ଚାଷୀ ଥିଲେ ବୋଲି ଆମେ ସହିଲୁ, କିନ୍ତୁ ସେମାନେ ଆକ୍ରମଣ କରିବାକୁ ପଛାଇଲେନି । ମୁଣ୍ଡରେ ଷ୍ଟିଚ୍ ପଡିଥିବା ପୋଲିସ କର୍ମୀ କହିଲେ ଲାଲକିଲ୍ଲାର ସେଦିନର କାହାଣୀ ।

କନକ ବ୍ୟୁରୋ : ସେମାନେ ଚାଷୀ ଥିଲେ ଆମେ ପାଦ ପଛକୁ ନେଲୁ। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସେମାନଙ୍କ କଥା ଭାବିଲୁ। ହେଲେ ସେମାନେ ନା ଆମ କଥା ଭାବିଲେ ନା ଦେଶବାସୀଙ୍କର ସେମାନଙ୍କ ପ୍ରତି ଥିବା ସମର୍ଥନ କଥା ଭାବିଲେ। ପଶୁ ଭଳି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କୁ ଖଣ୍ଡା ଏବଂ ଲାଠିରେ ପିଟିବା ଆରମ୍ଭ କଲେ। ଆମେ ସହିଲୁ, ହେଲେ ସେମାନେ ପିଟିଲେ। ବାଷ୍ପରୁଦ୍ଧ କଣ୍ଠରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଟ୍ରାକ୍ଟର ରାଲିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ପୁଲିସକର୍ମୀ।

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ନିନ୍ଦନୀୟ ଘଟଣା ଏବେ ଚାଷୀ ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି କରିବେ ବୋଲି କହି ଚାଷୀମାନେ ଯେଉଁଭଳି ଭାବେ କାର୍ଯ୍ୟ କଲେ, ତାହା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା। ଚାଷୀଙ୍କ ଏଭଳି ରୂପ ଗତ ୬୪ଦିନର ଆନ୍ଦୋଳନ ମଧ୍ୟରେ ଦେଶ ଦେଖି ନଥିଲା। ହେଲେ ଲାଲକିଲ୍ଲାକୁ ପଶି ପୁଲିସକୁ ମାଡ଼ ମାରିବା ଏବଂ ଭଙ୍ଗାରୁଜା କରିବା ଦୃଶ୍ୟ ଏବେ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଛି। ସମର୍ଥନ କରୁଥିବା ଲୋକେ ଏବେ ଆନ୍ଦୋଳନରତ ଚାଷୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ମୁଣ୍ଡରେ ୧୨ଟି ଷ୍ଟିଚ ପଡ଼ିଥିବା ଦିଲ୍ଲୀ ପୁଲିସର ଇନ୍ସପେକ୍ଟର ପିସି.ଯାଦବ ଘଟଣାଦିନର କଥା ମନେ ପକାଇ କହିଛନ୍ତି, ଆମେ ଦେଖିଲୁ ବହୁ ସଂଖ୍ୟକ ଲୋକ ଲାଲକିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି। କେହି କିଛି ଭାବିବା ପୂର୍ବରୁ ସେମାନେ ତୁରନ୍ତ ଲାଲକିଲ୍ଲାର କାନ୍ଥ ଉପରକୁ ଚଢ଼ିଯାଇଥିଲେ। ଆମେ ସେମାନଙ୍କୁ ହଟାଇବାକୁ ଚେଷ୍ଟା କଲୁ, କିନ୍ତୁ ସେମାନେ ଆକ୍ରମଣାତ୍ମକ ହୋଇ ଖଣ୍ଡା ଏବଂ ଲାଠି ଦ୍ୱାରା ଆମକୁ ଆକ୍ରମଣ କରିବା ଆରମ୍ଭ କଲେ। ଆମ ମଧ୍ୟରୁ ଜଣେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ରକ୍ତସ୍ରାବ ହେଲା। ଏଥିପାଇଁ ମୁଁ ତଳ ମହଲାକୁ ଯାଇ ତାଙ୍କୁ ଡାକ୍ତରଖାନା ନେଉଥିଲି ଯେତେବେଳେ ସେମାନେ ଆମକୁ ପୁଣି ଅଟକାଇ ଲାଠିରେ ମାଡ଼ ମାରିବା ଆରମ୍ଭ କରିଥିଲେ। ହେଲେ ସେମାନେ ମୋ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ ଖଣ୍ଡାରେ ମାଡ଼ ମାରିବାରୁ ମୋର ହେଲମେଟ ଭାଙ୍ଗିଯାଇଥିଲା। ଏହା ପରେ ମୁଁ ‌ଅଚେତ ହୋଇଯାଇଥିଲି। ସେମାନେ କୃଷକ ବୋଲି ଆମେ ସଂଯମତା ପାଳନ କଲୁ, କିନ୍ତୁ ସେମାନେ ତାହା କଲେ ନାହିଁ।

from Kanak News
via <a href="https://ifttt.com/?

ଆଜିଠାରୁ ସଂସଦର ବଜେଟ ଅଧିବେଶନ : ପ୍ରଥମ ଦିନରେ ରାଷ୍ଟ୍ରପତି ମିଳିତ ସଦନକୁ କରିବେ ସଂବୋଧନ 

କନକ ବ୍ୟୁରୋ : ଆଜି ଠାରୁ ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୁପରେଖ ବାବଦରେ ସୂଚନା ଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ । ସେପଟେ ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବିରୋଧୀ ।

କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ମିଳିତ ପ୍ରେସବିବୃତି ଜାରି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଏନେଇ ସୂଚନା ଦେଇଛନ୍ତି । କଂଗ୍ରେସ, ଏନସିପି, ନେସନାଲ କନଫରେନ୍ସ, ଡିଏମକେ, ଟିଏମସି, ଶିବସେନା, ସମଜାବାଦୀ ପାର୍ଟି, ଆରଜେଡି, ସିପିଆଇଏମ ଆଦି ୧୬ଟି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ଆରମ୍ଭ ହେବ ଡିଜିଟାଲ ଡୋର ନମ୍ବରିଂ । ଗୋଟିଏ କ୍ଲିକରେ ମିଳିବ ପ୍ରତି ୱାର୍ଡରେ ଥିବା ଘରର ସବୁ ରେକର୍ଡ ।

କନକ ବ୍ୟୁରୋ : ବିଏମସିର ବହୁ ପ୍ରତୀକ୍ଷିତ ଯୋଜନା ଡିଜିଟାଲ ଡୋର୍ ନମ୍ବରିଂ(ଡିଡିଏନ୍‌) ବ୍ୟବସ୍ଥା ଆସନ୍ତା ଫେବ୍ରୁଆରୀ ପହିଲାରୁ ଆରମ୍ଭ ହେବ। କରୋନା ଯୋଗୁଁ ବିଳମ୍ବିତ ହୋଇଥିବା ଏହି କାମ ଏବେ ପାଇଲଟ୍ ପ୍ରକଳ୍ପ ଭାବେ ତିନିଟି ଜୋନର ତିନିଟି ୱାର୍ଡରେ ଆରମ୍ଭ ହେବ।

ବିଏମସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର ପ୍ରତି ଘର ପାଇଁ ଏକ ଡିଜିଟାଲ ନମ୍ବର ଦିଆଯିବ। ଘର ସମ୍ମୁଖରେ ଏହି ନମ୍ବର ଲେଖାଯିବ। ଜୁନ୍‌ ମାସରେ ଏନେଇ ବିଏମସି ଓ ନବଯୁଗ ସ୍ପାସିଆଲ ଟେକ୍ନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେଡ ଏବଂ ଜିପର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲେ ହେଁ କରୋନା ପାଇଁ ସର୍ଭେ କାମ ଆରମ୍ଭ ହୋଇପାରିନଥିଲା। ଏବେ ଏହା ଦକ୍ଷିଣ ପଶ୍ଚିମ ଜୋନର ୱାର୍ଡ ୨୩ (କଳିଙ୍ଗ ନଗର ଅଞ୍ଚଳ), ଦକ୍ଷିଣ-ପୂର୍ବ ଜୋନର ୱାର୍ଡ ୩୦ (ସହିଦ ନଗର) ଏବଂ ଉତ୍ତର ଜୋନରେ ୱାର୍ଡ ୬ (ଶୈଳଶ୍ରୀ ବିହାର)ରେ ଆରମ୍ଭ ହେବ। ୧୧ରୁ ୧୨ ଦିନରେ ଏହି ସର୍ଭେ ଶେଷ ହେବ।

୬୭ଟି ଯାକ ୱାର୍ଡରେ ଡିଜିଟାଲ ଡୋର୍‌ ନମ୍ବରିଂ ହେବ। ଏଥିପାଇଁ ୩କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ବିଏମସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହେଲେ ଆମେ ଡିଜିଟାଲ ଡୋର୍‌ ନମ୍ବରିଂ କିପରି ସଫଳ ହେବ ଜାଣିପାରିବୁ। ଏହି ନମ୍ବରରେ ଘରର ସଂପୂର୍ଣ୍ଣ ତଥ୍ୟ, ଠିକଣା, ହୋଲଡିଂ ଟିକସ ଠାରୁ ଆରମ୍ଭ କରି ସବୁ ପ୍ରକାରର ତଥ୍ୟ ମିଳିବ। ‌କେବଳ ଗୋଟିଏ କ୍ଲିକ୍‌ରେ ସବୁ ରେକର୍ଡ ମିଳିଯିବ। ଏହାଦ୍ୱାରା ରାଜସ୍ୱ ଆଦାୟ ବଢ଼ିବ, ଲୋକଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ସହଜରେ ମିଳିବ।

from Kanak News
via <a href="https://ifttt.com/?

ଲୁଚକାଳି ଖେଳୁଛି ଶୀତ । କିଛିଦିନ ଥଣ୍ଡା କମିବା ପରେ ପୁଣି ରାଜ୍ୟକୁ ଫେରିଛି ଶୀତ । ୩ଦିନରେ ୪ଡିଗ୍ରି ଖସିବ ପାରଦ

ବେଶ୍‌ କିଛି ଦିନ ଶୀତ ଗାଏବ ହୋଇଯାଇଥିବା ବେଳେ ରାଜ୍ୟକୁ ପୁଣି ଶୀତ ଫେରୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବ। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। କିନ୍ତୁ ଲଗାତାର ତାପମାତ୍ରା ଖସିବାର କୌଣସି ସମ୍ଭାବନା ନାହିଁ। ତାପମାତ୍ରା ଖସିବାର ୨ଦିନ ପରେ ପୁଣି ଥରେ ପାରଦ ଊର୍ଧ୍ବଗାମୀ ହେବ ଓ ଶୀତ କମିବ। ଜାନୁଆରି ଭଳି ଫେବ୍ରୁଆରି ପ୍ରଥମ ସପ୍ତାହରୁ ପୁଣି ଥ‌ରେ ଶୀତର ଲୁଚକାଳି ଖେଳ ଆରମ୍ଭ ‌ହୋଇଯିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିବ। ଆସନ୍ତାକାଲି ସକାଳୁ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି କିଛି କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। କିନ୍ତୁ ୩୦ରୁ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ୩୦ ତାରିଖ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ୩୧ ତାରିଖ ଦିନ ଉତ୍ତର ଉପକୂଳ ଓଡ଼ିଶା ଯଥା ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ‌ଖୋର୍ଧା ଆଦି ଜିଲ୍ଲାରେ ଘନ କୁହୁଡ଼ିର ଆଶଙ୍କା ରହିଛି। ସେହିଭଳି ଫେବ୍ରୁଆରି ୧ ତାରିଖ ଦିନ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ଖୋର୍ଧା, ପୁରୀ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆସନ୍ତା ୨ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ୨ ଦିନ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରୁ ପାରଦସ୍ତର ନିମ୍ନଗାମୀ ହେବା ଆରମ୍ଭ ହୋଇଯିବ ଓ ଶୀତ ବଢ଼ିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୧୬.୫ଡିଗ୍ରି ରହିଛି। ଆସନ୍ତାକାଲି ଭୁବନେଶ୍ବରର ତାପମାତ୍ରା ୧୬ ଡିଗ୍ରି ପାଖାପାଖି ରହିବ। ଏହା ପରେ ୩୧ ତାରିଖ ଦିନ ରାଜଧାନୀର ରାତ୍ରି ତାପମାତ୍ରାରେ ସାମନ୍ୟ ବୃଦ୍ଧି ଘଟି ପୁଣି ହ୍ରାସ ଘଟିବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗୁରୁଚାପବଳୟର ସ୍ଥିତି ପରିବର୍ତ୍ତନ ଯୋଗୁଁ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ଆକଳନ କରାଯାଉଛି, ଆସନ୍ତାକାଲି ଶୁକ୍ରବାରଠାରୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଉଭୟ ଦିନ ଓ ରାତ୍ରି ତାପମାତ୍ରା ବିଶେଷଭାବେ କମିବ। ୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଫେବ୍ରୁଆରି ୧ ତାରିଖରେ ଏହା ଅପରିବର୍ତ୍ତିତ ରହିବ। ତେବେ ୨ ତାରିଖରୁ ସର୍ବନିମ୍ନ ତାପମାତ୍ରାରେ ପୁଣି ବୃଦ୍ଧି ଘଟିବ। ୫ତାରିଖ ସୁଦ୍ଧା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରାର ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ରହିବ। ଭୁବନେଶ୍ବରରେ ଆସନ୍ତାକାଲି ଓ ତା’ ପରଦିନ ଭିତରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ୨ଡିଗ୍ରି ବୃଦ୍ଧି ଘଟିବ। ତା’ ପର ୩ଦିନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି କମି ୩ ତାରିଖଠାରୁ ବିଶେଷ ଭାବେ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ହାଲ୍‌କାରୁ ମଧ୍ୟମଧରଣର କୁହୁଡ଼ି ରାଜ୍ୟର ‌କେତେକ ଅଞ୍ଚଳରେ ଦେଖିବାକୁ ମିଳିଥିଲା। କନ୍ଧମାଳ, କଳାହାଣ୍ଡି, ଅନୁଗୁଳ ଓ ମାଲକାନଗିରି ଆଦି ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା। ସର୍ବନିମ୍ନ ତାପମାତ୍ରା ଉତ୍ତର ଓଡ଼ିଶାରେ କମିବା ଆରମ୍ଭ କଲାଣି। ବାରିପଦାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରି ରେକର୍ଡ ହୋଇଛି। ବାଲେଶ୍ବର ୧୩.୨ ଡିଗ୍ରି, କେନ୍ଦୁଝର ୧୩.୪ ଡିଗ୍ରି ଓ କଟକରେ ୧୪.୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୫ଦିନ ରାଜ୍ୟରେ ପାଗ ଶୁଖିଲା ରହିବ।

from Kanak News
via <a href="https://ifttt.com/?

ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ : ଟିକିରି, ସିଂଘୁ ଓ ଗାଜିପୁର ବର୍ଡରରେ ପୁଲିସ ଛାଉଣୀ; ରାକେଶ ଟିକାୟତଙ୍କ ଡାକରାରେ ପୁଣି ମେଳି ହେଲେଣି ଚାଷୀ

କନକ ବୁରୋ : ଦିଲ୍ଲୀରେ ପୁଣି ଜୋର ଧରିଲା ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡକୁ ଘଟଣାକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଭିତରେ ଚାଷୀ ଆନ୍ଦୋଳନ ଟିକେ ଧୀମା ପଡିଯାଇଥିଲା । ତେବେ ଆଜି ଏହା ପୁଣି ଥରେ ଦାନା ବାନ୍ଧିବା ଆଶା କରାଯାଉଛି । ଏହାରି ଭିତରେ ଗାଜିପୁର ଠାରେ ଚାଷୀ ନେତା ରାକେଶ ଟିକାୟତଙ୍କ ଲୁହ ବୁହା ଆଖିରେ ଆନ୍ଦୋଳନ ଜାରି ରହିବାର ଅପିଲ୍ ପରେ , ପୁଣି ଏକାଠି ହେବାରେ ଲାଗିଛନ୍ତି ଚାଷୀ । ଆଜି ଚାଷୀ ସଂଗଠନ ଦିନ ୧୧ଟାରେ ମୁଜାଫରନଗର ଠାରେ କରିବ ମହାପଂଚାୟତ । ଏଥିରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେବାକୁ ଅପିଲ କରିଛନ୍ତି ଚାଷୀ ନେତା । ସେପଟେ ଚାଷୀ ନେତା ଘୋଷଣା କରିଛନ୍ତି ଗିରଫଦାରୀ ହୋଇଯିବ ପଛେ, ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେନି ।

ସେପଟେ ଚାଷୀ ଆନ୍ଦୋଳନ ସ୍ଥଳରୁ ବିଜୁଳି, ପାଣି ସେବା ବିଛିନ୍ନ କରିବା ସହ କିଛି ସ୍ଥାନରେ ରାସ୍ତାକୁ ଖୋଳି ଦେଇଛି ଦିଲ୍ଲୀ ପୋଲିସ । ଫଳରେ କିଛି ରୁଟରେ ଯିବା ଆସିବା କରିବା ପୁରା ଠପ୍ ହୋଇଯାଇଛି । ଏହା ସହିତ ଗତକାଲି ଠାରୁ ସିଂଘୁ, ଟିକିରୀ, ଗାଜିପୁର ପରି ସୀମାରେ ସୁରକ୍ଷାବଳ ଅଧିକ ମାତ୍ରାରେ ଉପସ୍ଥିତ ରହିଛନ୍ତି । ଜାନୁୟାରୀ ୨୬ରେ ଲାଲକିଲ୍ଲାରେ କୃଷକଙ୍କ ହିଂସାତ୍ମକ ପ୍ରଦର୍ଶନ ଘଟଣାରେ ୩୩ଟି ଏଫଆଇଆର ରୁଜୁ ହୋଇଛି । ୯ ଟି ମାମଲା କ୍ରାଇମବ୍ରାଂଚକୁ ସ୍ଥାନାନ୍ତର କରାଯାଇଛି । ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ୪୪ ଜଣ ଚାଷୀ ନେତାଙ୍କ ନାଁରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ସଂସଦ ଭବନକୁ ଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ଅଧିକ ସଂଖ୍ୟାରେ ମୁତୟନ କରାଯାଇଛି ।

ସେପଟେ ଚାଷୀ ଆନ୍ଦୋଳନକୁ ଲାଗିଛି ଝଟକା । ଆଉ ଦୁଇଟି କୃଷକ ସଂଗଠନ ଭାରତ କୃଷକ ୟୁନିଅନ୍ ଏକ୍ତା ଓ ଭାରତ କୃଷକ ୟୁନିଅନ୍ ଲୋକଶକ୍ତି ସଂଗଠନର ୪ ଜଣ ପ୍ରତିନିଧି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଆଲୋଚନା କରିଛନ୍ତି । କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦେଢ ବର୍ଷ ଯାଏଁ ତିନି କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଜରିଆରେ ଆଲୋଚନା କରିବାକୁ କେନ୍ଦ୍ରକୁ ଦାବି କରିଛନ୍ତି ଏହି ଦୁଇ ସଂଗଠନ । ସେମାନେ କହିଛନ୍ତି, ବର୍ତମାନ କୃଷକ ଆନ୍ଦୋଳନ ଦିଗହରା ହୋଇଛି । ଦେଶ ଓ ଦେଶବାସୀଙ୍କ ଅପମାନୀ କରି ଏକ ସାଂପ୍ରଦାୟିକ ପତାକା ଲାଲ କିଲ୍ଲାରେ ଉଡାଯାଇଥିଲା । ଏହା ସମସ୍ତଙ୍କୁ ବ୍ୟଥିତ କରିଛି । ଏଭଳି ସ୍ଥିତିରେ କୃଷକଙ୍କ ସ୍ୱାର୍ଥ ରକ୍ଷା ହେବା ସମ୍ଭାବନା କମ୍ ଥିବାରୁ ମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବି ପତ୍ର ଦେଇଛି ସଂଗଠନ । ୨୭ ତାରିଖ ଦିନ ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରିଥିଲେ ।

from Kanak News
via <a href="https://ifttt.com/?

ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଚଳଚ୍ଚିତ୍ରର ନାଁ ‘ତୁ ଭାରି ବିଉଟିଫୁଲ୍’ ।

କନକ ବ୍ୟୁରୋ : ‘ତୁ ଭାରି ବିଉଟିଫୁଲ୍’ ଫିଲ୍ମର ୱାର୍ଲ୍ଡ ଟେଲିଭିଜନ ପ୍ରିମିଅର ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ । ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।

ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଞ୍ଜୟ ନାୟକ ଓ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ନାୟକ, ଲିପ୍ସା ମିଶ୍ର ଓ ଅର୍ଚ୍ଚିତା ମହାନ୍ତି । ଏହାବ୍ୟତୀତ କୁନା ତ୍ରିପାଠୀ. ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡା ଓ ସୁରେଶ ବଳ ଅଭିନୟ କରିଛନ୍ତି ।

ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଇରା ମହାନ୍ତି, ହ୍ୟୁମାନ ସାଗର, ଅସୀମା ପଣ୍ଡା ଓ ଆଶୁତୋଷ ମହାନ୍ତି,ଅରୋଶିଷ୍ ଓ ନେହା ନିହାରିକା ପ୍ରମୁଖ କଣ୍ଠଦାନ କରିଛନ୍ତି । ସୁବାସ ମିଶ୍ର ଓ ମଳୟ ମିଶ୍ର ଏଥିରେ ଗୀତ ରଚନା କରିଛନ୍ତି ।

from Kanak News
via <a href="https://ifttt.com/?

ଆଜିଠୁ ମଞ୍ଜରୀରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’  

କନକ ବ୍ୟୁରୋ : ଆଜି ଠାରୁ ଅପରାହ୍ନ ୩ ଟା ଓ ରାତି ୯ଟାରେ ‘ମଞ୍ଜରୀ’ରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’ର ପ୍ରଥମ ଅଧ୍ୟାୟ । ମଞ୍ଜରୀର ଏହି ନୂଆ ରିଅଲିଟି ଶୋ’ର ପ୍ରଥମ ଅଧ୍ୟାୟରେ ଭାଗନେଇଛନ୍ତି ଓଡିଆ ଗଣମାଧ୍ୟମର ପରିଚିତ ଉପସ୍ଥାପିକା ସୌମ୍ୟା ତ୍ରିପାଠୀ, ନିଳିମା ପ୍ରିୟଦର୍ଶିନୀ, ସୃତିଲଗ୍ନା ଓ ବିଜୟଲକ୍ଷ୍ମୀ ।

ଖଟି ବା କିଟ୍ଟୀ ପାର୍ଟିକୁ ଆଧାର କରି ଓଡିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଆରମ୍ଭ କରିଛି ନାରୀ ମାନଙ୍କର, ନାରୀମାନଙ୍କ ପାଇଁ ଏବଂ ନାରୀମାନଙ୍କ ଦ୍ୱାରା ଏହି ନୂଆ ମଜାଦାର ଶୋ’ ‘ଭାଉଜ ନମସ୍କାର’ । ଯେଉଁଥିରେ ଆପଣ ଡ୍ରାମା ସହିତ ଅନେକ ଗୁଡିଏ ରିଆଲିଟି ଗେମ୍ର ମଜା ନେଇ ପାରିବେ ।

ନଣନ୍ଦ ଭାଉଜଙ୍କ ଏହି ଖଟିରେ ନା କେବଳ ଭାଉଜମାନେ ଖେଳକୁ ଉପଭୋଗ କରିବେ ତାହା ନୁହେଁ ଏଥିରେ ବିଜେତା ଆକର୍ଷଣୀୟ ଉପହାର ମଧ୍ୟ ପାଇବେ । ଚାରୋଟି ପର୍ଯ୍ୟାୟରେ ବିଜେତାମାନଙ୍କ ପାଇଁ ରହିଛି ମିକ୍ସଚର ଗ୍ରାଉଣ୍ଡର, ସାଣ୍ଡୱିଚ ମେକର, ହ୍ୟାଣ୍ଡ ବ୍ଲେଣ୍ଡର, ଡିନରସେଟ ଭଳି ଅନେକ ଆକର୍ଷଣୀୟ ଘରକରଣା ସାମଗ୍ରୀ । ଏହା ସହିତ ବିଜେତାଙ୍କୁ ୧୦ ହଜାର ଟଙ୍କାର ଗୋଲ୍ଡ ଭାଉଚର ଏବଂ ରନର୍ସଅପଙ୍କୁ ୫୦୦୦ ହଜାର ଟଙ୍କାର ଗୋଲ୍ଡ ଭାଉଚର ।

କେବଳ ଏତିକି ନୁହେଁ କୌଣସି ଅଧ୍ୟାୟରେ ଯଦି ଜଣେ ୪ଟି ଯାକ ପର୍ଯ୍ୟାୟରେ ବିଜେତା ହୁଅନ୍ତି ତେବେ ତାଙ୍କ ପାଇଁ ରହିଛି ଏକ ସୁପର ବମ୍ଫର ପ୍ରାଇଜ୍ । ଯେଉଁଥିରେ ରହିଛି ଲକ୍ଷାଧିକ ମୂଲ୍ୟର ସୁନା ହାର ଏବଂ କାନ ଫୁଲ ସେଟ୍ । ଏହି ଶୋ’ରେ ଦିଆଯାଉଥିବା ପୁରସ୍କାର ଏବଂ ସୁପର ବମ୍ଭର ପୁରସ୍କାରର ପ୍ରାୟୋଜକ ହେଉଛନ୍ତି ଲାଲ୍ଚାନ୍ଦ ଜୁଏଲର୍ସ ।

ପ୍ରତ୍ୟେକ ଅଧ୍ୟାୟ ଶେଷରେ ଦର୍ଶକଙ୍କ ପାଇଁ ମଧ୍ୟ ରହିଛି ୫ ହଜାର ଗୋଲ୍ଡ ଭାଉଚର । ଏଥିରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଲକି ଡ୍ର ମାଧ୍ୟମରେ ଜଣେ ଏହି ପରୁସ୍କାର ଜିତିପାରିବ ।

ଆପଣ ଚାହିଁଲେ ମଧ୍ୟ ଭାଉଜ-ନଣନ୍ଦଙ୍କ ଏହି ମଜା-ମସ୍ତିର ମାହୋଲରେ ନିଜକୁ ସାମିଲ କରିପାରିବେ । ୮୦୯୩୦୨୬୬୯୭ ନମ୍ବରରେ ହ୍ୱାଟସ୍ ଆପ୍ କରି ଆପଣ ଏହି ରିୟଲିଟି ଗେମ୍ ଶୋ’ରେ ଭାଗ ନେଇପାରିବେ । ନାରୀ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଏବଂ ଅବିବାହିତ ନାରୀ ଭାଗ ନେଇ ପାରିବେ ।

from Kanak News
via <a href="https://ifttt.com/?

ଏଲଏସିରେ ଚୀନକୁ ଚେକମେଟ ଦେବା ଲାଗି ଭାରତୀୟ ସେନାର ନୂଆ ରଣନୀତି । ସେନା ଅଧିକାରୀ କରିବେ ତିବ୍ଦତୀୟ ଅଧ୍ୟୟନ ।

କନକ ବ୍ୟୁରୋ: ଚୀନକୁ  ପ୍ରତିରୋଧ କରିବା ପାଇଁ ତିବ୍ଦତୀୟ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇଛି ଭାରତୀୟ ସେନା । ଗତ ବର୍ଷ ଠାରୁ ଉତ୍ତର ଲଦାଖ ଠାରେ ଭାରତ ଚୀନ ମଧ୍ୟରେ ଚାଲିଥିବା ବିବାଦ ଭିତରେ ନୂଆ ରଣନୀତି ପ୍ରସ୍ତୁତ କରିଛି ଭାରତ । ତିବ୍ଦତର ଭାଷା, ସଂସ୍କୃତି ଓ ଇତିହାସକୁ ଅଧ୍ୟୟନ କରିବା ପ୍ରସ୍ତାବ ଉପରେ କାମ କରୁଛି ଭାରତୀୟ ସେନା ।

ପ୍ରକୃତ ନିୟନ୍ତ୍ରଣ ରେଖାର ଉଭୟ ପାଶ୍ୱର୍ରେ ତୀବ୍ଦତର ଐତିହାସିକ ଅତୀତ, ପରମ୍ପରା ଓ ଭାଷା ଆଦିକୁ ଅନୁଶୀଳନ କରିବା ପାଇଁ ଭାରତୀୟ ସେନା, ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛି । ଚୀନର ପ୍ରଚାର ଓ ପ୍ରଭାବ ବିସ୍ତାରକୁ ପ୍ରତିରୋଧ କରିବା ଲାଗି ସେନା ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରିଛି । ଗତ ଅକ୍ଟୋବର ମାସରେ ଅନୁଷ୍ଠିତ ସେନା କମାଣ୍ଡର ସମ୍ମିଳନୀରେ ପ୍ରଥମେ ତିବ୍ଦତୀୟ ଅଧ୍ୟୟନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେନାମୁଖ୍ୟ ଜେନେରାଲ ଏମଏମ ନରଭଣେଙ୍କ ନିର୍ଦ୍ଦେଶରେ ଏହି ପ୍ରସ୍ତାବକୁ ସିମଲା ସ୍ଥିତ ଆର୍ମି ଟ୍ରେନିଂ କମାଣ୍ଡରେ ଅଧିକ ଅନୁଶୀଳନ କରାଯାଇଛି ।

ତୀବ୍ଦତୀୟ ଅଧ୍ୟୟନରେ ସ୍ନାତକୋତର କାର୍ଯ୍ୟକ୍ରମ ପାଇଁ ଆର୍ମି ଟ୍ରେନିଂ କମାଣ୍ଡ, ୭ଟି ପ୍ରତିଷ୍ଠାନକୁ ଚିହ୍ନଟ କରିଛି । ଯେଉଁଠି ଆର୍ମି ଅଫିସରମାନେ ଷ୍ଟଡି ଲିଭରେ ଯାଇଁ ଅଧ୍ୟୟନ କରିବେ । ତୀବ୍ଦତୀୟ ଅଧ୍ୟୟନରେ ସଂକ୍ଷିପ୍ତ ପାଠ୍ୟକ୍ରମ ପାଇଁ ମଧ୍ୟ ସେନା ଅଧିକାରୀଙ୍କୁ ସେହି ଅନୁଷ୍ଠାନ ଗୁଡିକ ପଠାଯାଇପାରିବ । ଜଣେ ସେନା ଅଧିକାରୀଙ୍କ ଅନୁଯାୟୀ, ସାଧାରଣତଃ ସେନା ଅଧିକାରୀମାନେ ପାକିସ୍ତାନ ବିଷୟରେ ଅଭିଜ୍ଞ । କିନ୍ତୁ ଚୀନ୍ ଓ ଚୀନ୍ ମନସ୍ତତ୍ତ୍ୱ ସମ୍ବନ୍ଧରେ ସେମାନଙ୍କର ସେଭଳି ପାରଦର୍ଶିତା ନାହିଁ । ଚୀନ ଭାଷା ବୁଝି ପାରୁଥିବା ଅଧିକାରୀଙ୍କ ସଂଖ୍ୟା କମ ହୋଇଥିବା ବେଳେ ତିବ୍ଦତୀୟ ଭାଷା ଜ୍ଞାନ ଥିବା ଅଧିକାରୀଙ୍କ ସଂଖ୍ୟା ତାଠାରୁ ମଧ୍ୟ କମ୍ । ତେଣୁ ଏଭଳି ଅଭାବ ଦୂର ହେବା ଆବଶ୍ୟକ ।

from Kanak News
via <a href="https://ifttt.com/?

ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ । ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ସେଠାରେ ପତାକା ଲଗାଇଥିବା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା । ଏହି ଘଟଣାରେ ୨୩ ବର୍ଷୀୟ ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ର୍ନାରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସେପଟେ ତାଙ୍କୁ କାହିଁକି ପୋଲିସ ଗିରଫ କରୁନାହିଁ ବୋଲି ଚାଷୀ ନେତା କହିଛନ୍ତି ।

ଲାଲକିଲ୍ଲା ହିଂସାର ଛାନଭିନ କରୁଥିବା ପୋଲିସ ଏବେ ପତାକା ଲଗାଇଥିବା ଯୁବକଙ୍କୁ ଖୋଜୁଛି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଲାଲକିଲ୍ଲାକୁ ନିଜ କବଜାକୁ ନେଇଥିବା ବେଳେ ସେଠାରେ ଶିଖ ଧର୍ମୀୟ ପତାକା ଲଗାଇଥିବା ବ୍ୟକ୍ତି ଜଣକ ଯୁଗରାଜ ସିଂ ବୋଲି ଚିହ୍ନଟ କରାଯାଇଛି । ୨୩ବର୍ଷୀୟ ଯୁଗରାଜ ପଂଜାବର ୱନତାରା ସିଂ ଗାଁର ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ସାମ୍ନାକୁ ଆସିବା ପରେ ତାଙ୍କ ବାପା, ମାଙ୍କ ସହ ଯୁଗରାଜ ମଧ୍ୟ ଫେରାର ହୋଇଥିବା ସୂଚନା ମିଳିଛି । ଘରେ ରହିଯାଇଛନ୍ତି କେବଳ ବୁଢା ଜେଜେବାପା, ଜେଜେମାଆ । ପୋଲିସ ଅନେକ ଥର ଚଢାଉ କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି ।

ଗୁରୁଦ୍ୱାରାରେ ଶିଖ ଧାର୍ମିୟ ପତାକା ଲଗାଇବା କାମ କରୁଥିବା ଯୁଗରାଜ କିଛି ଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲାଲକିଲ୍ଲାରେ ଶିଖ ଧର୍ମୀୟ ପତାକା ଲଗାଇବା ନେଇ ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି । ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁର ଦେଶଦ୍ରୋହ ମାମଲା ରୁଜୁ କରିଛି ପୋଲିସ । ସେପଟେ ସମ୍ବିଧାନ ଅଧିକାର ଭିତରେ ରହି ଲାଲକିଲ୍ଲାରେ ପତାକା ଲଗାଇଥିବା କହିଥିଲେ ଦୀପ୍ ସିଦ୍ଧୁ । ତେବେ ତାଙ୍କୁ କାହିଁକି ପୋଲିସ ଗିରଫ କରୁନାହିଁ ବୋଲି ଚାଷୀ ନେତା କହିଛନ୍ତି ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦ ଘେରକୁ ଆସିଯାଇଥିଲେ ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଆଉ ପ୍ରତିବାଦକାରୀ ଲାଲକିଲ୍ଲାରେ ପହଂଚିବା ପରେ ହିଁ ବ୍ୟାପିଥିଲା ହିଂସା । ଏପରିକି ଲାଲକିଲ୍ଲାରେ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିବା ନେଇ ମଧ୍ୟ ତାଙ୍କ ନାଁ ଉଠିଛି । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ମୃତଦେହ ଫୋପାଡିବାକୁ ହୋଇଥିଲା ଷଡଯନ୍ତ୍ର ।

କନକ ବ୍ୟୁରୋ : ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ପ୍ରୟାସ । ମୃତଦେହ ଫୋପାଡିବାକୁ ଅଭିଯୁକ୍ତ କରିଥିଲେ ଷଡଯନ୍ତ୍ର । ସିସିଟିଭି ଫୁଟେଜରେ ଦୁଇ ଜଣ ଝରାଫୁଲଙ୍କୁ ନେଇକି ଯାଇଥିଲେ । ପଛରେ ବସିଥିଲା ରାକେଶ । ସ୍କୁଟି ଚଲାଉଥିବା ରାକେଶରେ ସାଙ୍ଗ ଏବେ ବି ଫେରାର ଅଛି । ଝରାଫୁଲଙ୍କ ହତ୍ୟାକାଣ୍ଡ ନେଇ ସୂଚନା ଦେଲା ଯାଜପୁର ପୋଲିସ । ଜଣେ ଡିଏସପି ଏହି ଘଟଣାର ତଦନ୍ତ କରିବେ ।

ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ରାକେଶ ସ୍ୱାଇଁକୁ ଗିରଫ କରିଛି ପୋଲିସ । ଏୟାରଫିଲ୍ଡ ଥାନା ପୋଲିସ ଥାନା ପୋଲିସ ରାକଶକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ ।

ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଥିଲା ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ କରିଥିଲା ଖୋଳତାଡ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started