ଫେବୃଆରୀ ୬ରୁ ଆରମ୍ଭ ହେଉଛି +୨ ଫର୍ମ ପୂରଣ । ପ୍ରଥମେ ଏକ୍ସ-ରେଗୁଲାର ଓ ପରେ ରେଗୁଲାର ଛାତ୍ର କରିବେ ଫର୍ମ ଫିଲଅପ୍

କନକ ବ୍ୟୁରୋ: ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ । ପ୍ରଥମେ ଏକ୍ସ-ରେଗୁଲାର, ଏହାପରେ ରେଗୁଲାର ଓ ଶେଷରେ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ଏନେଇ ସୋମବାର ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଫେବୃଆରୀ ୬ ତାରିଖରୁ ୧୨ ତାରିଖ ଯାଏଁ ଏକ୍ସ-ରେଗୁଲାର ପିଲାଙ୍କ ଫର୍ମ ପୂରଣ ଚାଲିବ । ଏହାପରେ ୧୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରେଗୁଲାର୍ ଓ ପତ୍ର ବିନିମୟ ପାଠ୍ୟକ୍ରମର ପିଲାମାନେ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ । ଏହାପରେ ଫର୍ମ ଫିଲଅପ୍ କଲେ ପିଲାମାନଙ୍କଠାରୁ ଫାଇନ୍ ଆଦାୟ କରାଯିବ । ପ୍ରଥମେ ୫୦ ଟଙ୍କା ଓ ଏହାପରେ ୩୫୦ ଟଙ୍କା ଫାଇନ୍ ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି । ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଥିଓରି ପରୀକ୍ଷା ମେ ୫ରୁ ଆରମ୍ଭ ହେବାକୁ ଅଛି । ଯାହା ପୂର୍ବରୁ ବୋର୍ଡ ପରୀକ୍ଷା ଫର୍ମ ଫିଲଅପ୍ ତାରିଖ ଘୋଷଣା କରିଛି ।

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ଆସିଲା ଯୌନ ଶୋଷଣର ସାଂଘାତିକ ଅଭିଯୋଗ । ସୁରେଶ ଫେରାର, ବନ୍ଧା ହେଲେ ମଧୁମଂଜରୀ ଧଳ

କନକ ବ୍ୟୁରୋ: ଏୟାରପୋର୍ଟ ଥାନାରୁ ମହିଳା ଅଭିଯୁକ୍ତକୁ ଘୋଷାଡି ଘୋଷାଡି ନେଲା ପୋଲିସ । ମହିଳା ଜଣକ ଏଭଳି କିଛି କାମ କରିଛନ୍ତି ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା ଜଣଙ୍କ ହେଉଛନ୍ତି ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଫେରାର ସମ୍ପାଦକ ସୁରେଶ ବେହେରାଙ୍କ ସହଯୋଗୀ ମଧୁମଂଜରୀ ଧଳ ।

ଉଭୟ ମିଶି ଭିନ୍ନକ୍ଷମ ମହିଳାଙ୍କୁ ଯୌନ ନିର୍ଯାତନା ସହ ଯୌନଶୋଷଣରେ ଲିପ୍ତ ହେବା ପାଇଁ ବାଧ୍ୟ କରୁଥିବାର ସାଂଘାତିକ ଅଭିଯୋଗ ଆସିଛି । ଏହାପରେ ଏହି ଘଟଣାରେ ସୁରେଶ ଫେରାର ଥିବା ବେଳେ ତାର ସହଯୋଗୀ ମଧୁକୁ ବାନ୍ଧିଛି ଏୟାରପୋର୍ଟ ଥାନା ପୋଲିସ । ଏହି ମହିଳାଙ୍କ ବିରୋଧରେ ଲାଗିଛି ସଙ୍ଗିନ ଓ ସାଂଘାତିକ ଦଫା । ଆଇପିସିର ଦଫା ୩୪୧-କାହାକୁ ଅଟକାଇବା, ୨୯୪-ଗାଳିଗୁଲଜ, ୩୫୪-ଅସଦାଚରଣ , ୫୦୬-ହତ୍ୟା ଧମକ, ୫୦୯-ଅଶ୍ଲିଳ ଇଙ୍ଗିତ, ୧୦୯-ସନ୍ଦେହପୂର୍ଣ୍ଣ କାର୍ଯ୍ୟକଳାପ, ୧୨୦-ବି -ଅପରାଧିକ ଷଡଯନ୍ତ୍ର ଦଫାରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ସୁରେଶ ଗଲା କୁଆଡେ ତାର ଖୋଜ ଖବର ପାଉନି ପୋଲିସ । ମୁଖ୍ୟ ସହେଯାଗୀକୁ ଗିରଫ କରିବା ଏବଂ ଥାନାରେ ମାଳ ମାଳ ଅଭିଯୋଗ ଆସିବା ପରେ ଏବେ ସୁରେଶକୁ ଧରିବା ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି । ନୂଆପଡା ସିନାପାଲ୍ଲୀ ଅଂଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଏହି ଅନୁଷ୍ଠାନରେ ବିୟୁଟି ପାର୍ଲର ଇନଷ୍ଟ୍ରକଟର ପଦରେ ଚାକିରି କରିଥିଲେ । ତତକାଳୀନ ସମ୍ପାଦକ ସୁରେଶ ବେହେରା ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।

from Kanak News
via <a href="https://ifttt.com/?

ବଲାଙ୍ଗିର ହାତୀଶାଲପଡାରେ ବାରିକେଡିଂ ବ୍ୟବସ୍ଥାରେ ଦୁର୍ନୀତି । ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: ବଲାଙ୍ଗିର ସହରର ହାତୀଶାଲପଡାରେ ହୋଇଥିବା ବାରିକେଡିଂ ବ୍ୟବସ୍ଥା, କୋଭିଡ ପରିଚାଳନାକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଛିଡା କରିଛି । ଗତବର୍ଷ ଏପ୍ରିଲ ମାସରେ କନଟେନମେଣ୍ଟ ଜୋନ କରିବା ପାଇଁ ୮ଟି ବାଉଁଶ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଲ ହୋଇଥିଲା ୨ଲକ୍ଷ ୪୨ ହଜାର ଟଙ୍କା । ଯାହାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।

ସେପଟେ ହାତିଶାଲ ପଡାରେ ଏହି ବାରିକେଡ ତିଆରି କରିଥିବା ଆର ଆଣ୍ଡ ବି ଡିଭିଜନ ପ୍ରତିକ୍ରିୟା ରଖିଛି । ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନି କାନ୍ତ ଦାସ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେମିତି କିଛି ମିଛ ବିଲ ହୋଇନାହିଁ, ଯେତିକି ଖର୍ଚ୍ଚ ହୋଇଛି ସେତିକି ବିଲ ହୋଇଛି । ତେବେ ଆର ଆଣ୍ଡ ବି ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀ କାନ୍ତ ଦାସଙ୍କୁ ଆମର କେତୋଟି ପ୍ରଶ୍ନ…

୧. ହାତୀଶାଲ ପଡାରେ କନଟେନ୍ମେଂଟ୍ ଜୋନ ପାଇଁ କେତୋଟି ସ୍ଥାନରେ ବାରିକେଡ୍ କରାଯାଇଥିଲା ?
୨. ବାରିକେଡ୍ ବ୍ୟବସ୍ଥା ପାଇଁ କେତେ ବାଉଁଶ ବ୍ୟବହାର କରାଯାଇଥିଲା?
୩. କେତେଜଣ ମଜୁରିଆ କେତେ ଦିନ ଧରି କାମ କରୁଥିଲେ?
୪. ୨ଲକ୍ଷ ୪୨ ହଜାର ଟଙ୍କାର ସମ୍ପୁର୍ଣ୍ଣ ତଥ୍ୟ ନିର୍ବାହୀ ଯନ୍ତ୍ରୀ ଦେବେ କି?

ହାତୀଶାଲପଡାର ଏହି ଘଟଣା ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ ହେବା ଦରକାର । ପ୍ରକୃତରେ କଣ ଘଟିଥିଲା ତାହା ରାଜ୍ୟବାସୀଙ୍କ ଆଗକୁ ଆସିବା ଦରକାର । ନହେଲେ ବ୍ୟବସ୍ଥା ଉପରେ ବିଶ୍ୱାସ ତୁଟିଯିବ ।

from Kanak News
via <a href="https://ifttt.com/?

ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ : ଜାଣନ୍ତୁ, କଣ ଶସ୍ତା ଆଉ କଣ ମହଙ୍ଗା

କନକ ବ୍ୟୁରୋ: ସାରାଦେଶ ମହାମାରୀ କରୋନା ଭୁତାଣୁ ସହ ଲଢ଼େଇ କରିବା ଭିତରେ ସୋମବାର ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଭୂତାଣୁ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହି ବଜେଟ ଉପରେ ସମସ୍ତଙ୍କର ନଜର ଅଟକି ରହିଥିଲା । ବଜେଟ ଘୋଷଣା ପରେ ଆସନ୍ତୁ ନଜର ପକାଇବା କଣ ଶସ୍ତା ଆଉ କଣ ମହଙ୍ଗା ହେବ ..

ଶସ୍ତା ହେବ
– ଚମଡ଼ା ତିଆରି ସାମଗ୍ରୀ
– ଜୋତା
– ଡ୍ରାଏ କ୍ଲିନିଂ
– ଲୁହାରୁ ପ୍ରସ୍ତୁତ ଦ୍ରବ୍ୟ
– ଷ୍ଟିଲ ବାସନ
– ସୁନା, ରୂପା
– ତମ୍ବାରୁ ନିର୍ମିତ ସାମଗ୍ରୀ
– ରଙ୍ଗ
– ବିଜୁଳି
– ପଲିଷ୍ଟର ଓ
– କୃଷି ଉପକରଣ ଶସ୍ତା ହେବ

କଣ ମହଙ୍ଗା ହେବ
– ମୋବାଇଲ, ମୋବାଇଲ ଉପକରଣ
– ବିଦେଶରୁ ଆସୁଥିବା କପଡ଼ା
– ମଦ
– ଲ୍ୟାମ୍ପ୍
-ସୋଲାର ଇନଭର୍ଟର
– ବିଦେଶୀ ଖାଇବା ତେଲ
– ବିଦେଶୀ ଅଟୋ ପାର୍ଟସ
– ବିଦ୍ୟୁତ୍ ଉପକରଣ

from Kanak News
via <a href="https://ifttt.com/?

ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଲା କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ ଲାଗିଲା ୪ ଟଙ୍କା

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଛି କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ କୃଷି ସେସ୍ ବାବଦରେ ଲଗାଯାଇଛି ୪ଟଙ୍କା । ସେସ୍ ହେଉଛି ଟିକସ ଉପରେ ଟିକସ, ଯାହାକୁ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଆଦାୟ କରିଥାନ୍ତି । କୃଷକଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷି କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି । ହୁ ହୁ ହୋଇ ତେଲ ଦର ବଢ଼ୁଥିବାରୁ ଏହି ସେସ୍ କିପରି ଗ୍ରାହକଙ୍କ ଉପରେ ଅଧିକ ବୋଝ ପକାଇବ ନାହିଁ, ସେଥିପାଇଁ ଉତ୍ପାଦନ ଶୁଳ୍କକୁ କମାଇ ଏହାକୁ ଭରଣା କରାଯିବ । ତେବେ ଏଥିରେ ରାଜ୍ୟଗୁଡିକ କ୍ଷତି ସହିବା ଆଶଙ୍କା ରହିଛି । ରାଜ୍ୟ କିପରି ଏହାକୁ ଭରଣା କରିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ପେଟ୍ରୋଲ ଲିଟରରେ କୃଷି ସେସ୍ ୨ ଟଙ୍କା ୫୦ ପଇସା
ଡିଜେଲ ଲିଟରରେ ୪ଟଙ୍କାର କୃଷି ସେସ୍

ହୁ ହୁ ହୋଇ ତେଲ ଦର ବଢୁଥିବା ବେଳେ ୨୦୨୧-୨୨ ବଜେଟରେ ଡିଜେଲ ଓ ପେଟ୍ରୋଲ ଉପରେ ଏଗ୍ରିକଲଚର ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭେଲୋପମେଂଟ ସେସ୍ ବସାଇଛନ୍ତି ମୋଦୀ ସରକାର । ହେଲେ ଆଶ୍ୱସ୍ତିର ବିଷୟ ହେଉଛି ଏହି କୃଷି ସେସ୍ର ବୋଝ ଏବେ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବେସିକ୍ ଏକ୍ସାଇଜ୍ ଡ୍ୟୁଟି ଏବଂ ସ୍ୱତନ୍ତ୍ର ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟିରୁ ଏହି କୃଷି ସେସ୍ ବାବଦରେ ଟିକସ ଭରଣା କରାଯିବ । ଏଥିପାଇଁ ଯେଉଁ ହିସାବ ଦିଆଯାଉଛି, ସେଥିରୁ ଜଣାପଡୁଛି ବେସିକ୍ ଏକ୍ସାଇଜ୍ ଡ୍ୟୁଟିରୁ କୃଷି ସେସ୍ ପାଇଁ ସିଂହଭାଗ ଯିବ । ଫଳରେ ରାଜ୍ୟକୁ ମିଳୁଥିବା ଟିକସର ଭାଗ କମିବା ଆଶଙ୍କା ରହିଛି । ସାରା ଦେଶରେ କିଛି ଦିନ ଧରି ରକେଟ୍ ଭଳି ପେଟ୍ରୋଲ, ଡିଜେଲ ଦର ବଢ଼ୁଥିବା ବେଳେ କୃଷି ସେସ୍ ଚାପ ସାଧାରଣ ଖାଉଟିଙ୍କ ଉପରେ ପଡିବ ନାହିଁ । ତେବେ ରାଜ୍ୟଗୁଡିକ ଯେଉଁ କ୍ଷତି ସହିବେ, ପୁଣି ତାର ଭରଣା ପାଇଁ କ’ଣ ବାଟ ବାହାର କରିବେ, ତାହା କେହି ଜାଣନ୍ତି ନାହିଁ ।

from Kanak News
via <a href="https://ifttt.com/?

ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି  । ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ କ୍ଲାସ୍ 

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଦଶମ ପରେ ଏବେ ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ଖୋଲିବ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ ।

ଫେବୃଆରୀ ୮ ତାରିଖରେ କ୍ଲାସ୍ ଆରମ୍ଭ ହେବା ପରେ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଚାଲିବା ନେଇ ସୋମବାର ଗଣଶିକ୍ଷା ବିଭାଗର ସଚିବ ସୂଚନା ଦେଇଛନ୍ତି । ତେବେ ପାଠ ପଢା ସମୟରେ ପିଲାମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ । ଶ୍ରେଣୀଗୃହରେ ପିଲାମାନେ ସାମାଜିକ ଦୂରତା ପାଳନ କରି ବସିବେ ବୋଲି କୁହାଯାଇଛି ।

ଏହାପୂର୍ବରୁ ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟ ସରକାର ମାଟ୍ରିକ କ୍ଲାସ୍ ଖୋଲିବା ନେଇ ଘୋଷଣା କରିଥିଲେ । ଏହାପରେ ପିଲାମାନେ କୋଭିଡ୍ କଟକଣାକୁ ମାନି ସ୍କୁଲ୍ ଆସୁଛନ୍ତି । ଏହି ସମୟରେ ପ୍ରଥମେ ଥର୍ମାଲ ସ୍କାନିଂ ହେବା ସହିତ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଦେଖି ସେମାନଙ୍କୁ ସ୍କୁଲ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି । ଏବେ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ମଧ୍ୟ ସେହିପରି ହେବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

କରୋନା ବେଳର ବଜେଟରେ ଚାଷୀ, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମୀ ଉପରେ ଫୋକସ । ଦେଖନ୍ତୁ ବଜେଟର ୧୦ଟି ବଡ଼ ଘୋଷଣା ।

କନକ ବ୍ୟୁରୋ : କରୋନା ସଙ୍କଟ ଭିତରେ ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇ ମୋଦି ସରକାର ଆଜି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ବଢାଇ ଥିବା ବେଳେ ଆୟକର ସ୍ଲାବରେ କୌଣସି ପରିବର୍ତନ କରିନାହାନ୍ତି । ସେହିପରି ବିଦେଶ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ବୀମାକ୍ଷେତ୍ରରେ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବଢାଇଛନ୍ତି ସରକାର । ସଂକଟ ସମୟରେ ଚାକିରିଆଠୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କଲା ଭଳି ଘୋଷଣା ହେବ ବୋଲି ଯେଉଁ ଆଶା କରାଯାଉଥିଲା, ବଜେଟରେ ସେଭଳି ଦେଖିବାକୁ ମିଳିଲା ନାହିଁ । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କଣ ବଡ ଘୋଷଣା କରିଛନ୍ତି ।

(୧) ଚଳିତ ଆର୍ଥିକ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତନ କରିନାହାନ୍ତି ସରକାର ।
(୨) ପେନସନଭୋଗୀ ଏବଂ ସୁଧ ଏକମାତ୍ର ଆୟର ଉତ୍ସ ହୋଇଥିବା ୭୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ ।
(୩) କରୋନା ପାଇଁ ସ୍ୱାସ୍ଥ୍ୟ ବଜେଟକୁ ୧୩୭ ପ୍ରତିଶତ ବଢାଇ ଚଳିତ ବଜେଟରେ ୨ ଲକ୍ଷ ୨୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
(୪) ଦେଶବାସୀ ମହାମାରି ସହ ଲଢୁଥିବା ବେଳେ କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
(୫) ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଏଫଡିଆଇକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
(୬) ମୋଟ ଆତ୍ମନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ।
(୭) ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
(୮) ଭାରତୀୟ ରେଳ ବିଭାଗ ପାଇଁ ରେକର୍ଡ ପରିମାଣର ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
(୯) ଗ୍ରାମାଞ୍ଚଳରେ ଭିତିଭୂମିର ବିକାଶ ପାଇଁ ୩୦ହଜାର କୋଟି ଟଙ୍କାରୁ ୪୦ ହଜାର କୋଟି ଟଙ୍କାକୁ ବଢାଇଛନ୍ତି ସରକାର ।
(୧୦) ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଫୋକସ କରି ସଡକ ଭିତ୍ତିଭୂମି ପାଇଁ ୨ ଲକ୍ଷ ୨୭ ହଜାର କୋଟି ବ୍ୟୟବରାଦ କରାଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା ହୋଇଛି ।

from Kanak News
via <a href="https://ifttt.com/?

ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ଦ୍ୱାରା କ୍ଷତି ସହିବ ଓଡିଶା । ୧୦,୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ କହିବାନୁସାରେ ଏହି ବଜେଟ୍ ଦ୍ବାରା ଓଡ଼ିଶା କ୍ଷତି ସହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଚଳିତ ବର୍ଷ ପାଇଁ କେନ୍ଦ୍ରୀୟ ଟିକସର ଅଂଶ ପ୍ରାୟ ୧୦,୮୪୦ କୋଟି ହ୍ରାସ ପାଇବା ଦ୍ବାରା ଓଡିଶା ପ୍ରଭାବିତ ହେବ । ଏଥିସହ ୧୫ ତମ ଅର୍ଥ ଆୟୋଗର ସୁପାରିସ୍ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ ହ୍ରାସ ପାଇବ। ଯାହା ଓଡିଶା ଉପରେ ଗୁରୁତର ପ୍ରଭାବ ପକାଇବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ରାଜପଥ କ୍ଷେତ୍ରରେ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକ ଅଛି । ବର୍ତ୍ତମାନର ବଜେଟରେ କେବଳ ଅନ୍ୟ ରାଜ୍ୟ ପାଇଁ ଯୋଜନା କରାଯାଇଛି । ପେଟ୍ରୋଲ ଏବଂ ଡିଜେଲରେ ସେସ୍ ପରିବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ର ରାଜ୍ୟ ଆର୍ଥିକ ସନ୍ତୁଳନକୁ ଦୁର୍ବଳ କରିବ । ମହିଳା, କୃଷକ ଏବଂ ଏମଏସଏମଇ ମାନଙ୍କ କ୍ରେଡିଟ୍ ଋଣ ବଢାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରିବାକୁ ପଡିବ ବୋଲି ନବୀନ ମତପୋଷଣ କରିଛନ୍ତି ।

ଅନ୍ୟପଟେ କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଏହା ହେଉଛି ପ୍ରଥମ ବଜେଟ୍ ଯାହା ଅନେକ ସମସ୍ୟାର ସମାଧାନ କରିବ ବୋଲି ନବୀନ କହିଛନ୍ତି । ବଜେଟର ସକରାତ୍ମକ ଦିଗକୁ ଦେଖି ନବୀନ କହିଛନ୍ତି, ଅଭିବୃଦ୍ଧି ପାଇଁ ପୁଞ୍ଜି ବିନିଯୋଗ ଉପରେ ଧ୍ୟାନ ଦିଆଯିବା ଉଚିତ୍ । ଗତ ବର୍ଷ ଠାରୁ ଓଡିଶା ଅନୁସରଣ କରୁଥିବା ପରି ଡିଜିଟାଲ୍ ବଜେଟ୍ ସହିତ ୟୁନିଅନ୍ ବଜେଟ୍ ସବୁଜକୁ ପରିଣତ ହୋଇଛି। ମିଶନ ଶକ୍ତି ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇ ୟୁନିୟନ ବଜେଟ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଖୁସି ଥିବା କହିଛନ୍ତି । ୨୦୧୧-୨୦୧୨ ରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶାର ମମତା ଯୋଜନା ଗ୍ରହଣ କରାଯିବା ପରେ ଆମ ରାଜ୍ୟରେ ମହିଳା ସଶକ୍ତିକରଣ ପଦକ୍ଷେପ ମିଶନ୍ ଶକ୍ତି ଜରିଆରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଓଡିଶା ଦେଶ ପାଇଁ ବେଞ୍ଚ ମାର୍କ ହୋଇଛି। ମୁଁ ଆଶା କରୁଛି ଯେ ମମତା ଏବଂ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ଦିଗରେ ପରବର୍ତ୍ତୀ ଯୁକ୍ତିଯୁକ୍ତ ପଦକ୍ଷେପ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ହେବ। ଆମେ ଏଥିପାଇଁ ସଂଗ୍ରାମ ଜାରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

from Kanak News
via <a href="https://ifttt.com/?

କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୯ ଜଣଙ୍କର ମୃତ୍ଯୁ ଘଟଣା । ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୋଦି

କନକ ବ୍ୟୁରୋ: କୋରାପୁଟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ୍ କରାଯାଇଛି । ଯେଉଁଥିରେ କୋରାପୁଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଜାତୀୟ ରିଲିଫ୍ ଫଣ୍ଡରୁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା କୋଟପାଡ ଥାନା ସିନ୍ଧିଗା ନିକଟରେ ଏକ ପିକଅପ୍ ଭ୍ୟାନ ଓଲଟିପଡିଥିଲା । ଯାହା ଫଳରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ହାନି ହେବା ସହିତ ଅନେକ ଆହତ ହୋଇଥିଲେ । ସେମାନେ ଏକ ଦଶାହ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

from Kanak News
via <a href="https://ifttt.com/?

ବଜେଟ୍ ନେଇ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା

କନକ ବ୍ୟୁରୋ: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ଏହାଦ୍ୱାରା ବିଶେଷଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନଃଉଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତ୍ତିଭୂମିକୁ ସୁଦୃଢ କରିବା, ଏମଏସଏମଇକୁ ଆଗ୍ରାଧିକାର ଦେବା, ନୂଆ ସୁଯୋଗ ସୃଷ୍ଟି କରିବା ସହ ରୋଜଗାର ଓ ବିକାଶକୁ ଗୁରୁତ୍ୱ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ଭାରତବର୍ଷରେ ସଫଳତାର ସହ ୮ କୋଟି ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବା ପରେ ପୁଣି ଥରେ ଏହାକୁ ଅଧିକ ୧ କୋଟି ମହିଳାଙ୍କୁ ଯୋଗାଇ ଦେବା ପାଇଁ ବଜେଟରେ ବ୍ୟବସ୍ଥା ହେବା ନେଇ ସେ ଖୁସିବ୍ୟକ୍ତ କରିଛନ୍ତି । ଆତ୍ମନିର୍ଭର ଭାରତ ସ୍ୱାସ୍ଥ୍ୟ ଯୋଜନା ସହ ପିଇବା ପାଣି, ସହରାଂଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ୱାସ୍ଥ୍ୟ ସହ ଜଡିତ । ବଜେଟ୍ରେ ଅର୍ଥମନ୍ତ୍ରୀ ଏହାକୁ ବିଶେଷ ମହତ୍ୱ ଦେଇଛନ୍ତି । ଓଡିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପ୍ରାଥମିକତା ପାଇବ । ଚଳିତବର୍ଷର ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡିଶାର ଇସ୍ପାତ୍, ଖଣି କ୍ଷେତ୍ର ତଥା ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୩ ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ ପାର୍କରେ ଓଡିଶାକୁ ପ୍ରଧାନ୍ୟ ମିଳିବ । ସେହିପରି ଓଡିଶାର ଭଦ୍ରକରେ ଆଇଓସିଏଲ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି । ଏହି ଦୃଷ୍ଟିରୁ ଓଡିଶାରେ ଦେଶର ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ । ଏହାଦ୍ୱାରା ଏହି କ୍ଷେତ୍ରରେ କାମ କରୁଥିବା ଓଡିଆମାନେ ଲାଭ ପାଇବେ ଏବଂ ଓଡିଶା ପାଇଁ ଅନେକ ସମ୍ଭାବନା ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ମତ୍ସ୍ୟ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡିଶାର ପାରାଦୀପ ଠାରେ ବୃହତ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି । ଏହିସବୁ ଯୋଜନାର ଲାଭ ଓଡିଶା ରାଜ୍ୟ ପାଇବ । ଶିକ୍ଷା କ୍ଷେତ୍ରରେ ଦେଖିବାକୁ ଗଲେ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦ କୋଟିରୁ ବଢି ୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରୁ ଲାଭ ମଧ୍ୟ ଓଡିଶା ପାଇବ । ସେହିପରି ନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢା ସହ ରୋଜଗାରଭିତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି । ଏଥିରେ ୧୫ ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ । ଏନଜିଓ ସହଭାଗୀତାରେ ୧୦୦ ସୈନିକ ସ୍କୁଲ ନିର୍ମାଣ କରାଯିବ ।

ଏହାଦ୍ୱାରା ଓଡିଶା ଭଳି ରାଜ୍ୟକୁ ସୁଯୋଗ ମିଳିବ । ଏହି ବର୍ଷର ଆତ୍ମନିର୍ଭର ବଜେଟ୍ ଅର୍ଥନୀତିର ପୁନଃଉଦ୍ଧାର କରି ଏହାର ଅଭିବୃଦ୍ଧି କରିବ ଏବଂ ସମାଜର ସବୁ ଶ୍ରେଣୀ ଯଥା ଚାଷୀ, ଯୁବକ, ମହିଳା, ଶିଶୁ, ବରିଷ୍ଠ, ଶ୍ରମିକଙ୍କୁ ପ୍ରାଥମିକତା ଦେଇ ଦେଶ ପ୍ରଥମର ସଂକଳ୍ପକୁ ସୁଦୃଢ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ତାସହ କରୋନା ଉପରାନ୍ତେ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ପ୍ରାଥମିକତା ଦିଆଯାଇଛି । କରୋନା ଟୀକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଂଟନ କରାଯାଇଛି । ସାମଗ୍ରିକ ବଜେଟ ଦେଶ ଅର୍ଥନୀତିରେ ନୂଆ ସଂଚାର ଆଣିବ । କରଦାତା, ବରିଷ୍ଠ ନାଗରିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସରେ ରିହାତି ଦିଆଯାଇଛି । କରୋନା ଉପାରନ୍ତେ ୫ଟି ମିନି ବଜେଟ୍ ଉପସ୍ଥାପିତ କରାଯାଇଥିଲା, ଯାହା ୨୭.୧ କୋଟି ଅର୍ଥାତ୍ ଜିଡିପିର ୧୩ ପ୍ରତିଶତ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started