ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଗାଡି ଉପରକୁ ଆକ୍ରମଣ କଲେ କଂଗ୍ରେସ କର୍ମୀ 

କନକ ବ୍ୟୁରୋ: ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଦଳର ଅଧ୍ୟକ୍ଷଙ୍କ ଗାଡିକୁ ପଂଜାବର ଜଲାଲବାଦରେ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି । ଶିରୋମଣୀ ଅକାଳୀ ଦଳ ଓ କଂଗ୍ରେସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଛି । ଘଟଣାରେ ଦୁଇ ଦଳର କିଛି ସଦସ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି ଘଟଣାରେ ସୁଖବୀର ସଂ ବାଦଲ ସମ୍ପୂର୍ଣ୍ଣଭାବେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ଛାଉଣୀ କରାଯାଇଛି ।

ଆଜି ପଂଜାବ ନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଚାଲିଥିବା ସମୟରେ ଦୁଇ ଦଳ ମଧ୍ୟରେ ସଂର୍ଘଷ ହୋଇଥିଲା । ସେପଟେ  ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂ ।  କ୍ୟାପଟେନ କହିଛନ୍ତି ଘଟଣାକୁ ନେଇ ତାଙ୍କ ପାଖରେ କିଛି ଖବର ନାହିଁ । ପ୍ରଥମେ ପୁଲିସ ନିଜର ତଦନ୍ତ କର । ପରେ ସେ ଏନେଇ ବୟାନ ଦେବେ । ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶିରୋମଣୀ ଅକାଳୀ ଦଳ । ଏଥିସହ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରିଛି ଦଳ ।  ସୁଖବୀର ସଂ ବାଦଲ କହିଛନ୍ତି ପଂଜାବରେ ଗ୍ୟାଙ୍ଗଷ୍ଟାର ରାଜ ଚାଲିଛି । ଏଠି ନେତାଙ୍କଠୁ ନେଇ ଜନତା ସମସ୍ତେ ଅସୁରିକ୍ଷତ ଅଛନ୍ତି ।

from Kanak News
via <a href="https://ifttt.com/?

ତିନୋଟି ନୂଆ ବିଶ୍ୱବିଦ୍ୟାଳୟର ପୂରଣ ହେବ କୁଳପତି ପଦବୀ । ବିଜ୍ଞପ୍ତି ଜାରି କରି ସୂଚନା ଦେଲା ଉଚ୍ଚଶିକ୍ଷା ବିଭାଗ

କନକ ବ୍ୟୁରୋ: ରାଜ୍ୟର ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଫେବୃଆରୀ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

ଏଥିପାଇଁ ଜଣେ ପ୍ରାର୍ଥୀଙ୍କର ବୟସ ୬୩ ବର୍ଷରୁ କମ୍ ହେବା ସହିତ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ରହିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ତିନୋଟି ବିଶ୍ୱବିଦ୍ୟାଳୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପରେ ସେମାନଙ୍କୁ ସର୍ଟଲିଷ୍ଟ କରି ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଏହି ସମୟରେ ଏକ ତିନିଜଣିଆ କମିଟି ସେମାନଙ୍କ ଇଣ୍ଟରଭ୍ୟୁ ନେବେ । ଏହାପରେ କମିଟି ଦ୍ୱାରା ପ୍ରସ୍ତାବିତ ହୋଇଥିବା ନାଁ ଭିତରୁ ରାଜ୍ୟର ରାଜ୍ୟପାଳ ଶେଷ ନାଁ ଚୟନ କରିବେ । ଏହାପରେ ତାଙ୍କୁ ୪ ବର୍ଷ ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯିବ । ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ସତ କାଢିବାକୁ ସାମ୍ନାସାମ୍ନି ଜେରା । ଝରାଫୁଲଙ୍କ ବାପା ଓ ଅଭିଯୁକ୍ତ ରାକେଶକୁ ଏକାଠି ବସାଇ ପଚରାଉଚରା କଲା ପୋଲିସ । କେବେ ବାହାରିବ ସତ, ସାତଦିନ ପରେ ବି ପୋଲିସର ହାତଖାଲି ।

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡ ରାକେଶ ସ୍ୱାଇଁ । ନୀରିହ ଝରାଫୁଲକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଏହି ନରରାକ୍ଷସକୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି ପୁଲିସ । ଘଟଣାର ୭ଦିନ ବିତି ଯାଇଥିଲେ ବି ବିଶେଷ କିଛି ତଥ୍ୟ ପାଇପାରୁନଥିବା ଯାଜପୁର ପୁଲିସ । ରାକେଶ ସ୍ୱାଇଁର ବୟାନରୁ ହିଁ କିଛି ପାଇବା ପାଇଁ ଆଶା ରଖିଛି ।

ଯାଜପୁର ପୁଲିସର ପାରିବାପଣିଆକୁ ବି ମାନିବାକୁ ପଡିବ । ଅଭିଯୁକ୍ତ ପାଖରେ ଅଛି, କିନ୍ତୁ ଏଯାଏଁ ପୁଲିସ ଝରାଫୁଲଙ୍କ ମୋବାଇଲ ପାଉନି କିମ୍ବା ରାକେଶଙ୍କ ସାଙ୍ଗ କିମ୍ବା ସେ ସ୍କୁଟିକୁ ମଧ୍ୟ ପାଉନି । ବରିଷ୍ଠ ପୁଲିସ ଅଧିକାରୀ ମାନେ ଏକଥା ଶୁଣି ଯାଜପୁର ପୁଲିସର ଦକ୍ଷତା ଉପରେ ସନ୍ଦେହ କରୁଛନ୍ତି । ସେପଟେ ଝରାଫୁଲଙ୍କ ବାପା କୁଆଖିଆରେ ପହଞ୍ଚି ପୁଲିସକୁ ସହଯୋଗ କରୁଛନ୍ତି । ଆଜି ପୁଲିସ ଝରାଫୁଲଙ୍କ ବାପା ଓ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଏକାଠି ବସାଇ ପଚରାଉଚରା କରିଛି ।
କୁଆଖିଆ ଥାନାରେ ଝରାଫୁଲଙ୍କ ବାପା ଓ ରାକେଶ ସ୍ୱାଇଁକୁ ଏକାଠି ବସାଇ ପଚରାଉଚରା କରାଯାଇଛି । ତେବେ ଦୁଇଜଣ ଏକାଠି ବସିଲେ ଅନେକ କଥା ସାମନାକୁ ଆସିପାରିବ ।

୧- ସେଦିନ ରାତିରେ ଝରାଫୁଲଙ୍କ ମୋବାଇଲରୁ ମେସେଜ କିଏ କରିଥିଲା?
୨- ଝରାଫୁଲଙ୍କ ମୃତ୍ୟୁପରେ ଏହି ମେସେଜ ରାକେଶ ସ୍ୱାଇଁ କରିଥିଲା କି?
୩- ବସରୁ ଓହ୍ଲାଇବା ପରେ ଝରାଫୁଲଙ୍କ ମୋବାଇଲ କାହିଁକି ସୁଇଚ ଅଫ ଥିଲା?
୪- ବିଳମ୍ବିତ ରାତିଯାଏ ମୋବାଇଲ ସୁଇଚ ଅଫ ରଖିବାର କଣ କାରଣ ଥିଲା?
୫- ମୃତଦେହକୁ ଯଶିପୁର ନେବାର ଯୋଜନା ପଛରେ କଣ ଉଦ୍ଦେଶ୍ୟ ଥିଲା?

ରିମାଣ୍ଡରେ ଆଣି ରାକେଶ ସ୍ୱାଇଁକୁ କୁଆଖିଆ ଥାନାରେ ପୁଲିସ ପଚରାଉଚରା କରିବା ପରେ ରାଜେନ୍ଦ୍ରପୁର ନିକଟକୁ ନେଇଥିଲା, ଯେଉଁଠାରେ ଝରାଫୁଲଙ୍କ ମୃତଦେହକୁ ଫୋପାଡି ଦେଇଥିଲା ରାକେଶ । କିନ୍ତୁ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଅଭିଯୁକ୍ତକୁ ନ ଓହ୍ଲାଇ ସେହିଭଳି କୁଆଖିଆ ପୁଲିସ ଫେରିଯାଇଥିଲା ।

from Kanak News
via <a href="https://ifttt.com/?

ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ୧୦ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ କଲେ ସରକାର ।

କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ନେଇ ବଡ କାର୍ଯ୍ୟାନୁଷ୍ଠାନ । ଅନିୟମିତତା ଅଭିଯୋଗରେ ୧୦ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ । ୧୦ ସମ୍ପାଦକଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ନିଲମ୍ବନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ।

ତେବେ ଧାନ ସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକା ଉଲ୍ଲଙ୍ଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସମସ୍ତ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନଜର ପକାନ୍ତୁ ନିଲମ୍ବିତ ହୋଇଥିବା ପ୍ୟାକ୍ସ ସମ୍ପାଦକଙ୍କ ମଧ୍ୟରେ କେଉଁ ଜିଲ୍ଲାରୁ କିଏ କିଏ ଅଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀର ପ୍ରବେଶ ପଥରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ରାସ୍ତାରେ କଣ୍ଟା ପୋତିଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ: ଦିଲ୍ଲୀ ପ୍ରବେଶ ପଥରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଂଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ । ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି ।

ଦିଲ୍ଲୀକୁ ଯାଇଥିବା ରାସ୍ତା ଏବେ କଂଟାରେ ଭରପୂର । ଗାଡିରେ ଯିବା କିମ୍ବା ଚାଲିକି ଯିବା ବି ସମ୍ଭବ ନୁହେଁ । ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ବୋଲି କୁହାଯାଇପାରିବ । ଆପେ ଆପେ ରାସ୍ତା ଏମିତି କଂଟାରେ ଭରିଯାଇନି, ଦିଲ୍ଲୀ ପୋଲିସ, ଏମିତି କରିଛି । ଉଦ୍ଦେଶ୍ୟ ହେଉଛି ଆନ୍ଦୋଳନକାରୀ ଚାଷୀ, ଦିଲ୍ଲୀ ଭିତରେ ପ୍ରବେଶ କରିପାରିବେନାହିଁ ।

ଦିଲ୍ଲୀରେ ପ୍ରବେଶ ପାଇଁ ଟିକରୀ ସୀମାରେ ବି ସୁରକ୍ଷା ବ୍ୟବସ୍ଥା ଏମିତି କରାଯାଇଛି, ଯେ କେହି ଚାହିଁଲେବି ଏହି ସୁରକ୍ଷା ଭେଦ କରି ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ । କେବଳ ଗୋଟିଏ ସ୍ତର ନୁହେଁ, ଏକାଧିକ ସ୍ତରରେ ବ୍ୟାରିକେଡିଂ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ନୂଆ କୃଷି ଆଇନ ବିରୋଧରେ ୬୯ଦିନ ହେଲା ଚାଲିଛି ଚାଷୀଙ୍କ ଆନ୍ଦୋଳନ । ଆଉ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ଲାଗୁଛି ସବୁ ବଳ ଲଗାଇଦେଇଛି ଦିଲ୍ଲୀ ପୋଲିସ । ତାର ବାଡି ଓ ରାସ୍ତାରେ କଂଟା ଲଗାଇବା ସହ ଜଗିରହିଛନ୍ତି ସୁରକ୍ଷାକର୍ମୀ ।

from Kanak News
via <a href="https://ifttt.com/?

ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ମମତା । ଆଦିବାସୀ ସଙ୍ଗୀତର ତାଳେ ତାଳେ ଝୁମିଲେ ଦିଦି

କନକ ବ୍ୟୁରୋ: ବିବାହ କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସଙ୍ଗୀତର ତାଳେ ତାଳେ ନାଚିଲେ ମମତା । ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଗଣ ବିବାହ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏହି ସମୟରେ ଆଦିବାସୀ ମହିଳାଙ୍କ ସହ ମମତା ବାନାର୍ଜୀ ମଧ୍ୟ ନାଚିବା ଆରମ୍ଭ କରିଥିଲେ । ମମତା ବାନାର୍ଜୀ ଧଳା ଶାଢୀ ଓ ସବୁଜ ରଙ୍ଗର ଶାଲ ଘୋଡାଇ ହୋଇ ଆଦିବାସୀ ମହିଳାଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି । ପ୍ରଥମେ ଗୋଟିଏ ଦଳ ମହିଳାଙ୍କ ସହ ନାଚିବା ପରେ ଆଉ ଏକ ଦଳ ମହିଳାଙ୍କ ସହ ମିଶି ନାଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳା ମାନେ ମମତାଙ୍କ ହାତ ଧରି ତାଙ୍କ ସହ ନାଚିବାକୁ ଲାଗିଥିଲେ, ଏହି ସମୟରେ ମମତା ମଧ୍ୟ ତାଙ୍କ ସହ ତାଳରେ ତାଳ ମିଶାଇ ନାଚିଥିଲେ ।

from Kanak News
via <a href="https://ifttt.com/?

ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଚାଷୀ । ସୂଚନା ଦେଲେ ଚାଷୀ ନେତା ରାକେଶ ଟିକାୟତ

କନକ ବ୍ୟୁରୋ: ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ୬୯ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆସନ୍ତା ଅକ୍ଟୋବର ଯାଏଁ ଆନ୍ଦୋଳନ ଚାଲିବ ଏବଂ ଏଥିପାଇଁ ଆନ୍ଦୋଳନକାରୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି । ଏପରିକି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାଇ ଦେଇଛନ୍ତି ଚାଷୀ ନେତା । ଗତ ୬୯ ଦିନ ହେଲା ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି ।

from Kanak News
via <a href="https://ifttt.com/?

ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ : ଫେବୃଆରୀ ୬ରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସବୁ ମ୍ୟୁନିସିପାଲ କମିଶନରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଛାଡି ବିକଳ୍ପ ଟିକାକରଣ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କୁ ଛାଡି ଅନ୍ୟ ଟିକାଦାତା ଚିହ୍ନଟ କରିବାକୁ ନିର୍ଦ୍ଦେଶ । ସେମାନେ ଯେପରି ଉପଯୁକ୍ତ ତାଲିମ ପାଇଥିବେ ଧ୍ୟାନ ରଖାଯିବ । ଟିକା ଦିଆଯିବାକୁ ଥିବା ଅନୁଷ୍ଠାନରେ ଜଣେ ନୋଡାଲ ଅଫିସର ରହିବେ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକା ଦିଆଯାଇଛି । ଏହି ଟିକାକରଣ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ହୋଇଥିଲା । ଫେବୃଆରୀ ୬ ତାରିଖରୁ ପୁଣି ଟିକାରଣ ଆରମ୍ଭ ହେବ । ଏଥିରେ ସମ୍ମୁଖ ଯୋଦ୍ଧାଙ୍କୁ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଦଳୀୟ ଶିବିରରେ ଜାରି ରହିଛି କସରତ

କନକ ବ୍ୟୁରୋ: ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଏ ନେଇ ଦଳୀୟ ଶିବିରରେ  କସରତ ଜାରି ରହିଛି । ତେବେ ଟିକେଟ ପାଇଁ ମହାରଥୀ ପରିବାରର ମା ଓ ପୁଅଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି କର୍ମୀ  ଦୁଇଭାଗ ହୋଇଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଏବେ  ମା ଓ ପୁଅଙ୍କ ନାଁକୁ ନେଇ ଚର୍ଚ୍ଚା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ  ଏଠାରେ ଆଉ କିଛି ଦିନ ପରେ ଉପନିର୍ବାଚନ ହେବ । ଏଥିପାଇଁ ଜୋର ଧରିଲାଣି ରାଜନୀତି ପାଣିପାଗ ।  ତେବେ ପିପିଲିରେ କାହାକୁ ବିଜେଡି  ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇନଥିବାବେଳେ ମା ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମହାରଥୀଙ୍କ ପାଇଁ  ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି ।  ପିପିଲିର କିଛି ସ୍ଥାନୀୟ ନେତା ତଥା  ପିପିଲର ବ୍ଲକ ଚେୟାରମ୍ୟାନ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେଲେ ଭଲ ହେବ ବୋଲି ଖୋଲାଖୋଲି କହିଛନ୍ତି । ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ପ୍ରାର୍ଥୀ କିଏ ହେବ ସେ ନେଇ ଦଳୀୟ ନେତାଙ୍କ ସହ ୱାନ ଟୁ ୱାନ କରିଛନ୍ତି ।

ସେପଟେ ଡେଲାଙ୍ଗର କିଛି ବ୍ଲକ ସ୍ତରୀୟ ନେତା  ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ସପକ୍ଷରେ ବାଢିଛନ୍ତି ଯୁକ୍ତି ।  ସେମାନଙ୍କ ଯୁକ୍ତି ହେଲା, ରୁଦ୍ରଙ୍କୁ ଟିକେଟ ଦିଆଗଲେ ଯୁବପିଢୀଙ୍କ ଉତ୍ସାହ ବଢିବ । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣାକୁ ଆଉ ଅଳ୍ପଦିନ ବାକି ।  ଏଥିପାଇଁ ବିଜେଡି ଶିବିରରେ ହଲଚଲ ବଢିଛି । କିନ୍ତୁ ବିଜେଡି କର୍ମୀ ଏବେ ଅପେକ୍ଷା କରିଛନ୍ତି କାହାକୁ ମିଳିବ ଦଳୀୟ ଟିକେଟ ଓ କିଏ ହେବ ସେମାନଙ୍କ ନେତା । ମହାରଥୀଙ୍କ ପରିବାରରୁ କାହାକୁ ବାଛିବେ ନା ସସପେନ୍ସ ରଖି ବାଲେଶ୍ୱର ଭଳି ସରପ୍ରାଇଜ ଦେବେ ବିଜେଡି ସୁପ୍ରିମୋ. ତାଉପରେ ରହିଛି ସମସ୍ତଙ୍କ ନଜର ।

from Kanak News
via <a href="https://ifttt.com/?

୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା । ଖର୍ଚ୍ଚ ହେବ ୯ ହଜାର କୋଟି

କନକ ବ୍ୟୁରୋ: ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପ ଠାରୁ ବଡବିଲ୍ ମଧ୍ୟରେ ୮ ଲେନ୍ ବିଶିଷ୍ଟ ହେବ ରାସ୍ତା । ଏହି ରାସ୍ତା ପ୍ରାୟ ୩୦୦ କିମି ବିଶିଷ୍ଟ ରହିବ । ଏଥିପାଇଁ ବଜେଟ୍ ରହିଛି ୯ ହଜାର କୋଟି ଟଙ୍କା ।

ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରୀ-କେନ୍ଦୁଝର-ରିମୁଳି-ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପ ରାସ୍ତା ଅର୍ଥନୈତିକ କରିଡର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ ପାଇଁ ବାଟ ଦେଖାଇବ । ସେହିପରି କୋଷ୍ଟାଲ ହାଇୱେରେ ଗୋପାଳପୁରରୁ ସାତପଡା ଯାଏଁ ରାସ୍ତା ପାଇଁ ଆଲୋଚନା ହୋଇଛି । ପ୍ରକଳ୍ପ ନେଇ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ରଖିଛନ୍ତି । ଏହା ସହିତ ଭୁବନେଶ୍ୱର ରିଙ୍ଗ ରୋଡ୍ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟରେ ଚାଲିଥିବା ରାଜପଥ ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ନେଇ ବିଶେଷ ଭାବେ ଆଲୋଚନା ହୋଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ସାମିଲ ଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started