ମାନବିକତା ଦେଖାଇଲେ ମହିଳା ପୋଲିସ । ବୃଦ୍ଧଙ୍କ ଶବ ଛୁଇଁଲେନି ଗାଁଲୋକେ, ଅନ୍ତିମ ସଂସ୍କାର କଲେ ଶିରସା 

କନକ ବ୍ୟୁରୋ : ଆପଣ ଦେଖୁଥିବା ଏହି ଭିଡିଓଟିର ବାସ୍ତବତା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବନି । କି, ଏହି କାର୍ଯ୍ୟ ପାଇଁ ମହିଳା ପୋଲିସଙ୍କୁ ସାବାସୀ ନଦେଇ ରହିପାରିବେନି
ଏହେଉଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସବ୍-ଇନ୍ସପେକ୍ଟର କେ. ଶିରସା । କାନ୍ଧରେ ବୋହି ନେଉଛନ୍ତି ଜଣେ ବୃଦ୍ଧ ଲୋକର ମୃତଦେହକୁ । ଆଗରେ ଶିରସା ଥିବାବେଳେ ପଛରେ ରହିଛନ୍ତି ଆଉ ଜଣେ ବ୍ୟକ୍ତି । ପ୍ରକୃତରେ ଏହି ଶବଟି ହେଉଛି ଜଣେ ବାସହିନ ଅଜଣା ବୃଦ୍ଧ ବ୍ୟକ୍ତିଙ୍କର । ବୟସ ଅଧିକ ହୋଇଯାଇଥିବାରୁ ଏହି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଯେଉଁ ଗାଁ ନିକଟରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା, ସେଠାକାର ଲୋକ ମୃତ ବୃଦ୍ଧ ବ୍ୟକ୍ତିଙ୍କ ନିକଟକୁ ଯାଇନଥିଲେ କି ଶବ ଦାହ ପାଇଁ କେହି ଆଗକୁ ଆସିନଥିଲେ । ଏପରି ସମୟରେ ଏସଆଇ ଶିରସା ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ଦେଖିବାକୁ ପାଇଥିଲେ ମୃତ ବ୍ୟକ୍ତିଙ୍କ ଶବ ଉଠାଇବାତ ଦୂରର କଥା, କୌଣସି ବ୍ୟକ୍ତି ତାଙ୍କ ନିକଟକୁ ଯାଉନାହାନ୍ତି । ଏଭଳି ପରିସ୍ଥିତିରେ ମାନବିକତା ଦେଖାଇଲେ ଶିରସା । ଆଉ ବୃଦ୍ଧ ବ୍ୟକ୍ତିଙ୍କୁ କୋକେଇରେ ଶୁଆଇ ନିଜ କାନ୍ଧରେ ପ୍ରାୟ ୨କିଲୋମିଟ ଶ୍ମଶାନକୁ ବୋହିନେଲେ । ଏବଂ ବୃଦ୍ଧଙ୍କ ଜୁଇରେ ମୁଖାଗ୍ନି ଦେଇ ରିତିନୀତି ଅନୁଯାଇ ଅନ୍ତିମ ସଂସ୍କାର କଲେ ।
ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଶିରସାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଆଉ ଲୋକମାନେ ଶିରସା ଏଭଳି କାର୍ଯ୍ୟକୁ ଦେଖି ବାଃ ବାଃ କରୁଛନ୍ତି

from Kanak News
via <a href="https://ifttt.com/?

ପୋଲିଓ ବଦଳରେ ଭୁଲରେ ଦେଇଦେଲେ ହ୍ୟାଣ୍ଡ ସାନିଟାଇଜର । ମହାରାଷ୍ଟ୍ରରେ ୧୨ ଜଣ ଶିଶୁ ଅସୁସ୍ଥ । 

କନକ ବ୍ୟୁରୋ : ମହାରାଷ୍ଟ୍ରର ୟଭତମାଲ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ ସାନିଟାଇଜର ଦିଆଯାଇଥିବା ଅଭିଯୋଗ ହୋଇଛି। ସମସ୍ତ ଶିଶୁ ସାନିଟାଇଜର୍‌ ପିଇବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶିଶୁଙ୍କ ବୟସ ୧ରୁ ୫ ବର୍ଷ ମଧ୍ୟରେ।

ରବିବାର ଦିନ ପଲ୍‌ସ ପୋଲିଓ ଦିଆଯାଉଥିବା ବେଳେ ୟଭତମାଲ୍ ଜିଲ୍ଲାର ଘଟନଜୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ରବିବାର ସକାଳୁ ପଞ୍ଚାୟତର ପିଲାମାନଙ୍କୁ ପୋଲିଓ ଦିଆଯାଉଥିବା ବେଳେ ସେଠାରେ ୧୨ ଜଣ ଶିଶୁଙ୍କୁ ପୋଲିଓ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଦିଆଯାଇଥିଲା।ସେହି ଶିଶୁମାନେ ରାତିରେ ବାନ୍ତି କରିବା ସହ ଅସହଜ ମନେ କରିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।

ଏନେଇ ଶିଶୁଙ୍କର ପରିବାର ଲୋକ କହିଛନ୍ତି, ‘ପୋଲିଓ ଦିଆଯାଉଥିବା କେନ୍ଦ୍ରରେ ୩ ଜଣ ଅଧିକାରୀ ଉପସ୍ଥିତ ଥିଲେ। ସେମାନେ ଯେତେବେଳେ ଜାଣିପାରିଲେ ଯେ ସେମାନେ ପୋଲିଓ ବଦଳରେ ଆମ ପିଲାଙ୍କୁ ଭୁଲରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଦେଇ ଦେଇଛନ୍ତି ପୁଣି ଆମମାନଙ୍କୁ ଡକାଇ ପଠାଇଥିଲେ।’ ଏପରି ଏକ ଦାୟିତ୍ୱହୀନତା ପାଇଁ ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ଆଶା କର୍ମଚାରୀ ଦାୟୀ ବୋଲି କହି ସେମାନଙ୍କୁ ତୁରନ୍ତ ନିଲମ୍ବିତ ପାଇଁ ଦାବି ହୋଇଛି। ଜିଲ୍ଲାପାଳ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

from Kanak News
via <a href="https://ifttt.com/?

କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ ।

କନକ ବ୍ୟୁରୋ : କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ବସ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କଲେ କୋର୍ଟ । ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି । ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା ।

କଟକର ଖାନନଗର ଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ସରିଛି । ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

from Kanak News
via <a href="https://ifttt.com/?

୧୦୮ ଆମ୍ବୁଲାନ୍ସ କଲସେଣ୍ଟରକୁ ଆସୁଛି ଫେକ୍ କଲ । କିଏ ପ୍ରେମ ନିବେଦନ କରୁଛି ତ ପୁଣି କିଏ ପ୍ରେମ କାହାଣୀ ଶୁଣାଉଛି । 

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍ କଲ । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଫେକ୍ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କର୍ମଚାରୀଙ୍କୁ ହଇରାଣ କରିବା ସହ କରୁଛନ୍ତି ପ୍ରେମ ନିବେଦନ । ପ୍ରାୟତଃ ସବୁଦିନ ଏଭଳି କିଛି ବ୍ୟକ୍ତିଙ୍କର କଲ ଆସୁଥିବା ନେଇ ଅଭିଯୋଗ ହୋଇଛି ।

ଜରୁରୀକାଳୀନ ସେବା ୧୦୮ର ମାଗଣା ନମ୍ବର ଏବେ କିଛି ଅମାନିଆ ଯୁବକଙ୍କ ପାଲଟିଛି ମନୋରଞ୍ଜନର ମାଧ୍ୟମ । କିଏ ଫୋନ କରି ପ୍ରେମ ନିବେଦନ କରୁଛି ତ ପୁଣି କିଏ ନିଜର ପ୍ରେମ କାହାଣୀ କର୍ମଚାରୀଙ୍କୁ କହୁଛି । ଏପରିକି କିଛି ବ୍ୟକ୍ତି ଫୋନ ଉଠାଉଥିବା ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷା କହିବାକୁ ମଧ୍ୟ ପଛାଉ ନାହାନ୍ତି । ଜରୁରୀକାଳୀନ ସେବା ପାଇଁ ନମ୍ବର ଉଦ୍ଦିଷ୍ଟ ଥିବା ଜାଣି ମଧ୍ୟ ଏଭଳି ମଜାମସ୍ତି କରୁଛନ୍ତି କିଛି ବ୍ୟକ୍ତି । ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏଭଳି କଲ ବଢିଚାଲିଥିବା ବେଳେ ମହିଳା କର୍ମଚାରୀଙ୍କୁ କଲ ଲଗାଇ ହଇରାଣ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଅନାବଶ୍ୟକ କଲ ଆସିବା ଦ୍ୱାରା ଜରୁରୀକାଳୀନ ସେବା ପାଇଁ ଫୋନ୍ କରିଥିବା ବ୍ୟକ୍ତିଙ୍କ ଫୋନ୍ ଉଠାଇ ହେଉନଥିବା ବେଳେ ୧୦୮ ସେବାକୁ ଦୋଷ ଦେଉଛନ୍ତି ଲୋକେ ।

ଜରୁରୀକାଳୀନ ସମୟରେ ସେବା ଯୋଗାଇଦେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ରାଜ୍ୟର ଯେକୌଣସି ଅଞ୍ଚଳରେ ମାଗଣାରେ ଆମ୍ବୁଲାନ୍ସ ସେବା ପହଞ୍ଚାଇବା ପାଇଁ ଏହି ସେବା ଆରମ୍ଭ କରାଯାଇଥିଲା । ଆଉ ଏଥିପାଇଁ ୧୦୮ ନମ୍ବର ଜାରି କରାଯାଇଥିଲା । ଯେକୌଣସି ବ୍ୟକ୍ତି ଏହି ନମ୍ବରରେ କଲ କଲେ ତାହା ପ୍ରଥମେ ଭୁବନେଶ୍ୱରରେ ଥିବା କଲସେଣ୍ଟରକୁ ଆସିଥାଏ । ସେଠାରୁ ରୋଗୀଙ୍କର ବାବଦରେ ତଥ୍ୟ ହାସଲ କରିବା ପରେ ସେହି ସ୍ଥାନକୁ ଆମ୍ବୁଲାନ୍ସ ପଠାଯାଇଥାଏ । କିନ୍ତୁ ଏବେ ଫେକ୍ କଲ କରି କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଧରି ହଇରାଣ କରିବା ଦ୍ୱାରା ପ୍ରକୃତ ରୋଗୀ ଏହି ସେବା ପାଇବାରୁ ବଞ୍ଚିତ ହେଉଛି ।

ଏହାପୂର୍ବରୁ କରୋନା କାଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥଲା । କରୋନାକୁ ଯେତେବେଳେ ସାରା ଓଡ଼ିଶା ସଂଘର୍ଷ କରୁଥିଲା,  ଠିକ୍ ସେତେବେଳେ କିଛି ଅସାମାଜିକ ବ୍ୟକ୍ତି କିଭଳି ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିଦେଉଥିଲେ, ତାର କିଛି ଉଦାହରଣ ସାମ୍ନାକୁ ଆସିଥିଲା । କରୋନା ସହାୟତା ପାଇଁ ରାଜ୍ୟ ସରକାର ଜାରି କରିଥିବା ୧୦୪ ହେଲ୍ପ ଲାଇନ୍ ନମ୍ବରକୁ ମିଛ ମିଛିକା କଲ୍ କରି, କର୍ମଚାରୀଙ୍କୁ ହଇରାଣ କରୁଥିଲେ କିଛି ଅସାମାଜିକ ବ୍ୟକ୍ତି । ତେଣୁ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଫେକ୍ କଲ କମିବା ସହ ରୋଗୀଙ୍କୁ ମଧ୍ୟ ୧୦୮ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଫୋନରେ ଅପେକ୍ଷା କରିବାକୁ ପଡିବନି ।

from Kanak News
via <a href="https://ifttt.com/?

ପ୍ରଥମେ ସେସୁ…ପରେ ସାଉଥକୋ ଓ ୱେସକୋ : ଏବେ ନେସ୍କୋକୁ ବି ଟାଟା ପାଓ୍ୱାର ହାତରେ

କନକ ବ୍ୟୁରୋ : ପ୍ରଥମେ ସେସୁ । ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାଵାର କମ୍ପାନି ହାତେଇଛି । ଗୋଟିକ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଟେକି ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ନେସ୍କୋ କମ୍ପାନିର ୫୧% ଅଂଶଧନକୁ ଟାଟା ପାଓ୍ୱାର କିଣିବାରେ ସଫଳ ହୋଇଛି । ଫଳରେ ସମଗ୍ର ରାଜ୍ୟର ବିଦ୍ୟୁତ ବଣ୍ଟନ ଓ ପରିବହନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନି ହାତରେ ନ୍ୟସ୍ତ ହୋଇଯାଇଛି । ଯାହାକୁ ଉପଭୋକ୍ତା ମହାସଂଘ କଡ଼ା ବିରୋଧ କରିଛି। କହିଛି, ଯେପରି ଭାବେ ଟାଟା କମ୍ପାନିକୁ ଅଂଶଧନ ବିକ୍ରି କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୧୯୫୫ର ବିରୁଦ୍ଧାଚରଣ କରୁଛି । ଏବେ ରାଜ୍ୟର ୯୦ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଟାଟା ପାଓ୍ବାର ଏକଚାଟିଆ କାରବାର ଆରମ୍ଭ କରିବ ବୋଲି ମହାସଂଘ ସତର୍କ କରାଇଦେଇଛି ।

ଓଇଆର୍‌ସି ଟାଟା କମ୍ପାନିକୁ ନେସ୍କୋ ଡିଭିଜନ୍‌ ଅଧୀନରେ ଆସୁଥିବା ବାଲେଶ୍ବର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଦ୍ୟୁତ ବଣ୍ଟନ ଦାୟିତ୍ବ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରିବା ପରେ କମ୍ପାନି ସେୟାର ବଜାରରେ ଅଂଶଧନ କାରବାର ପାଇଁ ବମ୍ବେ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ୍‌ ଓ ନ୍ୟାସନାଲ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ୍‌କୁ ଚିଠି ଲେଖି ଜଣାଇଛି । ଦେଶର ଏହି ପ୍ରମୁଖ ଅଂଶଧନ କାରବାର କରୁଥିବା ଏଜେନ୍‌ସିକୁ ଗତକାଲି ଟାଟା ପାଵାର କର୍ତ୍ତୃପକ୍ଷ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାର ୫ଟି ଜିଲ୍ଲାରେ ବିଦ୍ୟୁତ ବଣ୍ଟନ ଦାୟିତ୍ବ ପାଇଁ କମ୍ପାନି ଗୋଟିଏ ଏସ୍‌ପିଭି ଗଠନ କରିଛି । ଯାହାର ବାର୍ଷିକ ରାଜସ୍ବ ଆୟ ୨ ହଜାର ୪୭୦ କୋଟିରୁ ଅଧିକ ହେବ । ବିଦ୍ୟୁତ ଉପଭୋକ୍ତାମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଆଗାମୀ ଦିନରେ ୧ କୋଟି ୧୫ ଲକ୍ଷରେ ପହଞ୍ଚିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନିକୁ ୨୫ ବର୍ଷ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରାଯାଇଛି ।

from Kanak News
via <a href="https://ifttt.com/?

ରାଜ୍ୟକୁ ପୁଣି ଫେରିଛି ଶୀତ : ୧୦ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ; ଜି.ଉଦୟଗିରି ଓ ଫୁଲବାଣୀରେ ୪.୫ଡିଗ୍ରୀ ତାପମାତ୍ରା ରେକର୍ଡ

କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି ଶୀତ । ୧୦ଟି ସ୍ଥାନରେ ରହିଛି ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଏବଂ ଫୁଲବାଣୀରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇଛି । ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬, ଝାରସୁଡ଼ା-କେନ୍ଦୁଝରରେ ୮ ଦଶମିକ ୨, ଭବାନୀପାଟଣାରେ ୮ ଦଶମିକ ୫, ସୋନପୁରରେ ୯ ଦଶମିକ ୫, ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୩ ଏବଂ କଟକରେ ୧୧ ଦଶମିକ୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

କିଛି ଦିନ ଶୀତୀର ପ୍ରକୋପ କମ ଥିବା ବେଳେ ଏବେ ପୁଣି ଫେରିଛି ଜାଡ଼ । ପାରଦ ଖସିବା ସାଙ୍ଗକୁ ଶୀତର ଲହରି ବୃଦ୍ଧି ପାଇଛି । ଉତରା ପବନ ଶୀତକୁ ଅଧିକ ବଢ଼ାଇ ଦେଇଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା,ଫଲବାଣୀ, ବେଲଘର, ଜି ଉଦୟଗିରି, ରାଇକିଆ ଓ ନୂଆ ଗାଁ ଅଂଚଳରେ ୨ଦିନ ହେବ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ଼ ହୋଇଛି ।

from Kanak News
via <a href="https://ifttt.com/?

ଅଳ୍ପକେ ବର୍ତ୍ତିଲା ପୋଲିସଙ୍କ ଜୀବନ । ଲ୍ୟାଣ୍ଡମାଇନ ବିସ୍ଫୋରଣ ପୂର୍ବରୁ ମାଓ ଯୋଜନାକୁ ପଣ୍ଡ କଲେ ଯବାନ ।

କନକ ବ୍ୟୁରୋ : ଅଳ୍ପକେ ବର୍ତିଲେ ପୋଲିସ । ମାଓ ଯୋଜନା ହେଲା ପଣ୍ଡ । ମାଓବାଦୀ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଛତିଶଗଡ଼ ସୀମାନ୍ତର ସୁକମା ଅନ୍ତର୍ଗତ ନିପ୍ସା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଂଜିଥିଲେ ୨ଟି ଲ୍ୟାଣ୍ଡମାଇନ । ମାଓ ଦମନ ପାଇଁ ୨୦୬ ବାଟାଲିଅନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବାର ସନ୍ଧାନ ପାଇଥିଲେ । ପରେ ଏହି ଲ୍ୟାଣ୍ଡ ମାଇନ ଡିଫ୍ୟୁଜ କରିଥିଲେ ଯବାନ ।

ତେବେ ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ପରେ ଏହାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଡିଫ୍ୟୁଜ୍ କରିଥିଲେ ଯବାନ । ତେବେ ଏହି ସମୟରେ ବିସ୍ପୋରଣ ଏତେ ଭୟଙ୍କର ଥିଲା ପୋଲିସ କିମ୍ବା ଯବାନଙ୍କ ଗାଡ଼ିକୁ ଅତି ସହଜରେ ଉଡାଇ କ୍ଷତି ପହଂଚାଇ ପାରିଥାନ୍ତା । ହେଲେ ସିଆରପିଏଫ ଯବାନ ମାଓବାଦୀ ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିଛନ୍ତି । ଆଉ ଏହାପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଗତ କିଛିଦିନ ହେବ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରିବାକୁ ନିଜର ଷ୍ଟ୍ରାଟେଜି ବଦଳାଉଥିବାର ଦେଖିବାକୁ ମିଳୁଛି । ଲ୍ୟାଣ୍ଡମାଇନ ବଦଳରେ ସ୍ପାଇକ ହୋଲ କିମ୍ବା ଧନୁ ତୀରରେ ପେଟ୍ରୋଲ ବୋମା ବ୍ୟବହାର କରି ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଗାଡି ନେଇ ଯାତାୟତ କରୁଥିବା ଯବାନଙ୍କୁ ଟାର୍ଗେଟ କରିବାକୁ ଏବେ ମଧ୍ୟ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବ୍ୟବହାର କରୁଛନ୍ତି ମାଓବାଦୀ ।

from Kanak News
via <a href="https://ifttt.com/?

ଫିଟିବ ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ଆଣି ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ । 

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା କରାଯାଉଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ ।

ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଂଚିଥିଲା କୁଆଖିଆ ପୋଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା । ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି ।

ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜେରା କରିବ । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଝରାଫୁଲ ରହିଥିବା ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ । ଆଉ ସହ ଖୋଲିପାରେ ଝରାଫୁଲ ମୃତ୍ୟୁ ରହସ୍ୟ । ୮ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କେଉଁ କାରଣରୁ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।

from Kanak News
via <a href="https://ifttt.com/?

କେନ୍ଦ୍ର ବଜେଟରେ କ୍ଷତି ସହିବ ଓଡିଶା : କେନ୍ଦ୍ରୀୟ ଟିକସରେ ଅଂଶ କମିବା ଯୋଗୁଁ ୧୦ ହଜାର ୮୪୦ କୋଟିର ପଡିବ ବୋଝ

କନକ ବ୍ୟୁରୋ : ଚଳିତ ବର୍ଷ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ସାମ୍ନାରେ ଯେଉଁ ବଜେଟ୍ ରଖିଛନ୍ତି, ତାହା ସୂଚାଇ ଦେଉଛି ଯେ ଓଡ଼ିଶା ଆସନ୍ତାବର୍ଷ ମଧ୍ୟ ଆକଳନ ଠାରୁ ପାଖାପାଖି ୩ ହଜାର କୋଟି ଟଙ୍କା କମ୍ ପାଇବ । ଏହି ପରିମାଣ ବଢ଼ିପାରେ । ରାଜ୍ୟ ଆଶା କରୁଥିଲା ଆସନ୍ତାବର୍ଷ ୩୩ହଜାର କୋଟି ଟଙ୍କା କେନ୍ଦ୍ରୀୟ ସୂତ୍ରରୁ ମିଳିବ। କିନ୍ତୁ ବଜେଟ୍ ଦେଖିବା ପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯେଉଁ ହିସାବନିକାସ କରିଛି, ତାହା ସୂଚାଇ ଦେଲାଣି, ଏହି ଅର୍ଥ ରାଶି ୩୦ ହଜାର କୋଟି ଟଙ୍କା ଟପିବ ନାହିଁ ।

କେବଳ ସେତିକି ନୁହେଁ, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଓ କେନ୍ଦ୍ର ସରକାରଙ୍କ ବଜେଟ୍‌ରୁ ଅର୍ଥନୀତିଜ୍ଞମାନଙ୍କୁ ଆଉ ଗୋଟିଏ ସାଂଘାତିକ ସଙ୍କେତ ମିଳୁଛି। ତାହା ହେଲା, କ୍ରମାଗତ ଭାବେ ଅର୍ଥ କମିସନଙ୍କ ସୁପାରିସରେ ରାଜ୍ୟର କ୍ଷମତାକୁ ଧୀରେ ଧୀରେ ସଙ୍କୁଚିତ କରିଦିଆଯାଉଛି। ଏଥର କମିସନ ଆଉ ପାଦେ ଆଗକୁ ଯାଇ ପୌରସଂସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ୪୦ ପ୍ରତିଶତ ଅର୍ଥ ଅନାବଦ୍ଧ ପାଣ୍ଠି ଭାବେ ଖର୍ଚ୍ଚ କରିବାର ସୁଯୋଗ ରଖିଛନ୍ତି । ଅର୍ଥାତ୍ ଏକ ବଡ଼ ପରିମାଣର ଖର୍ଚ୍ଚ କିଭଳି ହେବ, ସେ ନିଷ୍ପତ୍ତି ନିଆସରିଛି ।

ଅନ୍ୟ ଦିଗଟି ହେଲା, ୨୦୧୧ ମସିହାଠାରୁ ଅର୍ଥନୀତି ପରିଚାଳନାରେ ସୁଧାର ଆସିବା ଓ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଗଣିତ ହେବା ପରିପ୍ରେକ୍ଷୀରେ ରାଜ୍ୟ ସ୍ବତନ୍ତ୍ର ଅନୁଦାନ ହରାଉଛି । ଅନେକ ରାଜ୍ୟ ଏ ବାବଦରେ ଏକ ବଡ଼ ଅର୍ଥ ରାଶି ପାଉଛନ୍ତି । ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ରୀୟ ବଜେଟ୍‌ରେ ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ବ ଦିଆଯାଇଥିଲେ ହେଁ, ଓଡ଼ିଶା ଏଥିରୁ କେତେ ଲାଭ ପାଇବ, ତାହା ଏବେ ଠାରୁ ଆକଳନ କରିବା ମୁସ୍କିଲ୍ । କିନ୍ତୁ ରାଜ୍ୟର ଗରିବ ଲୋକଙ୍କ ହାତକୁ ପଇସା ଯିବା ଲାଗି ଏହି ବଜେଟ୍‌ରେ ବିଶେଷ କୌଣସି ସୁଯୋଗ ନାହିଁ। କରୋନା ପରବର୍ତ୍ତୀ ପରିସ୍ଥିତିରେ ଏହାର ଆବଶ୍ୟକତା ବେଶି ଥିଲା ।

ଚାଷୀଙ୍କୁ କୃଷି ଋଣ ଛାଡ଼, ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସାମାଜିକ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥ ବରାଦ କରାଯାଇନାହିଁ। ଏହା ଫଳରେ ସମାଜର ତଳସ୍ତରର ଲୋକ ପ୍ରଭାବିତ ହେବେ। ମନରେଗାରେ ମଧ୍ୟ ପୂର୍ବାପେକ୍ଷା କମ୍ ଅର୍ଥ ବରାଦ ହୋଇଛି। ଏହା ଏକ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ପ୍ରତ୍ୟେକ୍ଷ ପ୍ରଭାବ ଅନୁଭୂତ ହେବ। ସେହିଭଳି ବାର୍ଦ୍ଧକ୍ୟ ଭତ୍ତା ଆଦି କ୍ଷେତ୍ରରେ ହିତାଧିକାରୀ ବୃଦ୍ଧି ପାଉଥିବା ବେଳେ ଅର୍ଥରାଶି ବୃଦ୍ଧି ପାଇନାହିଁ, ଯାହା ରାଜ୍ୟ ବଜେଟ୍‌ରେ ଅପେକ୍ଷା ରଖୁଥିଲା।

କେନ୍ଦ୍ର ସରକାର ଏଥର ବଜେଟ୍‌ରେ ଆଇସିଡିଏସ୍ ବା ସମନ୍ବିତ ଶିଶୁ ବିକାଶ ଯୋଜନାକୁ ବନ୍ଦ କରିଦେଇଛନ୍ତି। ଏହା ବଦଳରେ ୧୧୨ ଆକାଂକ୍ଷୀ ଜିଲ୍ଲା ପାଇଁ ପୋଷଣ-୨.୦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ସେଥିରେ ଅନୁଦାନ ପାଖାପାଖି ୮ହଜାର କୋଟି ଟଙ୍କା କମିଛି। ପୂର୍ବରୁ ଆଇସିଡିଏସ୍‌ରେ ୨୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ହେଲେ ଏହି ନୂଆ ଯୋଜନାକୁ ୨୦ ହଜାର କୋଟିକୁ ଖସାଇ ଦିଆଯାଇଛି । ସ୍ବାସ୍ଥ୍ୟ କ୍ଷେତ୍ରକୁ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ହେଲେ ରାଜ୍ୟର ଯୁକ୍ତି ହେଉଛି, ସେଥିରେ ମଧ୍ୟ ବିଶେଷ ସହାୟତା ମିଳିବ ନାହିଁ । ଏଇଥିପାଇଁ ଯେ ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏ ବାବଦ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି ।ବଜେଟ୍‌ର ସବୁଠାରୁ କୌତୂହଳପୂର୍ଣ୍ଣ ଦିଗଟି ହେଲା, ଓଡ଼ିଶା ସରକାରଙ୍କ ଢାଞ୍ଚାରେ କେନ୍ଦ୍ର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଓ ୩୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ତେବେ ବଜେଟ୍‌ରେ ଏମ୍‌ଏସ୍‌ଏମ୍‌ଇ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ପାଇଁ ସକାରାତ୍ମକ ରହିବ ବୋଲି ଅଧିକାରୀମାନେ କହିଛନ୍ତି । ସେହିଭଳି ଦୀର୍ଘ ବର୍ଷ ପରେ ଅର୍ଥ କମିସନ ରାଜ୍ୟର ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ଅର୍ଥ ବରାଦର ବାଟ ଖୋଲିଛନ୍ତି। ଏଥିରେ ୬ଟି ବଡ଼ ପ୍ରକଳ୍ପ ନିଆଯାଇଛି । ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ବଜେଟ୍‌ରେ କିଛି ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସଂପର୍କରେ ସୂଚୀତ କରାଯାଇଛି। ଆସନ୍ତା ବର୍ଷମାନଙ୍କରେ ଏ ବାବଦରେ କାର୍ଯ୍ୟକ୍ରମ ସରକାର ହାତକୁ ନେବ। ଏବେଠାରୁ ଏହା ଆଶା ଦେଖାଉଥିଲେ ହେଁ, ଆସନ୍ତାଦିନର ଅର୍ଥନୀତି ଉପରେ ଏହାର ଭାଗ୍ୟ ନିର୍ଭର କରିବ । ଏସବୁ କାରଣରୁ ଏଥର ଓଡ଼ିଶା ବଜେଟ ବି ଚାପଗ୍ରସ୍ତ ରହିବ । ରାଜ୍ୟର ନିଜସ୍ବ ଟିକସ ବୃଦ୍ଧି ନହେଲେ, ସ୍ଥିତି ଯେ ଆସନ୍ତା ଦିନରେ ଅସମ୍ଭାଳ ହେବ, ଏହା ଜଳ ଜଳ ହୋଇ ଦିଶୁଛି ।

from Kanak News
via <a href="https://ifttt.com/?

ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା

ଏତେ ସଚେତନତା ସତ୍ତ୍ବେ ପୁଣି ଜଣେ ମହିଳା ସାଇବର ଠକଙ୍କ ଜାଲରେ ଫସି ୭୫ ହଜାର ଟଙ୍କା ହରାଇଛନ୍ତି । ମାଗଣା ଡାଟା ମିଳିବା ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି ବଡ଼ଧରଣର ଠକାମିର ଶିକାର ହୋଇଛନ୍ତି। ଏ ନେଇ ଆଜି ଭରତପୁର ଥାନା ଓ ସାଇବର ହେଲ୍‌ପ ଡେସ୍କରେ ଅଭିଯୋଗ ହୋଇଛି ।

ଠକାମିର ଶିକାର ହୋଇଥିବା ମହିଳା ହେଲେ ଟ୍ବିଙ୍କିଲ୍‌ ରଥ । ସେ ଭରତପୁର ଥାନା ଅଧୀନ ବରମୁଣ୍ଡା ଜଗନ୍ନାଥବିହାର କଲୋନିରେ ରହୁଛନ୍ତି। ଶ୍ରୀମତୀ ରଥଙ୍କ ଅଭିଯୋଗ ଅନୁସା‌ରେ, ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍ ଆସିଥିଲା। ଫୋନ୍‌ କରିଥିବା ଲୋକ ଏୟାର୍‌ଟେଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ‘ଏୟାରଟେଲ୍ ଥ୍ୟାଙ୍କସ୍‌’ ଆପ୍‌ ଜରିଆରେ ରିଚାର୍ଜ କଲେ ୬୦ ଜିବି ଫ୍ରି ଡାଟା ମିଳିବ ବୋଲି ସେ କହିଥିଲା। ଏହା ଏକ ନୂଆ ଅଫର୍‌ ବୋଲି କହି ଶ୍ରୀମତୀ ରଥଙ୍କୁ ପ୍ରଲୋଭିତ କରିଥିଲା। ପ୍ରଥମେ ‘ଏୟାରଟେଲ୍ ଥ୍ୟାଙ୍କସ୍‌’ ଆପ୍‌ ଓ ପରେ ‘କଲ୍ ଏନିଡେସ୍କ’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା। ତା’ ନିର୍ଦେଶ ଅନୁସାରେ ଟ୍ବିଙ୍କିଲ ଦୁଇଟି ଯାକ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ ଓ ଏନି ଡେସ୍କ୍‌ରେ ଆସିଥିବା ଓଟିପି ନମ୍ବରକୁ ଦେଇଦେଇଥିଲେ। ଏହା ପରେ ଥାର୍ଡ ପାର୍ଟି ପେମେଣ୍ଟ ଆପ୍‌ ଜରିଆରେ ମାତ୍ର ଘଣ୍ଟାଏ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୭୪ ହଜାର ୭୫୯ ଟଙ୍କା କଟି ଯାଇଥିଲ। ଶ୍ରୀମତୀ ରଥ ଉକ୍ତ ଫୋନ୍‌ରେ ଆଉ ଯେତେ କଲ୍‌ କଲେ ବି ଠକ ମୋବାଇଲ୍‌ ସବୁବେଳେ ବନ୍ଦ ଦେଖାଇଥିଲା।

from Kanak News
via <a href="https://ifttt.com/?

Design a site like this with WordPress.com
Get started