ଆମେରିକାରେ ବଢୁଛି ଭାରତୀୟଙ୍କ ଦବଦବା । ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା ।

କନକ ବ୍ୟୁରୋ: ଆମେରିକାରେ ଭାରତୀୟଙ୍କର ବଢୁଛି ପ୍ରଭାବ । ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ ୨୦ରୁ ଅଧିକ ଭାରତୀୟ-ଆମେରିକୀୟ ନିଯୁକ୍ତ କିମ୍ବା ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍‌ ହାଉସ୍‌ ପରିସର ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବେ । ଆଉ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ଜଣେ ଭାରତୀୟ ଭାବରେ ଆପଣଙ୍କୁ ଗର୍ବିତ କରାଇବ ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ବା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଦାୟିତ୍ୱ ମିଳିଛି । ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭଵ୍ୟା ଲାଲଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଟିମରେ କାର୍ଯ୍ୟ କରିଆସିଥିବା ଭଵ୍ୟା ମାଶାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋକୋଜିରୁ ନ୍ୟୁକ୍ଲିୟର ଇଂଜିନିୟରିଂରେ ସ୍ନାତକ ହାସଲ କରିଥିବାବେଳେ ଜର୍ଜ ୱାଶୀଙ୍ଗଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଓ ପବ୍ଲିକ ଆଡମିନିଷ୍ଟ୍ରେସନରେ ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଲାଲଙ୍କର ବହୁତ ଅଭିଜ୍ଞତା ଅଛି । ଭଵ୍ୟା ୨୦୦୫ ରୁ ୨୦୨୦ ପ୍ରତିରକ୍ଷା ବିଶ୍ଳେଷଣ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୀତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଥିଲେ।

from Kanak News
via <a href="https://ifttt.com/?

ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । କ୍ରାଇମ ସିନରେ କ୍ରାଇମବ୍ରାଞ୍ଚ । ମୃତ ପିଏଙ୍କ ପରିବାରକୁ ନେଇ ସତିଗୁଡା ଜଳ ଭଣ୍ଡାରରେ ଟିମ୍ ।

କନକ ବ୍ୟୁରୋ : କ୍ରାଇମ ସିନରେ କ୍ରାଇମବ୍ରାଞ୍ଚ । ମୃତ ପିଏଙ୍କ ପରିବାରକୁ ନେଇ ସତିଗୁଡା ଜଳ ଭଣ୍ଡାରରେ ଟିମ୍ । ମୃତ ପିଏ ଦେବନାରାୟଣ ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡାଙ୍କ ସମେତ ପୁଅ ଓ ଝିଅଙ୍କୁ ଘଟଣାସ୍ଥଳକୁ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଆଉ ସେ ଦିନ ଜଳଭଣ୍ଡାର ପାଖରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ଏକାଠି କରି ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ତତକାଳିନ ଜିଲ୍ଲାପାଳଙ୍କ ମନିଷ ଅଗ୍ରୱାଲଙ୍କ ପରେ ଗତ ୨୭ ତାରିଖରେ ମାଲକାନଗିରି ଏସପିଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଏତଲା ଦେଇଛନ୍ତି ମୃତ ପିଏଙ୍କ ପତ୍ନୀ । ଏସପି ରିଷିକେଶ କିଲ୍ଲାରୀ, ମାଲକାନଗିରି ଥାନା ଆଇଆଇସି ଓ ଓରକେଲ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି । ଏମାନେ ମୃତକଙ୍କ ପରିବାରକୁ ଧମକଚମକ ଦେବା, ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ମାନି ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ହେବା ପରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦିଆଯାଇଛି ।

ତେବେ କ୍ରାଇମବ୍ରାଂଚର ଡିଏସପି ର୍ୟାଙ୍କର ଅଧିକାରୀ କେମିତି ଆଇପିଏସଙ୍କ ବିରୋଧରେ ତଦନ୍ତ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ପିଏଙ୍କ ପରିବାର । ଗତ ୨୦୧୯ ଡିସେମ୍ବର ୨୮ରେ ସତିଗୁଡା ଜଳଭଣ୍ଡାରରୁ ସନ୍ଦେହ ଜନକ ଅବସ୍ଥାରେ ଦେବନରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଜାତୀୟ ଓ ରାଜ୍ୟ ମାନବାଧିକରା କିମିଶନ ସହ ନ୍ୟାୟ ପାଇଁ ସରକାରଙ୍କ ବିଭିନ୍ନ ବିଭାଗର ଦ୍ୱାରସ୍ତ ହୋଇଥିଲେ ମୃତକଙ୍କ ପରିବାର ।

ଆଉ ଗତ ନଭେମ୍ବର ମାସରେ ତତକାଳିନ ଜିଲ୍ଲାପାଳ ମନିଷ ଅଗ୍ରଓାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବା ପରେ ଏବେ ପୁଲିସ ବିରୋଧରେ ସ୍ୱର ଉଠାଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା । ତେବେ ପ୍ରଶ୍ନ ଉଠୁଛି, ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ୧୩ ମାସରୁ ଉର୍ଧ ସମୟ ବିତିଯାଇ ଥିଲେ ହେଁ କାହିଁକି ମୃତ୍ୟୁର ପ୍ରକୃତ କାରଣ ଖୋଜି ପାରିନଥିଲା ମାଲକାନଗିରି ପୁଲିସ ଓ ଏସ୍ଆଇଟି ।

from Kanak News
via <a href="https://ifttt.com/?

ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କିଲୋମିଟର ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ ।

କନକ ବ୍ୟୁରୋ : ରାସ୍ତା ନ ଥିବାରୁ ଗର୍ଭବତୀଙ୍କ ଘର ନିକଟକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କି.ମି ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମାଘୁମୁଣ୍ଡା ଗାଁରୁ ଜନନୀ ଯନ୍ତ୍ରଣାର ଏହି ଖବର ଆସିଛି । ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ତେଣୁ ଡାକ୍ତରଖାନାରେ ପହଞ୍ଚିବାର ଆଗରୁ ରାସ୍ତାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଜଣେ ଆଦିବାସୀ ମହିଳା ।

ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଘରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣା ପଡିଛି । ମାଘୁମୁଣ୍ଡା ଗାଁର ଚାରୁ ମୁଣ୍ଡାଙ୍କ ସ୍ତ୍ରୀ ବାହାଲ ହେମ୍ବ୍ରମଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଆଶା ଦିଦି ତପସ୍ୱୀନି ସେଠୀଙ୍କ ସହାୟାତରେ ୧୦୮ ଆମ୍ବାୁଲାନ୍ସକୁ ଡାକିଥିଲେ । ଆମ୍ବାଲାନ୍ସ ବି ଆସିଥିଲା, କିନ୍ତୁ ଗାଁକୁ ରାସ୍ତା ସୁବିଧା ନଥିବାରୁ ଗାଁର ଅଢେଇ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଆମ୍ବୁଲାନ୍ସ କର୍ମଚାରୀମାନେ ଅଢେଇ କି.ମି ରାସ୍ତା ଚାଲି ଚାଲି ସେଠାରେ ପହଚିଂ ଥିଲେ ।

ମାତ୍ର ସେତେବେଳେ ଗର୍ଭବତୀ ବାହାଲ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ସାରିଥିଲେ । ପରେ ଆମ୍ବୁଲାନ୍ସରେ ଥିବା ଜରୁରୀ କାଳୀନ ସ୍ୱସ୍ଥ୍ୟ କର୍ମୀ ସତ୍ୟାନନ୍ଦ ସାହୁ ,ଆମ୍ବୁଲାନ୍ସ ଚାଳକ ସୁରେଶ ସାମଲ ଓ ସହାୟକ ଦେବେନ୍ଦ୍ର ପ୍ରଧାନ ନବଜାତ ଶିଶୁ ସହ ବାହାଲ ହେମ୍ବ୍ରମ ଙ୍କୁ ଷ୍ଟ୍ରେଚର ଯୋଗେ ଅଢେଇ କି.ମି ରାସ୍ତା ପାର କରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ପରେ ପ୍ରାୟ ସକାଳ ସାଢେ ୯ଟା ସମୟରେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

from Kanak News
via <a href="https://ifttt.com/?

ପୋଲିଓ ଖାଇ ୨୦ ଦିନର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ତିନି ଝିଅ ପରେ ହୋଇଥିଲା ପୁଅ । ଅଧାରେ ରହିଲା ଏକୋଇର ବୋଳା ବିଶିକେଶନର ଏକୋଇଶିଆ । ରାଜନଗରରୁ ଆସିଲା ଆଖିଭିଜା ଘଟଣା…

କନକ ବ୍ୟୁରୋ: ଏ ଧର୍ଯ୍ୟହରା କାନ୍ଦ, ଛାତିଫଟା ଚିକ୍ରାର, ବେଦନା ଭରା ଲୁହ ଆଉ ମାଟିରେ ମୁଣ୍ଡପିଟି ଭାଗ୍ୟ ଭଗବାନକୁ ଧିକାର କରୁଥିବା ଏ ମାଆର ଲୁହ ପଛର କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ, ଏ କାହାଣୀ ଶୁଣିଲା ପରେ ଆପଣ ବି କହିବେ ହାଏରେ ବିଧାତା ତୁ ଏ କି କଲୁ…

ଲକ୍ଷେ ଶିବ ପୂଜି ପାଇଥିଲା ପୁଅ । ୧୨ ଓଷା, ୧୩ ବ୍ରତ ପରେ ମାଆ କୋଳକୁ ଆସିଥିଲା ପୁଅଟିଏ । ତିନି ତିନିଟି ଝିଅ ପରେ ଘରେ ପୁଅଟିଏ ଜନ୍ମହୋଇଥିବାରୁ ଖୁସିରେ ଫାଟି ପଡୁଥିଲା ଘର । ବାପାମାଆଙ୍କର ପାଦ ମାଟିରେ ଲାଗୁନଥିଲା । ଆଉ ଭାଇକୁ ପାଇ ଭାରି ଖୁସିଥିଲେ କୁନି କୁନି ଭଉଣୀ । ବିବାହର ଦୀର୍ଘ ବର୍ଷ ପରେ ପୁତ୍ର ସନ୍ତାନ ଲାଭ କରିଥିବାରୁ ମାଆ ଯଶୋଦା ତା କଳା କାହ୍ନୁର ନାଁ ମନ୍ତ୍ରୀ ଦେବ ବୋଲି ମନସ୍ତ କରିଥିଲା । ହେଲେ ମାଆର ଖୁସିରେ ଲାଗିଗଲା ଆଉ କାହାର ନଜର । ପୁଅ ଜନ୍ମର ମାତ୍ର ୨୦ ଦିନ ପରେ ଆଖି ବୁଜିଲା କଅଁଳ ଶିଶୁ । ଆଉ ଅଧାରେ ରହିଗଲା ଏକୋଇରବୋଳା ବିଶି କେସନର ଏକୋଇଶିଆ ।

କେନ୍ଦ୍ରାପଡା ରାଜନଗର ବଳରାମପୁର ଗାଁର ଏ ହୃଦୟବିଦାରକ ଖବର ଯେତିକି ଯନ୍ତ୍ରଣା ଦାୟକ ସେତିକି ଆଶ୍ଚର୍ଯ୍ୟଜନକ । କାରଣ ଏଠି ପୋଲିଓ ଖାଇ କଅଁଳା ପିଲା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରଞ୍ଜନ ମଲ୍ଲିକଙ୍କ ନବଜାତ ଶିଶୁକୁ ପୋଲିଓ ଦେବା ପରେ ତାର ଜୀବନ ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ବାପାମାଆ । ଜନ୍ମ ପରେ ଶିଶୁ ଦେହରେ ଜ୍ୱର ଥିବାରୁ ତାକୁ ଇଞ୍ଜେକସନ ଦିଆଯାଉଥିଲା । ମାତ୍ର ଆଶା ଦିଦି ପୋଲିଓ ଦେଲେ କିଛି ହେବନି କହି ୩୧ ତାରିଖ ଦିନ ପୁଅକୁ ପୋଲିଓ ଖୁଆଇଥିଲେ । ହେଲେ ପୋଲିଓ ଖାଇବାର ମାତ୍ର ୨୦ ମିନିଟ ପରେ ପୁଅ ଅସୁସ୍ଥ ହୋଇପଡିଥିଲା ଆଉ ତାର ମୃତ୍ୟୁ ହୋଇଥିଲା ।

ସେପଟେ ପୁଅର ଏକୋଇଶିଆ ପାଇଁ ଘରେ ସବୁ ବ୍ୟବସ୍ଥା ସରିଥିଲା । ଚଉରାରେ ରଙ୍ଗ ଦିଆ ସରିଥିଲା, ଟେଣ୍ଡ ପାଇଁ ବାଉଁଶ ବି ଆସିଥିଲା, ବନ୍ଧୁ ବାନ୍ଧବ, ସାହି ପଡିଶା ସମସ୍ତଙ୍କୁ ନିମନ୍ତ୍ରଣ ସରିଥିଲା । ହେଲେ ଯାହା ଆଗମନୀରେ ଏ ଖୁସି ଘର ଅଗଣାରେ ଖେଳୁଥିଲା ଆଜି ନିମିଶକରେ ସେସବୁ ମାଟିରେ ମିଶିଗଲା । ପୁଅକୁ ଖୋଜି ଖୋଜି ମାଆ ପେଗେଇ ପ୍ରାୟ । କଣ କହୁଛି କିଛି ବି ଜାଣି ପାରୁନି । ମୃତ୍ୟୁ ପରେ ବି ମାଆକୁ ଲାଗୁଛି ତା ପୁଅ ଏବେବି ବଞ୍ଚିଛି । ସେପଟେ ଭାଇର ସଜ୍ଞା କଣ ବୁଝିନଥିବା ଏ କୁନି ଭଉଣୀ ଭାଇକୁ ହରାଇ ଆଖିରୁ ଲୁହ ନିଗାଡୁଛି । ପୋଲିଓ ଖାଇ କୁନି ପୁଅର ମୃତ୍ୟୁ ହୋଇଛି କି ଅନ୍ୟ କାରଣରୁ ତାହା ତ ସମୟ କହିବ । ହେଲେ ଏକୋଶିଆ ପାଇଁ ଘରେ ଯେଉଁ ଖୁସି ଫେରିଥିଲା ତାହା ଉଭେଇଗଲା । ସତରେ ଏ କଷ୍ଟ ଆଉ କାହା ଜୀବନରେ ନଆସୁ ।

from Kanak News
via <a href="https://ifttt.com/?

ବାର୍ଡ ଫ୍ଲୁ ଆତଙ୍କ । ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା । ଦିଲ୍ଲୀ ସେଣ୍ଟ୍ରାଲର ଜିଲ୍ଲାପାଳ ଅନିଶ୍ଚିତ କାଳ ପାଇଁ ଲାଲକିଲ୍ଲାକୁ ବନ୍ଦ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବା ହେତୁ ପ୍ରଶାସନ ଏଭଳ ନିଷ୍ପତ୍ତି ନେଇଛି ।

କିଛି ଦିନ ତଳେ ଏଠାରେ କିଛି କାଉ ଏବଂ ବତକ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେମାନଙ୍କ ଯାଞ୍ଚ କରାଯାଇଥିଲା । ଯାହାର ରିପୋର୍ଟରେ ବାର୍ଡ ଫ୍ଲୁର ଭୂତାଣୁ ଥିବା ଜଣାପଡିଛି । ଏହାପରେ ଲାଲକିଲ୍ଲା ନିକଟବର୍ତ୍ତୀ ଅଞ୍ଚଳକୁ ବାହାର ଲୋକଙ୍କୁ ଯିବା ପାଇଁ ମନା ହୋଇଛି । ଅନ୍ୟପଟେ ଲାଲକିଲ୍ଲାକୁ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଏହା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଏବେ ଲାଲକିଲ୍ଲା ବନ୍ଦ ହୋଇଛି ।

from Kanak News
via <a href="https://ifttt.com/?

ସରକାରୀ କମ୍ପାନୀରେ ବିନିବେଶ କରିବେ ସରକାର । ବିକ୍ରି ହୋଇପାରେ ଏହି ସବୁ କମ୍ପାନୀ

କନକ ବ୍ୟୁରୋ : କରୋନା କାଳରେ ସଂସଦରେ ଉପସ୍ଥାପିତ ହୋଇଯାଇଛି ବଜେଟ । ୨୦୨୧-୨୨ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ବିନିବେଶ କରିବା ପାଇଁ ସରକାର ଚିନ୍ତା କରିଛନ୍ତି । ଏହି ବିନିବେଶ ଗତ ବର୍ଷ ତୁଳନାରେ ୩୫ ହଜାର କୋଟି ଟଙ୍କା କମ ଅଛି । ଗତ ୨୦୨୦-୨୧ ବଜେଟରେ ୨.୧ ଲକ୍ଷ କୋଟି ଟଙ୍କା ବିନିବେଶ କରି ଆୟ କରିବାକୁ ସରକାର ଘୋଷଣା କରିଥିଲେ ।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ବିନିବେଶ ଜରିଆରେ ୧.୭୫ ଲକ୍ଷ କୋଟି ଟଙ୍କା ଆୟ କରିବାର ପ୍ଲାନ ଅଛି । ଏହାସହ ବିନିବେଶ କରିବା ପାଇଁ କିଛି ସରକାର କମ୍ପାନୀକୁ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ତେବେ ଆସନ୍ତୁ ଜାଣିବା ବିନିବେଶରେ କେଉଁ କେଉଁ କମ୍ପାନୀ ବିକ୍ରି କରିବାକୁ ସରକାର ଚିନ୍ତା କରୁଛନ୍ତି ।

ଆଗାମୀ ଆର୍ଥିକ ବର୍ଷରେ ବିପିସିଏଲ, ଏୟାର ଇଣ୍ଡିଆ, କାନକୋର ଓ ସିଏସଆଇ ଉପରେ ବିନିବେଶ ପାଇଁ ମୋହର ଲାଗିପାରେ । ଏହାସହ ଆସନ୍ତା ବର୍ଷ ଏଲଆଇସିର ଆଇପିଓ ଆସିବାର ପ୍ଲାନ ମଧ୍ୟ ହୋଇଛି । ସେହିପରି ଆଇଡିବିଆଇରେ ମଧ୍ୟ ବିନିବେଶ କରିପାରନ୍ତି ସରକାର । ଶେୟାର ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିପିଏସଇର ଭାଗୀଦାରୀକୁ ଅଫର ଫର ସେଲ ଜରିଆରେ ବିକ୍ରି କରିପାରନ୍ତି ।

ତେବେ ଏହି ସବୁ କମ୍ପାନୀ ବିକ୍ରି ହେଲେ ସରକାରଙ୍କୁ କେମିତି ସୁବିଧା ମିଳିବ ଆସନ୍ତୁ ଜାଣିବା । ବିପିସିଏଲର ଅଂଶଧନକୁ ବିକ୍ରି କରି ସରକାର ପ୍ରାୟ ୬୦ ହଜାର କୋଟି ଟଙ୍କା ପାଇପାରିବେ । ବିପିସିଏଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ତୈଳ କମ୍ପାନୀ । କମ୍ପାନୀ ସବୁବେଳେ ସରକାରଙ୍କୁ ଲାଭ ପ୍ରଦାନ କରି ଆସୁଛି । ସରକାର ଏହାର ୫୨.୯୮ ପ୍ରତିଶତ ଅଂଶ ବିକିବାକୁ ଚାହୁଁଛନ୍ତି ।

ଋଣରେ ବୁଡି ରହିଥିବା ସରକାରଙ୍କ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରୁ ସରକାର ମୁକ୍ତି ପାଇବାକୁ ଚାହୁଁଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ସରକାର । ଏୟାର ଇଣ୍ଡିଆ ଉପରେ ବର୍ତ୍ତମାନ ୬୦ ହଜାର ୭୪ କୋଟି ଟଙ୍କାର ଋଣ ରହିଛି । ହେଲେ ଅଧିଗ୍ରହଣ ପରେ ୨୩,୨୮୬.୫ କୋଟି ଟଙ୍କା ସୁଜିବାକୁ ହେବ । ତେଣୁ ସରକାର ଏହି କମ୍ପାନୀର ସମ୍ପୂର୍ଣ୍ଣ ଅଂଶଧନକୁ ବିକିବାକୁ ଚାହୁଁଛନ୍ତି ।

ସରକାରୀ ଇନସ୍ୟୁରାନ୍ସ କମ୍ପାନୀ ଏଲଆଇସି ର ଆଇପିଓ ଆସନ୍ତା ଆର୍ଥିକ ବର୍ଷରେ ଲଞ୍ଚ କରିବ । ସରକାର ଏଲଆଇସିର ୨୫ ପ୍ରତିଶତ ଅଂଶଧନ କମ କରିବାକୁ ଯୋଜନା କରୁଛନ୍ତି । ସେହିପରି ସରକାର ଆଇଡିବିଆଇ ବ୍ୟାଙ୍କରେ ନିଜ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି । ଏହି ବ୍ୟାଙ୍କରେ ଏଲଆଇସିର ୫୧ ଓ ସରକାରଙ୍କ ୪୭ ପ୍ରତିଶତ ଭାଗୀଦାରି ରହିଛି । ଏଲଆଇସି ମଧ୍ୟ ନିଜ ଅଂଶଧନକୁ ବିକିବାକୁ ଇଚ୍ଛୁଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ଶୁଣିଲାନି ପୁଲିସ, ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ ।

କନକ ବ୍ୟୁରୋ : ପୁଲିସ ବିରୋଧରେ ପକ୍ଷପାତିିତା ଅଭିଯୋଗ ଆଣି ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । କେନ୍ଦ୍ରାପଡା ରାଜକନିକା ଥାନା ହାଟସାହି ଗାଁର ମାନିନି ସାହାଣୀ ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ହେଲେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ପୁଲିସ । ଫଳରେ ଥାନା ଆଗରେ ଦେହରେ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କଲା ବେଳେ ତାଙ୍କୁ ଅଟକାଇଛି ପୁଲିସ ।

ଜମି ବାଡି ବିବାଦ ଲାଗିରହିଥିବାରୁ ମାନିନୀ ସାହାଣୀ ଅନ୍ୟତ୍ର ଅନାବାଦୀ ଜାଗାରେ ଘର କରି ରହୁଥିଲେ । ହେଲେ ସେଠାରେ ବି ତାଙ୍କ ସଂର୍ପକୀୟ ଦିଅରମାନେ ଆସି ମାଡ଼ ମାରିଥିଲେ । ଏନେଇ ୧୦ ଦିନ ହେବ ସେ କଣ୍ଡିଆଫାଣ୍ଡିରେ ମାମଲା ରୁଜୁ କରିଥିଲେ । ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସେ ଥାନା ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ ।

from Kanak News
via <a href="https://ifttt.com/?

ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ । ଦୁଇ ଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚିଛନ୍ତି 

କନକ ବ୍ୟୁରୋ : ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ। ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଆରଏସପି ସିଇଓ ଦୀପକ ଛଟରାଜ, ସମସ୍ତ ନିର୍ବାହୀ ନିର୍ଦ୍ଦେଶକ ଓ ଅଫିସର ସଂଘର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ୧୯୮୪ ମସିହାରେ ରାଉରକେଲା ଏନଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବି.ଟେକ ପାସ କରିଥିଲେ ସୋମା ମଣ୍ଡଳ। ସେଲରେ ଯୋଗଦାନ କରିବା ପୂର୍ବରୁ ୨୦୧୪ ମାର୍ଚ୍ଚରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ୩ ବର୍ଷ ଧରି ନାଲକୋରେ ଡାଇରେକ୍ଟର (କମର୍ସିଆଲ) ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ।

ଗତ ଜାନୁଆରୀ ୧ ତାରିଖରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ରାଉରକେଲା ଗସ୍ତ। ସମ୍ପ୍ରତି ଉତ୍ପାଦନ, ଉତ୍ପାଦକତା ଓ ଲାଭାର୍ଜନ କ୍ଷେତ୍ରରେ ରାଉରକେଲା ଇସ୍ପାତ କାରଖାନାର ଦ୍ରୁତ ଅଭିବୃଦ୍ଧି ହୋଇ ଚାଲିଛି। ସେଲ ଅଧ୍ୟକ୍ଷାଙ୍କ ଏହି ଦୁଇ ଦିନିଆ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

from Kanak News
via <a href="https://ifttt.com/?

ଝାଡଖଣ୍ଡରେ ସବୁଠୁ ବଡ ସାଇବର ଠକେଇ ! ଚୁଟକିରେ ଚଳୁ ହୋଇଗଲା ୧୦ କୋଟି ଟଙ୍କା

କନକ ବ୍ୟୁରୋ : ଆଜିକାଲି ସାଇବର ଠକେଇକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । କୋଉଠି ମୋବାଇଲରେ ଫ୍ରି ଡାଟା ଦେବା କଥା କହି ଠକୁଛନ୍ତି ଆଉ କେଉଁଠି ହ୍ୱାଟ୍ସଆପ୍ ଏବଂ ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଲୁଟୁଛନ୍ତି । ସେହିଭଳି ଝାଡଖଣ୍ଡରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଝାଡଖଣ୍ଡର ସବୁଠୁ ବଡ ସାଇବର ଠକେଇ ବୋଲି ଜଣାପଡୁଛି ।
ସୂଚନା ମୁତାବକ, ଝାରଖଣ୍ଡର ରୁପୟା ଜିଲ୍ଲାରେ ଏକ ବ୍ୟାରେଜ୍ ନିର୍ମାଣ ଚାଲିଛି । ନଈ ପାଖରେ ବାସକରୁଥିବା ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଉଛି । ତେଣୁ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଆସିଥିଲା ୧୦ କୋଟି ଟଙ୍କା । କିନ୍ତୁ ଲୋକଙ୍କ ହାତରେ ଟଙ୍କା ପହଞ୍ଚିବା ପୂର୍ବରୁ ସବୁ ଟଙ୍କାକୁ ଚଳୁ କରିଦେଲା ସାଇବର ଠକ ।
ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାର ୧୦ କୋଟି ଟଙ୍କା ଦେଇଥିଲେ, କିନ୍ତୁ ଏହି ଟଙ୍କା ଲୋକଙ୍କ ପାଖରେ ପହଞ୍ଚିପାରିଲାନି । ପ୍ରକ୍ରୁତରେ ଟଙ୍କା କୁଆଡେଗଲା? କର୍ମୀଙ୍କ ସହଭାଗିତାରେ ଟଙ୍କା ଚଳୁ ହୋଇଯାଇନି ତ’? ନା ସତରେ ସାଇବର ଠକ ଟଙ୍କା ଠକିନେଇଛନ୍ତି । ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରୁଥିବା ବେଳେ ସ୍ଥାନିୟ ବିଧାୟକ ଏକ ବୈଠକ କରି କହଛନ୍ତି, ଏହା ଗରିବ ଚାଷୀଙ୍କ ପଇସା ଥିଲା, ଏହି ୧୦ କୋଟି ଟଙ୍କା କିଏ ଉଡାଇନେଇଛି ତାହା ଏଯାଏଁ ଜଣାପଡିନାହିଁ ।
ତେବେ ଝାଡଖଣ୍ଡରେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ସାଇବର ଠକଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଛି । କେତେବେଳେ ଯେ କାହା ଆକାଉଣ୍ଟ ଖାଲି ହୋଇଯିବ ତାହା କେହି କହିପାରିବେନି ।

from Kanak News
via <a href="https://ifttt.com/?

ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ କଂଗ୍ରେସର ବିରୋଧ । ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ବାହାରିଲା ଶଗଡ ରାଲି । 

କନକ ବ୍ୟୁରୋ : ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧିକୁ ରାଜ୍ୟ କଂଗ୍ରେସର ବିରୋଧ । ତେଲ ଦର ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ଶଗଡ଼ ରାଲି ବାହାରିଛି ।

ଏହି ରାଲି ଯୁବ କଂଗ୍ରେସର ବହୁ କର୍ମୀ ସାମିଲ ଥିଲେ । ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ହୁ ହୁ ବଢ଼ିବାରେ ଲାଗିଛି । ପେଟ୍ରାଲ ଦର ୮୭ ଟଙ୍କା ଥିବା ବେଳେ ଡ଼ିଜେଲ ଦର  ୮୩ଟଙ୍କା ରହିଛି । ଏହାକୁ ବିରୋଧ କରି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି ।

ସେପଟେ କୃଷି ଆଇନକୁ ନେଇ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋର ଧରିଛି । କେବଳ ଦିଲ୍ଲୀ ନୁହେଁ ଓଡିଶାରେ ମଧ୍ୟ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଉଛି । ତେବେ କଂଗ୍ରେସ ଚାଷୀମାନଙ୍କ ସମର୍ଥନରେ ଆଜି ବିକ୍ଷୋଭ କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started