ଦିଲ୍ଲୀ ସିଂଘୁ ସୀମାରେ ସଂଘର୍ଷ । ଆନ୍ଦୋଳନରତ ଚାଷୀ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ । ସ୍ଥିତି ଅସମ୍ଭାଳ ହେବାରୁ ପୋଲିସର ଲାଠି ଚାର୍ଜ, ଲୁହବୁହା ଗ୍ୟାସ ମାଡ଼ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ତିନି ଦିନ ହେଲା ସିଂଘୁ ସୀମାରେ ଚାପା ଉତେଜନା ଲାଗି ରହିଛି । ଉତେଜନାକୁ ନଜରରେ ରଖି ସୀମାରେ ବହୁ ସଂଖ୍ୟାରେ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ଗୁରୁବାର ଚାଷୀ ନେତା ରାକେଶ ଟିକାୟତଙ୍କ ଡାକରା ପରେ ପୁଣି ଥରେ ଚାଷୀ ଆନ୍ଦୋଳନ ତେଜିବା ସହ ହିଂସାକାଣ୍ଡର ଆଶଙ୍କା କରି ଶୁକ୍ରବାର ସକାଳୁ ସକାଳୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଥିଲା । ଏପରିକି ୨ କିଲୋମିଟର ପୂର୍ବରୁ ସମସ୍ତ ଗାଡିକୁ ଅଟକାଇ ଦିଆଯାଉଥିଲା ।

କୃଷକ ଆନ୍ଦୋଳନସ୍ଥଳକୁ ଯିବାକୁ ହେଲେ ପରିଚୟ ପତ୍ର ଦେଖାଇ ଛଡାଯାଇଥିଲା । ରାସ୍ତାର ଗୋଟିଏ ପାଶ୍ୱର୍ରେ ଶାନ୍ତିପୂର୍ଣ୍ଣ ଭାବେ କୃଷକମାନେ ଆନ୍ଦୋଳନ ଚଳାଇଥିଲେ ଓ ଅନ୍ୟ ପାଶ୍ୱର୍ରେ ସୁରକ୍ଷାର ମୋର୍ଚ୍ଚା ସମ୍ଭାଳୁଥିଲେ ପୋଲିସ । ଏହି ସମୟରେ ଅଚାନକ ପୋଲିସ ଫୋର୍ସ ମୂତୟନ ଥିବା ଅଂଚଳକୁ କିଛି ଲୋକ ଚାଲି ଆସିଥିଲେ । ସେମାନେ ନିକଟବର୍ତି ଗାଁ ବେବାନା ଓ ନରେଲା ଗ୍ରାମବାସୀ ବୋଲି କହି କୃଷକ ଆନ୍ଦୋଳନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କୃଷକ ଆନ୍ଦୋଳନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସେମାନଙ୍କୁ ୨ କିଲୋମିଟର ପୂର୍ବରୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା, ହେଲେ ସେମାନେ ଆଗକୁ ଆଗକୁ ମାଡି ଚାଲିଥିଲେ । ଦେଖୁ ଦେଖୁ ବିକ୍ଷୋଭ ପ୍ରଦର୍ଶନକାରୀମାନେ କୃଷକ ଆନ୍ଦୋଳନ ବିରୋଧରେ ନାରାବାଜି କରି କୃଷକ ଆନ୍ଦୋଳନସ୍ଥଳର ପାଖାପାଖି ପହଁଚି ଯାଇଥିଲେ । ଏହା ଦେଖି ଦୀର୍ଘ ୨ ମାସ ହେବ ସୀମାରେ ବସିଥିବା ଚାଷୀମାନେ ତାତି ଉଠିଥିଲେ । ବିକ୍ଷୋଭ କରୁଥିବା ଲୋକଙ୍କୁ ଜବାବ ଦେବାକୁ ଆନ୍ଦୋଳନସ୍ଥଳରୁ ଉଠି ଧାଡି ବାନ୍ଧି ଛିଡା ହୋଇଯାଇଥିଲେ । ଆଉ ସ୍ଥାନୀୟ ଲୋକମାନେ ଯେମିତି ଚାଷୀଙ୍କ ପାଖରେ ପହଁଚିଯାଇଥିଲେ ମୁହାଁମୁହିଁ ହୋଇଥିଲେ ଉଭୟ ପକ୍ଷ ।

ଦେଖୁ ଦେଖୁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ସିଂଘୁ ସୀମା । ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ସ୍ଥାନୀୟ ବିକ୍ଷୋଭକାରୀମାନେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ ଆଣିଥିବା ଲାଠି ଓ ଦଣ୍ଡାରେ ମନଇଛା ପିଟି ଚାଲିଥିଲେ । ଆକ୍ରମଣ ହେବା ପରେ କୃଷକମାନେ ବି ଛାଡି ନଥିଲେ । ସ୍ଥାନୀୟ ଲୋକଙ୍କୁ ପ୍ରତିଆକ୍ରମଣ କରିଥିଲେ କୃଷକ । ତାପରେ ଉଭୟ ପକ୍ଷ ପରସ୍ପର ଉପରକୁ ପଥରମାଡ କରିଥିଲେ । ଏହି ପଥର ମାଡରେ ଉଭୟ ପକ୍ଷରୁ କେତେଜଣ ଆହତ ହେବା ସହ ନିୟୋଜିତ ଥିବା ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

ସ୍ଥାନୀୟ ଲୋକ ଓ କୃଷକଙ୍କ ମଧ୍ୟରେ ଧିରେ ଧିରେ ପରିସ୍ଥିତି ଅଣାୟତ ଆଡକୁ ଗତି କରୁଥିବାବେଳେ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ମାଡ କରିବା ସହ ଲାଠିଚାର୍ଜ କରିଥିଲା ପୋଲିସ । ଟିଭି ସ୍କ୍ରିନରେ ଥିବା ଏହି ଦୃଶ୍ୟକୁ ଦେଖନ୍ତୁ, ଆନ୍ଦୋଳନକାରୀଙ୍କୁ କିଭଳି ଗୋଡାଇ ଗୋଡାଇ ପିଟୁଛନ୍ତି ପୋଲିସ କର୍ମୀ । ଜଣେ ଆନ୍ଦୋଳନକାରୀ ତଳେ ପଡିଯାଇଥିବାବେଳେ ପ୍ରାୟ ୧୦ ରୁ ୨୦ ଜଣ ସୁରକ୍ଷା କର୍ମୀ ପିଟି ଚାଲିଛନ୍ତି । ପୋଲିସର ଏଭଳି ମାଡରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ ।

ତେବେ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ କୃଷକମାନେ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିସହ ସ୍ଥାନୀୟ ଲୋକଙ୍କୁ ଘଉଡାଇବା ପାଇଁ କୃଷକ ଖଣ୍ଡା ବୁଲାଇଥିବା ଅଭିଯୋଗ ହୋଇଛି । କୃଷକ ଆନ୍ଦୋଳନ ଯୋଗୁଁ ରାସ୍ତା ବନ୍ଦ ରହିବା କାରଣରୁ ସେମାନଙ୍କ ରୋଜଗାର ପ୍ରତି ସଂକଟ ଦେଖା ଦେଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଅନ୍ୟପଟେ କୃଷକ ଆନ୍ଦୋଳନସ୍ଥଳରୁ ସ୍ଥାନୀୟ ଲୋକଙ୍କୁ ବାହାର କରି ଦେଇଛନ୍ତି ସୁରକ୍ଷା ବଳ । ହେଲେ ସୀମାରେ ଏବେ ବି ଚାପା ଉତେଜନା ଲାଗି ରହିଛି ।

from Kanak News
via <a href="https://ifttt.com/?

ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।

କନକ ବ୍ୟୁରୋ : ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ । ୭ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ । ମହିଳା କର୍ମଚାରୀ ପାଇଁ ସମୟ କଟକଣାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ।

ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ, ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା । ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି ବାଢ଼ିଛନ୍ତି, ତାହା ସନ୍ଦେହକୁ ସଂପୂର୍ଣ୍ଣ ଦୂର କରିପାରୁନି । ସେ କହିଛନ୍ତି, ଫାଇଭ-ଟି ରେ ଟାଇମ୍ ଫ୍ୟାକ୍ଟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଠିକ୍ ସମୟରେ ଆସିବା, ଠିକ୍ ସମୟରେ କାମ କରିବା ଏବଂ ଠିକ୍ ସମୟରେ ଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ।

ସମୟାନୁବର୍ତ୍ତି ହେବା ନେଇ ଯେଉଁ ଯୁକ୍ତି ଦର୍ଶାଯାଉଛି, ତାହା କେବଳ ମହିଳାଙ୍କ ପାଇଁ କାହିଁକି ଲାଗୁ ହେବ, ତାହା ହିଁ ବଡ଼ ପ୍ରଶ୍ନ । ଏପଟେ ପୂର୍ତ ବିଭାଗର ଉପ ସଚିବ, ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯାହାକି ଏହା ପଛରେ ଅନ୍ୟ କିଛି କାରଣ ନେଇ ଇଙ୍ଗିତ କରୁଛି ।

from Kanak News
via <a href="https://ifttt.com/?

କେଜିଏଫ-୨ର ରିଲିଜ ତାରିଖ ଘୋଷଣା

କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର  ୟଶ୍ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ । ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬ ତାରିଖରେ ରିଲିଜ ହେବ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ୟଶ୍, ଶ୍ରୀନିଧି ସେଟ୍ଟୀ ଓ ରବିନା ଟଣ୍ଡନ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନିଲ ଦେଇଥିବାବେଳେ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ ଭାଷାରେ ରିଲିଜ ହେବ ।

ସୂଚନାଯୋଗ୍ଯ ଯେ, କେଜିଏଫ-୨ ଫିଲ୍ମଟି ୨୦୧୮ରେ ରିଲିଜ ହୋଇଥିବା କେଜିଏଫ ଫିଲ୍ମର ସିକ୍ୱେଲ । ଏଥିରେ ହିରୋ ରକି ଭିଲେନ୍ ଅଧିରାକୁ ସାମ୍ନା କରିବ। ଅଭିନେତା ସଞ୍ଜୟ ଦତ୍ତ ଏଥର ଅଧିରା ଭୂମିକାରେ ଅଭିନୟ କରିଛନ୍ତି । କେଜିଏଫ-୧ ବକ୍ସ ଅଫିସରେ ପ୍ରାୟ ୨୦୪ କୋଟି ଆୟ କରିଥିଲା ।  କିଛି ଦିନ ତଳେ କେଜିଏଫ-୨ ର ଟିଜର ରିଲିଜ ହୋଇଥିଲା । ଯାହାକୁ ୧୬ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।

from Kanak News
via <a href="https://ifttt.com/?

ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ । କୋଭିଡ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେଲା ବିଏମସି

କନକ ବ୍ୟୁରୋ : ଏବେ ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଅଣ ବିଏମସି ଅଧିକାରୀ ଓ କର୍ମଚାରୀ । କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ ସରକାର ବିଏମସି କୋଭିଡ଼୍ ସେଲକୁ ଆସିଥିଲେ ଅଧିକାରୀ ଓ କର୍ମଚାରୀ ଗଣ । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ଡ଼ାକ୍ତର ଏବଂ ଆସିଷ୍ଟାଣ୍ଟସେକ୍ସନ୍ ଅଫିସରଙ୍କ ସଂଖ୍ୟା ଅଧିକ ।

ବର୍ତମାନ ସ୍ଥିତିରେ ଶେଷ ପର୍ଯ୍ୟାୟରେ ଥିବା ୧୦ ଜଣ ଡ଼ାକ୍ତର ଏବଂ ୧୫ ଜଣ ଏଏସଓ ମାନଙ୍କ ମଧ୍ୟରୁ ସମସ୍ତ ଏଏସଓଙ୍କୁ ରିଲିଭ୍ କରାଯାଇଥିବା ବେଳେ ଆଉ ୬ ଜଣ ଡ଼ାକ୍ତରଙ୍କୁ ଜାନୁୟାରୀ-୨୧ ଶେଷ ସୁଧା ରିଲିଭ୍ କରାଯିବ ଏବଂ କେବଳ ୪ ଜଣ ଡ଼ାକ୍ତର ଜରୁରୀ କଂଟାକ୍ଟ ଟ୍ରେସିଂ ଇତ୍ୟାଦି ପାଇଁ ନିୟୋଜିତ ରହିବେ ବୋଲି କହିଛନ୍ତି ବିଏମସି କୋଭିଡ଼୍ ସେଲ୍ ର ମୁଖ୍ୟ ତଥା ଡ଼େପୁଟି କମିଶନର ହେଲଥ ଏବଂ ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ ।

ସୂଚନାଯୋଗ୍ୟ କି, ଭୁବନେଶ୍ୱର ମହାନଗର ନିଗମାଂଚଳରେ କୋଭିଡ଼୍ ସଂକ୍ରମଣ ସ୍ଥିତି କ୍ରମଶଃ କମିଆସିଛି ଏବଂ ସଂକ୍ରମଣ ଏକକ ସଂଖ୍ୟାରେ ସୀମିତ ରହିଅଛି । ୨୨ ଜାନୁୟାରୀରେ ୫ ଜଣ, ୨୩ ଜାନୁୟାରୀରେ ୫ ଜଣ, ୨୪ ଜାନୁୟାରୀରୁ ୨୭ ଜାନୁୟାରୀ ପର୍ଯ୍ୟନ୍ତ ୪ ଜଣ ଲେଖାଏଁ ଏବଂ ୨୮ ଜାନୁୟାରୀରେ ୮ ଜଣ ରହିଥିବାର ଜଣାପଡ଼ିଛି । ତେବେ ଧିରେ ଧିରେ ସଂକ୍ରମଣ କମିବାରୁ ଅଣ ବିଏମସି କର୍ମଚାରୀଙ୍କୁ ଫେରାଇ ଦିଆଯାଇଛି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ଶେଷ ହେଲା ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ

କନକ ବ୍ୟୁରୋ: ଦିଲ୍ଲୀ ବିଜୟ ଚୌକରେ ଆୟୋଜିତ ହୋଇଛି ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ୩ ଦିନ ପରେ ଧ୍ୱଜାବତରଣ ସମାରୋହର ଆୟୋଜନ କରାଯାଇଥାଏ । ଶୁକ୍ରବାର ମଧ୍ୟ ବେଶ ଉତ୍ସାହର ସହ ଏହି ଉତ୍ସବ ପାଳନ ହୋଇଯାଇଛି । ଏଥିସହ ତ୍ରିରଙ୍ଗା ପତାକାକୁ ତଳକୁ ଓହ୍ଲାଇ ଦିଆଯାଇଛି ।
ସାଧାରଣତନ୍ତ୍ର ଦିବସର ସମାପନ ଦିବସ ଭାବେ ଏହାକୁ ପାଳନ କରାଯାଏ ।

from Kanak News
via <a href="https://ifttt.com/?

ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ବିବାଦ । ‘ବାଏ ମେନି ଏ ହାପି ଆକସିଡେଂଟ’ରେ ମୋଦିଙ୍କୁ ଲେଖିଛନ୍ତି କିଛି କଥା

କନକ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରିଙ୍କ ବହିକୁ ନେଇ ଏକ ବିବାଦ ଦେଖାଦେଇଛି । ଏହାର କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଥିରେ ଅନସାରି ଲେଖିଥିବା କିଛି କଥା । ଏହି ବହିର ନାଁ ରହିଛି ‘ବାଏ ମେନି ଏ ହାପି ଆକସିଡେଂଟ’ ।

ସେ ଏଥିରେ ଲେଖିଛନ୍ତି ଯେ, ଉପରାଷ୍ଟ୍ର୍ରତି ଥିବା ବେଳେ ହଠାତ୍ ଥରେ ତାଙ୍କ ଅଫିସକୁ ପ୍ରଧାନମନ୍ତ୍ରୀ ମୋଦି ଆସିଥିଲେ । ଆଉ ଏଥିରେ ଅନସାରି ଉପରାଷ୍ଟ୍ରପତି ଭାବେ ତାଙ୍କୁ ସହାୟତା କରୁନଥିବା ମୋଦି ଅଭିଯୋଗ କରିଥିଲେ ବୋଲି ଏହି ବହିରେ ଉଲ୍ଳେଖ ରହିଛି । ଏହାସହ ରାଜ୍ୟସଭା ଟିଭି ସରକାର ସପକ୍ଷବାଦୀ କାହିଁକି ନୁହେଁ ମୋଦି ପଚାରି ଥିଲେ ବୋଲି ବହିରେ ଅନସାରି ଲେଖିଛନ୍ତି । ଲୋକସଭାରେ ବିଜେପିର ବହୁମତ ଥିବାରୁ ଦଳ ରାଜ୍ୟସଭାକୁ ମଧ୍ୟ ନିଜ ହାତରେ ରଖିବାକୁ ଚାହୁଁଥିଲା ବୋଲି ସେ ଲେଖିଛନ୍ତି ।

from Kanak News
via <a href="https://ifttt.com/?

କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ

କନକ ବ୍ୟୁରୋ: କରୋନା ସଂକଟ ଓ କୃଷକମାନଙ୍କ ଆନ୍ଦୋଳନ ଭିତରେ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନପକାଇ ଦୁଃଖ ପ୍ରକାଶ କରିଥିଲେ । ଏହା ସହ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଯେ, କୃଷକଙ୍କ ସ୍ୱାର୍ଥ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ସ୍ୱାମୀନାଥନ କମିସନଙ୍କ ସୁପାରିସକୁ ଅନୁସରଣ କରି ସରକାର ଏମଏସପି ମୂଲ୍ୟ ଦ୍ୱିଗୁଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନେକ ବିଚାର ବିମର୍ଷ ପରେ ସଂସଦରେ କୃଷି ବିଲ ପାସ୍ ହୋଇଥିଲା ଏବଂ ଏହାଦ୍ୱାରା ୧୦କୋଟି ଛୋଟ ଚାଷୀ ଲାଭ ପାଇବେ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଚଳିତ ବର୍ଷ କିପରି ରହିବ ସଂସଦା ବଜେଟ ଅଧିବେସନ ସେ ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୦ରେ ଅର୍ଥମନ୍ତ୍ରୀ ଯେଉଁଭଳି ଭାବେ ୩ରୁ ୪ଟି ମିନି ବଜେଟ ଉପସ୍ଥାପନ କରିଥିଲେ, ଆସନ୍ତା ବଜେଟ ତାର ଏକ ଅଂଶ ବିଶେଷ ହେବ । ଆମେ ଚଳିତ ବଜେଟକୁ ଉକ୍ତ ମିନି ବଜେଟର ଅଂଶ ଭାବେ ଦେଖିବା ବୋଲି କହିଛନ୍ତି ମୋଦୀ ।

କେମିତି ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଗୁରୁତ୍ୱ ଦେବାର ସମୟ ଆସିଯାଇଛି । ଏହା ବ୍ୟତିତ ଏମଏସଏମଇ, ପର୍ଯ୍ୟଟନ ପରି କ୍ଷେତ୍ରକୁ ନଜର ଦେଇ ବଜେଟ କରାଯିବା ଉଚିତ । ମଧ୍ୟବିତଙ୍କୁ ଇନକମ ଟାକ୍ସ କ୍ଷେତ୍ରରେ ଆହୁରି କୋହଳ ଦେଲେ ଅର୍ଥନିତୀ ଗତିଶୀଳ ହେବା ପାଇଁ ଏହା ସାହାଯ୍ୟ କରିବ ।

from Kanak News
via <a href="https://ifttt.com/?

ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ ଉତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ପଶ୍ଚିମ ଉତ୍ତରପ୍ରଦେଶ ଏବେ ଚାଷୀ ଆନ୍ଦୋଳନ ନୂଆ ଠିକଣା ହେବାକୁ ଯାଉଛି । ବ୍ୟାପକ ପୁଲିସ ଛାଉଣୀ ଭିତରେ ମୁଜାଫରନଗରରେ ମହା ପଂଚାୟତରେ ପଡୋଶୀ ରାଜ୍ୟରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇଛନ୍ତି । ଗାଜିପୁର ସୀମାରେ ଧାରଣା ଦେଇଥିବା ରାକେଶ ଟିକାୟତଙ୍କ ସମର୍ଥନରେ ମୁଜାଫରନଗରରେ ପ୍ରାୟ ଶହେରୁ ଅଧିକ ଚାଷୀ ନେତା ଏକତ୍ରିତ ହୋଇଛନ୍ତି ।

ଗଣତନ୍ତ୍ର ଦିବସରେ ଦିଲ୍ଲୀର ଛାତିରେ ଘଟିଥିବା ଘଟଣା ପରେ ଏକପ୍ରକାର ବ୍ୟାକଫୁଟରେ ଥିବା ଚାଷୀ ଆନ୍ଦୋଳନ ପୁଣି ବଳ ଗୋଟାଇବାରେ ଲାଗିଛି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଏକାଧିକ ବିରୋଧୀ ଦଳ ନେତା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀଙ୍କ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ଦେଶକୁ ଦୁର୍ବଳ କରିପକାଉଥିବା ସେ ଅଭିଯୋଗ ଆଣିଛନ୍ତି । ସେହିପରି ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ  ଯାଦବ ମଧ୍ୟ ବିଜେପିକୁ ଘେରିଛନ୍ତି ।

ଚାଷୀଙ୍କୁ ସମର୍ଥନ ଜଣାଇ ଗାଜିପୁର ସୀମାରେ ପହଚିଂଛନ୍ତି ନେତା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ନେତା ରାଘବ ଚଢା ଚାଷୀ ନେତାଙ୍କୁ ଭେଟିଛନ୍ତି ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟ୍ୱିଟ କରି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତକୁ ସମର୍ଥନ ଜଣାଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଫୋନ କରି ସମର୍ଥନ ଜଣାଇଛନ୍ତି । ଗଣତନ୍ତ୍ର ଦିବସ ପରେ ଝଟକା ଲାଗିଥିବା ଚାଷୀ ଆନ୍ଦୋଳନ ପୁଣି ଥରେ ବଳ ଗୋଟାଇବାରେ ଲାଗି ପଡିଛି ।

from Kanak News
via <a href="https://ifttt.com/?

ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ନିଖୋଜ କୁନି ଝିଅ ପିହୁ । ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣା ଦେଲେ ପରିବାର ଲୋକେ

କନକ ବ୍ୟୁରୋ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସି  ନେହୁରା ହୋଇଛନ୍ତି ଜଣେ ଜଣେ ମାଆ । ଆଉ ଅନୁରୋଧ କରୁଛନ୍ତି, ତାଙ୍କ ଅଲିିଅଳ ଝିଅକୁ ତାଙ୍କ କୋଳକୁ ଫେରାଇ ଦିଆଯାଉ ।

ଯାଜପୁର ଜିଲ୍ଲା ବିଝାଂରପୁରର କୁନି ଝିଅ ପିହୁ, ନିଖୋଜ ହେବାର ୬ ମାସ ବିତିଗଲାଣି । ହେଲେ ପିହୁର ପତା ମିଳୁନାହିଁ । ପୁଲିସ ଓ ଜିଲ୍ଲା ପ୍ରଶାସନ ଠାରୁ ନିରାଶ ହେବା ପରେ ଏବେ ମନ୍ତ୍ରୀଙ୍କ ଘର ଆଗରେ ସପରିବାର ଆସି ଧାରଣାରେ ବସିଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ସହାୟତା କଲେ ତାଙ୍କ ଝିଅଙ୍କୁ ଫେରି ପାଇବେ ବୋଲି ପରିବାର ଆଶା ରଖିଛନ୍ତି ।

୨୦୨୦ ଅଗଷ୍ଟ ୯ ତାରିଖରେ ସାଙ୍ଗମେଳରେ ଘର ଦାଣ୍ଡରେ ଖେଳୁଥିବା ୨ ବର୍ଷର କୁନି ଝିଅ ପିହୁ ହଠାତ୍ ହୋଇଯାଇଥିଲା ନିଖୋଜ । ଏତଲା ପରେ ପୁଲିସ ତତ୍ପରତା ଦେଖାଇନଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର । ଗତ ୪ ତାରିଖରେ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ହେଲେ ଗରିବ ହୋଇଥିବାରୁ ତାଙ୍କ କଥାକୁ କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି କୁନି ଝିଅ ପିହୁ ଏବେ କେଉଁଠି? କେବେ ସେ ଘରକୁ ଫେରିବ? ଏମିତି ଅନେକ ପ୍ରଶ୍ନ ପଚାରୁଛନ୍ତି ପିହୁଙ୍କ ବାପା ମାଆ ।

from Kanak News
via <a href="https://ifttt.com/?

ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନାବାଜି ସରଗରମ । ବିଜେଡି ଉପରେ ଦୋଷ ଲଦିଲା ବିଜେପି

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେର ନକ୍ସାରେ ବାରମ୍ବାର ପରିବର୍ତନ ହେଉଥିବା ନେଇ ବିଜେଡି କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ସଂପୂର୍ଣ୍ଣ ତଥ୍ୟ ନଜାଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ଗତ ୨୭ ଜାନୁଆରୀରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କହିଥିଲେ ୬ ବର୍ଷ ତଳେ କେନ୍ଦ୍ର ସରକାର ୪୪୦ କିଲୋମିଟର କୋଷ୍ଟାଲ ହାଇୱେ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ସମୟ କ୍ରମେ ଏହାକୁ କମାଇ ମାତ୍ର ୧୭୦ କିଲୋମିଟରରେ ସୀମିତ କରିଦେଇଛନ୍ତି ।

ଓଡିଶା ଉପକୂଳରେ ୩୮୨.୮ କିଲୋମିଟର ଉପକୂଳ ରାଜପଥ ନିର୍ମାଣ ହେବ । ଏହା ମୁଖ୍ୟତଃ ତିନି ଭାଗରେ ନିର୍ମାଣ ପ୍ରସ୍ତାବ ଥିବା ନେଇ ସୂଚନା ଦେଇଛି ରାଜ୍ୟ ବିଜେପି । ଟାଙ୍ଗୀରୁ ରତନପୁର ରାସ୍ତାର ଲମ୍ବ ପ୍ରାୟ ୧୭୭ କିଲୋମିଟର । ଏହା ଗତ ନଭେମ୍ବର ୧୦, ୨୦୨୦ରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା । ସେହିପରି ରତନପୁର ରୁ ଦୀଘା ପର୍ଯ୍ୟନ୍ତ ୧୭୦.୭ କିଲୋମିଟର ରାସ୍ତାକୁ ଡିସେମ୍ବର ୧୫, ୨୦୨୦ରେ ଅନୁମତି ମିଳିସାରିଛି । ଅବଶିଷ୍ଟ ୩୫ କିଲୋମିଟର ଲମ୍ବ ଧାମରାରୁ ବାସୁଦେବପୁରର କାମ ଏନଏଚଏଆଇ କାର୍ଯ୍ୟକାରୀ କରୁଥିଲା । ବିଜେପିର ଯୁକ୍ତି ଅନୁସାରେ ରାଜ୍ୟ ସରକାର ମାତ୍ର ୩୭୦ କିଲୋମିଟର କୋଷ୍ଟାଲ ହାଇୱେ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ୩୮୨ କିଲୋମିଟରରୁ ଅଧିକ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started