ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ସାଇକେଲ ରାଲି । ନୂଆପଡା ଖଡ଼ିଆଳରୁ ସାଇକେଲରେ ଭୁବନେଶ୍ୱର ଆସୁଛନ୍ତି ୫୦ରୁ ଅଧିକ ଚାଷୀ 

କନକ ବ୍ୟୁରୋ : ଚାଷୀଙ୍କ ସମସ୍ୟା ନେଇ ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭୁବନେଶ୍ୱରକୁ ସାଇକେଲ ରାଲି  । ଏଥିରେ ୫୦ରୁ ଅଧିକ ଚାଷୀ ଭାଗ ନେଇଛନ୍ତି । ସେମାନେ ଭୁବନେଶ୍ୱରରେ ପହଞ୍ଚି କୃଷିମନ୍ତ୍ରୀଙ୍କୁ ଚାଷୀଙ୍କ ସମସ୍ୟା ନେଇ ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି । ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରିକୁ ନେଇ ସମସ୍ୟା ଲାଗି ରହିଛି । ଟାର୍ଗେଟ ଓ ଟୋକନ ଆଳରେ ମିଲର୍ସର ଧାନ କିଣୁନଥିବା ବେଳେ ଚାଷୀ ନାକେଦମ୍ ହେଲେଣି । ଏଭଳି ସ୍ଥିତିରେ ଚାଷୀମାନେ ଅଭିନୟ ଉପାୟରେ ପ୍ରତିବାଦ କରିଛନ୍ତି ।

ଚାରିଆଡେ ମଣ୍ଡି ଝାମେଲା । କେନ୍ଦୁଝର ଝୁମ୍ରା ଲ୍ୟାମ୍ପ ଅଧିନରେ ଥିବା ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ଲାଗି ରହିଥିବା ଖବର ଆସିଛି । ବାଲିବନ୍ଧ ମଣ୍ଡିରେ ଦେଶୀ, ଧଳା ଓ ମିଶ୍ରିତ ଧାନ କହି କିଣୁନାହାନ୍ତି ମିଲର୍ସ । ଫଳରେ ପାହାଡ ଭଳି ଗଦା ହୋଇଛି ଧାନ ବସ୍ତା । ପୂର୍ବରୁ ଟୋକନ୍ ମିଳିଥିବା ଚାଷୀଙ୍କ ଧାନ ବିଳମ୍ବରେ ଉଠୁଥିବା ବେଳେ ଅନେକ ଚାଷୀଙ୍କୁ ଏଯାଏଁ ଟୋକନ ମିଳିନାହିଁ । ଝୁମ୍ପୁରା ଓ ବାଲିବନ୍ଧ ଲ୍ୟାମ୍ପସରେ ଧାନ ବିକ୍ରି କରିବା ପାଇଁ ୨ ହଜାର ୫ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜିକରଣ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୫ଶହ ୫୫ ଜଣ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଚାଷୀ, ୫୬ ହଜାର କ୍ୱିଂଟାଲ ଧାନ ବିକ୍ରି କରିବାକୁ ଥିବା ବେଳେ ମାତ୍ର ୩୨ ହଜାର ୬୬୫ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ଦେଇଛନ୍ତି ସରକାର । ତେଣୁ ବିକ୍ରିରେ ସମସ୍ୟା ସୃଷ୍ଟି ହୋଇଛି । ଏବଂ ଦୂର ଦୂରାନ୍ତର ଗାଡି ଯୋଗେ ଧାନ ଆଣୁଥିବା ଚାଷୀ, ଧାନ ବିକ୍ରି ନକରି ହଇରାଣ ହେଉଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । ସେପଟେ ଲ୍ୟାମ୍ପସ କର୍ତୃପକ୍ଷ କହିଛନ୍ତି ସୁରୁଖୁରରେ ଧାନ କିଣା ଚାଲିଛି ।

from Kanak News
via <a href="https://ifttt.com/?

ଇନ୍ଦିରାଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା । ନିର୍ମାଣ ହେଉଛି ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । ତାଙ୍କର ଆଗାମୀ ଫିଲ୍ମରେ କଙ୍ଗନା ଇନ୍ଦିରାଙ୍କ ଚରିତ୍ରରେ ଅଭିନୟ କରିବେ । ତେବେ ଏହି ଫିଲ୍ମଟି ଇନ୍ଦିରାଙ୍କ ବାୟୋପିକ୍ ହୋଇନଥିଲେ ମଧ୍ୟ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମ ବୋଲି ଜଣାପଡିଛି ।

https://platform.twitter.com/widgets.js

ଏନେଇ ନିଜେ କଙ୍ଗନା ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସମ୍ୟକ ସୂଚନା ଦେଇଛନ୍ତି । ମଣିକର୍ଣ୍ଣିକା ଫିଲ୍ମସ ଏହି ପଲିଟିକାଲ୍ ଡ୍ରାମା ଫିଲ୍ମର ନିର୍ମାଣ କରୁଛି । ଯାହାର ନିର୍ଦ୍ଦେଶନା ଦେବେ ସାଇ କବିର । ଅନ୍ୟପଟେ ସେ ଇନ୍ଦିରାଙ୍କ ଗେଟଅପରେ ଥିବା ବେଳେ ଟୁଇଟରରେ ଏକ ଫଟୋ ସେଆର୍ କରିଛନ୍ତି । ଯେଉଁଥିରେ ସେ ଅବିକଳ ଇନ୍ଦିରାଙ୍କ ଭଳି ଦେଖିବାକୁ ମିଳୁଛନ୍ତି । ତେବେ ଏହା ପୂର୍ବରୁ କଙ୍ଗନା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିସାରିଛନ୍ତି । ଯାହାକି ଆଉ କିଛି ଦିନ ଭିତରେ ରିଲିଜ୍ ହେବାକୁ ଅଛି ।

from Kanak News
via <a href="https://ifttt.com/?

ଅକ୍ଟୋବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଆସିବ କରୋନା ଟିକା । ଏକ୍ସିମ ଗ୍ରୁପ ମୁଖ୍ୟ ପି.ସି ନାମ୍ବିଆର, ନବଜାତ ଶିଶୁଙ୍କୁ ଦିଆଯାଇ ପାରିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ।

କନକ ବ୍ୟୁରୋ: ସାରା ଦେଶରେ କରୋନା ଟିକାକରଣ ଜୋରସରରେ ଆଗେଇ ଚାଲିଥିବା ବେଳେ ସେହି ଟିକାକୁ ନେଇ ଆସିଛି ଉତ୍ସାହଜନକ ଖବର । ଭାରତରେ କୋଭିସିଲ୍ଡ ଟିକାର ଉତ୍ପାଦନ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ବର୍ଷ ଶେଷ ଆଡ଼କୁ ଆସିଯିବ ଛୁଆଙ୍କ ପାଇଁ କରୋନା ଟିକା । ଏକ୍ସିମ୍ ଗ୍ରୁପର ଅଧ୍ୟକ୍ଷ ପି.ସି ନାମ୍ବିଆର କହିଛନ୍ତି ଅକ୍ଟୋବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏପରିକି ସେହି ମାସରୁ ନବଜାତ ଶିଶୁଙ୍କୁ ଏହି ଟିକା ଦିଆଯାଇପାରିବ । କୋଚିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ନାମ୍ବିଆର ଆହୁରି କହିଛନ୍ତି, କରୋନା ବିରୋଧି ଟିକାକୁ ବିକାଶ କରି କରୋନା ଔଷଧ ପ୍ରସ୍ତୁତ ହେବ । ଯାହା ଛୋଟ ପିଲାଙ୍କୁ ମଧ୍ୟ ଦିଆଯାଇପାରିବ । ଏପ୍ରିଲ ମାସରୁ କୋଭିସିଲ୍ଡର ୨୦କୋଟି ଡ଼ୋଜ୍ ପ୍ରତି ମାସରେ ଉତ୍ପାଦନ ପାଇଁ କମ୍ପାନୀ ସକ୍ରିୟ ହେବ । ବର୍ତମାନ କମ୍ପାନୀ ମାସକୁ ୧୦ କୋଟି ଡ଼ୋଜ୍ କରୋନା ଟିକା ଉତ୍ପାଦନ କରୁଛି । ସରକାରଙ୍କୁ ସବୁଜ ସଂକେତ ମିଳିଲେ ଖୋଲା ବଜାରରେ ଟିକା ବିକ୍ରି କରିବ କମ୍ପାନୀ ।

from Kanak News
via <a href="https://ifttt.com/?

ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କ ସୂଚନା ।

କନକ ବ୍ୟୁରୋ : ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗଂଜାମ ଗୋଳନ୍ଥରାରେ ନାବାଳିକାଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ କରି ଏଭଳି କିଛି ତଥ୍ୟ ଦେଇଛି ବ୍ରହ୍ମପୁର ପୁଲିସ । ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ନାବାଳିକାଙ୍କୁ ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରିଛନ୍ତି ।

ନାବାଳିକା ଜଣଙ୍କ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉରରାୟ ସୂଚନା ଦେଇଛନ୍ତି । ତାଙ୍କ ମୁଣ୍ଡ, ମୁହଁ ଓ କାନକୁ ଇଟାରେ ଛେଚି ଦେଇଥିବେ । ଗତ ୨୮ ତାରିଖରେ ଗୋଳନ୍ଥରା ଅଂଚଳରେ ଏଭଳି ଏକ ଜଘନ୍ୟ ଘଟଣା ଘଟିଥିଲା । ନାବାଳିକା ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ଫେବ୍ରୁଆରୀ ୧ରୁ ଖୋଲିବ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର । କରୋନା କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

କନକ ବ୍ୟୁରୋ: ରାଜ୍ୟରେ ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ସମସ୍ତ ଅଙ୍ଗନୱାଡି କେନ୍ଦ୍ର । କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ମାନି ରାଜ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ଡ଼ାଟା ବେସ୍ ପ୍ରସ୍ତୁତ ହୋଇଛି । ଏନେଇ ନୂଆ ଏସଓପି ଜାରି କରାଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ୬ ଫୁଟ ବ୍ୟବଧାନରେ ପିଲା ବସିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ୨ ଘଂଟା ପାଇଁ ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଆସିବେ ପିଲାମାନେ । ସେଠାରେ ତାଙ୍କୁ ସନ୍ତୁଳିତ ଖାଦ୍ୟ ଦିଆଯିବା ନେଇ କହିଛନ୍ତି ପରିବାର ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ।

from Kanak News
via <a href="https://ifttt.com/?

ଓଡ଼ିଶା ଛତିଶଗଡ଼ ମଧ୍ୟରେ ଜଳ ବିବାଦ ପ୍ରସଙ୍ଗ: ଆଉ ୨ମାସ ପରେ ସରିବ ମହାନଦୀ ଟ୍ରିବ୍ୟୁନାଲର ଅବଧି; ସଂସଦରେ ପ୍ରସଙ୍ଗ ଉଠାଇବାକୁ ବିଜୟ ମହାପାତ୍ରଙ୍କ ପ୍ରସ୍ତାବ

କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ଏହି ଟ୍ରିବ୍ୟୁନାଲର ଅବଧି ଆଉ ଦୁଇମାସ ବାକି ରହିଛି । ଏହାରି ଭିତରେ ଟ୍ରିବ୍ୟୁନାଲ ଗଠନକୁ ତିନି ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ଚାହିଁଲେ ଅବଧି ଆଉ ଦୁଇ ବର୍ଷ ବଢାଇ ଦେଇପାରିବେ । ହେଲେ କେନ୍ଦ୍ରର ସେ ଆନ୍ତରିକତା ଅଛି କି ନାହିଁ ତାକୁ ସନ୍ଦେହ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ମହାନଦୀକୁ ନେଇ ଟ୍ରିବ୍ୟୁନାଲରେ କ’ଣ ଶୁଣାଣି ଚାଲିଛି ତାହା କେହି ଜାଣିପାରୁନାହାନ୍ତି । ପୂର୍ବରୁ ମହାନଦୀ ପାଇଁ ସ୍ୱର ଉଠାଉଥିବା ସରକାର, ବିରୋଧୀ ଓ ବିଭିନ୍ନ ସଂଗଠନ ଏବେ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ରାଜ୍ୟ ସରକାର ହିରାକୁଦର ତଳମୁଣ୍ଡରେ ଘୋଷଣା କରିଥିବା ୬ଟି ପ୍ରକଳ୍ପ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ସଂସଦରେ ଏ ପ୍ରସଙ୍ଗ ଉଠିବା ଦରକାର, ନହେଲେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ସେ ଚେତାଇ ଦେଇଛନ୍ତି । ଏପଟେ କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି କହିଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବ ଦଳ । ମହାନଦୀ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡ଼କାନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟର ସ୍ୱାର୍ଥକୁ ଅଣଦେଖାକରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖ୍ୟ ସଚେତକ । ଏହି ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଟ୍ରିବ୍ୟୁନାଲଙ୍କ ରାୟ ଓଡ଼ିଶା ସପକ୍ଷରେ ଯିବ । ଓଡ଼ିଶାକୁ ତାର ହକର ପାଣି ମିଳିବ ବୋଲି ସେ ଦୃଢୋକ୍ତି କରିଛନ୍ତି ।

from Kanak News
via <a href="https://ifttt.com/?

ମୋଦିଙ୍କ ମନ ଜିଣିଲା ଓଡ଼ିଆ ଝିଅଙ୍କ ପଟ୍ଟଚିତ୍ର । ‘ମନ୍ କି ବାତ୍’ରେ ରାଉରକେଲାର ଭାଗ୍ୟଶ୍ରୀଙ୍କୁ ଭୁରିଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ: ରାଉରକେଲାର ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା । ବିନା ତାଲିମରେ ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାଗ୍ୟଶ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା ବି କରିଛନ୍ତି ପ୍ରଧାନମନ୍ତ୍ରୀ ।  ଭାଗ୍ୟଶ୍ରୀ ବିନା ତାଲିମରେ ପଥର, କାଚ ବୋତଲ, ବଲ୍ବରେ ଚିତ୍ର ଆଙ୍କୁଛନ୍ତି । ତାଙ୍କ ତୂଳୀ ସ୍ପର୍ଶରେ କଥା କହୁଛି ନିର୍ଜୀଵ ପଦାର୍ଥ । ରାଜ୍ୟ ବାହାରେ ଏହି କଳାର ବହୁତ ଚାହିଦା ରହିଛି ବୋଲି ସେ କହନ୍ତି । 

ତାଙ୍କ ଦ୍ୱାରା ଅଙ୍କିତ ଜଗନ୍ନାଥଙ୍କ ବିଭିନ୍ନ ବେଶ, ରାଧାକୃଷ୍ଣ, ଶିଵ ପାର୍ବତୀ ପ୍ରତିକୃତିର ବେଶ ଚାହିଦା ରହିଛି । ଦୁଇ ବର୍ଷ ପୂର୍ବରୁ ସେ ପୁରୀ ଜିଲ୍ଲାର ରଘୁରାଜପୁର ଏହି ସବୁ ଚିତ୍ର ଦେଖିବା ପରେ ପଟ୍ଟଚିତ୍ର ଆଙ୍କିବାକୁ ଆଗ୍ରହ ପ୍ରକାଶ କରିଥିଲେ । ବିଟେକ ପରେ ଢେଙ୍କାନାଳରେ ଏମ ଟେକ ପଢ଼ିବା ପରେ ତାଙ୍କୁ ଏହି କାମ କରିବାକୁ ବହୁତ ସମୟ ମିଳିଥିଲା । ରାଉରକେଲାର ବିଭିନ୍ନ ନଦୀକୁ ଯାଇ ପଥର ସଂଗ୍ରହ କରି ସେଥିରେ ଚିତ୍ର ଆଙ୍କୁଥିଲେ । ଭାଗ୍ୟଶ୍ରୀ ପରିବାର ସହ ସେକ୍ଟର-୧୯ ରେ ରହନ୍ତି। ତାଙ୍କ ପିତା କାର୍ତ୍ତିକ ସାହୁ ପୁଲିସ ବିଭାଗରେ କାମ କରନ୍ତି । ମା ବାସନ୍ତି ସାହୁ ଜଣେ ଗୃହିଣୀ। ଉପଯୁକ୍ତ ତାଲିମ ପାଇଲେ ଭଲ ପଟ୍ଟଚିତ୍ର ଶିଳ୍ପୀ ହୋଇପାରିବି ବୋଲି କହନ୍ତି ଭାଗ୍ୟଶ୍ରୀ ।

ପାଠ ଇଞ୍ଜିନିୟରିଂ, ନିଶା ପଟ୍ଟଚିତ୍ର ଆଙ୍କିବା। ଏହି ଆକର୍ଷଣକୁ ହିଁ ତାଙ୍କୁ ଦେଇଛି ଜାତୀୟ ପରିଚିତି। ସେ ହେଉଛନ୍ତି ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁ। ପୁଲିସ ବିଭାଗରେ କାର୍ଯ୍ୟରତ ତଥା ଛେଣ୍ଡ କଲୋନୀରେ ରହୁଥିବା କାର୍ତ୍ତିକଚନ୍ଦ୍ର ସାହୁଙ୍କ କନ୍ୟା ଭାଗ୍ୟଶ୍ରୀ ଢେଙ୍କାନାଳ ଜିଲା ସରାଙ୍ଗସ୍ଥିତ ଆଇଜିଆଇଟିର ଏମ.ଟେକ୍‌ ଛାତ୍ରୀ। ପିଲାଟି ଦିନରୁ ପଟ୍ଟଚିତ୍ର ପ୍ରତି ତାଙ୍କର ଅହେତୁକ ଆକର୍ଷଣ। ପରିବାର ଲୋକ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ। ଶ୍ରୀଜଗନ୍ନାଥଙ୍କ ହିଁ ତାଙ୍କର ପ୍ରେରଣା ବୋଲି ସେ କୁହନ୍ତି।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ନେଇ ସାମ୍ନାକୁ ଆସିଲା ୨ଟି କାହାଣୀ: ରାସ୍ତାକଡ଼ରେ ଝରାଫୁଲଙ୍କ ମୃତଦେହକୁ କାହିଁକି ଫିଙ୍ଗିଦେଲା ରାକେଶ? ପୋଲିସ ସୁତ୍ରରୁ ମିଳିଲା ସୂଚନା

କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହକୁ କାହିଁକି ରାସ୍ତାକଡ଼ରେ ଫିଙ୍ଗିଦେଇ ଚାଲିଗଲା ଅଭିଯୁକ୍ତ ରାକେଶ । ତା’ର ସତ ଜଣାପଡ଼ିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା । ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା ପରେ ସନ୍ଦେହ ହୋଇଥିଲା ।

ତେବେ ରାକେଶ ପୋଲିସକୁ କହିଛି, ରାସ୍ତାରେ ଯାଉଥିବା ଏକ ଇଣ୍ଡିଗୋ କାର କିଛି ବାଟ ସେମାନଙ୍କୁ ପିଛା କରିଥିଲା ।  ରାସ୍ତାରେ ଗୋଡ଼ ଘୁଷୁଡ଼ୁଥିବା ଦେଖି ସନ୍ଦେହ ହେବାରୁ ସେମାନେ ରାକେଶଙ୍କୁ ପଚରା ଉଚରା କରିଥିଲେ । ହେଲେ ଝରାଫୁଲଙ୍କ ଦେହ ଅସୁସ୍ଥ ଥିବା କହି  ସେମାନେ ଏଡ଼ାଇ ଯାଇଥିଲେ । କିଛି ବାଟ ଯିବା ପରେ ସେହି ଗାଡ଼ିଟି ପୁଣି ସେମାନଙ୍କୁ ଫଲୋ କରିଥିଲା ଓ ବାରମ୍ବାର ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିବା କଥା କହିଥିଲା । ଏପରିକି ତାଙ୍କ ଗୋଟିଏ ଗୋଡ଼ରୁ ଜୋତା ଖସିଯାଇଥିବାରୁ ସନ୍ଦେହ ଆହୁରି ବଢିଥିଲା । ତେବେ ଲୋକଙ୍କ ପଚରା ଉଚରା ପରେ ଭୀଷଣ ଭୟଭୀତ ହୋଇପଡ଼ିଥିଲା ଅଭିଯୁକ୍ତ ରାକେଶ ଓ ତାଙ୍କ ସାଥୀ । ତେଣୁ ମୟୁରଭଂଜ ଯିବା ବାଟରେ ସେମାନେ ରାସ୍ତା କଡ଼ରେ ମୃତ ଦେହକୁ ଫିଙ୍ଗି ଚାଲିଆସିଥିଲେ ।

ଏବେ ଝରାଫୁଲଙ୍କୁ ନେଇ ଦ୍ୱିତୀୟ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଗତ ୨୬ ତାରିଖରେ ଝରାଫୁଲ ଘରକୁ ଫେରିଥିବା ପରିବାର ଲୋକ ଜାଣିଥିଲେ । ଅପରାହ୍ନ ୪ଟା ସୁଦ୍ଧା ସେ ଘରେ ପହଂଚିଯିବା କଥା । ହେଲେ ସଂଧ୍ୟା ୬ଟା ସୁଦ୍ଧା ସେ ଘରେ ନପହଂଚିବାରୁ ଝରାଫୁଲଙ୍କୁ ବାରମ୍ବାର ଫୋନ କରିଥିଲେ ତାଙ୍କ ଭାଇ । ସେ ଫୋନ ନଉଠେଇବାରୁ ହ୍ୱାଟସଆପରେ ମେସେଜ କରିଥିଲେ । ଫୋନ ଉଠାଇବା ପାଇଁ ମଧ୍ୟ ମେସେଜରେ ଲେଖିଥିଲେ । ଝରାଫୁଲ  ଏହାର ଉତ୍ତର ରଖି କହିଥିଲେ ‘ଭାଇ ମୁଁ ଠିକ୍ ଅଛି, ନେଟଵର୍କ ପ୍ରୋବ୍ଲେମ ରହିଛି, ମୁଁ ମୋ ଫ୍ରେଣ୍ଡ୍‌ ସୋନାଲି ଘରେ ଅଛି।’ ସେହି ନମ୍ବରରେ ରାତି ୧୨ଟା ପର୍ଯ୍ୟନ୍ତ ପରିବାର ଲୋକେ ଚାଟିଂ କରି ଝରାଫୁଲଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ସୋନାଲି ଉତ୍ତର ମଧ୍ୟ ଦେଇଚାଲିଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ ସୋନାଲିଙ୍କ ନାଁରେ ଚାଟିଂ କରୁଥିଲେ ଅଭିଯୁକ୍ତ ରାକେଶ । ଅର୍ଥାତ୍ ସେ ହିଁ ନିଜକୁ ଝରାଫୁଲଙ୍କ ବାନ୍ଧବୀ ସୋନାଲି କହି ତାଙ୍କ ବାବଦରେ ହ୍ୱାଟସଆପରେ ପରିବାର ଲୋକଙ୍କୁ ବିଭ୍ରାନ୍ତ କରିଚାଲିଥିଲା ।

from Kanak News
via <a href="https://ifttt.com/?

ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।

କନକ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ୭୩ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ସେ କହିଛନ୍ତି, କରୋନା ମହାମାରୀ ବିରୋଧ ଲଢ଼େଇରେ ଭାରତ ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିଛି । ଭାରତରେ ସର୍ବବୃହତ ସାର୍ବଜନୀକ ଟିକାକଣ ଅଭିଯାନ ଜାରି ରହିଛି । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି । ଆମେରିକାରେ ଏଥିପାଇଁ ୧୮ ଦିନ ଏବଂ ବ୍ରିଟେନରେ ୩୬ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ।

ସେହିଭଳି, ମେଡ୍ ଇନ୍ ଇଣ୍ଡିଆ ଟିକା ପ୍ରସ୍ତୁତି ଦ୍ୱାରା ଆତ୍ମନିର୍ଭର ଭାରତ ଗୌରବ ବୃଦ୍ଧି ପାଇଥିବା ସେ କହିଛନ୍ତି । ଏହା ସହ ଜାନୁଆରୀ ୨୬ରେ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖୀ ହୋଇଛି । ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଥିବା କଥା କହିଛନ୍ତି ମୋଦୀ । ଏପରିକି ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ସିରିଜ୍ ବିଜୟ ନେଇ ମନ୍ତବ୍ୟ ରଖିଛନ୍ତି ମୋଦୀ । ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି ।

ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସକୁ ‘ଅମୃତ ମହୋତ୍ସବ’ ଭାବେ ପାଳନ କରିବ। ସ୍ୱାଧୀନତା ଆନ୍ଦୋଳନର ବୀରମାନଙ୍କ ପ୍ରତି ଆପଣମାନଙ୍କ ରଚନା ଆଦର୍ଶ ଶ୍ରଦ୍ଧାଞ୍ଜଳି ହୋଇପାରିବ। କିଛି ଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରୁ ସିଧାସଳଖ ବିମାନ ଚଳାଇ ବେଙ୍ଗାଲୁରୁରେ ପହଞ୍ଚିଥିବା ୪ଜଣ ଭାରତୀୟ ମହିଳା ପାଇଲଟ୍‌ଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ‘ମନ୍‌କି ବାତ୍‌’ରେ ଉଲ୍ଲେଖ କରିଛନ୍ତି। ୨୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଉକ୍ତ ବିମାନଟି ୧୦, ୦୦୦ କିଲୋମିଟର୍‌ ଦୂରରୁ ଆସିଥିଲା। ଯେ କୌଣସି କ୍ଷେତ୍ରରେ ହେଉ, ସମ୍ପ୍ରତି ମହିଳାମାନଙ୍କ ଭୂମିକା କ୍ରମାଗତ ବୃଦ୍ଧି ପାଉଛି। ଗ୍ରାମୀଣ ଭାରତରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନରେ ଦେଶର ବହୁ ଅଜଣା ବ୍ୟକ୍ତି ବିଶେଷ ନିଜର ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ଲୋକଲୋଚନକୁ ଆସିପାରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ଆନ୍ଦୋଳନରତ ଚାଷୀଙ୍କୁ ରୋକିବା ପାଇଁ ପୋଲିସର କଡ଼ା ପଦକ୍ଷେପ । ବଢିଲା ସୁରକ୍ଷା, ଦିଲ୍ଲୀରେ ୧୨ଟି ସ୍ତରରେ କରାଗଲା ବ୍ୟାରିକେଡ଼ିଂ ବ୍ୟବସ୍ଥା ।

କନକ ବ୍ୟୁରୋ: ଚାଷୀଙ୍କ ପାଇଁ କଡ଼ା ସୁରକ୍ଷା । ଦିଲ୍ଲୀ–ଗାଜିପୁର ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାତାରାତି ତିଆରି ହେଲା ୧୨ ଲେୟାର ବ୍ୟାରିକେଡ଼ । ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ନୂଆ ଫଣ୍ଡା ଅପଣାଇଛି ଦିଲ୍ଲୀ ପୋଲିସ । ବ୍ୟାରିକେଡ଼ ସହ କଂଟାଯୁକ୍ତ ତାର ବିଛାଯାଇଛି । ଜାତୀୟ ରାଜପଥକୁ ପୁରାପୁରି ବନ୍ଦ ରଖାଯାଇଛି । ନୋଏଡ଼ା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତାକୁ ପୁରାପୁରି ସିଲ କରାଯାଇଛି । ଜାନୁଆରୀ ୨୬ରେ ହୋଇଥିବା ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି ପୋଲିସ । 

ତେବେ କୃଷକମାନେ ଧାରଣା ଦେଉଥିବା ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଶନିବାର ରାତିରେ ଗାଜିପୁର ସୀମାରେ ୧୨ ଲେୟାରର ବ୍ୟାରିକେଡ଼ ଲଗାଯାଇଛି । ଏହା ପୂର୍ବରୁ ସିଂଘୁ ସୀମାରେ ମଧ୍ୟ ବ୍ୟାରିକେଡ଼ ଲଗାଯାଇଥିଲା । ଜାନୁଆରୀ ୨୬ରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଆହୁରୀ ଅଧିକ ସତର୍କ ହୋଇଛି ପୋଲିସ । ଗତକାଲିଠୁ ହରିୟାଣା ଓ ପଂଜାବରୁ ଶତାଧିକ ଚାଷୀ ଗାଜିପୁର ସୀମାକୁ ଆନ୍ଦୋଳନ କରିବାକୁ ପହଂଚୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ସିଆରପିଏଫ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କ ଉପରେ କଡ଼ା ନଜର ରଖିଛି । 

from Kanak News
via <a href="https://ifttt.com/?

Design a site like this with WordPress.com
Get started