ଝରାଫୁଲ ହତ୍ୟା ପଛରେ ପ୍ରେମ ! ଜାଣନ୍ତୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ କାହିଁକି ଫିଙ୍ଗିଲେ ପ୍ରେମିକ ରାକେଶ?

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ଯାଜପୁରରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମନାକୁ ଆସିବା ପରେ ଏହି ଆଧାରରେ ଖୋଳତାଡ ଆରମ୍ଭ କରିଥିଲା ଯାଜପୁର ପୋଲିସ । ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ରେଡ୍ କରିଥିଲା ପୋଲିସ ।

ତେବେ ସଂଧ୍ୟାରେ ଅଭିଯୁକ୍ତ ରାକେଶକୁ କମିସନରେଟ୍ ପୋଲିସ ଗିରଫ କରିବା ପରେ ତାକୁ ଏୟାରଫିଲ୍ଡ ଥାନାକୁ ନିଆଯାଇଥିଲା । ଏହା ପରେ ଅଭିଯୁକ୍ତକୁ ଯାଜପୁର କୁଆଖିଆ ପୋଲିସକୁ ହସ୍ତାନ୍ତର କରାଯାଇଛି । ତଦନ୍ତରୁ ଜଣାପଡିଛି, ରାକେଶ ଝରାଫୁଲଙ୍କ ପୁରୁଷ ବନ୍ଧୁ । ଯେଉଁ ସିସିଟିଭି ଫୁଟେଜ୍ ମିଳିଥିଲା, ସେଥିରେ ସ୍କୁଟି ପଛପଟେ ବସିଥିଲା ଅଭିଯୁକ୍ତ ରାକେଶ । ହତ୍ୟାକାଣ୍ଡ ପରେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ବଡ଼ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ । ମୃତଦେହକୁ ଫିଙ୍ଗି ଦେବା ପାଇଁ ସ୍କୁଟିରେ ବସାଇ ନେଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଟି ଚଳାଉଥିବା ଯୁବକ ଜଣକ ରାକେଶର ସାଙ୍ଗ ଶେଖର । ସେ ଏବେ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜଣେ ଡିଏସପି ଏହି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି ।

୨୬ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଭୁବନେଶ୍ୱରରୁ ବସ ଯୋଗେ ମୟୂରଭଂଜ ଯଶୀପୁର ସ୍ଥିତ ତାଙ୍କ ଗାଁକୁ ଯିବା ପାଇଁ ବାହାରିଥିଲେ ଝରାଫୁଲ । ତେବେ ବାଣୀବିହାର ନିକଟରେ ବସରୁ ଓହ୍ଲାଇ ଯାଇଥିଲେ । ୨୭ ତାରିଖ ଦିନ ତାଙ୍କର ମୃତଦେହ ଯାଜପୁରରୁ ମିଳିଥିଲା । ଏହି ମାମଲା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଅଭିଯୁକ୍ତ ଗିରଫ ହେବା ପରେ ପୂରା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

ଝରାଫୁଲ ମୃତ୍ୟୁ ମାମଲାରେ ରାକେଶ ସ୍ୱାଇଁକୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ରାକେଶ ଜଣେ ପାଇପ ମିସ୍ତ୍ରି ହୋଇଥିବାବେଳେ ମୟୁରଭଞ୍ଜ ଯଶୀପୁରରେ ଝରାଫୁଲଙ୍କ ଗାଁରେ ଭୂତଳ ପାଇପ ବିଛା କାମରେ ନିୟୋଜିତ ଥିଲା । ସେବେଠାରୁ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଠି ଉଠିଥିଲା । ଝରାଫୁଲ ଭୁବନେଶ୍ୱର ଆସିଲାବେଳେ ରାକେଶ ତାଙ୍କ ସହ ମିଳାମିଶା କରୁଥିଲା । ଗତ ୨୬ ତାରିଖ ସକାଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ଚାଲିଚାଲି ରୁପାଲି ଛକ ଯାଏଁ ଯିବା ପରେ ସଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଅଚେତ୍ ହୋଇପଡିଥିଲେ । ଏହା ଦେଖି ରାକେଶଙ୍କ ମୁଣ୍ଡ କାମ କରିନଥିଲା, ତେଣୁ ସେ ବନ୍ଧୁ ଶେଖରକୁ ଡକାଇଥିଲେ । ଦୁହେଁ ମିଶି ଝରାଫୁଲଙ୍କୁ ସ୍କୁଟର ମଝିରେ ବସାଇ ଜାତୀୟ ରାଜପଥରେ କିଛିବାଟ ଗଲାପରେ ଝରାଫୁଲଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।

ଝରାଫୁଲ ହତ୍ୟା ପଛରେ ପ୍ରେମ !
ଝରାଫୁଲ ନାୟକଙ୍କୁ ହତ୍ୟା କରିଛି ତାଙ୍କ ପ୍ରେମିକ ରାକେଶ ?
ହୋଟେଲରେ ରାତି ବିତାଇବା ପରେ ଅଚେତ୍ ହୋଇଗଲେ କେମିତି ?
ଅଚେତ୍ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବାବେଳେ ମୃତ୍ୟୁ କେମିତି ହେଲା ?
ରାକେଶ ଓ ତାଙ୍କ ବନ୍ଧୁ ଶେଖର ମିଶି ହତ୍ୟା କରିଛନ୍ତି କି ?
ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ ଫିଙ୍ଗିଲେ କାହିଁକି ?

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପୁଣି ନୁଆ ମୋଡ । ତତ୍କାଳିନ ମାଲକାନଗିରି ଜିଲ୍ଲାପାଳଙ୍କ ପରେ ଏବେ ମାଲକାନଗିରି ଏସପିଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ତ ହେଲେ ମୃତ ପିଏଙ୍କ ପରିବାର । ତତ୍କାଳିନ ଜିଲ୍ଲାପାଳ ମନିଷ ଅଗ୍ରଓାଲଙ୍କ ପରେ ଏବେ ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀ, ମାଲକାନଗିରି ଥାନା ଆଇଆଇସି ଓ ଓରକେଲ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଦ୍ୱାରସ୍ତ ହୋଇ ସମସ୍ତଙ୍କ ବିରୋଧରେ କମ୍ପେ୍ଲନ କେସ ଦାଖଲ କରିଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା ।

ପୁଲିସ କର୍ମଚାରୀମାନେ ଆସି ବନଜା ପଣ୍ଡା ଓ ତାଙ୍କ ପରିବାରଙ୍କୁ ଧମକ ଚମକ ଦେବା, ହତ୍ୟା ନୁହଁ ବରଂ ଆତ୍ମହତ୍ୟା ବୋଲି ମାନିନେବାକୁ ବାଧ୍ୟ କରିବା ଏବଂ ପିଏଙ୍କ ମୃତ୍ୟୁ ମାମଲାରେ ସଠିକ ତଦନ୍ତ ନ କରିବା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପିଏଙ୍କ ପତ୍ନୀ ବନଜା । ଏନେଇ ଏସଡିଜେଏମ କୋର୍ଟରେ ଆଇପିସିର ଧାରା ୫୦୬, ୨୦୪, ୨୦୩,୨୦୨ ପରି ୧୩ ଟି ଦଫାରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଆବେଦନ କରିଛନ୍ତି ମୃତ ପିଏଙ୍କ ପତ୍ନୀ ବନଜା ପଣ୍ଡା । ତେବେ ଏହି ଘଟଣା ପରେ କ୍ରାଇମବ୍ରାଂଚକୁ ପିଏ ଦେବନାରାୟମ ପଣ୍ଡାଙ୍କ ହତ୍ୟା ମାମଲାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିିଜି । ଏ ନେଇ ଟ୍ୱିଟ କରି ଜଣାଇଛି କ୍ରାଇମବ୍ରାଂଚ ।

from Kanak News
via <a href="https://ifttt.com/?

ପାଲ ତଳେ ଦଶରଥପୁର ବ୍ଲକର ପାଲଟପୁର ପଂଚାୟତ : ଗରିବ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଯୋଜନାରେ ପକ୍କା ଘର; ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ମୁଣ୍ଡ ଗୁଂଜିଛନ୍ତି ଲୋକେ

କନକ ବ୍ୟୁରୋ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପ୍ରଶାସନିକ ଉଦାସିନତା ହେତୁ ପ୍ରକୃତ ହିତାଧିକାରୀ ଯୋଜନାର ଫାଇଦା ପାଇପାରୁନାହାନ୍ତି । ଆଜି ବି ଅନେକ ଲୋକେ ଝାଟିମାଟି ଘରେ ପାଲ ଟାଙ୍ଗି  ଜୀବନ କାଟୁଛନ୍ତି ।

ଯାଜପୁର ଦଶରଥପୁର ବ୍ଲକ ପାଲଟପୁର ପଂଚାୟତର ଏମିତି ଝାଟିମାଟି ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଶାସନର ନଜର ପଡୁନି । ପଂଚାୟତର ଗରିବ ଖଟିଖିଆ ଲୋକେ ଆଜି ବି ଚାଳ ଛପରେ ପାଲ ପକାଇ ରହୁଛନ୍ତି । ଦିବ୍ୟାଙ୍ଗ ଓ ସ୍ୱାମୀ ପରିତ୍ୟେକ୍ତା ମହିଳା ଝୁମାରାଣୀ ପଣ୍ଡା । ମାଗିଯାଚି ଆଣିଲେ ଚୁଲି ଜଳେ । ଏମିତି ସ୍ଥିତିରେ ଘରଟିଏ ପାଇଁ ପ୍ରଶାସନିକ ବାବୁଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ ଝୁମାରାଣୀଙ୍କୁ ଘରଟିଏ ଯୋଗାଇ ପାରିନାହିଁ  ପ୍ରଶାସନ । କେବଳ ଝୁମା ନୁହନ୍ତି ପଂଚାୟତର ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ରହିଛନ୍ତି ।

ତେବେ ଗରିବ ଲୋକଙ୍କ ପାଇଁ ଯୋଜନା ହେଉଥିଲେ ବି କାହିଁକି ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଯେତେ ବେଳେ ସରକାର ଗୋଟିଏ ବି ଚାଳ ଛପର ଘର ରହିବ ନାହିଁ ବୋଲି କହୁଛନ୍ତି, ସେତେବେଳେ କାହିଁକି ଓ କେଉଁ ପରିସ୍ଥିତିରେ ପାଲ ତଳେ ମୁଣ୍ଡ ଗୁଂଜିଛନ୍ତି ହିତାଧିକାରୀ ? ଜିଲ୍ଲାପାଳ ତ ପ୍ରତିଶ୍ରୁତି ଦେଇଦେଲେ, ତେବେ ଏବେ ଅପେକ୍ଷା ପାଲ ତଳେ ରହୁଥିବା ପାଲଟପୁର ବାସୀଙ୍କୁ କେବେ ମିଳୁଛି ଘର, ଆଉ ମୁଣ୍ଡ ଉପରୁ ହଟୁଛି ପାଲ ।

from Kanak News
via <a href="https://ifttt.com/?

ଭିତରକନିକାରୁ ୩୬ ବଡ କୁମ୍ଭୀର ଗାଏବ! ୬ବର୍ଷ ହେଲା ସଂଖ୍ୟା ବଢୁଥିଲା, ଏବର୍ଷ କମିଗଲା କେମିତି?

କନକ ବ୍ୟୁରୋ : ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା ଜାତୀୟ ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି। ଚଳିତମାସ ୧୫ ରୁ ୨୩ ତାରିଖ ଯାଏ ବନବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ରିପୋର୍ଟ ଏହି ତଥ୍ୟ କହୁଛି।

ଖାଦ୍ୟ ଓ ଖାଦକ ପ୍ରକ୍ରିୟାରେ ଛୋଟ ଛୋଟ କୁମ୍ଭୀରଙ୍କୁ ବଡ଼ କୁମ୍ଭୀର ବା ବଡ଼ ମାଛ ଖାଇଥାନ୍ତି। ମାତ୍ର ୬ ଫୁଟରୁ ବଡ ଅର୍ଥାତ ୪ ବର୍ଷରୁ ଅଧିକ ବୟସ୍କ ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ଗାଏବ ହୋଇଯିବା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି। ଏତେ ସଂଖ୍ୟକ ବଡ଼ କୁମ୍ଭୀର କୁଆଡେ ଗଲେ? ବର୍ଷକ ମଧ୍ୟରେ ୩୬ଟି ବଡ କୁମ୍ଭୀର ମୃତ୍ୟୁ ବରଣ କରିଛନ୍ତି ନା ସେମାନଙ୍କୁ ଶିକାର କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି। ଗତ ୧୦ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ପ୍ରତିବର୍ଷ ବଡ କୁମ୍ଭୀର ସଂଖ୍ୟା ବଢୁଥିବା ବେଳେ ଏ ବର୍ଷ ୩୬ କୁମ୍ଭୀର ଗାଏବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବଉଳା କୁମ୍ଭୀରଙ୍କ ଭୂସ୍ୱର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତିବର୍ଷ କୁମ୍ଭୀର ଗଣନା କରାଯାଇଥାଏ। ୧୯୭୫ରେ ୩୪ଟି ପରିପକ୍ବ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ବଂଶବୃଦ୍ଧି ଯୋଜନା ଆରମ୍ଭ ହୋଇଥିଲା। ଚଳିତ ବର୍ଷ କୁମ୍ଭୀର ଗଣନା ରିପୋର୍ଟରେ କୁମ୍ଭୀର ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଗଣନା ରିପୋର୍ଟ ଅନୁଯାୟୀ ଏ ବର୍ଷ ଭିତରକନିକାରେ ୨ ଫୁଟରୁ କମ୍ ଆକାରର ୫୯୩ କୁମ୍ଭୀର, ୨ ଫୁଟରୁ ୩ ଫୁଟ ମଧ୍ୟରେ ୩୭୬, ୩ ଫୁଟରୁ ୬ ଫୁଟର ୩୨୦, ୬ ଫୁଟରୁ ୮ ଫୁଟର ୧୫୨, ୮ ଫୁଟରୁ ୧୦ ଫୁଟର ୧୨୭, ୧୦ ରୁ ୧୨ ଫୁଟର ୯୬, ୧୨ରୁ ୧୪ ଫୁଟର ୫୦, ୧୪ରୁ ୧୬ ଫୁଟର ୩୧, ୧୬ରୁ ୧୮ ଫୁଟ ମଧ୍ୟରେ ୨୨ଟି, ୧୮ରୁ ୨୦ ଫୁଟ ମଧ୍ୟରେ ୬ ଓ ୨୦ ଫୁଟରୁ ଅଧିକ ଲମ୍ବର ୪ଟି କୁମ୍ଭୀର ଅଛନ୍ତି। ଅର୍ଥାତ୍ ୬ ଫୁଟରୁ ବଡ ୪୮୮ଟି କୁମ୍ଭୀର ଚଳିତବର୍ଷ ଗଣନାରେ ଚିହ୍ନଟ କରାଯାଇଛି। ଯାହାକି ଗତବର୍ଷ ତୁଳନାରେ ୩୬ଟି କମ। ବନବିଭାଗ ଏ ବର୍ଷ କୁମ୍ଭୀର ସଂଖ୍ୟା ଆଶାତୀତ ବଢିଥିବା କହି ଖୁସି ବ୍ୟକ୍ତ କରୁଛି। ମାତ୍ର ପ୍ରକୃତପକ୍ଷେ ଗଣନା ରିପୋର୍ଟ ଅନୁସାରେ ଭିତରକନିକା ଯେ ବଉଳା କୁମ୍ଭୀରଙ୍କ ପାଇଁ ଶ୍ମଶାନ ଭୂମି ପାଲଟିଛି, ସେ ଭଳି ମାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି।

from Kanak News
via <a href="https://ifttt.com/?

ରାଉରକେଲା ଜିଏସଟି ଠକେଇରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ : ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କିଛି କର୍ମଚାରୀଙ୍କ ନାଁରେ ଅଭିଯୋଗ

କନକ ବ୍ୟୁରୋ : ରାଉରକେଲାରେ କୋଟି କୋଟି ଟଙ୍କାର ଜିଏସଟି ଠକେଇ ନେଇ ଖବର ଆସୁଥିବା ବେଳେ ଏବେ ଏଥିରେ ଆସିଛି ନୂଆ ମୋଡ । ଠକ ରକେଟ୍ ସହ ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀ ଏଥିରେ ସାମିଲ ଥିବା, କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ସମେତ ବ୍ୟାଙ୍କର ପୂର୍ବତନ ସଭାପତି ଅଭିଯୋଗ କରିଥିଲେ ।

ନକଲି ଆକାଉଂଟ ଖୋଲି ଠକଙ୍କୁ ସହଯୋଗ କରିଥିବା ନେଇ ବାରମ୍ବାର ଅଭିଯୋଗ ପରେ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ । ବ୍ୟାଙ୍କ କର୍ତ୍ତୃପକ୍ଷ ଜାଲ ଆକାଉଂଟ ଖୋଲି ଜିଏସଟି ଠକଙ୍କୁ ସହାୟତା କରନ୍ତି, ତାହା ସାମନାକୁ ଆସିଛି । ବିଶେଷ କରି ବେରୋଜଗାର ଯୁବକଙ୍କୁୁ ମୋହରା ବନାଇ କରିଥାନ୍ତି ଠକେଇର ଷଡ଼ଯନ୍ତ୍ର । ବିବେକ ଷଡ଼ଙ୍ଗୀ । ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଭି. ଏସ୍. ଷ୍ଟିଲ ନାମକ ଏକ ଘରୋଇ କଂପାନୀର ପ୍ରେପୋଇଟର୍ ଦର୍ଶାଇ ତାଙ୍କ ନାଁରେ ଜାଲ୍ କରେଂଟ ଆକାଉଂଟ ଖୋଲିଥିବା ସେ ଅଭିଯୋଗ କରିଛନ୍ତି ।

ଏପଟେ ଅଭିଯୋଗର ତଦନ୍ତ କରୁଥିବା ଅଡିଟ୍ ଟିମ୍ କିମ୍ବା ବ୍ୟାଙ୍କ କର୍ତୃପକ୍ଷ ଏ ନେଇ ମୁହଁ ଖୋଲିବାକୁ ନାରାଜ । ତେବେ ତଦନ୍ତରୁ ଜଣାପଡ଼ିଛି, ଆକାଉଂଟ ଖୋଲିବା ବେଳେ ବିବେକଙ୍କ ଦସ୍ତଖତ ସହ ମେଳ ଖାଉନାହିଁ , ଚେକ୍ ବହି ଦେବା ସମୟର ଦସ୍ତଖତ । ବିବେକଙ୍କ ନାଁରେ ଅର୍ବାନ ବ୍ୟାଙ୍କରେ ଦୁଇ ଦୁଇଟା ଆକାଉଂଟ ଖୋଲା ଯାଇଛି । ଏ ନେଇ ସେ କିଛି ଜାଣିନଥିବା ଅଭିଯୋଗ କରିଛନ୍ତି । ଚାକିରି ଆଶାରେ ଜଣେ ପରିଚିତ ଲୋକକୁ ସେ କାଗଜପତ୍ର ଦେଇଥିଲେ । ଏହାକୁ ନେଇ ଜାଲିଆତି କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଷ୍ଟିଲସିଟି ଶାଖାରେ ହୋଇଥିବା ଆକାଉଂଟ ନେଇ ସେ ସଂଦେହ କରିବାରୁ ତାକୁ ବନ୍ଦ କରାଯାଇଥିଲା । ତେବେ ପୁଣିଥରେ ମିଡ୍ ଟାଉନ୍ରେ ବିବେକଙ୍କ ନାଁରେ ଆଉ ଏକ ଆକାଉଂଟ ଖୋଲା ଯାଇଥିଲା । ଦୁଇଟି ଆକାଉଂଟରେ ୮୪ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ଦର୍ଶାଇ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଅର୍ଥ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ତଦନ୍ତ ଯେତିକି ଆଗକୁ ଯାଉଛି, ଜିଏସଟି ଠକେଇରେ ବ୍ୟାଙ୍କର କିଛି ଅସାଧୁ କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ସଂଦେହ ସେତିକି ବଢିବାରେ ଲାଗିଛି ।

from Kanak News
via <a href="https://ifttt.com/?

ବିସ୍ଫୋରକ ରୂପ ନେବାକୁ ଯାଉଛି ଚାଷୀ ଆନ୍ଦୋଳନ । ଗାଜିପୁରରେ ଚାଷୀ ନେତାଙ୍କ ଅପିଲ ପରେ ଏକାଠି ହେଉଛନ୍ତି ଚାଷୀ । ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ଫୋର୍ସ ପ୍ରସ୍ତୁତ

ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ପରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ୟୁପି ଏବଂ ଦିଲ୍ଳୀ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗାଜିପୁର‌େରେ ଧାରଣା ଦେଇଥିବା ଆନ୍ଦୋଳନକାରୀଙ୍କୁ ରାତି ସୁଦ୍ଧା ସ୍ଥାନ ଛାଡ଼ିବା ଲାଗି ସମୟ ଦିଆଯାଇଥିବା ବେଳେ ଚାଷୀ ନେତାମାନେ ଉଠିବାକୁ ମନା କରିଦେଇଛନ୍ତି। ଧମକ ଦେଇଛନ୍ତି ଯେ ଧାରଣା ସ୍ଥଳରୁ ହଟାଇବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନ ‌ହେଲେ ସେମାନେ ଆତ୍ମହତ୍ୟା କରିବେ। ସେହିଭଳି ଟିକରି ଏବଂ ସିଂଘୁ ଧାରଣା ସ୍ଥ‌ଳ‌ରେ ମଧ୍ୟ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ମାସ ଧରି ଏଠାରେ ଧାରଣା ଦେଇଥିବା ‌ଚାଷୀମାନଙ୍କୁ ହଟାଇବା ଲାଗି ବହୁସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଧାରଣାସ୍ଥଳକୁ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ୧୪୪ ଧାରା ଜାରି କରାଯାଇଛି। ଧାରଣାସ୍ଥଳକୁ ପୁଲିସ ଚାରିଆଡ଼ୁ ଘେରି ରହିଥିବା ବେଳେ ଜେସିବି ଲଗାଇ ରାସ୍ତା ଖୋଳି ଦିଆଯାଇଛି। ଧାରଣାରେ ବସିଥିବା ଚାଷୀମାନଙ୍କୁ ହଟାଇବା‌ ଲାଗି ଯେକୌଣସି ମୁହୂର୍ତରେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଜଣାପଡ଼ିଛି।

ଦିଲ୍ଲୀ ହିଂସାରେ ସଂପୃକ୍ତ ଥିବା ‌ଅଭିଯୋଗରେ ପୁଲିସ ୩୭ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରିଛି। ଏଥିରେ ଅଛନ୍ତି ଚାଷୀ ନେତା ଯୋଗେନ୍ଦ୍ର ଯାଦବ, ରାକେଶ ଟିକାୟତ ଓ ମେଧା ପାଟକର। ଏହି ନେତାମାନଙ୍କ ବିରୋଧରେ ଦଙ୍ଗା, ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା ଉଦ୍ୟମ ଆଦି ଧାରାରେ ମାମଲା ରୁଜୁ ହୋଇଛି। ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ଲାଗି ଲୁକ୍ ଆଉଟ୍ ନୋଟିସ ଜାରି କରିବା ସହିତ ପାସପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି। ଚାଷୀ ନେତାମାନେ ଉତ୍ତେଜକ ଭାଷଣ ଦେଇ ଏବଂ ଚାଷୀଙ୍କୁ ବିଭ୍ରାନ୍ତ କରି ହିଂସା ପାଇଁ ଉସୁକାଇଥିଲେ ବୋଲି ଦିଲ୍ଲୀ ପୁଲିସ ମୁଖ୍ୟ ଏସ୍‌.ଏନ୍‌. ଶ୍ରୀବାସ୍ତବ କହିଛନ୍ତି। କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ପୁଲିସଠାରୁ ଅସ୍ତ୍ର, ଗୁଳି ଏବଂ ଟିୟର୍‌ଗ୍ୟାସ୍‌ ସେଲ୍ ମଧ୍ୟ ଛଡ଼ାଇ ନେଇଥିବା ରିପୋର୍ଟ ମିଳିଛି ବୋଲି ସେ କହିଛନ୍ତି।

ଇତିମଧ୍ୟରେ ଦିଲ୍ଲୀ ସୀମାକୁ ଲାଗିଥିବା ଗାଜିପୁରରେ ଧାରଣାସ୍ଥଳକୁ ଘେରିଯାଇଛନ୍ତି ନିରାପତ୍ତା ବାହିନୀ। ମଧ୍ୟରାତି ସୁଦ୍ଧା ଧାରଣାସ୍ଥଳ ଛାଡ଼ିବା ଲାଗି ୟୁପି ସରକାର ନିର୍ଦେଶ ଦେଇଛନ୍ତି। ନିଜ ଆଡ଼ୁ ସେମାନେ ନଉଠିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ସେଠାରେ ୧୪୪ ଧାରା ଜାରି କରାଯାଇଛି ଏବଂ ବିଦ୍ୟୁତ ଓ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ତେବେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ସେମାନେ ପୁଲିସ ଗୁଳିର ସାମନା କରିବାକୁ ପ୍ରସ୍ତୁତ। କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ସ୍ଥଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ପୁଲିସ କାର୍ଯ୍ୟାନୁଷ୍ଠାନ ‌ହେଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଅନ୍ୟ ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି ଯେ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସରକାର ଷଡ଼ଯନ୍ତ୍ର କରିଛନ୍ତି। ହିଂସା ପଛରେ ସରକାରୀ ଷଡ଼ଯନ୍ତ୍ର ରହିଛି। ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି।

from Kanak News
via <a href="https://ifttt.com/?

ଆଫ୍ରିକାକୁ ୧ କୋଟି ଓ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୦ ଲକ୍ଷ କୋଭିଡ ଟିକା ଯୋଗାଇ ଦେବ ଭାରତ

କନକ ବ୍ୟୁରୋ : ଭାରତ ଆଫ୍ରିକାକୁ ୧ କୋଟି ଏବଂ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୧୦ ଲକ୍ଷ ଭାରତରେ ନିର୍ମିତ କୋଭିଡ୍‌-୧୯ ଟିକା ଯୋଗାଇ ଦେବ। ଏହି ଟିକା ‘ଗ୍ଲୋବାଲ୍‌ ଆଲିଏନ୍ସ୍‌ ଫର୍‌ ଭ୍ୟାକ୍ସିନସ୍‌ ଆଣ୍ଡ୍‌ ଇମ୍ୟୁନାଇଜେସନ୍‌’ (ଗାଭି) ଆଧାରରେ ପ୍ରେରଣ କରାଯିବ। ୨୦୦୦ ମସିହାରେ ସୃଷ୍ଟି ହୋଇଥିବା ‘ଗାଭି’ର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଦରିଦ୍ରତମ ରାଷ୍ଟ୍ରଗୁଡ଼ିକରେ ଥିବା ପିଲାମାନଙ୍କୁ ଟିକା ଲାଗି ସମାନ ସୁଯୋଗ ଦେବା। ‘ଗାଭି’ର ‘କୋଭାକ୍ସ୍‍ ଫ୍ୟାସିଲିଟି’ରେ କୋଭିଡ୍‌-୧୯ ଟିକାର ସମାନ ଆବଣ୍ଟନ ହାସଲ ଏବଂ ଟିକାର ବିକାଶ ଓ ପ୍ରସ୍ତୁତିକୁ ତ୍ୱରାନ୍ଵିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେପଟେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଔପଚାରିକ ଭାବେ ଘୋଷଣା କରିଛି ଯେ, ଭାରତ ଓମାନକୁ ୧୧ ଲକ୍ଷ, କେରିକମ୍‌ ଦେଶମାନଙ୍କୁ ୫ ଲକ୍ଷ ଡୋଜ୍‌, ନିକାରାଗୁଆକୁ ୨ ଲକ୍ଷ ଡୋଜ୍‌ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶମାନଙ୍କୁ ୨ ଲକ୍ଷ ଡୋଜ୍‌ କୋଭିଡ୍‌-୧୯ ଟିକା ଯୋଗାଇ ଦେବ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଅନୁସାରେ, କୋଭିଡ୍‌-୧୯ ମହାମାରୀ ବିରୋଧରେ ଆନ୍ତର୍ଜାତିକ ସହଯୋଗକୁ ଭାରତ ତା’ର କର୍ତ୍ତବ୍ୟ ବୋଲି ମନେକରେ। ତେଣୁ, ସେହି ଆଧାରରେ ଆମେ ଆମ ପଡ଼ୋଶୀ ଦେଶଙ୍କ ସମେତ ବିଶ୍ୱର କେତେକ ଦେଶକୁ ପ୍ରଥମେ ଟିକା ଯୋଗାଇ ଦେଇଛୁ।

from Kanak News
via <a href="https://ifttt.com/?

ଖୋଲିଲା ଟୋକନ୍ ସ୍କାମର ଗୁମର: ଜିଲ୍ଲା ପ୍ରଶାସନର ତନାଘନା ପରେ ସାମ୍ନାକୁ ଆସିଲା ସତ; ଜାଲିଆତି କରି ଟୋକନ ହାତେଇ ମାଲାମାଲ ହେଉଥିଲେ ଦଲାଲ ଓ ସରକାରୀ ବାବୁ

କନକ ବ୍ୟୁରୋ : ସୁନ୍ଦରଗଡ଼ରେ କିଭଳି ଭାବେ ଧାନକିଣାରେ ଅବ୍ୟବସ୍ଥା ହେଉଛି, ଟୋକନ ଜରିଆରେ ଦଲାଲ ଓ ଅଧିକାରୀ ମାଲାମାଲ ହେଉଛନ୍ତି, ପ୍ରକୃତ ଚାଷୀ ଧାନ ବିକିନପାରି ହନ୍ତସନ୍ତ ହେଉଛନ୍ତି, ଏ ନେଇ ବିସ୍ତୃତ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଖବର ପ୍ରସାରଣ ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜେ ଧାନ ମଣ୍ଡି ଓ ମହୁଲପାଲି ଲ୍ୟାମ୍ପସକୁ ଯାଇ ସ୍ଥିତି ପରଖିବା ସହ ଟାଙ୍ଗରପାଲି ତହସିଲଦାର, ସିଏସଓଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ । ଆଉ ଟାଙ୍ଗରପାଲି ତହସିଲଦାର ରିପୋର୍ଟ ଦାଖଲ କରିବା ପରେ ଟୋକନ ସ୍କାମର ଗୁମର ଖୋଲିଛି ।

କିପରି ଟୋକନ ସ୍କାମ୍ କରାଯାଉଥିଲା, ଗ୍ରାଉଣ୍ଡ ଜିରୋରୁ ଖବର ପରିବେଷଣ କରିଥିଲା କନକ ନ୍ୟୁଜ୍ । ୬ଟି କେଶ ଷ୍ଟଡି ନେଇ ଦୁର୍ନୀତିର ପୂରା ରହସ୍ୟ ପଦାକୁ ଆଣିଥିଲା । ଅଭିଯୋଗକାରୀଙ୍କ ନିକଟରେ ପହଁଚି ତହସିଲଦାର ତଦନ୍ତ କରିବା ପରେ ସତ ସାମନାକୁ ଆସିଛି । ତଦନ୍ତରୁ ଜଣାପଡିଛି, ଦଲାଲମାନେ ଏହି ଲୋକମାନଙ୍କ ଜମି ପଟ୍ଟା ଓ ନକଲି ଦସ୍ତଖତ କରି ରେଜିଷ୍ଟ୍ରେସନ କରିଥିଲେ ଓ ଟୋକନ୍ ମଧ୍ୟ ହାତେଇ ନେଇଥିଲେ । ଆଉ ଏଥିରେ ସାମିଲ ହୋଇଥିଲେ ଲ୍ୟାମ୍ପସର ଏମଡି ଓ କିଛି ବଡ ସରକାରୀ ଅଧିକାରୀ । ଏମାନେ ତସଲାଡିହି ଗାଁରେ ଥିବା ଏକ ସିଏସି ସେଂଟର ବା କିଓସ୍ ସେଂଟର ମାଲିକଙ୍କୁ ଲ୍ୟାମ୍ପସର ଆଇଡି ଓ ପାସୱାର୍ଡ ପ୍ରଦାନ କରିଥିଲେ ।

ଆଉ ଜନସେବା କେନ୍ଦ୍ରକୁ ଆସୁଥିବା ଲୋକଙ୍କ ଆଧାରକାର୍ଡ ଓ ଜମି ପଟ୍ଟାର ନକଲ ରଖି ଏହିଭଳି କାର୍ଯ୍ୟ କରାଯାଇଛି । ମହୁଲପାଲି ଲ୍ୟାମ୍ପସର ଏମଡିଙ୍କୁ ସସପେଣ୍ଡ କରାଯାଇଛି । ବହୁ ସରକାରୀ ଅଧିକାରୀ ଏଥିରେ ସାମିଲ ଅଛନ୍ତି, ଧାନ କିଣା ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲପାଳ । ଜାଲି କାଗଜପତ୍ରରେ ରେଜିଷ୍ଟ୍ରେସନ କରି ଯେଉଁମାନେ ଟୋକନ ବାହାର କରିଥିଲେ, ସେଗୁଡିକୁ ଖାରଜ କରି ଦିଆଯାଇଛି । ସେମାନେ ଆଉ ଧାନ ବିକ୍ରି କରି ପାରିବେନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

from Kanak News
via <a href="https://ifttt.com/?

ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଜବ ନିୟମ : ଅପରାହ୍ନ ସାଢେ ୫ଟା ପରେ ଅଫିସରେ ରହିବେନି ମହିଳା କର୍ମଚାରୀ

କନକ ବ୍ୟୁରୋ : ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ । ଏପରି ନିର୍ଦ୍ଦେଶ ଦେଇଛି, ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ । ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡିବାକୁ କୁହାଯାଇଛି । ଏହା ସହ ଅଫିସ ସମୟ ମଧ୍ୟରେ ମହିଳା କର୍ମଚାରୀମାନଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଆଉ ଏହି ସମୟ ମଧ୍ୟରେ ନିଜ ପାଖରେ ଥିବା କାମ ସାରିବାକୁ ମଧ୍ୟ ନିର୍ଦ୍ଦେଶନାମାରେ ତାଗିଦ କରାଯାଇଛି । ସୁପରିଂଟେଣ୍ଡିଙ୍ଗ ଇଂଜିନିୟରଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ସବୁଠୁ ବଡ଼ କଥା ହେଉଛି, କାହିଁକି ଏପରି ନିର୍ଦ୍ଦେଶ ଦିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଗୋଟିଏ ପଟେ ଉଭୟ ମହିଳା, ପୁରୁଷ କାର୍ଯ୍ୟ କ୍ଷେତ୍ରରେ ସମାନ ବୋଲି ବିବେଚନା କରାଯାଉଛି, ଅନ୍ୟପଟେ ଏଭଳି ଏକ ନିର୍ଦ୍ଦେଶନାମା କେବଳ ମହିଳାମାନଙ୍କ ପାଇଁ ଜାରି ହୋଇଛି । ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ସଂଧ୍ୟା ପରେ ଅଫିସରେ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ନେଇ କର୍ତୃପକ୍ଷଙ୍କର ସଂଦେହ ରହିଛି କି ? ଏ ନେଇ ଉଚ୍ଚ ପଦାଧିକାରୀଙ୍କ ଆମେ ଯୋଗାଯୋଗ କରିଥିଲୁ, ହେଲେ ଏ ସଂପର୍କରେ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ରାକେଶ ଜେନା ଗିରଫ; ପୋଲିସ ଆଗରେ ସତ ଓଗାଳିଲା ରାକେଶ

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଜେନାକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଛି । ଏହା ପରେ ଯାଜପୁର କୁଆଖିଆ ପୋଲିସକୁ ଅଭିଯୁକ୍ତକୁ ଗତକାଲି ରାତିରେ କରାଯାଇଛି ହସ୍ତାନ୍ତର । ଏହା ପରେ ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ଏଥିପାଇଁ ରାଜଧାନୀରୁ ଯାଜପୁର ପ୍ରାୟ ୧୦୦ କିମି ବାଟ ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଇଥିଲେ ଓ ଫିଙ୍ଗି ଦେଇଥିଲେ ।

ସିସିଟିଭି ଭିଜୁଆଲରୁ ଏହାର ଖିଅ ମିଳିବା ପରେ ଖୋଳତାଡ କରି ଅଭିଯୁକ୍ତ ରାକେଶ ଜେନା ନିକଟରେ ପହଁଚିଛି ପୋଲିସ । ଗତକାଲି ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଚଢାଉ କରି ଅଭିଯୁକ୍ତ ରାକେଶକୁ କମିସନରେଟ୍ ପୋଲିସ ଗିରଫ କରିଥିଲା । ଏହା ପରେ ଅଭିଯୁକ୍ତକୁ ଯାଜପୁର କୁଆଖିଆ ପୋଲିସକୁ ହସ୍ତାନ୍ତର କରାଯାଇଛି । ତଦନ୍ତରୁ ଜଣାପଡିଛି, ରାକେଶ ଝରାଫୁଲଙ୍କ ପୁରୁଷ ବନ୍ଧୁ । ଯେଉଁ ସିସିଟିଭି ଫୁଟେଜ୍ ମିଳିଥିଲା, ସେଥିରେ ସ୍କୁଟି ପଛପଟେ ବସିଥିଲା ଅଭିଯୁକ୍ତ ରାକେଶ । ହତ୍ୟାକାଣ୍ଡ ପରେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ବଡ଼ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ । ମୃତଦେହକୁ ଫିଙ୍ଗି ଦେବା ପାଇଁ ସ୍କୁଟିରେ ବସାଇ ନେଇଥିଲା ଭୁବନେଶ୍ୱରରୁ ଯାଜପୁର ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଟି ଚଳାଉଥିବା ଯୁବକ ଜଣକ ରାକେଶର ସାଙ୍ଗ । ସେ ଏବେ ଫେରାର ଅଛି । ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ । ଗତ ୨୬ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଭୁବନେଶ୍ୱରରୁ ବସ ଯୋଗେ ମୟୂରଭଂଜ ଯଶୀପୁର ସ୍ଥିତ ତାଙ୍କ ଗାଁକୁ ଯିବା ପାଇଁ ବାହାରିଥିଲେ ଝରାଫୁଲ । ତେବେ ବାଣୀବିହାର ନିକଟରେ ବସରୁ ଓହ୍ଲାଇ ଯାଇ , ରୂପାଲି ଛକ ଆଡକୁ ଆସିଥିଲେ । ସେଠାରୁ ତାଙ୍କର ପୁରୁଷବନ୍ଧୁ ରାକେଶ ଜେନାଙ୍କ ସହ ଯାଇଥିଲେ । ୨୭ ତାରିଖ ଦିନ ତାଙ୍କର ମୃତଦେହ ଯାଜପୁରରୁ ମିଳିଥିଲା । ରମାଦେବୀ କଲେଜର ଏହି ଛାତ୍ରୀ ମୃତ୍ୟୁ ମାମଲା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଅଭିଯୁକ୍ତ ଗିରଫ ହେବା ପରେ ପୂରା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started