
କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତା ପୂରଣ କ୍ଷେତ୍ରରେ ପଛରେ ପଡ଼ିଛନ୍ତି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ । ୨୦୧୨ରେ ୧୧ଟି ରାଜ୍ୟର ସ୍ଥିତି ଭଲ ନଥିଲା, ତେବେ ୨୦୧୮ରେ ଏଥିରୁ ୬ଟି ରାଜ୍ୟରେ ଆଖିଦୃଶିଆ ଉନ୍ନତି ଘଟିଛି । ଶୂନ ଦଶମିକ ୫ରୁ କମ୍ ସ୍କୋର କରି ଓଡ଼ିଶା ସମେତ ୫ଟି ରାଜ୍ୟ ପଛରେ ପଡିଛନ୍ତି ।
ଜାତୀୟ ପରିସଂଖ୍ୟନ ସଂସ୍ଥାର ତଥ୍ୟକୁ ନେଇ ସର୍ବନିମ୍ନ ଆବଶ୍ୟକତା ସୂଚୀ ପ୍ରକାଶ କରାଯାଏ । ପିଇବା ପାଣି, ପରିମଳ, ସ୍ୱଚ୍ଛତା, ବିଦ୍ୟୁତ ବ୍ୟବହାର, ଘରେ ଥିବା ମୌଳିକ ସୁବିଧା ସୁଯୋଗକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଥାଏ । ଏଥିରେ ପଛରେ ପଡ଼ିବା ଅର୍ଥ ହେଉଛି ଜୀବନର ମୌଳିକ ମାନଦଣ୍ଡରେ ପଛରେ ପଡ଼ିବା ।
ପିଇବା ପାଣି, ପରିମଳ, ଘର, ପରିବେଶ ଓ ମିଳୁଥିବା ଅନ୍ୟ ସୁବିଧା ସୁଯୋଗର ୨୬ଟି ସୂଚକକୁ ନେଇ ସର୍ବନିମ୍ନ ଆବଶ୍ୟକତା ସୂଚୀ ବାହାର କରାଯାଏ । ଏହା ସୂଚାଇ ଥାଏ ଲୋକମାନେ କିପରି ଜୀବନ ନିର୍ବାହ କରୁଛନ୍ତି । ଅର୍ଥାତ କେଉଁ ପ୍ରକାର ଘରେ ଲୋକ ରହୁଛନ୍ତି, ପରିବେଶ ପରିମଳ କିପରି ରହିଛି, ପାଇଖାନା ଗୃହ, ଗାଧୁଆ ଘର କେତେ ଲୋକ ବ୍ୟବହାର କରୁଛନ୍ତି, ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ କେତେ ଜଣକୁ ମିଳୁଛି, ବିଦ୍ୟୁତ ଓ ରନ୍ଧନ ଗ୍ୟାସ ବ୍ୟବହାରକୁ ନେଇ ପ୍ରକାଶ ପାଇଥାଏ ସର୍ବନିମ୍ନ ଆବଶ୍ୟକତା ସୂଚୀ ।
୨୦୧୮ରେ ଗ୍ରାମାଂଚଳରେ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ମେଂଟାଇବାରେ ଆଗୁଆ ରହିଛନ୍ତି – ପଂଜାବ, କେରଳ, ସିକିମ୍, ଗୋଆ ଓ ଦିଲ୍ଲୀ । ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଭଳି ଜରୁରୀ ଆବଶ୍ୟକତା ପୂରଣ କରିବାରେ ସମଗ୍ର ଦେଶରେ ପଛୁଆ ରହିଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା । ସେହିପରି ଶୁଦ୍ଧ ପିଇବା ପାଣି ଉପଲବ୍ଧ କରାଇବାରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ କେରଳ ନିମ୍ନ ସ୍ଥାନରେ ରହିଛନ୍ତି ।
from Kanak News
via <a href="https://ifttt.com/?









