କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ନବୀନ, ଧର୍ମେନ୍ଦ୍ର ଓ ନୀତିନ ଗଡକରିଙ୍କ ଆଲୋଚନା । ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି 

କନକ ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି  ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ  ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ତା ସହ ଓଡିଶାର ବିଭିନ୍ନ ରାଜପଥ ପ୍ରକଳ୍ପକୁ ନେଇ ବିଚାରବିମର୍ଷ ହୋଇଯାଇଥିବା ଏହି ବୈଠକରେ ଭାରତମାଳା ପରିଯୋଜନାରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା ହୋଇଛି ।

୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତୀ ଅଂଚଳର ଲାଇଫଲାଇନ୍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇୱେର ଆଲାଇନମେଂଟ ତଥା ଏହାର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ସର୍ବବୃହତ ରାଜପଥ ପ୍ରକଳ୍ପ କୋଷ୍ଟାଲ ହାଇୱେ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବା ସଙ୍ଗେସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକୁ ସୁବିଧା ଦେବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ । ଏହି ବୈଠକରେ ଭୁବନେଶ୍ୱର ରିଙ୍ଗ୍ ରୋଡ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଏହାସହ ବିଶେଷ ଭାବରେ ଏହି ବୈଠକରେ ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ୩୦୦ କିମି ଲମ୍ବ ଅର୍ଥନୈତିକ କୋରିଡ଼ର ଉପରେ ଆଲୋଚନା କରାଯାଇଥିଲା । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ- ଡ଼ୁବୁରି- କେନ୍ଦୁଝର- ରିମୁଳି- ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ଅର୍ଥନୈତିକ କୋରିଡ଼ର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ୍ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ଏହି ରାଜପଥ ଡ଼ୁବୁରି ପାର୍ଶ୍ୱବର୍ତୀ ଅଂଚଳ ତଥା ଇସ୍ପାତ୍, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ । ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ଅର୍ଥନୀତିର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଧାମରାରେ ବନ୍ଦର ଆଧାରିତ ବିକାଶ କରିବା ନେଇ ଧାମରାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଗୋପାଳପୁର ବନ୍ଦର, ସବର୍ଣ୍ଣରେଖା ପ୍ରସ୍ତାବିତ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଭର୍ଚୁଆଲ ବୈଠକରେ ବଶେଷ ଭାବରେ ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରାଜପଥ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଓଡ଼ିଶାର ବିଭିନ୍ନ ପ୍ରମୁଖ ରାଜପଥ ପ୍ରକଳ୍ପ ଯଥା କେନ୍ଦୁଝରର ଜାତୀୟ ରାଜପଥ ପ୍ରକଳ୍ପ ଅଧୀନରେ ଥିବା ଏନଏଚ-୨୦ର ପାଣିକୋଇଲି-ରିମୁଳି ସେକ୍ସନ, ଏନଏଚ-୪୯ ସିଙ୍ଗରା ବିଞ୍ଜବାହାଲ ସେକ୍ସନ, ପ୍ରସ୍ତାବିତ ଅର୍ଥନୈତିକ କୋରିଡରରେ ପାରାଦୀପ, ବଡବିଲ, ପାରାଦୀପ- ଚଣ୍ଡିଖୋଲ, ଚଣ୍ଡିଖୋଲ ଡୁବୁରି, ଡୁବୁରି-କେନ୍ଦୁଝର ରୋଡ, କେନ୍ଦୁଝର-ରିମୁଳି, ରିମୁଳି-ଭଦ୍ରସାହୀ, ଭଦ୍ରସାହୀ- ବଡବିଲ, ଭୁବନେଶ୍ୱର-ପୁରୀ ମଧ୍ୟରେ ୮ ଲେନ୍ ବିଶିଷ୍ଟ ଏକ୍ସପ୍ରେସ ୱେ, ବନ୍ଦରରୁ ରାସ୍ତା ସଂଯୋଗ ଅଧୀନରେ ଧାମରା, ଗୋପାଳପୁର, ସୁବର୍ଣ୍ଣରେଖା ବନ୍ଦର ଏବଂ ଅମ୍ପନୀ-ଜୟପୁର ଓ ରାୟପୁରବିଶାଖାପାଟଣା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା ।

from Kanak News
via <a href="https://ifttt.com/?

ତମେ ଡାଳେ ଡାଳେ ଗଲେ ଆମେ ପତ୍ର ପତ୍ରେ ଯିବୁ… ଏଭଳି ଢଙ୍ଗରେ ତସ୍କରଙ୍କୁ ଚେତାବନୀ ଦେଲା ଓଡିଶା ପୋଲିସ । ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣକୁ ପୋଲିସର ଟ୍ୱିଟର ରିପ୍ଲାଏ 

କନକ ବ୍ୟୁରୋ: ପିଲାଦିନେ ଚୋର ପୁଲିସ ଖେଳ ତ ଆପଣ ନିଶ୍ଚୟ ଖେଳିଥିବେ। ଆଉ ଏହି ଖେଳର ମଜା କିଛି ନିଆରା ବି ଥାଏ କାରଣ ଚୋର ଲୁଚିଲେ ଆଉ ଜଣେ ପୁଲିସ ସାଜି ତାର ପତ୍ତା ଲଗାଇ ଥାଏ। ଏହି ଖେଳରେ ଚୋର ଯେତେ ଚତୁର, ଚାଲାକ ହେଉ ନା କାହିଁକି, ପ୍ରାୟତଃ ପୁଲିସର ପଲଡା ଭାରି ରହିଥାଏ। ଠିକ ଏମିତି କିଛି ପିଲାଦିନର କାହାଣୀ ଦୋହରାଛି ଓଡ଼ିଶା ପୋଲିସ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଏବେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

ଓଡିଶା ପୋଲିସ ଟ୍ୱିଟ କରି ଲେଖିଛି, ଏଥର ତସ୍କରମାନେ ଦେଢ଼ ଟନ ଗଞ୍ଜେଇ ଲୁଚାଇବା ପାଇଁ ତେଲ ଟ୍ୟାଙ୍କର୍ ବ୍ୟବହାର କଲେ । ଆପଣ ଯେଉଁଠାରେ ବି ଲୁଚାନ୍ତୁ, ଆମଠୁ ବଞ୍ଚି ପାରିବେନି କି ଲୁଚି ପରେବି ନାହିଁ । କାରଣ ଆପଣ ପିଲାଦିନେ ବହୁତ ଲୁଚକାଳି ଖେଳିଥିବେ । ଆମେପରା ସବୁଦିନ ଖେଳୁଛୁ ।

ଦେଖିଲେତ ଗଂଜେଇ ଚୋରାଚାଲାଣର ଚତୁର ଚାଲାଣକାରୀଙ୍କ ପେଡ଼ିକୁ ଖୋଲିବା ପରେ କିଭଳି ପୁରାପୁରି ଫିଲ୍ମ ଡାଇଲଗରେ ଟ୍ୱିଟ କରିଛି  ଓଡ଼ିଶା ପୋଲିସ।  ତେବେ ଘଟଣାର ଗହନ କଥାଟି ଏଭଳି ଯେ, କୋରାପୁଟର ଶିମିଳିଗୁଡା ପୋଲିସ ଗତକାଲି ଏକ ଅଏଲ ଟ୍ୟାଙ୍କର ଭର୍ତ୍ତି ୧୫ଶହ ୭୭ କେ.ଜି ର ଗଞ୍ଜେଇକୁ ଜବତ କରିବା ସହ, ଏକ କଳା ରଙ୍ଗର ଇନୋଭା କାରକୁ ସିଜ କରିଥିଲା। ଜବତ କରିବାର କିଛି ସମୟ ପରେ କୋରାପୁଟ ପୁଲିସ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଅଭିନବ ତସ୍କକରିର ତାଲା ଖୋଲିଥିଲା। ଠିକ କିଛି ଘଣ୍ଟା ପରେ ଓଡିଶା ପୋଲିସ ଏହି ସୂଚନାକୁ ଏକ ଦମଦାର ଫିଲ୍ମ ଅନ୍ଦାଜରେ ଟ୍ୱିଟ କରି ସୋସିଆଲ ମିଡ଼ିଆର୍ସ ଚର୍ଚ୍ଚା ସାଉଁଟୁଛି।

ତେବେ ଓଡ଼ିଶା ପୋଲିସର ଏଭଳି ଚତୁରତାର କାର୍ୟ୍ୟକୁ ଟ୍ୱିଟରରେ ବେଶ ପ୍ରଶଂସା କରାଯାଉଛି, ଏପରିକି ଏବେ ଓଡିଶା ପୋଲିସର ଏହି ଗୋଟିଏ ଟ୍ୱିଟ ଯେତେ ମଜାଳିଆ ସେତେ ଉଦାହରଣ ଭରା ମଧ୍ୟ ୟୁଜର୍ସ ମନେ କହିଛନ୍ତି। ଚୋର ଯେତେ ଚାଲାକ ହେଉ ନା କାହିଁକି ଆମ ପୋଲିସର ନଜର ସେତେ ତୀକ୍ଷଣ ଆଉ ପଞ୍ଝା ସେତେ ମଜଭୁତ।

ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରିବା ରାଜ୍ୟରେ ନୂଆ ନୁହେଁ । ତସ୍କରମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରି ପୋଲିସ ହାତରେ ଧରା ପଡିଛନ୍ତି । ୨୦୨୧ ଜାନୁଆରୀ ୬ ତାରଖରେ ବ୍ରହ୍ମପୁରରୁ ନଡିଆକତା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ପୁଣି ସେହି ଜାନୁଆରୀ ୬ ତାରିଖରେ ରାୟଗଡାରୁ ଏକ ପିଚୁ ଟ୍ରକରୁ ୨ ଟନ ଗଞ୍ଜେଇ ଜବତ କରିଥିଲା ପୋଲିସ । ବିଭିନ୍ନ ଉପାୟରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାତରୁ କିନ୍ତୁ ବଞ୍ଚି ପାରିନାହାନ୍ତି ଏହି ଚାଲାଣକାରୀ ।

from Kanak News
via <a href="https://ifttt.com/?

ଆଇପିଏଲର ସବୁଠାରୁ ଧନୀ ଖେଳାଳି ଧୋନୀ । ଆଇପିଏଲରୁ ଧୋନୀ ଆୟ କରିବେ ୧୫୦ କୋଟି ଟଙ୍କା । ଏହି ତାଲିକାରେ ବିରାଟଙ୍କୁ ପଛରେ ପକାଇଲେ ରୋହିତ । 

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ହେଲେ ଧୋନୀ ଏବେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି । ତେବେ ଆପଣ କଣ ଜାଣିଛନ୍ତି ଧୋନୀ ଆଇପିଏଲ ଖେଳି କେତେ ଟଙ୍କା ରୋଜଗାର କରନ୍ତି । ଆମେ ଆଜି କହିବୁ ଧୋନୀଙ୍କ ଆଇପିଏଲ ରୋଜଗାର କଥା । ଧୋନୀ ହେଉଛନ୍ତି ଆଇପିଏଲର ସବୁଠାରୁ ଧନୀ ଖେଳାଳି । ବର୍ତ୍ତମାନ ଆଇପିଏଲ ଖେଳାଳିଙ୍କ ରୋଜଗାର ତାଲିକାରେ ଧୋନୀ ଶୀର୍ଷରେ ରହିଛନ୍ତି । ଧୋନୀ ଆଇପିଏଲରୁ ରୋଜଗାର କରିଛନ୍ତି ୧୩୭ କୋଟି ଟଙ୍କା ।

ଆଗାମୀ ଆଇପିଏଲ ଖେଳିବା ସହ ଇତିହାସ ରଚିବାକୁ ଯାଉଛନ୍ତି ଧୋନୀ । କାରଣ ଧୋନୀ ପ୍ରଥମ ଖେଳାଳି ଭାବେ ଆଇପିଏଲରୁ ୧୫୦ କୋଟି ଟଙ୍କା ରୋଜଗାର କରିବେ । ଆଇପିଏଲରେ ଏତେ ଟଙ୍କା ରୋଜଗାର କରିବାରେ ଧୋନୀ ହେବେ ପ୍ରଥମ ଖେଳାଳି । ୨୦୨୦ ସୁଦ୍ଧା ଆଇପିଏଲରୁ ଧୋନୀ ୧୩୭ କୋଟି ଟଙ୍କା ରୋଜଗାର କରିଛନ୍ତି । ୨୦୨୧ ଆଇପିଏଲରେ ମଧ୍ୟ କେଳିବେ ଧୋନୀ । ତେଣୁ ଏହି ଆଇପିଏଲରେ ଧୋନୀଙ୍କ ଆୟ ୧୫ କୋଟି ରହିବ । ତେଣୁ ଏହା ବଢିକି ୧୫୨ କୋଟିରେ ପହଞ୍ଚିବ ।

ତେବେ ଆସନ୍ତୁ ଜାଣିବା ଧୋନୀଙ୍କ ଆୟ ବିଷୟରେ । ଧୋନୀ ୨୦୦୮ରୁ ପ୍ରଥମ ୩ଟି ସିଜିନରେ ୬ କୋଟି ଟଙ୍କାରେ ଆଇପିଏଲରେ ଖେଳିଥିଲେ । ଏହାପରେ ବିସିସିଆଇ ଧୋନୀଙ୍କ ଦରମାକୁ ବଢାଇ ୮.୨୫ କୋଟି ଟଙ୍କା କରିଥିଲେ । ଏହି ଆୟ ପୁଣି ୩ ବର୍ଷ ଯାଏଁ ରହିଥିଲା । ପରେ ୨୦୧୪ରୁ ୧୭ ଯାଏଁ ୧୨.୫ କୋଟି ଟଙ୍କା ପାଇଥିଲେ ଧୋନୀ । ୨୦୧୮ରୁ ୨୦୨୦ ସିଜିନ ଯାଏଁ ଧୋନୀଙ୍କ ଦରମା ପୁଣି ବଢାଇ ୧୫ କୋଟି କରାଯାଇଥିଲା । ଏହି ସବୁ ସିଜିନକୁ ମିଶାଇ ଧୋନୀଙ୍କ ଦରମା ୧୩୭ କୋଟି ଟଙ୍କା ରହିଛି । ଯାହାକି ସବୁ ଖେଳାଳିଙ୍କ ଦରମାଠାରୁ ଅଧିକ ।

ଏହି ରୋଜଗାର ତାଲିକାରେ ବିରାଟଙ୍କୁ ପଛରେ ପକାଇଛନ୍ତି ରୋହିତ ଶର୍ମା । ତାଲିକାର ଦ୍ୱିତୀୟ ସ୍ଥାନରେ ୧୩୧ କୋଟିରେ ରହିଛନ୍ତି ରୋହିତ ଶର୍ମା, ସେହିପରି ତୃତୀୟରେ ୧୨୬ କୋଟିରେ ବିରାଟ କୋହଲି, ଚତୁର୍ଥରେ ୯୩ ସୁରେଶ ରାଇନା ଓ ପଞ୍ଚମରେ ୯୨ କୋଟିରେ ରହିଛନ୍ତି ଏବି ଡିଭିଲିୟର୍ସ ।

ଧୋନୀ ଆଇପିଏଲର ଏମିତି ଏକ ଖେଳାଳି ଯିଏକି ୨୦୦୮ରୁ ଏବେ ଯାଏଁ ଚେନ୍ନାଇ ପାଇଁ ଆଇପିଏଲ ଖେଳିଛନ୍ତି । ଚେନ୍ନାଇ ପାଇଁ ଆଇପିଏଲ ଖେଳିବା ସହ ଟିମର ଅଧିନାୟକ ମଧ୍ୟ ରହିଛନ୍ତି ଧୋନୀ । ଚେନ୍ନାଇ ୨୦୧୬-୧୭ରେ ଆଇପିଏଲରୁ ବ୍ୟାନ ହୋଇଥିଲା । ଏହାପରେ ପୁନେ ପକ୍ଷରୁ ଖେଳିଥିଲେ ଧୋନୀ । ଚେନ୍ନାଇ ହେଉ କି ପୁନେ ଉଭୟ ଦଳରେ ଖେଳି ସଫଳତା ହାସଲ କରିଥିଲେ ଧୋନୀ ।

</p>

from Kanak News
via <a href="https://ifttt.com/?

ଚାଷୀଙ୍କ ପାଇଁ ଗାଜିପୁର ସୀମାରେ ଲୁହା କଣ୍ଟା ପୋତିଲା ଦିଲ୍ଲୀ ପୋଲିସ । ରାହୁଲ କହିଲେ, ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର

କନକ ବ୍ୟୁରାେ: ଚାଷୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିବାବେଳେ ଚାଷୀଙ୍କୁ କାବୁ କରିବାକୁ ନୂଆ ନୂଆ ବାଟ ଆପଣାଉଛି ଦିଲ୍ଲୀ ପୁଲିସ୍ । ଚାଷୀଙ୍କ ଅଟକାଇ ରଖିବା ପାଇଁ ଦିଲ୍ଲୀ- ଉତ୍ତରପ୍ରଦେଶ ଗାଜିପୁର ବୋର୍ଡରୁ ଆସିଛି ଏକ ଅଭିନବ ଚିତ୍ର ।

ରାସ୍ତାରେ ବ୍ୟାରିକେଟ୍ କରିବା ସହ ରାସ୍ତା ଉପରେ କଣ୍ଟା ପୋତିଛି ଦିଲ୍ଲୀ ପୁଲିସ୍ । ଚାଷୀ ଯେମିତି ନିର୍ଦ୍ଧାରିତ ସୀମା ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିବେ ନାହିଁ ସେଥିପାଇଁ ଲୁହା କଣ୍ଟା ପୋତାଯାଇଛି । ସେପଟେ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତା ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ କରିବେ କୃଷକ । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରାଯିବ ବୋଲି ଭାରତୀୟ କିଷାନ୍ ସଂଘ (ଆର୍) ପକ୍ଷରୁ କୁହାଯାଇଛି । ଦେଶର ସବୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ୩ ଘଂଟା ଧରି ବନ୍ଦ କରି ରଖାଯିବ । ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଗତକାଲି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଇଂଟରନେଟ୍ ସେବାରେ କଟକଣା ଏବଂ କ୍ୟାରିକେଟ୍ ଲଗାଇ ରାସ୍ତା ବନ୍ଦ କରିଥିଲା ଦିଲ୍ଲୀ ପୁଲିସ୍ । ସେପଟେ ରାହୁଲ ଟୁଇଟ କରି କହିଛନ୍ତି, ଚାଷୀଙ୍କ ପାଇଁ ପାଚେରୀ ନୁହେଁ ସେତୁ ତିଆରି କରନ୍ତୁ ସରକାର ।

from Kanak News
via <a href="https://ifttt.com/?

ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ । ନାମଫଳକର ତଳେ ନାଁ ରହିଗଲା ବୋଲି କାନ୍ଦ କାନ୍ଦ ହୋଇଗଲେ ସାଂସଦ

କନକ ବ୍ୟୁରୋ: ନିଆଳି କଂଟାପଡା ଲୋକାର୍ପଣ କାର୍ଯ୍ୟକ୍ରମରେ ନାମ ଫଳକରେ ତଳେ ନାଁ ରହିଗଲା ବୋଲି ହୋଇଗଲେ କାନ୍ଦ କାନ୍ଦ ହୋଇଗଲେ ରାଜଶ୍ରୀ ମଲ୍ଲିକ । ନିଆଳି କଂଟାପଡା ବ୍ଲକର ବ୍ରାହ୍ମଣବାଟି ପଂଚାୟତରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରାଯାଇଛି ।  କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିଲେ । ହେଲେ ଲୋକାର୍ପଣ ଉତ୍ସବରେ ନାମ ଫଳକରେ ନାଁ ତଳେ ରହିଯାଇଥିବାରୁ  ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଆଖିରେ ଲୁହ ଥିବା ଦେଖିବାକୁ ମିଳିଛି । ପାଖରେ ବସିଥିବା ବିଧାୟକ ପ୍ରମୋଦ ମଲ୍ଲିକ ମଧ୍ୟ ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ସଂସଦର ଉଭୟ ଗୃହରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ହଙ୍ଗାମା କଲେ ବିରୋଧୀ ଦଳର ସାଂସଦ । ଆସନ୍ତାକାଲି ଯାଏଁ ରାଜ୍ୟସଭା ମୁଲତବି

କନକ ବ୍ୟୁରୋ: ସଂସଦରେ ଉଠିଲା ଚାଷୀ ଆନ୍ଦୋଳନ ପ୍ରସଙ୍ଗ । କୃଷକମାନଙ୍କ ପ୍ରସ୍ତାବକୁ ନେଇ ତାତିଲେ ବିରୋଧୀ । ମଙ୍ଗଳବାର ସଂସଦର ଉଭୟ ଗୃହରେ ବିରୋଧୀମାନେ ଚାଷୀ ଆନ୍ଦୋଳନକୁ ନେଇ ହଙ୍ଗାମା କରିଛନ୍ତି । ଯାହା ଫଳରେ ରାଜ୍ୟସଭାର ଅଧ୍ୟକ୍ଷ ଗୃହକୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।

ସେହିପରି ଲୋକସଭାରେ ମଧ୍ୟ ଏହି ତାତି ଦେଖିବାକୁ ମିଳିଛି । ସାସଂଦମାନେ ଚାଷୀମାନଙ୍କର ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଜିଦ୍ କରିଛନ୍ତି । ଯାହା ଫଳରେ ସ୍ଥିତି ସେଠାରେ ବେଶ୍ ସରଗରମ ରହିଛି । ଏହାକୁ ଦେଖି ଲୋକସଭା ବାଚସ୍ପତି ଅପରାହ୍ଣ ୫ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି । ଏହାପରେ ଯାଇ ଗୃହ କାମ ଆରମ୍ଭ ହେବ ।

ଗତକାଲି ବଜେଟ୍ ଆଗତ ହେବା ପରେ ଆଜି ସଂସଦର ଉଭୟ ସଦନର ଅଧିବେଶନ ବସିଥିଲା । ଉଭୟ ଗୃହରେ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀମାନେ ହଙ୍ଗାମା କରିଛନ୍ତି । କଂଗ୍ରେସ ସାଂସଦମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ଲା କାର୍ଡ ଧରି ଧାରଣା ମଧ୍ୟ ଦେଇଛନ୍ତି । ବିରୋଧୀମାନେ ଚାଷୀଙ୍କ ପ୍ରସ୍ତାବକୁ ନେଇ ଆଲୋଚନା କରିବାକୁ ଜିଦ୍ ଧରିଥିବା ବେଳେ ସରକାର କିନ୍ତୁ ଏହାକୁ ଏଡାଇ ଯାଇଛନ୍ତି । ଯାହାକୁ ନେଇ ଗୃହରେ ସ୍ଥିତି ଗରମା ଗରମ୍ ରହିଛି ।

from Kanak News
via <a href="https://ifttt.com/?

ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । 

କନକ ବ୍ୟୁରୋ : ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।

ଜାନୁଆରୀ ୨୮ରେ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ସରିଥିଲା । ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ।

୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ । ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ପ୍ରିନ୍ସିପାଲ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ କାର୍ୟ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ଇଂଜିନିୟର ଚାକିରି ଛାଡି ଚାଷ ପ୍ରେମରେ ପଡିଛନ୍ତି ଯୁବ ଇଂଜିନିୟର । ସିଭିଲ୍ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଫୁଲବାଣୀର ଗୋଲକ କହଁର କରୁଛନ୍ତି ପନିପରିବା ଚାଷ

କନକ ବ୍ୟୁରୋ : ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଣେ ଇଂଜିନିୟର । ନିଜେ ଜଣେ ସଫଳ ଚାଷୀ ହେବା ସବ ଚାଷ କାମରେ ଗାଁର ୪-୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଫୁଲବାଣୀରୁ ଦେଖିବା ଜଣେ ଇଂଜିନିୟର ଚାଷୀଙ୍କ କାହାଣୀ ।

ଚାଷ ଜମିରେ ଯୁବ ଇଂଜିନିୟର । ରାତି ପାହିବା କ୍ଷଣି ହାତରେ କୋଡି-କୋଦାଳ ଧରି ଚାଷ ଜମିରେ ପହଂଚି ଯାଆନ୍ତି ସିଭିଲ ଇଂଜିନିୟର ଗୋଲକ ବିହାରି କହଁର । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ପଦାସାହିର ଗୋଲକ ୨୦୨୦ ମସିହାରେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ସିଭିଲି ଇଂଜିନିୟର ଭାବେ ପାସ କରିବା ପରେ ହାଇଦ୍ରାବାଦରେ ଚାକିରି ପାଇଥିଲେ । ହେଲେ ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳୁନଥିଲା । ତେଣୁ ସେ ଘରକୁ ଫେରି ଆସି, ବଡ ଭାଇଙ୍କ ପ୍ରେରଣାରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଗୋଲକ ଅଢେଇ ଏକର ଜମିରେ ମଟର, କୋବି, ଆଳୁ, ଟମାଟୋ ଓ ବିନ୍ ଭଳି ପନିପରିବା ଚାଷ କରୁଛନ୍ତି ।

ଗୋଲକଙ୍କ ଜମିରେ ଫଳିଥିବା ଏହି ପନି ପରିବାରେ ସାର କି କୀଟନାଷକ ପ୍ରୟୋଗ କରନ୍ତି । ଗାଇ, ଛେଳି ଓ ମେଣ୍ଡାଙ୍କ ଗୋବରରେ ଜୈବିକ ଖତ ପ୍ରସ୍ତୁତ କରି ଚାଷ କରୁଛନ୍ତି ଯୁବ ଇଂଜିନିୟର ଗୋଲକ । ଆଉ ଚାଷ କାମରେ ନିଜକୁ ନିୟୋଜିତ କରିବା ସହ ନିଜ ଗାଁର ୪ରୁ ୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଏବେ ଗାଁର ଚାଷୀମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଓ ଜୈବିକ ସାରରେ ଚାଷ କରିବା ପାଇଁ ଶିକ୍ଷା ଦେଇଛନ୍ତି ଏହି ଯୁବ ଇଂଜିନିୟର ଚାଷୀ । ଆଉ ପୁଅର ଏଭଳି କାମ ଦେଖି ବେଶ ଖୁସି ହୁଅନ୍ତି ମାଆ । ଇଂଜିନିୟର ଗୋଲକ କହଁରଙ୍କ ଚାଷ କାମକୁ ଦେଖି ବର୍ତମାନ ସମୟରେ ଚାକିରି ପଛରେ ଧାଇଁ ନିରାଶ ହେଉଥିବା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଶ୍ଚୟ ପ୍ରେରଣା ପାଇବେ ।

from Kanak News
via <a href="https://ifttt.com/?

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ ଘୋଷଣା । ମେ’ ୨ରୁ ୧୭ ଭିତରେ ହେବ ୟୁଜିସି ନେଟ୍‌ ପରୀକ୍ଷା

କନକ ବ୍ୟୁରାେ: ୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ । ସେ ନିଜ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ଏହି ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଜାତୀୟ ପରୀକ୍ଷା ଏଜେନ୍‌ସି ମେ ମାସ ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ରେ ୟୁଜିସି ନେଟ୍‌  ପରୀକ୍ଷା କରିବ।

ଶିକ୍ଷା ମନ୍ତ୍ରୀ କରିଥିବା ଟୁଇଟରେ କହିଛନ୍ତିି, ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ହେବ। ଜାତୀୟ ଟେଷ୍ଟିଂ ଏଜେନ୍‌ସିର ସର୍କୁଲାର ଅନୁଯାୟୀ ୟୁଜିସି ନେଟ୍‌ ୨୦୨୧ ସଂପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।

https://platform.twitter.com/widgets.js

ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍‌ରେ ହେବ ଏବଂ ଏହି ପ୍ରକ୍ରିୟା ଫେବୃଆରି ୨, ୨୦୨୧ରେ ଆରମ୍ଭ ହେବ। ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଫେବୃଆରି ୨, ୨୦୨୧ରୁ ମାର୍ଚ୍ଚ ୨, ୨୦୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଆବେଦନ ଶୁଳ୍କ ମାର୍ଚ୍ଚ ୩, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି ତିନି ଘଣ୍ଟା ହେବ। ପେପର ୧ର ପରୀକ୍ଷା ୧୦୦ ମାର୍କ ବହନ କରୁଥିବାବେଳେ ପେପର ୨ର ପରୀକ୍ଷା ୨୦୦ ମାର୍କ ବହନ କରିବ।

from Kanak News
via <a href="https://ifttt.com/?

ମଣ୍ଡିରେ ଧାନ ଆଉ ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ଉଠୁନଥିବାରୁ ଧାନ ବସ୍ତା ରଖି ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଚାଷୀ

କନକ ବ୍ୟୁରୋ : ମଣ୍ଡିରେ ଧାନ ଆଉ ରାଜ ରାସ୍ତା ରେ ଚାଷୀ । ମାଲକାନଗିରି ଜିଲ୍ଲାରୁ ଆସିଛି ଅଭାବନୀୟ ଚିତ୍ର । କୋରୁକୋଣ୍ଡା ବ୍ଲକର ଚାଷୀ ମାନେ ମଣ୍ଡି ରୁ ଧାନ ଉଠାଇବା ଦାବି ନେଇ ଦିନ ତମାମ ରାଜ ରାସ୍ତା ରେ ପଡି ରହିଛନ୍ତି, ତେବେ ଧାନ ଉଠିବା ତ ଦୂର ରେ ଥାଉ, ପ୍ରତିଶ୍ରୁତି ଟିକିଏ ମଧ୍ୟ ପାଇ ପାରିଲେ ନାହିଁ ଚାଷୀ । ଆଉ ନିଜ ଦାବି ନେଇ ଚିତ୍ରୋକୋଣ୍ଡା ମାଲକାନଗିରି ରାଜ ରାସ୍ତାରେ ପଡି ରହିଛନ୍ତି ଶହ ଶହ ଚାଷୀ ।

କୋରୁକୋଣ୍ଡା ବ୍ଲକର ଶହ ଶହ ଚାଷୀ ରାଜରାସ୍ତା ଉପରେ ଧାନ ବସ୍ତା ରଖି ମଣ୍ଡିରୁ ଧାନ ଉଠାଇବା ଲାଗି ଦାବି କରୁଛନ୍ତି । ମାଲକାନଗିରି ଠାରୁ ଚିତ୍ରକୋଣ୍ଡା ମୁଖ୍ୟରାସ୍ତାକୁ ଚାଷୀମାନେ ଅବରୋଧ କରିଥିଲେ ବି ସମାଧାନର ବାଟ ଫିଟୁ ନାହିଁ । ଚାଷୀଙ୍କ ପାଖରେ ଟୋକନ ଅଛି । ଧାନ ବିକିବା ପାଇଁ ପ୍ରୋଗ୍ରାମ ବି ମିଳିଥିଲା । ପ୍ରଶାସନର ପ୍ରୋସେସ୍ ଅନୁସାରେ ଧାନ ବିକିବା ପାଇଁ ମଣ୍ଡିକୁ ଆଣି ହତାଶ ହେଉଛନ୍ତି ଚାଷୀକୁଳ । କେବଳ କୋରୁକୋଣ୍ଡା ମଣ୍ଡିରେ ୭ ରୁ ୮ ହଜାର କ୍ୟୁଂଟାଲ ଧାନ ପଡିରହିଛି । ହେଲେ ମାତ୍ର ୯୦ କ୍ୟୁଂଟାଲ ଧାନ କିଣିବା ପାଇଁ ନୂଆ ଟାର୍ଗେଟ ଆସିଥିବାରୁ ଚିିହିଁକି ଉଠିଛନ୍ତି କୋରୁକୋଣ୍ଡା ଚାଷୀ ।

କେବଳ କୋରୁକୋଣ୍ଡା ନୁହେଁ, ମାଲାକନଗିରି ଜିଲ୍ଲାର ୬୫ଟି ଯାକ ମଣ୍ଡିରେ ଏକା ଅବସ୍ଥା । ଚାଷୀ ମଣ୍ଡିରେ ନିଜ ଝାଳ ବୁହା ଫସଲ ରଖି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀ ଓ ଲ୍ୟାମ୍ପସ ଅଧିକାରୀଙ୍କ ଅଫିସ ଚକ୍କର କାଟୁଛନ୍ତି । ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ୧୦ ଲକ୍ଷ ୫୩ ହଜାର କ୍ୱିଂଟାଲ ଧାନ କିଣା ସରିଛି । ଏବେ ଆଉ ୧ ଲକ୍ଷ ୪୯ ହଜାର କ୍ୱିଂଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି । ଯାହା ସମୁଦ୍ରକୁ ସଂଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ତେବେ ସ୍ଥନୀୟ ବିଡିଓ ଚାଷୀଙ୍କୁ ବିଝାସୁଝା କରି ଫରିଥିଲେ ବି ପୁରା ଧାନ ଉଠିବା ଲାଗି ଟାର୍ଗେଟ ନ ଆସିଲେ ଚାଷୀ ରାଜରାସ୍ତାରୁ ହଟିବେ ନାହିଁ ବୋଲି ଚେତାଇ ଦେଇଛନ୍ତି ଚାଷୀ ନେତା ।

ସେପଟେ ନବରଙ୍ଗପୁରରୁ ବି ଆସିଛି ସମାନ ଚିତ୍ର ଦୀର୍ଘ ଦିନ ଧରି ମଣ୍ଡିରୁ ଧାନ ଉଠୁ ନାହିଁ । ଟାର୍ଗେଟ ସରି ଯିବାରୁ ମିଲର ଧାନ କିଣୁ ନାହାନ୍ତି । ତେଣୁ ଚାଷୀ ତାତି ଉଠିଛନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ନନ୍ଦାହାଣ୍ଡି ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇବା ପରେ ରାସ୍ତାରୋକ କରିଛନ୍ତି ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଥିବା ଅନ୍ନଦାତା । ସରୁଗୁଡାରୁ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started