
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତାରେ ଓଡିଶା ପଛୁଆ । ଦେଶରେ ୨୦୧୮ରେ ସର୍ବନିମ୍ନ ଆବଶ୍ୟକତା ସୂଚୀରେ ଓଡିଶା ସମେତ ୪ଟି ରାଜ୍ୟ ନିମ୍ନ ସ୍ଥାନରେ ରହିଛି । ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଭଳି ନିହାତି ଜରୁରୀ ଆବଶ୍ୟକତା ଆଦି ଯୋଗାଇବାରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଛି । ତେବେ ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିିପୋର୍ଟରୁ ଏହା ଜଣାପଡିଛି ।
ପିଇବା ପାଣି ଉପଲବ୍ଧତା ସୂଚୀ ୨୦୧୮ରେ ଓଡିଶା ସମେତ ଝାଡଖଣ୍ଡ ଓ କେରଳ ନିମ୍ନ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ, ୨୦୧୯-୨୦ରେ ରାଜ୍ୟର ଜିଡିପିକୁ ଓଡିଶା ସମେତ ୮ଟି ରାଜ୍ୟରେ ସେବା କ୍ଷେତ୍ରର ଅବଦାନ ବୃଦ୍ଧି ପାଇଛି । ୨୦୧୯-୨୦ରେ ଓଡିଶାର ମୋଟ ଜିଡିପିରେ ସେବା କ୍ଷେତ୍ରରେ ଅବଦାନ ୪୦.୮୪ ପ୍ରତିଶତ ରହିଛି । ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଓଡିଶାରେ ସେବା କ୍ଷେତ୍ରରେ ହାରାହାରି ଅଭିବୃଦ୍ଧି ୭.୨୦ ପ୍ରତିଶତ ରହିଥିବା ରିପୋର୍ଟରେ କୁହାଯାଇଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ । ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି । ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ କରୁଛି ପୁଲିସ । ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତ ସାଇଂଟିଫିକ ଟିମ୍ ଚଢାଉ କରିଛି । ଗେଷ୍ଟହାଉସ ମାଲିକଙ୍କୁ ବି ପଚରାଉଚରା କରାଯାଉଛି । ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଏହି ଗେଷ୍ଟ ହାଉସରେ ରହିଥିଲେ । ୨୭ ତାରିଖ ସକାଳେ ରାକେଶ ଓ ଆଉ ଜଣେ ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ବସାଇ ନେଉଥିବାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି ।
ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ । ଗତ ୨୭ ତାରିଖରେ ଝରାଫୁଲଙ୍କର ମୃତଦେହ ଯାଜପୁର କୁଆଖିଆ ନିକଟରୁ ମିଳିଥିଲା । ସିସିଟିଭି ଫୁଟେଜକୁ ଖୋଳତାଡ କରି ଗତକାଲି ରାକେଶ ସ୍ୱାଇଁ ନାମକ ଯୁବକକୁ ରାଜଧାନୀରୁ ଗିରଫ କରିଥିଲା ଏୟାରଫିଲଡ୍ ଥାନା ପୋଲିସ । ଏହା ପରେ କୁଆଖିଆ ପୋଲିସ ହାତକୁ ରାକେଶକୁ ହସ୍ତାନ୍ତର କରାଯାଇଥିଲା ।
ଗିରଫ ପରେ ରାକେଶକୁ କୋର୍ଟ ଚାଲାଣ କରି ଜେଲ ହାଜତକୁ ପଠାଇ ଦିଆଯାଇଛି । ରିମାଣ୍ଡରେ ଆଣି ରାକେଶ ସ୍ୱାଇଁଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା ରଖିଛି ଯାଜପୁର ପୋଲିସ । ଗୋଟିଏ ପରେ ଗୋଟିଏ ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସୁଥିବାରୁ ଏହି ଘଟଣାରେ ଆଗକୁ କଣ ସବୁ ତଥ୍ୟ ବାହାରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର । ୨୬ ତାରିଖରେ ଝରାଫୁଲ ଆଉ ରାକେଶ ଫାଷ୍ଟଫୁଡ଼ ଖାଇବା ପାଇଁ ଆସିଥିଲେ । ଖାଇବା ବାଢିବା ମାତ୍ରେ ରାକେଶ ଝରାଙ୍କୁ ଖୁଆଇଦେଇଥିଲା । ଝରାଙ୍କ ଦେହ ଖରାପ କହି ପେଟ କାଟୁଛି କହି କାନ୍ଦି ପକାଇଥିଲେ । ଝରା ଫାଷ୍ଟଫୁଡ଼ରେ ବସିବା ମାତ୍ରେ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ରାକେଶ ଝରାକୁ ବୁଝାବୁଝି କରାଇ ଦିନ ଗୋଟାଏ ୫ରେ ଗୋଟିଏ ସ୍କୁଟିରେ ଦୁଇଜଣ ଯାକ ପଳାଇଥିଲେ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଶୁକ୍ରବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। କରୋନା ଭାଇରସ୍ର ଉତ୍ପତ୍ତି ତଲାସ ଅଭିଯାନରେ ବାହାରିଥିବା ବିଶେଷଜ୍ଞମାନଙ୍କୁ ଏଥିପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।
ଆଗାମୀ ଦିନମାନଙ୍କରେ କେନ୍ଦ୍ରୀୟ ସହର ଉହାନ ଭିତରେ ଏବଂ ବାହାରେ ଥିବା କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଦଳର ସଦସ୍ୟମାନେ ଏକ ହୋଟେଲରେ ଚୀନ୍ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ବୈଠକ କରିଥିଲେ। ଟୁଇଟ୍ କରି ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଲେଖିଛି: ସମସ୍ତ ପରିକଳ୍ପନା ଉପସ୍ଥାପିତ ହୋଇଥିଲେ ମଧ୍ୟ କୋଭିଡ୍-୧୯ ଭୂତାଣୁ ଉତ୍ପତ୍ତି ସଂକ୍ରାନ୍ତରେ ବୁଝିବାକୁ ବିଶେଷଜ୍ଞ ଦଳ ବିଜ୍ଞାନକୁ ଆଧାର କରିଛନ୍ତି।
ଏହି ଭୂତାଣୁର ଉତ୍ପତ୍ତି ସୁନିଶ୍ଚିତ କରିବାକୁ ବର୍ଷ ବର୍ଷ ଲାଗିପାରେ। ଯେଉଁ ପ୍ରାଣୀ ଦେହରୁ ଏହି ଭୂତାଣୁ ବ୍ୟାପିଛି, ତାହାକୁ ଚିହ୍ନଟ କରିବା ଲାଗି ପ୍ରାଣୀମାନଙ୍କ ନମୁନା, ଗୁଣସୂତ୍ରୀୟ ବିଶ୍ଳେଷଣ ଏବଂ ମହାମାରୀ ଅଧ୍ୟୟନ ଭଳି ବ୍ୟାପକ ଗବେଷଣା ଆବଶ୍ୟକ।୨୦୧୯ରେ ପ୍ରଥମେ ଊହାନରେ କୋଭିଡ୍-୧୯ ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଦୀର୍ଘଦିନର ଦାବି ପରେ ଆଜି ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଦାବି ଶୁଣିଛନ୍ତି ରାଜ୍ୟ ସରକାର। ଷ୍ଟାଇପେଣ୍ଡ ବୃଦ୍ଧି ନେଇ ହାଉସ ସର୍ଜନମାନେ ଦାବି କରିଆସୁଥିବା ବେଳେ ଆସନ୍ତା ୩ ବର୍ଷ ପାଇଁ ଷ୍ଟାଇପେଣ୍ଡ ୨୮୦୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଏହା ଜାନୁଆରି ପହିଲା ୨୦୨୧ରୁ ୩ବର୍ଷ ପାଇଁ ଲାଗୁ ହେବ। ୨୦୧୮ରେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ହଜାରକୁ ବୃଦ୍ଧି ପାଇଥିବା ବେଳେ ଏବେ ଏହାକୁ ୨୮ହଜାରକୁ ବୃଦ୍ଧି କରାଯାଇଛି। ଏ ନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଉପ-ସଚିବ ରାଜେଶ କୁମାର ଅଗ୍ରୱାଲ। ହାଉସ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେବା ପରେ ସରକାର ଆଜି ଏହି ଘୋଷଣା କରିଛନ୍ତି।
ତେବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ହାଉସ୍ ସର୍ଜନମାନଙ୍କର ଷ୍ଟାଇପେଣ୍ଡ୍ ବୃଦ୍ଧି କରା ନଗଲେ ବିରୋଧସ୍ବରୂପ ୨୨ରୁ କଳାବ୍ୟାଚ ପରିଧାନ ଓ ୨୮ରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲା ସଂଘ। ଦାବି ପୂରଣ ନ ହେବାରୁ ହାଉସ୍ ସର୍ଜନମାନେ ଜାନୁଆରି ୨୨ରୁ କଳାବ୍ୟାଜ୍ ପିନ୍ଧି କାମ କରିବା ଆରମ୍ଭ କରିଥିଲେ। ହେଲେ ଏହା ପରେ ମଧ୍ୟ ସରକାର ଦାବି ପୂରଣ ନକରିିବାରୁ ୨୮ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହେବ ବୋଲି ଧମକ ଦେଇଥିଲା ସଂଘ। କିନ୍ତୁ ଆଜି ସରକାର ହାଉସ୍ ସର୍ଜନମାନଙ୍କ ଦାବି ପୂରଣ କରି ଷ୍ଟାଇପେଣ୍ଡକୁ ୨୦ରୁ ୨୮ହଜାରକୁ ବୃଦ୍ଧି କରିଛନ୍ତି। ଏହା ଆଗାମୀ ୩ ବର୍ଷ ପାଇଁ ଲାଗୁ ହେବ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ । ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଘଟଣା ସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗୁରୁତର ଅବସ୍ଥାରେ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗାଁ ଲୋକେ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିବା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ତେବେ ନାବାଳିକାର ବେକ କାଟିବାର କାରଣ ଅସ୍ପଷ୍ଟ ରହିଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ । ସମ୍ବଲପୁର ସଦର ଫରେଷ୍ଟ ରେଂଜ ଅଧିନରେ ଲଗାତର ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଦର ରେଂଜର ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ହାତୀପଲ ପଶି ଲୋକଙ୍କ ଘର ଦ୍ୱାର ଭଙ୍ଗା ରୁଜା କରିଛନ୍ତି ।
ଏପରିକି ଗାଁରେ ଥିବା ଲୋକଙ୍କ ଘରର ଝରକା ଭିତରେ ଶୁଣ୍ଢ ଭର୍ତ୍ତିକରି ଘରର ଜିନିଷପତ୍ର ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାରମ୍ବାର ହାତୀପଲ ଏପରି ଭଙ୍ଗାରୁଜା କରୁଥିଲେ ମଧ୍ୟ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସଂଗଠନ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ସମ୍ପର୍କରେ ଜଣାପଡ଼ିଛି ।
ଏପରିକି ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କୀ ସଂଗଠନର ସଦସ୍ୟ ରେକି କରିଥିଲେ ବୋଲି କୁହାଯାଉଛି । ବିସ୍ଫୋରଣ ସ୍ଥଳରେ ସିସିଟିଭି ଗୁଡ଼ିକ ବନ୍ଦ ଥିଲା । ମାମଲାର ଛାନଭିନ୍ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଘଟଣା ସ୍ଥଳରେ ପହଞ୍ଚିଛି । ୬ରୁ ୭ଜଣ ବରିଷ୍ଠ ଅଧିକାରୀ ଆଜି ସକାଳୁ ବିଜୟ ଚୌକ୍ ନିକଟରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହାରି ଭିତରେ ମିଳିଥିବା ଏକ ଲଫାପା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଆଡ଼କୁ ଇସାରା କରୁଛି । କାରଣ ଚିଠିରେ ବିସ୍ଫୋରଣକୁ କେବଳ ଟ୍ରେଲର ବୋଲି କୁହାଯାଇଛି ।
ସେହିପରି ଚିଠିରେ ସୈନ୍ୟ କମାଣ୍ଡର ସୁଲେମାନୀ ଓ ପରମାଣୁ ବୈଜ୍ଞାନିକ ମହୋସିନ୍ ଫଖର ଜାଦେଙ୍କ ମୃତ୍ୟୁର ପ୍ରତିଶେଧ ବୋଲି କୁହାଯାଇଛି । ଦିଲ୍ଲୀରେ ଥିବା ଇରାନ୍ ନାଗରିକଙ୍କ ବାବଦରେ ଯାଂଚକାରୀ ସଂସ୍ଥା ତଥ୍ୟ ଏକତ୍ରିତ କରୁଛନ୍ତି । ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: ରମାଦେବୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ।
ତେବେ ଇତି ମଧ୍ୟରେ ଜାନୁଆରି ୨୬ତାରିଖର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏକ ଫାଷ୍ଟଫୁଡ ଦୋକାନରେ ଲାଗିଥିବା ସିସିଟିଭିରେ ଉଭୟ ରାକେଶ ଏବଂ ଝରାଫୁଲଙ୍କୁୁ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଜାନୁଆରି ୨୬ ତାରିଖ ଦିନ ୧୨.୨୦ରେ ଝରାଫୁଲ ଏବଂ ରାକେଶ ଖାଇବା ପାଇଁ ଏକ ଫାଷ୍ଟଫୁଡ ଦୋକାନରେ ପହଞ୍ଚିଥିଲେ। ସେଠାରେ ଖାଇବା ଆସିବା ପରେ ରାକଶେ ଝରାଫୁଲଙ୍କୁ ଖୁଆଇ ଦେଇଥିଲେ। ହେଲେ ଖାଦ୍ୟ ଖାଇବା ମାତ୍ରେ ଝରାଫୁଲ ଭେଁ ଭେଁ ହୋଇ କାନ୍ଦିବା ସହ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ଝରାଫୁଲଙ୍କର ବାନ୍ତି ହୋଇଥିଲା। ବାନ୍ତି କରିବା ଦେଖି ରାକେଶ ତାଙ୍କୁ ସ୍କୁଟି ଯୋଗେ ଦିନ ୧ଟା ୫ରେ ସେଠାରୁ ନେଇ ବାହାରିଯାଇଥିଲେ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଏକ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଅଜ୍ଞାନ୍ତ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ବେସ୍ ଉଠାଇ ଦେଇଛନ୍ତି। ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜଘନ୍ୟ ଅପରାଧର ତଦନ୍ତ କରିବା ଲାଗି ଦାବି କରିଛନ୍ତି।
ଉତ୍ତର କାଲିଫର୍ଣ୍ଣିଆର ଡେଭିସ୍ ସହର ଅନ୍ତର୍ଗତ କେନ୍ଦ୍ରୀୟ ପାର୍କରେ ଅବସ୍ଥିତ ୬ଫୁଟ୍ ଉଚ୍ଚ ଏବଂ ୨୯୪ କିଲୋ ଓଜନବିଶିଷ୍ଟ ଗାନ୍ଧୀଙ୍କର କାଂସ୍ୟ ପ୍ରତିମୂର୍ତ୍ତିର ଗୋଡ଼ ବଳାଗଣ୍ଠି ପାଖରୁ କାଟି ଦୁଇଖଣ୍ଡ କରାଯାଇଛି। ପ୍ରତିମୂର୍ତ୍ତି ମୁହଁର ଅର୍ଦ୍ଧେକ ମଧ୍ୟ କାଟି ନିଆଯାଇଛି ବୋଲି ସେଠାକାର ଆଞ୍ଚଳିକ ଗଣମାଧ୍ୟମ ‘ଡେଭିସ୍ ଏଣ୍ଟର୍ପ୍ରାଇଜ୍’ ରିପୋର୍ଟ କରିଛି।
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା କଥା ଜାନୁଆରି ୨୭ ତାରିଖ ପ୍ରତ୍ୟୁଷରେ ପାର୍କର କର୍ମଚାରୀମାନେ ଦେଖିଥିଲେ। ସମ୍ପ୍ରତି ପ୍ରତିମୂର୍ତ୍ତିଟିକୁ ପାର୍କରୁ ନିଆଯାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଠିକ୍ କେତେବେଳେ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଭଙ୍ଗା ଯାଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଡେଭିସ୍ ସହରକୁ ଭାରତ ସରକାର ଦେଇଥିବା ଗାନ୍ଧୀଜୀଙ୍କର ଏହି ପ୍ରତିମୂର୍ତ୍ତିକୁ ଚାରିବର୍ଷ ତଳେ ସ୍ଥାପନ କରାଯାଇଥିଲା। ସେତେବେଳେ ମଧ୍ୟ ଗାନ୍ଧୀ ବିରୋଧୀ ଏବଂ ଭାରତ ବିରୋଧୀ ସଙ୍ଗଠନମାନେ ଏହାର ତୀବ୍ର ବିରୋଧ କରିଥିଲେ।
from Kanak News
via <a href="https://ifttt.com/?