ବଜେଟରେ ବଡ ଘୋଷଣା: ମହଙ୍ଗା ହେବ ମଦ । ବିଦେଶୀ ମୋବାଇଲ୍, କପଡା, ବିଦ୍ୟୁତ ଉପକରଣ ଦାମ ବି ବଢିବ

କନକ ବ୍ୟୁରୋ: ଏଥର ବଜେଟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଫୋକସ୍ କରିଛନ୍ତିି । ଯାହାର ଖର୍ଚ୍ଚକୁ ଭରଣ କରିବାକୁ ଯାଇଁ କେନ୍ଦ୍ର ସରକାର ବିଭିନ୍ନ ଉତ୍ପାଦର ଦାମ ବଢାଇଛନ୍ତି । ଅନେକ ସାମଗ୍ରୀ ଉପରେ କୃଷି ସେସ୍ ଲାଗୁ କରାଯାଇଛି, ଯାହାକି ଫେବୃଆରୀ ୨ ତାରିଖରୁ ଲାଗୁ ହେବ ।

ଏହି କ୍ରମରେ କାଲିଠୁ ଦେଶରେ ମଦ ମହଙ୍ଗା ହେବ । ଏହା ପରେ କେନ୍ଦ୍ର ସରକାର ଶତ ପ୍ରତିଶତ କୃଷି ସେସ୍ ଲାଗୁ କରିଛନ୍ତି । ତା ସହ ପେଟ୍ରୋଲ ଓ ଡିଜେଲ ରେଟ୍ ମଧ୍ୟ ବଢିବ । କାଲିଠାରୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇପାରେ ।
ଏହାସହ ବିଦେଶୀ ମୋବାଇଲ୍ , ମୋବାଇଲ୍ ଉପକରଣ , ବିଦେଶରୁ ଆସୁଥିବା କପଡା , ବିଦେଶୀ ଅଟୋ ପାର୍ଟସ, ବିଦ୍ୟୁତ ଉପକରଣ । ସୋଲାର ଇନଭର୍ଟର, ବିଦେଶୀ ଖାଦ୍ୟ ତୈଳ ଆଦି ସାମଗ୍ରୀର ଦାମ ବଢିବ । ସେହିପରି ନୂଆ ବଜେଟରେ ସୁନା, ରୁପା, ଲୁହା , ଷ୍ଟିଲ ସାମଗ୍ରୀ, ତମ୍ବା ସାମଗ୍ରୀ ଆଦି ଶସ୍ତା ହେବ ବୋଲି ଜଣାପଡିଛି ।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ କୁଆଖିଆ ପୋଲିସ । 

କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିଛନ୍ତି କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଥିଲା । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୁଆଖିଆ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ପୋଲିସ ।

କୋର୍ଟଙ୍କ ଅନୁମତି ପରେ ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ । ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ କରିପାରେ । ଝରାଫୁଲ-ରାକେଶ ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି ? ସେହିଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇଥିଲେ କି ? ସେଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କ’ଣ ଘଟିଥିଲା, ସେବାବଦରେ ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ ପୁଲିସ । ଆଉ ଆବଶ୍ୟକ ପଡିଲେ, ପୁଲିସ ରାକେଶକୁ ସେହି ସବୁ ସ୍ଥାନକୁ ନେଇ ସିନ୍ ରି-କ୍ରିଏସନ କରିବ ବୋଲି ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ମୋଦି କହିଲେ, ଭାରତର ଆତ୍ମବିଶ୍ୱାସ ବଢାଇବା ଭଳି ବଜେଟ୍, ବଜେଟ୍ ହୃଦୟରେ ଦେଶର ଚାଷୀ ।

କନକ ବ୍ୟୁରୋ : ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, କରୋନା ଭଳି କଠିନ ସ୍ଥିତିରେ ବଜେଟ୍ ଆସିଛି । ଲୋକଙ୍କ ଜୀବନରେ ବଜେଟ୍, ଅନେକ ପରିବର୍ତ୍ତନ ଆଣିବ । ବଜେଟରେ ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁ ରାଜ୍ୟରେ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ଉଦବୋଧନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ ହୃଦୟରେ ଦେଶର ଚାଷୀ ରହିଛନ୍ତି । ବଜେଟ୍, କୋଷ୍ଟାଲ ରାଜ୍ୟକୁ ବିଜନେସ୍ ପାୱାର ହାଉସ କରିବ । ଭାରତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମଜବୁତ ପାଦ ବଢ଼ାଇବ । କୃଷି ଓ କୃଷକଙ୍କ ଆୟ ବଢ଼ାଇବା ପାଇଁ ଏହି ବଜେଟରେ ନିଷ୍ପତ୍ତି ନିଆଯାଇଛି । ବଜେଟ ହୃଦୟରେ ବିଶେଷ କରି କୃଷକମାନଙ୍କୁ ରଖାଯାଇଛି । ନିଯୁକ୍ତି ପାଇଁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ୨୦୨୧ ବର୍ଷରେ ଭାରତର ବିକାଶ ପାଇଁ ଏହି ବଜେଟ୍ ସହାୟକ ହେବ ।

from Kanak News
via <a href="https://ifttt.com/?

ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ: ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି

କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଫୋକସ କରାଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା । ଏହି ରାଜ୍ୟଗୁଡିକରେ ସଡକ ଭିତ୍ତିଭୂମି ପାଇଁ ୨.୨୭ ଲକ୍ଷ କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ କୋଲକାତା–ସିଲିଗୁଡି ମଧ୍ୟରେ ଜାତୀୟ ରାଜପଥ ତିଆରି କରାଯିବ ।

ପଶ୍ଚିମବଙ୍ଗରେ ରାଜପଥ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ତାମିଲନାଡୁରେ ୩୫ ଶହ କିଲୋମିଟର ହାଇୱେ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ନିର୍ମାଣ କାମ ଆସନ୍ତା ବର୍ଷରୁ ଆରମ୍ଭ ହେବ । ସେହିଭଳି କେରଳରେ ୧୧ ଶହ କିଲୋମିଟରର ହାଇୱେ ନିର୍ମାଣ ହେବ । ଏହି ପ୍ରକଳ୍ପରେ ମୁମ୍ବାଇ-କନ୍ୟାକୁମାରୀ କରିଡର ହେବ । ଏଥିପାଇଁ ଖର୍ଚ୍ଚ ହେବ ୬୫ ହଜାର କୋଟି ଟଙ୍କା ।

• ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ

• ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି

• କୋଲକାତା-ସିଲିଗୁଡି ରାସ୍ତାର ହେବ ଉନ୍ନତିକରଣ

• ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି

• ତାମିଲନାଡୁରେ ହାଇୱେ ପାଇଁ ୧ ଲକ୍ଷ କୋଟି

• କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି

from Kanak News
via <a href="https://ifttt.com/?

ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ସଂପୂର୍ଣ୍ଣ ଛାଡ

କନକ ବ୍ୟୁରୋ: ସାଧାରଣ ବଜେଟରେ ଆୟକର ସୀମାରେ ହେଲା ନାହିଁ କୌଣସି ବି ପରିବର୍ତ୍ତନ । ବରିଷ୍ଠ ପେନସନ ଭୋଗୀଙ୍କୁ ଆୟକରରେ ମିଳିବ ରିହାତି । ତେବେ ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କ ପାଇଁ ଆୟକର ସଂପୂର୍ଣ୍ଣ ଭାବେ ଛାଡ କରିବାକୁ ବଜେଟ-୨୧-୨୨ରେ ସଂସଦରେ ଘୋଷଣା କରାଯାଇଛି ।

ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ଯେତେବେଳେ ସାରାବିଶ୍ୱ ସଂକଟ ଦେଇ ଗତି କରୁଥିଲା ସେତେବେଳେ ସମସ୍ତଙ୍କର ନଜର ଭାରତ ଉପରେ ରହିଥିଲା । ଏଭଳି ପରିସ୍ଥିତିରେ ଆମେ ନିଜ ଟିକସଦାତାଙ୍କୁ ସବୁ ପ୍ରକାର ସୁବିଧା ଦେବାକୁ ଚାହିଁଲୁ । ଆଜି ସଂସଦରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ,  ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଏବେ ଟିକସରେ ଆଶ୍ୱସ୍ତ କରାଯାଇଛି । ଏଣିକି ୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଆଉ ଆଇଟିଆର ଭରିବାକୁ ପଡିବ ନାହିଁ । ତେବେ ଏହି ସୁବିଧାର ଲାଭ କେବଳ ପେନସନଭୋଗୀମାନେ ହିଁ ଉଠାଇପାରିବେ ।

ସେହିଭଳି ବଜେଟରେ ଆହୁରି ମଧ୍ୟ ଘୋଷଣା କରାଯାଇଛି କି, ସାଧାରଣତଃ ଏନଆରଆଇଙ୍କୁ ଟିକସ ଭରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । କିନ୍ତୁ ଏଥର ସେମାନଙ୍କୁ ଡବଲ ଟ୍ୟାକ୍ସ ସିଷ୍ଟମରୁ ଆଶ୍ୱସ୍ତି ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ,  ଟ୍ୟାକ୍ସ ଦେବା ପାଇଁ ଷ୍ଟାର୍ଟ ଅପ୍ ପାଇଁ ପ୍ରାରମ୍ଭିକ ଛାଡ ବର୍ତ୍ତମାନ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

from Kanak News
via <a href="https://ifttt.com/?

ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍ : ପେଟ୍ରୋଲ ଉପରେ ଅଢେଇ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲଗାଇଲେ ସରକାର

କନକ ବ୍ୟୁରୋ : ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲାଗିଛି । ସେହିଭଳି ଡିଜେଲ ଉପରେ ୪ ଟଙ୍କାର କୃଷି ସେସ ଲଗାଯାଇଛି । ଏହା ପରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ । ବଜେଟରେ ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ତେବେ କୃଷିସେସ ଲଗାଇବା ପରେ ଉତ୍ପାଦନ ଶୁଳ୍କକୁ କମାଇଛନ୍ତି ସରକାର । ତେଣୁ ଉପଭୋକ୍ତାଙ୍କ ଉପରେ ଏହାର ତତ୍କାଳ ପ୍ରଭାବ ପଡିବ ନାହିଁ । ବର୍ତ୍ତମାନ ପାଇଁ କୌଣସି ବୋଝ ପଡିବନାହିଁ ।

ସେହିଭଳି ସୁନା ଓ ରୁପା ଉପରେ ୨.୫%, ନିଶାପାନୀୟ ଉପରେ ୧୦୦%, ଅଶୋଧିତ ତାଳତୈଳ ଉପରେ ୧୭.୫%, କାବୁଲି ସୋଲା ଉପରେ ୩୦%, ବିରି ଓ ସୋଲା ଉପରେ ୩୦%, ମସୁର ୨୦% ଏବଂ ତୁଳା ଉପରେ ୫% ସେସ୍‌ ଲାଗୁ କରାଯାଇଛି । ଏହା ଫେବ୍ରୁଆରି ୨ତାରିଖ ଠାରୁ ଲାଗୁ ହେବ ।

from Kanak News
via <a href="https://ifttt.com/?

‘ଉଜ୍ଜ୍ୱଳା ଯୋଜନା’ ଅବଧି ବଢ଼ିଲା : ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ, ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି । ଏଥିମଧ୍ୟରେ ‘ଉଜ୍ଜ୍ୱଳା ଯୋଜନା’କୁ ସାମିଲ କରାଯାଇଛି । ଆଗାମୀ ୩ ବର୍ଷ ଭିତରେ କେନ୍ଦ୍ର ସରକାର ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ କରାଯିବ । ଏହାଛଡ଼ା ଜମ୍ମୁ-କଶ୍ମୀରରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପକୁ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ର ଅଭିଭାଷଣ ଆରମ୍ଭ କରି କହିଛନ୍ତି ଯେ ସରକାର ଛଅଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିମଧ୍ୟରୁ ସ୍ବାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ଲାଗି ସ୍ବାସ୍ଥ୍ୟ କ୍ଷେତ୍ରରେ ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମୋଦୀ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଅଧିକ ଫୋକସ୍ ଦେଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ର । ସେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଆଗାମୀ ୬ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ବଜେଟରେ ବଡ ଘୋଷଣା : ଶସ୍ତା ହେବ ସୁନା ଓ ରୂପା; ମହଙ୍ଗା ହେବ ବିଦେଶୀ ମୋବାଇଲ୍

କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ସୁନା ଓ ରୂପା । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୁହା ଓ ଷ୍ଟିଲ୍, ତମ୍ବା ସାମଗ୍ରୀ ବି ଶସ୍ତା ହେବ । ମହଙ୍ଗା ହୋଇପାରେ ବିଦେଶୀ ମୋବାଇଲ୍ । ଜିଏସଟିକୁ ଆହୁରି ସରଳ କରିବାକୁ ପ୍ରୟାସ । ଅକ୍ଟୋବର ୧ରୁ ନୂଆ କଷ୍ଟମ ଡ୍ୟୁଟି ଲାଗୁ ହେବ ।

କ’ଣ ଶସ୍ତା ହେବ ?

  • ସୁନା
  • ରୁପା
  • ଲୁହା ଓ ଷ୍ଟିଲ ସାମଗ୍ରୀ
  • ତମ୍ବା ସାମଗ୍ରୀ ଲୁହା
  • ସ୍ୱତନ୍ତ୍ର ଚମଡ଼ା

କ’ଣ ମହଙ୍ଗା ହେବ ?

  • ବିଦେଶୀ ମୋବାଇଲ
  • ମୋବାଇଲ ଉପକରଣ
  • ବିଦେଶରୁ ଆସୁଥିବା କପଡା
  • ବିଦେଶୀ ଅଟୋ ପାର୍ଟସ
  • ବିଦ୍ୟୁତ ଉପକରଣ
  • ସୋଲାର ଇନଭର୍ଟର
  • ବିଦେଶୀ ଖାଦ୍ୟ ତୈଳ

from Kanak News
via <a href="https://ifttt.com/?

କନକ କନିକା ଛକ ସ୍ଥିତ ‘ସନ ହସ୍ପିଟାଲ’ରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି ମେଡିକାଲ ବିଲ୍ଡିଂ; କାରଣ ଅସ୍ପଷ୍ଟ, କ୍ଷୟକ୍ଷତିର ମିଳିନି ସୂଚନା

କନକ ବ୍ୟୁରୋ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । କଟକ କନିକା ଛକ ସ୍ଥିତ ସନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ପ୍ରୟାସ ଜାରି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅନ୍ୟପକ୍ଷରେ ନିଆଁ ଯୋଗୁଁ ଚାରିଆଡେ ଧୂଆଁର ବାତାବରଣ ଖେଳିଯାଇଛି । ଯୁଆଡେ ଦେଖିବ ଖାଲି ଧୂଆଁ ହିଁ ଧୂଆଁ ଦେଖିବାକୁ ମିଳିଛି । ଫଳରେ ନିଆଁକୁ ଆୟତ କରିବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ଏଯାବତ୍ କିଛି ସୂଚନା ମଳିପାରି ନାହିଁ ଏବଂ ମେଡିକାଲରେ ଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

from Kanak News
via <a href="https://ifttt.com/?

ସାଧାରଣ ବଜେଟରେ ବଡ ଘୋଷଣା : କମର୍ସିଆଲ ଗାଡି ପାଇଁ ୧୫ବର୍ଷ ସମୟ ଧାର୍ଯ୍ୟ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସ୍ବେଚ୍ଛାକୃତ ଯାନବାହାନ ବଦଳ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଯାଇପାରିବ । ଏହା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ଦେଶର ତୈଳ ଆମଦାନୀ ହ୍ରାସ ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପରବର୍ତ୍ତୀ କାଳରେ ଏହି ଯାନବାହାନ ବଦଳ ନୀତି ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଔପଚାରିକ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ଗତ ୨୫ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ସରକାରୀ ଯାନବାହାନ ବଦଳ ନୀତିକୁ ମଂଜୁରୀ ଦିଆଯାଇଥିଲା । ଆସନ୍ତା ୨୦୨୨, ଏପ୍ରିଲ ପହିଲାରୁ ଏହି ନୀତି କେବଳ କେନ୍ଦ୍ର ଓ ରାଜ୍ୟ ସରକାରୀ ଯାନବାହାନଗୁଡ଼ିକ ପାଇଁ ଲାଗୁ ହେବ । ପରବର୍ତ୍ତୀ କାଳରେ ବ୍ୟବସାୟିକ ଓ ବ୍ୟକ୍ତିଗତ ଗାଡ଼ି ପାଇଁ ଏହି ନୀତିକୁ ଲାଗୁ କରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started