କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ । ପ୍ରଧାନମନ୍ତ୍ରୀଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ, ଦେଖନ୍ତୁ ବଜେଟକୁ ନେଇ କିଏ କ’ଣ କହିଲେ ।

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ କାଳରେ ଅର୍ଥମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଯାହାକି କରୋନା ଭାଇରସ୍‌ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି । ତେବେ, ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ବଜେଟକୁ ନେଇ ଭିନ୍ନ ଭିନ୍ନ ସ୍ତରରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ତେବେ, ଆସନ୍ତୁ ଦେଖିବା ବଜେଟକୁ ନେଇ କିଏ କ’ଣ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟ୍‌ ୨୦୨୧-୨୨କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଏହି ବଜେଟରେ ଆତ୍ମନିର୍ଭରଶୀଳତାର ଦୃଷ୍ଟିକୋଣ ରହିଛି ଏବଂ ସମାଜର ପ୍ରତ୍ୟେକ ବିଭାଗର ବୈଶିଷ୍ଟ୍ୟ ରହିଛି । ଆଜିର ବଜେଟ୍‌ ଭାରତର ଆତ୍ମବିଶ୍ୱାସକୁ ବିଶ୍ୱ ସମ୍ମୁଖରେ ପ୍ରତିପାଦିତ କରୁଛି । ଅନେକ ଭାବିଥିଲେ ଆମେ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦି ଦେବୁ । ତେବେ ଆମେ ଏକ ସ୍ୱଚ୍ଛ ବଜେଟ୍‌ ଉପରେ ଧ୍ୟାନ ଦେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ବଜେଟ୍‌ ୨୦୨୧-୨୨କୁ ‘ଆତ୍ମନିର୍ଭର ଭାରତ’ ପାଇଁ ପ୍ରଶଂସା କରିଛନ୍ତି ଏବଂ ଏହା ଅର୍ଥନୀତିକୁ ମଜବୁତ କରିବ ବୋଲି କହିଛନ୍ତି । କୋଭିଡ୍‌-୧୯ ମହାମାରୀର ଆହ୍ଵାନ ମୂଳକ ସମୟରେ ୨୦୨୦ରେ ପ୍ୟାକେଜ୍‌ ଆକାରରେ ପାଞ୍ଚଟି ମିନି ବଜେଟ୍‌ ଉପସ୍ଥାପନ ହୋଇଥିଲା । ଏହି ବଜେଟ୍‌ ହେଉଛି ଏହି କ୍ରମରେ ସବୁଠାରୁ ବଡ ଯୋଗ ଦାନ । ଏହି ବଜେଟ୍‌ ଅନେକ ଭାବେ ଅଦୃଶ୍ୟ ଅଟେ ଏବଂ ଏହା ‘ଆତ୍ମନିର୍ଭର ଭାରତ’ର ସଙ୍କଳ୍ପକୁ ଦୃଢ଼ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର

କଂଗ୍ରେସର ବରିଷ୍ଠ ନେତା ତଥା ତିରୁବନନ୍ତପୁରମ୍‌ ସାଂସଦ ଶଶି ଥରୁର ୨୦୨୧ ବଜେଟ୍‌ ଉପରେ ବିଜେପି ସରକାରଙ୍କ ଉପରେ ଖୋଳତାଡ଼ କରିବା ସହ ଏହାକୁ ଏକ ଅପାରଗ ଗ୍ୟାରେଜ୍‌ ମେକାନିକ୍‌ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, ଏହି ବିଜେପି ସରକାର ମୋତେ ଗ୍ୟାରେଜ ମେକାନିକ୍‌ ବିଷୟରେ ମନେ ପକାଇ ଦେଇଛନ୍ତି; ଯିଏ ତାଙ୍କ ଗ୍ରାହକଙ୍କୁ କହିଥିଲେ, ମୁଁ ତୁମର ବ୍ରେକ୍‌ ଠିକ୍‌ କରିପାରିବି ନାହିଁ, ତେଣୁ ମୁଁ ତୁମର ଶିଙ୍ଗକୁ ଅଧିକ ଜୋରରେ ବନେଇଲି ।

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କେନ୍ଦ୍ର ବଜେଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅର୍ଥନୀତିକୁ ଆଉ ଥରେ ବାଟ ଉପରକୁ ଫେରାଇ ଆଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସୁଚିନ୍ତିତ ଯୋଜନା ଉପସ୍ଥାପନ କରିଛନ୍ତି । ଏହା ଆଗକୁ ଦେଖୁଥିବା ଏକ ବଜେଟ୍‌ । ଭିତ୍ତିଭୂମି, କୃଷି ଏବଂ ସ୍ୱାସ୍ଥ୍ୟସେବା ଭଳି ପ୍ରମୁଖ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ବୃଦ୍ଧି ସହ ଅସୁରକ୍ଷିତ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏବଂ ଅଧିକ ବ୍ୟକ୍ତିଗତ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

୨୦୨୧-୨୨ କେନ୍ଦ୍ରୀୟ ବଜେଟକୁ ଏକ ବିକାଶ ଭିତ୍ତିକ ବଜେଟ୍‌ ବୋଲି କହିବା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋଭିଡ୍‌-୧୯ ମହାମାରୀ ମଧ୍ୟରେ ବିକାଶ ଭିତ୍ତିକ ବଜେଟ୍‌ ଉପସ୍ଥାପନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ୨୦୨୧ ବଜେଟରେ ସମାଜର ବିଭିନ୍ନ ସ୍ତର ପାଇଁ ବ୍ୟବସ୍ଥା ଅଛି, କୃଷକ, ଯୁବକ, ମହିଳା କିମ୍ବା ଗରିବ ହୁଅନ୍ତୁ  ଭିତ୍ତିଭୂମି ଦୃଷ୍ଟିରୁ ବଜେଟ୍‌ ଯାହା ପ୍ରଦାନ କରୁଛି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ

ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨କୁ ଏକ ‘ସୁଲଭ ବଜେଟ୍‌’ ବୋଲି କହିଛନ୍ତି ଏବଂ ଏହା ଏକ ବ୍ୟବହାରିକ, ଯୁକ୍ତିଯୁକ୍ତ ଏବଂ ପ୍ରଗତିଶୀଳ ବଜେଟ୍‌ ବୋଲି ସେ କହିଛନ୍ତି । ନୀତି ଆୟୋଗ ସିଇଓ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟରେ ଟିକସ ଟାମ୍ପରିଂ କରାଯାଇ ନାହିଁ ଏବଂ କୌଣସି ନୂତନ ସେସ୍‌ ଲାଗୁ କରାଯାଇ ନାହିଁ । ଏହା କେବଳ ଆମକୁ ପୂର୍ବ- କୋଭିଡ୍‌ ଅବଧି ପୁନରୁଦ୍ଧାର ପର୍ଯ୍ୟାୟରେ ତ୍ୱରାନ୍ଵିତ କରିବ ନାହିଁ ବରଂ ଆଗାମୀ ୩-୪ ବର୍ଷ ପାଇଁ ଏକ ଦିଗ ମଧ୍ୟ ପ୍ରଦାନ କରିବ ।

କଂଗ୍ରେସ ନେତା ମନୀଷ ତିଓ୍ଵାରୀ

କଂଗ୍ରେସ ନେତା ମନୀଷ ତିଓ୍ଵାରୀ କହିଛନ୍ତି  ଯେ ଜିଡିପିର ଅଭିବୃଦ୍ଧି ହାର ରେକର୍ଡ ପରିମାଣରେ ହ୍ରାସ ପାଇଛି । ବଜେଟରେ କୌଣସି କେନ୍ଦ୍ରୀୟ ଫୋକସ୍‌ ନାହିଁ । ନିମ୍ନ ରେଖା-ଅର୍ଥନୀତି ବୃଦ୍ଧି ପାଇବ ନାହିଁ ବୋଲି ସେ ଦର୍ଶାଇଛନ୍ତି ।

from Kanak News
via <a href="https://ifttt.com/?

ନଳକୂପକୁ ନେଇ ତାତିଲେ ଲୋକେ । ଗାଁରେ ନଳକୂପ ବସାଇବା ଲାଗି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ।

କନକ ବ୍ୟୁରୋ : ଗାଁରେ ନଳକୂପ ବସାଇବାକୁ ନେଇ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଂଚାୟତ ପୂର୍ବ ପାଟଣାସାହି ଲୋକେ ରାସ୍ତାରୋକ କରିଛନ୍ତି । ସେମାନେ ଗାଁରେ ଏକ ନଳକୂପ ବସାଇବାକୁ ଜିଦ ଧରିଛନ୍ତି ।

ସୂଚନା ଅନୁସାରେ ଗାଁରେ ରାସ୍ତାକଡ଼ରେ ଥିବା ନଳକୂପ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଠିଗଲା । ଆଉ ସରକାରଙ୍କ ତରଫରୁ ଗାଁରେ ପୁଣି ଗୋଟିଏ ନଳକୂପ ଆସିଲା ଲୋକଙ୍କ ପାଇଁ । ତାକୁ ଗାଁର ଦେଶକୋଠ ଘର ନିକଟରେ ବସିବା କଥା କିନ୍ତୁ ଗାଁର ଜୈନିକ ବ୍ୟକ୍ତି ବସାଇ ଦେଉନାହାନ୍ତି  । ଫ‌ଳରେ ଗାଁର ଲୋକମାନେ ହଇରାଣ ହେଉଛନ୍ତି । ଏହାର ବିଚାର ନହେବା ଯାଏ ରାସ୍ତାରୋକ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଗାଁକୁ ନଳକୂପ ମେସିନ ଆସିଛି କିନ୍ତୁ ଖୋଳି ପାରୁନାହିଁ । ଏହାର ବିଚାର ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

from Kanak News
via <a href="https://ifttt.com/?

ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲା, ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଦେଖାଉଥିଲା ଲୋଭ ।

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଲୋଭ ଦେଖାଉଥିଲା ମଧୁମଂଜରୀ ଓ ସୁରେଶ ବେହେରା । ଗତକାଲି ଏୟାରପୋର୍ଟ ଥାନାରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ । ଅନ୍ୟପକ୍ଷେ ସୁରେଶ ବେହେରା ଏଯାଏଁ ବି ଫେରାର ରହିଛି ।

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେବି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ଅଭିଯୋଗ ସତ୍ୱେ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫେରାର ହେବାରେ ସକ୍ଷମ ହୋଇଛି ସୁରେଶ ।

from Kanak News
via <a href="https://ifttt.com/?

ଫେବୃଆରୀ ୧୮ରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ୨୨ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ୍

କନକ ବ୍ୟୁରୋ: ଫେବୃଆରୀ ୨୨ ତାରିଖରେ ଆସିବ ରାଜ୍ୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଆଣିବେ ବଜେଟ୍ । ଏଥିସହ ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ନିଜର ଉଦବୋଧନ ରଖିବେ । ଏହାପରେ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ।

ଦୁଇଟି ପର୍ଯ୍ୟାୟରେ ଏହି ବିଧାନସଭା ବଜେଟ୍ ଅଧିବେଶନ ବସିବ । ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବସିବ । ଏହାପରେ ମାର୍ଚ୍ଚ ୧୨ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ ।

from Kanak News
via <a href="https://ifttt.com/?

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଶୁଖିଲା ରହିବ ପାଗ । କେତେକ ଜିଲ୍ଲାରେ ଅନୁଭୂତ ହେବ ଶୀତ ଲହରୀ ।

କନକ ବ୍ୟୁରୋ : ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁର ପ୍ରଭାବରେ ଆଗାମୀ ୩ ରୁ୪ ଦିନ ଯାଏଁ ଓଡ଼ିଶାର କେତେକ ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ ୫ ଦିନ ପାଇଁ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆସନ୍ତାକାଲି ଠାରୁ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ଗଞ୍ଜାମ, ଏବଂ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା କୁହାଯାଇଛି ।  ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ସହ ଗୋଟିଏରୁ ଦୁଇଟି ସ୍ଥାନରେ ତୀବ୍ର ଶୀତ ଲହରୀ ଅନୁଭୂତ ବହିବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଅପରପକ୍ଷରେ ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଏବଂ ବରଗଡ଼ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଓଡ଼ିଶାର ଏସବୁ ଜିଲ୍ଲାଗୁଡ଼ିକର ତାପମାତ୍ରା ଆଗାମୀ ୪ ଦ଼ିନ ପାଇଁ ସ୍ୱଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରି ସେଲସିୟସ୍ କମ୍ ରହିବାର ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ଏହା ୨ ରୁ ୩ ଡ଼ିଗ୍ରି ଯାଏଁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

from Kanak News
via <a href="https://ifttt.com/?

ଆକ୍ସନ ମୋଡରେ ସରକାର । ଚାଷୀ ଆନ୍ଦୋଳନରେ ମିଛ ଖବର ଖେଳାଉଥିବା ୨୫୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଭିତରେ ୨୫୦ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କଲେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏହି ଫେକ୍ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିଦେଇଛି । ଏହି ଆକାଉଣ୍ଟରୁ ଲଗାତାର ଭାବେ ଚାଷୀ ଆନ୍ଦୋଳନକୁ ନେଇ ଉତ୍ତେଜନାପୂର୍ଣ୍ଣ ଟୁଇଟ୍ କରାଯାଉଥିଲା ବୋଲି କୁହାଯାଇଛି ।

ଏହି ଟ୍ୱିଟର ଆକାଉଣ୍ଟରୁ ଚାଷୀ ଆନ୍ଦୋଳନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ପ୍ରଘଟ କରାଯାଉଥିଲା । ଏଥିସହ ମୋଦୀ ସରକାର କୃଷକମାନଙ୍କ ସଂହାର ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଇଥିଲା । ଯାହାପରେ ଗୃହ ମନ୍ତ୍ରାଳୟକୁ ଏନେଇ ପଦକ୍ଷେପ ନେବାକୁ ଅପିଲ୍ କରାଯାଇଥିଲା । ଏହାପରେ ଏହି ୨୫୦ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଛି ।

from Kanak News
via <a href="https://ifttt.com/?

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ।

କନକ ବ୍ୟୁରୋ: ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍‌ ଡିଫେନ୍‌ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍‌ ମିଲିଟାରି ଏକାଡେମି, ଡେରାଡୁନରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍‌ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା।

ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍‌ ଭାବେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସିଥିଲେ। ସୀମାନ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ- କଶ୍ମୀରରେ ଏବଂ ପରେ ଉତ୍ତର ପୂର୍ବରେ ଲାଇନ୍‌ ଅଫ୍‌ କଣ୍ଟ୍ରୋଲରେ ନିୟୋଜିତ ବାଟାଲିୟନର ବ୍ରିଗେଡ୍‌ କମାଣ୍ଡର ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିବା ସହ ଅନ୍ୟମାନଙ୍କ ପାଇଁ ଉହାହାରଣ ହୋଇ ରହିଥିଲା। ଚୀନ୍‌ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ପରେ ସିକ୍କିମ୍‌ ଆଧାରିତ ତ୍ରିଶକ୍ତି କର୍ପସକୁ ନିର୍ଦ୍ଦେଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି। ଯୋଧପୁର ସବ୍‌ ଏରିଆର ଜଣେ ମେଜର ଜେନେରାଲ୍‌ ଭାବରେ ଏବଂ ଲେଫଟନାଣ୍ଟ ଜେନେରାଲ୍‌ ଭାବରେ ଉତ୍ତର ଭାରତର ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଥିଲା।

ଏତଦ ବ୍ୟତୀତ ଡିଫେନ୍‌ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜ୍, ୱେଲିଙ୍ଗଟନ୍‌, ଉଚ୍ଚ ପ୍ରତିରକ୍ଷା ପରିଚାଳନା ପାଠ୍ୟକ୍ରମ ସିକନ୍ଦରାବାଦ ଏବଂ ନ୍ୟାସନାଲ ଡିଫେନ୍‌ସ କଲେଜ ନୂଆଦିଲ୍ଲୀର ଜଣେ ଆଲୁମନାସ୍‌ ସହ ସେନାବାହିନୀର ବ୍ରିଗେଡ୍‌ ମେଜର, ସେଚେଲସର ସାମରିକ ପରାମର୍ଶଦାତା, କର୍ଣ୍ଣେଲ ଏମଏସ ଶାଖାରେ ସାମରିକ ସଚିବ (ଚୟନ), ପୂର୍ବାଞ୍ଚଳରେ ଥିବା ଏକ କର୍ପସର ବ୍ରିଗେଡିୟର୍‌ ଜେନେରାଲ୍‌ ଷ୍ଟାଫ୍‌ ଏବଂ ଅପରେସନ୍‌ ଜେନେରାଲ୍‌, ଅପରେସନ୍‌ ଲଜିଷ୍ଟିକ୍‌ ଏବଂ ଷ୍ଟ୍ରାଟେଜିକ୍‌ ମୁଭମେଣ୍ଟ୍‌ ପରି ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଜର ଦକ୍ଷତାକୁ ପ୍ରତିପାଦିତ କରି କାର୍ଯ୍ୟ କଲାପରେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିଥିଲା। ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା କ୍ଷେତ୍ରରେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ।

from Kanak News
via <a href="https://ifttt.com/?

ଅଟୋରେ ଯାଉଥିବା ବେଳେ ଖସିପଡିଲା ବ୍ୟାଗ୍ । ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ସିରସି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ଗ୍ରାମର ଦୈମତି ଅମନାତ୍ୟ (୫୦) ସ୍ୱାମୀ ଶୋଭା ଅମନାତ୍ୟଙ୍କ ଏକ ଅଟୋ ଯୋଗେ ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ । ତେବେ ତଣ୍ଡାଗୁଡା ଛକ ନିକଟରେ ଦୈମତିଙ୍କ ବ୍ୟାଗ ଖସି ପଡ଼ିଥିଲା । ଏହି ସମୟରେ ଦୈମତି ଅଟୋ ଡ୍ରାଇଭରଙ୍କୁ ନକହି ଚଳନ୍ତା ଅଟୋରୁ ଡେଇଁ ପଡିଥିଲେ । ଯାହାଦ୍ୱାରା ତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା । ପରେ ଅଟୋ ଡ୍ରାଇଭର ଓ ସ୍ୱାମୀ ଶୋଭା ଗୁରୁତର ଅବସ୍ଥାରେ ଦୈମତିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

from Kanak News
via <a href="https://ifttt.com/?

ସୋସିଆଲ୍ ମିଡିଆରେ ଝିଅର ଫଟୋ ସେଆର୍ କଲେ ଅନୁଷ୍କା । ନାଁ ରଖିଲେ ‘ଭାମିକା’

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀ ୧୧ ତାରିଖରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏବେ ସେମାନେ ପ୍ରଥମ କରି ତାଙ୍କ ଝିଅର ଫଟୋକୁ ସୋସିଆଲ୍ ମିଡିଆରେ ସେଆର୍ କରିବା ସହିତ ତା ନାଁ ବିଷୟରେ ସୂଚନା ଦେଇଛନ୍ତିି ।

 

View this post on Instagram

 

A post shared by AnushkaSharma1588 (@anushkasharma)

//www.instagram.com/embed.js

ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେଆର୍ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ଓ ଝିଅ ସହ ନଜର ଆସୁଛନ୍ତି । ଏଥିସହ ତାଙ୍କ ନବଜାତ ଶିଶୁର ନାଁ ସେମାନେ ‘ଭାମିକା’ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି । ଅନୁଷ୍କାଙ୍କ ଏହି ପୋଷ୍ଟ ପରେ ଏହି ଫଟୋ ଖୁବ ଭାଇରାଲ୍ ହେବାରେ ଲାଗିଛି । ଫ୍ୟାନମାନେ ବିରାଟ-ଅନୁଷ୍କାଙ୍କ ଝିଅକୁ ଖୁବ ସାରା ଭଲ ପାଇବା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ହେବା କଥା ସୂଚନା ଦେଇଥିଲେ । ଏହାପରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଥମ ଟେଷ୍ଟ ଖେଳି ଭାରତ ଫେରିଆସିଥିଲେ । ଏହାପରେ ଜାନୁଆରୀ ୧୧ ତାରିଖରେ ଅନୁଷ୍କା ଗୋଟିଏ କନ୍ୟା ସନ୍ତାନର ଜନନୀ ହୋଇଥିଲେ ।

from Kanak News
via <a href="https://ifttt.com/?

ଅଧାରେ ଅଟକିଲା ଗରିବ ଝିଅର ପୋଲିସ ହେବାର ସ୍ୱପ୍ନ । ବ୍ରେନ ଟ୍ୟୁମର ପରେ ବଦଳିଗଲା ଜୀବନର ମୋଡ, ଯନ୍ତ୍ରଣାର ବିଛଣାରେ ବିତୁଛି ଜୀବନ ।

କନକ ବ୍ୟୁରୋ: ବିଛଣାରେ ଶୋଇଛି ପୋଲିସିଆ ସ୍ୱପ୍ନ । ରୋଗ ଯନ୍ତ୍ରଣାର ଚାବୁକ ମାଡରେ ମଉଳି ଯାଇଛି ଜୀବନକୁ ନେଇ ଦେଖିଥିବା ସୁନେଲୀ ସପନ । ସେ ହାରିଯାଇଛି, ସେ ଭାଙ୍ଗି ଯାଇଛି, ନିଜକୁ ନେଇ ଜାଳିଥିବା ଆଶାର ଆଲୋକ ଅନ୍ଧାର ହୋଇଛି । ଅନ୍ୟମାନଙ୍କ ପରି ବାପାମାଆଙ୍କ ଇଚ୍ଛାକୁ ପୂରଣ କରିବାକୁ ସୁମିତ୍ରା ବି କରୁଥିଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ପୋଲିସ ଚାକିରି କରି ଘରର ଦୁଃଖ ଦୂର କରିବା ସହ ସମାଜର ସେବା ପାଇଁ ସେ ଦେଖୁଥିଲେ ଅହରହ ସ୍ୱପ୍ନ । ହେଲେ ତାଙ୍କ ସ୍ୱପ୍ନରେ ଲାଗିଲା ସମୟର ନଜର । ବିଧାତା ଖେଳିଲା ବ୍ରେନ ଟ୍ୟୁମରର ଖେଳ । ଆଉ ଏବେ ସୁମିତ୍ରାଙ୍କ ସବୁ ସ୍ୱପ୍ନ ରୋଗ ଶଯ୍ୟାରେ ଶୋଇଛି ।

ପୁରୀ କପିଳେଶ୍ୱରପୁର ଗାଁ ପ୍ରଥମ ସରେ ରୁହନ୍ତି କୁମର ନାଏକ । ଶ୍ରୀମନ୍ଦିରରେ କାଠ ଚିରି ପରିବାର ପୋଷୁଥିବା କୁମର ନିଜ ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲେ । ଜଗା ଦୁଆରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସିନା ପରିଶ୍ରମ କରୁଥିଲେ ହେଲେ ଝିଅ ତାଙ୍କର ନାଁ ରଖୁ, ବଡ ଚାକିରି କରୁ ଏଇ କଥା ଭାବୁଥିଲେ କୁମର । ଝିଅ ସୁମିତ୍ରା ବି ବାପାଙ୍କ ସ୍ୱପ୍ନଙ୍କୁ ସତ କରିବାକୁ ୨୦୧୮ରେ ଓଡିଶା ପୋଲିସରେ ଇନଟରଭ୍ୟୁ ଦେଇଥିଲେ । ହେଲେ କିଏ ଜାଣିଥିଲା ସେହି ଦିନ ହିଁ ହେବ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଦିନ, ସ୍ୱପ୍ନଭଙ୍ଗର ଦିନ ।

ଇନଟରଭ୍ୟୁ ଚାଲିଥିବା ବେଳେ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡିଯାଇଥିଲେ । ପରେ ଝିଅ ଦୁର୍ବଳ ଥିବା ଭାବି ସାଧାରଣ ଔଷଧ ଦେଇ ଚିକିତ୍ସା କରାଇଥିଲେ ପରିବାର ଲୋକେ । ମାତ୍ର ସେବେଠାରୁ କେବେ ବି ସୁମିତ୍ରାଙ୍କ ଦେହ ଭଲ ରହେନାହିଁ । ଧିରେଧିରେ ଝିଅ ଅସୁସ୍ଥ ହେବା ପରେ ପ୍ରଥମେ ପୁରୀ ବଡ ମେଡିକାଲ, ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଇବା ପରେ ସୁମିତ୍ରାଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଆଉ ଝିଅ ଦେହରେ ଏତେ ବଡ ରୋଗ କଥା ଶୁଣି ବାପାମାଆଙ୍କ ପାଦ ତଳୁ ମାଟିଖସି ଯାଇଥିଲା ।

ସୁମିତ୍ରାଙ୍କୁ ଭଲ କରିବାକୁ ବାପା କଷ୍ଟେମଷ୍ଟେ ଏଣୁତେଣୁ ଲକ୍ଷେ ଟଙ୍କା ଯୋଗାଡ କରି ଚିକିତ୍ସା କରାଇଥିଲେ ବି ଅପରେସନ ପାଇଁ ଦରକାର ଆହୁରି ୪ ଲକ୍ଷ । ଏତେ ଟଙ୍କା କେଉଁଠୁ ଆସିବ । କାଳିଆ ଘରେ କାଠ ଚିରିରେ ଘର ଚଳେ ସେଥିରେ ୪ ଲକ୍ଷ କିଏ, କୁମର କିଏ । ତେଣୁ ହସ୍ପିଟାଲରୁ ଫେରାଇ ଆଣି କାଳିଆ ଭରସାରେ ଏବେ ଘରେ ରଖିଛନ୍ତି ।

ସେପଟେ ଝିଅର ବିବାହ ପାଇଁ ଅନେକ ପ୍ରସ୍ତାବ ଆସୁଥିବା ବେଳେ ବ୍ରେନ ଟ୍ୟୁମର ବାହାଘର ସ୍ୱପ୍ନକୁ ଭାଙ୍ଗିଦେଇଛି ଆଉ ବିବାହ ବାଟରେ ବାଡ ସାଜିଛି । ତେବେ ଯନ୍ତ୍ରଣାର ଜଉ ଘରେ ସୁମିତ୍ରା ଅହରହ ଛଟପଟ ହେଉଥିଲେ ବି ସଙ୍ଘର୍ଷ ଭିତରେ ତାଙ୍କ ପାଟିରୁ ଶବ୍ଦଟିଏ ବି ବାହାରୁନି । କାରଣ ସେ ଶବ୍ଦହୀନ ହୋଇଛନ୍ତି, ସ୍ୱପ୍ନହୀନ ହୋଇଛନ୍ତି… ନିଜ ଦେହ ଭଲ କରିଦେବାକୁ କାଳିଆ ପାଖରେ ହାତ ଟେକି ଦେଇଛନ୍ତି…

from Kanak News
via <a href="https://ifttt.com/?

Design a site like this with WordPress.com
Get started