୬ମାସ ହେଲା ଯାଜପୁରର କୁନି ଝିଅ ପିହୁର ମିଳୁନି ପତ୍ତା । ପୁଲିସଠୁ ନିରାଶ ହେବା ପରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନ ଆଗରେ ପରିବାର ଲୋକଙ୍କ ଧାରଣା

କନକ ବ୍ୟୁରୋ: ଯାଜପୁର ବିଂଝାରପୁରର କୁନି ଝିଅ ପିହୁର ନିଖୋଜକୁ ୬ ମାସ ବିତିଗଲାଣି । ହେଲେ ଏଯାଏ ପିହୁର ପତ୍ତା ମିଳୁନି । ପୁଲିସ ଓ ଜିଲ୍ଲା ପ୍ରଶାସନଠାରୁ ନିରାଶ ହେବା ପରେ ପିହୁର ବାପା ମାଆ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଘର ଆଗରେ ଧାରଣା ଦେଇଛନ୍ତି । କୁନି ଝିଅ ପିହୁକୁ ଘରକୁ ଫେରାଇ ଆଣିବା ଦାବିରେ ପରିବାର ଲୋକ ମନ୍ତ୍ରୀଙ୍କ ଘର ଆଗରେ ବସିଛନ୍ତି ।

ଗତ ୪ ତାରିଖରେ ମଧ୍ୟ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଏହା ପରେ ଜିଲ୍ଲାପାଳ ଏସପିଙ୍କ ସହ ଆଲୋଚନା କରି ପିହୁକୁ ଖୋଜି ଆଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏସପି ମଧ୍ୟ ପରିବାର ଲୋକଙ୍କୁ ଭେଟି ଆଶ୍ୱସନା ଦେଇଥିଲେ । ହେଲେ ଏଯାଏ ପିହୁର ପତା ନମିଳିବାରୁ ମନ୍ତ୍ରୀଙ୍କ ଘର ଆଗରେ ଆଜି ପରିବାର ଲୋକ ଧାରଣା ଦେଇଛନ୍ତି ।

ଯାଜପୁର ବିଂଝାରପୁରର ଥାନା ମଧୁସୂଦନପୁର ଗାଁର ୨ ବର୍ଷର ଝିଅ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । କୁନି ଝିଅ ପିହୁ ଏବେ କେଉଁଠି? କେବେ ସେ ଘରକୁ ଫେରିବ? ଏମିତି ଅନେକ ପ୍ରଶ୍ନ ପଚାରୁଛନ୍ତି ପିହୁଙ୍କ ବାପା ମାଆ ।

from Kanak News
via <a href="https://ifttt.com/?

ଆଜିଠୁ ସଂସଦର ବଜେଟ ଅଧିବେଶନ: ସଂସଦରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ସଦନର ମିଳିତ ଅଧିବେଶନକୁ କରିବେ ସମ୍ବୋଧିତ

କନକ ବ୍ୟୁରୋ: ଆଜିଠାରୁ ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୂପରେଖ ବାବଦରେ ସୂଚନା ଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ ।

https://platform.twitter.com/widgets.js

ସେପଟେ ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବିରୋଧୀ । କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ମିଳିତ ପ୍ରେସବିବୃତି ଜାରି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଏନେଇ ସୂଚନା ଦେଇଛନ୍ତି । କଂଗ୍ରେସ, ଏନସିପି, ନେସନାଲ କନଫରେନ୍ସ, ଡିଏମକେ, ଟିଏମସି, ଶିବସେନା, ସମଜାବାଦୀ ପାର୍ଟି, ଆରଜେଡି, ସିପିଆଇଏମ ଆଦି ୧୬ଟି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି ।

ଏପଟେ, ବିଶ୍ୱ ମହାମାରୀ କରୋନା ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ପ୍ରବଳ ଚାପ ରହିଛି । ଆଗାମୀ ୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ । ତେଣୁ ଅର୍ଥନୀତିକୁ ଗତି ଦେବା ପାଇଁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଖିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଏନେଇ ବଜେଟରେ ଘୋଷଣା କରାଯାଇପାରେ । ବିଶେଷ କରି ସରକାରୀ ଜୀବନ ବୀମା କମ୍ପାନି ଏଲଆଇସିରୁ ଅଂଶଧନ ବିକ୍ରି ବିଷୟରେ ବଜେଟରେ ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି । ଏଥିପାଇଁ ସରକାର ମଧ୍ୟ ସଂସଦର ମଞ୍ଜୁରୀ ହାସଲ କରିସାରିଛନ୍ତି । ଗତବର୍ଷ ଏଲଆଇସିର ଅଂଶଧନ ବିକ୍ରି ପାଇଁ ଘୋଷଣା କରାଯାଇଥିଲା । ହେଲେ ଆଇନଗତ ଓ ପ୍ରଶାସନିକ ପ୍ରତିବନ୍ଧକ କାରଣରୁ ସରକାର ଆଗକୁ ବଢିପାରି ନଥିଲେ ।

ବିକ୍ରିହେବ ଅଂଶଧନ: ବଜେଟରେ ହେବ ଘୋଷଣା

– ଏଲଆଇସିରୁ ବିକ୍ରିହେବ ୧୦ରୁ ୧୫ ପ୍ରତିଶତ ଅଂଶଧନ

– ଏୟାର ଇଣ୍ଡିଆ ଓ ଏଚପିସିଏଲରୁ ପୁଞ୍ଜି ପ୍ରତ୍ୟାହାର ହେବ

– ୨୦୨୧-୨୨ ବର୍ଷରେ ବ୍ୟାପକ ହେବ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମ

– ଆଇଡିବିଆଇ ବ୍ୟାଙ୍କ ଓ ସେଂଟ୍ରାଲ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହର ହେବ

– ପଞ୍ଜାବ ବ୍ୟାଙ୍କ ଓ ସିନ୍ଧ ବ୍ୟାଙ୍କରୁ ମଧ୍ୟ ପ୍ରତ୍ୟାହାର ହେବ ପୁଞ୍ଜି

from Kanak News
via <a href="https://ifttt.com/?

ଶିଶୁବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର ! କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଉଦ୍ଧାର କଲା ଚାଇଲ୍ଡ ଲାଇନ

କନକ ବ୍ୟୁରୋ: କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ  । ସିଡବ୍ଲୁସି ଅଧିକାରୀ ଏନେଇ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହ ଶିଶୁକୁ କିଏ କାହିଁକି ବିକ୍ରି କରୁଥିଲା ସେ ନେଇ ତଦନ୍ତ ଚାଲିଛି । ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳିଛି । ପୋଲିସ ପିଲାବିକ୍ରି ନେଇ ତଦନ୍ତ କରୁଛି ।

from Kanak News
via <a href="https://ifttt.com/?

ବାଲେଶ୍ୱରରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ

କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ସିକୁନ୍ ମାଝି ଏବଂ ଗୋପାଳ ଦଳେଇ ନାମକ ଦୁଇଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି । ପୋଲିସ ସୂଚନା ଅନୁସାରେ ସେମାନଙ୍କ ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି । ଏହି ଘଟଣାରେ ଆଉ କିଛି ଅପରାଧୀ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଲାଇଥିବା କହିଛି ।

from Kanak News
via <a href="https://ifttt.com/?

ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ । ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଭାବେ ଆହତ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ରମାକାନ୍ତ ସାଉଁଟିଙ୍କ ୩ବର୍ଷର ଝିଅ କ୍ରିଷ୍ଣା ।

from Kanak News
via <a href="https://ifttt.com/?

ପୁରୀ ସର୍କଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । 

କନକ ବ୍ୟୁରୋ : ଆରଆଇଙ୍କ ଘରେ ଭିଜିଲାନ୍ସ ରେଡ଼ । ଆରଆଇ ବସନ୍ତ କୁମାର ମହାନ୍ତିଙ୍କ କୁରୁଂଟି ସ୍ଥିତ ବାସଭବନରେ ଆଜି ସକାଳ ୫ଟାରୁ ରେଡ଼ କରିଛି ଭିଜିଲାନ୍ସ । ବସନ୍ତ ପୁରୀ ସର୍କଲରେ ଆରଆଇ ଅଛନ୍ତି । ଭିଜିଲାନ୍ସ ତାଙ୍କ ଘରେ ପହଂଚି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ଯାଂଚ କରିଛନ୍ତି । ଭୁବନେଶ୍ୱରର ଏକ ଟିମ୍ ଚଢାଉ ଜାରି ରଖିଛି । ବସନ୍ତ ମହାନ୍ତିଙ୍କ ବଡ଼ ଭାଇ ରାଜନଗର ବ୍ଲକ କୁରୁଂଟି ପଂଚାୟତର ସମିତି ସଭ୍ୟ ଅଛନ୍ତି ।

ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପେଣ୍ଠକଟା ଘର, ଫ୍ରେଣ୍ଡସ କ୍ଲବରେ ଥିବା ୨ଟି ଘରେ ରେଡ୍ କରାଯାଇଛି । ରାଜନଗର କୁରୁଣ୍ଟି ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ଟିମର ରେଡ୍ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ସମ୍ପତ୍ତି ଆକଳନ କରୁଛି ଭିଜିଲାନ୍ସ । ବସନ୍ତଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସିଥିଲା । ମୂଲ୍ୟବାନ ଜମିର କିସମ ପରିବର୍ତ୍ତନ ସହ ଜମି ଅଦଳବଦଳ ଅଭିଯୋଗ ଥିଲା ।

from Kanak News
via <a href="https://ifttt.com/?

ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

କନକ ବ୍ୟୁରୋ: ପୁଣି ସମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଦୁଃଖ । ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ୩ କିମି ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା ।

ତେବେ ଅନ୍ୟ କୌଣସି ଉପାୟ ନପାଇଁ ଶେଷରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ ଗାଁ ଲୋକେ । ଖଟିଆରେ ଆଣିବା ବେଳେ ରାସ୍ତାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମହିଳା । ସେଠାରୁ ୧୦ କିଲୋମିଟର ଆମ୍ବୁଲାନ୍ସରେ ନେବା ପରେ ଡ଼ଙ୍ଗାସିଲ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଉଭୟ ମା’ ଓ ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଜିଓ ନମ୍ବର ରିଚାର୍ଜ କଥା କହିଲେ, ଲକ୍ଷେ ୯୪ ହଜାର ଲୁଟିନେଲେ । କ୍ରାଇମବ୍ରାଞ୍ଚରେ ଏତଲା ଦେବା ପରେ ଠକାମୀର ଶିକାର ବ୍ୟକ୍ତି ଫେରି ପାଇଲେ ଲକ୍ଷେ ୭୬ ହଜାର ଟଙ୍କା ।

କନକ ବ୍ୟୁରୋ :  କ୍ରାଇମବ୍ରାଞ୍ଚରେ ଏତଲା ହେବାର ମାତ୍ର ୨ ଦିନ ବ୍ୟବଧାନରେ ସାଇବର୍ନ‌ ଅପରାଧୀଙ୍କ ଠାରୁ ଲୁଟ୍‌ ଟଙ୍କା ଫେରସ୍ତ ଆସିଛି। ଲୁଟର ଶିକାର ହୋଇଥିବା ମଙ୍ଗଳାବାଗର ଜଣେ ସାନିଟାରି ସାମଗ୍ରୀ ବ୍ୟବସାୟୀ ନିଜ ଲୁଟ୍‌ ଟଙ୍କା ଫେରିପାଇଛନ୍ତି। ମୋଟ ୧ ଲକ୍ଷ ୯୪ ହଜାର ଟଙ୍କାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରିପାଇଛନ୍ତି। କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ସାଇବର୍ର‌ ଅପରାଧୀଙ୍କୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଠାବ କରିନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମଙ୍ଗଳାବାଗ ଅଞ୍ଚଳରେ ସାନିଟାରୀ ଦୋକାନ ଦେଇଥିବା ନୂଆବଜାର ଅଞ୍ଚଳର ବିଷ୍ଣୁପ୍ରସାଦ ଲେଙ୍କାଙ୍କ ମୋବାଇଲକୁ ଗଲା ୨୨ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ହିନ୍ଦୀରେ କଥା ହେଉଥିବା ବେଳେ ନିଜକୁ ଜିଓ କଷ୍ଟମର କେୟାର କର୍ମଚାରୀ ପରିଚୟ ଦେଇଥିଲା। ବିଷ୍ଣୁପ୍ରସାଦଙ୍କ ଜିଓ ନମ୍ବରରେ କାଗଜପତ୍ର ଜମା ହୋଇନଥିବାରୁ ୨୪ ଘଣ୍ଟା ମଧ୍ୟରେ ସ˚ଯୋଗ ବିଚ୍ଛିନ୍ନ କରି ଦିଆଯିବ ବୋଲି କହିଥିଲେ । ତେଣୁ ତୁରନ୍ତ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ଏହା ସହିତ ମୋବାଇଲରେ ୧୦ ଟଙ୍କା ଆକ୍ଟିଭେସନ୍‌ ବାବଦ ରିଚାର୍ଜ କରିବାକୁ କୁହାଯାଇଥିଲା।

ବିଷ୍ଣୁପ୍ରସାଦ ରିଚାର୍ଜ ସମୟରେ ତାଙ୍କ ଫୋନରେ ଟିମ୍‌ ଭିଉଅରେ‌ ଆପ୍ଲିକେସନ୍‌ ଡାଉନଲୋଡ କରିବାକୁ ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲା। ବିଷ୍ଣୁପ୍ରସାଦ ଆପ୍ଲିକେସନ୍‌ ଡାଉନଲୋଡ୍‌ କରିବା ମାତ୍ରକେ ତାଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ନିଜ ଅକ୍ତିଆରକୁ ନେଇଯାଇଥିଲା ସମ୍ପୃକ୍ତ ଦୁର୍ବୃତ୍ତ। ଯେତେବେଳେ ବିଷ୍ଣୁପ୍ରସାଦ ମୋବାଇଲରେ ରିଚାର୍ଜ ସମୟରେ ଏଟିଏମ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଟାଇପ୍‌ କରିଥିଲେ ସେହି ତଥ୍ୟ ଆପ୍ଲିକେସନ୍‌ ମାଧ୍ୟମରେ ଚୋରି କରିନେଇଥିଲା ଜିଓ କର୍ମଚାରୀ ପରିଚୟରେ ଫୋନ୍‌ କରିଥିବା ସାଇବର୍ୟ‌ ଅପରାଧୀ। ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଫ୍ଲିପକାର୍ଟରେ ସପି˚ ବାବଦରେ ୧ ଲକ୍ଷ ୪୬ ହଜାର ଏବ˚ ପେୟୁ ନାଁରେ ୪୮ ହଜାର ଟଙ୍କା ଗାଏବ୍‌ ହୋଇଯାଇଥିଲା।

ଏ ସ˚କ୍ରାନ୍ତରେ ବିଷ୍ଣୁପ୍ରସାଦ ଜାଣିବା ପରେ ଆଇସିଆସିଆଇ ବ୍ୟାଙ୍କ କଲେଜ ଛକ ଶାଖାରେ ଅଭିଯୋଗ କରିଥିଲେ। ଏହାସହିତ କାର୍ଡ ବ୍ଲକ କରି ବ୍ୟାଙ୍କର ପରାମର୍ଶ କ୍ରମେ ସେ କ୍ରାଇମବ୍ରାଞ୍ଚରେ ସେଦିନ ଏତଲା ଦେଇଥିଲେ। ମାତ୍ର ୨ ଦିନ ବ୍ୟବଧାନରେ ୨୪ ତାରିଖରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରି ଆସିଛି। କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରି ଟଙ୍କା ଫେରସ୍ତ କରିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ଆହୁରି ୧୮ ହଜାର ଟଙ୍କା ଆସିନଥିବା ସୂଚନା ଦେଇଛନ୍ତି ବିଷ୍ଣୁପ୍ରସାଦ।

from Kanak News
via <a href="https://ifttt.com/?

ଯାଜପୁର କୁଆଖିଆ ଥାନା ଦିଆଲଖଣ୍ଡରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ କଲେ ଅନୁଧ୍ୟାନ

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡରେ ପହଞ୍ଚିଛନ୍ତି । ଏହାଠାରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରାକେଶ ଓ ତାର ସହଯୋଗୀ ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଆଣି ଏହିଠାରେ ପିଙ୍ଗିଦେଇ ଯାଇଥିଲେ । ଏଠାରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ପୁରା ଚିତ୍ର । ତେବେ ମହିଳା କମିଶନ ପହଞ୍ଚି ପୋଲିସ ସହିତ ଆଲୋଚନା କରିବା ସହ ମାମଲାର ଛାନଭିନରେ ଗତି ଦେବାକୁ ଚାପ ପକାଇବେ ବୋଲି କହିଛନ୍ତି ।

ଉଲ୍ଲେଖଥାଉ କି, ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ଯାଜପୁରରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମନାକୁ ଆସିବା ପରେ ଏହି ଆଧାରରେ ଖୋଳତାଡ ଆରମ୍ଭ କରିଥିଲା ଯାଜପୁର ପୋଲିସ । ଗତକାଲି ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ରେଡ୍ କରିଥିଲା ପୋଲିସ । ତେବେ ସଂଧ୍ୟାରେ ଅଭିଯୁକ୍ତ ରାକେଶକୁ କମିସନରେଟ୍ ପୋଲିସ ଗିରଫ କରିବା ପରେ ତାକୁ ଏୟାରଫିଲ୍ଡ ଥାନାକୁ ନିଆଯାଇଥିଲା । ଏହା ପରେ ଅଭିଯୁକ୍ତକୁ ଯାଜପୁର କୁଆଖିଆ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ତଦନ୍ତରୁ ଜଣାପଡିଛି, ରାକେଶ ଝରାଫୁଲଙ୍କ ପୁରୁଷ ବନ୍ଧୁ । ଯେଉଁ ସିସିଟିଭି ଫୁଟେଜ୍ ମିଳିଥିଲା, ସେଥିରେ ସ୍କୁଟି ପଛପଟେ ବସିଥିଲା ଅଭିଯୁକ୍ତ ରାକେଶ । ହତ୍ୟାକାଣ୍ଡ ପରେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ବଡ଼ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ । ମୃତଦେହକୁ ଫିଙ୍ଗି ଦେବା ପାଇଁ ସ୍କୁଟିରେ ବସାଇ ନେଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଟି ଚଳାଉଥିବା ଯୁବକ ଜଣକ ରାକେଶର ସାଙ୍ଗ ଶେଖର । ସେ ଏବେ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜଣେ ଡିଏସପି ଏହି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି । ୨୬ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଭୁବନେଶ୍ୱରରୁ ବସ ଯୋଗେ ମୟୂରଭଂଜ ଯଶୀପୁର ସ୍ଥିତ ତାଙ୍କ ଗାଁକୁ ଯିବା ପାଇଁ ବାହାରିଥିଲେ ଝରାଫୁଲ । ତେବେ ବାଣୀବିହାର ନିକଟରେ ବସରୁ ଓହ୍ଲାଇ ଯାଇଥିଲେ । ୨୭ ତାରିଖ ଦିନ ତାଙ୍କର ମୃତଦେହ ଯାଜପୁରରୁ ମିଳିଥିଲା । ଏହି ମାମଲା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଅଭିଯୁକ୍ତ ଗିରଫ ହେବା ପରେ ପୂରା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ: ଅର୍ଥନୀତିରେ ଗତି ଦେବା ପାଇଁ ବଜେଟରେ ପୁଞ୍ଜି ପ୍ରତ୍ୟାହାର ଘୋଷଣା ସମ୍ଭାବନା

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନା ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ପ୍ରବଳ ଚାପ ରହିଛି । ଆଗାମୀ ୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ । ତେଣୁ ଅର୍ଥନୀତିକୁ ଗତି ଦେବା ପାଇଁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଖିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଏନେଇ ବଜେଟରେ ଘୋଷଣା କରାଯାଇପାରେ ।

ବିଶେଷ କରି ସରକାରୀ ଜୀବନ ବୀମା କମ୍ପାନି ଏଲଆଇସିରୁ ଅଂଶଧନ ବିକ୍ରି ବିଷୟରେ ବି ବଜେଟରେ ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି । ଏଥିପାଇଁ ସରକାର ମଧ୍ୟ ସଂସଦର ମଞ୍ଜୁରୀ ହାସଲ କରିସାରିଛନ୍ତି । ଗତବର୍ଷ ଏଲଆଇସିର ଅଂଶଧନ ବିକ୍ରି ପାଇଁ ଘୋଷଣା କରାଯାଇଥିଲା । ହେଲେ ଆଇନଗତ ଓ ପ୍ରଶାସନିକ ପ୍ରତିବନ୍ଧକ କାରଣରୁ ସରକାର ଆଗକୁ ବଢିପାରି ନଥିଲେ ।

ବିକ୍ରିହେବ ଅଂଶଧନ: ବଜେଟରେ ହେବ ଘୋଷଣା

– ଏଲଆଇସିରୁ ବିକ୍ରିହେବ ୧୦ରୁ ୧୫ ପ୍ରତିଶତ ଅଂଶଧନ

– ଏୟାର ଇଣ୍ଡିଆ ଓ ଏଚପିସିଏଲରୁ ପୁଞ୍ଜି ପ୍ରତ୍ୟାହାର ହେବ

– ୨୦୨୧-୨୨ ବର୍ଷରେ ବ୍ୟାପକ ହେବ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମ

– ଆଇଡିବିଆଇ ବ୍ୟାଙ୍କ ଓ ସେଂଟ୍ରାଲ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହର ହେବ

– ପଞ୍ଜାବ ବ୍ୟାଙ୍କ ଓ ସିନ୍ଧ ବ୍ୟାଙ୍କରୁ ମଧ୍ୟ ପ୍ରତ୍ୟାହାର ହେବ ପୁଞ୍ଜି

from Kanak News
via <a href="https://ifttt.com/?

Design a site like this with WordPress.com
Get started