ବାରିପଦା ପିଆରଏମ ମେଡିକାଲ କଲେଜରେ ପୁଣି ଉତ୍ତେଜନା । ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

କନକ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ପୁଣି ଉତ୍ତେଜନା । ଛାତ୍ରସଂଘ ଏବଂ କଲେଜର ନନ୍ ଟିଚିଂ ଷ୍ଟାଫଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା ହୋଇଛି । କଲେଜର କର୍ମଚାରୀ କିଛି ଅଣଛାତ୍ରଙ୍କୁ ବେଆଇନ ଭାବେ କଲେଜ ଭିତରକୁ ପ୍ରବେଶ କରାଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏହି ଗଣ୍ଡଗୋଳ ଘଟଣାରେ ମେଡିକାଲ କଲେଜର ଛାତ୍ର ସଂସଦ ସଭାପତି ଗୁରୁତର ଭାବେ ଆହତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଅଟୋରେ କଏଦୀଙ୍କୁ ଛାଡି ମାଛ କିଣାରେ ମାତିଲେ ଜେଲ୍ ୱାଡେନ । ପୋଲିସର ଖାମଖିଆଲ ନୀତିକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା

କନକ ବ୍ୟୁରୋ: ଅଟୋରେ କଏଦୀଙ୍କୁ ଛାଡି ମାଛ କିଣାରେ ମାତିଲେ ଜେଲ ୱାଡେନ । ଏପରି ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରୁ । ସୂଚନା ଅନୁସାରେ ସୋର ଉପକାରାଗାରରୁ ଦୁଇ ଜଣ କଏଦୀଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଟୋରେ ନେଇ ଆସୁଥିଲେ ଦୁଇ ଜଣ ଜେଲ ୱାଡେନ ଏବଂ ଜଣେ ଫାର୍ମାସିଷ୍ଟ । ଡାକ୍ତରଖାନାରେ ଚିକିତ୍ସା କରି ସାରି ଫେରିବା ସମୟରେ ବାଟରେ ଅଟୋରେ କଏଦୀଙ୍କୁ ଛାଡି ଘର ପାଇଁ ମାଛ କିଣିବାକୁ ଚାଲିଗଲେ ୱାଡେନ ବାବୁ ।

ତେବେ ଏହି ସମୟରେ କ୍ୟାମେରା ଦେଖି ଫେରି ଆସିଥିଲେ । ଅଟୋରେ କଏଦୀଙ୍କୁ ଏକୁଟିଆ ଛାଡି ଦେଇ କିପରି ମାଛ କିଣିବାକୁ ଆସିଥିଲେ ୱାଡେନଙ୍କୁ ପ୍ରଶ୍ନ କରିବାରୁ , କଏଦୀଙ୍କୁ ଅଟୋରେ ନେଇ ଦ୍ରୁତ ବେଗରେ ଚାଲି ଯାଇଥିଲେ ୱାଡେନ ବାବୁ । ତେବେ ଘଟଣା ସମ୍ପର୍କରେ ବୁଝିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜେଲର ।

from Kanak News
via <a href="https://ifttt.com/?

ବାଲିପାଟଣାର ଛାତ୍ରୀଙ୍କୁ ସହଯୋଗର ହାତ ବଢାଇଲେ ରାନୀ ପଣ୍ଡା: ପରିବାର ଚଳାଇବାକୁ ମେଣ୍ଢା ଚରାଉଛନ୍ତି ସସ୍ମିତା; ପାଠପଢା ପାଇଁ ସମସ୍ତ ସହାୟତା ଦେବାକୁ ରାନୀଙ୍କ ପ୍ରତିଶ୍ରୁତି

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାର ମେଣ୍ଢା ଚରାଇ ପରିବାର ପୋଷୁଥିବା କଲେଜ ଛାତ୍ରୀ ସସ୍ମିତାଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ଘରେ ବାପା ରୋଗଗ୍ରସ୍ତ, ପରିବାର ଚାଇବାକୁ ସଂଘର୍ଷ କରିବା ଭିତରେ ସେ ମେଣ୍ଢା ଚରାଉଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ତେଣୁ ସେ ଏପଟେ ପାଠପଢ଼ା, ସେପଟେ କଲେଜରୁ ଫେରି ମେଣ୍ଢା ଚରାଉଛନ୍ତି ।

ତେବେ ଏହି ଘଟଣା ରାନୀ ପଣ୍ଡାଙ୍କ ନଜରକୁ ଆସିବା ପରେ ସେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ଆଗକୁ ଶିକ୍ଷା ପାଇଁ ସମସ୍ତ ସହାୟତାର ହାତ ବଢାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ରାନୀ ପଣ୍ଡା । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସେମାଣା ଶାସନ ପଂଚାୟତ ପାଳସାହିର ସସ୍ମିତା ଏବେ ଯୁକ୍ତ ୩ରେ ପଢୁଛନ୍ତି । ତାଙ୍କର ପାଠ ପଢା ସରିବା ପରେ ତାଙ୍କୁ ଚାକିରୀ ଖଣ୍ଡିଏ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାନୀ ପଣ୍ଡା ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କଲେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ: ହେଲେ ସଂସଦରେ ଉପସ୍ଥିତ ରହିଲା ବିଜେଡି; ଦଳୀୟ ସାଂସଦ କହିଲେ, ସାମ୍ବିଧାନିକ ବ୍ୟବସ୍ଥାକୁ ଦିଆଯାଇଛି ସମ୍ମାନ

କନକ ବ୍ୟୁରୋ: ଗତକାଲି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନର ପ୍ରଥମ ଦିନ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ ବର୍ଜନ କରିଥିବା ବେଳେ ବିରୋଧୀଙ୍କ ସାଙ୍ଗରେ ବିଜେଡି ରହିନାହିଁ । ଦଳର ସାଂସଦମାନେ ଗୃହରେ ଉପସ୍ଥିତ ରହିଥିଲେ । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୂପରେଖ ବାବଦରେ ସୂଚନା ଦେଉଥିବା ବେଳେ  ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ ବିରୋଧୀ ।

କଂଗ୍ରେସ, ଏନସିପି, ନେସନାଲ କନଫରେନ୍ସ, ଡିଏମକେ, ଟିଏମସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ ଆଦି ୧୮ଟି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ । ଦଳର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ, ସଂସଦୀୟ ବିଧି ବ୍ୟବସ୍ଥା । ଏହାକୁ ଦଳ ସମ୍ମାନ ଦେଇଛି । ଏହା ସହ ସେ କହିଛନ୍ତି, ବିଜେଡି ଅନ୍ଧ ଭାବେ କାହାକୁ ସମର୍ଥନ କିମ୍ବା ବିରୋଧ କରେନାହିଁ । ଓଡ଼ିଶାର ସ୍ୱାର୍ଥ ସପକ୍ଷରେ ରହିଛି ଦଳ ।

from Kanak News
via <a href="https://ifttt.com/?

ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ: ଧ୍ୱଜାବତରଣ ଉତ୍ସବ ସ୍ଥଳରୁ ମାତ୍ର ଦେଢ଼ କି.ମି ଦୂରରେ ଫୁଟିଲା ବୋମା, ଦିଲ୍ଲୀ ପୋଲିସର ତନାଘନା

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପରେ ସୁରକ୍ଷା ଅଧିକ କଡାକଡି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ ଘଟାଇଥାନ୍ତି । ଏହାକୁ ଆତଙ୍କବାଦୀମାନେ ମାଟି ତଳେ ରଖିଥାନ୍ତି । ଯାହାକି ସାମାନ୍ୟ ଚାପ ପାଇ ଫାଟି ଉଠେ, ଯେମିତିକି ପାଦ ପଡିଲେ ବା ଗାଡିର ଚକ ଚାଲିଲେ ଏହା ବିସ୍ଫୋରଣ ଘଟେ ।

ସୂଚନା ଅନୁସାରେ ଏନେଇ କୌଣସି କ୍ଷତି ହୋଇନାହିଁ ବୋଲି ଦିଲ୍ଲୀ ପୋଲିସ ତରଫରୁ ସ୍ପଷ୍ଟ କରାଯାଇଛି । କେବଳ ୩ରୁ ୪ଟି କାରର କାଚ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ଏ ଘଟଣାଟି ଅପରାହ୍ନ ୫ଟା ବାଜି ୫ ମିନିଟରେ ଘଟିଥିଲା । ଏନେଇ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏସ ଜୟଶଙ୍କର ଟ୍ୱିଟ କରି ଲେଖିଛନ୍ତି ଯେ ସେ ଇସ୍ରାଏଲର ବିଦେଶ ମନ୍ତ୍ରୀ ଗାବି ଅଶକେନାଜିଙ୍କ ସହ କଥା ହୋଇଛନ୍ତି ଓ ଏ ଘଟଣାକୁ ଗମ୍ଭିରତାର ସହ ନିଆଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ ଦୂତାବାସ ଓ ରାଷ୍ଟ୍ରଦୂତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଆଯିବ ।

ଦିଲ୍ଲୀ ପୋଲିସ ଏହାର ତଦନ୍ତ ଜାରି ରଖିଛି । ଦୋଷୀଙ୍କୁ ଖୋଜିବାରେ ଭାରତ ତାର ସମସ୍ତ ଶକ୍ତିକୁ ଲଗାଇଛି । ତେବେ ବିଶେଷ ଭାବରେ ଭୟ ଖେଳାଇବା ଉଦ୍ଦେଶ୍ୟରେ ଏପରି ବିସ୍ଫୋରଣ ଘଟାଯାଇଥିବା ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସୁଥିବା ସୂଚନାରୁ ଜଣାପଡିଛି । ଏହି ବିସ୍ଫୋରଣ ପରେ ପରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଦିନିକିଆ ଉପବାସ: ଆନ୍ଦୋଳନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ

କନକ ବ୍ୟୁରୋ: ଆଜି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସୂଚନା ଦିଆଯାଇଛି । ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀ ନେତା ।

ସେପଟେ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିମାଡ କରିଛି ପୋଲିସ୍ । ଏହି ସଂଘର୍ଷରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ନେଇ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

from Kanak News
via <a href="https://ifttt.com/?

ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୁହୁଡି କରିବ କଲବଲ: ଘନକୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା; ଗତ ୨୪ ଘଂଟାରେ ୭ ସହରର ପାରା ୧୫ ଡିଗ୍ରୀ ତଳେ

କନକ ବ୍ୟୁରୋ: ଆଜି ଠାରୁ ରାଜ୍ୟରେ ୩ ଦିନ ଦେଖାଦେବ ଘନକୁହୁଡି । ଆଜି ଝାରସୁୁଗୁଡା, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ମୟୂରଭଂଜ ଏବଂ ବାଲେଶ୍ୱର ଜିଲ୍ଲାରେ ଘନକୁହୁଡି ସମ୍ଭାବନା ରହିଛି । ଆସନ୍ତାକାଲି ଏବଂ ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ପୁରୀ, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଘନକୁହୁଡି ଦେଖାଯିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକୁ ଆସନ୍ତା ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଂଟାରେ ରାଜ୍ୟର ୭ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ଏହା ମଧ୍ୟରୁ ବାରିପଦାରେ ସବୁଠାରୁ କମ୍ ୧୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

‌କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଢେଙ୍କାନାଳ  ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଜଣାପଡ଼ିଛି। ଅପରପକ୍ଷେ  ଗତକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହୋଇଯାଇଥିବା ଜଣାଯାଇଛି। ଏସବୁ ଜିଲ୍ଲାରେ ପାଗ ମେଘୁଆ ରହିଥିଲା। ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ବାରିପଦାଠାରେ ୧୨.୨ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୭ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଅବଶିଷ୍ଟ ଓଡ଼ିଶା‌ରେ ତାପମାତ୍ରା ୧୫ରୁ ୧୯ ଡିଗ୍ରୀ ଭିତରେ ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

from Kanak News
via <a href="https://ifttt.com/?

ଆସନ୍ତାକାଲି ସାରା ଦେଶରେ ଚାଷୀ ପାଳିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବେ ଚାଷୀ

କନକ ବ୍ୟୁରୋ: ଆସନ୍ତାକାଲି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ଆଜି ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଆଜି ସୂଚନା ଦିଆଯାଇଛି ।

ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀ ନେତା । ସେପଟେ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ଆଜି ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିମାଡ କରିଛି ପୋଲିସ୍ । ଏହି ସଂଘର୍ଷରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ନେଇ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

from Kanak News
via <a href="https://ifttt.com/?

କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ବରଫ ଭିତରେ ଗରମ ଖାଦ୍ୟର ମଜା ନେଉଛନ୍ତି ଲୋକ

କନକ ବ୍ୟୁରୋ: କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ପ୍ରବଳ ତୁଷାରପାତ ଭିତରେ ବରଫରେ ଏହା ନିର୍ମାଣ ହୋଇଛି । ଏଠାରେ ବରଫରେ ନିର୍ମିତ ଟେବୁଲ ରହିଥିବା ବେଳେ ଗରମ ଗରମ ଖାଦ୍ୟ ପରସା ଯାଉଛି । କଶ୍ମୀର ଗୁଲମର୍ଗର କୋଲାହାଇ ସ୍କି ରେସର୍ଟ ପରିସରରେ ଆରମ୍ଭ ହୋଇଥିବା ଏହି ଇଗଲୁ କାଫେରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି।

ଏହି ଇଗଲୁ କାଫେ ପ୍ରାୟ ୧୫ଫୁଟ ଉଚ୍ଚ ଓ ୨୬ଫୁଟ ଗୋଲାକାର ଆକୃତିର ରହିଛି । ଗୋଟିଏ ଗୋଟିଏ ଇଗଲୁ କାଫେରେ ୪ଟି ଟେବୁଲ ସହ ୧୬ଜଣ ପର୍ପ୍ୟଟକ ବସିବାର ସୁବିଧା କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଇଗଲୁ କାଫେ ନିର୍ମାଣ କରାଯାଇଛି । ତେବେ ଗୁଲମର୍ଗରେ ହୋଇଥିବା ତୁଷାରପାତ ଯୋଗୁଁ ଏହି ଅସହଜରେ ନିର୍ମାଣ କରାଯାଇପାରିଛି । ଗତ କୋଭିଡ କଟକଣା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା । ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଥିବାରୁ ବ୍ୟବସାୟ ଭଲ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ ।

from Kanak News
via <a href="https://ifttt.com/?

ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଲେ ଭାରତ ଉପରେ ଭରସା ଅଛି

କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଭାରତ ଉପରେ ତାଙ୍କ ଯଥେଷ୍ଟ ଭରସା ଅଛି ବୋଲି ସେ କହିଛନ୍ତି । ଏଥିସହ ତାଙ୍କୁ ଘଟଣା ସମ୍ପର୍କରେ ପ୍ରତିଟି ଅପଡେଟ୍ ଦିଆଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ସନ୍ଧ୍ୟା ସମୟରେ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଏହା ପରେ ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ୍ ଯାଇ ପହଞ୍ଚି ଯାଇଥିଲା । ଏହି ଘଟଣାରେ କେବଳ କିଛି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଥିଲା । ଏଥିସହ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ମଧ୍ୟ କୁହାଯାଇଥିଲା । ଏହାପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

ଅନ୍ୟପଟେ ଭାରତର ବୈଦେଶିକ ବିଭାଗର ମନ୍ତ୍ରୀ ଏସ ଜୟଶଙ୍କର ଏନେଇ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started