କନକ ବ୍ୟୁରୋ : ଚାକିରି ଛାଡି ଏକ ନର୍ସରୀ ପ୍ରତିଷ୍ଠା କରି ନିଜେ ଆତ୍ମ ନିର୍ଭରଶିଳ ହେବା ସହିତ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ଜଣେ ଯୁବ ଇଂଜିନିୟର । ପ୍ରାୟ ପାଂଚ ହଜାରରୁ ଉର୍ଦ୍ଧ ପ୍ରଜାତିର ଫୁଲ ଫଳ ଗଛ ସହିତ ବିଦେଶରୁ ନୁଆ ନୁଆ ପ୍ରଜାତିର ଗଛ ଆଣି ବିକ୍ରୟ କରିବା ସହିତ ହୋଇ ପାରିଛନ୍ତି ଜଣେ ସଫଳ ବ୍ୟବସାୟୀ । ନିଜ ନର୍ସର୍ରୀରେ ଗ୍ରାମର କିଛି ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକ ମାନେ ଆସି ଫୁଲ ଏବଂ ଫଳ ଗଛ ନବୋକୁ ନର୍ସରୀ ଆଗରେ ଜମାଉଛନ୍ତି ଭିଡ ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କୁହୁଡି ପଂଚାୟତ ନେମ୍ବରା ଗ୍ରାମର ଶିବ ନାରାୟଣ ପଢିଆରୀ । ଜଣେ ଇଲୋକ୍ଟ୍ରୋନିକ୍ସ ଇଂଜିନିୟର ଭାବେ ଏକ ଘରୋଇ କମ୍ପାନିରେ ଚାକିର କରୁଥିଲେ । ହେଲେ ଚାକିରି ଛାଡି ଏକ ନର୍ସର୍ରୀ ପ୍ରତିଷ୍ଠା କରି ଏବେ ସେ ଜଣେ ସଫଳ ବ୍ୟବସାୟୀ ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ନିଜ ନର୍ସର୍ରୀରେ ବିଭିନ୍ନ ପ୍ରଜାତିର ପ୍ରାୟ ୫୦୦୦ ହଜାରରୁ ଉର୍ଦ୍ଧ ଦେଶି ଏବଂ ବିଦେଶି ଫୁଲଫଳ ଗଛ ସହିତ ବିଭିନ୍ନ ପ୍ରକାରର କାକ୍ଟସ୍ ଏବଂ ବନ୍ସାଇ ଗଛ ଏବଂ ଚାରା ଉତ୍ପାଦନ କରି ବିକ୍ରୟ କରୁଛନ୍ତି ଆଉ ଏଥିରୁ ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର ବି କରୁଛନ୍ତି ।
ଡାଲିଆ, ଜିନିଆ, ଗେଣ୍ଡୁ, ଲିଲି ଏବଂ ସେବତୀ ସହିତ ଅନେକ ବିଦେଶରୁ ଆମଦାନି ହୋଇଥିବା ଟ୍ରିଟୋନିଆ, ସାଇକ୍ଲାମିଙ୍ଗ ପ୍ରେଶିଲା ଇତ୍ୟାଦି ଫୁଲ ଚାରା ଏବଂ ଗଛ ନର୍ସର୍ରୀରେ ବିକ୍ରୟ କରୁଛନ୍ତି । ଏହାସହିତ ଆମ୍ବ, ଅମୃତଭଣ୍ଡା, ପିଜୁଳି, ପଣଷ, ନଡିଆ ଏବଂ କଦଳୀ ପରି ଫଳ ଗଛ ମଧ୍ୟ ଭଲ ସୁଲଭ ଦରରେ ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି । ବିଭିନ୍ନ ପ୍ରଜାତିର କାକ୍ଟସ୍ ଏବଂ ବୋନ୍ସାଇ ଗଛ ମଧ୍ୟ ନିଜେ ପ୍ରସ୍ୁତ କରି ବିକ୍ରୟ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଗ୍ରାମର କିଛି ଯୁବକଙ୍କୁ ନିଜ ନର୍ସର୍ରୀରେ ନିଯୁକ୍ତି ଦେବା ସହିତ ଶିବ ନାରାୟଣ ନିଜକୁ ଜଣେ ସଫଳ ବୟବସାୟୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।
ଶିବ ନାରାୟଣ ଇଂଜିନିୟର ଭାବରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ମଧ୍ୟ ପିଲାଟି ଦିନରୁ ଫୁଲ ଏବଂ ଫୁଲ ଗଛ ପ୍ରତି ତାଙ୍କର ଥିଲା ବେଶ୍ ଦୁର୍ବଳତା । ପ୍ରଥମେ ସେ ସଉକରେ ଫୁଲ ଏବଂ ବିଭିନ୍ନ ଫଳ ଗଛ ଲଗାଉଥିବା ବେଳେ ତାଙ୍କ ବଗିଚାକୁ ବୁଲିବାକୁ ଆସୁଥିବା ସ୍ଥାନିୟ ଲୋକମାନେ ତାଙ୍କ ନିକଟରୁ ବିଭିନ୍ନ ଚାରା ଏବଂ ଗଛ କିଣି ବାକୁ ଆରମ୍ଭ କରିଥିଲେ ।
ଫୁଲ ଏବଂ ଫଳ ଚାରା ବିକ୍ରୟ ହେଉଥିବା ଦେଖି ସେ ଏକ ନର୍ସର୍ରୀ ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରି ଏବେ ପାଇଛନ୍ତି ସଫଳତା । ଦିନକୁ ସେ ୩ ହଜାରରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଗଛ ଏବଂ ଚାରା ବିକ୍ରୟ କରି ରୋଜଗାର କରୁଛନ୍ତି । ପ୍ରତିଦିନ ନିଜ ଜିଲ୍ଲା ସହିତ କଟକ, ଭଦ୍ରକ, ଜଗତସିଂହପୁର ପରି ଅନ୍ୟ ଜିଲ୍ଲାରୁ ଲୋକମାନେ ଶିବ ନାରାୟଣଙ୍କ ନର୍ସର୍ରୀରୁ ଫୁଲ ଏବଂ ଫଳ ଗଛ ନେବା ପାଇଁ ଭିଡ ଜମାଉଛନ୍ତି ।
ଶିବ ନାରାୟଣ ପ୍ରତିଷ୍ଠା କରିଥିବା ନର୍ସରୀରୁ ଭଲ ଦୁଇ ପଇସା ରୋଜଗାର କରି ନିଜେ ଆତ୍ମ ନିର୍ଭରଶୀଳ ହେବାସହିତ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ଯାହା ସ୍ଥାନିୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
from Kanak News
via <a href="https://ifttt.com/?