ଢେଙ୍କାନାଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହେବା ପରେ ତାତିଲେ ଲୋକେ: କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥକୁ କଲେ ଅବରୋଧ

କନକ ବ୍ୟୁରୋ: ଢ଼େଙ୍କାନାଳରେ ହାତୀ ଆତଙ୍କ । ଅତିଶୟ କରୁଛି ହାତୀ । ହାତୀ ଆତଙ୍କରେ ଢ଼େଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ଲୋକେ । ହାତୀର ଉପଦ୍ରବ ଦେଖି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁର ଲୋକେ । ସ୍କୁଲ ବାରଣ୍ଡାରେ ପ୍ରଶାନ୍ତ ରାଉତ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୋବିନ୍ଦପୁର ଛକରେ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଛନ୍ତି । ତେବେ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

 

from Kanak News
via <a href="https://ifttt.com/?

ମୋଦିଙ୍କ ‘ମନ୍ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । କହିଲେ, ଦେଶକୁ ଦୁଃଖିତ କରିଛି ତ୍ରିରଙ୍ଗାର ଅପମାନ ଘଟଣା ।

କନକ ବ୍ୟୁରୋ: ମୋଦିଙ୍କ ‘ମନ କି ବାତ୍’ରେ ଲାଲକିଲ୍ଲାର ଲଜ୍ଜିତ ଘଟଣା । ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ମନର କଥା କହିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଁଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ ଦୁଃଖିତ ଥିବା କହିଛନ୍ତି ।

ସେହିପରି ଭାରତୀୟ କ୍ରିକେଟ ଦଳକୁ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଷ୍ଟ୍ରେଲିଆ ଗାବା ବିଜୟକୁ ନେଇ ଭାରତୀୟ ଯୁବ କ୍ରିକେଟ ଟିମକୁ ସାଧୁବାଦ ଜଣାଇଛନ୍ତି ମୋଦି । ସେ କହିଛନ୍ତି ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ଯାହା ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିବ । ଦେଶ ଏଭଳି ଗୌରବର ବିଜୟକୁ କେବେ ଭୁଲିପାରିବ ନାହିଁ ।

ମୋଦି ଆଉ ମଧ୍ୟ କହିଛନ୍ତି କି, କରୋନା ଭୂତାଣୁ ପ୍ରତିରୋଧ ହେଉ କି ପ୍ରତିଷେଧକ ଉଭୟ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି ଭାରତରେ ସର୍ବବୃହତ୍ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି। ବ୍ରିଟେନରେ ୩୬ ଦିନ ଏବଂ ଆମେରିକାରେ ୧୮ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ଦେଶର ଅନେକ ଅଜଣା ଲୋକ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଯାହାଫଳରେ ସେମାନେ ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ: ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୁର୍ତ୍ତି ଚୋରି; ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁର୍ବୃତ୍ତ । ପିପିଲି କାକୁଡ଼ିଆ ଗାଁରେ ଥିବା ବହୁ ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଗାଁର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିରରୁ ଅଷ୍ଟଧାତୁ ମୁର୍ତ୍ତି ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଚୋରି କରିଛନ୍ତି ଲୁଟେରା । ତେବେ ଲୁଟେରାଙ୍କର ପତ୍ତା ମିଳିନଥିବା ବେଳେ ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

from Kanak News
via <a href="https://ifttt.com/?

ଅଧାବାଟରେ ଛାଡି ଚାଲିଗଲେ ସ୍ୱାମୀ… ତଥାପି ଭାଙ୍ଗିପଡିନାହାନ୍ତି ଜ୍ୟୋତିର୍ମୟୀ । ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଚଲାଉଛନ୍ତି ଅଟୋ

ସଡ଼କ ଦୁର୍ଘଟଣାରେ ଅଚାନକ ସ୍ବାମୀଙ୍କୁ ହରାଇଲେ। ପରିବାରର ସାହା ହେବାକୁ ଆଉ କେହି ନ ଥିଲେ। ଶେଷରେ ଅଟୋ ଚଳାଇ ପୁଅ-ଝିଅଙ୍କ ପେଟକୁ ଦି’ଓଳି-ଦି’ମୁଠା ଦାନା ଦେବାକୁ ନିଷ୍ପତ୍ତି ନେଲେ। ବ୍ୟବସାୟ ଉଦ୍ଦେଶ୍ୟରେ ସ୍ବାମୀ କିଣିଥିବା ଅଟୋଟିକୁ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ମହିଳାଜଣକ ହେଉଛନ୍ତି ଆଠଗଡ଼ ବାଣୀକଣ୍ଠନଗରର ଜ୍ୟୋତିର୍ମୟୀ ଦଳାଇ।
ବାଣୀକଣ୍ଠନଗରର ଅବସରପ୍ରାପ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଭରତଚନ୍ଦ୍ର ଦଳାଇଙ୍କ ଦୁଇଝିଅଙ୍କ ମଧ୍ୟରୁ ସାନ ହେଉଛନ୍ତି ଜ୍ୟୋତିର୍ମୟୀ। ସେ ଆଠଗଡ଼ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିଲେ। ୨୦୦୮ ମସିହାରେ ବଡ଼ମ୍ବା ରଗଡ଼ିପଡ଼ାର ପଞ୍ଚୁ ଖଟୁଆଙ୍କ ପୁଅ ଦିଲ୍ଲୀପ ଖଟୁଆଙ୍କ ସହ ତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ଡିପ୍ଲୋମା ଇଂଜିନିୟର୍‌ ଦିଲ୍ଲୀପ ପୁନେର ଏକ କମ୍ପାନିରେ ଚାକିରି କରିଥିଲେ। ‘ଫନି’ ବାତ୍ୟା ପରେ ୨୦୧୯ ଜୁନ୍‌ ମାସରେ ଦିଲ୍ଲୀପ ଘରକୁ ଆସି ଆଉ କର୍ମକ୍ଷେତ୍ରକୁ ଯାଇ ନ ଥିଲେ।

ବ୍ୟବସାୟ ଉଦ୍ଦେଶ୍ୟରେ ସେ ଅଗଷ୍ଟ ମାସରେ ଏକ ଅଟୋ କିଣିଥିଲେ। ସ୍ବାମୀ ଦିଲ୍ଲୀପ ଓ ପୁଅଝିଅଙ୍କ ସହ ବେଶ୍‌ ହସଖୁସିରେ କଟୁଥିଲା ଜ୍ୟୋତିର୍ମୟୀଙ୍କ ସଂସାର। ହଠାତ୍‌ ନଭେମ୍ବର ମାସରେ ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଆସିଲା। ଡ୍ରାଇଭର୍‌ ନ ଥିବାରୁ ନିଜେ ଅଟୋ ଚଳାଇ କଟକ ଯାଇଥିବା ଦିଲ୍ଲୀପ ଘରକୁ ଫେରୁଥିଲା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ। ଏହାପରେ ଜ୍ୟୋତିର୍ମୟୀ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ। ପୂର୍ବରୁ ବାପା ଓ ଶ୍ବଶୁରଙ୍କ ମୃତ୍ୟୁ ଘଟି ସାରିଥିଲା। ସାହା ହେବାକୁ ଜ୍ୟୋତିର୍ମୟୀଙ୍କ କେହି ଭାଇ ମଧ୍ୟ ନ ଥିଲେ। ପୁଅଝିଅଙ୍କୁ କିଭଳି ମଣିଷ କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଥିଲେ ସେ। ଏତିକି ବେଳେ ଆଠଗଡ଼ ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସମେତ କିଛି ମହିଳା ଅଟୋ ଚଳାଇବା ପାଇଁ ତାଙ୍କୁ ଉତ୍ସାହିତ କଲେ।

ସେମାନଙ୍କ ପ୍ରେରଣାରେ ଗତ ୫ ମାସ ଧରି ଆଠଗଡ଼ ସହରର ଏକମାତ୍ର ମହିଳା ଅଟୋ ଚାଳକ ଭାବେ କାର୍ଯ୍ୟ କରୁଛନ୍ତି ସେ। ଅଟୋ ନେଇ ସେ ‌ଷ୍ଟାଣ୍ଡକୁ ଯିବା ବଦଳରେ ଫୋନ୍‌ରେ ଯୋଗାଯୋଗ କରି କଟକ, ଢେଙ୍କାନାଳ, ଚୌଦ୍ବାର ସମେତ ଆଠଗଡ଼ ସହରର ବିଭିନ୍ନ ଅଞ୍ଚଳକୁ ଭଡ଼ା ନେଇ ଯାଉଛନ୍ତି। ଆଠଗଡ଼ ବାଣୀକଣ୍ଠନଗରସ୍ଥିତ ବାପଘରେ ରହୁଥିବା ଜ୍ୟୋତିର୍ମୟୀ ଏବେ ମାସକୁ ୩ରୁ ୪ ହଜାର ଟଙ୍କା ରୋଜଗାର କରୁଥିବା କହିଛନ୍ତି। ସ୍ଥାନୀୟ ଶିଶୁ ମନ୍ଦିରରେ ପୁଅକୁ ପ୍ରଥମ ଶ୍ରେଣୀରେ ଓ ଝିଅକୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ାଇବା ସହିତ ବିଧବା ମା’ଙ୍କ ଦେଖାଶୁଣା କରୁଥିବା ଜ୍ୟୋତିର୍ମୟୀ ଅସହାୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

from Kanak News
via <a href="https://ifttt.com/?

ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ହରାଇଲେ ଚାକିରୀ: ମାଲକାନାଗିରି କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

କନକ ବ୍ୟୁରୋ: ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀରୁ ନିଲମ୍ବିତ ହେଲେ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା । ମାଲକାନାକିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଥିଲେ ଲକ୍ଷ୍ମୀପ୍ରିୟା । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଂଚ ଚାଲିଥିବା ବେଳେ ଜିଲ୍ଲାରେ ଏଭଳି ଆହୁରି କିଛି ଜଣ ଜାଲ କାଗଜପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି ।

କଳାହାଣ୍ଡି ଜିଲ୍ଲାର ମୂଳ ବାସିନ୍ଦା ଲକ୍ଷ୍ମପ୍ରିୟା ବେହେରା ୧୯୯୬ ମସିହାରେ ମାଲକାନାଗିରିରେ କିରାଣି ଭାବେ ଚାକିରୀ କରିଥିଲେ । ସମୟ କ୍ରମେ ଦରମା ବୃଦ୍ଧି ସହ ପଦନ୍ନୋତି ମଧ୍ୟ ମିଳିଥିଲା । ତେବେ ନିଯୁକ୍ତି ସମୟରେ ସେ ଦେଇଥିବା ଜାତି ପ୍ରମାଣପତ୍ରକୁ ସନ୍ଦେହ କରି ଜଣେ ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଲକ୍ଷ୍ମୀପ୍ରିୟା ଏସିବିସି ବର୍ଗର ହୋଇଥିବା ବେଳେ ଜଣେ ଆଦିବାସୀଙ୍କୁ ବିବାହ କରିଛନ୍ତି । ବିବାହ ପରେ ନିଜ ପ୍ରକୃତ ଜାତିକୁ ଲୁଚାଇ ସେ ତାଙ୍କ ସ୍ୱାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ ।

ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଂଚରେ ତାଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ପ୍ରମାଣପତ୍ର ଦେଖାଇ ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ । ଏନେଇ ମାଲକାନାଗିରି ଜିଲ୍ଲାପାଳ ଜାଣିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ବହିଷ୍କୃତ କରିଛନ୍ତି । ଏଥିସହ ଚାକିରୀ କାଳରେ ସେ ଦରମା ବାବଦରେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍କାଳୀନ ଜୁନାଗଡ଼ ତହସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କଲେ ତାହାର ତଦନ୍ତ କରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି ।

from Kanak News
via <a href="https://ifttt.com/?

ଆଜି ‘ଜୁଗାର’ର ବାର୍ଷିକ ଉତ୍ସବ । କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ଜୁଗାର ପତ୍ରିକାର ଆଜି ଝାରସୁଗୁଡାରେ ବାର୍ଷିକ ଉତ୍ସବ ପାଳିତ ହେବ । ଏଥିପାଇଁ ଆଜି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ପୂର୍ଣ୍ଣ କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଏହା ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଉଦଘାଟନ କରିବେ ।

ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡିଶା ସରକାରଙ୍କ ଦକ୍ଷତା ଓ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ,ବରଗଡ ସାଂସଦ ସୁରେଶ ପୁଜାରୀ ପ୍ରମୁଖ ଯୋଗଦେବେ । ଏହି ଅବସରରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ବିଶିଷ୍ଟ ନାଟ୍ୟ କଳାକାର ପ୍ରଦୀପ ଭୋଳ, ମିସନ ଡ୍ରିମ୍ସ ମିସ ଇଣ୍ଡିଆ ସୁଶ୍ରୀ ଅର୍ପିତା ନନ୍ଦ ,ରଣଜୀ ଟ୍ରଫି ଖେଳାଳୀ ଶୋଭନ ଦେବ, କଣ୍ଠଶିଳ୍ପୀ ଡୁଲେ ରାପରଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

from Kanak News
via <a href="https://ifttt.com/?

ସୁସ୍ଥ ହେଲେ ସୌରଭ । ଗତ ୨୭ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା ।

କନକ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର । ମେଡିକାଲରୁ ଡିସଚାର୍ଜ ହେଲେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ଗତ ୨୭ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପୁଣିଥରେ କଲିକତାର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲର ବରିଷ୍ଠ ଡାକ୍ତର ରାଣା ଦାସଗୁପ୍ତା ସୂଚନା ଦେଇଛନ୍ତି ।

ସେହିପରି ପୂର୍ବରୁ ମଧ୍ୟ ଗତ ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା କାରଣରୁ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୫ ଦିନ ଚିକିତ୍ସିତ ହେବା ପରେ ଜାନୁଆରୀ ୭ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ପୂର୍ବରୁ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଆଉ ଗତ ୨୭ ତାରିଖରେ  ପୁଣିଥରେ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

from Kanak News
via <a href="https://ifttt.com/?

କାଲି ସାଧାରଣ ବଜେଟ୍…ରହିଛି ଦେଶବାସୀଙ୍କ ନଜର: କଣ ରହିବ ବଜେଟର ରୂପରେଖ, ଲୋକଙ୍କୁ ମିଳିବ କେତେ ଫାଇଦା ? କୃଷି, ଶିଳ୍ପ, ସ୍ୱାସ୍ଥ୍ୟ, ଆୟକର ଛାଡ ଉପରେ ସମସ୍ତଙ୍କ ନଜର

କନକ ବ୍ୟୁରୋ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବ୍ରୁଆରି ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା ପରେ ପ୍ରଥମ ବଜେଟ । ତେଣୁ ସରକାର କଣ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶା କରାଯାଉଛି । ଉଭୟ ଅର୍ଥନୀତିକୁ ମଜବୁତ କରିବା ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ । ଆଗାମୀ ବଜେଟ୍ ପୂର୍ବ ବଜେଟ ତୁଳନାରେ ଭିନ୍ନ ରହିବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ କହିସାରିଛନ୍ତି । ସେହି ଦୃଷ୍ଟିରୁ ଆୟକରରେ ଅନେକ ରିହାତି ମିଳିବ ବୋଲି ଆଶା କରାଯାଉଛି ।

ଏଥର ବଜେଟରେ ନୂଆ କ’ଣ?

– ଏଥର ପେପରଲେସ୍ ହେବ କେନ୍ଦ୍ର ବଜେଟ୍ ୨୦୨୧-୨୨
– ଜାନୁଆରୀ ୨୩ରେ ନର୍ଥବ୍ଲକରେ ହୋଇଥିଲା ହାଲୱା ସେରିମନି
– ହାଲୱା ସେରିମନି ପରେ ଆରମ୍ଭ ହୁଏ ବଜେଟ୍ ପୁସ୍ତିକା ଛପା
– କରୋନା ମହାମାରୀ ଯୋଗୁଁ ଛପା ଯାଇନାହିଁ ବଜେଟ୍ ପୁସ୍ତିକା
– ମନ୍ତ୍ରୀ, ସାଂସଦ ମାନଙ୍କୁ ଦିଆଯିବ ଇଲେକ୍ଟୋନିକ ବଜେଟ୍
– ଅର୍ଥାତ ମୋବାଇଲ ଆପରେ ବଜେଟ୍ ଯୋଗାଇ ଦିଆଯିବ
– ଏଥିପାଇଁ ପ୍ରସ୍ତୁତ ହୋଇଛି ୟୁନିୟନ ବଜେଟ୍ ମୋବାଇଲ ଆପ୍
– ସାଧାରଣଲୋକ ମଧ୍ୟ ଏହି ଆପରେ ଦେଖିପାରିବେ ବଜେଟ୍
– ଆପକୁ ପ୍ରସ୍ତୁତ କରିଛି ନ୍ୟାସନାଲ ଇନଫରମେଟିକ୍ସ ସେଂଟର
– ଏଥିରେ ସହାୟତା କରିଛି ଅର୍ଥନୈତିକ ବ୍ୟାପାର ବିଭାଗ
– ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିହେବ ଏହି ଆପ୍
– କେନ୍ଦ୍ର ବଜେଟ୍ ୱେବ ପୋର୍ଟାଲରୁ କରିହେବ ଡାଉନଲୋଡ୍
– ୱେବ ପୋର୍ଟାଲ- http://www.indiabudget.gov.in

କେନ୍ଦ୍ର ବଜେଟରୁ ଆଶା

– କରୋନାର ଆର୍ଥିକ ଚୋଟ ପରେ କେନ୍ଦ୍ର ବଜେଟକୁ ଅନାଇ ବସିଛି ସବୁକ୍ଷେତ୍ର
– କିନ୍ତୁ ରାଜସ୍ୱ ଆୟ ହ୍ରାସ କାରଣରୁ ସବୁକ୍ଷେତ୍ରକୁ ଦେଇ ହେବନାହିଁ ପ୍ରୋତ୍ସାହନ
– ୨୦୨୧-୨୨ ଆର୍ଥିକ ବଜେଟରେ ଫୋକସରେ ରହିବ କିଛି ବିଶେଷ କ୍ଷେତ୍ର
– କରୋନା ମହାମାରୀ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବାଧ୍ୟ କରିଛି
– କରୋନା କାଳରେ ଏଲଏସିରେ ଚୀନର ଉତ୍ପାତ ପରେ ସୀମାର ସୁରକ୍ଷା ଜରୁରୀ
– କରୋନା ଲକଡାଉନ ପରେ ରୋଜଗାର ପାଇଁ ଅବସର ସୃଷ୍ଟି କରିବାକୁ ହେବ
– ରୋଜଗାର ସୃଷ୍ଟି ପାଇଁ ସ୍ମାର୍ଟ ସିଟି, ମେଟ୍ରୋ ଓ ଆବାସ ଯୋଜନା ପ୍ରାଥମିକତା
– ଆର୍ଥିକ ଗତିବିଧି ବଢାଇବାକୁ ଏହିସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ଜରୁରୀ
– ଏହା ଏମଏସଏମଇ ସମଗ୍ରୀ ଓ ସେବାର ଚାହିଦା ବଢାଇବାରେ ସହାୟକ ହେବ
– ଭିତ୍ତିଭୂମି କ୍ଷେତ୍ରର ବିକାଶ ମଧ୍ୟ ବଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିବ

ସ୍ୱାସ୍ଥ୍ୟ କ୍ଷେତ୍ର

– ସ୍ୱାସ୍ଥ୍ୟ କ୍ଷେତ୍ର ଓ ସାମାଜିକ ସୁରକ୍ଷା ହେବ ସରକାରଙ୍କ ପ୍ରାଥମିକତା
– ଆଗାମୀ ଦିନରେ କରୋନା ଭଳି ମହାମାରୀର ମୁକାବିଲା ପାଇଁ ଜରୁରୀ
– ଜିଲ୍ଲା ହସ୍ପିଟାଲ, ସିଏଚସି, ପିଏଚସି କ୍ଷମତା ବଢାଇବାକୁ ଦିଆଯିବ ଗୁରୁତ୍ୱ
– ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଡିପିର ୩.୫% ରୁ ବି କମ୍ ଖର୍ଚ୍ଚ ହେଉଛି
– ଏହାକୁ ଅନ୍ୟୁନ ୫%କୁ ଆଣିଲେ ଆଗାମୀ ୧୦ ବର୍ଷର୍ରେ ୧୦% କରିହେବ
– ବିଶ୍ୱର ୧୮୯ଟି ଦେଶରୁ ସ୍ୱାସ୍ଥ୍ୟ ବଜେଟ୍ରେ ଭାରତର ର୍ୟାଙ୍କିଙ୍ଗ ୧୭୯
– ଅର୍ଥନୈତିକ ସର୍ଭେ ରିପୋର୍ଟ: ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ପହଂଚି ପାରୁନି
– ଦେଶରେ ହସ୍ପିଟାଲାଇଜେସନ୍ ରେଟ୍ ମାତ୍ର ୪ରୁ ୫ ପ୍ରତିଶତ ରହିଛି
– ସ୍ୱାସ୍ଥ୍ୟ ଭିତ୍ତିଭୂମି, ଇଂଟରନେଟ ଓ ଟେଲିମେଡିସିନକୁ ଗୁରୁତ୍ୱ ଦିଆଯିବ

ସୀମା ସୁରକ୍ଷା

– ସୀମାରେ ଉତ୍ତେଜନାକୁ ଦେଖି ବଢିପାରେ ପ୍ରତିରକ୍ଷା ବେଜଟ୍
– ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ବ୍ୟୟବରାଦ ସମ୍ଭାବନା
– ୮୩ଟି ସ୍ୱଦେଶୀ ତେଜସ ଲଢୁଆ ବିମାନ କିଣିବାକୁ ସରକାର ନିଷ୍ପତ୍ତି କରିଛନ୍ତି
– ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ପାଇଁ ଅଧିକ ଖର୍ଚ୍ଚ ହେବ
– ଏଲଓସିରେ ପାକିସ୍ତାନ ପରେ ଏଲଏସିରେ ଚୀନ ଏବେ ନୂଆ ସଂକଟ
– ଚୀନର ବିସ୍ତାରବାଦୀ ନୀତିରେ ରୋକ ଲଗାଇବାକୁ ହେବ ଅଧିକ ଖର୍ଚ୍ଚ
– ସେନାର କ୍ଷମତା ବଢାଇବାକୁ ଅଧିକ ସାମରିକ ଉପକରଣ କିଣାଯାଇପାରେ

ରପ୍ତାନୀକୁ ଅଧିକ ଗୁରୁତ୍ୱ

– ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ନେଇ ଆମଦାନୀ କମାଇବା ଉପରେ ଗୁରୁତ୍ୱ ସମ୍ଭାବନା
– ସେହିପରି ବିଶ୍ୱ ରପ୍ତାନୀ ବଜାରରେ ଭାଗିଦାରୀ ବଢାଇବାକୁ ହେବ ଘୋଷଣା
– ସରକାରଙ୍କ ଫୋକସରେ ରହିଛି ଗ୍ଲୋବାଲ ଭାଲ୍ୟୁ ଚେନକୁ ବଢାଇବା
– ତେଣୁ ବିଶ୍ୱ ବଜାରରେ ଚାହିଦା ଥିବା କ୍ଷେତ୍ରରେ ଅଧିକ ନିବେଶ ସମ୍ଭାବନା
– ଏଭଳି ଉଦ୍ୟୋଗ ପାଇଁ ଘୋଷଣା ହୋଇପାରେ ଟିକସ ଛାଡ ଓ ସବସିଡି
– ନିର୍ମାଣ କ୍ଷେତ୍ରରେ ଉତ୍ପାଦନ ଆଧାରିତ ଇନସେନଟିଭ ଘୋଷଣା ସମ୍ଭାବନା ରହିଛି

ଗ୍ରାମାଂଚଳ ବିକାଶ ଓ ଏମଏସଏମଇ

– କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଗ୍ରାମାଂଚଳ ଅର୍ଥନୀତି
– କୃଷି ଓ ଏମଏସଏମଇ କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ସମ୍ଭାବନା ରହିଛି
– ସେହିପରି ଲୋକଙ୍କ ହାତକୁ ଟଙ୍କା ଗଲେ ଦେଶରେ ଚାହିଦା ବଢିବ
– ଚାହିଦା ବଢିଲେ ଉତ୍ପାଦନ କ୍ଷେତ୍ରରେ ଗତି ଆସିବ ଓ ଅର୍ଥନୀତି ବଢିବ
– ତେଣୁ କୋରନା ମାଡରେ ଦୋହଲି ଯାଇଥିବା ଶିଳ୍ପକୁ ମିଳିପାରେ ପ୍ରୋତ୍ସାହନ
– କୃଷି ଓ ଏମଏସଏମଇ କ୍ଷେତ୍ରରେ ଆକର୍ଷକ ଟିକସ ରିହାତି ଘୋଷଣା ସମ୍ଭାବନା
– ଜିଏସଟକୁ ତର୍କ ସଂଗତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇପାରନ୍ତି ସରକାର
– ଶ୍ରମ ଓ ଭୂମି ସଂଶୋଧନ ନିୟମକୁ ଭଲଭାବେ ଲାଗୁ କରିବା ପାଇଁ ପ୍ରୋତ୍ସାହନ
– କାରବାରକୁ ଅଧିକ ସରଳ କରିବା ସହ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ

ପ୍ରଚଳିତ ଆୟକର ବ୍ୟବସ୍ଥା

ନିବେଶ କରୁଥିଲେ
ବାର୍ଷିକ ଆୟ ଆୟକର
୫ ଲକ୍ଷ ଛାଡ଼

ପ୍ରଚଳିତ ଆୟକର ବ୍ୟବସ୍ଥା

– ନିବେଶ କରୁନଥିଲେ
– ବାର୍ଷିକ ଆୟ ଆୟକର
– ୨.୫ ଲକ୍ଷରୁ ୫ ଲକ୍ଷ ୫%
– ୫ ଲକ୍ଷରୁ ୭.୫ ଲକ୍ଷ ୧୦%
– ୭.୫ ଲକ୍ଷରୁ ୧୦ ଲକ୍ଷ ୧୫%
– ୧୦ ଲକ୍ଷରୁ ୧୨.୫ ଲକ୍ଷ ୨୦%
– ୧୨.୫ ଲକ୍ଷରୁ ୧୫ ଲକ୍ଷ ୨୫%
– ୧୫ ଲକ୍ଷରୁ ଅଧିକ ୩୦%

ପ୍ରସ୍ତାବିତ ଆୟକର ବ୍ୟବସ୍ଥା

ନିବେଶ କରନ୍ତୁ ବା ନକରନ୍ତୁ
ବାର୍ଷିକ ଆୟ ଆୟକର
୫ ଲକ୍ଷ ଛାଡ଼

ପ୍ରସ୍ତାବିତ ଆୟକର ବ୍ୟବସ୍ଥା

ନିବେଶ କରୁନଥିଲେ
ବାର୍ଷିକ ଆୟ ଆୟକର
୧୦ ଲକ୍ଷ ୧୦%
୧୦ ଲକ୍ଷରୁ ୨୦ ଲକ୍ଷ ୨୦%
୨୦ ଲକ୍ଷରୁ ୨ କୋଟି ୩୦%
୨ କୋଟିରୁ ଅଧିକ ୩୫%

ଅର୍ଥନୈତିକ ସର୍ଭେ ରିପୋର୍ଟ

– ପ୍ରତିବର୍ଷ ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୁଏ
– ଏଥିରେ ଥାଏ ଗତ ଗୋଟିଏ ବର୍ଷରେ ଦେଶର ଅର୍ଥନୀତିରେ ଆସିଥିବା ବିକାଶର ସମୀକ୍ଷା
– ଗତବର୍ଷ ହୋଇଥିବା ବିକାଶ କାମ ଓ ସରକାରଙ୍କ ଯୋଜନା କେତେ ସଫଳ ହୋଇଛି
– ଅର୍ଥନୀତିର ପୂର୍ବାନୁମାନ, ନୀତି ଏବଂ ଆଗକୁ ଥିବା ଚ୍ୟାଲେଞ୍ଜ ବିଷୟରେ ସୂଚନା ଥାଏ
– ବେଳେବେଳେ ଏହାରି ଆଧାରରେ ଜଣାପଡେ ସରକାରଙ୍କ ବଜେଟ୍ କିଭଳି ହେବ
– କୌଣସି ଦେଶର ଅର୍ଥନୀତି ପାଇଁ ଥର୍ମୋମିଟର ଭଳି ହୋଇଥାଏ ଜିଡିପି ଅଭିବୃଦ୍ଧି
– ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୦-୨୧ରେ ଜିଡିପି ରହିବ ମାଇନସ ୭.୭%
– କରୋନା ମହାମାରୀର ସଂକଟ ଭିତରେ ଏହାର ସଂକେତ ବହୁ ପୂର୍ବରୁ ମିଳି ସାରିଥିଲା
– ଅପେକ୍ଷା ଥିଲା ଏହାର ପରବର୍ତୀ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ଆକଳନ କଣ ରହିବ
– ସର୍ଭେ ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ରହିବ ୧୧%
– ଯଦି ଏହା ସମ୍ଭବ ହେଲା ତେବେ ୧୯୯୧ ପରେ ସବୁଠାରୁ ଅଧିକ ଅଭିବୃଦ୍ଧି ହେବ
– ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅର୍ଥନୀତିରେ ‘ଠ’ ଆକୃତିରେ ସୁଧାର ଆସୁଛି
– ଅର୍ଥାତ କରୋନା ମହାମାରୀ ଯୋଗୁଁ ପ୍ରଥମ ତ୍ରୈମାସରେ ଜିଡିପି ମାଇନସ ୨୩.୯% ଥିଲା
– କିନ୍ତୁ ପରବର୍ତୀ ସମୟରେ ଏଥିରେ ଦ୍ରୁତ ଗତିରେ ସୁଧାର ଆସୁଥିବା ଦେଖାଯାଉଛି
– କରୋନା ଟିକାକରଣ ଓ ଖାଉଟି ସାମଗ୍ରୀର ଚାହିଦା ବଢିଲେ ଦେଶର ଅର୍ଥନୀତି ଦୌଡିବ

ଅର୍ଥନୀତିର ଅନ୍ୟ ଇଣ୍ଡିକେଟର

– ଫିସ୍କାଲ ଡେଫିସିଟ ବା ବିତ୍ତିୟ ନିଅଂଟକୁ ଜିଡିପିର ୩.୫% ରଖିବାକୁ ଲକ୍ଷ୍ୟ ଥିଲା
– ହେଲେ ଏହା ତା ଉପରକୁ ଯାଇପାରେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି
– ଗତବର୍ଷ ଅର୍ଥାତ ୨୦୨୦-୨୧ରେ ବିତ୍ତିୟ ନିଅଂଟ ଜିଡିପିର ୪.୬% ଥିଲା
– ସରକାରଙ୍କ ଆୟ ଓ ବ୍ୟୟ ଭିତରେ ଅନ୍ତରକୁ କୁହାଯାଏ ବିତ୍ତିୟ ନିଅଂଟ
– ସେହିପରି ମୁଦ୍ରାସ୍ଫୀତି ଅର୍ଥାତ ମହଙ୍ଗା ଦର ୨୦୨୧-୨୨ରେ ୬.୬% ରହିପାରେ
– ୨୦୨୦-୨୧ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ରହିବ ୩.୪%, ପୂର୍ବବର୍ଷ ଏହା ୪% ଥିଲା
– ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଏଥର ମାଇନଓ ୯.୬% ରହିବ, ଗତବର୍ଷ ମଧ୍ୟ ଭଲ ନଥିଲା
– ସେହିପରି ସେବା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହାର ମାଇନସ ୮.୮% ରହିବ

from Kanak News
via <a href="https://ifttt.com/?

ବିପତ୍ତି ସମୟରେ ସମ୍ପତ୍ତି ଠୁଳର ଆସିଲା ସାଂଘାତିକ ତଥ୍ୟ । ବଲାଙ୍ଗୀରରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ବାଉଁଶ କିଣାରେ ହୋଇଛି ବଡ଼ ଦୁର୍ନୀତି, ୮ ଖଣ୍ଡ ବାଉଁଶକୁ ଅଢ଼େଇ ଲକ୍ଷ

କନକ ବ୍ୟୁରୋ: ବିପତ୍ତି ସମୟରେ ସମ୍ପତ୍ତି ଠୁଳର ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ମହାମାରୀ ସମୟରେ ଯେତେବେଳେ ସାଧାରଣ ଲୋକ ହନ୍ତସନ୍ତ ହେଉଥିଲେ ସେତେବେଳେ ମାଲାମାଲ ହେଉଥିଲେ ସରକାରୀ ବାବୁ । ବଲାଙ୍ଗୀରରେ ବାରିକେଡ୍ ପାଇଁ ବଡ଼ ଦୁର୍ନୀତି । କଂଟେନମେଂଟ ଜୋନରେ ବାଉଁଶ ବାନ୍ଧିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସରକାରୀ ଅଧିକାରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ୮ ଖଣ୍ଡ ବାଉଁଶର ଦାମ ଅଢ଼େଇ ଲକ୍ଷ ଟଙ୍କା । ଯେଉଁଠି ଯାହା ପାରିଲେ ମନ ଇଚ୍ଛା ରେଟ୍ ବସାଇଛନ୍ତି ବାବୁମାନେ  । ବିଲ କରିଛନ୍ତି ଟଙ୍କା ବି ଉଠାଇ ନେଇଛନ୍ତି ।

ତେବେ ଏହି ପୁରା ପକ୍ରିୟାରେ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳ ତଳିଆ କର୍ମଚାରୀ ଯାଏଁ ହାତ ରହିଥିବା ଅଭିଯୋଗ ହୋଇଛି । କେଉଁଠି ୮ ଖଣ୍ଡ ବାଉଁଶର ମୂଲ୍ୟ ଅଢ଼େଇ ଲକ୍ଷ ହୋଇଥିବା ବେଳେ ସମାନ ସଂଖ୍ୟକ ବାଉଁଶ ୨୦ରୁ ୩୦ ହଜାର ଟଙ୍କାରେ କିଣା ଯାଇଛି । ହାତିଶାଳପଡ଼ାରେ କଂଟେନମେଂଟ ଜୋନ ପାଇଁ ୨ଲକ୍ଷ ୪୨ ହଜାର ୪୧୬ ଟଙ୍କାରେ ବାଉଁଶ କିଣାଯାଇଛି । ସମାନ ସଂଖ୍ୟକ ବାଉଁଶ ରାଧାରାଣୀପଡ଼ାରେ ଲାଗିଥିବା ବେଳେ ଏହାକୁ କିଣା ଯାଇଛି ୧୧ ହଜାର ୭୦୦ ଟଙ୍କାରେ  । ତେବେ ୨ଟି ସ୍ଥାନରେ ବାଉଁଶର ମୂଲ୍ୟକୁ ନେଇ ଏଭଳି ତାରତମ୍ୟ ଏକ ବଡ଼ ଧରଣର ଦୁର୍ନୀତି ଆଡ଼କୁ ଇଶାରା କରୁଛି ।

from Kanak News
via <a href="https://ifttt.com/?

କଟକ କମିଶନରେଟ୍ ପୁଲିସର ୮ଇନସ୍ପେକ୍ଟରଙ୍କୁ ଡିଏସପି ପଦୋନ୍ନତି । ଖୁବ୍ ଶୀଘ୍ର ବସିବ ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ

କଟକ କମିସନରେଟ୍‌ ପୁଲିସରେ ଏବେ ୩ଟି ଡିଏସପି ପଦବି ଖାଲି ପଡ଼ିଛି । ଅନ୍ୟପଟେ ଆଜି କମିସନରେଟ ପୁଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ କିଏ କଟକ କମିସନରେଟରେ ରହିବେ ଓ କେଉଁ ଅଫିସର ବାହାରକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କଟକ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ ସାହୁ, ବିଡାନାସୀ ଆଇଆଇସି ଲକ୍ଷ୍ମୀନାରାୟଣ ତିଵାରି, ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର, କନ୍ଦରପୁର ଆଇଆଇସି ସତ୍ୟଜିତ ଦାସ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତେବେ କଟକ ଡିସିପି ଅଫିସର ଅପରାଧ ବିଭାଗର ଏସିପି ଯତୀନ ପଣ୍ତା ଓ ଏଚଆରପିସି(ହ୍ୟୁମାନ ରାଇଟ୍‌ ପ୍ରୋଟେକ୍ସନ ସେଲ୍‌) ଏସିପି ସୁଯୋଗ୍ୟ ମିଶ୍ର ଗଲା ଏକ ମାସ ହେବ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ସେହିପରି ଜୋନ୍‌ ୩ ଏସିପି ପ୍ରଫୁଲ୍ଲ କୁମାର ବଡ଼ଜେନା ମଧ୍ୟ ଗଲା ୧୫ ଦିନ ହେବ ବଦଳି ହୋଇ ଯାଇଛନ୍ତି।

ଏହି ତିନୋଟି ଡିଏସପି ପଦବି କଟକ କମିସନରେଟ୍‌ରେ ଖାଲି ପଡ଼ିଥିବାରୁ ଆଜି ପଦୋନ୍ନତି ପାଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ସ୍ଥାନରେ ନିଯୁକ୍ତ କରିବାର ଯୋଜନା ରହିଛି। ଅନ୍ୟପଟେ ଆଜି ଡିଏସ୍‌ପି ପଦବିକୁ ୮ ଜଣ ଇନସ୍ପେକ୍ଟର ପଦୋନ୍ନତି ପାଇବା ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି। ପୁଲିସ ବିଭାଗ ରାଜ୍ୟରୁ ପ୍ରାୟ ୧୫୦ ପାଖାପାଖି ପୁଲିସ ଏସଆଇଙ୍କ ପଦୋନ୍ନତି ପାଇଁ ତାଲିକା ଜିଲ୍ଲା ଏସପିଙ୍କୁ ମାଗିଥିବା କୁହାଯାଉଛି। ଖୁବ ଶୀଘ୍ର ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ ବସିବାକୁ ଯାଉଛି। ଏହି ବୋର୍ଡରେ ଏସଆଇମାନେ ଇନସ୍ପେକ୍ଟର ପଦବିକୁ ପଦୋନ୍ନତି ପାଇବାକୁ ଯାଉଛନ୍ତି।

ଏମାନଙ୍କ ମଧ୍ୟରୁ କିଛି ନୂଆ ଚେହେରାଙ୍କୁ ଥାନା ଆଇଆଇସି ଭାବେ କଟକ କମିସନରେଟ୍‌ ପୁଲିସକୁ ଆଣିବାକୁ ଯୋଜନା ରହିଛି। ଅନ୍ୟପଟେ କଟକ କମିସନରେଟରେ ପୂର୍ବରୁ କାମ କରିଥିବା କିଛି ପୁରୁଣା ଅଫିସରଙ୍କୁ ବି ପୁଣି କଟକ କମିସନରେଟ୍‌କୁ ଫେରାଇ ଆଣି ଥାନା ଆଇଆଇସି କରାଯିବାକୁ ଉଦ୍ୟମ ଚାଲିଥିବା କୁହାଯାଉଛି। ତେବେ ଏସଆଇ ବୋର୍ଡ ବସିବା ପରେ ନୂଆ ଡିଏସପି ଏବ˚ ଥାନା ଆଇଆଇସି କଟକରେ କିଏ ହେବେ ସେ ନେଇ ଏକ ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରିବ। ଆସନ୍ତା ଫେବ୍ରୁଆରି ଶେଷ ସୁଦ୍ଧା କଟକ କମିସନରେଟ୍‌ ପୁଲିସରେ ଆଇଆଇସି ଓ ଡିଏସପି ସ୍ତରରେ ବଡ଼ ଧରଣ ପରିବର୍ତ୍ତନ ହେବାକୁ ଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

from Kanak News
via <a href="https://ifttt.com/?

Design a site like this with WordPress.com
Get started