ବଲାଙ୍ଗୀର ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ୮ ଖଣ୍ଡ ବାଉଁଶକୁ ଅଢେଇ ଲକ୍ଷରେ କିଣିଛନ୍ତି ସରକାରୀ ବାବୁ 

କନକ ବ୍ୟୁରୋ: ଗତବର୍ଷ ଏପ୍ରିଲ ମାସରେ ବଲାଙ୍ଗୀର ସହରର ହାତୀଶାଳପଡ଼ାରେ କଂଟେନମେଂଟ ଜୋନ୍ ତିଆରି ହୋଇଥିଲା । ସହରରେ ପ୍ରଥମ ଏହି ଅଂଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକଣା ଲଗାଇଥିଲା ପ୍ରଶାସନ । ଏହି କଂଟେନ୍ମେଂଟ ଜୋନ ପାଇଁ ପ୍ରାୟ ୮ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା । କିନ୍ତୁ ଏହି ୮ ଖଣ୍ଡ ବାଉଁଶକୁ ପ୍ରଶାସନ କେତେ ଟଙ୍କାରେ କିଣିଥିଲା, ଆପଣ ଶୁଣିଲେ ଚମକି ପଡ଼ିବେ । ଏହି ୮ ଖଣ୍ଡ ବାଉଁଶକୁ ୨ ଲକ୍ଷ ୪୨ ହଜାର ୪୧୬ ଟଙ୍କାରେ କିଣା ଯାଇଥିଲା ।

ଗୋଟିଏ  ବାଉଁଶକୁ ଅତି ବେଶୀରେ ୨୦୦ ଟଙ୍କାରେ କିଣିଲେ, ଏତିକି ବାଉଁଶ କିଣିବା ପାଇଁ ମାତ୍ର ୧୬ଶହ ଟଙ୍କା ଖର୍ଚ୍ଚ ହେବ । ରଶି, ମଜୁରୀ ଆଦି ମିଶାଇଲେ ହୁଏତ ଆଉ ହଜାରେ ଟଙ୍କା ଖର୍ଚ୍ଚ ହୋଇପାରେ । ମୋଟ ଖର୍ଚ୍ଚ ଅତି ବେଶୀରେ ୨୫ ଶହରୁ ୨୬ ଶହ ହୋଇପାରେ ।ବଲାଙ୍ଗୀର ଜିଲ୍ଲାର ଆର୍ ଆଣ୍ଡ ବି ଡିଭିଜନ୍ ପକ୍ଷରୁ ଏହି ହିସାବ କିତାବର ତଥ୍ୟ ସାମନାକୁ ଆସିଛି । ପ୍ରଥମେ ହାତୀଶାଳପଡ଼ା କଥା ଉଲ୍ଲେଖ କରାଯାଇଛି । କଂଟେନ୍ମେଂଟ ଜୋନ ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୪୨ ହଜାର ୪୧୬ ଟଙ୍କା । ପ୍ରକୃତ ଖର୍ଚ୍ଚର ଏହା ୧୦୦ ଗୁଣ ହେବ । ସେହିପରି ଠିକାଦାରପଡ଼ାର କଂଟେନମେଂଟ ଜୋନ୍ ପାଇଁ ଖର୍ଚ୍ଚ ହୋଇଛି ୩୯ ହଜାର ୪୫୬ ଟଙ୍କା । ତାଲପାଲିପଡ଼ାର କଂଟେନମେଂଟ ଜୋନ ପାଇଁ ଖର୍ଚ୍ଚ ହୋଇଛି ୨୩ ହଜାର ୯୮୪ ଟଙ୍କା । ସୁଦପଡ଼ାର କଂଟେନମେଂଟ ଜୋନ ପାଇଁ ସମାନ ୨୩ ହଜାର ୯୮୪ ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଥିଲେ, ଯଦି ସେଭଳି ଦୁର୍ନୀତି ହୋଇଥାଏ, ଏହାର ଅନୁସନ୍ଧାନ କରାଯିବ । ଏଥିସହ ସଂପୃକ୍ତ ବାବୁଙ୍କ ଠାରୁ ଟଙ୍କା ଆଦାୟ କରାଯିବ ବୋଲି ସେ କହିଛନ୍ତି । ତେବେ ହାତୀଶାଳପଡ଼ାର ଘଟଣା ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସେହି ପ୍ରଶ୍ନଟି ହେଉଛି, ସତରେ କ’ଣ ୮ଟି ବାଉଁଶ ପୋତି ଆମର ବାବୁମାନେ ଅଢ଼େଇ ଲକ୍ଷ ଟଙ୍କା ବିଲ୍ କରିଛନ୍ତି? ନା, ଏଥିରେ ଆଉ କିଛି ଖର୍ଚ୍ଚ ମିଶିଛି । ଏକଥା ତୁରନ୍ତ ସ୍ପଷ୍ଟ ହେବା ଆବଶ୍ୟକ । ନହେଲେ ଓଡ଼ିଶାବାସୀଙ୍କ ମନରେ ସରକାରଙ୍କ କରୋନା ପରିଚାଳନା ନେଇ ବଡ଼ ସଂଦେହ ସୃଷ୍ଟି ହେବ ।

from Kanak News
via <a href="https://ifttt.com/?

ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ।

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରୁଟ୍-୧୧ରେ ଗଡିବ ‘ମୋ ବସ’ । ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ଚାଲିବ ‘ମୋ ବସ’ । ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ । ଏହାସହ ‘ମୋ ବସ’ରେ ବିନା ମାସ୍କରେ ଯାତାୟାତ କରିବେନି ଯାତ୍ରୀ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କ୍ରୁଟ ।

https://platform.twitter.com/widgets.js

କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ମୋ ବସ ସେବା ବନ୍ଦ ରହିଥିଲା । ଡିସେମ୍ବର ୧ ତାରିଖରୁ ମୋ ବସ ଚଳାଚଳ ଆରମ୍ଭ ହୋଇଥିଲା । ବାକି ଥିବା କିଛି ରୁଟକୁ ଧିରେ ଧିରେ ବସ ଚଳାଚଳ ଆରମ୍ଭ କରିଛି କ୍ରୁଟ ।

from Kanak News
via <a href="https://ifttt.com/?

ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । ୪ ହଜାର ୭୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଫେବୃୟାରୀ ୭ରେ ପଶ୍ଚିମବଙ୍ଗର ହଳଦିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ରବିବାର ପଶ୍ଚିମବଙ୍ଗ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପ ଯଥା ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ, ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍-ଫ୍ଲାଏ ଓଭରର ଲୋକାର୍ପଣ କରିବା ସହ ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଶାସନ ଦାୟିତ୍ୱରେ ରହିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାର ଲକ୍ଷ୍ୟ ରଖିଛନ୍ତି । ପଶ୍ଚିମବଙ୍ଗ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଲୋକାର୍ପଣ କରିବେ । ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ ଆସିବ । ଏହି ଧୋବି- ଦୁର୍ଗାପୁର ଗ୍ୟାସ୍ ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛିô । ଏହି ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷ ମାନବ ଦିବସ ରୋଜଗାର ସୃଷ୍ଟି କରାଯାଇଛି । ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଟ୍ ସମେତ ଶିଳ୍ପ, ବାଣିଜ୍ୟିକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେହିପରି ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ୱାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ଲୋକାର୍ପଣ କରାଯିବ । ଏହି ଏଲପିଜି ଟର୍ମିନାଲ ପୂର୍ବାଂଚଳରେ ଏଲପିଜିର ବଢ଼ୁଥିବା ଚାହିଦାକୁ ପୂରଣ କରିବ ଏବଂ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ରନ୍ଧନ ଏଲପିଜି ଯୋଗାଇବା ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ । ସମଗ୍ର ଭାରତବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଉଜ୍ଜଳା ଯୋଜନାରେ ୮ କୋଟିରୁ ଉର୍ଦ୍ଧ୍ୱ ଗ୍ୟାସ ସଂଯୋଗ ହୋଇଥିବା ବେଳେ କେବଳ ପଶ୍ଚିମବଙ୍ଗରେ ଏହି ୮ କୋଟିର ୧୧ ପ୍ରତିଶତ ଅର୍ଥାତ୍ ୮୮ ଲକ୍ଷ ୫୧ ହଜାର ଗ୍ୟାସ ସଂଯୋଗ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି ।

ଏହାବ୍ୟତୀତ ଲୋକାର୍ପିତ ହେବାକୁ ଥିବା ଜାତୀୟ ରାଜପଥ- ୪୧ର ହଳଦିଆ ସ୍ତିତ ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍- ଫ୍ଲାଏଓଭର ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଫ୍ଲାଏ ଓଭରର କାର୍ଯ୍ୟକ୍ଷମ ହେବା ଦ୍ୱାରା କୋଲାଘାଟରୁ ହଳଦିଆ ଡକ୍ କମ୍ପେ୍ଲକ୍ସ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରୁପ ୩ ଲ୍ୟୁବ୍ ଅଏଲ୍ ବେସ୍ ଷ୍ଟକ୍ (ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ । ଥରେ କାର୍ଯ୍ୟକ୍ଷମ ହେଲେ ଏହା ଆତ୍ମନିର୍ଭର ଭାରତ ଦିଗରେ ବିଦେଶରୁ ତୈଳ ଆମଦାନୀ ହ୍ରାସ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ତଥା ୭୦ ପ୍ରତିଶତ ଏହି ତୈଳ ଆମଦାନୀର ୮ ପ୍ରତିଶତ ହ୍ରାସ କରିବ । ଏହା ଦ୍ୱାରା ବିଦେଶୀ ମୁଦ୍ରାରେ ୧୮୫ମିଲିୟନ ୟୁଏସଡ଼ି ସଂଚୟ ହୋଇପାରିବ । ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ ପରକିଳ୍ପନାରେ ପୂର୍ବ ଭାରତ ବିକାଶର ପ୍ରାଥମିକତାକୁ ସୂଚାଉଛି । ପୂର୍ବ ଭାରତକୁ ଭାରତ ସହ ସାମଗ୍ରିକ ବିକାଶ ଆଣିବା ପାଇଁ ମିଶନ ମୋଡରେ କାର୍ଯ୍ୟକାରୀ ହେଉଛି । ଏହି ପ୍ରକଳ୍ପ ଗୁଡ଼ିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ମାଧ୍ୟମରେ ଯୁବକମାନଙ୍କ ପାଇଁ ଆର୍ôଥକ ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

from Kanak News
via <a href="https://ifttt.com/?

କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ ତନବୀର ସାଂଘା । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ କରିବେ ଡେବ୍ୟୁ । ଜାଣନ୍ତୁ ଭାରତର କେଉଁ ସହର ସହ ତନବୀରଙ୍କ ରହିଛି ଲିଙ୍କ ।

କନକ ବ୍ୟୁରୋ : କଙ୍ଗାରୁ ଟିମରେ ଖେଳିବେ ଭାରତୀୟ ବଂଶୋଦ୍ଭବ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ ଟିମ କୁହାଯାଉଥିବା ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି ତନବୀର ସାଂଘା । ବିଶ୍ୱର ଏହି ଶକ୍ତିଶାଳୀ କ୍ରିକେଟ ଟିମରେ ଏବେ ଖେଳିବ ଭାରତୀୟ ରକ୍ତ । ତନବୀରଙ୍କ ବୟସ ମାତ୍ର ୧୯ ବର୍ଷ । ଏତେ କମ ବର୍ଷରୁ ଏବେ ସେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ତନବୀର ଡେବ୍ୟୁ କରିବେ । ଏହାସହ ଅଷ୍ଟ୍ରେଲିଆ ଦଳରେ ଏବେ କମାଲ କରିବେ ଏହି ଭାରତୀୟ ବଂଶୋଦ୍ଭବ ।

ଅଷ୍ଟ୍ରେଲିଆ ଟିମରେ ଚୟନ ହେବା ସହ ତନବୀର ଇତିହାସ ରଚିଛନ୍ତି । କାରଣ ଭାରତୀୟ ବଂଶୋଦ୍ଭବ ଭାବେ ତନବୀର ଦ୍ୱିତୀୟ ଖେଳାଳି ଯିଏକି ୱେଲୋ ଜର୍ସିରେ ନଜର ଆସିବେ । ତନବୀରଙ୍କ ପୂର୍ବରୁ ୨୦୧୫ରେ ଗୁରେନ୍ଦ୍ର ସଂଘୁ ଅଷ୍ଟ୍ରେଲିଆ ଟିମରେ ସ୍ଥାନ ପାଇଥିଲେ । ଗୁରେନ୍ଦ୍ର ସଂଘୁ ମେଲବର୍ଣ୍ଣରେ ଟିମ ଇଣ୍ଡିଆ ବିପକ୍ଷରେ ମ୍ୟାଚ ଖେଳିଥିଲେ । ତାଙ୍କର ବାପା-ମା ଉଭୟ ଭାରତରେ ଜନ୍ମ ହୋଇଥିଲେ ।

ତେବେ ଆସନ୍ତୁ ଜାଣିବା କ୍ରିକେଟର ତନବୀର ସାଂଘାଙ୍କ ଭାରତର କେଉଁ ସ୍ଥାନ ସହ ରହିଛି ଲିଙ୍କ । ତନବୀର ସାଂଘାଙ୍କ ଲିଙ୍କ ପଞ୍ଜାବର ଜଳନ୍ଧର ସହର ସହ ରହିଛି । ଜଳନ୍ଧର ସହରଠୁ ୨୦ କିଲୋମିଟର ଦୂରରେ ଥିବା ରହିମପୁର ଗାଁରେ ତନବୀରଙ୍କ ବାପା ଯୋଗା ସିଂ ଜନ୍ମ ହୋଇଥିଲେ । ୧୯୯୭ ମସିହାରେ ଯୋଗା ସିଡନୀ ଚାଲି ଆସିଥିଲେ । ପ୍ରଥମେ ସେ ଏକ ଫାର୍ମରେ କାମ କରିଥିଲେ । ପରେ କାର ଚଲାଇ ନିଜ ପରିବାର ଚଳାଇଥିଲେ । ତନବୀରଙ୍କ ମା ଉପନୀତ ଜଣେ ଆକାଉଣ୍ଟଣ୍ଟା ଭାବେ କାମ କରନ୍ତି ।

ଏନେଇ ସନବୀର ସାଂଘାଙ୍କ ବାପା କହିଛନ୍ତି, ତନବୀର ପିଲାବେଳୁ ଖେଳ ପ୍ରତି ଆକର୍ଷିତ ଥିଲା । ସେ ଭଲିବଲ ରଗବି ଓ କବାଡି ଖେଳିକି ବଡ ହୋଇଛି । ୧୦ ବର୍ଷ ବୟସରେ କ୍ରିକେଟ ପ୍ରତି ତାର ଇଚ୍ଛା ଯୋଗୁଁ ତାକୁ କ୍ରିକେଟ କ୍ଲବରେ ଭର୍ତ୍ତି କରିଥିଲୁ ।
ତନବୀର ସାଂଘା ବିଗବାସ ଲିଗରେ ସିଡନୀ ଥଣ୍ଡର ପକ୍ଷରୁ ଖେଳୁଛନ୍ତି । ଏହି ଯୁବ ଖେଳାଳି ନିଜ ବୋଲିଂରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଏହି ଲିଗରେ ତନବୀର ୧୪ଟି ମ୍ୟାଚ ଖେଳି ୨୧ଟି ୱିକେଟ ନେଇଛନ୍ତି । ଏହାସହ ତନବୀର ୧୯ ବର୍ଷରୁ କମ ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଖେଳି ସାରିଛନ୍ତି ।

from Kanak News
via <a href="https://ifttt.com/?

ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର ।

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଜମୁଛି ବେପାର । ଜିପ୍ସମ୍ ପାଉଡର ବା ପ୍ଲାଷ୍ଟ ଅଫ୍ ପ୍ୟାରିସ ରୁ ମନୋଲଭା ମୂର୍ତ୍ତି ଓ ଘରକରଣ ସାମଗ୍ରୀ ଗଡୁଛନ୍ତି ଯାଯାବର । ମାସ ମାସ ଧରି ରାସ୍ତା କଡରେ ରହି ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ଘରକରଣ ସାମଗ୍ରୀ ପଥୀକଙ୍କୁ ଆକୃଷ୍ଟ କରୁ ଥିବା ବେଳେ ଜିପ୍ସମ ମୂର୍ତ୍ତି ବିକି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ସୁଦୂର ରାଜସ୍ଥାନରୁ ଆସି ମାଲକାନଗିରି ରେ ଡେରା ପକାଇ ଥିବା ଯାଯାବର ପରିବାର । ଆଉ କମ ଦର ରେ ବିରଳ କାରୁକାର୍ଯ୍ୟକୁ ପାଖରେ ପାଇ ବେଶ ଖୁସି ଗ୍ରାହକ ।

ରାସ୍ତାକଡରେ ମେଲିଛି ମୂର୍ତ୍ତି ପସରା । ଗଣେଶ, ସରସ୍ୱତୀ, ଶ୍ରୀକୃଷ୍ଣ, ବୁଦ୍ଧଙ୍କ ଛୋଟ ବଡ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ଘର କରଣା ସାମଗ୍ରୀ, ସବୁ କିଛି ଉପଲବ୍ଧ, ମାଲାକନଗିରି ଜାତୀୟ ରାଜପଥ କଡରେ ପସରା ମେଲିଥିବା ଏହି ମୂର୍ତ୍ତି ବଜାରରେ । ଆଉ ଦର ମଧ୍ୟ ଆପଣଙ୍କ ପକେଟକୁ ସୁହାଇଲା ଭଳି । ୪୦–୫୦ ଟଙ୍କାରୁ ଆରମ୍ଭ କରି ୪୦୦ରୁ ୫୦୦ ଯାଏଁ । ସୁଲଭ ଦରରେ ମିଳୁଥିବା ମୂର୍ତ୍ତି କିଣବାକୁ ଗ୍ରାହକଙ୍କ ଭିଡ ଜମୁଛି । ମାଲକାନଗିରି ଜିଲ୍ଲାପାଙ୍କ କାର୍ଯ୍ୟାଳୟ ନିକଟରେ ୨ ମାସ ଧରି ଯାଯାବରଙ୍କ ଜିପ୍ସମ ମୂର୍ତ୍ତି ବଜାର ଲାଗିଛି । ଆଉ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀଟିଏ ଥରେ ଅଟକି ମନପସନ୍ଦର ମୁର୍ତୀ ଟିଏ କିଣି ନେଉଛନ୍ତି ।

ଗ୍ରାହକଙ୍କୁ ମନପସନ୍ଦର ମୂର୍ତ୍ତିି ଯୋଗାଇ ଦେବାକୁ କାମରେ ଲାଗିଛନ୍ତି କାରିଗର ପରିବାର । ପିଲାଛୁଆ, ବାପା ମା, ପରିବାରର ସମସ୍ତେ ମୂର୍ତ୍ତି ତିଆରିରେ ବ୍ୟସ୍ତ । କିଏ କିଏ ହାତରେ ତୁଳି ଧରିଛି ତ ଆଉ କିଏ ହାତରେ ସ୍ପ୍ରେ ଗନ ଧରି ରଙ୍ଗ ଦିଆ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି । କିଛି କାରିଗର ମୁର୍ତୀଗୁଡିକୁ ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି । ଏ ହେଉଛି ଯାଯାବର ମୂର୍ତ୍ତି କାରିଗରଙ୍କ ଜୀବନ ଚର୍ଚ୍ଚା । ପ୍ରତିଦିନ ସକାଳ ହେବା ମାତ୍ରେ ଜିପ୍ସମ୍ ବା ପ୍ଲାଷ୍ଟର ଅଫ ପ୍ୟାରିସ ପାଉଡର ଗୋଳି ମୂର୍ତ୍ତି କରିବାରେ ଲାଗି ପଡନ୍ତି ସମସ୍ତେ । ଆଉ ସେଗୁଡିକ ସେଇ ରାସ୍ତା କଡେ ବିକିବା ସହ ଟ୍ରଲି ଯୋଗେ ଗାଁ ଗାଁ ବୁଲି ବିକନ୍ତି, ଦିନକୁ ହଜାରେ ରୁ ଦେଢ ହଜାର ଟଙ୍କା ରୋଜଗାର କରନ୍ତି ପ୍ରତି ଯାଯାବର ପରିବାର ।

ବର୍ଷ ତମାମ ଭିନ୍ନ ଭିନ୍ନ ସ୍ଥାନରେ ଏମିତି ଅସ୍ଥାୟୀ ଶିବିର ଟିଏ କରି ପେଟ ପାଟଣା ପାଇଁ ସଂଘର୍ଷ କରନ୍ତି ସୁଦୂର ରାଜସ୍ଥାନର ପାଲି ଅଂଚଳରୁ ଆସିଥିବା ଏହି ଯାଯାବର କାରିଗରମାନେ । ଗୋଟିଏ ସ୍ଥାନରେ ୨ରୁ ୩ ମାସ ରହି କିଛି ବେପାର କରିବା ପରେ ପୁଣି ଅନ୍ୟ ସ୍ଥାନକୁ ଚାଲିଯାଇଥାନ୍ତି । ତେବେ ପୂର୍ବ ପୁରୁଷର ଏହି ବେଉସାକୁ ଆଦରି ଜୀବନ ଜିଉଁଥିବା କାରିଗରମାନେ ନାଁ ନିଜେ ପାଠ ପଢିଛନ୍ତି ନା ସେମାନଙ୍କ ପିଲାମାନଙ୍କୁ ପାଠ ପଢାଇ ପାରିୁଛନ୍ତି । ପେଟ ପୋଶିବା ଲାଗି ଅର୍ଥ ସିନା ଅଛି, କିନ୍ତୁ ଆଜି ବି ସେମାନଙ୍କ ପରିବାର ନୀରକ୍ଷର ବୋଲି କୁହନ୍ତି ଯାଯାବର ମହିଳା ରାଜଲ କୁମାରୀ ।

from Kanak News
via <a href="https://ifttt.com/?

ମୋଦୀଙ୍କ ‘ମନ କି ବାତ୍’ ପରେ ପ୍ରତିକ୍ରିୟା ରଖିଲେ ରାକେଶ ଟିକାୟତ । କହିଲେ, ତ୍ରିରଙ୍ଗା ଅପମାନକାରୀଙ୍କୁ ଗିରଫ କର । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ

କନକ ବ୍ୟୁରୋ: ଜାନୁଆରୀ ୨୬ ତାରିଖ ତ୍ରିରଙ୍ଗା ପତାକା ଅପମାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ’ରେ ଦୁଃଖ ପ୍ରକାଶ କରିବା ପରେ ଏହାକୁ ନେଇ ନିଜର ମତ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ । ସାରା ଦେଶ ତ୍ରିରଙ୍ଗାକୁ ଭଲ ପାଏ । ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ପୋଲିସ ସେମାନଙ୍କୁ ଧରୁ ।

ଏଥିସହ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିବାକୁ ନେଇ ମଧ୍ୟ ଟିକାୟତ ମତ ରଖିଛନ୍ତି । ବନ୍ଧୁକ ମୁନରେ କଦାପି କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଚାଷୀ ସଙ୍ଗଠନ ଏହି ବିବାଦର ସମାଧାନ ଚାହୁଁଛି ହେଲେ ବନ୍ଧୁକ ମୁନରେ ଏହାର କଦାପି ସମାଧାନ ହୋଇପାରିବନି ବୋଲି ଟିକାୟତ କହିଛନ୍ତି ।

ରବିବାର ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମ ଏହି କଥା ଉଠାଇଥିଲେ । ମୋଦି କହିଥିଲେ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ଯାହା ଘଟିଲା ତାକୁ ଦେଖି ସାରା ଦେଶ ଦୁଃଖପ୍ରକାଶ କରିଛି । ଚାଷୀମାନେ ଗତ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଭିତରେ ପ୍ରବେଶ କରିବା ସହିତ ସେଠାରେ ନିଜର ଧର୍ମୀୟ ପତାକା ଉଡାଇଥିଲେ । କେବଳ ସେତିକି ନୁହେଁ କିଛି ସମୟ ଧରି ସେଠାରେ ହିଂସାକାଣ୍ଡ ମଧ୍ୟ ଚାଲିଥିଲା । ଚାଷୀମାନେ ବସ୍ ଓ ବିଭିନ୍ନ ସମ୍ପତ୍ତିକୁ ନଷ୍ଟ କରିଥିଲେ । ଯାହାକୁ ନେଇ ଆଜି ମତ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

from Kanak News
via <a href="https://ifttt.com/?

ଜୁନାଗଡ ରେଳ ଷ୍ଟେସନ ରେକ୍ ପଏଣ୍ଟରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା । ଖାଦ୍ୟ ସାମଗ୍ରୀ ଆମଦାନୀ-ରପ୍ତାନୀ ଭିତରେ ପେଶୀ ହେଉଛନ୍ତି ଶ୍ରମିକ

କନକ ବ୍ୟୁରୋ : ୩ ବର୍ଷ ହେଲା ଜୁନାଗଡ ରେଲ ଷ୍ଟେସନରୁ ରେକ ପଏଂଟରୁ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଉଳ, ମକା ଭଳି ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି । ଓଡିଶା ସମେତ କୋଲକାତା, ଆସାମ, ବିଶାଖାପାଟଣା ଓ ଆନ୍ଧ୍ରପ୍ରଦେଶ ଭଳି ଅନେକ ସ୍ଥାନକୁ ଖାଦ୍ୟ ସାମଗ୍ରୀ ପରିବହନ ହେବା ସହ ବାଂଲାଦେଶକୁ ମଧ୍ୟ ଖାଦ୍ୟ ସାମଗ୍ରୀ ଯାଉଛି । ଆଉ ଶ୍ରମିକମାନେ ମାଲ ଲୋଡିଂ-ଅନଲୋଡିଂ କାମ କରୁଛନ୍ତି । ହେଲେ ଏହି ଜୁନାଗଡ ରେକ୍ ପଏଣ୍ଟରେ ଆନୁସଙ୍ଗିକ ବ୍ୟବସ୍ଥା ନଧିବାରୁ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଗୋଟିଏ ରେକ ପଏଂଟରେ ସାମଗ୍ରୀ ଭର୍ତି ହୋଇଗଲେ ରେଳ ବିଭାଗକୁ ଲକ୍ଷ ଲକ୍ଷ ଟଙ୍କା ମିଳେ । ହେଲେ ଏଠାରେ କାମ କରୁଥିବା ଶ୍ରମିକଙ୍କ ପ୍ରାଥମିକ ସୁବିଧା ଯୋଗାଇବା ଦିଗରେ ଆଖିଦୃଶିଆ ପଦକ୍ଷେର ନେଉ ନାହିଁ ବିଭାଗ । ଜୁନାଗଡ ରେକ୍ ପଏଂଟରେ ପିଇବା ପାଇଁ ପାଣିର ସୁବିଧା ନଥିବା ବେଳେ ବିଜୁଳି ନାହିଁ କହିଲେ ଚଳେ । ଏଠାରେ ୧୨ଟି ସୋଲାର ଲାଇଟ୍ ଲାଗିଥିବା ବେଳେ ୬ଟି ଅଂଚଳ, ତେଣୁ ସଂଜ ନଇଁବା କ୍ଷଣି କାମ ବନ୍ଦ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ଜୁନାଗଡ ବଣିକ ସଂଘ ସଭାପତି ଓ ବ୍ୟବସାୟୀ ।

ଦେଶ-ବିଦେଶକୁ ଖାଦ୍ୟ ସାମଗ୍ରୀ ପରିବହନ ହେଉଥିବା ଏହି ରେକ୍ ପଏଂଟରେ ଶ୍ରମିକଙ୍କ ପ୍ରାଥମିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି । ଯଦି ଆଗାମି ଦିନର୍ ଶ୍ରମିକଙ୍କ ପାଇଁ ପାଣି, ବିଜୁଳି ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାନଯାଏ, ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ ନେତା ।

from Kanak News
via <a href="https://ifttt.com/?

ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଶୁଖୁଆ ପ୍ରସ୍ତୁତ କରି ପେଟ ପୋଶୁଛନ୍ତି ଚାନ୍ଦବାଲିର ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ପରିବାର ।

କନକ ବ୍ୟୁରୋ : ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଭଦ୍ରକ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ସୁମୁଦ୍ର କୂଳର ଏହି ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ବ୍ୟବସାୟ କରାଯାଏ । ତେବେ ଏଠାରେ ଶୁଖୁଆ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲେ ଆନ୍ତର୍ଜାତୀୟ ସ୍ତରରେ ଚାନ୍ଦବାଲି ଧାମରା ଶୁଖୁଆ ପ୍ରସିଦ୍ଧି ଲାଭ କରି ପାରନ୍ତା ବୋଲି ମତ ଦିଅନ୍ତି ମତ୍ସ୍ୟଜୀବୀ ।

ଭଦ୍ରକ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସୁମୁଦ୍ର କୂଳର ଏହି ଦୃଶ୍ୟ, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା । ଶୁଖୁଆ ପ୍ରସ୍ତୁତରେ ଲାଗିଛନ୍ତି ମତ୍ସ୍ୟଜୀବୀ । କାରଣ ଏହାକୁ ବିକିଲେ ପରିବାରର ପେଟକୁ ଦାନା ମିଳିବ । ଚାନ୍ଦବାଲି ବ୍ଳକ ଧାମରା, ଦୋସିଙ୍ଗା, କରଞ୍ଜମାଳ, କୋଇଥକୋଲା, ବାଂଶଡ଼ା, ଯାଗୁଳା, କରଣପଲ୍ଲୀ ପଂଚୁଟୀକ୍ରୀ ଏବଂ ଚଡ଼ଦିଆ ପଂଚାୟତର ପ୍ରାୟ ୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ଏହିଭଳି ଭାବରେ ଶୁଖୁଆ ପ୍ରସ୍ତୁତ କରିଥାନ୍ତି ।

ଧାମରା ମୁହାଣ ଚାନ୍ଦୀନପାଳ ସମୁଦ୍ର କୂଳର ପ୍ରାୟ ୧୫ ଏକର ପଠାକୁ ଲିପାପୋଛା କରି ଶୁଖୁଆ ଖଳା ପ୍ରସ୍ତୁତ କରାଯାଏ । ଗଭୀର ସୁମୁଦ୍ରରୁ ଧରା ହେଉଥିବା ମାଛକୁ ଶୁଖାଇ ସୁଖୁଆ ପ୍ରସ୍ତୁତ କରାଯାଏ । ଦୈନିକ ୧୫ଶହରୁ ଅଧିକ ଶ୍ରମିକ ଶୁଖୁଆ ପ୍ରସ୍ତୁତ କରି ଟ୍ରକ୍ ଯୋଗେ ରାଜ୍ୟ ସମେତ ରାଜ୍ୟ ବାହାର ଓ ବିଦେଶକୁ ରପ୍ତନୀ କରିଥାନ୍ତି ।

ଚାଆଁରା, ଓଳେଇ, ଗୋଗୁଆ. ଫାସି, ଚିଙ୍ଗୁଡ଼ି ଆଦି ଶୁଖୁଆକୁ ତ୍ରୀପୁରା, ସିଲଗୁଡ଼ି, ତାମିଲନାଡ଼ୁ, ବାଙ୍ଗାଲୁରୁ ଆଦି ରାଜ୍ୟକୁ ଚାଲାଣ କରାଯାଏ । ବାଂଲାଦେଶକୁ ବି ଯାଇଥାଏ ଧାମରା ଶୁଖୁଆ । ହେଲେ ଅନେକ ସମୟରେ ବର୍ଷା, ବାତ୍ୟା ଏବଂ ସମୁଦ୍ରର ଲୁଣା ଜୁଆର ମାଡ଼ିଯିବାରୁ ହଜାର ହଜାର ଟଙ୍କାର ଶୁଖୁଆ ନଷ୍ଟ ହୋଇଯାଏ । କେବଳ ପ୍ରକୃତିକ ଦୁର୍ବିପାକ ନୁହେଁ ଶୁଖୁଆ ସୁଖାଇବା ପାଇଁ ଭଲ ଚଟାଣ ନଥିବାରୁ ବାଲି ମାଟିରେ ଶୁଖାଇବାରୁ ଶୁଖୁଆର ରଙ୍ଗ ଖରାପ ହୋଇଯାଏ । ତେଣୁ ଚାନ୍ଦବାଲିରେ ଶୁଖୁଆ ପ୍ରସ୍ତୁତ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଗଲେ ଦେଶ-ବିଦେଶରେ ଚାନ୍ଦବାଲି-ଧାମରା ଶୁଖୁଆ ପ୍ରସିଦ୍ଧି ଲାଭ କରିପାରନ୍ତା ବୋଲି କୁହନ୍ତି ମତ୍ସ୍ୟଜୀବୀ ।

ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ଚାନ୍ଦବାଲିରେ ଅନୁଷ୍ଠିତ ଯୋଜନା ବୋର୍ଡ଼ କମିଟି ମିଟିଂରେ ଧାମରାରେ ଶୁଖୁଆ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ହଲ୍ ଭିତରେ ଖାଦ୍ୟ କିଣିପାରିବେ ଦର୍ଶକ

କନକ ବ୍ୟୁରୋ: ଏଣିକି ସିନେମା ହଲ୍ ହେବ ହାଉସଫୁଲ୍ । ୧୦୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ’ । ଫେବ୍ରୁଆରୀ ପହିଲାରୁ ସାରା ଦେଶରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରତ୍ୟେକ ସିନେମା ହଲ୍ ଖୋଲିପାରିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ।
କରୋନା ହେତୁ ସିନେମା ହଲରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ । ଆଉ ପ୍ରତି ସୋ’ ଭିତରେ କିଛି ସମୟ ପାଇଁ ବ୍ରେକ୍ ରହିବ । ଲୋକମାନେ ସିନେମା ହଲ୍ ଭିତରେ ଥିବା ଷ୍ଟଲରୁ ଖାଇବା ନେଇ ହଲରେ ଖାଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଏହାପୂର୍ବରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲୁଥିଲା । ଯେଉଁଥିରେ ଗୋଟିଏ ସିଟକୁ ଛାଡି ଦର୍ଶକମାନେ ସିନେମା ଦେଖୁଥିଲେ। ଏହା ଫଳରେ ହଲ୍ ମାଲିକାମାନେ ଅନେକ କ୍ଷତି ସହୁଥିଲେ । ଲୋକମାନେ ମଧ୍ୟ ଏଭଳି ନିୟମକୁ ମାନି ହଲ୍ ଯିବାକୁ ନାପସନ୍ଦ କରୁଥିଲେ । ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ଦର୍ଶକଙ୍କ ମନରେ ଉତ୍ସାହ ଫେରାଇ ଆଣିଛି ।

ତେବେ ଓଡିଶାରେ କିନ୍ତୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଏବେ ସିନେମା ହଲ୍ ଚାଲୁରହିବ । ଫେବୃଆରୀ ମାସର ଗାଇଡଲାଇନରେ ସରକାର ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ମନା କରିଦେଇଛନ୍ତି । ତେଣୁ ଓଡିଶାରେ ସେହି ପର୍ବଭଳି ଅଧା ଦର୍ଶକଙ୍କୁ ନେଇ ସିନେମା ହଲ ଚାଲୁରହିବ ।

from Kanak News
via <a href="https://ifttt.com/?

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପେଟ୍ରୋଲ ଟ୍ୟାଙ୍କର ଉପର ଚାମ୍ବରରେ ଯାଉଥିଲା ୧୫ଶହ ୭୭ କେଜିର ଗଞ୍ଜେଇ ।

କନକ ବ୍ୟୁରୋ : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ । ୧୫ଶହ ୭୭ କେଜିରୁ ଅଧିକ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୋଲିସ । ପେଟ୍ରୋଲ ଟ୍ୟାଙ୍କର ଗାଡ଼ିର ଉପର ଚାମ୍ବରରେ ଯାଉଥିଲା ଗଞ୍ଜେଇ । ଗଞ୍ଜେଇ ଲମତପୁଟରୁ ବିହାରକୁ ଚୋରାଚାଲଣ ହେଉଥିଲା ।

ଘଟଣା ସ୍ଥଳରୁ ପେଟ୍ରୋଲ ଟ୍ୟାଙ୍କର ଗାଡ଼ି ସହ ଗୋଟିଲ ଇନୋଭା କାର ଜବତ କରିଛି । ହେଲେ ଘଟଣା ସ୍ଥଳରୁ ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଫେରାର ହୋଇଛନ୍ତି । ଗୋଟିଏ ବଣ୍ଡଲରେ ୧୦ କେଜି ହିସାବରେ ୧୫୮ଟି ବଣ୍ଡଲରୁ ୧୫୭୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started