ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ କେଉଁଠି ପକାଇଥିଲା ରାକେଶ ? ପୁଲିସ ଗାଡିରେ ବସି ଘଟଣାସ୍ଥଳକୁ ଗଲା ଅଭିଯୁକ୍ତ । ମୃତଦେହ ପଡିଥିବା ସ୍ଥାନ ଚିହ୍ନାଇଲା

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଅଭିଯୁକ୍ତ ରାକେଶକୁ ନେଇଛି ପୁଲିସ । କୁଆଖିଆ ଥାନା ଦିଆଲଖଣ୍ଡି ଅଂଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ରାକେଶକୁ ପୁଲିସ ଗାଡିରୁ ଓହ୍ଲାଇବାକୁ ଦେଇନଥିଲା । ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରେ ଚିହ୍ନଟ କଲା ଅଭିଯୁକ୍ତ । ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁ ନିଆଯାଇଛି ।

ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ । ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା ଚାଲିଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଂଚିଥିଲା କୁଆଖିଆ ପୋଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ।

ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଶିବସାହୁ ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ । ସେପଟେ ରାକେଶର ସହଯୋଗୀକୁ ଗିରଫ କରିବାକୁ ଦାବି କରିଛନ୍ତି ଝରାଫୁଲର ବାପା । ରାକେଶଓ ତାର ସହଯୋଗୀ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିଥିଲେ । ତେଣୁ ତାଙ୍କୁ ଗିରଫ କଲେ ସତ୍ୟ ପଦାକୁ ଆସିବ ବୋଲି ଝରାଫୁଲର ବାପା କହିଛନ୍ତି ।

from Kanak News
via <a href="https://ifttt.com/?

ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ମାନସମନ୍ଥନ, ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଦାବି କଲେ ସ୍ଥାନୀୟ ନେତା ।

କନକ ବ୍ୟୁରୋ : ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ । ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା । ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି ,ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଚୂଡାନ୍ତ କରିବେ ସେ ସମର୍ଥନ କରିବେ । ତେବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

ଆଜି ପର୍ଯ୍ୟବେକ୍ଷକଙ୍କ ଘରେ ବସିଥିବା ବୈଠକରେ ପିପିଲି ଓ ଡେଲାଙ୍ଗ ଅଂଚଳର ବ୍ଲକ ସ୍ତରୀୟ ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଛନ୍ତି ପ୍ରତାପ ଦେବ । ଖାସକରି ମହିଳା ସଶକ୍ତୀକରଣକୁୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏସବୁ ଭିତରେ ପୁଅ ରୁଦ୍ର ମହାରଥୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଯେହେତୁ ପିପିଲିର ଯୁବ-ଛାତ୍ର ଗୋଷ୍ଠୀଙ୍କ ସହ ରୁଦ୍ର ସିଧାସଳଖ ଭାବେ ଯୋଡି ହୋଇ ରହିଛନ୍ତି ତେଣୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ଏହାପୂର୍ବରୁ ରୁଦ୍ର ମହାରଥୀ ପ୍ରାର୍ଥୀତ୍ୱ ପ୍ରସଙ୍ଗରେ କହିଥିଲେ ଯେ, ପରିବାର ଭିତରେ ଏଯାଏଁ ପ୍ରାର୍ଥୀତ୍ୱକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ଆମେ ସମର୍ଥନ କରିବୁ ଓ ଦଳୀୟ ନିଷ୍ପତ୍ତିକୁ ମାନିବୁ ବୋଲି ସ୍ପଷ୍ଟ କରିଥିଲେ । ଯେହେତୁ ପିପିଲି ଆସନରେ ମହାରଥୀ ପରିବାରର ଦବଦବା ରହିଛି ଓ ଦୀର୍ଘ ଦିନ ହେବ ପ୍ରଦୀପ ମହାରଥୀ ଏହି ଆସନରେ ବିଜେଡିର ବିଜୟ ବାନା ଉଡାଉ ଆସୁଥିଲେ ତେଣୁ ମହାରଥୀଙ୍କ ପରିବାର ମଧ୍ୟରୁ କାହାକୁ ସୁଯୋଗ ଦେଇପାରନ୍ତି ନବୀନ । କିନ୍ତୁ ସର୍ବଦା ହତଚକିତ କରିଦେବା ଭଳି ନିଷ୍ପତ୍ତି ନେଉଥିବା ନବୀନ ପିପିଲି ପାଇଁ ଏଥର କାହା ନାଁରେ ମୋହର ମାରିବେ ତାହା ଦେଖିବା ବାକି ରହିଲା ।

from Kanak News
via <a href="https://ifttt.com/?

ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ : ଅପମିଶ୍ରଣ ଅଭିଯୋଗରେ ପୁଲିସର ରେଡ

କନକ ବ୍ୟୁରୋ : ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ମୃଦୁ କମ୍ପାନୀ ଉପରେ ପୁଲିସର ରେଡ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି  । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିିସ ପକ୍ଷରୁ ଚଢାଉ କରାଯାଇଛି । ଡିଭାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ବଜାରକୁ ଛାଡୁଥିଲା । ଯାହା ଶରୀର ପାଇଁ ହାନିକାରକ ବୋଲି କହିଛନ୍ତି ଫୁଡ ଇନ୍ସପେକ୍ଟର ।

 

from Kanak News
via <a href="https://ifttt.com/?

ରାକେଶ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ : ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା

କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ । ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା ଚାଲିଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଂଚିଥିଲା କୁଆଖିଆ ପୋଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା । ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି । ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜେରା କରିବ । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଶିବସାହୁ ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ ।

from Kanak News
via <a href="https://ifttt.com/?

ବଜେଟ ଅଧିବେଶନରେ କୋହଳ ହେବ କରୋନା କଟକଣା: ବାଚସ୍ପତି କହିଲେ, ରହିବ ପ୍ରଶ୍ନକାଳ; ବିଧାନସଭାକୁ ଯିବା ପୂର୍ବରୁ ବିଧାୟକଙ୍କ କୋଭିଡ ଟେଷ୍ଟ ନୁହେଁ ବାଧ୍ୟତାମୂଳକ

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ ଚାଲିବ କାର୍ଯ୍ୟକାଳ । ୨୨ ତାରିଖରେ ବଜେଟ୍ ଉପସ୍ଥାପନା ଥିବା ବେଳେ ୨୫ ତାରିଖରେ ଏହା ଉପରେ ଆଲୋଚନା ହେବ ।

ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ । ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନାହିଁ । ଯେଉଁ ନେତାଙ୍କ ପାଖରେ ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ ଟେଷ୍ଟ ହେବ । ପ୍ରତିଦିନ ବିଧାନସଭା ସାନିଟାଇଜ ହେବ । ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିଡ଼ିଓ କନଫରେନ୍ସିରେ ନିଜ ଅଫିସରୁ ରହିପାରିବେ ।

from Kanak News
via <a href="https://ifttt.com/?

ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ : ଶ୍ରେଣୀ ଗୃହରେ ପାଳନ ହେବ କୋଭିଡ୍ ନିୟମ; ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ

କନକ ବ୍ୟୁରୋ : ଫେବ୍ରୁଆରୀ ୧୦ରେ ଖୋଲିବ ପିଜି ପ୍ରଥମ ବର୍ଷ । ପ୍ରି ଫାଇନାଲ ଇୟର୍ ୟୁଜି କ୍ଲାସ ହେବ । ପିଲାମାନଙ୍କୁ ୮ତାରିଖରୁ ହଷ୍ଟେଲରେ ରହିବାକୁ ଅନୁମତି । ଶ୍ରେଣୀ ଗୃହରେ କୋଭିଡ୍ ନିୟମ ପାଳନ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା । ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ଜୁନରୁ ୧୯ ଜୁନ ମଧ୍ୟରେ ହେବ । ୨୦ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ । ସେହିଭଳି ୟୁଜି ତୃତୀୟ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହେବ । ଏହି ପରୀକ୍ଷା ୩୦ଏପ୍ରିଲ ଯାଏଁ ଚାଲିବ । ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ।

from Kanak News
via <a href="https://ifttt.com/?

ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡ଼ିଂକୁ ନିୟନ୍ତ୍ରିତ କରିବ ସେବି : ଫଳରେ ସୁନା କାରବାରରେ ଅଧିକ ପାରଦର୍ଶିତା ଆସିବ

କନକ ବ୍ୟୁରୋ : ବଜେଟରେ ଘୋଷଣା କରାଯାଇଛି ଗୋଲ୍ଡ ଏକ୍ସଚେଂଜ ଅର୍ଥାତ ସୁନା ଗହଣାକୁ ନେଇ ହେଉଥିବା ଟ୍ରେଡିଂକୁ ନିୟନ୍ତ୍ରିତ କରିବ ସେବି । ଫଳରେ ଏହି କାରବାରରେ ଅଧିକ ପାରଦର୍ଶିତା ଆସିବ । ଆମ ଦେଶରେ ସାଧାରଣତଃ ନିବେଶକ ଅଧିକ ଲାଭ ପାଇବା ଆଶାରେ ଷ୍ଟକ ବଜାରରେ କିମ୍ବା ଫିକ୍ସ ଡିପୋଜିଟରେ ନିବେଶ କରିଥାନ୍ତି । ବଜାରରେ ସ୍ଥିରତା ଥିଲେ ସୁନାରେ ନିବେଶ କରିବା କଥା ଚିନ୍ତା କରନ୍ତି । କିନ୍ତୁ ବିଶ୍ୱବ୍ୟାପୀ ନିବେଶକ ବଜାରରେ ଅସ୍ଥିରତା ଆସିଲେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେ କରନ୍ତି । ହେଲେ ଚଳିତ ବଜେଟରେ ମୋଦି ସରକାର ସୁନା, ରୁପା ଉପରୁ ଆମଦାନୀ ଶୁଳ୍କକୁ କମାଇ ଦେଇଛନ୍ତି ।

ବିଶେଷ କରି ସୁନା, ରୁପାରେ ନିବେଶକୁ ପ୍ରୋତ୍ସାହିତ କରିବାକୁ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି । ଭାରତରେ ମୁଖ୍ୟତଃ ସୁନାରେ ତିନି ପ୍ରକାର ନିବେଶ ହେଉଛି । ଲୋକେ ଗହଣା କିଣୁଛନ୍ତି । ନିବେଶକ ସୁନାରେ ନିବେଶ କରୁଛନ୍ତି । ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜ ପାଖରେ ଗଚ୍ଛିତ ରଖିବାକୁ ସୁନା କିଣିଥାଏ । ଏବେ ସୁନାରେ ନିବେଶକୁ ଅଧିକ ସ୍ୱଚ୍ଛ କରିବା ପାଇଁ ସେବୀକୁ କ୍ଷମତା ପ୍ରଦାନ କରାଯାଇଛି । ଫଳରେ ଲୋକେ ଠକେଇରେ ପଡିବେ ନାହିଁ ଏବଂ ଗୋଲ୍ଡ ଏକ୍ସଚେଞ୍ଜରୁ ସୁନାର ଉଚିତ ମୂଲ୍ୟ ମଧ୍ୟ ପାଇପାରିବେ ।

from Kanak News
via <a href="https://ifttt.com/?

ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା : ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା । ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍ । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଘର ମୃତ୍ୟୁ ପଛରେ ଶିକାରୀଙ୍କ ହାତ ଅଛି କି ନାହିଁ ରିପୋର୍ଟରେ ଉଲ୍ଲେଖ କରାଯିବ । ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡିହା ରେଞ୍ଜ ଡଙ୍ଗାଡ଼ିହା ବିଟ୍‌ରୁ ଏକ କଲରାପତରିଆ ବାଘୁଣୀର ମୃତଦେହ ମିଳିଥିଲା ।

ରବିବାର ବନ କର୍ମଚାରୀମାନେ ପାଟ୍ରୋଲିଂରେ ଯାଇଥିବା ବେଳେ ବାଘୁଣୀର ମୃତଦେହ ଠାବ କରିଥିଲେ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକଙ୍କୁ ଅବଗତ କରାଯିବା ପରେ ବାଘୁଣୀର ଶବ ବ୍ୟବଚ୍ଛେଦ କରାଯାଇଛି। ପାକସ୍ଥଳୀରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ସେପ୍ଟିସେମିଆ ହୋଇ ବାଘୁଣୀର ମୃତ୍ୟୁ ହୋଇଥିବା ବନବିଭାଗ ରିପୋର୍ଟରେ ଦର୍ଶାଇଛି । ସେପଟେ ଶିକାରୀଙ୍କ ଗୁଳିରେ ବାଘୁଣୀର ମୃତ୍ୟୁ ଘଟିଥିବା କୁହାଯାଉଛି । ହେଲେ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ଉପକ୍ଷେତ୍ର ନିର୍ଦ୍ଦେଶକ ଜେଡି ପତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଯୁଗ ଜୟାନନ୍ଦଙ୍କ ପ୍ରତିକ୍ରିୟା ବି ମିଳିପାରିନି । ଶିକାରୀଙ୍କ ଗୁଳିରେ ବାଘୁଣୀ ପ୍ରାଣ ହରାଇବା ଅଭିଯୋଗ ଉଠିବା ଓ ଏହି ଗମ୍ଭୀର ଘଟଣାରେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ମୁହଁ ନଖୋ‌ଲିବାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବେଶବିତ୍‌ ଓ ପଶୁପ୍ରେମୀ ।

from Kanak News
via <a href="https://ifttt.com/?

ମଣ୍ଡିରୁ ଉଠୁନି ଧାନ : କୋରୁକୁଣ୍ଡା ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

କନକ ବ୍ୟୁରୋ :  ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ମାଲକାନଗିରିରୁ ଚିତ୍ରକୋଣ୍ଡା ଯାତାୟତ ଠପ ହୋଇଛି ।

ମଣ୍ଡିରେ ଧାନ ପଡ଼ିରହିବା ସହ, ଏହା ବିକ୍ରି ହୋଇପାରୁନାହିଁ । ଧାନ ଉଠାଣରେ ବିଳମ୍ବ ଯୋଗୁଁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜାତୀୟ ରାଜପଥ ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।

from Kanak News
via <a href="https://ifttt.com/?

ଧନୀଙ୍କ ଉପରେ ବଢିଲା ଟିକସ ବୋଝ : ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ହେଲେ କ’ଣ ହେବ ? କେମିତି ଆଦାୟ ହେବ ଟିକସ ?

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ଦାଖଲରୁ ମୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଅଧିକ ଧନିଙ୍କଠୁ ଅତିରିକ୍ତ ଟିକସ ଆଦାୟ କରିବାକୁ ବେଜଟରେ ଘୋଷଣା କରାଯାଇଛି । ଏଣିକି ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଟପିଲେ ସୁଧ ଉପରେ ଲାଗିବ ଟିକସ ।

ପିଏଫ ଯୋଗଦାନ ୨.୫ ଲକ୍ଷ ଟପିଲେ ଦେବାକୁ ପଡିବ ଆୟକର : – 

– ଜଣେ ବ୍ୟକ୍ତି ଯଦି ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି
– ଏବଂ ଭଲ୍ୟୁଂଟାରି ପ୍ରୋଭିଡେଂଟ୍ ଫଣ୍ଡରେ ୫ ଲକ୍ଷ ଟଙ୍କା ରଖୁଛନ୍ତି
– ତେବେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଆୟକର ପଡିବ ନାହିଁ
– କିନ୍ତୁ ବଳକା ୨.୫ ଲକ୍ଷ ଟଙ୍କାର ୮.୫% ସୁଧ ଉପରେ ସେ ଆୟକର ଦେବେ
– ଅର୍ଥାତ ବାର୍ଷିକ ୨୧ ହଜାର ୨୫୦ ଟଙ୍କା ଉପରେ ଦେବେ ଆୟକର
– ସେ ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀ ହୋଇଥିବାରୁ ୩୦% ଆୟକର ଦେବେ
– ଅର୍ଥାତ ମୋଟ୍ ୨୧ ହଜାର ୨୫୦ ଟଙ୍କାର ୩୦% ଆୟକର ୬ ହଜାର ୩୭୫ ଟଙ୍କା ଦେବେ

from Kanak News
via <a href="https://ifttt.com/?

Design a site like this with WordPress.com
Get started