କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଧାରଣା ଦେଲା କଂଗ୍ରେସ । ସଂସଦର ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ସାଂସଦଙ୍କ ପ୍ରତିବାଦ

କନକ ବ୍ୟୁରୋ: ନୂଆ କୃଷି ଆଇନକୁ ବିରୋଧ କରି ଧାରଣା ଦେଲା କଂଗ୍ରେସ । ଶୁକ୍ରବାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସର ସାଂସଦମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହିତ ତୁରନ୍ତ ନୂଆ କୃଷି ଆଇନକୁ ପ୍ରତ୍ୟାହାର  କରିବାକୁ ଦାବି କରିଛନ୍ତି । ରାହୁଲ ଗାନ୍ଧୀ ଏହି କଂଗ୍ରେସ ସାଂସଦଙ୍କ ଧାରଣାର ନେତୃତ୍ୱ ନେଇଥିଲେ ।

ଏହାପୂର୍ବରୁ ଦଳ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ମଧ୍ୟ ବର୍ଜନ କରିଥିଲା । ଚାଷୀ ଆନ୍ଦୋଳନ ସପକ୍ଷରେ ରହି ଦଳ ଏଭଳି କରିଥିବା ମୁଖପାତ୍ର ଅଧୀର ରଞ୍ଜନ ଚୌଧୁରୀ କହିଥିଲେ । ଏହାସହ ଏହି କଥା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ନୁହେଁ ବରଂ ଚାଷୀଙ୍କ ସମ୍ମାନର କଥା ବୋଲି ସେ କହିଥିଲେ ।

କଂଗ୍ରେସ ସହ ୧୯ଟି ଦଳ ଶୁକ୍ରବାର ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଯୋଗ ଦେଇନଥିଲେ । କଂଗ୍ରେସ ନେତୃତ୍ୱରେ ୧୫ଟି ଦଳ ଏଥିରେ ସାମିଲ ହୋଇନଥିବାବେଳେ, ଶିରୋମଣି ଅକାଳି ଦଳ , ଆମ ଆଦମୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏହାକୁ ବର୍ଜନ କରିଥିଲେ ।

from Kanak News
via <a href="https://ifttt.com/?

ଅପରାହ୍ନ ସାଢେ ୫ଟା ସୁଦ୍ଧା ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ପୂର୍ତ୍ତ ବିଭାଗର ମୁଖ୍ୟ କହିଲେ ସରକାରଙ୍କ ନିର୍ଦ୍ଦେଶରେ ନିଆଯାଇଛି ନିଷ୍ପତ୍ତି । 

କନକ ବ୍ୟୁରୋ : ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ । ଏପରି ନିର୍ଦ୍ଦେଶ ଦେଇଛି, ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ  ।  ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡିବାକୁ କୁହାଯାଇଛି । ଯଦି ଅତି ଆବଶ୍ୟକ ଥିବ ତାହେଲେ ବିଭାଗର ମୁଖ୍ୟଙ୍କ ଅନୁମତି କ୍ରମେ ରହିପାରିବେ ।

ସମୟକୁ ବହୁ ପ୍ରାଧାନ୍ୟ ଦିଆଯାଉଛି । ସମୟାନୁବର୍ତିତା, ସମୟ ଭିତରେ କାମ ସାରିବା ମୂଳ ଳକ୍ଷ୍ୟ ରହିଛି । ଫାଇଭ ଟିର ଯେଉଁ ଇନିସିଏଟର ଅଛି ସେଥିରେ ଥିବା ଟାଇମ୍ ଫ୍ୟାକ୍ଟରକୁ ଆମେ ବେଶି ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି । ସମୟରେ ଆସିବା, ସମୟରେ କାମ କରିବା ଏବଂ ସମୟରେ ଯିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି । ୧୦ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଅଫିସ ସମୟ ।

from Kanak News
via <a href="https://ifttt.com/?

ଖୁସିଖବର : କମୁଛି କରୋନାର ପ୍ରକୋପ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ମାମଲା ୧୨୨୪ ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ   ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆହୁରି ୧୨୨୪ଟି ମାମଲା ସକ୍ରିୟ ରହିଛି। ଚିହ୍ନଟ ହୋଇଥିବା  ୭୦ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୪ଜଣ, ବରଗଡ଼ରୁ ୨ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୪ଜଣ, ଦେବଗଡ଼ରୁ ୨ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୪ଜଣ, ଖୋର୍ଧାରୁ ଜଣେ, କୋରାପୁଟରୁ ଜଣେ, ମାଲକାନଗିରିରୁ ଜଣେ ଓ ମୟୁରଭଞ୍ଜରୁ ୩ଜଣ, ନୂଆପଡ଼ାରୁ ୧୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

https://platform.twitter.com/widgets.js

ସେହିପରି ପୁରୀରୁ ୮ଜଣ, ସମ୍ବଲପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏଯାବତ ରାଜ୍ୟରୁ ୩୩୪୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୩୩୧୬୬୭ରେ ପହଞ୍ଚିଛି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିକମି ଆସିବା ଏକ ଖୁସି ଖବର ବୋଲି କୁହାଯାଉଛି।

from Kanak News
via <a href="https://ifttt.com/?

ଚୋରାଚାଲଣ ହେଉଥିବା ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ବନକର୍ମଚାରୀ: ୧୬ ଜଣ କର୍ମଚାରୀଙ୍କୁ ଗୋଡାଇ ପିଟିଲେ ମାଲକାନଗିରି ନାମକୋଣ୍ଡା ଗାଁ ଲୋକେ

କନକ ବ୍ୟୁରୋ: ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ହେଲେ ବନ କର୍ମଚାରୀ । ମାଲକାନଗିରି ନାମକୋଣ୍ଡା ଗାଁରେ ବଜ୍ରକାପ୍ତା ଥିବା ଖବର ପାଇ ଗତକାଲି ରାତିରେ ଚଢାଏ କରିଥିଲେ ୧୬ ଜଣ ବନ କର୍ମଚାରୀ । ତେବେ ବଜ୍ରକାପ୍ତା ଉଦ୍ଧାର ସମୟରେ ବନ କର୍ମଚାରୀ ମାନେ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ ।

ବଜ୍ରକାପ୍ତା ଉଦ୍ଧାର କରି ଆଣୁ ଥିବା ସମୟରେ ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ବନ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ଟେକା ପଥର ମାଡ ମାରିଥିଲେ ଗାଁଲୋକେ । ଆକ୍ରମଣରେ ମାଲାକନଗିରି ରେଂଜର ସମେତ ୭ କର୍ମଚାରୀ ଆହତ ହୋଇଥିବା ବେଳେ ରେଂଜର ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ପରିସ୍ଥିତି ଏମିତି ହୋଇଥିଲା ଯେ ବଜ୍ରକାପ୍ତାକୁ ଶେଷରେ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଥିଲେ ଗାଁଲୋକେ ।

from Kanak News
via <a href="https://ifttt.com/?

ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ ? ଡେମୋ ଦେଖାଇଲେ ଅଭିଯୁକ୍ତ

କନକ ବ୍ୟୁରୋ: ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ । ଡେମୋ କରି ଦେଖାଇଲେ ଅଭିଯୁକ୍ତ ।  ଆଜି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ପାଖରେ ଥିବା ବିଶେଶ୍ୱର ବସ୍ତିରେ ଅବକାରୀ ବିଭାଗ ଅତର୍କିତ ଚଢାଉ  କରିଥିଲା । ଚଢାଉ ବେଳେ ୨ହଜାରରୁ ଅଧିକ ଗଂଜେଇ ସିଗାରେଟ ଓ  ୧୫ କିଲୋ ଗଂଜେଇ ଜବତ କରିଛି ଅବକାରୀ ବିଭାଗ । ସିଗାରେଟ ତିଆରି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି । ଗଂଜେଇରୁ ପୁଳା ପୁଳା ସିଗାରେଟ ପୁରାଇ ମାର୍କେଟକୁ ଛଡାଯାଉଥିଲ । ତେବେ ଗଂଜେଇରୁ କିଭଳି ସିଗାରେଟ ତିଆରି ହେଉଥିଲା ଅବକାରୀ ଇନ୍ସପେକ୍ଟରଙ୍କ ଆଗରେ ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ ।

from Kanak News
via <a href="https://ifttt.com/?

ଫେବ୍ରୁୟାରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ: ପଛରେ ପଡିଥିବା ଭୁବନେଶ୍ୱର ଓ ୮ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ତାଗିଦ୍

କନକ ବ୍ୟୁରୋ: ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ ଉତ୍ସାହଜନକ ରହିଥିବା ବେଳେ ଭୁବନେଶ୍ୱର ସମେତ ୮ଟି ଜିଲ୍ଲା ପଛରେ ପଡିଛନ୍ତି । ତେଣୁ ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ଶହେ ପ୍ରତିଶତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଟିକାକରଣରେ ପଛରେ ଥିବା ଜିଲ୍ଲାଗୁଡିକ ହେଉଛି, ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର, କେନ୍ଦୁଝର ଓ ଭୁବନେଶ୍ୱର ସହରାଂଚଳ ।

ସେପଟେ, କରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ କେନ୍ଦ୍ର ଶାସିତ ଅଂଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆଗରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ୱାସ୍ଥ୍ୟକର୍ମୀ ମାନେ ଦାବି କରି ଟିକା ନେଉନଥିଲେ, ସେମାନଙ୍କୁ ଗତକାଲିଠୁ ଟିକା ଦେବା ଆରମ୍ଭ ହୋଇଛି ।

ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ । ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ଅଛନ୍ତି । ପଲସ ପୋଲିଓ ୩୧ ଜାନୁଆରୀରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହି ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି? ସଂସଦରେ ଉପସ୍ଥାପନ ହେଲା ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ

କନକ ବ୍ୟୁରୋ: କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି । ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବିତ୍ତିୟ ବର୍ଷର ସର୍ଭେ ରପୋର୍ଟକୁ ଆଗତ କରିଛନ୍ତି । ବିଶ୍ୱ ମହାମାରୀ କରୋନା କାଳରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି । ୭ଦଶମିକ ୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି ।

ମାତ୍ର ଏପ୍ରିଲ-ଜୁନ୍ ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୨୩ ଦଶମିକ ୯ ପ୍ରତିଶତ ଥିବାବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୭ଦଶମିକ ୫ ପ୍ରତିଶତକୁ ଖସି ଆସିଛି । କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଅର୍ଥନୈତିକ ସର୍ଭେ ରପୋର୍ଟ ପ୍ରସ୍ତୁତ କରାଯାଇଛି ।

from Kanak News
via <a href="https://ifttt.com/?

କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ଦିଲ୍ଲୀ ଗାଜିପୁର ସୀମାରେ ଚାଷୀଙ୍କ ମହା ପଞ୍ଚାୟତ…ସମର୍ଥନରେ ପହଁଞ୍ଚିଲେ ଏକାଧିକ ବିରୋଧୀ ଦଳ ନେତା

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ  ଦିଲ୍ଲୀ  ଗାଜିପୁର ସୀମାରେ ବସିଛି ଚାଷୀଙ୍କ ମହାପଞ୍ଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ବ୍ୟାପକ ପୁଲିସ ଛାଉଣୀ ଭିତରେ ଗାଜିପୁର ସୀମାରେ ଚାଷୀଙ୍କ ହରତାଳ ଜାରି ରହିଛି । ସେହିପରି ସିଂଘୁ ସୀମାରେ ମଧ୍ୟ ଚାଷୀଙ୍କ ହଲଚଲ ଜାରି ରହିଛି ।

https://platform.twitter.com/widgets.js

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକାଧିକ ବିରୋଧୀ ଦଳ ନେତା ଗାଜିପୁର ସୀମାରେ ପହଞ୍ଚିଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଷୀ ନେତାଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟୁଇଟ କରି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତଙ୍କୁ  ସମର୍ଥନ ଜଣାଇଛନ୍ତି ।  ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ  ସମର୍ଥନ ଜଣାଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।  ଚାଷୀଙ୍କ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ଦେଶକୁ ଦୁର୍ବଳ କରିପକାଉଥିବା ସେ ଅଭିଯୋଗ ଆଣିଛନ୍ତି ।

from Kanak News
via <a href="https://ifttt.com/?

ଦୁର୍ନୀତିଗ୍ରସ୍ତ ଓ ଅପାରଗ ବାବୁଙ୍କୁ ନିସ୍ତାର ନାହିଁ । ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀଙ୍କ ବିରୋଧରେ ସରକାର ନେଲେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ :  ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମଦନ ମୋହନ ବିଶ୍ବାଳ। ତାଙ୍କ ବିରୁଦ୍ଧରେ ୯ଟି ଭିଜିଲାନସ କେସ୍‌ ରହିଛି ।

ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମହାଲିକ ବିରୁଦ୍ଧରେ ୪ଟି ଭିଜିଲାନ୍ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା । ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି । ସେହିପରି ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍ସ କେସ ରହିଛି । ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡେଇଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍ସ କେସ୍ ରହିଛି । ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍ସ କେସ ରହିଛି । ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ୧୧୩ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

from Kanak News
via <a href="https://ifttt.com/?

କେମିତି ମଲେ ଝରାଫୁଲ ? ହତ୍ୟା ନା ଫୁଡପଏଜନରୁ ହୋଇଥିଲା ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ? ଦ୍ୱନ୍ଦ୍ୱ ବଢାଇଲା ଅଭିଯୁକ୍ତ ରାକେଶଙ୍କ ବୟାନ

କନକ ବ୍ୟୁରୋ : କେମିତି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ସେ ନେଇ ଅଭିଯୁକ୍ତ ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ କହିଛି । ରାକେଶର କହିବା ଅନୁସାରେ, ଗତ ୨୬ ତାରିଖ ସକାଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ଚାଲିଚାଲି ରୁପାଲି ଛକ ଯାଏଁ ଯିବା ପରେ ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇପଡିଥିଲେ ।

ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ କଟକ ବଡ଼ ମେଡିକାଲକୁ ନେଉଥିଲେ । ହେଲେ ଝରାଫୁଲ ଅଚତେ ହୋଇପଡିଥିବା ବନ୍ଧୁଙ୍କୁ କହିନଥିଲେ । ବଂର ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହି କଟକରୁ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଲା । ପରେ ଘରେ ନେଇ ଛାଡିଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ ଅନ୍ୟ କିଛି ଲୋକ ସନ୍ଦେହ କରି ଆଗରେ ଗାଡି ରଖିବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଯାଇଥିବା ବନ୍ଧୁଙ୍କୁ ଜଣାଇଲେ । ପୁଲିସ ଭୟରେ ଦୁହେଁ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ । ସେପଟେ ଯାଜପୁର ଏସପି କହିଛନ୍ତି, ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କୁ ପଚରାଉଚରା କରାଯାଇଛି । ତଦନ୍ତ ପରେ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଏସପି ।

ଅନ୍ୟପକ୍ଷରେ, ସାମାନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ ଶିବଶାଇ ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟରରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଆଉ ଜଣେ ଯୁବକ ସ୍କୁଟରରେ ଝରାଫୁଲକୁ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started