ସେରମ୍ ଇନଷ୍ଟିଚ୍ୟୁଟ୍ ଆଣୁଛି ଆଉ ଏକ କୋଭିଡ୍ ଟିକା । ଭାରତରେ ପରୀକ୍ଷଣ ପାଇଁ ମାଗିଛି ଅନୁମତି । ଜୁନ୍ ମାସରେ କରିପାରେ ଲଞ୍ଚ୍

କନକ ବ୍ୟୁରୋ: ଭାରତକୁ ଖୁବଶୀଘ୍ର ମିଳିପାରେ ଆଉ ଏକ କୋଭିଡ୍ ଟିକା । ଦେଶରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଦେଶକୁ ଆଉ ଏକ ଟିକା ଆଣିବାକୁ ପ୍ରସ୍ତୁତ ହେଉଛି । ଯାହାର ନାଁ ରହିଛି ନୋଭାଭାକ୍ସ । ସମ୍ଭବତ ଏହି ଟିକାକୁ କମ୍ପାନୀ ଜୁନ୍ ମାସରେ ଲଞ୍ଚ କରିପାରେ ।

କମ୍ପାନୀର ସିଇଓ ଅଦାର ପୁନାୱାଲା ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୋଭାଭାକ୍ସ ସହିତ ତାଙ୍କ କମ୍ପାନୀ କାମ କରୁଛି । ଭାରତରେ ଏହାର ପରୀକ୍ଷଣ ପାଇଁ ସେ ଆବେଦନ କରିସାରିଛନ୍ତି । ସବୁକିଛି ଠିକ୍ ହେଲେ ଜୁନ୍ ମାସରେ ଏହି ନୋଭାଭାକ୍ସ ଟିକା ଭାରତରେ ଉପଲବ୍ଧ ହେବ ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି ।

https://platform.twitter.com/widgets.js

ଏହାପୂର୍ବରୁ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଦେଶବାସୀ ଜାନୁଆରୀ ୧୬ରୁ ଏହି ଟିକାକୁ ନେଉଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବାବେଳେ ଭାରତ ବାୟୋଟେକ୍ ଦେଶୀ ଟିକା କୋଭାକ୍ସିନ୍ ପ୍ରସ୍ତୁତ କରୁଛି । ଯଦି ଏହି ତୃତୀୟ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳେ ତେବେ ଏହା ଭାରତରେ ଅନୁମତି ପାଇଥିବା ତୃତୀୟ କୋଭିଡ୍ ଟିକା ହେବ ।

from Kanak News
via <a href="https://ifttt.com/?

କୋଇଲା ପରିବହନ ପାଇଁ ରାସ୍ତା ନିର୍ମାଣ ଦାବିରେ ଜାରି ରହିଛି ଆନ୍ଦୋଳନ । ୧୨ ଦିନ ପରେ ବି ଜିଦରେ ଅଟଳ ଗ୍ରାମବାସୀ, ବିଫଳ ହେଲା ଜିଲ୍ଲାପାଳଙ୍କ ସହ ଆଲୋଚନା ।

କନକ ବ୍ୟୁରୋ : ୧୨ ଦିନରେ ବନ୍ଦ ପାଳନ । ଏମସିଏଲ-ଟପରିଆ ରାସ୍ତା ନିର୍ମାଣ ଏବଂ କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ ଜାରି ରହିଛି । ଫଳରେ ପଡୋଶୀ ଛତିଶଗଡକୁ ସଡକପଥରେ କୋଇଲା ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏପଟେ ଗାଁ ଲୋକେ ସେମାନଙ୍କ ଦାବିରେ ଅଟଳ । ଏମସିଏଲ ସ୍ୱତନ୍ତ୍ର କୋଲ୍ କରିଡର ନିର୍ମାଣ କରି କୋଇଲା ପରିବହନ କରୁ, ଗାଁ ରାସ୍ତାରେ କୋଇଲା ପରିବହନ ସଂପୂର୍ଣ୍ଣ ବନ୍ଦ କରୁ । ଅନ୍ୟପଟେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହା ବିଫଳ ହୋଇଛି ।

୧୨ ଦିନରେ ପହଞ୍ଚିଲା ରାସ୍ତା ପାଇଁ ଆନ୍ଦୋଳନ । ଆନ୍ଦୋଳନକାରୀ-ଜିଲ୍ଲାପାଳ ଆଲୋଚନା ବିଫଳ । ଏମସିଏଲ କୁଲଡା କୋଇଲା ଖଣି ଠାରୁ ଟପରିଆ ଦେଇ ଛତିଶଗଡ ସୀମା ପର୍ଯ୍ୟନ୍ତ ଦୀର୍ଘ ୨୨ କିଲୋମିଟର ରାସ୍ତା । ରାସ୍ତା ନୁହେଁ ତ ମରଣଯନ୍ତା ! ଦୀର୍ଘ ୨୫ ବର୍ଷ ହେବ ୯ଟି ପଞ୍ଚାୟତର ଲୋକଙ୍କ ଜୀବନ ଧୂଳିଧୂଆଁରେ ଦୁର୍ବିସହ ହୋଇପଡିଛି । ରାସ୍ତା ମରାମତି ଏବଂ ନିର୍ମାଣ ନେଇ ଅନେକ ଥର ଆନ୍ଦୋଳନ କରାଯାଇଛି । ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଏବେ କର ବା ମର ସ୍ଥିତିରେ ଆନ୍ଦୋଳନକାରୀ । ଆଉ ସେହି ରାସ୍ତାରେ କୋଇଲା ପରିବହନ କରି ଦିଆଯିବନାହିଁ ଜିଦରେ ୧୨ ଦିନ ହେଲା ଜାରି ରଖିଛନ୍ତି ଆନ୍ଦୋଳନ ।

ଆନ୍ଦୋଳନକାରୀଙ୍କ ଯୁକ୍ତି ହେଲା, ଏମସିଏଲ କୁଲଡା କୋଇଲା ଖଣି ସଂପ୍ରସାରଣ ସମୟରେ ଏମସିଏଲ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ କୌଣସି ଗାଁ ମଧ୍ୟ ଦେଇ କୋଇଲା ପରିବହନ କରାଯାଉନଥିବା ଦର୍ଶାଇଥିଲା । ସ୍ୱତନ୍ତ୍ର ବାଇପାସ ରୋଡରେ କୋଇଲା ପରିବହନ କରାଯାଉଥିବାରୁ ଗ୍ରାମବାସୀଙ୍କୁ କୌଣସି ପ୍ରକାର ବାୟୁ ଏବଂ ଶଦ୍ଦ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡୁନଥିବା ମନ୍ତ୍ରଣାଳୟକୁ ଦର୍ଶାଇଛି । ତେବେ ସ୍ଥିତି ସଂପୂର୍ଣ୍ଣ ଓଲଟା ।

ଆନ୍ଦୋଳନକୁ ବନ୍ଦ କରିବାରେ ପ୍ରଶାସନିକ ଅଧିକାରୀ ବିଫଳ ହୋଇଛନ୍ତି । ଜିଲ୍ଲପାଳ କହିଛନ୍ତି, ଏମସିଏଲ ଦେଇଥିବା ମିଥ୍ୟା ତଥ୍ୟର ଅନୁସନ୍ଧାନ କରାଯିବ । ସେପଟେ ଗ୍ରାମବାସୀଙ୍କ ଦାବି ହେଲା, ଏମସିଏଲ ତାର ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରି କୋଇଲା ପରିବହନ କରୁ । ଏହାରି ଭିତରେ କୋଇଲା ପରିବହନ ଠପ୍ ହୋଇଥିବା ଯୋଗୁଁ ଏମସିଏଲକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

from Kanak News
via <a href="https://ifttt.com/?

ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରେ ଇଣ୍ଟରନେଟ୍ ସେବା ବନ୍ଦ । ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀ ନେତାଙ୍କ ଅନୁରୋଧ

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରରେ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିବ ନାହିଁ ବୋଲି କୁହାଯାଇଛି ।

ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । କେବଳ ବର୍ଡର ଅଞ୍ଚଳ ନୁହେଁ ବରଂ ଏହାର ଆଖ ପାଖ ଅଞ୍ଚଳରେ ବି ଇଣ୍ଟରନେଟ୍ ସେବା ଓ କଲିଂ ସେବା ମଧ୍ୟ ବାଧାପ୍ରାପ୍ତ ହେବ ।

ଏହାରି ଭିତରେ ଚାଷୀ ନେତା ବଲବୀର ସିଂହ ରାଜେବାଲ କହିଛନ୍ତି, କୌଣସି ପରିସ୍ଥିତିରେ ସେମାନେ ସେଠାରୁ ହଟିବେ ନାହିଁ । ଆନ୍ଦୋଳନ ପୂର୍ବଭଳି ଜାରି ରହିବ । ଚାଷୀମାନଙ୍କୁ କେବଳ ଶାନ୍ତ ହୋଇ ଆନ୍ଦୋଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଠାକୁ କେହି ଯୁଦ୍ଧ ଲଢିବାକୁ ଆସିନାହାନ୍ତି ବରଂ କୃଷି ଆଇନକୁ ଉଚ୍ଛେଦ କରିବାକୁ ଏଠାରେ ଚାଷୀମାନେ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ପ୍ରେମିକାକୁ ଭେଟିବା ପାଇଁ ବାବା ବେଶରେ ଆସିଥିଲା ପ୍ରେମିକ । ପିଲା ଚୋର ସନ୍ଦେହରେ ଅଟକ ରଖିଲେ ଗ୍ରାମବାସୀ, ମାଡ ଖାଇବା ପରେ ସତ ମାନିଲା ପ୍ରେମିକ ।

କନକ ବ୍ୟୁରୋ : ବାବା ବେଶରେ ଆସିଥିଲେ ପ୍ରେମିକ । ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହେଲେ ପ୍ରେମିକ । ଯାଜପୁର ରୋଡ଼ ଥାନା ଫେରୋକ୍ରୋମ୍ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଘଟଣା । ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁନଥିବାରୁ ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଉଥିଲେ ପ୍ରେମିକ । ଅପରିଚିତ ଯୁବକଙ୍କୁ ବାବା ବେଶରେ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ । ତେବେ ସମ୍ପୃକ୍ତ ଯୁବକଙ୍କୁ କାବୁ କରିବା ପରେ ଲୋକମାନେ ପୋଲିସର ଜିମା ଦେଇଥିଲେ । ଏହି ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ ।

from Kanak News
via <a href="https://ifttt.com/?

ମକା ଚାଷୀଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ନିଜେ ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

କନକ ବ୍ୟୁରୋ : ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ଅଭିଯୁକ୍ତ । ଅନ୍ୟ ଉପରେ ଦୋଷ ଲଦିବାକୁ ଯାଇ ପୁଲିସକୁ ମୋହରା କରି ଏତଲା ଦେଇଥିଲା ଅଭିଯୁକ୍ତ । ଆଉ ଶେଷରେ ଲୁଟ୍ ଘଟଣାର ଖୋଳତାଡ କରି ଅଭିଯୋଗକାରୀଙ୍କୁ ହିଁ ବାନ୍ଧିଛି ପୁଲିସ । ଗତ ୨୫ ତାରିଖ ଦିନ ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ନେଇ ତେନ୍ତୁଳିଖୁଂଟି ଥାନାରେ ଏତଲା ଦିଆଯାଇଥିଲା ।

ତେନ୍ତୁଳିଖୁଂଟି ରାସ୍ତାର ନରସିଙ୍ଗଗୁଡା ଛକ ନିକଟରେ ୪ ଜଣ ଦୁର୍ବୃତ କେନ୍ଦୁଗୁଡା ଗାଁର ଉମା ଶଙ୍କର ବିଶୋୟୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଲୁଟ୍ ପଛର ରହସ୍ୟ ଉନ୍ମୋଚନ କରିଛି । ଏବଂ ଏତଲା ଦେଇଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି । ପ୍ରାଥମିକ ତଦନ୍ତ ଆଧାରରେ ଅଭିଯୋଗକାରୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ତେନ୍ତୁଳିଖୁଂଟି ପୁଲିସ ।

from Kanak News
via <a href="https://ifttt.com/?

ରକ୍ତମୁଖା ଲାଲବାହିନୀ । ଘରୁ ଡାକି ନେଇ ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ ।

କନକ ବ୍ୟୁରୋ : ଘରୁ ଡାକି ନେଇ ମାରିଦେଲେ ମାଓବାଦୀ । କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ କଲେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଭଣ୍ଡରଙ୍ଗି ପଂଚାୟତରେ ଲାଲବାହିନୀ ରକ୍ତମୁଖା ହୋଇଛି ।

ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଞ୍ଚ ଦୌପଦୀ ପାତ୍ରଙ୍କ ପୁଅ ହେମନ୍ତ ପାତ୍ର ପଂଚାୟତ କାର୍ଯ୍ୟାଳୟରେ ଶୋଇଥିବା ବେଳେ ତାଙ୍କ ହାତ ଗୋଡ଼ ବାନ୍ଧି ଗଳା କାଟି ଅତି ନିର୍ମମ ହତ୍ୟା କରିଥିଲେ । ପରେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କୁ ଘରୁ ଟାଣି ଆଣି ଗୁଳି ହତ୍ୟା କରିଥିଲେ ମାଓବାଦୀ । ୨ ଜଣଙ୍କୁ ହତ୍ୟା କରିବା ସହ ଘଟଣା ସ୍ଥଳରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

from Kanak News
via <a href="https://ifttt.com/?

ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଲା ଭାଗ୍ୟ । ପୋଷ୍ୟ ସନ୍ତାନ ଭାବେ ସ୍ନେହାକୁ ଆଦରି ନେଲେ ଇଟାଲୀ ଦମ୍ପତି ।

କନକ ବ୍ୟୁରୋ : ଆଜି ଗଞ୍ଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଏକ ଦମ୍ପତ୍ତି । ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ ଆଇନ ଅନୁଯାୟୀ  ହସ୍ତାନ୍ତର ଲାଗି ଆବଶ୍ୟକୀୟ ପ୍ରକ୍ରିୟା ସଂପନ୍ନ କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟା ସ୍ନେହାଙ୍କୁ ଇଟାଲୀ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲାରୁ ଦେଶ ବାହାରକୁ ପୋଷ୍ୟ ସନ୍ତାନ ଭାବେ ପୂର୍ବରୁ ଦୁଇ ଜଣ ଯାଇଥିବା ବେଳେ ଆଜି ତୃତୀୟ ପୋଷ୍ୟ ଭାବେ ଶିଶୁ କନ୍ୟାଟି  ବାହାର ଦେଶକୁ ଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ଓ ପୋଷ୍ୟ ଗ୍ରହଣ କରିଥିବା ପିତାମାତା ବେଶ ଖୁସି ଅନୁଭବ କରିଛନ୍ତି ।

ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଛି ଭାଗ୍ୟ । ଗଞ୍ଜାମ ଜିଲ୍ଲାରୁ ସୁଦୁର ଇଟାଲୀରେ ରହି ବଡ଼ ହେବ ଏହି ଶିଶୁ । ଉକ୍ତ ଶିଶୁକନ୍ୟାକୁ ନିଜର ପୋଷ୍ୟ ଶିଶୁ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଦମ୍ପତ୍ତି ।  ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟା ସ୍ନେହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ । ଆଜି ଗଞ୍ଜାମ ଜିଲ୍ଲାର ପୋଷ୍ୟ ସନ୍ତାନ ଭାବେ ଜଣେ ଅନାଥ ଶିଶୁ କନ୍ୟାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଇଟାଲୀର ଏହି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର  କେନ୍ଦ୍ର ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଉଛି । ଏହି କ୍ରମରେ ଆଜି ପୋଷ୍ୟ ଭାବେ ଗ୍ରହଣ ହୋଇଥିବା ଶିଶୁ କନ୍ୟା ସ୍ନେହା ଡ଼ିସେମ୍ବର ୪, ୨୦୧୭ରେ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ସ୍ପେସାଲ ଆଡପସନ୍ ଏଜେନ୍ସି ମାଧ୍ୟମରେ ସେମାନଙ୍କର ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଶିଶୁଟିକୁ ଗଞ୍ଜାମ ଶିଶୁ ମଙ୍ଗଳ ସମିତି ଆଇନତଃ ମୁକ୍ତ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ ବୋଲି ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଏହି କ୍ରମରେ ଦୀର୍ଘ ୩ବର୍ଷ ପରେ ଏହି ଇଟାଲୀ ଦମ୍ପତ୍ତିଙ୍କୁ ସ୍ନେହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ମିଳିଥିଲା ।

ମାସ ମାସ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତିମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ ।  ଦମ୍ପତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତା’ପରେ ଆବଶ୍ୟକ ହେଉଥିବା କାଗଜପତ୍ର, ଉତ୍କଳ ବାଳାଶ୍ରମ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲି ଦମ୍ପତିଙ୍କୁ ହସ୍ତାନ୍ତର କରି ଦିଆଯାଇଛି । ତେବେ ପିଲାଟିର ଉପଯୁକ୍ତ ଯତ୍ନ , ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯନ୍ନବାନ ହେବାକୁ ଶିଶୁ ମଙ୍ଗଳ କମିଟି ପରାମର୍ଶ ଦେଇଥିଲେ।

ପୋଷ୍ୟ ଗ୍ରହଣ କରିଥିବା ଏହି ଇଟାଲୀ ଦମ୍ପତ୍ତି ଦୀର୍ଘ ଦୁଇ ସପ୍ତାହ ହେଲା ଗଞ୍ଜାମ ଜିଲ୍ଲାକୁ ଆସି ଗୋପାଳପୁରର ଏକ ହୋଟେଲରେ ରହୁଥିଲେ  । ଶିଶୁଟିକୁ ପାଇବା ପରେ ଏହି ଦମ୍ପତ୍ତି ଇଟାଲି ଅଭିମୁଖେ ଏକ ସପ୍ତାହ ପରେ ଯାତ୍ରା କରିବେ । ଭାରତର ସଂସ୍କୃତି ଓ ପରମ୍ପରା ସେମାନଙ୍କୁ ବେଶ ଆକୃଷ୍ଟ କରିଥିବା ହେତୁ ଭାରତରୁ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପୋଷ୍ୟ ଗ୍ରହଣ ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ବିଳମ୍ବରେ ହେଲେ ମଧ୍ୟ ଶିଶୁ କନ୍ୟାକୁ ପାଇଥିବା ଯୋଗୁଁ ବେଶ ଖୁସି ପ୍ରକାଶ କରିଛନ୍ତି ଇଟାଲୀୟ ଦମ୍ପତ୍ତି । ସେପଟେ ଜିଲ୍ଲାପାଳ ମଧ୍ୟ ଏକ ଅନାଥ ଶିଶୁ ବିଦେଶକୁ ପୋଷ୍ୟ ଭାବେ ଯାଉଥିବାରୁ ତାର ଭବିଷ୍ୟତ ନେଇ ବେଶ ଖୁସି ବ୍ୟକ୍ତ କରିଥିଲେ । ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ୨୧ଜଣ ଶିଶୁଙ୍କୁ ଦେଶ ଭିତରେ ପୋଷ୍ୟ ଗ୍ରହଣ କରାଯାଇଥିବା ବେଳେ ବିଦେଶକୁ ତିନି ଜଣ ଶିଶୁ ପୋଷ୍ୟ ଭାବେ ଯାଇଛନ୍ତି । ତେବେ ଏହି ପୋଷ୍ୟ ଗ୍ରହଣ ପ୍ରକ୍ରିୟାକୁ ସରଳୀକରଣ କରାଗଲେ ଅନେକ ଶିଶୁ ପୋଷ୍ୟ ଗ୍ରହଣ ପାଇପାରିବେ ।

from Kanak News
via <a href="https://ifttt.com/?

ପାରାଦୀପରେ ପହଞ୍ଚିଲା ଆଇଓସିଏଲ୍‌ର ସୁପର କ୍ରିଟିକାଲ ଓଡିସି ।

କନକ ବ୍ୟୁରୋ : ଏଲ୍ଆଣ୍ତଟି ମୋଡୁଲାର ଫାବ୍ରିକେସନ ଫାସିଲିଟି ଦ୍ୱାରା ନିର୍ମିତ ସୁପର କ୍ରିଟିକାଲ୍ ଓଭର ଡାଇମେନସନ୍‌ କନସାଇନ୍‌ମେଣ୍ଟ୍‌ (ଓଡିସି) ଗତକାଲି ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ପହଞ୍ଚିଛି । ଏହି କନସାଇନମେଣ୍ଟ୍‌ ୧୯ରେ ଆଦାନୀ ବନ୍ଦରରୁ ବାହାରିଥିଲା ଓ ୪ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଇଣ୍ତିଆନ୍ ଅଏଲ ଅଧ୍ୟକ୍ଷ ଏସ୍‌ଏମ୍ ବୈଦ୍ୟ, ଏଲ୍ଆଣ୍ତଟି ସିଇଓ ଏସ୍‌ଏନ୍ ସୁବ୍ରମନ୍ୟମ୍, ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟିଡିଭିଏସ୍‌ ଗୋପାଳକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସୁପର କ୍ରିଟିକାଲ ଓଡିସିର ପରିବହନ ଓଜନ ୩,୫୨୨ ମେଟ୍ରିକ୍ ଟନ୍ ଏବଂ ଏଥି ସହ ଇଓ ରିଆକ୍ଟର ରହିଛି । ଏହାର ଲମ୍ବ ୯୬ ମିଟର ଏବଂ ଓଜନ ୧ ହଜାର ୭୫ ମେଟ୍ରିକ୍ ଟନ୍ ରହିଛି ।

ଆସନ୍ତା ଦୁଇ ମାସ ମଧ୍ୟରେ ସିଙ୍ଗାପୁରରୁ ୨ ହଜାର ମେଟ୍ରିକ୍ ଟନ୍ ମାମୁଟ କ୍ରେନ୍ ସହିତ ଏହି ୩ଟି ଯନ୍ତ୍ର ନିର୍ମାଣ କରାଯିବ । ଏମ୍ଇଜି ପ୍ରକଳ୍ପ ଅଗ୍ରଗତି ପାଇଁ ଓଡିସି ଏକ ପ୍ରମୁଖ ମାଇଲଖୁଣ୍ଟ । ଆତ୍ମନିର୍ଭର ଭାରତର ଆତ୍ମା ସହିତ ଏମ୍ଇଜି ପ୍ରକଳ୍ପ ପାରାଦୀପକୁ ପେଟ୍ରୋଲିୟମ୍ ବୟନଶିଳ୍ପ ଏବଂ ପେଟ୍ରୋକେମିକାଲ୍ ଭିତ୍ତିକ ଶିଳ୍ପର ହବ୍ ଭାବରେ ପ୍ରତିଷ୍ଠା କରିବା ଏବଂ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଖୋଲିବାରେ ଏକ ଶକ୍ତି ଭାବରେ କାର୍ଯ୍ୟ କରିବ ବୋଲି ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ଏକ ପେସ୍‌ ବିଜ୍ଞପ୍ତିରେ କୁହାଯାଇଛି ।

from Kanak News
via <a href="https://ifttt.com/?

ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ଚାଷୀ ଆନ୍ଦୋଳନ ଓ ଦାବିକୁ ନେଇ ଜୋରଦାର ଆଲୋଚନା । ମୋଦୀ କହିଲେ ଚାଷୀଙ୍କଠୁ ଏବେ ଗୋଟିଏ କଲ୍ ଦୂରରେ

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟ୍ ଆସିବା ପୂର୍ବରୁ ଶନିବାର ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଯେଉଁଥିରେ ଚାଷୀ ଆନ୍ଦୋଳନ ଓ ସେମାନଙ୍କର ଦାବିକୁ ନେଇ ଆଲୋଚନା ହୋଇଛି । ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଶିବସେନା ସାଂସଦ ବିନାୟକ ରାଉତ ଚାଷୀ ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇ କହିଛନ୍ତି, ସରକାରଙ୍କ ତରଫରୁ ଚାଷୀଙ୍କ ପାଇଁ ଅନେକ ଗୁଡିଏ ପ୍ରସ୍ତାବ ରଖାଯାଇଛି । ଚାଷୀମାନେ ଏହା ଉପରେ ଚର୍ଚ୍ଚା କରିବା ନିହାତି ଆବଶ୍ୟକ । କଥାବାର୍ତ୍ତା  ମାଧ୍ୟମରେ ଏହାର ସମାଧାନ ବାହାରିପାରିବ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥାକୁ ଦୋହରାଇ ସେ କହିଛନ୍ତି ଯେ, ସେ ଏବେ ଚାଷୀଙ୍କଠାରୁ କେବଳ ଗୋଟିଏ କଲ୍ ଦୂରରେ ଅଛନ୍ତି ।

ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକରେ ଯୋଗଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଚାଷୀଙ୍କ ସବୁ ଦାବିକୁ ନେଇ ଆଲୋଚନା ହେବ । ସରକାର ଓ ଚାଷୀଙ୍କ ଭିତରେ ଯେଉଁ କଥାବାର୍ତ୍ତା ହୋଇଛି ସେନେଇ ଅଧିକ ଚର୍ଚ୍ଚା ଚାଲିଛି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଝରାଫୁଲଙ୍କ ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍ । ସିଲ୍ ହେଲା ଶିବସାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୨୦୧ ।

କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଘଟଣାରେ ସିଲ୍ ହେଲା ଗେଷ୍ଟ ହାଉସର ରୁମ୍ । ଭୁବନେଶ୍ୱର ଶିବସାଇ ଗେଷ୍ଟ ହାଉସର ରୁମ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ । ରୁମ୍ ନଂ ୨୦୧ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ । ତେବେ ଆଜି ପାଖାପାଖି ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ରୁମକୁ ସିଲ୍ କରିଛି କୁଆଖିଆ ଥାନା ପୋଲିସ ।

ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ ଜାରି ରହିଛି । ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ । ମୃତ୍ୟ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି । ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ୍ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ କରୁଛି ପୁଲିସ । ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତ ସାଇଣ୍ଟିଫିକ ଟିମ୍ ଚଢାଉ କରିଛି । ଗେଷ୍ଟ ହାଉସ ମାଲିକଙ୍କୁ ବି ପଚରାଉଚରା କରାଯାଉଛି । ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଏହି ଗେଷ୍ଟ ହାଉସରେ ରହିଥିଲେ । ୨୭ ତାରିଖ ସକାଳେ ରାକେଶ ଓ ଆଉ ଜଣେ ବନ୍ଧୁ ଝରାଫୁଲଙ୍କୁ ସ୍କୁଟିରେ ବସାଇ ନେଉଥିବାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started