ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବୋମା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ହେଲେ ବ୍ୟବହାର ହୋଇଥିବା ବିସ୍ଫୋରକକୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି । ଇସ୍ରାଏଲ ସରକାର ମଧ୍ୟ ଏହାକୁ ଆଦଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଭାରତରେ ଥିବା ଇସ୍ରାଏଲ ଅଧିକାରୀଙ୍କ ସୁରକ୍ଷା ପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଇସ୍ରାଏଲ ଦୃଢୋକ୍ତି ପ୍ରକାଶ କରିଛି । ତେବେ ଏହି ବିସ୍ଫୋରଣର କେତେକ ଲିଙ୍କ ଏବେ ସାମ୍ନାକୁ ଆସୁଛି ।

– ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବୋମା ବିସ୍ଫୋରଣର ୨୯-୨୯ କନେକ୍ସନ୍

– କୁହାଯାଉଛି ଅଳ୍ପ କ୍ଷମତା ସଂପନ୍ନ ବିସ୍ଫୋରଣ କରି ବଡ ବାର୍ତ୍ତା ଦେଇଛନ୍ତି ବିସ୍ଫୋରଣକାରୀ

– ଭାରତ-ଇସ୍ରାଏଲ କୂଟନୈତିକ ବନ୍ଧୁତାକୁ ୨୯ ବର୍ଷ ପୂରଣ ହୋଇଛି

– ୨୯ ତାରିଖରେ ବିଟିଂ ଦି ରିଟ୍ରିଟରେ ଯୋଗଦେବା ପାଇଁ ପହଞ୍ଚିଥାନ୍ତେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

– ବିସ୍ଫୋରଣରେ ଆଇଇଡି ବ୍ୟବହାର ହୋଇଥିବାରୁ ତଦନ୍ତ ପାଇଁ ଏନଆଇଏକୁ ଦିଆଯାଇପାରେ

– ବିସ୍ଫୋରଣସ୍ଥଳରୁ ନମୂନା ସଂଗ୍ରହ କରି ଏନଏସଜିର ନ୍ୟାସନାଲ ବମ ଡାଟା ସେଂଟରକୁ ଦିଆଯାଇଛି

– ଗତକାଲି ବିଳମ୍ବିତ ରାତି ଯାଏଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ

– ଆଜି ମଧ୍ୟ ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି ଅମିତ ଶାହା, ଆଜି ବି ବସିପାରେ ବୈଠକ

from Kanak News
via <a href="https://ifttt.com/?

ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ପହିଲାରୁୁ ଖୋଲିବ ଅଙ୍ଗନୱାଡି, ବିବାହ ଓ ଶେଷକୃତ୍ୟରେ ସାମିଲ ହୋଇପାରିବେ ୫୦୦ ଜଣ ।

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଫେବ୍ରୁଆରୀ ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ ଅନୁଯାୟୀ, ୧ ଫେବ୍ରୁଆରୀରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଜଣ ସାମିଲ ହେବାକୁ ଅନୁମତି ମିଳିଥିବା ବେଳେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ ।

ସେହିଭଳି ଅନ୍ୟ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ ।ପ୍ରାଇମେରୀ ସ୍କୁଲ ଖୋଲିବା ନେଇ ଏସଓପି ଆଣିବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଇଞ୍ଜିନିୟରିଂ କଲେଜ ଗୁଡିକ ଖୋଲିବା ନିଷ୍ପତ୍ତି ନେବ ବୈଷୟିକ ଶିକ୍ଷା ବିଭାଗ । ଅନଲାଇନ ପାଠ୍ୟକ୍ରମ ସେହିଭଳି ଜାରି ରହିବ ବୋଲି କୁହାଯାଇଛି ।

ଏହାବାଦ୍ ବନ୍ଦ କୋଠରୀରେ ୫୦% ଲୋକଙ୍କୁ ନେଇ ଚାଲିପାରିବ ବିଭିନ୍ନ କାର୍ଯ୍ୟକ୍ରମ । ଖୋଲା ପଡିଆର ଆକାର ଦେଖି ବିଭିନ୍ନ ସମାଗମ ପାଇଁ ମିଳିବ ଅନୁମତି ।ସମାଗମରେ ସମସ୍ତେ କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଇଛି । ଯାତ୍ରା,ଅପେରା ଆରମ୍ଭ ପାଇଁ ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି । ପୂର୍ବ ନିର୍ଦ୍ଧାରିତ ଏସଓପି ଅନୁଯାୟୀ, ସିନେମା ହଲ, ଥିଏଟର ସେମିତି ଚାଲୁ ରହିବ ।

from Kanak News
via <a href="https://ifttt.com/?

ଉପରେ ଗୋଖାଦ୍ୟ ତଳେ ଗଂଜେଇ ! ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ

କନକ ବ୍ୟୁରୋ: ଉପରେ ଗୋ ଖାଦ୍ୟ ତଳେ ଗଂଜେଇ । ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ । କୋରାପୁଟରୁ ଉତ୍ତର ପ୍ରଦେଶ ହେଉଥିଲା ଗଂଜେଇ ଚାଲଣ । ଚୋରାଚାଲଣ ବେଳେ ଦୁଇ ଟନ ଗଂଜେଇ ଜବତ କଲା ଗୁଇନ୍ଦା ଅବକାରୀ ବିଭାଗ । ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲଣ ହେଉଥିଲା ୨ ଟନ ଗଂଜେଇ । ଗଂଜାମ ବ୍ରହ୍ମପୁର ନିକଟ କନିସି ଜାତୀୟ ରାଜପଥରୁ ଗଂଜେଇ ଜବତ କରିଛି ଅବକାରୀ ବିଭାଗ ।

from Kanak News
via <a href="https://ifttt.com/?

ଏପଟେ ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା

କନକ ବ୍ୟୁରୋ: ରାଜ୍ୟରେ ପ୍ରଭାରୀ, ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି ପ୍ରଭାରୀ ଓଡିଶାରେ ପହଁଞ୍ଚିଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ପୁରୁଣା ନେତାଙ୍କୁ ଖୋଜୁଥିବା ବେଳେ ଅନ୍ୟ କିଛି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରାଙ୍କ ସମେତ ଦେବେନ୍ଦ୍ର ଶର୍ମା ଗତ ୨୬ ତାରିଖରୁ ଦିଲ୍ଲୀରେ ଅଛନ୍ତି । ରାଧାକାନ୍ତ ଦିଗାଲ, ରବୀନ୍ଦ୍ର କୁମାର ସେଠୀଙ୍କ ଭଳି ରାଜ୍ୟ କଂଗ୍ରେସର ନେତା ମଧ୍ୟ ଦିଲ୍ଲୀରେ ଅଛନ୍ତି । ରାଜ୍ୟରେ କଂଗ୍ରେସ ଠିକ ଭାବେ ଚାଲୁନାହିଁ । ତେଣୁ ବରିଷ୍ଠ ନେତାମାନଙ୍କୁ ଡାକି ରାଜ୍ୟରେ ଦଳର ସ୍ଥିତି ସୁଧାରିବା ପାଇଁ ଏଆଇସିସି ହସ୍ତକ୍ଷେପ କରୁ ବୋଲି ଏହି ନେତାମାନେ ଦାବି କରି ଦଳର ସଂଗଠନ ସାଧାରଣ ସଂପାଦକ କେ.ସି ବେନୁଗୋପାଲଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସେହିପରି ରାହୁଲ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତ୍ତାଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ,ସଂଗଠନକୁ ସଜାଡିବା ପାଇଁ ଦିଲ୍ଲୀ ନେତୃତ୍ୱର ନିର୍ଦ୍ଦେଶ ପାଇଁ ଚେଲ୍ଲା କୁମାର ୨ ଦିନିଆ ଓଡିଶାରେ ପହଞ୍ଚିଛନ୍ତି । କଂଗ୍ରେସ ପ୍ରତିଷ୍ଠା ଦିବସର ଶତବାର୍ଷୀକ ପାଳନ ହେଉଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ କ୍ଷେତ୍ରରେ ସଭା କରୁଛନ୍ତି ଚେଲ୍ଲା କୁମାର । ହେଲେ ପୁଣି ରାଜ୍ୟ କଂଗ୍ରେସରେ ଫାଟ ଦାଣ୍ଡରେ ପଡି ହାଟରେ ଗଡିଛି । ପିସିସି ସଭାପତି ପରିବର୍ତ୍ତନ ନେଇ ଏହି ନେତାମାନେ ଦିଲ୍ଲୀ ନେତୃତ୍ୱକୁ ଫେରାଦ ହୋଇଥିବା ଚର୍ଚ୍ଚା ହେଉଥିଲା ହେଲେ ଦିଲ୍ଲୀରେ ଥିବା ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

from Kanak News
via <a href="https://ifttt.com/?

ଝରାଫୁଲ ନାଏକ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ଆଉ ଏକ ଭିଡିଓ; ଖାଇବା ବେଳେ ବାନ୍ତି କରି ପକାଇଥିଲେ ଝରା

କନକ ବ୍ୟୁରୋ: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ । ଗତ ୨୭ ତାରିଖରେ ଝରାଫୁଲଙ୍କର ମୃତଦେହ ଯାଜପୁର କୁଆଖିଆ ନିକଟରୁ ମିଳିଥିଲା । ସିସିଟିଭି ଫୁଟେଜକୁ ଖୋଳତାଡ କରି ଗତକାଲି ରାକେଶ ସ୍ୱାଇଁ ନାମକ ଜଣେ ଯୁବକକୁ ରାଜଧାନୀରୁ ଗିରଫ କରିଥିଲା ଏୟାରଫିଲଡ୍ ଥାନା ପୋଲିସ । ଏହା ପରେ କୁଆଖିଆ ପୋଲିସ ହାତକୁ ରାକେଶକୁ ହସ୍ତାନ୍ତର କରାଯାଇଥିଲା ।

ତେବେ ଗିରଫ ପରେ ରାକେଶକୁ କୋର୍ଟ ଚାଲାଣ କରି ଜେଲ ହାଜତକୁ ପଠାଇ ଦିଆଯାଇଛି । ରିମାଣ୍ଡରେ ଆଣି ରାକେଶ ସ୍ୱାଇଁଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା ରଖିଛି ଯାଜପୁର ପୋଲିସ । ଗୋଟିଏ ପରେ ଗୋଟିଏ ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସୁଥିବାରୁ ଏହି ଘଟଣାରେ ଆଗକୁ କଣ ସବୁ ତଥ୍ୟ ବାହାରୁଛି ତା ଉପରେ ରହିଛି ନଜର । ୨୬ ତାରିଖରେ ଝରାଫୁଲ ଆଉ ରାକେଶ ଫାଷ୍ଟଫୁଡ଼ ଖାଇବା ପାଇଁ ଆସିଥିଲେ । ଖାଇବା ବାଢିବା ମାତ୍ରେ ରାକେଶ ଝରାଫୁଲଙ୍କୁ ଖୁଆଇଦେଇଥିଲା । ଏହାପରେ ଝରାଫୁଲ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ କହି ପେଟ କାଟୁଛି କହି କାନ୍ଦି ପକାଇଥିଲେ । ତେବେ ଝରାଫୁଲ ଫାଷ୍ଟଫୁଡ଼ରେ ବସିବା ମାତ୍ରେ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ରାକେଶ ଝରାକୁ ବୁଝାବୁଝି କରାଇ ଏକ ସ୍କୁଟିରେ ଦୁଇଜଣ ଯାକ ପଳାଇଥିଲେ ।

from Kanak News
via <a href="https://ifttt.com/?

କେତେ ନିଷ୍ଠୁର ଏ ବିଧାତା ! ଜେଜେବାପାଙ୍କ ଦଶାହ କ୍ରିୟା ବେଳେ ଦଶାହ ଘାଟରେ ବୁଡ଼ି ନାତିର ମୃତ୍ୟୁ

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁଠି ଏବଂ କାହାରିକୁ ଆସେ ଏକଥା କେହି କହିପାରିବେନି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନୀଳଗିରି ବାଲିଗୋହିରୀରେ । ଜେଜେବାପାଙ୍କ ଦଶାହ କ୍ରିୟା ପାଇଁ ଦଶାହ ଘାଟରେ ବୁଡ଼ ପକାଇବା ସମୟରେ ପାଣିରେ ବୁଡ଼ିଯାଇ ନାତିର ମୃତ୍ୟୁ ହୋଇଛି । ବାଳିଗୋହିରୀ ଗାଁର ସୁରେଶ ମହାପାତ୍ରଙ୍କ ମୃତ୍ୟୁର ଦଶାହ କ୍ରିୟା ଚାଲିଥିଲା ।

ନାତି ଓଁକାର ମହାପାତ୍ର ଦଶାହରେ ମୁଣ୍ଡନ ପରେ ପୋଖରୀକୁ ବୁଡ଼ ପକାଇବାକୁ ଯାଇ ସେଠାରେ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲକୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳି ଯାଇଛି । ମୃତ ଓଁକାର ଆଇଜରରେ ଅଧ୍ୟୟନ କରୁଥିଲେ ।

from Kanak News
via <a href="https://ifttt.com/?

ପୁରୀ ବେଳାଭୂମିରେ କୋଷ୍ଟାଲ ଟ୍ରେକିଂର ଶୁଭାରମ୍ଭ: ବେଳାଭୂମି ସଫେଇରେ ହାତ ମିଳାଇଲେ ବିଭିନ୍ନ କ୍ଲବ ସଦସ୍ୟ

କନକ ବ୍ୟୁରୋ: ପରିବେଶ ସଚେତନତା ଓ ବେଳାଭୂମି ପରିଷ୍କାର, ପରିଚ୍ଛନ୍ନତା ରଖିବା ପାଇଁ ପୁରୀରୁ ଆରମ୍ଭ ହୋଇଛି କୋଷ୍ଟାଲ ଟେକ୍ରିଂ । ୨ ଦିନ ଧରି ଚାଲିବ ଏହି ବେଳାଭୂମି ସଫେଇ କାର୍ଯ୍ୟ । ପୁରୀ ଚିଲିକା ଧଳାବାଲିରେ ପ୍ରାୟ ୩୨ କିଲୋମିଟରର ଏହି ଟ୍ରେକିଂ ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶେଷ ହେବ । ଏହା ପୁରୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେୟାରଫୁଟ ଓ ଭୁବନେଶ୍ୱରର ସାଇକ୍ଲିଂ କ୍ଲବ ଓ ୟୌକ ଟୁରୁଜିମ ମିଳିତ ସହଯୋଗରେ କରାଯାଇଛି ।

ଏଥିରେ ଆଇପିଏସ ସଂଜୀବ ପଣ୍ଡା ଯୋଗଦେଇ ଟ୍ରେକିଂରେ ଭାଗ ନେଇଥିଲେ । ଏହା ସହ ସ୍ୱେଚ୍ଛାସେବୀ, ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ଟ୍ରେକିଂରେ ହାତରେ ବିଭିନ୍ନ ସଚେତନତା ବାର୍ତ୍ତାର ପ୍ଲା କାର୍ଡ ଧରି ବେଳାଭୂମି ସଫେଇ କରିଥିଲେ । ତେବେ ଏହା ପ୍ରତିବର୍ଷ କରାଯାଉଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନରେ କିଭଳି ବେଳାଭୂମି ସଫେଇ ଓ ପରିବେଷକୁ ପରିଷ୍କାର ରଖିବା ତାହା ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି କ୍ଲବର ମୁଖ୍ୟ ।

from Kanak News
via <a href="https://ifttt.com/?

ଲାଲବାହିନୀଙ୍କ ନାରକୀୟ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

କନକ ବ୍ୟୁରୋ: ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ତୁମୁଡିବନ୍ଧ ବ୍ଲକର ଭଣ୍ଡରି ପଂଚାୟତରେ ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଂଚଙ୍କ ପୁଅ ପଂଚାୟତ କାର୍ଯ୍ୟାଳୟରେ ଶୋଇଥିବା ବେଳେ ତାଙ୍କର ହାତ ଗୋଡ଼ ବାନ୍ଧି ନିର୍ମମ ହତ୍ୟା କରିଥିଲେ ।

ପରେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କୁ ଘରୁ ଟାଣି ଆଣି ହତ୍ୟା କରିଥିଲେ ମାଓବାଦୀ । ୨ଜଣଙ୍କୁ ହତ୍ୟା କରିବା ସହ ଘଟଣା ସ୍ଥଳରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଏହି ଘଟଣା ପରେ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି ।

from Kanak News
via <a href="https://ifttt.com/?

କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି । କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା କୁମ୍ଭୀର ଗାଏବ ହୋଇଥିବାର ତଥ୍ୟ । ଚଳିତମାସ ୧୫ରୁ ୨୩ ତାରିଖ ଯାଏଁ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରେ ଏହା ଜଣାପଡ଼ିଛି । ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ନିଖୋଜ ଥିବା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି ।

ବର୍ଷକ ମଧ୍ୟରେ ୩୬ଟି କୁମ୍ଭୀର ମୃତ୍ୟୁ ବରଣ କରିଛନ୍ତି ନାଁ କୁମ୍ଭୀରଙ୍କୁ ଶିକାର କରାଯାଇଛି ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଗତ ୧୦ ବର୍ଷର କୁମ୍ଭୀର ରିପୋର୍ଟ ଅନୁସାରେ ପ୍ରତିବର୍ଷ ବଡ଼ କୁମ୍ଭୀର ସଂଖ୍ୟା ବଢ଼ୁଥିବା ବେଳେ ଚଳିତ ବର୍ଷ ୩୬ କୁମ୍ଭୀର ନିଖୋଜ ହେବା ସମସ୍ତଙ୍କୁ ଚକିତ କରିଦେଇଛି । ଗତବର୍ଷ ୫୨୪ କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୪୮୮କୁ ଖସି ଆସିଛି । ସବୁ ବର୍ଷ ବଡ କୁମ୍ଭୀର ସଂଖ୍ୟା ବଢି ଆସୁଥିବା ବେଳେ ହଠାତ ଚଳିତ ବର୍ଷ ୩୬ଟି ବଡ କୁମ୍ଭୀର ଗାଏବ ହୋଇଯିବା ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କୁ ଚକିତ କରିଛି ।

from Kanak News
via <a href="https://ifttt.com/?

କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ସୁବାସ ଘିଅର ମାଲିକ ସୁବାସ ମଲ୍ଲିକଙ୍କୁ ଗିରଫ କଲା ଜଗତପୁର ପୋଲିସ । ନକଲି ଘିଅ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘଦିନ ହେଲା ପୋଲିସ ଖୋଜୁଥିବା ବେଳେ ତାଙ୍କୁ ଆଜି ଗିରଫ କରିଛି । ଗତ କିଛି ଦିନ ହେଲା କଟକରେ ନକଲି ସାମଗ୍ରୀ ଉପରେ ପୋଲିସ ଚଢଉ ଜାରି ରଖିଥିଲା ।

ତେବେ ଅନ୍ୟମାନେ ଲୁଚାଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାସ ଘିଅ ଏକ ଲୋକାଲ ବ୍ରାଣ୍ଡ ପାଲଟିଯାଇଥିଲା । ଏପରିକି ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ମଧ୍ୟ ପ୍ରସାରଣ କରୁଥିଲା ସଂସ୍ଥା । ତେଣୁ ଲୋକେ ସୁବାସ ଘିଅକୁ ଅସଲି ମନେକରି ଅତି ଆଗ୍ରହରେ କିଣିନେଉଥିଲେ ।  ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ବିକ୍ରି କରୁଥିଲା ସଂସ୍ଥା ।

ସେପଟେ, କଟକରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ନକଲି ଘିଅ କାରଖାନା । କଟକ ମର୍କତନଗର ଅଂଚଳରେ ଏହି ନକଲି ଘିଅ କାରଖାନାକୁ ଠାବ କରିଛି ପୋଲିସ । କାରଖାନାରେ ବିପୁଳ ପରିମାଣର ନକଲି ଘିଅ ତିଆରି ସାମଗ୍ରୀ ଥିବା ଜଣାପଡିଛି । ଏଠାରୁ ୨୭ଟି ନକଲି ଘିଅ ଟିଣ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ଧରି କଟକରେ ନକଲି ସାମଗ୍ରୀ ତିଆରି ଚାଲିଥିବା କାରଖାନା ଗୁଡିକରେ ମାରାଥନ୍ ଚଢାଉ ଜାରି ରଖିଛି ପୋଲିସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started