ରାଜ୍ୟରେ ଜୋରସୋରରେ ଆଗେଇ ଚାଲିଛି କରୋନା ଟିକାକରଣ । ଅନୁପାତ ଦୃଷ୍ଟିରୁ ଓଡ଼ିଶା ୧ନମ୍ବର, ଟିକା ନେଲେଣି ୧ଲକ୍ଷ ୯୪ ହଜାର ୫୮ଜଣ ।

କନକ ବ୍ୟୁରୋ: କରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ କେନ୍ଦ୍ର ଶାସିତ ଅଂଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆଗରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ୱାସ୍ଥ୍ୟକର୍ମୀ ମାନେ ଦାବି କରି ଟିକା ନେଉନଥିଲେ, ସେମାନଙ୍କୁ ଗତକାଲିଠୁ ଟିକା ଦେବା ଆରମ୍ଭ ହୋଇଛି ।

ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ । ଆଉ ୧ ଲକ୍ଷ ୪୪ ହଜାର ୬୪୨ ଜଣ ଟିକା ନେବାକୁ ବାକି ଅଛନ୍ତି । ପଲସ ପୋଲିଓ ୩୧ ଜାନୁଆରୀରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହି ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍ : ୨୬ ତାରିଖ ରାତିରେ ଭୁବନେଶ୍ୱର ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ସାଙ୍ଗରେ ଥିଲେ ରାକେଶ 

କନକ ବ୍ୟୁରୋ : ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ଏହି ଘଟଣାକୁ ନେଇ ଆଉ ଏକ ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ଗତ ୨୬ ତାରିଖରେ ରାତିରେ ଶିବଶାଇ ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ। ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟରରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ପୂର୍ବରୁ ଯେଉଁ ସିସିଟିଭି ଫୁଟେଜ୍ ମିଳିଥିଲା, ସେଥିରେ ସ୍କୁଟି ପଛପଟେ ବସିଥିଲା ଅଭିଯୁକ୍ତ ରାକେଶ । କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ-ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡ ନିକଟରେ କିଛି ଗୋଟାଏ ଫିଙ୍ଗି ଚାଲିଯାଇଥିଲେ। ନିକଟରେ ଥିବା ଏକ ଇଟାଫାକ୍ଟ୍ରିରେ ଲାଗିଥିବା ଏକ ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇରହିଛି। ସେହି ଦିଆଲଖଣ୍ତ ପାଟରେ କାମ କରୁଥିବା କିଛି ଲୋକ ବି ଏହା ଦେଖିଥିଲେ ଏବଂ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଥିଲେ। ସେଠାରେ ଜଣେ ଯୁବତୀଙ୍କ ମୃତଦେହ ଥିବାବେଳେ ପାଖରେ ଏକ ଏୟାର ବ୍ୟାଗ୍, ରାସ୍ତାକଡ଼ରେ ପଟେ ଚପଲ ପଡ଼ିଥିଲା । ଖବରପାଇ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସଦଳବଳେ ପହଞ୍ଚିଥିଲେ । ଏସଡିପିଓ ଚିନ୍ମୟ ନାୟକ ମଧ୍ୟ କିଛି ସମୟ ପରେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଘଟଣାସ୍ଥଳରରୁ ମିଳିଥିବା ଏୟାର ବ୍ୟାଗ୍ ତହସିଲଦାରଙ୍କ ଉପସ୍ଥିତିରେ ଖୋଲା ଯାଇଥିଲା । ତା’ ଭିତରୁ କିଛି ପୋଷାକ, ବହି,ଖାତା ଓ ପ୍ରସାଧନ ସାମଗ୍ରୀ ମିଳିଥିଲା । ଗୋଟିଏ ପଲିଥିନ୍ ଭିତରେ ଓଦା ହୋଇଥିବା ପୋଷାକ ମିଳିଥିଲା । ନୋଟ୍ ମଧ୍ୟରେ ଲେଖାଯାଇଥିବା ଫୋନ୍ ନମ୍ବରକୁ ଯୋଗାଯୋଗ କରିବାରୁ ମୃତ ଯୁବତୀ ରହୁଥିବା ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲର ଜଣେ ଛାତ୍ରୀ ଧରିଥିଲେ । ତାଙ୍କ ପାଖରୁ ମୃତ ଛାତ୍ରୀଙ୍କ ପରିଚୟ ମିଳିଥିଲା ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ ଅଧିବେଶନ: ଭାଷଣରେ ଚାଷୀ ପ୍ରସଙ୍ଗ ଉଠାଇଲେ ରାମନାଥ କୋବିନ୍ଦ; କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି କୃଷି ଆଇନ

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିଥିଲେ ।

ତେବେ ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧିତ କରି କହିଛନ୍ତି କି, ସରକାର ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା ସହ ଫସଲ ମୂଲ୍ୟର ଦେଢଗୁଣା ଏମଏସପି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୩-୧୪ରେ ୪୨ ଲକ୍ଷ ହେକ୍ଟର ଚାଷ ଜମିରେ ମାଇାକ୍ରୋ ଜଳସେଚନର ସୁବିଧା ଥିବା ବେଳେ ଏବେ ୫୬ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚିତ କରାଯାଉଛି । ସମୟ ଆସିଛି ଛୋଟ ଓ ସୀମାବର୍ତ୍ତୀ ଚାଷୀଙ୍କ ଉପରେ ଧ୍ୟାନ ଦେବାକୁ ।ଦେଶର ୮୦ ପ୍ରତିଶତ ଚାଷୀ ଛୋଟ ଚାଷୀ, ଯେଉଁମାନଙ୍କର ସଂଖ୍ୟା ୧୦ କୋଟିରୁ ଅଧିକ । ଆଉ ଏହ ଚାଷୀଙ୍କୁ ସହାୟତା ପାଇଁ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ପାଖାପାଖି ୧,୧୩,୦୦୦ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

ସେହିଭଳି ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ପ୍ରଦାନ କରିବା ବେଳେ ଗଣଟିକାକରଣ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମହିମହିମ ରାଷ୍ଟ୍ରପତି । ଅଭିଭାଷଣ ଦେବା ବେଳେ ସେ ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ, ଭାରତ ବିଶ୍ୱରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଗୌରବର ବିଷୟ। ଏହି ଅଭିଯାନରେ ଦିଆ ଯାଉଥିବା ଦୁଇଟିଯାକ ଟିକା ଭାରତରେ ନିର୍ମିତ। ଏହି ସଙ୍କଟ ସମୟରେ ଭାରତ ମାନବତ୍ୱର ଦାୟିତ୍ୱ ବହନ କରି ଅନ୍ୟ କେତେକ ଦେଶକୁ ମଧ୍ୟ ଲକ୍ଷ ଲକ୍ଷ ଡୋଜ୍‌ ଟିକା ଯୋଗାଇ ଦେଉଛି।  ରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ, ଏହି ମହାମାରୀ ବିରୋଧୀ ସଂଗ୍ରାମରେ ଆମେ ଅନେକ ନାଗରିକଙ୍କୁ ହରାଇଛନ୍ତି। କୋଭିଡ୍‌-୧୯ ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଦେହାନ୍ତ ହେଲା। କୋଭିଡ୍‌ ଯୋଗୁଁ ୬ଜଣ ସାଂସଦ ଆମକୁ ଅକାଳରେ ଛାଡ଼ିଗଲେ। ମୁଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

from Kanak News
via <a href="https://ifttt.com/?

ଏଫଆଇଆର କପି ନେବାକୁ କୁଆଖିଆ ଥାନାରେ ପହଚିଂଲେ ଝରାଫୁଲଙ୍କ ବାପା : କହିଲେ, ଅଭିଯୁକ୍ତ ରାକେଶ ସ୍ୱାଇଁକୁ ମିଳୁ କଠୋର ଦଣ୍ଡ;

କନକ ବ୍ୟୁରୋ : ଝରାଫୁଲ ହତ୍ୟାକାଣ୍ଡ ଘଟଣାରୁ ଉଠୁଛି ପରଦା । ପୁଲିସ ଛାନଭିନ୍ନ ଚଳାଇଥିବା ବେଳେ ନୁଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ସାମାନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଓୟୋ ଶିବଶକ୍ତି ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ ଶିବଶକ୍ତି ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ସେପଟେ ଝରାଫୁଲଙ୍କ ବାପା କୁଆଖିଆ ଥାନାରେ ପହଞ୍ଚିଛନ୍ତି । ଏଫଆଇଆର କପି ନେବା ପାଇଁ ପହଞ୍ଚିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ରାକେଶକୁ କଠୋର ଦଣ୍ଡ ଦେବା ସହ ସହଯୋଗୀ ଶେଖରକୁ ତୁରନ୍ତ ଗିରଫ କରିବା ପାଇଁ ଝରାଫୁଲଙ୍କ ବାପା ଦାବି କରିଛନ୍ତି ।

ଗତକାଲି ଏହି ଘଟଣା ସାମ୍ନାକୁ ଆସିବା ବେଳେ ଝରାଫୁଲ ଓ ରାକେଶଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଝରାଫୁଲଙ୍କ ବାପା ସନ୍ଦେହ ପ୍ରକାଶ କରିଥିଲେ । ତାଙ୍କ କହିବା ଅନୁସାରେ ଗାଁରେ ପାଣି ପାଇପ କାମ କରୁଥିବା ଜଣେ ଯୁବକ ରାକେଶ ସ୍ୱାଇଁଙ୍କ ସହ ଝରାଫୁଲଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା । ପରିବାରର ବାରମ୍ବାର ବାରଣ ସତ୍ୱେ ସେ ତାଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଚାଟିଂ କରୁଥିଲେ । ଏପରିକି ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଯାଇଥିବାବେଳେ ୨୫ ତାରିଖରେ ଜନ୍ମଦିନ ପାଳିଥିଲେ ଓ ରାକେଶ ତାଙ୍କ ସହ ଥିଲେ ।

from Kanak News
via <a href="https://ifttt.com/?

ରାଜଧାନୀରେ ଖୁଲମଖୁଲ୍ଲା ବିକ୍ରି ହେଉଛି ଗଞ୍ଜେଇ ସିଗାରେଟ୍ ।  ବିଶେଶ୍ୱର ବସ୍ତିରେ ଚଢାଉ ବେଳେ ୨୦୦୦ରୁ ଅଧିକ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ ।

କନକ ବ୍ୟୁରୋ :  ପାନ ଦୋକାନରେ ବିକ୍ରି ହେଉଛି ଗଞ୍ଜେଇ ସିଗାରେଟ । ଦିନ ଦ୍ୱିପ୍ରହରରେ ରାଜଧାନୀର ଛାତିି ଉପରେ ବେଧଡକ ଚାଲିଛି ଏଭଳି ଗଞ୍ଜେଇ ବେପାର । ପୋଲିସକୁ ଚକମା ଦେବାକୁ ଏଭଳି ଭିନ୍ନ ଉପାୟ ଆପଣାଇଥିଲେ ଦୋକାନୀ , କିନ୍ତୁ ଦୋକାନୀଙ୍କ ଏହି ଚାଲାକି ଫେଲ ମାରିଛି । ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗର ପଞ୍ଝାରେ ପଡିଛି ଅସାଧୁ ବ୍ୟବସାୟୀ ।

ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର ବିଶେଶ୍ୱର ବସ୍ତିରେ ଗତ କିଛି ହେବ ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି ଚାଲିଥିଲା । ଅବକାରୀ ବିଭାଗ ଓ ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏଭଳି ଉପାୟ ଆପଣାଇଥିଲେ ଦୋକାନୀ । ତେବେ ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଆଜି ଅବକାରୀ ବିଭାଗ ବିଶେଶ୍ୱର ବସ୍ତିରେ ଚଢାଉ କରିଥିଲା । ଗ୍ରାହକ ସାଜି ଗଞ୍ଜେଇ ସିଗାରେଟ ମାଗିଥିଲେ ଭୁବନେଶ୍ୱର ଅବକାରୀ ବିଭାଗର ଆଇଆଇସି । ଆଉ ସିଗାରେଟ ବଢାଇବା ମାତ୍ରେ ଦୋକାନ ଉପରେ ଅବକାରୀ ବିଭାଗ ଚଢାଉ କରିଥିଲା । ଆଉ ଚଢାଉ ବେଳେ ଅବକାରୀ ବିଭାଗ ଯାହା ଦେଖିଥିଲା ତାହା ପୂରା ଟିମକୁ ତାଜୁବ କରି ଦେଇଥିଲା । ଦୋକାନରୁ ୨୦୦୦ରୁୁ ଅଧିକ ଗଞ୍ଜେଇ ସିଗାରେଟ ସହ ୧୫ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ଭିଡିଓ; ଝରାଫୁଲଙ୍କୁ ସ୍କୁଟରରେ ନେଉଥିବାର ଚିତ୍ର ସିସିଟିଭିରେ କଏଦ

କନକ ବ୍ୟୁରୋ: ଯାଜପୁରରେ ରାସ୍ତାକଡ଼ରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିବା ପରେ ପୁଲିସ ଛାନଭିନ୍ ଚଳାଇଥିବା ବେଳେ ଘଟଣା ସଂପର୍କରେ ନୂଆ ନୂଆ ତଥ୍ୟ ଏବେ ସାମନାକୁ ଆସିବାରେ ଲାଗିଛି ।

ତେବେ ଘଟଣା ଦିନର ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓଟି ଭୁବନେଶ୍ୱର ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ସିସିଟିଭି ଫୁଟେଜ ବୋଲି ଜଣାପଡିଛି । ଗତ ୨୬ ତାରିଖରେ ରାତିରେ ଏହି ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟିରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଆଉ ଜଣେ ଯୁବକ ସ୍କୁଟିରେ ଝରାଫୁଲକୁ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

ସେପଟେ, ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡରେ ପହଞ୍ଚିଛନ୍ତି । ଏହାଠାରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରାକେଶ ଓ ତାର ସହଯୋଗୀ ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଆଣି ଏହିଠାରେ ପିଙ୍ଗିଦେଇ ଯାଇଥିଲେ । ଏଠାରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ପୁରା ଦୃଶ୍ୟ । ତେବେ ମହିଳା କମିଶନ ପହଞ୍ଚି ପୋଲିସ ସହିତ ଆଲୋଚନା କରିବା ସହ ମାମଲାର ଛାନଭିନରେ ଗତି ଦେବାକୁ ଚାପ ପକାଇବେ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ବୌଦ୍ଧ ମସିଣାପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ : ୫ ଯାତ୍ରୀ ଗୁରୁତର, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥର ମସିଣାପଡ଼ା ଛକ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଡଲଫିନ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବସଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ବସରେ ମୋଟ ୩୫ ଜଣ ଯାତ୍ରୀ ବସିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ସୋନପୁର ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ଆଜିଠୁ ବଜେଟ୍ ଅଧିବେଶନ : ଘୋଡ଼ାଗାଡ଼ିରେ ସଂସଦକୁ ଆସିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ବଜେଟ୍ ଅଧିବେଶନ । ବଜେଟ୍‌ ଅଧିବେଶନର ଉଦ୍‌ଘାଟନୀ ଦିବସରେ ସଂସଦର ଉଭୟ ଗୃହରେ ଉଦ୍‌ବୋଧନ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।  ତେବେ ଏହି ଅବସରରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଏକ ଘୋଡ଼ାଗାଡ଼ିରେ ଆସି ସଂସଦ ପରିସରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତିଙ୍କର ଏହି ଘୋଡ଼ାଗାଡ଼ିଟିକୁ ଦେଶ ସ୍ୱାଧୀନ ହେବା ସମୟରେ ବ୍ରିଟିସ୍‌-ଇଣ୍ଡିଆର ଭାଇସ୍‌ରୟ ଭାରତକୁ ପ୍ରଦାନ କରିଥିଲେ। ୧୯୮୪ ଠାରୁ ଏହା ପ୍ରାୟ ବ୍ୟବହୃତ ହେଉ ନ ଥିଲା। ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ ଏହି ଘୋଡ଼ାଗାଡ଼ିର ବ୍ୟବହାର ଆରମ୍ଭ କରିଥିଲେ। ସୁନା କଲେଇ କରାଯାଇଥିବା ଏହି ଘୋଡ଼ାଗାଡ଼ିଟିକୁ ପୂର୍ବରୁ ରାଷ୍ଟ୍ରପତି ଉତ୍ସବାନୁଷ୍ଠାନ ଦିନମାନଙ୍କରେ ଓ ୩୨୦ ଏକରବିଶିଷ୍ଟ ରାଷ୍ଟ୍ରପତି ଭବନ ପରିସରରେ ବୁଲାବୁଲି କରିବା ଲାଗି ବ୍ୟବହାର କରୁଥିଲେ। କିନ୍ତୁ, ନିରାପତ୍ତା ଦୃଷ୍ଟିରୁ ମାତ୍ର ଅଳ୍ପ କେତୋଟି ଉତ୍ସବାନୁଷ୍ଠାନରେ ଏହାକୁ ବ୍ୟବହାର କରାଯାଇଛି।

ଆଜି ସକାଳୁ ରାଇସିନା ହିଲ୍‌ରୁ ରାଜପଥ ସନ୍ନିକଟ ରାସ୍ତା ଅଞ୍ଚଳ ଏବଂ ସେଠାରେ ଚିହ୍ନିତ ହୋଇଥିବା ପାର୍କିଙ୍ଗ୍‌ସ୍ଥଳରେ କୌଣସି ଯାନବାହନ ରଖାଯିବାକୁ ଅନୁମତି ଦିଆଯାଉ ନାହିଁ। ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଫେରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

from Kanak News
via <a href="https://ifttt.com/?

ଆଜିଠୁ ସଂସଦର ବଜେଟ୍ ଅଧିବେଶନ : ପ୍ରଧାନମନ୍ତ୍ରୀ କହିଲେ ଦଶକର ପ୍ରଥମ ସଂସଦ ଅଧିବେଶନ : ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ପ୍ରୟାସ କରିବେ ସାଂସଦ

କନକ ବ୍ୟୁରୋ : ଆଜିଠାରୁ ସଂସଦର ବଜେଟ ଅଧିବେଶନ । ସଂସଦରେ ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଆଜି ଏ ଦଶନ୍ଧିର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଏହି ଦଶନ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନ ସାକାର କରିବା ଲାଗି ଦେଶ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ।

ଏହି ଦଶନ୍ଧିର ପୂର୍ଣ୍ଣ ଉପଯୋଗ ହେବ। ଏକଥା ଧ୍ୟାନରେ ରଖି, ଏହି ଦଶନ୍ଧି ଉପରେ ଆଲୋକପାତ କରାଯାଇ ଏଥରର ଅଧିବେଶନରେ ଆଲୋଚନା କରାଯିବ । ଦେଶ ଏହା ଆଶା କରୁଛି । ମୋର ମନେହୁଏ ଯେ, ଜନତାଙ୍କ ଆକାଙ୍‌କ୍ଷା ପୂରଣ କରିବାରେ ଆମେ ଅବଦାନ ଦେବାରେ ପଛାଇଯାଇ ନାହୁଁ । ଭାରତର ଅଗ୍ରଗତି ନିମନ୍ତେ ଏହି ଦଶନ୍ଧି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମ ଦେଶର ସ୍ୱାଧୀନତା ନିମନ୍ତେ ସଂଗ୍ରାମ କରିଥିବା ମହାନ୍‌ ବ୍ୟକ୍ତିଙ୍କ ଦୃଷ୍ଟି ଓ ସ୍ୱପ୍ନ କଥା ଆମକୁ ସ୍ମରଣ କରିବାକୁ ପଡ଼ିବ। ସଂସଦରେ ଏ ସଂକ୍ରାନ୍ତରେ ସବିଶେଷ ବିତର୍କ ଓ ଆଲୋଚନା ହେଉ।

from Kanak News
via <a href="https://ifttt.com/?

ସଂସଦର ବଜେଟ ଅଧିବେଶନ ଆରମ୍ଭ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । 

କନକ ବୁରୋ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, କରୋନା କାଳରେ ଏହି ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ । ବହୁ ବାଧା ସତ୍ତେ୍ୱ ଭାରତ କେବେ ଅଟକିବ ନାହିଁ । ଦେଶବାସୀ ନିଜର ସାହସ ପରିଚୟ ଦେଖାଇଛନ୍ତି । ସୀମାରେ ଅପ୍ରତ୍ୟାସିତ ଉତ୍ତେଜନା ଦେଖାଦେଇଥିଲା । ଭାରତ ଏକଜୁଟ ହୋଇ ଅସମ୍ଭବ ଲକ୍ଷ୍ୟ ହାସଲ କରିଛି । ବହୁ ଯୋଜନା ସହ ସରକାର ଆଗକୁ ଚାଲୁଛନ୍ତି ।

ସରକାରଙ୍କ ସଠିକ ନିଷ୍ପତ୍ତି ପାଇଁ ଲକ୍ଷଲକ୍ଷ ଜୀବନ ବଞ୍ଚିଗଲା । ସଙ୍କଟ କାଳରେ ସରକାର ମାନବିକତା ଦେଖାଇଛନ୍ତି ।ଅନ୍ୟ ଦେଶକୁ ଟିକା ସହାୟତା କରୁଛି ଭାରତ । କରୋନା କାଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳିଛି । ମେଡିକାଲ କଲେଜରେ ୫୦ ହଜାର ସିଟ୍ ବୃଦ୍ଧି ପାଇଛି । ଆଜ ିଦେଶରେ ୫୬୨ଟି ମେଡିକାଲ କଲେଜ ରହିଛି ।

କରୋନା କାଳରେ ଯେପରି କେହି ଭୋକିଲା ନ ରହିବେ ସେଥିପାଇଁ ସରକାର ରେକର୍ଡ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮ ମାସ ପର୍ଯ୍ୟନ୍ତ ୫ କିଲୋ ଲେଖାଏଁ ଚାଉଳ ୮୦ କୋଟି ଲୋକଙ୍କୁ ଦିଆଯାଇଛି । ଜନଧନ ଖାତାରେ ଗରିବ ମହିଳାଙ୍କ ଖାତାକୁ ୩୧ ହଜାର କୋଟି ଯାଇଛି ।

ଉଜ୍ଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ୧୪ କୋଟି ଅଧିକ ଗ୍ୟାସ୍ ମାଗଣାରେ ମିଳିଛି । ଏବେ ଦେଶର ୨୪ ହଜାରରୁ ଅଧିକ ହସ୍ପିଟାଲରେ ଆୟୁଷ୍ମାନ ଯୋଜନାର ଲାଭ ମିଳୁଛି । ପ୍ରଧାନମନ୍ତ୍ରୀ ଜନ ଔଷଧୀ ଯୋଜନାରେ ପୂରା ଦେଶରେ ୭ ହଜାର କେନ୍ଦ୍ରରେ ଗରିବ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦିଆଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started