ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : ମୁଖ୍ୟ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେବ ପୁଲିସ; ୩ ଦିନିଆ ରିମାଣ୍ଡ ପରେ ମୃତ୍ୟୁ ପଛର ଖୋଲିବ ଗୁମର

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରକେଶ ସ୍ୱାଇଁକୁ ଆଜି ରିମାଣ୍ଡରେ ନେବ ପୁଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଯାଜପୁର କୁଆଖିଆ ଥାନା ପୁଲିସ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇ ରାକେଶକୁ ପଚରାଉଚରା କରିବ । ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଜେରା କରିବ ।

ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ ମଧ୍ୟ କରିପାରେ । ଝରାଫୁଲ-ରାକେଶ ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି ? ସେହି ଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇ ଥିଲେ କି ? ସେ ଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କଣ ଘଟିଥିଲା, ସେବାବଦରେ ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ ପୁଲିସ ।

ତେବେ ପୁଲିସ ଗେଷ୍ଟହାଉସରେ ତଦନ୍ତ କରିବା ସମୟରେ ଅନେକ ତଥ୍ୟ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି । ରାକେଶ ପୂର୍ବରୁ ମଧ୍ୟ ସେହି ଗେଷ୍ଟହାଉସକୁ ଆସିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏ ସମ୍ପର୍କରେ ଗେଷ୍ଟହାଉସ କର୍ମଚାରୀ ପୁଲିସ ଆଗରେ କିଛି ପ୍ରକାଶ କରୁନାହାନ୍ତି । ସେହିପରି ୨୬ ତାରିଖ ରାତିରେ ରାକେଶ ଖାଦ୍ୟ ବା ଅନ୍ୟ ସାମଗ୍ରୀ ଗେଷ୍ଟହାଉସକୁ ଆଣିଥିଲେ କି ନାହିଁ ସେ ସଂପର୍କରେ କୌଣସି କର୍ମଚାରୀ ମୁହଁ ଖୋଲୁନାହନ୍ତି । ପୁଲିସ ତଦନ୍ତ ପାଇଁ ପହଞ୍ଚିବା ପୂର୍ବରୁ ରୁମ୍‌କୁ ସଫା କରି ଦିଆ ଯାଇଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେବା ସହ ଅନେକ ପ୍ରମାଣ ନଷ୍ଟ କରି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଏବେ କେବଳ ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଉପରେ ଭରସା କରିଛି ତଦନ୍ତକାରୀ ଟିମ୍ ।

from Kanak News
via <a href="https://ifttt.com/?

ପୁଣି ତେଜିଲା ଚାଷୀ ଆନ୍ଦୋଳନ : କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ ଡାକରା

କନକ ବ୍ୟୁରୋ : ପୁଣି ତେଜିଲା ଚାଷୀ ଆନ୍ଦୋଳନ । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତା ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ କରିବେ କୃଷକ । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀକରି ଭାରତୀୟ କିଷାନ୍ ସଂଘ (ଆର୍) ପକ୍ଷରୁ କୁହାଯାଇଛି ଯେ, ଦେଶର ସବୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ୩ ଘଂଟା ଧରି ବନ୍ଦ କରି ରଖାଯିବ ।

ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଗତକାଲି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଇଂଟରନେଟ୍ ସେବାରେ କଟକଣା ଏବଂ କ୍ୟାରିକେଟ୍ ଲଗାଇ ରାସ୍ତା ବନ୍ଦ କରିଥିଲା ଦିଲ୍ଲୀ ପୁଲିସ୍ । ଆଉ ଏହା ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି । ଏପଟେ ଦିଲ୍ଲୀର ପ୍ରବେଶ ପଥ ଗୁଡ଼ିକରେ ଏବେ ବି ଚାଷୀ ଆନ୍ଦୋଳନରେ ବସିଛନ୍ତି । ଆଉ ଆଗାମୀ ୬ ତାରିଖ ଦିଆଯାଇଥିବା ବିକ୍ଷୋଭରେ ସାରା ଦେଶର ଚାଷୀ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।

ସେପଟେ, ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ଧାରଣାର କେନ୍ଦ୍ରସ୍ଥଳ ଭାବେ ପରିଚିତ ସିଙ୍ଘୁ, ଗାଜିପୁର ଓ ଟିକ୍ରି ଆଦି ନୂଆଦିଲ୍ଲୀର ସୀମାନ୍ତ ସ୍ଥାନମାନଙ୍କରେ ବନ୍ଦ ଥିବା ଇଣ୍ଟରନେଟ୍‌ ସେବା ଆଗାମୀ ଶନିବାର ଯାଏଁ ବନ୍ଦ ରହିବ ବୋଲି ଜଣାଯାଇଛି। ଚାଷୀମାନଙ୍କ ଆନ୍ଦୋଳନ ଦିନକୁ ଦିନ ହିଂସାତ୍ମକ ମୋଡ଼ ନେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ଶନିବାର ସଂପୃକ୍ତ ସ୍ଥାନମାନଙ୍କରେ ମାତ୍ର ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ କରିଥିଲେ।

from Kanak News
via <a href="https://ifttt.com/?

ଡିସେମ୍ବରରେ ଭାରତ ଛାଡ଼ିବ ପ୍ରଥମ ମାନବବିହୀନ ମହାକାଶ ଯାନ । କରୋନା କଟକଣା ପାଇଁ ଗତବର୍ଷ ଏଥିରେ ବ୍ରେକ୍ ଲାଗିଥିଲା

ଚଳିତବର୍ଷ ଡିସେମ୍ବର ମାସରେ ହିଁ ଭାରତ ତାହାର ପ୍ରଥମ ମାନବବିହୀନ ମହାକାଶ ଯାନ ଛାଡ଼ିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ୍‌ ଅଭିଭାଷଣରେ ସୂଚନା ଦେଇଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ‘ଗଗନଯାନ’ ପ୍ରକଳ୍ପ ଅନ୍ତର୍ଗତ ମହାକାଶକୁ ଛାଡ଼ିବାକୁ ଥିବା ମାନବଯୁକ୍ତ ଯାନର ଯାତ୍ରାକୁ ତ୍ରୁଟିହୀନ କରିବା ଲାଗି ତାହା ପୂର୍ବରୁ ଦୁଇ ଥର ଏପରି ମାନବରହିତ ଯାନ ପଠେଇବାର କାର୍ଯ୍ୟକ୍ରମ ରହିଛି। ଏପରି ଯାନର ପ୍ରଥମ ଯାତ୍ରା ଗତ ଡିସେମ୍ବର ମାସରେ ହେବାକୁ ଥିଲା ବେଳେ ମହାମାରୀ କୋଭିଡ୍‌ ପାଇଁ ଏହାର ଯାତ୍ରାକୁ ବର୍ଷଟିଏ ଘୁଞ୍ଚାଇ ଦିଆଯାଇଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨୦୧୮ ମସିହା ସ୍ବାଧୀନତା ଦିବସ ଅଭିଭାଷଣରେ ‘ଗଗନଯାନ’ ଅଭିଯାନ ସମ୍ପର୍କରେ ଘୋଷଣା କରିଥିଲେ। ୨୦୨୨ରେ ଦେଶ ଏହାର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ତିନିଜଣିଆ ମହାକାଶଚାରୀ ଦଳ ୫ରୁ ୭ ଦିନ ପାଇଁ ମହାକାଶ ଯାତ୍ରା କରିବେ ବୋଲି ସେ ସୂଚନା ଦେଇଥିଲେ। ତଦନୁସାରେ ଚାରି ଜଣ ଭାରତୀୟ ମହାକାଶଚାରୀ ସମ୍ପ୍ରତି ରୁଷିଆରେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ସୀତାରମଣ କହିଛନ୍ତି।

from Kanak News
via <a href="https://ifttt.com/?

ଆଜିଠାରୁ ଗୁରୁବାର ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରି ବଢ଼ିବା ସଂଭାବନା : ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା କମିବାର ପୂର୍ବାନୁମାନ

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ଆସନ୍ତା ଗୁରୁବାର ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରି ବଢ଼ିବାର ସଂଭାବନା ରହିଛି । ଗୁରୁବାର ଯାଏଁ କିଛି ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା କମିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ  ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼ ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ । ଅରେଞ୍ଜ ୱାର୍ଣ୍ଣିଂ ଅର୍ଥ ଶୀତ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର,  ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର, ସମ୍ବଲପୁର, ଅନୁଗୁଳ ଏବଂ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଅର୍ଥାତ୍ ପରବର୍ତ୍ତୀ ସୂଚନା ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଆସନ୍ତାକାଲି ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ଅର୍ଥାତ୍ ୪ ତାରିଖ ପାଇଁ ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୁତ ହେବାର ସଂଭାବନା ରହିଛି । ଏହି ୫ଟି ଜିଲ୍ଳାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ଖୁସି ଖବର: ଗ୍ରୀନ ଜୋନରେ ଓଡିଶା । ରାଜ୍ୟରେ ହଜାରେ ତଳେ କୋଭିଡ ସକ୍ରିୟ ସଂଖ୍ୟା । 

କନକ ବ୍ୟୁରୋ : ଭୂତାଣୁ ଭିତରେ ରାଜ୍ୟ ପାଇଁ ଖୁସି ଖବର । ଏବେ ଗ୍ରୀନ ଜୋନରେ ରହିଛି ଓଡିଶା । କାରଣ ରାଜ୍ୟରେ ଏବେ ହଜାରେ ତଳକୁ ଖସିଛନ୍ତି କୋଭିଡ ସକ୍ରିୟ ସଂଖ୍ୟା । ଆଜିର କୋଭିଡ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୯୫୩ ଜଣ ସକ୍ରିୟ ରହିଛନ୍ତି । ଏହି ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ଦିନକୁ ଦିନ କୋଭିଡ ସ୍ଥିତି ସୁଧୁରିବାରେ ଲାଗିଛି । 

ଆଜି ରାଜ୍ୟରେ ମୋଟ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ କରୋନା ପଜିଟିଭ ସଂଖ୍ୟା ଶହେ ତଳେ ରହିଛି । ସେପଟେ ଆଜି ରାଜ୍ୟରୁ ୧୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଭଳି ଖବର କରୋନା ଭୂତାଣୁ ଭିତରେ ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର ।

ଏହାସହ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୫୧ରେ ପହଞ୍ଚିଛି । ସେହିପରି ୩ ଲକ୍ଷ ୩୨ ହଜାର ୨୩୯ରେ ପହଞ୍ଚିଛି କରୋନା ସୁସ୍ଥ ସଂଖ୍ୟା । ରାଜ୍ୟରେ କରୋନାରେ ୧ ହଜାର ୯୦୬ ଜଣଙ୍କ ମୃତ୍ୟୁ ହୋଇଛି ।

from Kanak News
via <a href="https://ifttt.com/?

ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତା ଗିରଫ । ଶାସନ ଡୋର ନିଜ ହାତକୁ ନେଲା ସେନା

କନକ ବ୍ୟୁରୋ : ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଶାସନ ଡୋର ନିଜ ହାତକୁ ନେଇଛି ସେନା । ଏପରିକି ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯିବା ସହ ସେନାମୁଖ୍ୟ ମିନ ଆଙ୍ଗ ଲାଇଙ୍ଗକୁ ଶାସନ ଦାୟିତ୍ୱ ହସ୍ତାନ୍ତର କରିଦିଆଯାଇଛି ।

ମିଆଁମାରରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ସେନା ଏପରି ପଦକ୍ଷେପ ନେଇଛି । ଏପରିକି ଏକ ବର୍ଷ ପରେ ସ୍ୱଚ୍ଛ ନିର୍ବାଚନ ଆୟୋଜନ କରିବା ପରେ ବିଜୟୀ ଦଳକୁ ଶାସନ ଭାର ହସ୍ତାନ୍ତର କରିଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ମିଆଁମାର ସେନା ନିୟନ୍ତ୍ରଣରେ ଥିବା ଚ୍ୟାନେଲରେ ସେନା ପକ୍ଷରୁ କୁହାଯାଇଛି ଯେ, ଦେଶରେ ପରିସ୍ଥିତି ଶାନ୍ତ ଓ ନିୟନ୍ତ୍ରିତ କରିବା ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିବା ଆବଶ୍ୟକ ଥିଲା । ନଭେମ୍ବର ମାସରେ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । ଏପରିକି ଏଥିପାଇଁ ନିର୍ବାଚନ କମିଶନଙ୍କ ମଧ୍ୟ ସମାଲୋଚନା କରାଯାଇଛି । ଏହାସହ ଦେଶରେ ଅନ୍ୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଯିବା ସହ ୟଙ୍ଗୁନ ସମେତ କେତେକ ପ୍ରମୁଖ ଅଂଚଳରେମୋବାଇଲ ଓ ଇଂଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି ।

ସେପଟେ ମିଆଁମାରର ଏହି ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏହାସହ ଅସ୍ଥିରତାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ । ତେବେ ମିଆଁମାରରେ ଗଣତନ୍ତ୍ର ପ୍ରକ୍ରୀୟା ବଜାୟ ରହିବା ନିହାତୀ ଜରୁରୀ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ମିଆଁମାର ସଂସଦରେ ଏକ ଚତୁର୍ଥାଂଶ ଆସନ ସେନା ପାଇଁ ସଂରକ୍ଷିତ ରହିଥାଏ । ତେବେ ନଭେମ୍ବରରେ ଆୟୋଜିତ ହୋଇଥିବା ନିର୍ବାଚନରେ ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ଦଳ ଏନଏଲଡିର ବଡ ବିଜୟ ହୋଇଥିବା ବେଳେ ସେନାକୁ ନିରାଶ ହେବାକୁ ପଡିଥିଲା । ଫଳରେ ଗତ କିଛି ଦିନ ହେଲା ସେନା ଓ ସରକାରଙ୍କ ମଧ୍ୟରେ ବିବାଦ ଲାଗରହିଥିଲା । ଏବଂ ସେନା ଶାସନ ଡୋର ନିଜ ହାତକୁ ନେବା ନେଇ ଆକଳନ କରାଯାଉଥିଲା । ଶେଷରେ ଏହା ସହ ହୋଇଛି ଏବଂ ସୋମବାର ସକାଳୁ ସେନା ମିଆଁମିରର ଶାସନ ନିଜ ହାତକୁ ନେଇଛି ।

from Kanak News
via <a href="https://ifttt.com/?

ରାସ୍ତାରେ ଆଉ ଗଡିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ବର୍ଷ ପୁରୁଣା ବାଣିଜ୍ୟିକ ଗାଡି ଆଉ ରାସ୍ତାରେ ଚାଲିବନାହିଁ 

କନକ ବ୍ୟୁରୋ : ରାସ୍ତାରେ ଆଉ ଚାଲିପାରିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ୧୫ବର୍ଷ ପୁରୁଣା ଗାଡି ଆଉ ରାସ୍ତାରେ ଚାଲି ପାରିବନାହିଁ ।  ଏହି ଗାଡି ଗୁଡିକୁ ହଟାଇବା ପାଇଁ ସରକାର ନୂଆ ସ୍କ୍ରାପେଜ ପଲିସି ଘୋଷଣା କରିଛନ୍ତି ।

ଏହି ପଲିସି ଅନୁସାରେ ପୁରୁଣା ଗାଡି ରାସ୍ତାରୁ ହଟିଯିବ । ଏହି ନିୟମ ଅନୁଯାୟୀ ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ବର୍ଷ ପୁରୁଣା ବାଣିଜ୍ୟିକ ଗାଡିର ଫିଟନେଓ ଟେଷ୍ଟ କରିବାକୁ ପଡିବ । ଏହାଦ୍ୱାରା ଇନ୍ଧନ ସଂଚୟ ଓ ପରିବେଶ ପ୍ରଦୂଷଣ ମୁକ୍ତ ହେବ ।

ଦୀର୍ଘ ଦିନ ଧରି ଏହି ସ୍କ୍ରାପେଜ ପଲିସିର ଅପେକ୍ଷା ରହିଥିଲା । ୧୫ବର୍ଷ ପୁରୁଣା ଗାଡି ଗୁଡିକର ରିସେଲ ଭେଲ୍ୟୁ କମ ରହିଥିବା ବେଳେ ଏହା ପ୍ରଦୂଷଣ ବଢାଇଥାଏ । ତେଣୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଏହି ନୂଆ ନିୟମ ଆସିଛି । ନୂଆ ନିୟମ ଅନୁସାରେ ୨୦ବର୍ଷ ପୁରୁଣା ପ୍ରାୟ ୫୧ଲକ୍ଷ କାରକୁ ହଟାଇ ଦିଆଯିବ । ଏହାସହ ୨୫ରୁ ୩୦ପ୍ରତିଶତ ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ  ।

୨୦ବର୍ଷ ପୁରୁଣା ଗାଡି ପାଇଁ ଅଟୋମେଟେଡ ଫିଟନେସ ସେଂଟର ସ୍ଥାପନ କରାଯିବ । ଏବଂ ୨୦ବର୍ଷ ପୁରୁଣା ଗାଡିକୁ ଏଠାକୁ ନେଇଯିବାକୁ ପଡିବ । ଏହା ଦ୍ୱାରା ପ୍ରଦୂଷଣକୁ କମ କରିବା ପାଇଁ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର ।

from Kanak News
via <a href="https://ifttt.com/?

ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ । ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି । ତାମିଲନାଡୁରେ ହାଇୱେ ପାଇଁ ୧ ଲକ୍ଷ କୋଟି । 

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ ହୋଇସାରିଛି । କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣକୁ ଆହୁରୀ ବ୍ୟାପକ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ ବଜେଟରେ କରୋନା ବିରୋଧୀ ଲଢେଇ ପ୍ରାଥମିକତା ପାଇଛି ।

ଆଜି କରୋନା ଟିକା ପାଇଁ ୩୫ହଜାର କୋଟି ଟଙ୍କାର ବଜେଟ ଘୋଷଣା କରି ସରକାରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ୨ଟି ଟିକାକୁ ଅନୁମତି ମିଳିଛି । ଆଉ ୨ଟି ଟିକାକୁ ଅନୁମତି ମିଳିବାକୁ ଯାଉଛି । ଏଥିସହ ବିଶ୍ୱର ଶହେଟି ଦେଶକୁ କରୋନା ଟିକା ଯୋଗାଇ ଦେଇ ମହାମାରୀ ବିରୋଧି ମହାଲଢେଇର ଭାରତ ନେତୃତ୍ୱ ନେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଆଗକୁ ବିଧାନସଭା ନିର୍ବାଚନ ଥିବା ରାଜ୍ୟଗୁଡିକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା ହୋଇଛି । ଏହି ରାଜ୍ୟଗୁଡିକରେ  ସଡକ ଭିତିଭୂମି ପାଇଁ ୨ ଲକ୍ଷ ୨୭ ହଜାର କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ମିଳିଛି । ପଶ୍ଚିମବଙ୍ଗରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚରେ କୋଲକାତା–ସିଲିଗୁଡି ମଧ୍ୟରେ ଜାତୀୟ ରାଜପଥ ତିଆରି କରାଯିବ । ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୪ ହଜାର କୋଟି ଟଙ୍କା ବ୍ୟୟ ହେବ । ତାମିଲନାଡୁରେ ୩୫ ଶହ କିଲୋମିଟର ହାଇୱେ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ବାଚନ ହେବାକୁ ଥିବା କେରଳରେ ୧୧ ଶହ କିଲୋମିଟରର ହାଇୱେ ନିର୍ମାଣ ହେବ । ଏହି ପ୍ରକଳ୍ପରେ ମୁମ୍ବାଇ-କନ୍ୟାକୁମାରୀ କରିଡର ହେବ । ଏଥିପାଇଁ  ଖର୍ଚ ହେବ ୬୫ ହଜାର କୋଟି ଟଙ୍କା ।

ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏମଏସପିକୁ ନେଇ ଅର୍ଥମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କୃଷକଙ୍କୁ ଉତ୍ପାଦନ ଖର୍ଚର ଦେଢଗୁଣା ଦେବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ପ୍ରତିଶ୍ରୁତି ଦୋହରାଇଛନ୍ତି ସୀତାରମଣ । ସେହିପରି କୃଷି ଋଣର ପରିମାଣକୁ ୧୬.୫ଲକ୍ଷ କୋଟି ବୃଦ୍ଧି କରାଯିବା ଲକ୍ଷ୍ୟ ରଖାଯାଇଛି । ଏବଂ ଚାଷ କ୍ଷେତ୍ର ଭିତ୍ତିଭୂମି ପାଇଁ ପାଣ୍ଠିକୁ ୪୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

୨୦୨୦-୨୧ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ସଂସଦରେ ପେପରଲେସ୍ ବଜେଟ ଉପସ୍ଥାପନ ହୋଇଛି । ଭାରତରେ ନିର୍ମିତ ସ୍ୱଦେଶୀ ଟାବଲେଟ ମାଧ୍ୟମରେ ଅଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।

from Kanak News
via <a href="https://ifttt.com/?

ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନରେ ଅଧ୍ୟକ୍ଷ ଭାବେ ମିଳିଲା ନିଯୁକ୍ତି ।  

କନକ ବ୍ୟୁରୋ : ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ୍ର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇପିଏସ ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓପିଏସସି ରେଗୁଲେସନ ଆକ୍ଟ ଅନୁସାରେ ସେ ଓଡିଶା ଲୋକାସେବ କମିସନର ଭାବେ ଦାୟିତ୍ୱ ତୁଳାଇବେ । ୬୨ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ।

from Kanak News
via <a href="https://ifttt.com/?

କୃଷି ଆଇନ ବିରୋଧରେ କୃଷକ ମୋର୍ଚ୍ଚାର ଚକାଜାମ । ଫେବୃଆରୀ ୬ରେ ସାରା ଦେଶରେ ଗାଡି ମୋଟର ବନ୍ଦ

କନକ ବ୍ୟୁରୋ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ନୂଆ ଆଇନକୁ ବିରୋଧ କରି ଆସନ୍ତା ଫେବୃଆରୀ ୬ରେ ସାରା ଦେଶରେ ଚକାଜାମ୍ କରିବେ ଚାଷୀ । ଏନେଇ ସୋମବାର ସୂଚନା ଦେଇଛି କୃଷକ ମୋର୍ଚ୍ଚା । ଫେବୃଆରୀ ୬ ତାରିଖ ଦ୍ୱି ପହର ୧୨ଟାରୁ ୩ଟା ଯାଏଁ ସାରା ଦେଶରେ ଚକାଜାମ୍ କରାଯିବ ।

ଏହାପୂର୍ବରୁ ଚାଷୀମାନେ କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିଥଇଲେ । ତା ସହ ଜାନୁଆରୀ ୩୦ ତାରିଖରେ ଚାଷୀମାନେ ଉପବାସରେ ମଧ୍ୟ ବସିଥିଲେ । ଏବେ ଚାଷୀମାନେ ସାରା ଦେଶରେ ଚକାଜାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନୂଆ କୃଷି ଆଇନକୁ ନେଇ ଚାଷୀ-ସରକାର ଭିତରେ ଏବେ ବି କୌଣସି ନିଷ୍କର୍ସ ବାହାରିପାରିନି । ୧୧ ଥର ବୈଠକ ବସିଥିଲେ ବି କୌଣସି ଫଳାଫଳ ବାହାରିପାରିନି । ଯାହା ଫଳରେ ଚାଷୀମାନେ ଏବେ ଶେଷରେ ଚକାଜାମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ନୂଆ କୃଷି ଆଇନରେ ସଂଶୋଧନ କରିବାକୁ ରାଜିଥିଲେ ମଧ୍ୟ ଚାଷୀମାନେ ଏହାର ଉଚ୍ଚେଦ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started