିଲା ।

ଏହାପୂର୍ବରୁ ହାତୀଶାଲପଡାରେ କେବଳ କିଛି ବାଉଁଶ ପୋତି ଅଢେଇ ଲକ୍ଷ ଟଙ୍କାର ବିଲ କରାଯାଇଥିଲା । ଜିଲ୍ଲାର ଆର ଆଣ୍ଡ ବି ଡିଭିଜନ ଏହି କାମ କରିଥିଲା । ଏବେ ଟେଂଟ ହାଉସକୁ ନେଇ କେବଳ ଜଣେ ବ୍ୟବସାୟୀଙ୍କୁ ଏକ କୋଟିରୁ ଉର୍ଦ୍ଧ ଟଙ୍କାର କାମ ଦେବା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ, ତାହା ସ୍ପଷ୍ଟ ହେବା ଦରକାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started