ତାମିଲନାଡୁରେ ଏକାଠି ଲଢିବେ ବିଜେପି ଆଉ ଏଆଇଏଡିଏମକେ । ଘୋଷଣା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

କନକ ବ୍ୟୁରୋ: ତାମିଲନାଡୁରେ ସାଥୀ ହୋଇ ଲଢିବେ ବିଜେପି ଆଉ ଏଆଇଏଡିଏମକେ । ତାମିଲାନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଶନିବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ନଡ୍ଡା ଏବେ ଦିନିକିଆ ଗସ୍ତରେ ତାମିଲାନାଡୁ ଯାଇଛନ୍ତି । ଶନିବାର ମଦୁରାଇରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ଓ ଏଆଇଏଡିଏମକେ ଏକାଠି ଲଢିବା କଥାର ଖୁଲାସା କରିଛନ୍ତି । ଏହାସହ ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ସେ କହିଛନ୍ତି ।

https://platform.twitter.com/widgets.js

ବିଜେପି ପାଇଁ ତାମିଲନାଡୁର ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାହିଁକି ନା ଗତ ନିର୍ବାଚନ ମାନଙ୍କରେ ଦଳ ସେଠାରେ ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିନି । ୨୦୧୪ରେ ସାରା ଦେଶରେ ମୋଦୀ ଲହର ଥିବା ପରେ ମଧ୍ୟ ତାମିଲନାଡୁରେ ଦଳ ମାତ୍ର ଦୁଇଟି ଆସନ ଜିତିପାରିଥିଲା । ସେତେବେଳେ ଏଆଇଏଡିଏମକେ ଏନଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଥିଲା । ତାମିଲନାଡୁରେ ଦଳର ଏଭଳି ପ୍ରଦର୍ଶନ ପରେ ବିଜେପି ଶିବିରରେ ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହାପରେ ଦଳ ୨୦୧୬ ବିଧାନସଭା ଇଲେକ୍ସନରେ ମଧ୍ୟ ସେହି ସମାନ କଥା ଦେଖିଥିଲା । ଦଳ ସେଥର ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନଥିଲା । ତେଣୁ ଏଥର ଦଳ ଏଆଇଏଡିଏମକେ ସହ ମିଶି ତାମିଲନାଡୁ ହାତେଇବାକୁ ଲକ୍ଷ୍ୟ ରଖିଛି । ଜବାବରେ ଡିଏମକେ ମଧ୍ୟ ତାଙ୍କୁ କଡା ଟକ୍କର ଦେବାକୁ ପୂରା ପ୍ରସ୍ତୁତ ଥିବା ଜଣାପଡିଛି ।

ଏଥର ବିଜେପି ନିଜର ସଙ୍ଗଠନ ସୁଦୃଢ କରିବାକୁ ବେଶ ଗୁରୁତ୍ୱ ଦେଉଛି । କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁ ଯାଇ ସେଠାରେ ଦଳୀୟ ନେତାଙ୍କ ସହ କଥା ହୋଇଥିଲେ । ଆଉ ଆଜି ଖୋଦ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାମିଲନାଡୁ ଯାଇ ଏହି ମେଣ୍ଟ ରାଜନୀତି କଥା ପଦାକୁ ଆଣିଛନ୍ତି ।

from Kanak News
via <a href="https://ifttt.com/?

ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି । ସଂସଦରେ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସର୍ବଦଳୀୟ ବୈଠକରେ କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହି ବୈଠକରେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାର୍ଥୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଆହୁରି କହିଛନ୍ତି, ଦେଶର ଏକମାତ୍ର ଦଳ ଭାବେ ବିଜେଡି ଲୋକସଭା ପାଇଁ ଏକତୃତୀୟାଂଶ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା ।

from Kanak News
via <a href="https://ifttt.com/?

ଝରାଫୁଲର ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଗେଷ୍ଟ ହାଉସର ୨୦୧ ନମ୍ବର ରୁମକୁ ସିଲ୍ କଲା ପୋଲିସ

କନକ ବ୍ୟୁରୋ: ଝରାଫୁଲଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପଡୁଛି ଉଠୁଛି ରାଜଧାନୀ । ଯାଜପୁରର ତଦନ୍ତକାରୀ ଟିମ ଭୁବନେଶ୍ୱରରେ ଡେରା ପକାଇଛି । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ପ୍ରମାଣ ସାମନାକୁ ଆସିବାରେ ଲାଗିଛି । ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ବୁହାଇ ନେଉଥିବା ଚିତ୍ର ସାମନାକୁ ଆସିବା ପରେ ଗେଷ୍ଟ ହାଉସରେ ସାଇଂଟିଫିକ ଟିମ ସହ ରେଡ ମାରିଛି କୁଆଖିଆ ପୋଲିସ । ଗେଷ୍ଟହାଉସରେ ଲାଗିଥିବା ସିସିଟିଭି କ୍ୟାମେରା, ରେଜିଷ୍ଟର ଓ ଗେଷ୍ଟହାଉସର କର୍ମଚାରୀଙ୍କୁ ଜେରା ପରେ ଜଣାପଡିଛି, ୨୬ ତାରିଖରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ, ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ୨୦୧ ନମ୍ବର ରୁମରେ ରହିଥିଲେ । ୨୦୧ ନମ୍ବର ରୁମକୁ ସିଲ କରି ସାଇଂଟିଫିକ ଟିମ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଯାହା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।

ମୃତଦେହ ମିଳିବାର ୨୪ ଘଂଟା ପୂର୍ବରୁ ପୁରୁଷ ବନ୍ଧୁ ରାକେଶଙ୍କ ସହିତ ଲଂଚ ପାଇଁ ଲିଙ୍ଗରାଜ ଷ୍ଟେସନ ନିକଟ ଏକ ଫାଷ୍ଟଫୁଡ ଦୋକାନକୁ ଯାଇଥିଲେ ଝରାଫୁଲ । ୨୬ ତାରିଖ ଦିନ ପ୍ରାୟ ୧୨ଟା ୨୦ ମିନିଟ ସମୟରେ ବିରିୟାନୀ ଖାଇବା ପାଇଁ ଦୋକାନରେ ପହଂଚିଥିଲେ ଉଭୟ।ହେଲେ ଖାଇବା ଆରମ୍ଭ ହେବା ଆଗରୁ ଝରାଫୁଲଙ୍କ ଦେହ ଖରାପ ହୋଇଯାଇଥିଲା । ପେଟ କାଟୁଛି, ଦେହ ଭଲ ଲାଗୁନି କହି କାନ୍ଦି ପକାଇଥିଲେ ଝରାଫୁଲ । ଶେଷରେ ବାନ୍ତି କରି ନିସ୍ତେଜ ହୋଇପଡିଥିଲେ । ଆଉ ଦିନ ଗୋଟାଏ ୫ ସମୟରେ ଉଭୟ ସ୍କୁଟି ଯୋଗେ ବାହାରି ଯାଇଥିଲେ । ଏ ସମସ୍ତ ଭିଡିଓ ଦୋକାନରେ ଲାଗିଥିବା କ୍ୟାମେରାରେ କଏଦ ହୋଇଯାଇôଥିଲା ।

ଅନ୍ୟପଟେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି, ଗେଷ୍ଟହାଉସର ରୁମ ନମ୍ବର ୨୦୧ରୁ ବାହାରିବା ପୂର୍ବରୁ ଝରାଫୁଲଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଝରାଫୁଲଙ୍କ ମୃତ୍ୟୁ ହେଲା କେମିତି? ଝରାଫୁଲ ମୃତ୍ୟୁ ପଛରେ ରହିଛି କାହାର ହାତ? ପୁରୁଷ ବନ୍ଧୁ ରାକେଶ ଓ ତାର ସହଯୋଗୀଙ୍କର ଏହି ମୃତ୍ୟୁ ସହିତ ରହିଛି କି ସମ୍ପର୍କ? ପୋଷ୍ଟମର୍ଟମ ରିପୋର୍ଟ , ଭିସେରା ରିପୋର୍ଟ, ସାଇଂଟିଫିକ ଟିମର ରିପୋର୍ଟ ଏବଂ ରିମାଣ୍ଡରେ ଆସିବା ପରେ ରାକେଶର ବୟାନ ଖୋଲିବ ଝରାଫୁଲ ମୃତ୍ୟୁ ପଛର ରହସ୍ୟ ।

from Kanak News
via <a href="https://ifttt.com/?

ଜାନୁଆରୀ ୩୦ ତାରିଖ ୨୦୨୦ରେ ଦେଶରୁ ଚିହ୍ନଟ ହୋଇଥିଲା ପ୍ରଥମ କୋଭିଡ୍ ପଜିଟିଭ୍ । ଭାରତରେ କରୋନାକୁ ପୂରିଲା ବର୍ଷେ

କନକ ବ୍ୟୁରୋ: ଭାରତରେ କରୋନାକୁ ପୂରିଲା ବର୍ଷେ । ୨୦୨୦ ମସିହା ଜାନୁଆରୀ ୩୦ ତାରିଖ ଆଜିର ଦିନରେ ଦେଶରୁ ପ୍ରଥମ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଏହାକୁ ଗୋଟିଏ ବର୍ଷ ପୂରଣ ହୋଇଛି ।

ବର୍ଷେ ତଳେ ଆଜିର ଦିନରେ କେରଳରୁ ଜଣେ ମେଡିକାଲ୍ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଉହାନରୁ ଫେରିଥିବାବେଳେ ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାର କିଛି ଦିନ ପରେ ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି ପାଇବା ସହିତ ଆଜି ଏହା ୧.୭ କୋଟିକୁ ବୃଦ୍ଧି ପାଇଛି ।

ଦେଶରେ କୋଭିଡର ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୨୫ ତାରିଖରେ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ । ଏହାପରେ ଲକଡାଉନର ସମୟ ବଢି ବଢି ଚାଲିଥିଲା । ଏହି ସମୟରେ ସରକାରୀ ଅଫିସଠାରୁ ଆରମ୍ଭ କରି ଦୋକାନ, ବଜାର ଓ ବ୍ୟବସାୟ ସବୁ କିଛି ଠପ୍ ହୋଇଯାଇଥିଲା । ଏବେ କରୋନା କଟକଣା କିଛି ମାତ୍ରାରେ କମିଥିଲେ ମଧ୍ୟ ଭୟ ମନରୁ ଶେଷ ହୋଇନି ।

୨୦୨୧ରେ ଟିକାକରଣ ଲୋକମାନଙ୍କୁ କିଛିଟା ଆଶ୍ୱସ୍ତ କରିଥିଲେ ମଧ୍ୟ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇନି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ବୟସ୍କ ଓ ଅନ୍ୟ ଲୋକମାନଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ । ବୁଝାଇଲେ ଲକଡାଉନର ଆବଶ୍ୟକତା, ଫୋକସରେ ରହିବ ସ୍ୱାସ୍ଥ୍ୟ ।

କନକ ବ୍ୟୁରୋ : ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାଭାରତର ଏକ ଶ୍ଳୋକକୁ ଉଲ୍ଲେଖ କରିଛନ୍ତି । ଅର୍ଥମନ୍ତ୍ରୀ ଏହାକୁ ସଂସଦରେ ଉପସ୍ଥାପିତ କରିଥିବାବେଳେ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣ୍ୟନ । ଅର୍ଥନୀତିକୁ ସହଜରେ ବୁଝାଇବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ।

୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାଭାରତର ଏକ ଶ୍ଳୋକକୁ ଉଲ୍ଲେଖ କରିଛନ୍ତି । ଅର୍ଥନୀତି ଏକ ଜଟିଳ ପାଠ ହୋଇଥିବାରୁ ଏହାକୁ ରୋଚକ କରିବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ।

ମହାଭାରତରେ ଶ୍ଳୋକ ରହିଛି ‘ଆପଦି ପ୍ରାଣ ରକ୍ଷା ଧର୍ମସ୍ୟ ପ୍ରଥମାଂକୁରଃ’ । ଅର୍ଥାତ ସଂକଟରେ ପଡିଥିବା ଜୀବନ ବଂଚାଇବା ହିଁ ଧର୍ମର ମୂଳତତ୍ତ୍ୱ । ମହାମାରୀ ସମୟରେ ଜୀବନ ରକ୍ଷା ପାଇଁ କଠୋର ଲକଡାଉନ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଏହି ଶ୍ଳୋକକୁ ବ୍ୟବହାର କରାଯାଇଛି ।

ସେହିପରି ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦରମାର ଅଧିକାଂଶ ଭାଗ କିଭଳି ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ ତାହା ଦର୍ଶାଯାଇଛି । ଫଳରେ ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଟଙ୍କା ବଳୁନାହିଁ । ଭାରତୀୟ ମାନଙ୍କ ଚିକିତ୍ସାରେ ବ୍ୟୟର ପ୍ରତିଫଳନ ଏହି ଦୃଶ୍ୟରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଉଦାହରଣ ଦେଇ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

କରୋନା ଯୋଦ୍ଧାମାନେ ମହାମାରୀ ବିରୋଧରେ କରିଥିବା ସାହସିକ ଲଢେଇକୁ ସର୍ଭେରେ ପ୍ରଶଂସା କରାଯାଇଛି । ତେବେ ମହାମାରୀ ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତି ଇଂରାଜୀ ‘ଭି’ ଅକ୍ଷର ଆକାରରେ ପୁଣି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାଷ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳ ଯେଭଳି କଠିନ ପରିସ୍ଥିତିରୁ ବାହାରି ଆସି ଶୃଙ୍ଖଳା ବିଜୟ ହାସଲ କଲା ଭାରତୀୟ ଅର୍ଥନୀତି ମଧ୍ୟ ସେହିଭଳି ବାହାରି ଆସିବ ବୋଲି ସର୍ଭେ ରିପୋର୍ଟରେ ଆଶା କରାଯାଇଛି ।

କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ‘ବାରବେଲ’ ରଣନୀତି ଗ୍ରହଣ କରିଥିଲେ । ଅର୍ଥନୀତିରେ ବାରବେଲ ରଣନୀତି ଅନୁସାରେ ପ୍ରଥମେ ବିଚାର କରାଯାଏ ଯେ, ଫଳାଫଳ ଅତ୍ୟନ୍ତ ଖରାପ ହେବ ଓ ସେହି ଅନୁସାରେ ମୁକାବିଲା ପାଇଁ ପଦକ୍ଷେପ ନିଆଯାଏ । ଠିକ ସେହି ଅନୁସାରେ କରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପର୍ଯ୍ୟାୟରେ କଟକଣା ଲାଗୁ କରିଥିଲେ କେନ୍ଦ୍ର ସରକାର । ଆଗୁଆ ଲକଡାଉନ, ସଟଡାଉନ କଟକଣା ଫଳରେ କରୋନା ସଂକ୍ରମଣରେ ସମୟ ଲାଗିଲା ଏବଂ ସେହି ସମୟ ଭିତରେ ମୁକାବିଲା ରଣନୀତି ପ୍ରସ୍ତୁତ ହୋଇପାରିଲା ।

from Kanak News
via <a href="https://ifttt.com/?

ଶନିବାର ବି ସିଂଘୁ ସୀମାରେ ଲାଗିରହିଛି ଚାପା ଉତ୍ତେଜନା । ସ୍ଥାନୀୟ ଲୋକେ ଓ ଚାଷୀଙ୍କ ଭିତରେ ଧସ୍ତାଧସ୍ତି

କନକ ବ୍ୟୁରୋ: ସିଂଘୁ ସୀମାରେ ଶୁକ୍ରବାର ସଂଘର୍ଷ ପରେ ଶନିବାର ବି ଚାପା ଉତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଏବଂ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପିଟାପିଟି ଏବଂ ପଥରମାଡ ପରେ ଶନିବାର ଆନ୍ଦୋଳନ ସ୍ଥଳରୁ ୩ କିଲୋମିଟର ପୂର୍ବରୁ ବାରିକେଟ କରାଯାଇଛି । ପୁରା ଅଂଚଳରେ ଇଂଟରନେଟ ଜାମ କରାଯାଇଛି । ସ୍ଥିତି ଏପରି ହୋଇଛି ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାସ୍ଥଳକୁ ଯିବାକୁ ଦିଆଯାଉନାହିଁ ।

ଶୁକ୍ରବାର ସଂଘର୍ଷ ସମୟରେ ଖଣ୍ଡାରେ ଆକ୍ରମଣ କରିଥିବା ଜଣେ ଚାଷୀକୁ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ହିଂସାକାଣ୍ଡ ଘଟଣାରେ ଉଭୟ ପକ୍ଷର ୪୪ ଜଣଙ୍କୁ ଗିରଫ କରିଛି ପୋଲିସ । ପଥରମାଡ କରିଥିବା ଲୋକମାନଙ୍କୁ ଫେରିଯିବା ପାଇଁ ଚାଷୀମାନେ ହାତ ଯୋଡି ନିବେଦନ କରିଛନ୍ତି । ଚାଷୀମାନେ ଧାଡି ବାନ୍ଧି ସେହି ଅଂଚଳରେ ପହରା ଦେବା ଆରମ୍ଭ କରିଦେଇଛନ୍ତି । ହିଂସା ଥମିଥିଲେ ମଧ୍ୟ ଉତେଜନା ଲାଗି ରହିଛି ।

ସେପଟେ ଗଣତନ୍ତ୍ର ଦିବସରେ ଲାଲକିଲାରେ ଆନ୍ଦୋଳନକାରୀଙ୍କ ପ୍ରତିବାଦ ଘଟଣାରେ କ୍ରାଇମବ୍ରାଂଚ ଟିମ ଲାଲକିଲାରେ ପହଂଚି ତଦନ୍ତ କରିଛି । ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନକାରୀମାନେ କୃଷକ ଆନ୍ଦୋଳନ ବିରୋଧରେ ନାରାବାଜି କରି କୃଷକ ଆନ୍ଦୋଳନସ୍ଥଳର ପାଖାପାଖି ପହଁଚି ଯାଇଥିଲେ । ବିକ୍ଷୋଭ କରୁଥିବା ଲୋକଙ୍କୁ ଜବାବ ଦେବାକୁ ଆନ୍ଦୋଳନସ୍ଥଳରୁ ଉଠି ଧାଡି ବାନ୍ଧି ଛିଡା ହୋଇଯାଇଥିଲେ । ଆଉ ସ୍ଥାନୀୟ ଲୋକମାନେ ଯେମିତି ଚାଷୀଙ୍କ ପାଖରେ ପହଁଚିଯାଇଥିଲେ ମୁହାଁମୁହିଁ ହୋଇଥିଲେ ଉଭୟ ପକ୍ଷ । ଦେଖୁ ଦେଖୁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ସିଂଘୁ ସୀମା ।

from Kanak News
via <a href="https://ifttt.com/?

ଗୁଜରାଟର ୪ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ କଟକଣା

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହର ଅହମ୍ମଦାବାଦ, ସୁରଟ, ବଡ଼ୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ (ରାତି ୧୧ରୁ ସକାଳ ୬) ଲାଗୁ ହୋଇଛି। ମହାମାରୀ କରୋନା ଭାଇରସ୍‌କୁ ରୋକିବା ପାଇଁ ଗୁଜୁରାଟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ଗୁଜୁରାଟର ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ପଙ୍କଜ କୁମାର ଏହି ଘୋଷଣା କରି କହିଛନ୍ତି, ‘‘ ଯଦିଓ କୋଭିଡ -୧୯ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି, କିନ୍ତୁ ଏହାକୁ ରୋକିବା ବା ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ଆମକୁ ସତର୍କ ଓ ସଜାଗ ଉଚିତ। ସେଥିପାଇଁ କିଛି ରଣନୀତି ଅବଲମ୍ବନ କରିବାର ଅବଶ୍ୟକତା ରହିଛି।’’

ପୂର୍ବରୁ ଗୁଜୁରାଟ ସରକାର ରାଜ୍ୟରେ ବିବାହସ୍ଥଳରେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ୧୦୦ରୁ ୨୦୦କୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ବଡ଼ ଧରଣର ସମାବେଶ, ବିବାହସ୍ଥଳୀ, ପୂଜାପାଠସ୍ଥଳୀ, ମଲ୍, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ନାସିୟମ୍, ପ୍ରଦର୍ଶନୀ, ବିଦ୍ୟାଳୟ, କଲେଜଗୁଡିକରେ ଏସ୍‌ଓପିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରେନ୍, ବିମାନ ଯାତ୍ରା ଏବଂ ମେଟ୍ରୋ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଗତିବିଧି ଉପରେ ମଧ୍ୟ ରାଜ୍ୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିବ। ଗୁଜୁରାଟରେ ଗତବର୍ଷ ଡିସେମ୍ବରରେ ନୂଆ କରୋନା ଭାଇରସ୍‌ ମାମଲା ଚିହ୍ନଟ ହେବା ପରେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା।

from Kanak News
via <a href="https://ifttt.com/?

ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ‘ଜୈସ-ଉଲ ହିନ୍ଦ୍’ ଆତଙ୍କବାଦୀ ସଂଗଠନ । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି ।

କନକ ବ୍ୟୁରୋ : ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଜୈସ ଉଲ ହିନ୍ଦ୍ ଆତଙ୍କବାଦୀ ସଂଗଠନ । ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଏହି ଆତଙ୍କୀ ସଂଗଠନ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲର ଟିମ ଘଟଣାସ୍ଥଳରେ ପହଂଚି ଯାଂଚ କରୁଛି ।

ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ଜୈସ-ଉଲ-ହିନ୍ଦ ସଂଗଠନର ହାତ । ବିସ୍ପୋରଣ ଘଟଣାରେ ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ ଏକ ଚାଟରୁ ବିସ୍ଫୋରଣ ପଛରେ ଜୈଶ-ଉଲ–ହିନ୍ଦର ହାତ ଥିବା ସମ୍ପର୍କରେ ଜଣାପଡ଼ିଛି । ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କି ସଂଗଠନର ସଦସ୍ୟ ରେକି କରିଥିଲେ ବୋଲି କୁହାଯାଉଛି । ଏପରିକି ବିସ୍ଫୋରଣ ସ୍ଥଳରେ ସିସିଟିଭି ଗୁଡ଼ିକ ବନ୍ଦ ଥିଲା ବୋଲି ସୂଚନା ମିଳିଛି ।

ମାମଲାର ଛାନଭିନ୍ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଘଟଣାସ୍ଥଳରେ ପହଂଚିଛି । ୬ରୁ ୭ଜଣ ବରିଷ୍ଠ ଅଧିକାରୀ ବିଜୟ ଚୌକ୍ ନିକଟରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହାରି ଭିତରେ ଘଟଣାସ୍ଥଳରୁ ତଦନ୍ତକାରୀ ସଂସ୍ଥାକୁ ଏକ ଅଧା ପୋଡା କପଡା, ପଲିଥିନ ବ୍ୟାଗ ଓ ବ୍ୟାଟେରୀ ମିଳିଛି । ଏହାକୁ ଭିତି କରି ଆଗେଇ ଚାଳିଛି ତଦନ୍ତ । ସେହିପରି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଓ ସ୍ପେଶାଲ ସେଲର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଂଚ କରୁଛି ।

ଏହାରି ଭିତରେ ମିଳିଥିବା ଏକ ଲଫାପା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଆଡ଼କୁ ଇସାରା କରୁଛି । କାରଣ ଚିଠିରେ ବିସ୍ଫୋରଣକୁ କେବଳ ଟ୍ରେଲର ବୋଲି କୁହାଯାଇଛି । ସେହିପରି ଚିଠିରେ ସୈନ୍ୟ କମାଣ୍ଡର ସୁଲେମାନୀ ଓ ପରମାଣୁ ବୈଜ୍ଞାନିକ ମହୋସିନ୍ ଫଖରଜାଦେଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି କୁହାଯାଇଛି ।

ସେପଟେ ବିସ୍ପୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ । ଏହି ଘଟଣାକୁ ଏକ ଆତଙ୍କବାଦୀ ଷଡଯନ୍ତ୍ର ବୋଲି କହିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ରନ୍ ମଲକା ।

ଦିଲ୍ଲୀରେ ଥିବା ଇରାନ୍ ନାଗରିକଙ୍କ ବାବଦରେ ତଦନ୍ତକାରୀ ସଂସ୍ଥା ତଥ୍ୟ ଏକତ୍ରିତ କରୁଛନ୍ତି । ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିକଟବର୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରମାଣ ଯୋଗାଡ କରୁଛି । ଦିଲ୍ଳୀର ଏହି ହାଇପ୍ରୋଫାଇଲ ଅଂଚଳରେ ଏତେ ବଡ ଘଟଣା ଘଟିବା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ଅଙ୍ଗନବାଡି ଖୋଲିବା ନେଇ ଜାରି ହେଲା ବିଜ୍ଞପ୍ତି । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଖୋଲିବ ଅଙ୍ଗନବାଡି । 

କନକ ବ୍ୟୁରୋ : ଆସନ୍ତା ଫେବୃଆରୀ ୧ ତାରିଖଠାରୁ ରାଜ୍ୟର ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବ । ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଖୋଲିବ। ମାସକରେ ୨୫ ଦିନ ଖୋଲିବ ଏବଂ ଦିନକୁ ୨ ଘଣ୍ଟା ପାଇଁ ଏହା ଖୋଲାଯାଇପାରିବ। ସକାଳ ୯ ରୁ ୧୧ ଟା ପର୍ୟ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବା ନେଇ ଆଇସିଡିଏସ୍‌ ଏବଂ ସମାଜ ମଙ୍ଗଳର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ସମସ୍ତ ଜିଲ୍ଲାର ଜିଲ୍ଲାପଳମାନଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଯୋଗୁଁ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଥିଲା। ଫଳରେ ପିଲାମାନଙ୍କର ପାଠ ପଢ଼ା ବନ୍ଦ ଥିଲା। କିନ୍ତୁ କରୋନା ଭାଇରସ କଟକଣା ମଧ୍ୟରେ ରାଜ୍ୟ ସରକାର ଅଙ୍ଗନବାଡ଼ି ପିଲା, ଗର୍ଭବତୀ ମହିଳାଙ୍କୁ ଖାଦ୍ୟ ଓ ଅନ୍ୟ ସୁବିଧା ପ୍ରଦାନ କରିଆସୁଛନ୍ତି।

from Kanak News
via <a href="https://ifttt.com/?

ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ନିର୍ମାଣ ସୌଧ ଅଫିସରେ ପୂର୍ତ୍ତ ବିଭାଗ ଉପସଚିବଙ୍କ ତନାଘନା 

କନକ ବ୍ୟୁରୋ: ଗତ ୨୭ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ସିଭିଲ୍ କାର୍ଯ୍ୟାଳୟ ପକ୍ଷରୁ ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ ପୂର୍ତ ବିଭାଗର ଉପସଚିବ ପାରୁଲ ପଟୁଆରି । ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ  ।  ଏହା ପରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲିଖିତ ଜବାବ ତଲବ କରିଛି ପୂର୍ତବିଭାଗ । କାହିଁକି ଏପରି ଏକ ଅଫିସ ଅର୍ଡର ଜାରି କରାଗଲା, ଏନେଇ ଲିଖିତ ଭାବେ ଜବାବ ଦାଖଲ କରିବାକୁ କୁହାଯାଇଛି । ଏଥିପାଇଁ ୭ଦିନ ସମୟ ଦେଇଛି ପୂର୍ତ ବିଭାଗ ଏବଂ ଏହାକୁ ଅତି ଜରୁରୀ ଭାବେ ନେବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସର୍ବୋଚ୍ଚ ଯନ୍ତ୍ରୀ ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଜୋରାଦାର ଚର୍ଚ୍ଚା ହେବା ପରେ ଏହାକୁ ଗୁରୁତ୍ୱର ସହ ନେଇଛି ପୂର୍ତ ବିଭାଗ । ଏହି ପରିପ୍ରେକ୍ଷୀରେ ବିଶାଖା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡଲାଇନକୁ ପାଳନ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । କାର୍ଯ୍ୟସ୍ଥଳରେ ମହିଳାଙ୍କୁ ନିର୍ଯାତନା ବିରୋଧରେ ଗଠିତ ଆଭ୍ୟନ୍ତର ଅଭିଯୋଗ କମିଟିର ପ୍ରିଜାଇଣ୍ଡିଂ ଅଫିସର ରହିଥିବା ପାରୁଲ ପଟୁଆରି  ଆଲୋଚନା କରିଥିବାରୁ ଏହି ପ୍ରସଙ୍ଗକୁ ନେଇ ଅଧିକ ଚର୍ଚ୍ଚା ହୋଇଛି । ମହିଳା କର୍ମଚାରୀଙ୍କ ପାଇଁ ଏଭଳି ସମୟ କଟକଣା ପଛର ପ୍ରକୃତ କାରଣ କ’ଣ ଏନେଇ ପ୍ରଶ୍ନ ଉଠିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started