ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା : ଅବସରକାଳୀନ ଦେୟ ମିଳୁନଥିବା ଅଭିଯୋଗରେ ବରିଷ୍ଠ ନାଗରିକଙ୍କ ଧାରଣା

କନକ ବ୍ୟୁରୋ : ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା । ଅବସର କାଳୀନ ଦେୟ ମିଳୁନଥିବା ଅଭିଯୋଗ କରି ବରିଷ୍ଠ ନାଗରିକମାନେ ଏହି ଧାରଣାରେ ବସିଛନ୍ତି । ୨୦୧୨ରୁ ୨୦୨୦ ମଧ୍ୟରେ ଅବସର କରିଥିବା କର୍ମଚାରୀ ମଧ୍ୟ ତାଙ୍କ ହକ ପାଇନଥିବା ଅଭିଯୋଗ ଆଣିଛନ୍ତି ସଚିନ୍ଦ୍ରାନନ୍ଦ ସାମନ୍ତରାୟ । ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଦେୟ ନଦେବା ଯାଏ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ଅବସର ପ୍ରାପ୍ତ କର୍ମଚାରୀ ଗୋଲଖ ଚନ୍ଦ୍ର ବେପେରା ।

from Kanak News
via <a href="https://ifttt.com/?

ଜଳିଗଲା ଛିଡା ହୋଇଥିବା କାର : ଅଗ୍ନିଶମ ବାହିନୀ ପହଂଚି ନିଆଁକୁ କଲେ ଆୟତ

କନକ ବ୍ୟୁରୋ : ଜଳିଗଲା ଛିଡା ହୋଇଥିବା କାର । ରାଉରକେଲା ଡେଲି ମାର୍କେଟର ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ କାରର ଦିନ ଦିପହରେର ନିଆଁ ଲାଗିଯାଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଉପସ୍ଥିତ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ବେଳକୁ କାର ସଂପୂର୍ଣ୍ଣ ଜଳି ସାରିଥିଲା । ସେପଟେ ବାରିପଦା ସହର ବାଘଡା ରୋଡ ଅଂଚଳ ମନ୍ତ୍ରୀ ଛକରେ ନିଆଁ ଲାଗି ଏକ ଔଷଧ ଦୋକାନ ଜଳି ଯାଇଛି । ଦୋକାନ ବନ୍ଦ ଥିବା ବେଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ସେପଟେ ଗଂଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱରପୁର ଗାଁର ଏକ ଖଳାରେ ନିଆଁ ଲାଗି ପାଉଁଶ ହୋଇଛି ୨୮ ବସ୍ତା ଧାନ । ଖଳାରେ ପାଳ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଧାନ ବସ୍ତା ଜଳି ଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗି ଶହ ଶହ କାଜୁ ଗଛ ଭସ୍ମୀଭୂତ । କେହି ଦୁର୍ବୃତ୍ତ ଜାଣିଶୁଣି କାଜୁ ଜଙ୍ଗଲକୁ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

from Kanak News
via <a href="https://ifttt.com/?

ସ୍ମାର୍ଟ ଆଡ୍ରେସ୍‌ ପଦ୍ଧତି ଆପଣାଇବ ବିଏମ୍‌ସି । ଘର ନମ୍ବରରୁ ମିଳିଯିବ ସବୁ ତଥ୍ୟ, ଆଧାର କାର୍ଡ ଭଳି କାମ କରିବ ସ୍ମାର୍ଟ ଆଡ୍ରେସ୍

ଏଣିକି ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମଳିବ ଗୋଟିଏ ସ୍ବତନ୍ତ୍ର ନମ୍ବର। ଆଉ କେବଳ ଘର ନମ୍ବରରୁ ହିଁ ମିଳିଯିବ ସବୁ ତଥ୍ୟ । ଠିକଣାକୁ ନେଇ ଆଉ ଦ୍ବନ୍ଦ୍ବ ରହିବ ନାହିଁ ବା ଠିକଣା ଖୋଜିବାକୁ କାହାକୁ ଅଧିକ କଷ୍ଟ କରିବାକୁ ପଡ଼ିବନି। ଏହି ସୁବିଧା ପୂରା ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି। ବିଏମ୍‌ସି ରାଜଧାନୀବାସୀଙ୍କୁ ଗୋଟିଏ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ନିଷ୍ପତ୍ତି ନେଇଛି। ଏହି ସ୍ମାର୍ଟ ଆଡ୍ରେସ୍‌ ଏକ ଆଧାର କାର୍ଡ ଭଳି କାମ କରିବ। ଏଥିପାଇଁ ଆଜିଠାରୁ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି।

ଆପଣ ଯଦି ଜୟଦୁର୍ଗା ନଗରରେ ରହୁଛନ୍ତି ଏବଂ ଘରର ଠିକଣା ଲେଖିଲା ବେଳେ ଆପଣଙ୍କ ନାମ ପରେ ଜୟଦୁର୍ଗା ନଗର, ପାଖରେ ଥିବା ଲ୍ୟାଣ୍ଡ ମାର୍କ, ଫ୍ଲାଟ୍‌ ନମ୍ବର କିମ୍ବା ପ୍ଲଟ୍‌ ନମ୍ବର, ପୋଷ୍ଟ ଅଫିସ୍‌, ପିନ୍‌ ନମ୍ବର ଲେଖୁଛନ୍ତି; ତେବେ ଆଗକୁ ତାହା ଲେଖିବାକୁ ପଡ଼ିବନି। କେବଳ ନିଜର ନାମ ପରେ ଜୟଦୁର୍ଗା ନଗର ଅଞ୍ଚଳ ପାଇଁ ଜେଡିଏନ୍‌, ଗଳି ବା ଷ୍ଟ୍ରିଟ୍‌ ନମ୍ବର ପାଇଁ ବିଏମ୍‌ସି ପକ୍ଷରୁ ମିଳିବାକୁ ଥିବା ଗୋଟିଏ ନମ୍ବର, ବିଏମ୍‌ସି ପକ୍ଷରୁ ମିଳିବାକୁ ଥିବା ଘର ନମ୍ବର ଏବଂ ସେହି ଅଞ୍ଚଳ ପାଇଁ ୟୁନିଟ ନମ୍ବର ଲେଖିବାକୁ ପଡ଼ିବ। ‌ଏତିକି ‌ଲେଖି ଦେଲେ କୋରିଅର, ଡାକ ଦ୍ବାରା ଆସୁଥିବା ଚିଠି କିମ୍ବା ଆପଣ ଅନଲାଇନ୍‌ରେ ମଗାଉଥିବା ସାମଗ୍ରୀ ଆସି ଆପଣଙ୍କ ଘରେ ପହଞ୍ଚିବ। ଏପରିକି ଯଦି ଆପଣଙ୍କ ନାମ ଲେଖି ନ ଥିବେ ତେବେ ବି କିଛି ଅସୁବିଧା ହେବନି। ଠିକଣାରେ ଲ୍ୟାଣ୍ଡମାର୍କ ଦେବାକୁ ପଡ଼ିବନି କି ପୋଷ୍ଟ ଅଫିସ୍‌ ଓ ପିନ୍ ନମ୍ବର ବି ଦେବାକୁ ପଡ଼ିବନି।

ଆଜି ବିଏମ୍‌ସିର ତିନିଟି ୱାର୍ଡରେ ଏହି ଡିଜିଟାଲ ଡୋର୍ ନମ୍ବରିଂ ଆରମ୍ଭ ହୋଇଛି। ଏଥିରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ୱାର୍ଡ ନଂ ୩୦‌ରେ ସହିଦନଗର ଭବାନୀ ମଲ୍‌ଠାରୁ, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୱାର୍ଡ ନଂ ୨୩ରେ ଆମ୍ରି ହସ୍ପିଟାଲଠାରୁ ଏବଂ ଉତ୍ତର ଜୋନ୍‌ରେ ୱାର୍ଡ ନଂ ୬ରେ କିଟ୍‌ ବିଶ୍ବବିଦ୍ୟାଳୟ ଅଞ୍ଚଳରୁ ଏହି ସର୍ଭେ ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ ଏହି ଡିଜିଟାଲ୍‌ ଡୋର୍‌ ନମ୍ବରିଂ ଏବଂ ସ୍ମାର୍ଟ ଆଡ୍ରେସ୍‌ ପଦ୍ଧତି ଆରମ୍ଭ ହୋଇଥିବାବେଳେ ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୩୧ ମଧ୍ୟରେ ପୂରା ରାଜଧାନୀରେ ଏହି ସର୍ଭେ ହେବ ବୋଲି ବିଏମ୍‌ସିର ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ, ଡିଜିଟାଲ୍‌ ଡୋର୍‌ ନମ୍ବରିଂ ହୋଇଗଲେ ଲୋକଙ୍କୁ ଏକ ସ୍ମାର୍ଟ ଠିକଣା ମିଳିବ। କେବଳ ଘର ନମ୍ବର ଦେଇଦେଲେ ସବୁ ସୁବିଧା ମିଳିଯିବ। ଆଧାରକାର୍ଡ ଭଳି ଏହା କାମ କରିବ। ଏହି ଡିଜିଟାଲ୍‌ ଡୋର୍‌ ନମ୍ବରିଂ ଯେପରି ସଫଳ ହେବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିରେ ଓକାକ୍‌ଠାରୁ ଭୁବନେଶ୍ବରର ମାନଚିତ୍ର ସଂଗ୍ରହ କରାଯାଇଛି। ଅମୀନ, ୱାର୍ଡ ଅଫିସର ଓ ଜୋନାଲ ଡେପୁଟି କମିସନରଙ୍କ ସହାୟତାରେ ବିଭିନ୍ନ ଅଞ୍ଚଳର ନକ୍ସା ପ୍ରସ୍ତୁତ କରିବା ସହ ବିଭିନ୍ନ ଅଞ୍ଚଳର କୋଡ୍‌ ପ୍ରସ୍ତୁତ କରାଯାଇଛି। ଏବେ ଡିଜିଟାଲ ଡୋର୍‌ ନମ୍ବରିଂ କରୁଥିବା ସଂସ୍ଥା ନବଯୁଗ ସ୍ପେସିଆଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ର ସଦସ୍ୟମାନେ ଘରକୁ ଘର ବୁଲି ଘର ମାଲିକଙ୍କ ନାମ, ଅଞ୍ଚଳ, ବିଦ୍ୟୁତ ସଂଯୋଗର ବିବରଣୀ, ଫୋନ୍‌ ନମ୍ବର, ଘର ‌କେତେ ମହଲା, ଆପାର୍ଟମେଣ୍ଟ ହୋଇଥିଲେ ଘର ସଂଖ୍ୟା ଇତ୍ୟାଦି ସଂଗ୍ରହ କରିବେ ଏବଂ ଜିଓ ଟ୍ୟାଗିଂ ଆଧାରରେ ଗୃହ ସମ୍ପତ୍ତିର ବିବରଣୀକୁ ସ୍ମାର୍ଟ ଆଡ୍ରେସ୍‌ ସର୍ଭରରେ ଏଣ୍ଟ୍ରି କରିବେ। ଏହାପରେ ସ୍ମାର୍ଟ ଆଡ୍ରେସ୍‌ ପ୍ରସ୍ତୁତ ହେବ। ଆଉ ଘର ସମ୍ମୁଖରେ ଏକ ପ୍ଲେଟ୍‌ରେ ଘରର ଠିକଣା ଲେଖାଯିବ। ଏଥିରେ ଏକ କ୍ୟୁଆର୍‌ କୋଡ୍‌ ରହିବ। ଯାହାକୁ ସ୍କାନ୍‌ କଲେ ଅଧିକ ତଥ୍ୟ ମିଳିବ। ଏବେ ଏକ ଅସ୍ଥାୟୀ କାର୍ଡ ଲଗାଯିବ। ସର୍ଭେ ଶେଷ ହେବା ପରେ ସ୍ଥାୟୀ ଠିକଣା ପ୍ଲେଟ୍‌ ଲାଗିବ।

ରାଜଧାନୀରେ ଘର ନମ୍ବର ଜିଓ ଟ୍ୟାଗିଂ ହୋଇଗଲେ, ଜିପିଏସ୍‌ ଟ୍ରାକିଂ କରି ଜଣକ ଘରେ ପହଞ୍ଚିବା ସହଜ ହେବ। ସ୍ମାର୍ଟ ଆଡ୍ରେସ୍ ଓ ଘର ନମ୍ବରିଂ ପ୍ରକ୍ରିୟା ଶେଷ ହେଲେ ଏହାର ତଥ୍ୟ ପୋଷ୍ଟ ଅଫିସ୍‌ ଏବଂ ବିଭିନ୍ନ ସଂସ୍ଥାକୁ ଦିଆଯିବ। ଏହାଦ୍ବାରା ଲୋକଙ୍କର ନୂଆ ଠିକଣା ଅନୁଯାୟୀ ସବୁ କାରବାର ହେବ। ଏପରିକି ବିଏମ୍‌ସି ଘରର ନିର୍ମାଣ ଅନୁଯାୟୀ ହୋଲଡିଂ ଟିକସ ବି ଆଦାୟ କରିବା ସହଜ ହେବ।

from Kanak News
via <a href="https://ifttt.com/?

ନିର୍ମଳାଙ୍କ ବଜେଟରେ ବନ୍ଦରକୁ ଫୋକସ୍ : କୋଚି,ଚେନ୍ନାଇ ବିଶାଖାପାଟଣା ସହ ପାରାଦୀପ ଓ ପେଟୁଆ ଘାଟରେ ମାଛ ଧରା ପୋତାଶ୍ରୟର ହେବ ବିକାଶ

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ କ୍ଷେତ୍ରକୁ ଅଧିକ ଋଣ ଦିଆଯିବ। ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୩୩% ଅଧିକ ଟଙ୍କା ଅର୍ଥାତ ୪୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଲଘୁ ଜଳସେଚନ ପାଣ୍ଠିକୁ ଦ୍ବିଗୁଣିତ କରାଯାଇଛି। ନାବାର୍ଡ ଅଧୀନରେ ୫୦୦୦ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯିବ।

ପରବର୍ତ୍ତୀ ସମୟରେ ଏଥିପାଇଁ ଆଉ ୫୦୦୦ କୋଟି ଟଙ୍କା ଦିଆଯିବ। ଟପସ୍ ସ୍କିମ୍‌ରେ ଆଉ ୨୨ ପ୍ରକାର ନଷ୍ଟ ହୋଇଯାଉଥିବା ସାମଗ୍ରୀ ଅନ୍ତର୍ଭୁକ୍ତ କରାଯିବ । ଇ-ନାମ୍ ସହିତ ଆଉ ୧୦୦୦ଟି ମଣ୍ଡିକୁ ଯୋଡ଼ାଯିବ। ଏପିଏମ୍‌ସିଗୁଡ଼ିକ କୃଷି ଭିତ୍ତିଭୂମି ପାଣ୍ଠିରୁ ଟଙ୍କା ଆଣି ନିଜର ଭିତ୍ତିଭୁମି ଦୃଢ଼ କରିପାରିବେ। କୋଚି, ଚେନ୍ନାଇ, ବିଶାଖାପାଟଣା‌, ପାରାଦୀପ ଓ ପେଟୁଆଘାଟରେ ପାଞ୍ଚଟି ପ୍ରମୁଖ ଫିସିଂ ହାର୍ବର  ବିକଶିତ କରାଯିବ। ଏହା ବ୍ୟତୀତ ନଦୀ ଓ ଜଳପଥ କୂଳରେ ମଧ୍ୟ ଇନ୍‌ଲ୍ୟାଣ୍ଡ୍‌ ଫିସିଂ ହାର୍ବର ଓ ଫିସ୍‌-ଲ୍ୟାଣ୍ଡିଂ ସେଣ୍ଟର୍‌ ସ୍ଥାପନ କରିବାର ପ୍ରସ୍ତାବ ରହିଛି। ତାମିଲନାଡୁରେ ଏକ ମଲ୍‌ଟି-ପରପସ୍ ସିୱିଡ୍ ପାର୍କ ସ୍ଥାପନ କରାଯିବ।

from Kanak News
via <a href="https://ifttt.com/?

ଆରଟିଓରେ ଲମ୍ବା ଧାଡ଼ି କମାଇବାକୁ ପରିବହନ ବିଭାଗର ପ୍ରୟାସ : ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ସହ ବୁଝାବଣା; ଧାଡ଼ିରେ ଛିଡ଼ା ନହୋଇ ଚେୟାରରେ ବସିବେ ଆବେଦନକାରୀ

କନକ ବ୍ୟୁରୋ : ଏଣିକି ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଫିସମାନଙ୍କରେ ଆଉ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ । ଚୌକିରେ ଲୋକେ ବସିରହିବେ, ସେମାନଙ୍କ ସବୁ କାମ ସୁରୁଖୁରୁରେ ହେବ । ବଡ଼ ଡିସପ୍ଲେ ସ୍କ୍ରିନରେ ସେମାନଙ୍କ କାମ କେତେ ବାଟ ଆଗେଇଛି, କେତେବେଳେ ଶେଷ ହେବ ସେ ସୂଚନା ଜାରି କରାଯିବ । ଫଳରେ ଡ୍ରାଇଭିଂ ଲାଇସେନନ୍ସ ପାଇଁ ସ୍ଲଟ ବୁକିଂ ହେଉ କି ଚାଲଣ କାଟିବା ଓ ଅନ୍ୟାନ୍ୟ ସେବା ସହଜରେ ମିଳିପାରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପରିବହନ କର୍ତୃପକ୍ଷ ଓ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।

ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨ କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ପାଇଁ ଯୋଜନା ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର-୧, କଟକ, ଗଂଜାମ, ପୁରୀ, ଭୁବନେଶ୍ୱର ଆରଟିଓ ୨ରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ । ରାଜ୍ୟ ସରକାରଙ୍କ ୫ଟି ଅଧିନରେ ଲୋକଙ୍କୁ ଏଭଳି ସୁବିଧା ମିଳିପାରିବ । ଏହା ଦ୍ୱାରା ଆରଟିଓ ଅଫିସରେ ଘଂଟା ଘଂଟା ଧାଡ଼ିରେ ଠିଆ ହେଉଥିବା ଲୋକଙ୍କୁ ଆଉ କଲବଲ ହେବାକୁ ପଡ଼ିବ ନାହିଁ ।

ସାଧାରଣ ‌ଲୋକ ସହଜରେ ଅନଲାଇନରେ ନିଜର ସ୍ଲଟ ବୁକିଂ କରିବା ସହିତ ସିଧାସଳଖ ମଧ୍ୟ ବୁକିଂ କରିପାରିବେ। ଡ୍ରାଇଭିଂ ଲାଇସେନସ ଓ ଅନ୍ୟ ଗାଡି କାଗଜପତ୍ର ପାଇଁ ଲୋକଙ୍କୁ ଏହି ଉନ୍ନତମାନର ସୁବିଧା ଉପଲବ୍ଧ ହେବ। ଆରଟିଓ ଅଫିସ ଆସୁଥିବା ଲୋକ ଅଫିସରେ ପଡିଥିବା ଚେୟାରରେ ବସି ଅପେକ୍ଷା କରିବେ। ସେମାନେ ବସିଥିବା ବେଳେ ସ୍କ୍ରିନରେ ସେମାନଙ୍କ ନାମ ଓ ଟୋକନ ନମ୍ବର ଦେଖିପାରିବେ। ଏପରିକି ସେମାନଙ୍କ କାମ ସରିବାକୁ ଆଉ କେତେ ସମୟ ଲାଗିବ, ପ୍ରତୀକ୍ଷାଳୟରେ ବସି ସେମାନେ ତାହା ଜାଣିପାରିବେ। ସମୟ ସମୟରେ ସେମାନଙ୍କ କାର୍ଯ୍ୟ କେତେ ବାଟ ଗଲା ତହାର ସୂଚନା ଦିଆଯିବ। ଏହାଦ୍ବାରା ଆରଟିଓ ଅଫିସରେ ସେବା‌ର ମାନ ବୃଦ୍ଧି ପାଇବ। ସମସ୍ତ ସେବା, ଡ୍ରାଇଭିଂ ଲାଇସେନସ, ଚାଲାଣ କାଟିବା ମଧ୍ୟ ସହଜ ହେବ।

from Kanak News
via <a href="https://ifttt.com/?

ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ : ମାଲକାନଗିରିରୁ ବିହାରକୁ ହେଉଥିଲା ଚୋରା ଚାଲାଣ

କନକ ବ୍ୟୁରୋ : ଗଂଜେଇ ଚୋରା ଚାଲାଣକାରୀଙ୍କ ହାତରେ ବିରଳ କସ୍ତୁରୀ । ମାଲକାନଗିରି ଠାରୁ ସୁଦୁର ବିହାରକୁ ହେଉଥିଲା ଚୋରା ଚାଲାଣ । ଆଉ ମାଫିଆଙ୍କୁ ସହଯୋଗ କରୁଥିଲେ ପୁଲିସ କର୍ମଚାରୀ । ଏମ୍ଭି – ୭୯ ପୁଲିସ ପାଟ୍ରୋଲିଙ୍ଗ ସମୟରେ ଗୋଟିଏ ଟ୍ରାକକ୍ଟର ବୋଝେଇ ଗଂଜେଇ ଜବତ କରିବା ସହ ପଛରେ ଆସୁଥିବା କାରରୁ ଦୁଇଟି ବିରଳ କସ୍ତୁରୀକୁ ଜବତ କରିଛି । ସମ୍ଭବତଃ ମାଲକାନଗିରି ଜିଲ୍ଲାରୁ ବିରଳ କସ୍ତୁରୀ ମୃଗକୁ ହତ୍ୟା କରାଯାଇ ଏହି କସ୍ତୁରୀକୁ ସଂଗ୍ରହ କରାଯାଇଥିଲା ।

ବନ ବିଭାଗ ଏହି ବିରଳ କସ୍ତୁରୀ ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଏହାର ମୁଲ୍ୟ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ହବ ବୋଲି ଜଣା ପଡିଛି । କାରଣ ବଜାରରେ ୧୦ ଗ୍ରାମ କସ୍ତୁରୀ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି । ସେହିପରି ଜବତ ଗଂଜେଇର ମୁଲ୍ୟ ଏକ କୋଟି ହବ ବୋଲି ଜଣା ପଡିଛି । କାଲିମେଳା ଥାନାର ଜଣେ ହୋମଗାର୍ଡ ଓ ଜଣେ ମହିଳା ସମେତ ୮ ଜଣଙ୍କୁ ଗିରଫ କରି କରାଯାଇଥିବା ସୁଚନା ଦେଇଛନ୍ତି ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ୱିବେଦୀ ।

from Kanak News
via <a href="https://ifttt.com/?

ହାଇୱେ ପେଟ୍ରୋଲିଂ ସେବାକୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଗଞ୍ଜାମର ଏନ୍‌ଏଚ୍‌-୧୬ରେ ନଜର ରଖିବ ୪ ଗାଡ଼ି

କନକ ବ୍ୟୁରୋ : ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା, ଧନଜୀବନ ରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ଦୁର୍ଘଟଣା ଘଟିଲେ ଆହତଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ସହ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସତର୍କ ନଜର ରଖିବା ବ୍ୟବସ୍ଥା ହୋଇଛି । ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁ ହ୍ରାସ ଏହାର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଛତିଶଗଡ଼ ସୀମାନ୍ତରୁ ଓଡିଶା ରାଜ୍ୟ ଶେଷ ସୀମାନ୍ତର ୧୮ ଜିଲ୍ଲାର ଜାତୀୟ ଓ ରାଜ୍ୟ ରାଜପଥ ଗୁଡ଼ିକ ପାଇଁ ୩୬ଟି ହାଇଓ୍ବେ ପାଟ୍ରୋଲିଂ ଗାଡ଼ିକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୩୬ଟି ହାଇଓ୍ବେ ପାଟ୍ରୋଲିଂ ଗାଡ଼ି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅଧୀନରେ ୪ଟି ପାଟ୍ରୋଲିଂ ଗାଡ଼ି ରହିଛି । ଗଞ୍ଜାମ ଜିଲ୍ଲାରେ ଖୋର୍ଦ୍ଧା-ଗଞ୍ଜାମ ସୀମାନ୍ତ ଠାରୁ ରମ୍ଭା, ରମ୍ଭା–ଛତ୍ରପୁର, ଛତ୍ରପୁର-ମାଣ୍ଡିଆପଲ୍ଲି ଏବଂ ଗୋପାଳପୁର- ଗିରିସୋଲା ଜାତୀୟ ରାଜପଥରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ଏହି ୪ ଟି ଗାଡ଼ି ନିୟୋଜିତ ହୋଇଛି ।

ଗଞ୍ଜାମ ପୁଲିସ ଜିଲ୍ଲାର ୩ଟି ପାଟ୍ରୋଲି ଗାଡ଼ିରେ ଡ୍ୟୁଟି ଲାଗି ୧୦ ଜଣ ଅଫିସର ଏବଂ ୧୮ ଜଣ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଛି ବୋଲି ଗଞ୍ଜାମ ଏସ୍‌.ପି. ବ୍ରିଜେଶ୍ କୁମାର ରାଏ କହିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୁଲିସ ରିଜର୍ଭ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍‌.ପି. ଶ୍ରୀ ରାଏଙ୍କ ସମେତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଗଞ୍ଜାମ ଆର୍‌ଟିଓ ବିକାଶ ଚନ୍ଦ୍ର ଚୌଧୂରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଓ ବିଜୟ କୁମାର ମଲ୍ଲିକ, ଡିଆଇବି ଡିଏସ୍‌ପି ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ, ହାବିଲଦାର ଓ କନଷ୍ଟେବଲ ସଂଘ ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସଂପାଦକ ବ୍ରଜ ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ମାଣ୍ଡିଆପଲ୍ଲୀ ଛକ ଠାରେ ହାଇୱେ ପାଟ୍ରୋଲିଂର ଶୁଭାରମ୍ଭ କରା ଯାଇଥିଲା । ଏଥିଲାଗି ଗୋଟିଏ ପାଟ୍ରୋଲିଂ ଗାଡ଼ି ମିଳିଛି । ଏଥିରେ ଜଣେ ଅଫିସର ଓ ୪ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି । ଗୋପାଳପୁର-ଗିରସୋଲା ମଧ୍ୟରେ ଜାତୀୟ ରାଜପଥରେ ଏହା ପାଟ୍ରୋଲିଂ କରିବ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଉପସ୍ଥିତ ହେଲା । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦେଇ ଜାତୀୟ ରାଜପଥ-୧୬ ଯାଇଛି । ଏହା ଖଲ୍ଲିକୋଟ ନାରାୟଣୀ ଠାରୁ ଆନ୍ଧ୍ର ସୀମାନ୍ତ ଗିରଶୋଲା ପର୍ଯ୍ୟନ୍ତ ଲମ୍ବିଛି ।

from Kanak News
via <a href="https://ifttt.com/?

ଆସନ୍ତା ୧୮ରୁ ରାଜ୍ୟ ବିଧାନସଭାର ବିଜେଟ ଅଧିବେଶନ : ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନ । ପ୍ରତିବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ପାଇଁ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବଜେଟ୍‌ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ବର୍ଷକର ଉପଲବ୍ଧି ନେଇ ଗୃହରେ ଅଭିଭାଷଣ ରଖିବେ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରି ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ଗୃହରେ ବଜେଟ୍‌ ଆଗତ କରିବେ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍‌ ଗୃହରେ ପାରିତ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୧୮ରୁ ୨୭ ତାରିଖ ୯ ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଏପ୍ରିଲ ୯ ତାରିଖ ୨୨ ଦିନ ପାଇଁ ଚାଲିବାକୁ ଧାର୍ଯ୍ୟ କରାଯାଇଛି । ଫେବ୍ରୁଆରି ୨୫, ୨୬ ଓ ୨୭ ତାରିଖ ବଜେଟ୍‌ ଉପରେ ସାଧାରଣ ଆଲୋଚନା କରାଯାଇ ମାର୍ଚ୍ଚ ମାସ ୧୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯିବ। ୧୨ ତାରିଖରେ ଗୃହରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବା ପରେ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା କରାଯିବ। ମୋଟ ୩୧ ଦିନିଆ ଅଧିବେଶନରେ ୪ ଦିନ ବେସରକାରୀ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି ।

from Kanak News
via <a href="https://ifttt.com/?

ଫେବ୍ରୁଆରି ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା : ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା

କନକ ବ୍ୟୁରୋ : ଫେବ୍ରୁଆରି ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବ୍ରୁଆରି ୮ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ପାଠ ପଢା । ଯାହା ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ । ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟା ୩୦ ମିନିଟରୁ ଦିନ ୧୦ଟା ୩୦ ମିନିଟ ଯାଏଁ ପାଠ ପଢାହେବ । ଦୁଇ ଘଂଟାରେ ୩ଟି ପିରିୟଡରେ ପାଠପଢ଼ା ହେବ ।

ଏହି ସମୟରେ ଛାତ୍ରଛାତ୍ରୀଙ୍କୁ କୌଣସି ସାମୟିକ ବିରତି ଦିଆଯିବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ଦିନ ହେବ । ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲା ୟୁନିଟ୍ ଟେଷ୍ଟ ଦେବେ । ଏପ୍ରିଲ୍ ଶେଷ ସପ୍ତାହରେ ହେବ ବାର୍ଷିକ ପରୀକ୍ଷା । ସେପଟେ ପୂର୍ବ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ରବିବାର ଦିନ ମଧ୍ୟ ଜାରି ରହିବ । ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଦିନ ୧୧ଟାରୁ ଅପରାହ୍ଣ ୪ଟା ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ୭ଟି କ୍ଲାସ ହେବ । ଦିନ ଗୋଟାଏ ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ଅଧଘଂଟା ଖେଳଛୁଟି ବା ବିରତି ରହିବ ।

ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ପୂର୍ବଭଳି ଜାରି ରହିବ ଏବଂ ରବିବାର କ୍ଲାସ ହେବ। ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପରିଅଡ୍‌ କ୍ଲାସ୍‌ କରାଯିବ। ଅପରାହ୍‌ଣ ୧ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଛୁଟି ହେବ। ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ। ସିଫ୍ଟ ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ରିପୋର୍ଟିଂ କରିବେ। ପିରିଅଡ୍‌ଗୁଡ଼ିକର ଆଲଟ୍‌ମେଣ୍ଟ ଏମିତି ହେବ, ଯେମିତି ପ୍ରଥମ ସିଫ୍ଟରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଲାସ୍‌ ଅପରାହ୍‌ଣ ସାଢ଼େ ୧ଟା ସୁଦ୍ଧା ସରିବ। ଦ୍ବିତୀୟ ସିଫ୍ଟର ଶିକ୍ଷକ/ଶିକ୍ଷୟିତ୍ରୀ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ।

ଏପଟେ ଯୁକ୍ତ ୨ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପରୀକ୍ଷା ପାଇଁ ଫର୍ମ ପୂରଣ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରେଗୁଲାର୍ ଓ ପତ୍ର ବିନିମୟ ପାଠ୍ୟକ୍ରମ ଲାଗି ଫେବ୍ରୁଆରୀ ୧୨ ତାରିଖରୁ ଫେବ୍ରୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ଅନଲାଇନରେ ଫର୍ମ ଫିଲପ୍ କରିପାରିବେ ଛାତ୍ରଛାତ୍ରୀ । ତେବେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ୬ ତାରିଖରୁ ୧୨ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

from Kanak News
via <a href="https://ifttt.com/?

ଭଗବାନଙ୍କ ଭରସାରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ ! ନାହିଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବିପଦରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶହଶହ ରୋଗୀ, ନବଜାତକଙ୍କ ଜୀବନ

ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ୍‌ ହସ୍ପିଟାଲର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଦିନେ କି ମାସେ ନୁହେଁ, ବର୍ଷ ବର୍ଷ ଧରି ହସ୍ପିଟାଲର ଏହି ପ୍ରମାଣପତ୍ର ନାହିଁ। ରାଜଧାନୀ ସମେତ ଉପକଣ୍ଠ ଓ ଖୋର୍ଧା ଜିଲ୍ଲାରୁ ଦୈନିକ ଶହଶହ ରୋଗୀ, ନବଜାତକ ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ସେମାନଙ୍କ ଜୀବନ ବିପଦରେ। ଏକାଧିକ ବିଭାଗ ଏବେ ବିପଦସଂକୁଳ ଅବସ୍ଥାରେ ରହିଛି। କହିବାକୁ ଗଲେ କେବଳ ଭଗବାନଙ୍କ ଭରସାରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ। ଯଦି ହସ୍ପିଟାଲରେ କୌଣସି ଅଘଟଣ ଘଟେ, ତାହେଲେ ଏଥିପାଇଁ କିଏ ଦାୟୀ ରହିବ?

ଗୋଟିଏ ପଟେ କ୍ୟାପିଟାଲ ହସ୍ପିଟାଲକୁ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍‌ ବା ପିଜିଆଇରେ ପରିଣତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଛି। ହେଲେ ପୁରୁଣା ହସ୍ପିଟାଲ ଉପରେ କାହାରି ନିଘା ନାହିଁ। ସ୍ବାସ୍ଥ୍ୟ ବିଭାଗର ଯେ କୌଣସି କାର୍ଯ୍ୟର ଉଦ୍‌ଘାଟନ କ୍ୟାପିଟାଲ ହସ୍ପିଟାଲରୁ ହିଁ ଆରମ୍ଭ ହେଉଛି। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବଙ୍କ ପର୍ଯ୍ୟନ୍ତ ହସ୍ପିଟାଲକୁ କାର୍ଯ୍ୟକ୍ରମର ଉଦ୍‌ଘାଟନ ସମୟରେ ଆସୁଛନ୍ତି। ହେଲେ ପରବର୍ତୀ ଦିନଗୁଡ଼ିକରେ ହସ୍ପିଟାଲରେ କ’ଣ ଚାଲିଛି ତାହାକୁ ଦେଖିବା ଲାଗି କେହି ନାହିଁ। ଅନେକ ସମୟରେ ରାଜଧାନୀ ଓ କଟକର ଘରୋଇ ହସ୍ପିଟାଲରେ ଘଟୁଥିବା ବଡ଼ ଅଘଟଣକୁ ଦେଖି ଏଠି ସେମିତି କିଛି ଘଟିସାରୁ ବୋଲି ଚାହିଁ ରହିଛି କ୍ୟାପିଟାଲ ହସ୍ପିଟାଲ।

କଟକର ସନ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଅନ୍ୟ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛି। କ୍ୟାପିଟାଲ ହସ୍ପିଟାଲକୁ ରାଜଧାନୀ ସମେତ ଆଖପାଖ ଜିଲ୍ଲାରୁ ଶହଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଦିନକୁ ଦିନ ହସ୍ପିଟାଲର କଳେବର ବଢ଼ି ଚାଲିଛି। ନୂଆ ନୂଆ ବିଭାଗ ଯୋଡ଼ି ହେଉଛି ହସ୍ପିଟାଲରେ। ବିଦ୍ୟୁତ୍ ବିନା ଅତ୍ୟାଧୁନିକ ଯନ୍ତ୍ରପାତି କାର୍ଯ୍ୟ କରିବା ଅସମ୍ଭବ। ହେ‌ଲେ ହସ୍ପିଟାଲରେ ଅଗ୍ନି ନିରାପତ୍ତାର ଗ୍ୟାରେଣ୍ଟି ନାହିଁ। ହସ୍ପିଟାଲରେ ଲାଗିଥିବା ସ୍ମୋକ୍ ଡିଟେକ୍ଟର କାମ କରୁନାହିଁ କି ସ୍ପ୍ରିଙ୍କଲର ମଧ୍ୟ ବୁଲୁନି। କେବଳ ଅଗ୍ନି ନିର୍ବାପକ ଯନ୍ତ୍ରର ନବୀକରଣ କରାଯାଇଛି। ହସ୍ପିଟାଲର ଏମ୍‌ସିଏଚ୍‌, ଆଇସିୟୁ, ଏସ୍ଏନ୍‌ସିୟୁ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ସ୍ଥିତି ବିପଦପୂର୍ଣ୍ଣ ରହିଛି। ଏଭଳି ପରିସ୍ଥିତିରେ କେବଳ ହସ୍ପିଟାଲ ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର ଯଥେଷ୍ଟ କି?

ସୂଚନା ଅନୁସାରେ, ଶେଷଥର ଲାଗି କ୍ୟାପିଟାଲ ହସ୍ପିଟାଲକୁ ୨୦୧୨/୧୩ ମସିହାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମିଳିଥିଲା। ଏହା ଭିତରେ ଅନେକ ବର୍ଷ ବିତି ଗଲାଣି। ଯେତେବେଳେ କୌଣସି ଏକ ଅଘଟଣ ଘଟୁଛି, ସେତେବେଳେ ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ତତ୍ପରତା ଦେଖାଉଛନ୍ତି। ମାତ୍ର ପରବର୍ତୀ ସମୟରେ ସମସ୍ତେ ଏକଥା ଭୁଲି ଯାଉଛନ୍ତି। କାହିଁକି ଏଯାଏ ପ୍ରମାଣପତ୍ର ମିଳିନାହିଁ, କେହି ଏ ପ୍ରଶ୍ନର ଉତ୍ତର ଦେଇ ପାରୁନାହାନ୍ତି। କେବେ ମିଳିବ ତାହା ମଧ୍ୟ କହିପାରୁନାହାନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଅଗ୍ନି ନିରାପତ୍ତା ପ୍ରମାଣପାତ୍ର ପାଇଁ ଅଗ୍ନିଶମ ସେବା ସଂସ୍ଥାକୁ ଚିଠି ଲେଖାଯାଇଛି। ମାତ୍ର ଏ ଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଖୁବ୍‌ଶୀଘ୍ର ସେମାନେ ସମୀକ୍ଷା କରିବା ଲାଗି ଆସିପାରନ୍ତି ବୋଲି କୁହାଯାଉଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started