ବଜେଟରେ ଶିକ୍ଷା କ୍ଷେତ୍ରକୁ ନେଇ ବଡ଼ ଘୋଷଣା । ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ

କନକ ବ୍ୟୁରୋ: ଦେଶରେ ଖୋଲାଯିବ ୧୦୦ରୁ ଅଧିକ ସୈନିକ ସ୍କୁଲ ଖୋଲିବ । ଆଦିବାସୀ ଅଞ୍ଚଳରେ ଖୋଲିବ ଏକଲବ୍ୟ ସ୍କୁଲ ।  ଏନେଇ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଆଦିବାସୀ ଅଂଚଳମାନଙ୍କରେ ୭୫୮ଟି ଏକଲବ୍ୟ ସ୍କୁଲ ଖୋଲାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିସହିତ ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଉଚ୍ଚଶିକ୍ଷା ପାଇଁ ଗଠନ ହେବ କମିଶନ । ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ସାଧାରଣ ବଜେଟରେ ଘୋଷଣା କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ବଡ଼ ଘୋଷଣା

• ଲେହରେ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବ
• ଦେଶରେ ୧୦୦ରୁ ଅଧିକ ସୈନିକ ସ୍କୁଲ ଖୋଲାଯିବ
• ୧୫ ହଜାର ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ
• ଉଚ୍ଚଶିକ୍ଷା କମିସନ ଗଠନ ହେବ
• ଆଦିବାସୀ ଅଂଚଳରେ ୭୫୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହେବ
• ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ ଆରମ୍ଭ ହେବ
• ଆଂଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ

ସ୍ୱାସ୍ଥ୍ୟକୁ ସରକାରଙ୍କ ଅଗ୍ରାଧିକାର

• ଦେଶରେ ୧୫ଟି ହେଲଥ ଏମରଜେନ୍ସି ସେଂଟର ପ୍ରତିଷ୍ଠା ହେବ
• କୋଭିଡ ଭ୍ୟାକସିନ ପାଇଁ ୩୫ ହଜାର କୋଟି
• ସ୍ୱାସ୍ଥ୍ୟ ସେବା ପାଇଁ ୨.୨୩ ଲକ୍ଷ କୋଟି ବ୍ୟୟବରାଦ
• ଗତ ବଜେଟରୁ ୧୩୭% ଅଧିକ
• ୬ ବର୍ଷରେ ସ୍ୱାସ୍ଥ୍ୟ ଭିର୍ତ୍ତିଭୂମୀର ବିକାଶ ହେବ
• କମର୍ସିଆଲ ଗାଡି ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ
• ୧୦୦ରୁ ଅଧିକ ଦେଶକୁ ଟିକା ଦିଆଯାଉଛି
• ୧୭ ନୂଆ ପବ୍ଲିକ ହେଲଥ ସେଂଟର ଖୋଲିବ

ବ୍ୟାକିଂ ଓ ବୀମା

• ବୀମା କ୍ଷେତ୍ରରେ ୭୪% ଏଫଡିଆଇକୁ ମଂଜୁରୀ
• ବୀମାକ୍ଷେତ୍ରରେ ଏଫଡିଆଇ ୪୯%ରୁ ୭୪%କୁ ବୃଦ୍ଧି
• ସରକାରୀ ବ୍ୟାଙ୍କ ପାଇଁ ୨୦ ହଜାର କୋଟି
• ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରାଯିବ
• ଭାରତୀୟ ଜୀବନ ବୀମା ନିଗମର ଆଇପିଓ ଆସିବ
• ଛୋଟ କମ୍ପାନୀଙ୍କ ପାଇଁ ପ୍ଡେ ଅଫ କ୍ୟାପିଟାଲ ସୀମା ବଢିଲା
• ବିନିବେଶ ପାଇଁ ଆଇନର ସଂଶୋଧନ ହେବ
• ଏମଏସଏମଇ ପାଇଁ ବିଶେଷ ବ୍ୟବସ୍ଥା

ଚାଷୀଙ୍କ ପାଇଁ ବଜେଟରେ କ’ଣ?

• ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତନ ହେବ
• କୃଷକଙ୍କୁ ଖର୍ଚ୍ଚର ଦେଢଗୁଣା ଦେବାକୁ ପ୍ରୟାସ
• କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ
• ଚାଷୀଙ୍କ ପାଇଁ ୭୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି
• କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ
• ୭ବର୍ଷରେ ଦୁଇଗଣରୁ ଅଧିକ ଧାନ କିଣାଯାଇଛି
• ୨୦୨୦-୨୧ରେ ଗହମ ପାଇଁ ଦିଆଯାଇଛି ୭୫ ହଜାର କୋଟି
• ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି
• ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ
• ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା

from Kanak News
via <a href="https://ifttt.com/?

ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏମଏସପି ବ୍ୟବସ୍ଥାରେ ହେବ ବଡ ପରିବର୍ତ୍ତନ

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ଚାଷୀଙ୍କ ହିତ ପାଇଁ ସରକାର କାମ କରୁଛନ୍ତି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ଲକ୍ଷ୍ୟ । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨ ୭୫୨ କୋଟି । ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ । ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।

ଚାଷୀଙ୍କ ପାଇଁ ବଜେଟରେ କ’ଣ ?

– ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବ
– କୃଷକଙ୍କୁ ଖର୍ଚ୍ଚର ଦେଢଗୁଣା ଦେବାକୁ ପ୍ରୟାସ
– କୃଷକଙ୍କ ଆୟ ଦୁଇ ଗୁଣା କରିବାକୁ ଲକ୍ଷ୍ୟ
– ଚାଷୀଙ୍କ ପାଇଁ ୭୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି
– କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ
– ୭ବର୍ଷରେ ଦୁଇଗଣରୁ ଅଧିକ ଧାନ କିଣାଯାଇଛି
– ୨୦୨୦-୨୧ରେ ଗହମ ପାଇଁ ଦିଆଯାଇଛି ୭୫ ହଜାର କୋଟି
– ୨୦୨୦-୨୧ରେ କପା ପାଇଁ ୧ ହଜାର କୋଟି
– ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଲାଗୁ କରାଯିବ
– ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା

from Kanak News
via <a href="https://ifttt.com/?

ରେଳ ବିଭାଗ ପାଇଁ ବଜେଟରେ କେତେ? ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ

କନକ ବ୍ୟୁରୋ: ପ୍ରତିକ୍ଷାର ହେଲା ଅନ୍ତ । ସଂସଦରେ ଉପଲସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ତେବେ କରୋନା କାଳ ଭିତରେ ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସମୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ୨୦୨୧-୨୨ର ସାଧାରଣ ବଜେଟ । ତେବେ ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର  ।

ସାଧାରଣ ବଜେଟରେ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ କରିବା ସହ କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ବୋଲି ସଂସଦରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେହିଭଳି ୨୦୨୧-୨୨ର ବଜେଟରେ ପରିବହନ ଓ ରେଳ ବିଭାଗ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି । ନଜର ପକାନ୍ତୁ ଏହି ଖବର ଉପରେ..

ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ

ଦୁଇ ପ୍ରକାର ମେଟ୍ରୋର ପରିକଳ୍ପନା

ଦୁଇ ପ୍ରକାରର ମେଟ୍ରୋ- ମେଟ୍ରୋ ଲାଇଟ, ମେଟ୍ରୋ ନିୟୋ

ମେଟ୍ରୋ ପ୍ରୋଜେକ୍ଟ ପାଇଁ ଦିଆଯିବ ପ୍ରୋତ୍ସାହନ

ମେଟ୍ରୋର ବିସ୍ତାର ପାଇଁ କେନ୍ଦ୍ର ଦେବ ସହାୟତା

କିଛି ନୂଆ ସହରରେ ଆରମ୍ଭ ହେବ ମେଟ୍ରୋ

କୋଚି, ଚେନ୍ନାଇ, ନାଗପୁର ଓ ନାସିକରେ ମେଟ୍ରୋ ପ୍ରକଳ୍ପ

ଇଷ୍ଟ-କୋଷ୍ଟ କରିଡର,ନର୍ଥ–ସାଉଥ କରିଡ଼ର ପାଇଁ ବି ଘୋଷଣା

ରେଳଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ

୨୭ ସହରରେ ୧୦୬୦ କିଲୋମିଟର ମେଟ୍ରୋ ଲାଇନ ହେବ

ସେହିଭଳି

  • ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟିର ଘୋଷଣା । ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ପାଇଁ ବଡ ଘୋଷଣା । ବଙ୍ଗଳାରେ ନୂଆ ରାସ୍ତା ପାଇଁ ୨୫ ହଜାର କୋଟି । ଆସନ୍ତା ବର୍ଷ ୮୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ।
  • ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ ଘୋଷଣା । ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରାଯିବ । ୪୨ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା । ସ୍ୱଚ୍ଛ ବାୟୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ।
  • ସ୍ୱାସ୍ଥ୍ୟ ବଜେଟ : ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।

from Kanak News
via <a href="https://ifttt.com/?

ଚଳିତ କେନ୍ଦ୍ର ବଜେଟର ବଡ଼ ଘୋଷଣା । କରୋନା ଭ୍ୟାକ୍ସିନ୍ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ।

କନକ ବ୍ୟୁରୋ : ୨୦୨୧-୨୨ ଚଳିତ ଆର୍ଥିକ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ଏହାର ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟ ବଜେଟ୍ ଉପରେ ବଡ଼ ଘୋଷଣା କରିଛନ୍ତି । ବିଶେଷ କରି ଭ୍ୟାକ୍ସିନ୍ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଦେଶରେ ୧୫ଟି ହେଲଥ ଏମରଜେନ୍ସି ସେଂଟର ପ୍ରତିଷ୍ଠା ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ କୋଭିଡ ଭ୍ୟାକସିନ ପାଇଁ ୩୫ ହଜାର କୋଟି ବ୍ୟବୟବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ସେବା ପାଇଁ ୨.୨୩ ଲକ୍ଷ କୋଟି ବ୍ୟୟବରାଦ ହୋଇଛି ।
ସବୁଠାରୁ ବଡ଼କଥା ହେଲା, ତେବେ ଗତ ବଜେଟରୁ ୧୩୭% ଅଧିକ ଅର୍ଥ ବରାଦ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ୬ ବର୍ଷରେ ସ୍ୱାସ୍ଥ୍ୟ ଭିର୍ତ୍ତିଭୂମୀର ବିକାଶ ହେବ । ଏପରିକି ୧୦୦ରୁ ଅଧିକ ଦେଶକୁ ଟିକା ଦିଆଯାଉଛି । ୧୭ ନୂଆ ପବ୍ଲିକ ହେଲଥ ସେଂଟର ଖୋଲିବ ।

from Kanak News
via <a href="https://ifttt.com/?

ବଜେଟ୍ ୨୦୨୧-୨୨ : ସାଧାରଣ ବଜେଟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ; ଯୋଜନା ପାଇଁ ୬୪,୧୮୦ କୋଟି ବ୍ୟୟ ବରାଦ

କନକ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ର ବଜେଟ୍‌ ପ୍ରସ୍ତାବ ଛଅଟି ସ୍ତମ୍ଭ ଉପରେ ଆଧାରିତ। ସେଗୁଡ଼ିକ ହେଉଛି- ସ୍ୱାସ୍ଥ୍ୟ ଓ ସ୍ୱଚ୍ଛନ୍ଦତା, ପ୍ରତ୍ୟକ୍ଷ ଏବଂ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷୀ ଭାରତର ସାମଗ୍ରୀକ ବିକାଶ, ମାନବ ପୁଞ୍ଜିର ପୁନଃଉତଥାନ, ଉଦ‌ଭାବନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ।

ସାଧାରଣ ବଜେଟରେ ବଡ ଘୋଷଣା । ସଂସଦ ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାର ସରକାରଙ୍କ ତରଫରୁ ପିଏମ୍ ଆତ୍ମନିର୍ଭର ସୁସ୍ଥ ଭାରତ ପାଇଁ ୬୪,୧୮୦ କୋଟି ନିବେଶ କରାଯିବ ଏବଂ ସ୍ୱାସ୍ଥ୍ୟ ବଜେଟକୁ ପ୍ରାଥମିକତା ଦିଆଯିବ । ଏଥିସହିତ ସରକାରଙ୍କ ତରଫରୁ ଡବ୍ଲ୍ୟୁଏଚଓର ସ୍ଥାନୀୟ ମିଶନକୁ ମଧ୍ୟ ଭାରତରେ କାର୍ଯ୍ୟକାରୀ କରିବାକୁ ସାଂସଦରେ ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

  • ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।
  • କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ।
  • ମିଶନ ପୋଷଣ :୨.୦ଆରମ୍ଭ । ୬ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ । ୬୪,୧୮୦ କୋଟି ନିବେଶ କରାଯିବ । ୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ  ।
  • ଆତ୍ମନିର୍ଭର ଭାରତ ପ୍ୟାକେଜ ୪୦ କୋଟି ଗରିବ ମହିଳାଙ୍କୁ ସହାୟତା କରାଯାଇଛି । ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଦ୍ୱାରା ଦେଶର ସ୍ଥିତିରେ ସୁଧାର ଆସିବ । ନୂଆ ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।
  • ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦେଶର ସ୍ଥିତିରେ ସୁଧାର ଆସିବ । ଆତ୍ମନିର୍ଭର ଭାରତ ୨୭.୧ ଲକ୍ଷ କୋଟିର । ଜିଡ଼ିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟସାମଗ୍ରୀ ଦିଆଯାଇଛି ।
  • ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଦ୍ବାରା ୧୭,୦୦୦ ଗ୍ରାମୀଣ କେନ୍ଦ୍ର ଏବଂ ୧୧,୦୦୦ ସହରରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ଯୋଗାଇ ଦିଆଯିବ। ତେବେ ଜାତୀୟ ସ୍ବାସ୍ଥ୍ୟ ମିସନରୁ ପୂର୍ବରୁ ଯେଭଳି ସୁବିଧା ମିଳୁଥିଲା ତାହା ପୂର୍ବପରି ଚାଲୁ ରହିବ।

from Kanak News
via <a href="https://ifttt.com/?

ଆରମ୍ଭ ହେଲା ୨୦୨୧-୨୨ର ସାଧାରଣ ବଜେଟ । ସଂସଦରେ ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କନକ ବ୍ୟୁରୋ: ଅପେକ୍ଷାର ହେଲା ଅନ୍ତ । ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ନିର୍ଦ୍ଧାରିତ ସମୟରେ ପବିତ୍ର ସଂସଦ ଭବନରେ ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ତାଙ୍କର ତୃତୀୟ ବଜେଟ୍ । ସ୍ୱାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଅଭିଭାଷଣରେ କହିଛନ୍ତି କି, ଗତବର୍ଷ କରୋନା ମହାମାରୀ ଭଳି ସଂକଟ ଦେଇ ଦେଶ କରିଥିଲା । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଗରିବ ଲୋକଙ୍କୁ ଇନ୍ଧନ ଗ୍ୟାସ, ମାଗଣା ରାସନ ସାମଗ୍ରୀ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଅର୍ଥମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ ମୋଦି ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆତ୍ମନିର୍ଭର ଭାରତ ପ୍ୟାକେଜ ଏବଂ ଅନେକ ଜନ କଲ୍ୟାଣ ଯୋଜନା ମାନ କାର୍ଯ୍ୟକାରୀ କରିଥିଲେ । ଯାହା ଦ୍ୱାରାକି ଦେଶର ଅର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜରେ ମୋଟ ୧୭.୧ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦିଆଯାଇଥିଲା । ଯାହାକି ମିନି ବଜେଟର ସମାନ ଥିଲା ।

୨୦୧୯ରେ ନିଜର ପ୍ରଥମ ବଜେଟ ଉପସ୍ଥାପନ ବେଳେ ପାରମ୍ପରିକ ଚମଡାର ବଜେଟ୍ ବ୍ରିଫକେସକୁ ପରିବର୍ତ୍ତନ କରି ନାଲି କପଡାରେ ଗୁଡା ବହି-ଖାତା ଆକାରରେ ବଜେଟ୍ ଉପସ୍ଥାନ କରିଥିଲେ । ଏଥର କିନ୍ତୁ ପେପରଲେସ ବଜେଟ ଉପସ୍ଥାପନ ହୋଇଛି । ବଜେଟ୍ ଆସିବା ଆଗରୁ ନିର୍ମଳା କହିଥିଲେ କି, ୧୦୦ ବର୍ଷରେ ପ୍ରଥମଥର ପାଇଁ ବଜେଟ୍ ଭିନ୍ନ ହେବାକୁ ଯାଉଛି । ଏହା କେବଳ ବର୍ଷକର ଆୟ- ବ୍ୟୟର ହିସାବ ହେବନାହିଁ । ବରଂ କରୋନା ମହାମାରୀ କାରଣରୁ ଧ୍ୱସ୍ତ ହୋଇପଡିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣିଥରେ ଦ୍ରୁତ ବିକାଶ ପଥରେ ଆଗେଇ ନେବାପାଇଁ ପ୍ରୟାସର ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ବଜେଟ ୨୦୨୧-୨୨ LIVE  : ଗୋଟିଏ କ୍ଲିକରେ ପାଆନ୍ତୁ ବଜେଟ ୨୦୨୧-୨୨ର ଟିକିନିକି ଖବର । କାହାକୁ ମିଳିଲା କଣ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା? 

କନକ ବ୍ୟୁରୋ : କରୋନା କାଳ ଭିତରେ  ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ବଜେଟ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ବଜେଟରେ କଣ କଣ ଘୋଷଣା ହୋଇଛି ସେ ବାବଦରେ ଟିକିନିକି ତଥ୍ୟ ଜାଣନ୍ତୁ ।

  • କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ।
  • ମିଶନ ପୋଷଣ :୨.୦ଆରମ୍ଭ । ୬ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ । ୬୪,୧୮୦ କୋଟି ନିବେଶ କରାଯିବ ।୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ  ।
  • ଆତ୍ମନିର୍ଭର ଭାରତ ପ୍ୟାକେଜ ୪୦ କୋଟି ଗରିବ ମହିଳାଙ୍କୁ ସହାୟତା କରାଯାଇଛି । ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଦ୍ୱାରା ଦେଶର ସ୍ଥିତିରେ ସୁଧାର ଆସିବ । ନୂଆ ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।
  • ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦେଶର ସ୍ଥିତିରେ ସୁଧାର ଆସିବ । ଆତ୍ମନିର୍ଭର ଭାରତ ୨୭.୧ ଲକ୍ଷ କୋଟିର । ଜିଡ଼ିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟସାମଗ୍ରୀ ଦିଆଯାଇଛି ।

କରୋନା ଭଳି କଠିନ ସ୍ଥିତିରେ ସାଧାରଣ ବଜେଟ ଆସିଛି ।  ଦେଶପାଇଁ ଗତବର୍ଷ ବେଶ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ପାଇଁ ଗ୍ୟାସ ଓ ରାସନ ବ୍ୟବସ୍ଥା କରିଛନ୍ତି ।

from Kanak News
via <a href="https://ifttt.com/?

ସାଧାରଣ ବଜେଟ ପୂର୍ବରୁ କ୍ୟାବିନେଟ ମିଟିଂ । ଆଉ କିଛି ସମୟ ପରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

କନକ ବ୍ୟୁରୋ: ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ପହଞ୍ଚିସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ସେପଟେ ସଂସଦରେ ସାଧାରଣ ବଜେଟ ଆଗତ ହେବା ପୂର୍ବରୁ ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏହି ବୈଠକ ସକାଳ ୧୦ଟା ୧୫ରେ ବସୁଥିବା ବେଳେ ଏଥିରେ ୨୦୨୧-୨୨ ବଜେଟକୁ ମିଳିବ ଅନୁମୋଦନ ।

https://platform.twitter.com/widgets.js

ତେବେ ଏଥର ଅର୍ଥମନ୍ତ୍ରୀ ପାରମ୍ପରିକ ବଜେଟ୍‌ ବ୍ରିଫ୍‌କେସ୍‌ ଓ ବହି-ଖାତା ପରିହାର କରିଛନ୍ତି। ଏସବୁ ପରିବର୍ତ୍ତେ ସେ ଭାରତରେ ନିର୍ମିତ ଏକ ‘ଟ୍ୟାବ୍‌ଲେଟ୍‌’ ଧରିଛନ୍ତି। ୨୦୨୧-୨୨ ବଜେଟ୍‌ ସମ୍ପୂର୍ଣ୍ଣ କାଗଜରହିତ କରାଯାଇଛି। ଏଥର ବଜେଟ୍‌ କାଗଜ ମୁଦ୍ରଣ ନ ହେବା ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଘଟଣା। ଏବର୍ଷ ବଜେଟ୍‌ର କେବଳ ସଫ୍ଟ‌ କପି ସେୟାର୍‌ କରାଯିବ। ଏଥିପାଇଁ ସଂସଦର ଉଭୟ ସଦନରୁ କେନ୍ଦ୍ର ସରକାର ଅନୁମତି ପାଇଛନ୍ତି।

https://platform.twitter.com/widgets.js

ଅନ୍ୟପକ୍ଷରେ ଆଜି ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ  ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଥିଲେ । ଅନୁରାଗ ଠାକୁର ଘରୁ ବାହାରି ପୂଜାର୍ଚ୍ଚନା କରିଛନ୍ତି । ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବାହାରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

from Kanak News
via <a href="https://ifttt.com/?

ସଂସଦରେ ଆଗତ ହେବ ସାଧାରଣ ବଜେଟ୍: ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପୂଜାର୍ଚ୍ଚନା;ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜା କଲେ ଅନୁରାଗ ଠାକୁର

କନକ ବ୍ୟୁରୋ : ଆଉ କେଇ ଘଂଟାର ଅପେକ୍ଷା । ସଂସଦରେ ଆଗତ ହେବ ସାଧାରଣ ବଜେଟ୍ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଅର୍ଥମନ୍ତ୍ରୀ ଓ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରାଳୟରେ ପହଂଚି ସାରିଛନ୍ତି । ଅନୁରାଗ ଠାକୁର ଘରୁ ବାହାରି ପୂଜାର୍ଚ୍ଚନା କରିଛନ୍ତି । ଘର ଆଗରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ତ୍ରାଳୟକୁ ବାହାରିଥିଲେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।

ସେପଟେ, ଅର୍ଥ ମନ୍ତ୍ରାଳୟରୁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଲେ ଅର୍ଥମନ୍ତ୍ରୀ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଆଶା କରାଯାଉଛି, ମହାମାରୀ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ଏଥିସହ ସ୍ୱାସ୍ଥ୍ୟ ଭିତିଭୂମି ଓ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ ସହ ଆର୍ଥିକ ସୁଧାରକୁ ଆଗକୁ ବଢେଇନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି । ଏହାଛଡା ଚାଷୀଙ୍କୁ ମଧ୍ୟ ବଜେଟରେ ବଡ ଉପହାର ମିଳିପାରେ ।

ଗୋଟିଏ ଅନ୍ତରୀଣ ବଜେଟକୁ ମିଶାଇ ଏହା ମୋଦି ସରକାରଙ୍କ ନବମ ବଜେଟ । ଏଥର ବଜେଟରେ ବ୍ୟାପକ ରୋଜଗାର ସୃଷ୍ଟି, ଗ୍ରାମୀଣ ବିକାଶ ପାଇଁ ଅଧିକ ଖର୍ଚ୍ଚ, ବିକାଶ ପାଇଁ ଉଦାର ଆବଂଟନ, କରଦାତାଙ୍କ ହାତରେ ଅଧିକ ପଇସା ଦେବାକୁ ପଦକ୍ଷେପ ନେଇପାରନ୍ତି ମୋଦି ସରକାର । ଏହାଛଡା ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ନିୟମକୁ ମଧ୍ୟ ସରଳ କରାଯିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ବିଳମ୍ବିତ ରାତିରେ ହିଁ ଯାଇଛି ଝରାଫୁଲଙ୍କ ଜୀବନ ! ନିଶାଜନିତ ବିଷକ୍ରିୟା କିମ୍ବା ହୃଦ‌ଘାତରେ ହୋଇଥାଇପାରେ ମୃତ୍ୟୁ !

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଗେଷ୍ଟହାଉସରେ ହିଁ ଝରାଫୁଲଙ୍କ ଜୀବନ ଯାଇଛି। ଝରାଫୁଲଙ୍କ ମୃତ୍ୟୁ ବେଳେ ପାଟି ଓ ନାକରୁ ଫେଣ ବାହାରୁଥିଲା। ତେବେ ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନଥିଲା। ତେଣୁ ଖାଦ୍ୟରେ ବିଷକ୍ରିୟା କିମ୍ବା ତାଙ୍କୁ ବିଷ ଦିଆଯାଇ ଥାଇପାରେ ବୋଲି କୁହାଯାଉଛି। ତେଣୁ ଖାଦ୍ୟ ବା ନିଶାଦ୍ରବ୍ୟଜନିତ ବିଷକ୍ରିୟା ଓ ହୃଦଘାତ ମୃତ୍ୟୁର କାରଣ ହୋଇଥାଇପାରେ।

ତେବେ ନିଶାଦ୍ରବ୍ୟଜନିତ ବିଷକ୍ରିୟା କେମିତି ହୋଇଛି ତାକୁ ନେଇ ଅଧିକ ତର୍ଜମା ଚାଲିଛି। ଝରାଫୁଲ କୌଣସି ଉତ୍ତେଜକ ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ ନା ନାହିଁ, ସେ ନେଇ ଡାକ୍ତରଙ୍କ ସହ ପୁଲିସ ଅଧିକ ଆଲୋଚନା ଜାରି ରଖିଥିବାବେଳେ ଭିସେରା ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ସେଦିନ ରାତିରେ ରାକେଶଙ୍କ ସହ ଆଉ କେଉଁମାନେ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟହାଉସରେ ଥିଲେ ଏବଂ ଝରାଫୁଲ ସହ ସେମାନଙ୍କ କି ପ୍ରକାର ସଂପର୍କ ଥିଲା ସେ ନେଇ ପୁଲିସ ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ରାକେଶର ସହଯୋଗୀ ଶେଖରକୁ ଧରିବା ପାଇଁ ଯାଜପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ ଜାରି ରଖିଛି। ଶେଖର ଧରାପଡ଼ିବା ପରେ ଆହୁରି ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ମୃତଦେହକୁ ଫିଙ୍ଗିବା ପାଇଁ ଯେଉଁ ନାଲିରଙ୍ଗର ସ୍କୁଟି ବ୍ୟବହାର ହୋଇଥିଲା, ତାହାକୁ ଜବତ କରିବା ଲାଗି ପୁଲିସ ଛାନଭିନ୍ ଚଳାଇଛି। ସୂଚନାଯୋଗ୍ୟ, ଶନିବାର ତଦନ୍ତକାରୀ ଟିମ୍ ସାଇଣ୍ଟିଫିକ୍ ଟିମ୍ ସହ ଗେଷ୍ଟ ହାଉସରେ ଚଢ଼ଉ କରି ବେଡ୍‌ସିଟ୍, ଫିଙ୍ଗରପ୍ରିଣ୍ଟ, କିଛି ନମୁନା ସଂଗ୍ରହ କରିଛି। ଏହାକୁ ଅଧିକ ପରୀକ୍ଷା ଲାଗି ରାଜ୍ୟ ଫରେନସିକ୍ ଲାବରେଟାରିକୁ ପଠାଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started