ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ମୃତ ସୂଚନା । ଜୟପୁରରେ ଭାରସାମ୍ୟ ହରାଇ ଓଲଟିପଡିଲା ଗାଡି 

କନକ ବ୍ୟୁରୋ : ପିକଅପ ଭ୍ୟାନ ଓଲଟି ୭ରୁ ଅଧିକ ଲୋକ ମୃତ୍ୟୁ ସୂଚନା ମିଳିଛି । ଜୟପୁର ସହର କୋଟପାଡ ବ୍ଲକ ଅନ୍ତର୍ଗତ ମୁର୍ତ୍ତାହାଣ୍ଡିଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡି । ଦଶାହ କାମ ସାରି ଛତିଶଗଡ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି, ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସିନ୍ଧୁଗୁଡାରୁ ଛତିଶଗଡ କୁଲଚା ଗାଁକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ପିକ ଭ୍ୟାନରେ ମୋଟ ୨୦ରୁ ୨୫ ଜଣ ଲୋକ ଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଓଡିଶାରେ ବି ହୋଇପାରିବ ଷ୍ଟ୍ରବେରୀ ଚାଷ । କେନ୍ଦୁଝରରେ ଚାଷ କରୁଛନ୍ତି ଅଜୟ ପାଣି ।

କନକ ବ୍ୟୁରୋ : କେନ୍ଦୁଝରରେ ହୋଇପାରୁଛି ଷ୍ଟ୍ରବେରୀ ଚାଷ । କେନ୍ଦୁଝରର ଜଣେ ଚାଷୀ ଏହାକୁ ବ୍ୟବସାୟୀକ ଭିତିରେ ଚାଷ କରି ସଫଳ ହୋଇଛନ୍ତି । ଆସନ୍ତୁ ଏପରି ଜଣେ ଚାଷୀଙ୍କ ଠାରୁ ଜାଣିବା କେମିତି ହେଉଛି ଷ୍ଟ୍ର୍ରବେରୀ ଚାଷ ।

କେନ୍ଦୁଝରର ଅଜୟ କୁମାର ପାଣିଙ୍କ ନିଶା ହେଲା ଚାଷ । ସଉକରେ ଥରେ ସେ ୬ଟି ଷ୍ଟ୍ରବେରୀ ଗଛ ଆଣି ଫୁଲକୁଣ୍ଢରେ ଲଗାଇଥିଲେ । ସେଥିରୁ ୨ଟି ମରି ଯାଇଥିଲା ଆଉ ୪ଟିରେ ଅଳ୍ପ କିଛି ଫଳ ଆସିଥିଲା । ଏହାପରେ ସେ ଏହା ଉପରେ ଗବେଷଣା କରିଥିଲେ । ୪ଟି ଗଛରୁ ଶତାଧିକ ଚାରା ନିଜେ ତିଆରି କରି ଗତ ଜୁନ ମାସରେ ଏହାକୁ ବାଡିରେ ଲଗାଇଥିଲେ ।

ଜାନୁଆରୀ ମାସରେ ଏହାର ଅମଳ ହେଉଛି । ପ୍ରତ୍ୟେକ ଗଛରେ ୫୦୦ଗ୍ରାମରୁ ଉର୍ଦ୍ଧ ଫଳ ଆସୁଥିବା ବେଳେ ସବୁ ଫଳର ଆକାର ,ରଙ୍ଗ ଏବଂ ସ୍ୱାଦ ଅତି ଚମତ୍କାର ହୋଇଛି । ଏପରି ପ୍ରାୟ ୧୦ଟି ଗଛ ଲଗାଇଥିବାବେଳେ ୫କିଲୋରୁ ଅଧିକ ଅମଳର ଲକ୍ଷ୍ୟ ରହିଛି । ଯାହାରବଜାର ମୁଲ୍ୟ ୫୦ହଜାରରୁ ଉର୍ଦ୍ଧ ହେବ ବୋଲି ସେ ଆକଳନ କରିଛନ୍ତି ।

ଚଳିତ ବର୍ଷ ଏହାକୁ ପରୀକ୍ଷା ମୁଳକ ଭାବେ ମାତ୍ର ଗୋଟିଏ ୨ଟି କିଆରିରେ କରିଥିବା ବେଳେ ଆଗକୁ ଏହାକୁ ବ୍ୟବସାୟୀକ ଭିତିରେ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅଜୟ । ବ୍ୟବସାୟ କରିବାକୁ ଇଛୁକ ଥିବା ବ୍ୟକ୍ତିଙ୍କୁ ମାଗଣା ତାଲିମ ସହ ଚାରା ଯୋଗୋଇ ଦେବେ ବୋଲି କହିଛନ୍ତି ।

କେନ୍ଦୁଝର ପାଣିପାଗରେ ଏହା ଭଲ ଚାଷ ହୋଇପାରୁଛି । ତେବେ ପ୍ରଶାସନ ପ୍ରୋତ୍ସାହନ ପ୍ରଦାନ କଲେ ଯେଉଁ ଜମିରେ ପାଣି ରହୁ ନଥିବାରୁ ଧାନ ଓ ପରିବା ଚାଷ ନ ହୋଇ ଖାଲି ପଡିରହୁଛି ସେଥିରେ ଏହାର ଚାଷ କରି ବହୁ ଚାଷୀ ଉପକୃତ ହୋଇପାରନ୍ତେ ।

from Kanak News
via <a href="https://ifttt.com/?

ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ: ପୁଣିିଥରେ ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଉ ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ରବିବାର ଟାଙ୍ଗି ଥାନା ଶୋରଣା ଗାଁରୁ କିଛି ଲୋକ କାଳିଜାଇ ଦର୍ଶନ ପାଇଁ ଯାଇଥିବାବେଳେ ଅଧାବାଟରେ ତାଙ୍କର ଡଙ୍ଗା ଫସିଯାଇଥିଲା । ପ୍ରବଳ କୁହୁଡି ଯୋଗୁ ନଳବଣରେ ଏହି ଡଙ୍ଗା ଫସି ଯାଇଥିଲା । ଏହାପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇଟି ଡଙ୍ଗା ଲାଗିଛନ୍ତି । ଘଟଣା ସ୍ଥଳରେ ଦମକଳ ବାହିନୀ ଉପସ୍ଥିତ ଅଛନ୍ତି ।

from Kanak News
via <a href="https://ifttt.com/?

ଗାଡି ସାଇଡ୍ କରିବାକୁ ନେଇ ତୁମୁଳକାଣ୍ଡ ।  ସ୍କୁଟି ଚାଳକକୁ ନିର୍ଦ୍ଧୁମ ପିଟିଲେ କାରଚାଳକ । ହାତ ବାନ୍ଧି ଥାନାକୁ ନେଲା ପୋଲିସ

କନକ ବ୍ୟୁରୋ: ମଝି ରାସ୍ତାରେ ମାରପିଟ୍ । ସାମାନ୍ୟ ଗାଡ଼ି ସାଇଡ୍ କରିବାକୁ କେନ୍ଦ୍ର କରି ଜଣେ ସ୍କୁଟି ଚାଳକଙ୍କୁ ନିର୍ଧୁମ ପିଟିଛନ୍ତି ଦୁଇ ଜଣ ଦୁବୃର୍ତ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ସୋ ରୁମ୍ ନିକଟ କ୍ରସିଂ ପାଖରେ ଘଟିଛି ଏହି ମାଡ଼ପିଟ୍ । ପ୍ରବଳ ଗହଳି ଭିତରେ ଗାଡ଼ି ସାଇଟ୍ କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା । ସ୍କୁଟି ଚାଳକ ସାଇଡ୍ ଦେଉନଥିବା ଦେଖି, ଅଚାନକ୍ କାର ଭିତରୁ ବାହାରି ଆସିଥିଲେ ଦୁଇ ଯୁବକ । ଆଉ ରାସ୍ତା ଉପରେ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ସ୍କୁଟି ଚାଳକ ରମେଶ ପଣ୍ଡା ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଯାଇଛନ୍ତି । ଛାଡ଼ିବାକୁ ଯେତେ କହୁଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ମାରିଚାଲିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଚନ୍ଦ୍ରଶେଖର ପୁଲିସ୍ ପହଂଚି, ଦୁର୍ବୃତ୍ତଙ୍କୁ କାବୁ କରିବା ସହ ହାତ ବାନ୍ଧି ଥାନାକୁ ନେଇଛି । ସେହିପରି ସ୍କୁଟି ଚାଳକଙ୍କୁ ମଧ୍ୟ ଥାନାକୁ ନିଆଯାଇଛି ।

from Kanak News
via <a href="https://ifttt.com/?

କରୋନା କାଳରେ ଆସନ୍ତାକାଲି ଆସୁଛି ସାଧାରଣ ବଜେଟ୍ । ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ । କନକ ନ୍ୟୁଜକୁ କହିଲେ, ମୋଦୀଙ୍କ ବଜେଟରୁ କ’ଣ ରଖିଛନ୍ତି ଆଶା

କନକ ବ୍ୟୁରୋ : କଟକ ଲିଙ୍କରୋଡରେ ରହନ୍ତି ରଘୁନାଥ ମହାନ୍ତିଙ୍କ ପରିବାର । ରଘୁନାଥ ମହାନ୍ତିଙ୍କ ପରିବାର କହିଲେ ୪ ପ୍ରାଣୀ । ଦୋକାନ ବ୍ୟବସାୟରୁ ପ୍ରାୟ ୨୮ରୁ ୩୦ ହଜାର ଟଙ୍କା ରୋଜଗାର ହୁଏ । ମଝିରେ ୬ ମାସ ବନ୍ଦ ରହିବା ପରେ ଏବେ ଖୋଲିଛି ଆଉ ବେପାର ବି ହେଉଛି ।

ଝିଅ ପୁଅର ପଢାପଢିରେ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ରଘୁନାଥବାବୁ ଓ ପତ୍ନଙ୍କ ମେଡିସିନରେ ଖର୍ଚ୍ଚ ହୁଏ ୭ ହଜାର ଟଙ୍କା । ଘର ଖର୍ଚ୍ଚ ପାଇଁ ପ୍ରାୟ ଲାଗିଯାଏ ୫ ହଜାର ଟଙ୍କା । ଆହୁରି ଅନ୍ୟ ଖର୍ଚ୍ଚ ବି ଅଛି । ଏଥର ବଜେଟରୁ ସେମିତି ବହୁତ କିଛି ଆଶା ରଖିନାହାନ୍ତି । କିନ୍ତୁ ଅର୍ଥମନ୍ତ୍ରୀଙ୍କୁ ଜଣାଇବାକୁ ଚାହିଁଛନ୍ତି ତାଙ୍କ ଭଳି ଲୋକଙ୍କ ସମସ୍ୟାର ସମାଧାନ ପାଇଁ କିଛି ଗୋଟାଏ ପଦକ୍ଷେପ ନିଆଯାଉ ।

ସେପଟେ କେନ୍ଦ୍ରାପଡାର ବି ଏହି ପରିବାର ଆଶା ରଖିଛନ୍ତି ସରକାର ମଧ୍ୟବିତ ପରିବାର ପ୍ରତି ଧ୍ୟାନଦେବେ । ବିଶେଷକରି ଦରଦାମ ବୃଦ୍ଧି କ୍ଷେତ୍ରରେ କିଛି କରିବେ । କେବଳ ମଧ୍ୟବିତ୍ତ ପରିବାର ନୁହନ୍ତି, କରୋନା ଦ୍ୱାରା ମାଲକାନଗିରିର ବେପାରି ଓ ଚାକିରିଆ ବି ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ଏ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଆଶା ରଖିଛନ୍ତ ଏହି ବର୍ଗ ।

ସମସ୍ତଙ୍କ ଅପେକ୍ଷା ସୋମବାରଦିନ କେନ୍ଦ୍ର ବଜେଟରେ ନିର୍ମଳା ସୀତାରମଣ କଣ ଘୋଷଣା କରିବେ । ବିଶେଷକରି ବ୍ୟବସାୟ ବଢାଇବା ଓ ମଧ୍ୟବିତଙ୍କ ପାଇଁ କିଛି ଭଲ ଖବର ଆଣିବାକୁ ଆଶା ରଖିଛି ସାରା ଦେଶ ।

from Kanak News
via <a href="https://ifttt.com/?

ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ । ଅଧ୍ୟକ୍ଷ କରିବାକୁ ଦାବି କଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ । ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ।

କନକ ବ୍ୟୁରୋ: କଂଗ୍ରେସ ଦଳରେ ନେତୃତ୍ୱ କନ୍ଧଳ କଥା ସବୁବେଳେ ଚର୍ଚ୍ଚାରେ ଥାଏ । କିଏ ଦଳର ଆଗାମୀ ସଭାପତି ହେବ ତାହା ବି ଏବେ ବଡ ପ୍ରଶ୍ନ ହୋଇ ରହିଛି । ଏହାରି ଭିତରେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ତୁରନ୍ତ ଦଳର ଅଧ୍ୟକ୍ଷ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି ।

ରବିବାର ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାରଙ୍କ ନେତୃତ୍ୱରେ ଦଳର ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ତିନୋଟି ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ରାହୁଲଙ୍କୁ ତୁରନ୍ତ ସଭାପତି କରିବା ସହିତ ଦିଲ୍ଲୀ ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରାଯାଇଛି ।

ଦିଲ୍ଲୀ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସକୁ ରାହୁଲ ଗାନ୍ଧୀଙ୍କ ଭଳି ଗତିଶୀଳ ଓ ଶକ୍ତିଶାଳୀ ନେତାଙ୍କ ଆବଶ୍ୟକତା ଅଛି । ତାଙ୍କ ନେତୃତ୍ୱରେ ସାଂପ୍ରଦାୟିକତା, ସତ୍ତବାଦୀ,ଅଗଣତାନ୍ତ୍ରିକ ଶକ୍ତିର ବିନାଶ ହେବା ସହିତ ଦେଶର ଉନ୍ନତି ହୋଇପାରିବ ବୋଲି କୁହାଯାଇଛି । ତେଣୁ ତାଙ୍କୁ ତକ୍ରାଳ କଂଗ୍ରେସର ସଭାପତି କରିବାକୁ ଦିଲ୍ଲୀ କଂଗ୍ରେସ ଦାବି କରିଛି ।

from Kanak News
via <a href="https://ifttt.com/?

କାର୍ ସାଇଡମରାକୁ ନେଇ ତୁମୁଳକାଣ୍ଡ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ।

କନକ ବ୍ୟୁରୋ : କାର୍ ସାଇଡମରାକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ । କାରରେ ବସିଥିବା ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଜଣେ ସ୍କୁଟି ଚାଳକକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସ୍କୁଟି ଚାଳକ ଜଣକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ କାବୁ କରିଛି ।

କାର ସାଇଡମରାକୁ ନେଇ ଏହି କାଣ୍ଡ ଘଟିଛି । ସ୍କୁଟି ଚାଳକ ଜଣକ ସାଇଡମରାକୁ ନେଇ କାର ଚାଳକଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ଦୁଇ ଜଣ ଯୁବକ ସ୍କୁଟି ଚାଳକଙ୍କୁ ନିସ୍ତୁକ ମାଡ ମାରିଥିଲେ । ଦୁଇ ଜଣ ଯୁବକ ମଦ୍ୟପାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏବେ ଚନ୍ଦ୍ରଶେଖରପୁର ଥାନା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

from Kanak News
via <a href="https://ifttt.com/?

ଯାଜପୁରର ରାସ୍ତା କଡରେ କାହିଁକି ଝରାଫୁଲଙ୍କ ମୃତଦେହ ଫୋପାଡି ଦିଆଗଲା । ପୋଲିସର ପଚରାଉଚରା ସମୟରେ ଏନେଇ ତଥ୍ୟ ଦେଇଛି ରାକେଶ

କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହ ଯାଜପୁରର ରାଜେନ୍ଦ୍ରପୁର ରାସ୍ତାକଡରୁ ମିଳିବା ପରେ ସିସିଟିଭି ଫୁଟେଜ ସାମନାକୁ ଆସିଛିା ଆଉ ଏହି ଫୁଟେଜ ଆଧାରରେ ଯାଜପୁର ପୋଲିସ ଝରାଫୁଲ ହତ୍ୟା ଘଟଣାରେ କିଛି ବାଟ ଆଗେଇ ପାରିଛି । ଏହି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଗାଡିର ମଝିରେ ଝରାଫୁଲ ବସିଛନ୍ତି, ଗାଡି ଚଳାଉଛନ୍ତି ରାକେଶ ସ୍ୱାଇଁଙ୍କ ସାଙ୍ଗ, ନିଜେ ରାକେଶ ସ୍ୱାଇଁ ପଛରେ ଝରାଫୁଲଙ୍କୁ ଧରି ବସିଛନ୍ତି । ଝରାଫୁଲଙ୍କ ଗୋଡ ଝୁଲିଛି ଏବଂ ମୁଣ୍ଡ ମଧ୍ୟ ଗୋଟିଏ ପଟକୁ ଢ଼ଳି ପଡିଛି ।

ଝରାଫୁଲଙ୍କୁ ସେମାନେ ସ୍କୁଟିରେ ବସାଇ ଆଣିବାବେଳେ ଝରାଫୁଲଙ୍କ ଗୋଡ ଝୁଲି ରହିବା ଏବଂ ମୁଣ୍ଡ ଗୋଟିଏ ପଟକୁ ଢ଼ଳିବା, ଏହି ଦୃଶ୍ୟକୁ ରାସ୍ତାରେ ଯାଉଥିବା ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ । ଏକ କାର ଏହି ସ୍କୁଟିକୁ ଫଲୋ କରୁଥିଲା । କାରରେ ବସିଥିବା ଲୋକେ ବୁଝି ପାରୁନଥିଲେ ମଝିରେ ଜଣେ ଯୁବତୀଙ୍କୁ ଏମିତି କାହିଁକି ନିଆଯାଉଛି । ସେମାନେ ନିଜ ଭିତରେ ମଧ୍ୟ କଥା ହେଉଥିଲେ । ଶେଷରେ କାରର କାଚ ଖୋଲି ରାକେଶ ଓ ତାଙ୍କ ବନ୍ଧୁଙ୍କୁ ଏନେଇ ପଚାରି ଥିଲେ । କିନ୍ତୁ ଏମାନେ ସ୍କୁଟି ଠିଆ କରୁନଥିଲେ । ତେଣୁ ସେହିଭଳି ଚାଲିବା ଅବସ୍ଥାରେ ପଚାରୁଥିଲେ ।
ରାକେଶ ଓ ତାଙ୍କ ବନ୍ଧୁ କହିଥିଲେ, ଝିଅ ଜଣଙ୍କ ଅସୁସ୍ଥ ଅଛନ୍ତି । ଏତିକି କହି ସ୍କୁଟିକୁ ଜୋରରେ ନେବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ କାରରେ ବସିଥିବା ଲୋକେ ଏହାକୁ ବିଶ୍ୱାସ କରୁନଥିଲେ । ପଚାରିବା ସମୟରେ ସେମାନେ ପାଖରୁ ମଧ୍ୟ ଝରାଫୁଲଙ୍କ ମୁହଁ ଦେଖିଥିଲେ । ସେଥିରେ ତାଙ୍କର ସନ୍ଦେହ ଆହୁରି ବଢ଼ି ଯାଇଥିଲା । ପୁଣି ସେମାନେ ସ୍କୁଟିକୁ ପିଛା କରିଥିଲେ । ସ୍କୁଟି ଓ କାର କିଛି ବାଟ ପର୍ଯ୍ୟନ୍ତ ଆଗପଛ ହୋଇ ଚାଲିଥିଲେ । ରାକେଶ ଓ ତାଙ୍କ ବନ୍ଧୁ ଧରାପଡିଯିବେ ବୋଲି ଭୟ ବଢ଼ୁଥିଲା । ଆଉ ଏପଟେ କାରରେ ବସିଥିବା ଲୋକଙ୍କ ସନ୍ଦେହ ଆହୁରି ଘନିଭୂତ ହେଉଥିଲା । ସେମାନେ କିଛି ବୁଝିପାରୁନଥିଲେ, ରାକେଶ ଓ ତାଙ୍କ ବନ୍ଧୁ କାହିଁକି ଖସି ଯିବାକୁ ଚାହୁଁଛନ୍ତି ।

ଏଭଳି କିଛି ସମୟ ଧରି ଚାଲିବା ପରେ କାରଟି ଆଗକୁ ବଢ଼ିଯାଇଥିଲା । ବୋଧହୁଏ ସେମାନେ ଆଗରେ ସ୍କୁଟିକୁ ଅଟକାଇବା ପାଇଁ ଉଦ୍ୟମ କରିବାକୁ ଚାହୁଁଥିଲେ । କିମ୍ବା ପୋଲିସକୁ ଏବିଷୟରେ ସୂଚନା ଦେଇ ସ୍କୁଟିକୁ ଅଟକାଇଥାନ୍ତେ । ଏପଟେ ରାକେଶ ଓ ତାଙ୍କ ବନ୍ଧୁ ମଧ୍ୟ ଠିକ୍ ଏହି ଆଶଙ୍କା କଲେ । ତେଣୁ ଏମାନେ ଆଉ ବେଶି ଦୂର ଯିବା ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଭାବି ରାଜେନ୍ଦ୍ରପୁର ନିକଟରେ, ରାସ୍ତାକଡରେ ଝରାଫୁଲଙ୍କ ମୃତ ଦେହକୁ ଫୋପାଡି ଦେଲେ । ଏବଂ ସେଠାରୁ ଭୁବନେଶ୍ୱର ଆଡକୁ ଫେରି ଆସିଥିଲେ । ପୁଲିସର ପଚରାଉଚରା ସମୟରେ ରାକେଶ ସ୍ୱାଇଁ ଏଭଳି ସୂଚନା ଦେଇଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଭାଗ୍ୟଶ୍ରୀ ସାହୁ କଳା ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି

କନକ ବ୍ୟୁରୋ : ନିଜର କଳାକୃତି ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୋଦିଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ରାଉରକେଲାର ଶିଳ୍ପୀ ଭାଗ୍ୟଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଗ୍ୟଶ୍ରୀ ନିଜର କଳା ପଟ୍ଟଚିତ୍ର ମାଧ୍ୟମରେ ଓଡ଼ିଶାକୁ ସାରା ଦେଶରେ ପରିଚିତ କରାଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ କଳାକୃତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବାରୁ ତାଙ୍କୁ ଅଭିନନ୍ଦନ । ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାରପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶରେ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରିବା କଥା କହି ଓଡ଼ିଶାର ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ଉଦାହରଣ ଦେଇଥିଲେ । ତାଙ୍କ ଦ୍ୱାରା ପଥର ଉପରେ ପଟ୍ଟଚିତ୍ର ଅଙ୍କନର ବାଖ୍ୟା କରିବା ସହ ଭାଗ୍ୟଶ୍ରୀଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଇଥିଲେ । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ ଓ କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

from Kanak News
via <a href="https://ifttt.com/?

ଗଞ୍ଜାମରେ ୭ ବର୍ଷର ଝିଅ ସହ ଦୁଷ୍କର୍ମ । ପାଟି କରିବାରୁ ଗଳା କାଟିଦେଲେ ୨ ଯୁବକ

କନକ ବ୍ୟୁରୋ: ବର୍ବର, ଜଘନ୍ୟ, ଛାତିଥରା, ଅମାନବୀୟ । ଏଭଳି ଯେତେସବୁ ଶବ୍ଦ ଅଛି ହୁଏତ ଛୋଟ ଲାଗିବ, ଯେତେବେଳେ ଗଂଜାମ ଜିଲ୍ଲା ଗୋଳନ୍ଥରା ଅଚଂଳରେ ଘଟିଥିବା ଏହି ଘଟଣାର ପୁରା କାହାଣୀ ଜାଣିବେ । ଦୁଇ କୁନି ପିଲା ଏହି ଗାଁ ଦାଣ୍ଡରେ ଖେଳୁଥିଲେ । ନାବାଳିକାର ବୟସ ୭ ବର୍ଷ ଏବଂ ନାବାଳକର ବୟସ ୫ ବର୍ଷ । ସାନଭାଇ ଶୌଚ କରିବା ପାଇଁ ଯାଇଥିବା ସମୟରେ ନାବାଳିକା ଉପରେ ପଡ଼ିଥିଲା ଦୁଇ ଯୁବକର ନଜର । ଚକଲେଟ୍ ଦେବାର ବାହାନା ଦେଖାଇ ନାବାଳିକାକୁ ଟେକି ନେଇଥିଲେ । ଆଉ ଦୁଷ୍କର୍ମ କରିବା ବେଳେ ଯେତେବେଳେ ନାବାଳିକା ଚିତ୍କାର କରିଥିଲା, ସେତେବେଳେ ଶିଶୁଟିର ମୁହଁ, ଗଳା ଓ ପାଟିକୁ ଆକ୍ରମଣ କରିଥିଲେ । ବାରମ୍ବାର ପାଟି କରିବାରୁ ଗଳାକୁ କାଟିଦେଇଥିଲେ । ଗୁରତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ନାବାଳିକା ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।

ପୀଡ଼ିତା ନାବାଳିକାର ସାନଭାଇ ଶୌଚ ସାରି ଆସି ଦେଖିଲା ବେଳକୁ ବଡ଼ ଭଉଣୀ ରକ୍ତାକ୍ତ ଅବସ୍ଥାରେ ପଡିରହିଛି । ଦୌଡି ଦୌଡି ଆସି ସମସ୍ତ ଘଟଣା ବିଷୟରେ ଜେଜେମାକୁ ଜଣାଇଥିଲା ସାନ ଭାଇ । ଘଟଣା ଜାଣି ଜେଜେମା ପାଟି କରିବାରୁ ଗ୍ରାମବାସୀମାନେ ଏକତ୍ରିତହୋଇ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ଯୁବକକୁ କାବୁ କରିଥିଲେ । ଗତ ୨୮ ତାରିଖରେ ଗୋଳନ୍ଥରା ଅଂଚଳରେ ଘଟିଥିବା ଏହି ଘଟଣାର ଗୁରୁତ୍ୱକୁ ଦେଖି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି ବ୍ରହ୍ମପୁର ଏସପି । ସେହିପରି ସାଇଂଟିଫିକଟିମ୍ ପହଂଚି ଯାଂଚ କରିବା ସହ ଦୁଇଜଣକୁ ଗିରଫ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started