ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା । ସେପଟେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ସ୍ଥଳ ନିକଟରୁ ଠାବ ହୋଇଛି ଇସ୍ରାଏଲ ଦୂତାବାସ ନାଁରେ ଆସିଥିବା ଲଫାପା । ଏହାକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଜବତ କରିଛି । ଏହା କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ତାହା ନେଇ ତଦନ୍ତ ଜାରି ରହିଛି । ନିକଟବର୍ତ୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରଣାଣ ଖୋଜୁଛି । ସେପଟେ ଘଟଣା ପରେ ପରେ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ଆହୁରୀ କଡାକଡି କରିଦିଆଯାଇଛି ।

ଗତକାଲି ଅପରାହ୍ନ ସମୟରେ ଆଇଇଡି ବିସ୍ଫୋରଣ ପରେ ପରେ ସୁରକ୍ଷା ବଢିଯାଇଛି । ବିଶେଷଜ୍ଞଙ୍କ ମତରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ ଘଟାଇଥାନ୍ତି । ଏହି ବିସ୍ଫୋରଣରେ ବିଶେଷ କ୍ଷତି ହୋଇନାହିଁ , କେବଳ ୩ରୁ ୪ଟି କାରର କାଚ କ୍ଷତିଗ୍ରସ୍ତ ହୋଇଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗାବି ଅଶକେନାଜିଙ୍କ ସହ କଥା ହୋଇଛନ୍ତି ଓ ଏ ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ଜୟଶଙ୍କର କହିଛନ୍ତି ଯେ, ଇସ୍ରାଏଲ ଦୂତାବାସ ଓ ରାଷ୍ଟ୍ରଦୂତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ।

ସେପଟେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟବର୍ତ୍ତି ଅଂଚଳରେ ବିସ୍ଫୋରଣ ଘଟଣା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ ହୋଇଛି । ଅମିତ ଶାହା ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

from Kanak News
via <a href="https://ifttt.com/?

କଟକ ପରେ ଏବେ ଅନୁଗୁଳରେ ନକଲି ତେଲ କାରଖାନା ଠାବ: ଅନୁଗୁଳ ସଦର ଅଂଚଳରୁ ବିଭିନ୍ନ ବ୍ରାଣ୍ଡ ନାଁରେ ବଜାରକୁ ଯାଉଥିଲା ଅପମିଶ୍ରିତ ତେଲ

କନକ ବ୍ୟୁରୋ: ଅନୁଗୁଳରୁ ନକଲି ତେଲ କାରାଖାନା ଠାବ । କୋଲକାତାରୁ ଆସୁଥିଲା ଏହି ଅପମିଶ୍ରିତ ତେଲ । ଅନୁଗୁଳ ସଦର ମହକୁମାରେ ଥିବା ଏକ ତେଲ କାରଖାନା ଉପରେ ପୋଲିସର ଚଢ଼ାଉ । ପୁଲିସର ସ୍ପେଶିଆଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲକୁ ଜବତ କରିଛନ୍ତି । ଏହି ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଉଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରିଛି ପୋଲିସ । ଘଟଣାରେ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କୋଲକାତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିଲା । ପରେ ବିଭିନ୍ନ କମ୍ପାନୀର ଠିପି ଓ ଲୋଗୋ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଏହି କମ୍ପାନୀର କୌଣସି ପ୍ରକାର ସ୍ୱୀକୃତି ନଥିବା ବେଳେ ଫୁଡ଼ ଲାଇସେନ୍ସ ମଧ୍ୟ ନଥିଲା । ତେବେ ପ୍ରାୟ ୧ବର୍ଷ ପୂର୍ବରୁ ଏହି ତେଲ କାରଖାନା ବେଆଇନ ଭାବେ ଚାଲୁଥିବା ଜାଣି ପ୍ରଶାସନ ସିଲ୍ କରିଥିଲା । ପରେ ପୁଣି ଏହି କମ୍ପାନୀ ବିନା କୌଣସି ଲାଇସେନ୍ସରେ ଅବାଧ ଭାବେ ତେଲ ଟିଣ ପ୍ରସ୍ତୁତ କରି ବିକ୍ରି କରୁଥିଲା ।

from Kanak News
via <a href="https://ifttt.com/?

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ରାଜଧାନୀର ଗାନ୍ଧୀ ପାର୍କରେ ରାଜନୈତିକ ଦଳ ପକ୍ଷରୁ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ: ଆଜି ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ । ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ପରଲୋକ ହୋଇଥିଲା । ୧୯୪୮ର ଆଜିର ଦିନରେ ଏକ ପ୍ରାର୍ଥନା ସଭାରେ ନାଥୁରାମ ଗଡସେଙ୍କ ଗୁଳିରେ ମହାତ୍ମା ଗାନ୍ଧି ପ୍ରାଣ ହରାଇଥିଲେ । ଜଣେ ମହାତ୍ମା ଆଉ ସତ୍ୟର ସ୍ୱରଭାବେ ଭାରତୀୟଙ୍କ ଆତ୍ମାରେ ରହିଥିବା ମହାନାୟକଙ୍କୁ ମନେ ପକାଉଛି ପୂରା ଦେଶ ।

ଏହି ଅବସରରେ ସାରା ଦେଶରେ ବାପୁଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱର ଗାନ୍ଧୀ ପାର୍କରେ ପ୍ରଦେଶ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଏବଂ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମଦ ମୁକ୍ତ ଓଡିଶା ନେଇ ବାପୁଙ୍କ ତିରୋଧାନ ଦିବସରେ ପୁଣି ଥରେ ସ୍ୱର ଜୋର କରିଛି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ । 

from Kanak News
via <a href="https://ifttt.com/?

ଫେବ୍ରୁଆରୀ ୧୫ଠୁ ସ୍ୱାଭାବିକ ହେବ ହାଇକୋର୍ଟ: ପୂର୍ବ ପରି ଚାଲିବ କୋର୍ଟ କାମ, ମାନିବାକୁ ପଡିବ ଏସଓପି

କନକ ବ୍ୟୁରୋ: ଫେବ୍ରୁଆରୀ ୧୫ରୁ ହାଇକୋର୍ଟରେ ପୂର୍ବଭଳି ମାମଲା ଶୁଣାଣି ଆରମ୍ଭ ହେବ । କରୋନା ପାଇଁ ଶୁଣାଣିରେ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ ପୁଣି ଥରେ ସ୍ୱାଭାବିକ ହେବ ଶୁଣାଣି । ଏନେଇ ଜାରି ହେଲା ବିଜ୍ଞପ୍ତି । ଅଦାଲତ କୋଠରୀରେ ଆଇନଜୀବୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତି ରହି ମାମଲା ପରିଚାଳନା କରିପାରିବେ । ଆସନ୍ତା ୧୫ ତାରିଖରୁ ଫିଜିକାଲ ମୋଡରେ ମାମଲା ଶୁଣାଣି ଆରମ୍ଭ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ହାଇକୋର୍ଟ ଓ ସବ୍ ଅର୍ଡିନେଟ କୋର୍ଟ ପାଇଁ ପ୍ରକାଶ ପାଇବାକୁ ଥିବା ଏସଓପି ଅନୁସାରେ ଫିଜିକାଲ ମୋଡରେ ମାମଲା ଶୁଣାଣି ଆରମ୍ଭ ହେବ । ପ୍ରତି ମାମଲାରେ ଫିଜିକାଲ ବା ଭର୍ଚୁଆଲ ମୋଡରେ ଉପସ୍ଥିତି ରହି ମାମଲାର ପରିଚାଳନା କରାଯିବ ସେନେଇ ସଂପୃକ୍ତ ଆଇନଜୀବୀ ହାଇକୋର୍ଟ ରେଜିଷ୍ଟ୍ରିକୁ ଆଗୁଆ ଅବଗତ କରିବେ । ଏହି ପ୍ରସଙ୍ଗରେ ସେମାନଙ୍କ ବିକଳ୍ପ ନେଇ ମାମଲା ଶୁଣାଣିର ପୂର୍ବଦିନ ଅବଗତ କରିବାକୁ ଆଇନଜୀବୀମାନଙ୍କୁ ଅନୁରୋଧ କରାଯାଇଛି ।

ଏହି ପ୍ରସଙ୍ଗ ଆଗକୁ ପରିସ୍ଥିତିରେ ହେବାକୁ ଥିବା ଉନ୍ନତି ବା ପରିବର୍ତ୍ତନ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ସ୍ୱାସ୍ଥ୍ୟ ସଂପର୍କିତ ଆଡଭାଇଜରୀ ଉପରେ ନିର୍ଭର କରିବ । ପୂର୍ବରୁ ଫେବ୍ରୁଆରୀ ୧ ତାରିଖରୁ ହାଇକୋର୍ଟ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

from Kanak News
via <a href="https://ifttt.com/?

ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ: କୁଚିଣ୍ଡାରୁ ଆସିଲା ଚାଷୀଙ୍କ ଦୁର୍ଦ୍ଦଶାର ଚିତ୍ର; କୁଚିଣ୍ଡା ଉପଖଣ୍ଡରେ ଏବେବି ପଡି ରହିଛି ହଜାର ହଜାର ବସ୍ତା ଧାନ

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ଧାନ । ହନ୍ତସନ୍ତ ହେଲେ ଚାଷୀ । ମିଲର ଧାନ ଟାର୍ଗେଟ ଉଠାଇ ସାରିଥିବା ବେଳେ, ବଳକା ଧାନ ମଣ୍ଡିରେ ପଡିରହିଛି ଧାନ । କୁଚିଣ୍ଡା ଉପଖଣ୍ଡରେ ବିଭିନ୍ନ ମଣ୍ଡରେ ପାଖାପାଖି ଲକ୍ଷାଧିକ ଧାନ ବସ୍ତା ପଡିରହିଥିବା ବେଳେ ଗତକାଲି ଅଦିନିଆ ବର୍ଷା ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଦେଇଛି ।

କେବେ ସରକାର ଟୋକନ ଅବଧି ବଢାଇବେ, ଆଉ କେବେ ଚାଷୀ ଧାନ ବିକିବେ, ସେ ନେଇ ଚିନ୍ତାରେ ଅଛନ୍ତି ଅନ୍ନଦାତା । ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ପଡିଥିବା ଅଧିକାଂଶ ଧାନ ଓଦା ହୋଇଯାଇଛି । ଫଳରେ ମଣ୍ଡିକୁ ଆସି ଓଦା ବସ୍ତା ବଦଳାଇବା ସହ ଭିଜିଲା ଧାନକୁ କଣ କରିବ ସେ ନେଇ ଚିନ୍ତାରେ ଚାଷୀ ।

from Kanak News
via <a href="https://ifttt.com/?

ଅର୍ଥନୀତିର ଜଟିଳ ପାଠକୁ ସରଳଭାଷାରେ ବୁଝାଇଲେ କୃଷ୍ଣମୂର୍ତ୍ତି ସୁବ୍ରମଣିଅନ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ

କନକ ବ୍ୟୁରୋ: ଗତକାଲି ସଂସଦରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଥିବାବେଳେ ଏହାକୁ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ । ଏଥିରେ ଗତବର୍ଷ ଦେଶର ଅର୍ଥନୀତି କିଭଳି ପ୍ରଦର୍ଶନ କରିଛି, ତାର ସମୀକ୍ଷା କରି ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା କିଭଳି ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ସେନେଇ ଆକଳନ କରାଯାଇଥାଏ । ତେବେ ଅର୍ଥନୀତି ଏକ ଜଟିଳ ପାଠ ହୋଇଥିବାରୁ ଏହାକୁ ରୋଚକ କରିବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶ୍ୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତ୍ତା ।

ମହାଭାରତ ଶ୍ଳୋକ

– ମହାଭାରତରେ ଶ୍ଳୋକ ରହିଛି ‘ଆପଦି ପ୍ରାଣ ରକ୍ଷା ଧର୍ମସ୍ୟ ପ୍ରଥମାଂକୁରଃ’ । ଅର୍ଥାତ ସଂକଟରେ ପଡିଥିବା ଜୀବନ ବଂଚାଇବା ହିଁ ଧର୍ମର ମୂଳତ୍ୱ । କରୋନା ମହାମାରୀ ସମୟରେ ଜୀବନ ରକ୍ଷା କରିବାକୁ ନିଆଯାଇଥିବା କଠୋର ଲକଡାଉନ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଏହି ଶ୍ଳୋକକୁ ବ୍ୟବହାର କରାଯାଇଛି ।

ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ର ଦୃଶ୍ୟ

– ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦରମାର ଅଧିକାଂଶ ଭାଗ କିଭଳି ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ ତାହା ଦର୍ଶାଯାଇଛି । ଫଳରେ ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଟଙ୍କା ବଳୁନାହିଁ । ଭାରତୀୟ ମାନଙ୍କ ଚିକିତ୍ସାରେ ବ୍ୟୟର ପ୍ରତିଫଳନ ଏହି ଦୃଶ୍ୟରେ ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟର ଉଦାହରଣ ଦେଇ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ଅଷ୍ଟ୍ରେଲିଆ ଟେଷ୍ଟ ବିଜୟ

– କରୋନା ଯୋଦ୍ଧାମାନେ ମହାମାରୀ ବିରୋଧରେ କରିଥିବା ସାହସିକ ଲଢେଇକୁ ସର୍ଭେରେ ପ୍ରଶଂସା କରାଯାଇଛି । ତେବେ ମହାମାରୀ ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତି ଇଂରାଜୀ ‘ଭି’ ଅକ୍ଷର ଆକାରରେ ପୁଣି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର- ଗାଭାଷ୍କର ଟ୍ରଫିରେ ଭାରତୀୟ କ୍ରିକେଚ ଦଳ ଯେଭଳି କଠିନ ପରିସ୍ଥିତିରୁ ବାହାରି ଆସି ଶୃଙ୍ଖଳାବିଜୟ ହାସଲ କଲା ଭାରତୀୟ ଅର୍ଥନୀତି ମଧ୍ୟ ସେହିଭଳି ବାହାରି ଆସିବ ବୋଲି ସର୍ଭେ ରିପୋର୍ଟରେ ଆଶା କରାଯାଇଛି ।

ବାରବେଲ ରଣନୀତି

କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ‘ବାରବେଲ’ ରଣନୀତି ଗ୍ରହଣ କରିଥିଲେ । ଅର୍ଥନୀତିରେ ବାରବେଲ ରଣନୀତି ଅନୁସାରେ ପ୍ରଥମେ ବିଚାର କରାଯାଏ ଯେ, ଫଳାଫଳ ଅତ୍ୟନ୍ତ ଖରାପ ହେବ ଓ ସେହି ଅନୁସାରେ ମୁକାବିଲା ପାଇଁ ପଦକ୍ଷେପ ନିଆଯାଏ । ଠିକ ସେହି ଅନୁସାରେ କରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପର୍ଯ୍ୟାୟରେ କଟକଣା ଲାଗୁ କରିଥିଲେ କେନ୍ଦ୍ର ସରକାର । ଆଗୁଆ ଲକଡାଉନ, ସଟଡାଉନ କଟକଣା ଫଳରେ କରୋନା ସଂକ୍ରମଣରେ ସମୟ ଲାଗିଲା ଏବଂ ସେହି ସମୟ ଭିତରେ ମୁକାବିଲା ରଣନୀତି ପ୍ରସ୍ତୁତ ହୋଇପାରିଲା ।

from Kanak News
via <a href="https://ifttt.com/?

ବିସ୍ଫୋରଣ ପରେ ଦିଲ୍ଲୀ ଓ ୟୁପିରେ ବଢିଲା ସୁରକ୍ଷା । ଇସ୍ରାଏଲ ଦୂତାବାସ ନିକଟରୁ ମିଳିଲା ଲଫାପା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ସ୍ଥଳ ନିକଟରୁ ଠାବ ହୋଇଛି ଇସ୍ରାଏଲ ଦୂତାବାସ ନାଁରେ ଆସିଥିବା ଲଫାପା । ଏହାକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଜବତ କରିଛି । ଏହା କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ତାହା ନେଇ ତଦନ୍ତ ଜାରି ରହିଛି । ନିକଟବର୍ତ୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରଣାଣ ଖୋଜୁଛି ।

ସେପଟେ ଘଟଣା ପରେ ପରେ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଗତକାଲି ଅପରାହ୍ନ ସମୟରେ ଆଇଇଡି ବିସ୍ଫୋରଣ ପରେ ପରେ ସୁରକ୍ଷା ଅଧିକ କଡାକଡି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ  ଘଟାଇଥାନ୍ତି । ଏହି ବିସ୍ଫୋରଣରେ ବିଶେଷ କ୍ଷତି ହୋଇନାହିଁ, କେବଳ ୩ରୁ ୪ଟି କାରର କାଚ କ୍ଷତିଗ୍ରସ୍ତ ହୋଇଛି । ଏନେଇ ବୈ÷ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବିଦେଶ ଗାବି ଅଶକେନାଜିଙ୍କ ସହ କଥା ହୋଇଛନ୍ତି ଓ ଏ ଘଟଣାକୁ ଗମ୍ଭିରତାର ସହ ନିଆଯାଇଛି ।

ଜୟଶଙ୍କର କହିଛନ୍ତି ଯେ, ଇସ୍ରାଏଲ ଦୂତାବାସ ଓ ରାଷ୍ଟ୍ରଦୂତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ । ସେପଟେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟବର୍ତ୍ତି ଅଂଚଳରେ ବିସ୍ଫୋରଣ ଘଟଣା ପରେ ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗଲ ଗସ୍ତ ବାତିଲ ହୋଇଛି । ଅମିତ ଶାହା ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

from Kanak News
via <a href="https://ifttt.com/?

ମହଙ୍ଗା ପଡିଲା ଆକ୍ରମଣ । ଚାଷୀ ଆନ୍ଦୋଳନରେ ପୋଲିସ ଏସଏଚଓଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏଁ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀ ପୋଲିସ

କନକ ବ୍ୟୁରୋ: ଦିଲ୍ଲୀ କୃଷକ ଆନ୍ଦୋଳନରେ ଆନ୍ଦୋଳନକାରୀଙ୍କୁ ମହଙ୍ଗା ପଡିଲା ପୋଲିସ ଏସଏଚଓଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିବା । ସିଂଘୁ ବର୍ଡରରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୁରକ୍ଷା ଦାୟିତ୍ୱରେ ଥିଲେ ଦିଲ୍ଲୀ ପୋଲିସ ଏସଏଚଓ ପ୍ରଦୀପ ପାଲିୱାଲ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଗଲା ବେଳେ ଖଣ୍ଡାରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ । ତେବେ ଭିଡିଓ ଫୁଟେଜକୁ ସଂଗ୍ରହ କରି ଏହି ଘଟଣାରେ ଏଯାବାତ୍ ୪୪ ଜଣଙ୍କୁ ଗିରଫ କଲାଣି ଦିଲ୍ଲୀ ପୋଲିସ ।

ସେପଟେ, ଆଜି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ଦିଆଯାଇଛି । ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀ ନେତା ।

ଅନ୍ୟପଟେ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଥିଲେ । ତେବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠିମାଡ କରିବାକୁ ପଡିଛି ।

from Kanak News
via <a href="https://ifttt.com/?

କୁହୁଡି ଆସ୍ତରଣରେ କୋରାପୁଟ ଜିଲ୍ଲା । ଘନ କୁହୁଡି ଯୋଗୁଁ ଦିଶୁନାହିଁ ରାସ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ: କିଛି ଦିନ ବ୍ୟବଧାନ ପରେ କୋରାପୁଟ ଜିଲ୍ଲାକୁ ଫେରିଛି କୁହୁଡ଼ି ।  ଚାରିଆଡ଼େ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ପାଇଁ ରାସ୍ତା ଘାଟ ଦେଖାଯାଉ ନାହିଁ । ଲାଇଟ ଲଗାଇ ରାସ୍ତାରେ ଗାଡ଼ି ଚଳାଚଳ କରୁଛି । ଘନ କୁହୁଡ଼ି ପାଇଁ ଯାତାୟତରେ ସମସ୍ୟା ଦେଖା ଦେଉଛି । କିଛି ଗାଡି କୁହୁଡ଼ି ପାଇଁ ରାଜ ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି । ସେହିପରି ନାରାୟଣପାଟଣାରେ ମଧ୍ୟ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ପୁଣି ଓଲଟିଲା ବସ୍ । ରାୟଗଡା ବିଷମକଟକ ଥାନା ପୁରୀକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୯ ଆହତ

କନକ ବ୍ୟୁରୋ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ହୋଇଥିବା ଜଣାପଡିଛି । ତେବେ ବଡ଼ମ୍ବା ନୟାଗଡ଼ଠାରୁ ଜୟପୁର ଅଭିମୁଖେ ଏହି ଯାତ୍ରୀବାହୀ ବସଟି ଯାଉଥିଲା । ବିଷମକଟକ ଥାନା ପୁରୀକଣା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ ।

ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାୟଗଡ଼ା ଡ଼ାକ୍ତରଖାନାକୁ ପଠାଇଛି । ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘନକୁହୁଡ଼ି କାରଣରୁ ବସଟି ରାସ୍ତାର କଲଭର୍ଟକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଯାହା ସନ୍ଦେହ କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started