ବାଟବଣା କଲା କୁହୁଡ଼ି ! କାଳିଜାଈ ଦର୍ଶନ କରିବାକୁ ଯାଇ ଚିଲିକାରେ ଫସିଲେ ୨୫ ଜଣ ପର୍ଯ୍ୟଟକ

କନକ ବ୍ୟୁରୋ: ଭୁବନେଶ୍ବରରୁ କାଳିଜାଈ ଦର୍ଶନ ପାଇଁ ଯାଇଥିବା ପ୍ରାୟ ୨୫ ଜଣ ପର୍ଯ୍ୟଟକ କୁହୁଡ଼ି ଯୋଗୁ ଚିଲିକା ମଝିରେ ବାଟବଣା ହୋଇ ଅଟକି ରହିଛନ୍ତି। ଏ ନେଇ ଖବର ପାଇବା ପରେ ବାଲୁଗାଁ, ଗଙ୍ଗାଧରପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ୨ଟି ବୋଟ୍‌ ନେଇ ନଳବଣ ମଧ୍ୟରେ ଫସିରହିଥିବା ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚିଛନ୍ତି।

ବାଲୁଗାଁ ଦମକଳ କେନ୍ଦ୍ର ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କଠାରୁ ପ୍ରକାଶ ଯେ ଭୁବନେଶ୍ବରର ପ୍ରାୟ ୨୫ ଜଣ ପର୍ଯ୍ୟଟକ ମା’ କାଳିଜାଈଙ୍କ ଦର୍ଶନ ପାଇଁ ଗତକାଲି ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ଅପରାହ୍ଣ ପ୍ରାୟ ୪ଟାବେଳେ ଏକ ମତ୍ସ୍ୟଜୀବୀ ଡଙ୍ଗାରେ ସେମାନେ କାଳିଜାଈ ଅଭିମୁଖେ ଯାଇଥିଲେ। ମା’ କାଳିଜାଈଙ୍କ ଦର୍ଶନ ପରେ ଫେରୁଥିବାବେଳେ ପ୍ରବଳ କୁହୁଡ଼ି ଯୋଗୁ ବାଟବଣା ହୋଇ ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣରେ ପହଞ୍ଚିଯାଇଥିଲେ। ତେବେ ଚିଲିକାର ନଳଘାସରେ ଲାଗି ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଡଙ୍ଗାର ମେସିନ୍‌ ଖରାପ ହୋଇଯାଇଥିଲା।

ଫଳରେ କୂଳକୁ ଫେରି ନ ପାରି ପର୍ଯ୍ୟଟକମାନେ ବ୍ୟସ୍ତ ହୋଇପଡ଼ିଥିଲେ। ନଳବଣରୁ ପର୍ଯ୍ୟଟକମାନେ ଫୋନ୍‌ କରି ବାଲୁଗାଁ ଦମକଳ କେନ୍ଦ୍ରକୁ ସେମାନଙ୍କ ସ୍ଥିତି ‌ସମ୍ପର୍କରେ ଜଣାଇଥିଲେ। ଖବର ପାଇବାପରେ ଦମକଳ ବିଭାଗର କର୍ମଚାରୀମାନେ ବାଲୁଗାଁ ଜେଟିରୁ ୨ଟି ଯାତ୍ରୀବାହୀ ଡଙ୍ଗା ନେଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

from Kanak News
via <a href="https://ifttt.com/?

ସୁନ୍ଦରଗଡରେ ବାର୍‌ହାକୁ ଧକ୍କା ଦେଇ ପିକ୍‌-ଅପ୍‌ ଓଲଟିଲା; ବାରହା ମୃତ, ୧୬ ଶ୍ରମିକ ଆହତ

କନକ ବ୍ୟୁରୋ: ସୁନ୍ଦରଗଡରେ ବାରହାକୁ ଧକ୍କା ଦେଇ ଓଲିଟିଲା ପିକ-ଅପ-ଭ୍ୟାନ । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ହେମଗିରି ଥାନା କନିକା ନିକଟ ଆର୍ଯ୍ୟନ କୋଲୱସରୀ ସମ୍ମୁଖରେ ୧୬ ଶ୍ରମିକଙ୍କୁ ନେଇ ଯାଉଥିବା ପିକ-ଅପ-ଭ୍ୟାନ ସାମ୍ନାକୁ ହଠାତ ଏକ ଜଙ୍ଗଲି ବାରହା ଆସିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଭ୍ୟାନ ବାରହାକୁ ଧକ୍କା ଦେଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ବାରହା ମୃତ୍ୟୁ ହୋଇଥିବା ବେଳେ ୧୬ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ହେମଗିରି ମେଡିକାଲରେ ଓ ଗୁରୁତରଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ସଂଧ୍ୟାରେ ଶ୍ରମିକ ମାନଙ୍କୁ ନେଇ ଘରକୁ ଫେରୁଥିବା ଏକ ପିକ୍‌-ଅପ୍‌ ଗାଡି ରାସ୍ତାରେ ଏକ ବାର୍‌ହା ସହ ଧକ୍କା ଖାଇ ରାସ୍ତା ଉପରେ ଓଲଟି ପଡିବାରୁ ପ୍ରାୟ ୧୬ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ବାର୍ହା‌ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାଟି ହେମଗିର କନିକା ମୁଖ୍ୟ ରାସ୍ତାର ଆର୍ଯ୍ୟନ କୋଲୱସରୀ ନିକଟରେ ଘଟିଛି। ପିକ୍-ଅପ୍‌ (ଓଡି୧୬ଜି-୬୬୮୯) ସଧ୍ୟାରେ ଶ୍ରମିକମାନଙ୍କୁ ନେଇ ହେମଗିର ପଟରୁ କନିକା ଆଡକୁ ଆସୁଥିବା ବେଳେ ହଠାତ ଜଙ୍ଗଲ ଭିତରୁ ଏକ ଜଙ୍ଗଲି ବାରହା ଦୌଡ଼ି ରାସ୍ତା ପାରି ହେବା ସମୟରେ ପିକ ଅପ ସହ ଧକ୍କା ହେବାରୁ ଗାଡି ଟି ରାସ୍ତା ଉପରେ ଓଲଟି ପଡିଥିଲା। ଆହତ ମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଶ୍ରମିକ ରହିଥିବା ବେଳେ ସମସ୍ତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି ଆଜି; ରିମାଣ୍ଡ ମିଳିଲେ, ଭୁବନେଶ୍ୱର ଆଣି ସିନ୍ ରି-କ୍ରିଏସନ କରିପାରେ ପୁଲିସ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଆବେଦନ କରିଛି । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ଯଦି ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରନ୍ତି ତେବେ, ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ।ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ କରିପାରେ ।

ଝରାଫୁଲ-ରାକେଶ ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି? ସେହି ଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇ ଥିଲେ କି? ସେ ଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କଣ ଘଟିଥିଲା, ସେ ବାବଦରେ ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ ପୁଲିସ । ଆଉ ଆବଶ୍ୟକ ପଡିଲେ, ପୁଲିସ ରାକେଶକୁ ସେହି ସବୁ ସ୍ଥାନକୁ ନେଇ ସିନ୍ ରି-କ୍ରିଏସ୍ନ କରିବ ବୋଲି ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ଦେବନାରାୟଣ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚର ୩ ଜଣିଆ ଟିମ ମୃତ ପିଏଙ୍କ ସରକାରୀ ବାସଭବନ ଠାରେ ପିଏଙ୍କ ପରିବାରଙ୍କୁ ପଚରାଉଚରା କରିଛନ୍ତି । ପୂର୍ବରୁ ମାଲକାନଗିରି ପୁଲିସ ପରେ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । ତେବେ ପୁଲିସ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହେବା ପରେ  କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୁଲିସ ଡିଜି । ତେବେ କ୍ରାଇମବ୍ରାଂଚ ତଦନ୍ତକାରୀ ଟିମର ନେତୃତ୍ୱ ନେଇଥିବା ଡିଏସପି ଏସପି ଓ ପୂର୍ବତନ ଜିଲ୍ଲାପାଳଙ୍କୁ କିଭଳି ପଚାରାଉଚରା କରିବେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିଏଙ୍କ ପରିବାର ।

ତେବେ, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଆରମ୍ଭରୁ ସନ୍ଦେହ ପ୍ରକାଶ କରିଛନ୍ତି ବନଜା। ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ,  ପୂର୍ବରୁ ମାଲକାନଗିରି ପୁଲିସ ଏହି ଘଟଣାର ତଦନ୍ତ କରୁଥିଲା। ସେହି ସମୟରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତ କରିଥିଲେ। ଏବେ ପୁଣି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦ୍ବାରା କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମନୀଷ ଅଗ୍ରୱାଲ ଜଣେ ଆଇଏଏସ୍ ଅଧିକାରୀ। ସେହିପରି ପୁଲିସର ଭୂମିକା ଆରମ୍ଭରୁ ସନ୍ଦେହଜନକ ରହିଥିବାରୁ ସେ ୱାନ୍ ସିସି ମକଦ୍ଦମା ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ବିରୋଧରେ କରିଥିଲେ।

ଏସ୍‌ପି ମଧ୍ୟ ଜଣେ ଆଇପିଏସ୍ ଅଧିକାରୀ। ଜଣେ ଆଇଏଏସ୍ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ଡିଏସ୍‌ପି ପାହ୍ୟାର ଅଧିକାରୀ କେମିତି ନିରପେକ୍ଷ ଭାବେ ଜେରା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରନ୍ତୁ କିମ୍ବା ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏଥିସହିତ,  ତାଙ୍କ ସ୍ବାମୀ ଆଦୌ ଆତ୍ମହତ୍ୟା କରିନାହାନ୍ତି। ବରଂ, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପୁଲିସ୍‌ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

from Kanak News
via <a href="https://ifttt.com/?

ଆଜିଠୁ ବଦଳିବ ୧୦ ନିୟମ… କ’ଣ ଶସ୍ତା… କ’ଣ ହେବ ମହଙ୍ଗା? ଲୋକଙ୍କ ପକେଟ୍ ଉପରେ ପଡିବ କି ପ୍ରଭାବ?

କନକ ବ୍ୟୁରୋ :  ଅପେକ୍ଷା ଆଉ କିଛି ସମୟର । ପାଖାପାଖି ଦିନ ୧୧ଟାରେ ଘୋଷଣା ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ । ଅନେକ କ୍ଷେତ୍ରରେ କେନ୍ଦ୍ରସରକାର କରିପାରନ୍ତି ବଡ ପରିବର୍ତ୍ତନ, ନେଇପାରନ୍ତି ବଡ ବଡ ନିଷ୍ପତ୍ତି, ଆଣିପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜିଠାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ଆଉ ଏହାର ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିବ କି ନାହିଁ ।
ମହଙ୍ଗା ହେବ ଏଲପିଜି… 
ବର୍ତ୍ତମାନ ପେଟ୍ରୋଲ ଡିଜେଲର ମୂଲ୍ୟ ଲଗାତାର ବଢିଚାଲିଥିବା ବେଳେ ଆଜିଠୁ ମହଙ୍ଗା ହେବାକୁ ଯାଉଛି ରୋଷେଇ ଗ୍ୟାସ । କରୋନା କାଳରେ ପନି-ପରିବାଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ମହଙ୍ଗା ହୋଇଛି । ଆଉ ଏହାରି ଭିତରେ ଏଲପିଜି ମୂଲ୍ୟ ବଢିବା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକେଇବ । ଆଜିଠାରୁ ଏଲପିଜି, ସିଏନଜି ଏବଂ ପିଏନଜିର ଦାମ ବଢିବ ବୋଲି ସୂଚନାରୁ ଜଣାପଡିଛି ।
ପିଏନବି ଗ୍ରାହକଙ୍କ ପାଇଁ ବଡ ଖବର 
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଆଜିଠାରୁ ବଦଳିଲା ଏଟିଏମରୁ ଟଙ୍କା ଉଠାଣ ନିୟମ । ଅନ୍ୟ ଏଟିଏମରୁ ଟଙ୍କା ଉଠାଇ ପାରିବେନି ପିଏନବି ବ୍ୟାଙ୍କର ଗ୍ରାହକ । ସାରା ଦେଶରେ ବଢିଚାଲିଥିବା ଏଟିଏମ୍ ଠକେଇକୁ ବନ୍ଦ କରିବା ପାଇଁ ବ୍ୟାଙ୍କ ତରଫରୁ ଏଭଳି  ନିଷ୍ପତି ନିଆଯାଇଛି
ସହଜ ହେଲା ବାହାର ରାଜ୍ୟକୁ  ଗମନା-ଗମନ
ଏଣିକି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଲ ପରିବହନ ଉପରେ ଗାଡି ଗୁଡିକୁ କୌଣସି ଅନୁମତି ନେବାକୁ ପଡିବନାହିଁ । କିନ୍ତୁ କରୋନା କଟକଣାକୁ ପାଳନ କରିବା ବାଧ୍ୟତାମୂଳକ ରହିବ
ସିନେମା ହଲ : ପେବୃଆରୀ ପହିଲାରୁ ହାଉସଫୁଲ
ପେବୃଆରୀ ପହିଲାରୁ ଅର୍ଥାତ ଆଜିଠାରୁ ଶତ ପ୍ରତିଶତ ଦର୍ଶକ ସିନେମା ଦେଖିପାରିବେ । ପ୍ରତିଟି ସିଟରେ ଲୋକ ବସି ସିନେମାର ମଜା ନେଇପାରିବେ । କିନ୍ତୁ କରୋନା କଟକଣାକୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛନ୍ତି । କିନ୍ତୁ ଏ ବାବଦରେ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ।
ରାସନ କାର୍ଡ : ବଡ ପରିବର୍ତ୍ତନ 
ରାସନକାର୍ଡ ହିତାଧିକାରୀଙ୍କ ସମେତ ଅନ୍ନପୂର୍ଣ୍ଣା ତଥା ଅନ୍ତୋଦୟ କାର୍ଡଧାରୀଙ୍କୁ ପ୍ରତିମାସ ମିଳୁଥିବା ରାସନ ସାମଗ୍ରୀ ଏବେ ବାୟୋମେଟ୍ରିକ ପଦ୍ଧତି ସ୍ଥାନରେ ମୋବାଇଲ ଓଟିପି ଏବଂ ଆଇ.ଆର.ଆଇ.ଏସ ଅଥେନଟିକେସନ ଜରିଆରେ ମିଳିବ । । ଏଣିକି ରାସନ ନେବା ପାଇଁ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡାହେବାକୁ ପଡିବନି ।
ଫେବୃଆରୀ  ୧ରୁ ଫ୍ରାଙ୍କଲିନ୍ ଟେମ୍ପଲେଟନ୍ ମ୍ୟୁଚୁଆଲ ଫଣ୍ଡର ୬ଟି ବନ୍ଦ ଯୋଜନାରେ ପାଣ୍ଠି ବିତରଣ ପ୍ରକ୍ରିୟା ସ୍ଥିର କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । ୨୩ ଏପ୍ରିଲ ଫ୍ରାଙ୍କଲିନ୍ ଟେମ୍ପଲେଟ୍ ମ୍ୟୁଚୁଆଲ ଫଣ୍ଡ ଇ-ଭୋଟିଂ ପ୍ରକ୍ରିୟାକୁ ବିରୋଧ କରିବା ପରେ ବନ୍ଦ ହୋଇଯାଇଥିଲା । ଯାହାଦ୍ୱାରା ୩ଲକ୍ଷ ନିବେଶକ ପ୍ରଭାବିତ  ହୋଇଥିଲେ ।
ସ୍ପାଇସଜେଟ୍ ୧ ଫେବୃଆରୀରୁ ୨୦ଟି ନୂତନ ବିମାନ ଘୋଷଣା କରିଛି । ଦେହରାଡୁନ୍, ଅମୃତସର, ଉଦୟପୁର ଏବଂ ଦିଲ୍ଲୀ ସମେତ ଜୋଡି ହେଉଥିବା ଅନ୍ୟ ୧୬ଟି ସହରକୁ ବିମାନ ଉଡାଣ ଆରମ୍ଭ କରିବାକୁ ଘୋଷଣା କରିଛି ।
ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି ବ୍ୟାଙ୍କର ଆଡମିନିଷ୍ଟ୍ରେଟର  ବ୍ୟାଙ୍କକୁ ପୁଣିଥରେ ଠିଆ କରିବା ପାଇଁ ଫେବୃଆରୀ ୧ସୁଦ୍ଧା ନିବେଶକଙ୍କ ନିକଟରେ ଏହାର ପ୍ରସ୍ତାବ ଦାଖଲ କରିବାର ସମୟସୀମା ସ୍ଥିର କରିଛନ୍ତି ।
ଫେବୃଆରୀ ୧ରୁ ମହାରାଷ୍ଟ୍ରର ଏବଂ ମୁମ୍ବାଇରେ ସାଧାରଣ ଲୋକଙ୍କ  ପାଇଁ ସ୍ଥାନୀୟ ଟ୍ରେନ୍ ସେବା ନିର୍ଦ୍ଧିଷ୍ଟ ସମୟରେ ଚାଲୁହେବ । ଯାହାକି କରୋନା ମହାମାରୀ ପାଇଁ ଦୀର୍ଘମାସ ହେବ ବନ୍ଦ ରହିଥିଲା । ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ଟ୍ରେନ୍ ଚଳାଚଳକୁ ବୃଦ୍ଧି କରାଯିବ । ଯଦିଓ ଭାରତୀୟ ରେଳବାୟୀ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନି । ତଥାବି ଆଶା କରାଯାଉଛି କି ବର୍ତ୍ତମାନ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯାଇପାରେ

from Kanak News
via <a href="https://ifttt.com/?

ଆଜି ଆଗତ ହେବ ୨୦୨୧-୨୨ର ସାଧାରଣ ବଜେଟ: ୩ୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ; କରୋନା ପରବର୍ତ୍ତୀ ବଜେଟକୁ ଅନାଇ ରହିଛି ସାରାଦେଶ

କନକ ବ୍ୟୁରୋ: ମହାମାରୀ କରୋନାର ପଞ୍ଝାରୁ ଧିରେ ଧିରେ ଦେଶ ମୁକୁଳୁଥିବା ବେଳେ ଆଜି ସଂସଦରେ ଆଗତ ହେବାକୁ ଯାଉଛି ସାଧାରଣ ବଜେଟ । ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରେ ଉପସ୍ଥାପିତ ହେବାକୁ ଥିବା ବଜେଟରୁ ଆଶା କରାଯାଉଛି, ମହାମାରୀ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରତିରକ୍ଷା ବାବଦରେ ଅଧିକ ବ୍ୟୟ ବରାଦ ସହ ଆର୍ଥିକ ସୁଧାରକୁ ଆଗକୁ ବଢେଇନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

ଏହାଛଡା ଚାଷୀଙ୍କୁ ମଧ୍ୟ ବଜେଟରେ ବଡ ଉପହାର ମିଳିପାରେ । ଗୋଟିଏ ଅନ୍ତରୀଣ ବଜେଟକୁ ମିଶାଇ ଏହା ମୋଦି ସରକାରଙ୍କ ନବମ ବଜେଟ । ଏଥର ବଜେଟରେ ବ୍ୟାପକ ରୋଜଗାର ସୃଷ୍ଟି, ଗ୍ରାମୀଣ ବିକାଶ ପାଇଁ ଅଧିକ ଖର୍ଚ୍ଚ, ବିକାଶ ପାଇଁ ଉଦାର ଆବଂଟନ, କରଦାତାଙ୍କ ହାତରେ ଅଧିକ ପଇସା ଦେବାକୁ ପଦକ୍ଷେପ ନେଇପାରନ୍ତି ମୋଦି ସରକାର । ଏହାଛଡା ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ନିୟମକୁ ମଧ୍ୟ ସରଳ କରାଯିବ ବୋଲି ଆଶା କରାଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ ଭବିଷ୍ୟତ ପାଇଁ ବାଟ କଢାଇବ ଓ ପ୍ରମୁଖ ଅର୍ଥନୈତିକ ବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଆଣିବ ବୋଲି ସାଧାରଣ ଜନତାଙ୍କଠୁ ଉଦ୍ୟୋଗପତି ଯାଏଁ ସମସ୍ତେ ଆଶାବାଦୀ ଅଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ର ଐତିହାସିକ ବଜେଟରେ କେନ୍ଦ୍ର ସରକାରଙ୍କ ଆଗରେ ଅର୍ଥବ୍ୟବସ୍ଥାକୁ ତୁରନ୍ତ ପ୍ରୋତ୍ସାହନ ଦେବା ଓ ଲମ୍ବା ଭବିଷ୍ୟତ ପାଇଁ ଅର୍ଥ ବ୍ୟବସ୍ଥାକୁ ଦୃଢ କରିବା ଭଳି ଆହ୍ୱାନ ରହିଛି । ତେଣୁ ନିର୍ମାଳା ସୀତାରମଣ ଏହାକୁ ନେଇ କେମିତି ସନ୍ତୁଳନ ରଖିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ମୋଦି ସରକାର ନୀର୍ଭିକ ନିଷ୍ପତ୍ତି ନେବା ନେଇ ଜଣାଶୁଣା । ତେଣୁ ଏଥର ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ପାଇଁ ବଡ ଘୋଷଣା ହେବା ସମ୍ଭାବନା ରହିଛି । ୨୦୨୧-୨୨ର ସାଧାରଣ ବଜେଟ ଏପରି ସମୟରେ ଆସୁଛି, ଯେଉଁ ସମୟରେ ଦେଶ କରୋନା ସଂକଟରୁ ବାହାରୁଛି । କରୋନା ମୁକ୍ତ ହେବା ପାଇଁ ଭାରତକୁ ଭ୍ୟାକ୍ସିନ ମିଳିଯାଇଛି । ହେଲେ ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ନିର୍ମଳା ସୀତାରମଣ ବଜେଟର କି ଭ୍ୟାକ୍ସିନ ରଖିଛନ୍ତିି, ତା ଉପରେ ସାରା ଦେଶର ନଜର ରହିଛି ।

from Kanak News
via <a href="https://ifttt.com/?

ଅର୍ଥମନ୍ତ୍ରୀଙ୍କ ଖାତା ବହିରୁ କାହାକୁ ମିଳିବ କ’ଣ ? ଚାଷୀ ଆନ୍ଦୋଳନକୁ ଦେଖି କୃଷକଙ୍କ ପାଇଁ ଆସିପାରେ ବଡ ପ୍ୟାକେଜ । ପଢନ୍ତୁ ସାଧାରଣ ବଜେଟକୁ ନେଇ ୧୦ ବଡ ତଥ୍ୟ ।

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । କରୋନା କାଳରେ ଉପସ୍ଥାପିତ ହେବାକୁ ଥିବା ବଜେଟ ଐତିହାସିକ ହୋଇପାରେ । ତେବେ ଆଜିର ବଜେଟରେ କାହା ଉପରେ ରହିବ ନଜର ?

୧. କର ପ୍ରଣାଳୀ ସିଧା ଲୋକଙ୍କ ପକେଟ ଉପରେ ସିଧାପ୍ରଭାବ ପକାଇଥାଏ । ତେଣୁ ଆଜିର ବଜେଟରେ ଆୟକର ରିହାତି ଉପରେ କି ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିବ ।

୨. ଦେଶରେ କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହା ଉପରେ ସମସ୍ତଙ୍କ ନଜର ରହିବ କୃଷି ଓ କୃଷକଙ୍କ ପାଇଁ ସରକାର କି ଘୋଷଣା କରୁଛନ୍ତି । ମୋଦି କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ବଜେଟରେ କୃଷକଙ୍କ ପାଇଁ କିଛି ବଡ ଘୋଷଣା ହୋଇପାରେ ।

୩. ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବାକୁ ହେଲେ ଗ୍ରାମୀଣ କ୍ଷେତ୍ରକୁ ଗୁରୁତ୍ୱ ଦେବା ଜରୁରୀ । ମନରେଗା ଓ ଅନ୍ୟ ଗ୍ରାମୀଣ ଯୋଜନାକୁ ନେଇ କି ଘୋଷଣା ହେଉଛି ସେ ଉପରେ ବି ରହିବ ନଜର ।

୪. ଅର୍ଥନୀତି ଟ୍ରାକକୁ ଆଣିବା ପାଇଁ ବଡ ପ୍ୟାକେଜ ଘୋଷଣା ହୋଇପାରେ । ଗତବର୍ଷ ସରକାର ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ପାକେଜ ଘୋଷଣା ହୋଇଥିଲା ।

୫. ଅର୍ଥମନ୍ତ୍ରୀ କୋଭିଡ ଟିକାକରଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଭିତ୍ତିଭୂମିର ବିକାଶ ସମ୍ପର୍କରେ ବଡ ଘୋଷଣା କରିପାରନ୍ତି । ବିଶେଷକରି ଟିକାକରଣ ନେଇ କ’ଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିବ ।

୬. କରୋନା ପାଇଁ ଦେଶର କୋଟି କୋଟି ଲୋକ ରୋଜଗାର ହରାଇଛନ୍ତି । ତେଣୁ ସରକାର ରୋଜଗାର ଓ ନିଯୁକ୍ତି ବଢାଇବା ପାଇଁ ସରକାର ବଡ ଘୋଷଣା କରିପାରନ୍ତି ।

୭. ରେଳବାଇ ପାଇଁ କି ଘୋଷଣା ହେଉଛି ସେ ଉପରେ ସମସ୍ତଙ୍କ ନଜର ରହିବ । କିଛି ନୂଆ ଟ୍ରେନ ଚଳାଇବା ଓ କିଛି ରୁଟର ଘରୋଇକରଣ ଉପରେ ଘୋଷଣା ହୋଇପାରେ ।

୮. କରୋନା କାଳରେ ରିଅଲ ଇଷ୍ଟେଟ କ୍ଷେତ୍ର ପ୍ରଭାବିତ ହୋଇଛି । ତେଣୁ ଏହି ସେକ୍ଟର ପାଇଁ କିଛି ରିହାତି ଘୋଷଣା ହୋଇପାରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗରିବଙ୍କୁ ଘର ଦେବା ଲାଗି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବା ସମ୍ଭାବନା ରହିଛି ।

୯. ସରକାରଙ୍କ ପାଇଁ ବିନିବେଶରୁ ଆୟ ଏବେ ପ୍ରମୁଖ ସ୍ରୋତ ପାଲଟିଛି । ତେଣୁ ଆଜର ବଜେଟରେ ସରକାର ଆକ୍ରାତ୍ମକ ଭାବେ ବିନିବେଶ ଲକ୍ଷ୍ୟ ଧାର୍ଯ୍ୟ କରିପାରନ୍ତି ।

୧୦. ଲଘୁ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ସରକାର କିଛି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢାଇପାରନ୍ତି । ଫଳରେ କିଛି ସାମଗ୍ରୀ ମହଙ୍ଗା ହୋଇପାରେ ।

from Kanak News
via <a href="https://ifttt.com/?

ଆଜିଠୁ ବଦଳିଯିବ ନିୟମ..! ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଆଉ କିଛି ପ୍ରଭାବ ପକାଇବ ସିଧା ଆପଣଙ୍କ ପକେଟ ଉପରେ: ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ ହେବାକୁ ଯାଉଛି କଣ ସବୁ ବଡ ପରିବର୍ତ୍ତନ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ଏହାଛଡା ଫେବ୍ରୁଆରୀ ୧ ତାରିଖରୁ ଅର୍ଥାତ ଆଜିଠାରୁ କେତେକ ବଡ ପରିବର୍ତ୍ତନ ହେବାକୁ ଯାଉଛ, ଯାହା ସାଧାରଣ ଲୋକଙ୍କ ସହ ଯୋଡି ହୋଇରହିଛି ଓ ଏହାର ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡିପାରେ । ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଯୋଡି ହୋଇଥିବା ବେଳେ ଆଉ କିଛି ସିଧା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ କଣ ସବୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ବଜେଟରେ ବଡ ପରିବର୍ତ୍ତନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପିତ କରିବେ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଲୋକଙ୍କ ଠାରୁ ଉଦ୍ୟୋଗପତି ଯାଏଁ ସମସ୍ତେ ବଜେଟରୁ ଆଶ୍ୱସ୍ତି ଆଶା କରିଛନ୍ତି । ସରକାର ମଧ୍ୟ ସ୍ୱାସ୍ଥ୍ୟ, କୃଷି ଓ ରୋଜଗାରକୁ ନେଇ ବଡ ଘୋଷଣା କରିପାରନ୍ତି ।

ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳିବ

ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ଉପରେ ଲଗାମ କଷିବା ପାଇଁ ଫେବ୍ରୁଆରୀ ପହିଲାରୁ ବଡ ପଦକ୍ଷେପ ନେବାକୁ ଯାଉଛି । ଏଣିକି ଆଜିଠୁ ପିଏନବି ଗ୍ରାହକ ନନ-ଇଏମବି ଏଟିଏମ ମସିନରୁ ଟଙ୍କା ଉଠାଇ ପାରିବେ ନାହିଁ ।

ଗ୍ୟାସ ସିଲିଣ୍ଡରର ଦର ପରିବର୍ତ୍ତନ 

ଦେଶର ତୈଲ କଂପାନୀଗୁଡିକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ଦର ସମୀକ୍ଷା କରିଥାନ୍ତି । ରୋଷେଇ ଗ୍ୟାସର ଦର ବଢିଲେ ସିଧା ଗ୍ରାହକଙ୍କ ପକେଟ ଉପରେ ମାଡ ହେବ । ତେବେ ଗ୍ରାହକ ଗ୍ୟାସ ସିଲିଣ୍ଡର ଦର ହ୍ରାସ ନେଇ ଆଶା ରଖିଛନ୍ତି ।

ଟ୍ରେନରେ ଇ-କ୍ୟାଟରିଂ ସୁବିଧା 

କରୋନା ମହାମାରୀ ଯୋଗୁଁ ଟ୍ରେନରେ ବନ୍ଦ ଥିବା ଇ-କ୍ୟାଟେରିଂ ସୁବିଧା ଆଜିଠୁ ଆରମ୍ଭ ହେବ । ଏହି ସୁବିଧା ଯାତ୍ରୀଙ୍କୁ କେବଳ ବଛା ବଛା ଷ୍ଟେସନରେ ମିଳିବ । ଏହାଛଡା ବିଭିନ୍ନ ରୁଟରେ ରେଳ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି ରେଳ ବିଭାଗ ।

ଅନ୍ତର୍ଜାତୀୟ ବିମାନ ସେବା 

ବିମାନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ଦେଖି, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଘୋଷଣା କରିଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଫେବ୍ରୁଆରୀ ପହିଲାରୁ ମାର୍ଚ୍ଚ ୨୭ ତାରିଖ ୨୦୨୧ ଯାଏଁ ପ୍ରତିଦିନ ତ୍ରିଚି ଓ ସିଙ୍ଗାପୁର ଯାଏଁ ବିମାନ ଉଡାଣ ଆରମ୍ଭ କରିବ ।

from Kanak News
via <a href="https://ifttt.com/?

ସଫଳତାର ଆଉ ଏକ ପାହଚ ଚଢିଲା ସମ୍ବଲପୁରୀ କୋଶଳୀ ସାହିତ୍ୟ ପତ୍ରିକା ‘ଜୁଗାର’ : ଝାରସୁଗୁଡାରେ ଉନ୍ମୋଚିତ ହେଲା ବାର୍ଷିକ ବିଶେଷାଙ୍କ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଜାରି ରହୁ ଜୁଗାରର ସଫଳ ଯାତ୍ରା

କନକ ବ୍ୟୁରୋ : ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ‘ଜୁଗାର’ ପତ୍ରିକାର ବାର୍ଷିକ ବିଶେଷ ସଂଖ୍ୟା, ୨୦୨୦ର ଉନ୍ମୋଚନ ଉତ୍ସବ ଝାରୁସୁଗୁଡାରେ ଆୟୋଜିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଝାରୁସୁଗୁଡାର ସଂସ୍କୃତି ଭବନ ପରିସରରେ ଏହି ଉତ୍ସବ ହୋଇଛି । କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଏଥିରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।

ସେ କହିଥିଲେ, ଆଗକୁ ବି ଏଭଳି ଜାରି ରହୁ ‘ଜୁଗାର’ର ସଫଳ ଯାତ୍ରା । ଉତ୍ସବରେ ବିଶେଷ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟ ଅତିଥିଭାବେ ସାଂସଦ ସୁରେଶ ପୂଜାରୀ ଯୋଗଦେଇଥିଲେ । ଅପରାହ୍ନରେ ପ୍ରତୀକାତ୍ମକ ଜୁଗାରକୁ ମା-ଦକ୍ଷିଣ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ଅଣାଯାଇଥିଲା ।

from Kanak News
via <a href="https://ifttt.com/?

ବଜେଟ ଉପସ୍ଥାପନା ପୂର୍ବରୁ ଜିଏସଟି ଆଣିଲା ଭଲ ଖବର: ଜାନୁଆରୀରେ ୧.୨୦ ଲକ୍ଷ କୋଟି ଜିଏସଟି ସଂଗ୍ରହ; ଗତବର୍ଷ ତୁଳନାରେ ୮% ଅଧିକ ରାଜସ୍ୱ ଆଦାୟ

କନକ ବ୍ୟୁରୋ: ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ ହେବା ଆଗରୁ ଦେଶର ଅର୍ଥନୀତି ପାଇଁ ଜିଏସଟି ଭଲ ଖବର ଆଣିଛି । ଜାନୁଆରିରେ ୧ ଦଶମିକ ଦୁଇ ଶୂନ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଜାନୁଆରିରେ ମୋଟ ୧ଲକ୍ଷ ୧୯ ହଜାର ୮ଶହ ୪୭ କୋଟି ଜିଏସଟି ଆଦାୟ ହୋଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଦେଶର ଅର୍ଥନୀତି ଦୁର୍ବଳ ହୋଇଛି ।

୭ ଦଶମିକ ୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି । କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ପୂର୍ବାନୁମାନ ସତ ହେଲେ ମଧ୍ୟ ଦୁଇ ବର୍ଷରେ ଜିଡିପି ଅଭିବୃଦ୍ଧି ମାତ୍ର ୨ ଦଶମିକ ୪ ପ୍ରତିଶତ ହେବ । ଗତ ତିନି ମାସରେ ଅପ୍ରତ୍ୟକ୍ଷ କର ସଂଗ୍ରହ ବଢିଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କମିବ ବୋଲି ଅର୍ଥନୈତିକ ବିଶାରଦ ମତ ରଖିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started