ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ତଳକୁ ଖସିଲା ଭାରତ । ୬ଟି ସ୍ଥାନ ତଳକୁ ଖସି ୮୬ତମ ସ୍ଥାନରେ ରହିଲା

କନକ ବ୍ୟୁରୋ: ବିଶ୍ୱର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି । ୧୮୦ଟି ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତି ଆଧାରରେ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତ ୨୦୨୦ରେ ୮୬ ତମ ସ୍ଥାନରେ ରହିଛି।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପ୍ରତ୍ୟେକ ବର୍ଷ ବିଶ୍ୱର ୧୮୦ ଦେଶରେ ହେଉଥିବା ଦୁର୍ନୀତିର ସୂଚକାଙ୍କକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରିଥାଏ। ଆଜି ୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଥିବା ଏହି ତାଲିକାରେ ୮୬ ତମ ସ୍ଥାନରେ ରହିଛି ଭାରତ। ଗତ ୨୦୧୯ରେ ୧୮୦ଟି ଦେଶ ମଧ୍ୟରେ ଭାରତ ୮୦ ତମ ସ୍ଥାନରେ ରହିଥିଲା। ତେବେ, ଦୁର୍ନୀତି ସୂଚକାଙ୍କ ଉପରେ ଭାରତ ଏ ପର୍ଯ୍ୟନ୍ତ ବହୁତ କମ୍‌ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

from Kanak News
via <a href="https://ifttt.com/?

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର ସୂଚନା

କନକ ବ୍ୟୁରୋ: କେତେକ ଦେଶରେ  କରୋନା ସଂକ୍ରମଣର  ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାରୁ ଭାରତ ସରକାର ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ଲାଗୁ ହୋଇଥିବା କଟକଣାକୁ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆଜି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ ।

ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ଗତ ବର୍ଷ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ଜୁଲାଇ ମାସଠାରୁ ଏୟାର ବବଲ ମାଧ୍ୟମରେ କେତେକ ଦେଶ ସହ ସ୍ୱତନ୍ତ୍ର ବିମାନ ଚଳାଚଳ ଜାରି ରହିଛି । ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ୱୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ ।

ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଥିଲା ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ କରିଥିଲା ଖୋଳତାଡ ।

from Kanak News
via <a href="https://ifttt.com/?

‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ନୂଆ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ

କନକ ବ୍ୟୁରୋ:  ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋ ସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି । ଗୁରୁବାର ୱାର୍ଲଡ୍ ଇକୋନୋମିକ୍ ଫୋରମ ପକ୍ଷରୁ ଆୟୋଜିତ ‘ଡାଭୋସ ଏଜେଣ୍ଡା’ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ସାମିଲ୍ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଥିବା ଉଚ୍ଚାଭିଳାଷୀ, ଜ୍ଞାନୀ, ଦକ୍ଷ ଏବଂ ରୋଜଗାରକ୍ଷମ ମାନବ ସମ୍ବଳ ଉପରେ ଆଲୋକପାତ କରିଛନ୍ତି । ଏହାସହ ଭାରତ ଭବିଷ୍ୟତର ପିଢ଼ିକୁ ଆଗାମୀ ଦିନର କାର୍ଯ୍ୟ ଓ ରୂପରେଖ ପ୍ରସ୍ତୁତ କରିବା ଉପରେ ମଧ୍ୟ ସେ ମତବ୍ୟକ୍ତ କରିଥିଲେ ।

ସେ କହିଛନ୍ତ, ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେଉଥିବା ଭାରତ ସରକାର ନୂଆ ଶିକ୍ଷା ନୀତି ମାଧ୍ୟମରେ ପରିବର୍ତନ ଆଣି ଛାତ୍ରଛାତ୍ରୀଙ୍କୁ ନୂଆ ସମ୍ଭାବନା ପାଇଁ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଉଛନ୍ତି । ଏଥିରେ ଭାରତର ଦକ୍ଷତା ବୃଦ୍ଧି ପାଇଁ ସ୍କିଲଡ୍ ଇଣ୍ଡିଆ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତଥା ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଫଳରେ କାର୍ଲିଫର୍ଣ୍ଣିଆରେ ଥିବା ଚାଳକବିହୀନ କାର୍ କମ୍ପାନୀରେ ସର୍ଭର, ଯୋଜନା, ଜ୍ଞାନକୌଶଳର ସାହାଯ୍ୟ ପୂର୍ବ ଭାରତର ଭୁବନେଶ୍ୱର ଭଳି ସହରର ମାନବ ସମ୍ବଳ ସାହାଯ୍ୟ କରୁଅଛି ।

ବାସ୍ତବରେ ସମାଜରେ କିଭଳି ମାନବ ସମ୍ବଳର ଦକ୍ଷତା, ଆକାଂକ୍ଷା, ଜ୍ଞାନକୌଶଳ ଏବଂ ନିଯୁକ୍ତିର ବ୍ୟବହାର କରୁଛେ ତାହା ଉପରେ ମହାମାରୀ ସୁଯୋଗ ପ୍ରଦାନ କରିଛି । ଟେକ୍ନୋଲୋଜି, ଡିଜିଟାଲାଇଜେସନ ତଥା ଇଂଟରନେଟ୍ ସୁବିଧା ନୂଆ ତଥା ବର୍ତମାନ ମାନବସମ୍ବଳକୁ ନୂଆ ଦକ୍ଷତାକୁ ଉପଯୋଗ କରିବାର ସୁବିଧା ଯୋଗାଇଛି । ସ୍କିଲିଂ, ଅପସ୍କିଲିଂ, ରିସ୍କିଲିଂ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ମହାମାରୀ ପରବର୍ତୀ ସମୟରେ ସରକାର, ଶିଳ୍ପ, ପ୍ରମୁଖ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ କୌଶଳର ନୂଆ ରୂପରେଖ ପ୍ରସ୍ତୁତ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

from Kanak News
via <a href="https://ifttt.com/?

ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଅଟକ । ସନ୍ଦିଗ୍ଧ ଯୁବକ ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି ପୋଲିସ । ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଇ ପାରେ ଯାଜପୁର ପୋଲିସ ।

ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଆଧାରରେ ଜଣେ ସନ୍ଦିଗ୍ଧ ରାକେଶକୁ ଅଟକ ରଖିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଥିଲା ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ ଚାଲିଛି ଖୋଳତାଡ ।

from Kanak News
via <a href="https://ifttt.com/?

ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି । ଆଜି ଟିକା ନେଲେ ୧୫,୮୩୧ ଜଣ ହିତାଧିକାରୀ

କନକ ବ୍ୟୁରୋ: ଆଜି ରାଜ୍ୟରେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ଆଜି ରାଜ୍ୟରେ ମୋଟ ୧୫,୮୩୧ ଜଣ ଲୋକ ଟିକା ନେଇଥିବା ରାଜ୍ୟ ସରକାରଙ୍କ  ପକ୍ଷରୁ ସୂଚନା ଦିଆଯାଇଛି । ଟିକାକରଣ ପାଇଁ ଯେତିକି ଲକ୍ଷ୍ୟ ରଖାଯାଇଥିଲା ତାହାର ୮୦ ପ୍ରତିଶତ ପୂରଣ ହୋଇଛି ।

ଗୁରୁବାର ୨୩୦ଟି ସେସନରେ ଏହି କୋଭିଡ୍ ଟିକାକରଣ ହୋଇଛି । ଆଜି ୧୯,୭୭୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସେଥିମଧ୍ୟରୁ କେବଳ ୧୯,୭୭୦ ଜଣ ଟିକା ନେଇଛନ୍ତି । କାହା ପାଖରେ ବି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ୍ କରି ଫେରାର ହୋଇଗଲେ ଦମ୍ପତି ।

କନକ ବ୍ୟୁରୋ : ଭୁବନେଶ୍ୱରରୁ ଦମ୍ପତି କୋରାପୁଟର ଗୁପ୍ତେଶ୍ୱର ଯିବା ପାଇଁ କାର ଭଡା କରିଗଲେ । ହେଲେ ଅଧା ବାଟରେ ଡ୍ରାଇଭରକୁ ହତ୍ୟା କରି କାର ସହ ଟଙ୍କା ଲୁଟ କରି ଫେରାର ହୋଇଗଲେ । ସେପଟେ କୋରାପୁଟ ବୋରିଗୁମା ଅଂଚଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣା ସ୍ଥଳରୁ କାର ଓ ଡ଼୍ରାଇଭରଙ୍କ ପୋଷାକ, ଟଙ୍କା ପଇସା ଗାଏବ୍ ହୋଇଯାଇଛି । ଦଂପତି ବେଶରେ ଲୁଟେରାଙ୍କ ଏହି ଜଘନ୍ୟ କାରନାମା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି ।

ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ କରି ଫେରାର ହୋଇଗଲେ ଦମ୍ପତି । ଯାତ୍ରୀଙ୍କୁ ଭଡାରେ ନେଇ ଭୁବନେଶ୍ୱରରୁ କୋରାପୁଟ ଗୁପ୍ତେଶ୍ୱର ବାହାରିଥିବା ସୁଧୀର ସାହୁଙ୍କ ମୃତଦେହ ଏଭଳି ଅବସ୍ଥାରେ ମିଳିବ କେହି କଳ୍ପନା କରିନଥିଲେ । ଯାତ୍ରୀଙ୍କୁ ଭଡ଼ାରେ ନେଇ ପରିବାର ଚଳାଉଥିବା ସୁଧୀର ଛଦ୍ମବେଶୀ ଲୁଟେରାଙ୍କ ହାବୁଡରେ ପଡି ଜୀବନ ହରାଇଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଛତର୍ଲା ଗାଁ ନିକଟରୁ ମୃତଦେହ ଉଦ୍ଧାର କରିଛି ପୁଲିସ ।

ଭଡ଼ାଟିଆ ବେଶରେ ଥିଲେ କାର ଲୁଟେରା । ଡ୍ରାଇଭରକୁ ହତ୍ୟାକରି କାର୍ ଲୁଟିନେଲେ । ଗତ ସୋମବାର ରାଜଧାନୀରୁ ଭଡାରେ ଏକ ଦମ୍ପତିଙ୍କୁ ଧରି ଗୁପ୍ତେଶ୍ୱର ବାହାରିଥିଲେ ଖଣ୍ଡଗିରି ଜାଗମରାରେ ରହୁଥିବା ସୁଧୀର ସାହୁ । କୋରାପୁଟ ପହଂଚିବା ପରେ ତାଙ୍କ ଫୋନ ସୁଇଚ-ଅଫ ହେବାରୁ ସନ୍ଦେହରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ପୁଲିସି ଜିପିଆରଏସ ଟ୍ରାକ କରି ବୋରିଗୁମ୍ମା ଅଂଚଳରେ ଠାବ କରିଥିଲା । ସେପଟେ ବୋରିଗୁମା ପୁଲିସ ଛତର୍ଲା ଗାଁ ନିକଟ ରାସ୍ତାକଡର ଏକ ବିଲରୁ ସୁଧୀରଙ୍କ ମୃତଦେହ ଠାବ କରିଛି ।

ମୃତଦେହର ଫଟୋକୁ ପରିବାର ଚିହ୍ନିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସମ୍ପର୍କୀୟ । ସେଠାରେ ସୁଧୀରଙ୍କ କାର ଓ ମନିପର୍ସ ନଥିଲା । ତେଣୁ ଭଡାଟିଆ ବେଶରେ ଥିବା ଲୁଟେରା ଦମ୍ପତି କାର ସହ ସୁଧୀରଙ୍କ ଟଙ୍କା ଲୁଟି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ବୋରିଗୁମ୍ମା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଛାନଭିନ୍ ଜାରି ରଖିଛି ।

ହତ୍ୟା ଓ ଲୁଟ୍ ପୂର୍ବରୁ ଭଡ଼ାଟିଆ ବେଶରେ ଆସିଥିବା ଲୁଟେରା ଦମ୍ପତି ରାୟଗଡାରେ ରିଲାୟନ୍ସ ମାର୍କେଟରେ କିଣାକିଣି ମଧ୍ୟ କରିଛନ୍ତି । ତେଣୁ ଏହି ସମୟରେ ଯଦି କୌଣସି ସିସିଟିଭି ଏହି ଦୁର୍ବୃତଙ୍କ ଉପରେ ପଡ଼ିଥାଏ, ତେବେ ତାଙ୍କୁ ନେଇ ପୁଲିସ୍ ଛାନଭିନ୍ କରିପାରେ ।

from Kanak News
via <a href="https://ifttt.com/?

ଛୋଟ ବୟସରେ ବଡ଼ ଉଦ୍ଭାବନ । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର ତିଆରି କଲେ ଥ୍ରୀ-ଡି ପ୍ରିଂଟର ମେସିନ୍, କୌଣସି ମଡେଲକୁ ଅବିକଳ ଭାବେ ପ୍ରସ୍ତୁତି କରିବାର ରହିଛି ନୂତନ ଜ୍ଞାନକୌଶଳ ।

କନକ ବ୍ୟୁରୋ : ଚର୍ଚ୍ଚାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶାଶ୍ୱତ ମିଶ୍ର । ପୂର୍ବରୁ ଅନେକ ନୂଆ ଉଦ୍ଭାବନ କରି ପ୍ରଶଂସା ଏବଂ ପୁରସ୍କାର ପାଇଥିବା ଶାଶ୍ୱତ ଏବେ ତିଆରି କରିଛନ୍ତି ଥ୍ରୀ-ଡି ପ୍ରିଂଟର ମେସିନ । ଏହି ମେସିନ୍ କୌଣସି ଏକ ମଡେଲକୁ ଅବିକଳ ଭାବେ ପ୍ରସ୍ତୁତ କରିବାର କ୍ଷମତା ରଖିଛି । କେବଳ କମ୍ପ୍ୟୁଟର ଓ ନିଜ ଉଦ୍ଭାବିତ ମେସିନ ସାହାଯ୍ୟରେ କୌଣସି ଏକ ବଡ଼ ପ୍ରକଳ୍ପର ମଡ଼େଲର ଛୋଟ ପ୍ରତିରୂପ ଦେବାରେ ସଫଳ ହୋଇଛନ୍ତି ଶାଶ୍ୱତ ।

ପୂର୍ବରୁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ବିନା କୌଣସି ତାଲିମରେ କମ୍ପ୍ୟୁଟରର ପାଇଥନ ସଫ୍ଟୱାରକୁ ଆୟତ କରିପାରିଥିଲେ ଶାଶ୍ୱତ । ସେହିଭଳି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଏକ ଡ୍ରୋନ ତିଆରି କରି ଇନଷ୍ଟିଚ୍ୟୁଟ ଅଫ ଆଇଆଇଆଇଟିରୁ ଜୁନିଅର ଇନୋଭେଟର ପୁରସ୍କାର ଜିତିଥିଲେ । ଇନଷ୍ଟିଚ୍ୟୁଟ ଫିଜିକ୍ସ ଓ ଦିଲ୍ଲୀରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲେ ଓଡିଆ ଶାଶ୍ୱତ ମିଶ୍ର ।

from Kanak News
via <a href="https://ifttt.com/?

ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ , ଗଣତନ୍ତ୍ର ଦିବସର ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ ଶକ୍ତ ନୀତି ଆପଣାଇଲା ପୋଲିସ

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ଭିତରେ ଗାଜିପୁର ସୀମାରେ ଜାରି ହେଲା ଧାରା ୧୪୪ ।  ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲିରେ ହିଂସାକାଣ୍ଡ ପରେ ଶକ୍ତ ସ୍ୱଭାବ ଦେଖାଇଲା ଦିଲ୍ଲୀ ପୋଲିସ । ଗାଜିପରୁ ସୀମାରେ ଏକାଧିକ ଲୋକ ଏକାଠି ହେବା ଉପରେ ଲାଗିଲା କଟକଣା ।

ଉତ୍ତରପ୍ରଦେଶ ଓ ଦିଲ୍ଲୀ ସୀମା ଗାଜିପୁରରେ ଚାଷୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ପୋଲିସ କିନ୍ତୁ ସେଠାରେ ପ୍ରଶାସନର ଅନୁମତି ନେଇ ଧାରା ୧୪୪ ଲାଗୁ କରିଛି । ଘଟଣା ସ୍ଥଳରେ ଭାରି ପରିମାଣର ଫୋର୍ସ ଓ ପୋଲିସ ମୂତୟନ ହୋଇଛନ୍ତି ।  ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଟିକାୟତ କହିଛନ୍ତି, ସରକାର ଯଦି ଏହି ଆଇନ୍ ପ୍ରତ୍ୟାହାର ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ । ଚାଷୀମାନଙ୍କୁ ମାରିବାକୁ ପ୍ରୟାସ କରାଯାଉଛି । ଚାଷୀ ଭାଇମାନଙ୍କ ପ୍ରତି ଅତ୍ୟାଚାର ହେଉଛି ବୋଲି ରାକେଶ ଟିକାୟତ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୬ରେ ଚାଷୀମାନେ ଦିଲ୍ଲୀ ଭିତରେ ପଶି ହିଂସାକାଣ୍ଡ ଭିଆଇଥିଲେ । କେବଳ ସେତିକି ନୁହେଁ ଲାଲକିଲ୍ଲା ଭିତରେ ପଶି ସେଠାରେ ନିଜର ପତାକା ଉଡାଇଥିଲେ । ଏଥିରେ ଅନେକ ପୋଲିସ ଆହାତ ହେବା ସହିତ ଅନେକ ସମ୍ପତ୍ତି ନଷ୍ଟ ହୋଇଥିଲା । ଏହାପରେ ପ୍ରଶାସନ ଚାଷୀ ଆନ୍ଦୋଳନକୁ ନେଇ ଶକ୍ତ ନୀତି ଆପଣେଇଛି ।

from Kanak News
via <a href="https://ifttt.com/?

ଓଡ଼ିଶା ସରକାରଙ୍କୁ ଝଟକା । ବଦଳିଲା କୋଷ୍ଟାଲ୍ ହାଇୱେ ନକ୍ସା । ଭାରତମାଳା ପରିଯୋଜନାରେ ପୁଣି ଓଡିଶାକୁ ପ୍ରତାରଣା ।

କନକ ବ୍ୟୁରୋ : କେନ୍ଦ୍ର ଭାରତମାଳା ପରିଯୋଜନାରେ ଓଡ଼ିଶାକୁ ଲାଗିଛି ଶକ୍ତ ଧକ୍କା । ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ଉପକୂଳ ରାଜପଥ ମାର୍ଗକୁ ଧୀରେ ଧୀରେ ସଙ୍କୁଚିତ କରିଦେଲେଣି କେନ୍ଦ୍ର ସରକାର । ରାଜ୍ୟ ସରକାର ୨ ବର୍ଷ ତଳେ ଯେଉଁ ମାର୍ଗକୁ ଅନୁମୋଦନ ଦେଇଥିଲେ ତାକୁ ବି ପରିବର୍ତ୍ତନ କରି ଦିଆଯାଇଛି । ଗୋପାଳପୁର କି ସାତପଡ଼ା ନୁହେଁ ବରଂ ଏହା ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହେବ ଏବଂ ଦୀଘାରେ ପହଂଚିବନି ଓଲଟା ରତନପୁରରେ ହିଁ ଶେଷ ହୋଇଯିବ । ଯୋଜନା ବେଳେ ଯେଉଁ ନକ୍ସା ପ୍ରସ୍ତୁତ ହୋଇଥିଲା ତାର ୬ ବର୍ଷ ଭିତରେ ସେଥିରେ ଅଚାନକ ପରିବର୍ତ୍ତନ ରାଜ୍ୟ ସରକାରଙ୍କୁ ବିସ୍ମିତ କରିଛି ।

ବଦଳିଲା ‘କୋଷ୍ଟାଲ ହାଇୱେ’ ନକ୍ସା । ଓଡ଼ିଶା ସରକାରଙ୍କୁ ଝଟକା । ହଠାତ୍ ୬ ବର୍ଷ ପରେ ବଦଳିଛି କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେର ନକ୍ସା । ଆରମ୍ଭରେ ଏହା ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ହେବ ବୋଲି ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଗତ ନଭେମ୍ବର ୧୫, ୨୦୧୯ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହେଲା ପ୍ରଥମ ପର୍ଯ୍ୟାୟରେ ୩୭୦ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ହେବ । ଏହି ରାଜପଥ ପୁରୀ ଜିଲ୍ଲାର ସାତପଡାଠାରୁ ଆରମ୍ଭ ହୋଇ ପୁରୀ, କୋଣାର୍କ, ଅସ୍ତରଙ୍ଗ, ରତନପୁର, ଧାମରା, ବାସୁଦେବପୁର, ଚାନ୍ଦିପୁର ଠାରୁ ଦୀଘା ପର୍ଯ୍ୟନ୍ତ ମଞ୍ଜୁରୀ କରିଥିଲେ ରାଜ୍ୟ ସରକାର । କିନ୍ତୁ ହଠାତ୍ ଏହି ପ୍ରକଳ୍ପ ନକ୍ସାର ପରିବର୍ତନ ହୋଇଯାଇଛି । କୁହାଯାଇଛି, ଏ ପ୍ରକଳ୍ପକୁ କାଂଟଛାଂଟ କରି ଗୋପାଳପୁର କି ସାତପଡ଼ା ନୁହେଁ ବରଂ ଏହା ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହେବ ଏବଂ ଦୀଘାରେ ପହଂଚିବନି ଓଲଟା ରତନପୁରରେ ହିଁ ଶେଷ ହୋଇଯିବ ବୋଲି କେନ୍ଦ୍ର ପ୍ରସ୍ତାବ ଦେଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜନୈତିକ ଦଳ ।

୨୦୧୫ ମସିହାରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କୋଷ୍ଟାଲ ହାଇୱେ ପ୍ରକଳ୍ପର ଘୋଷଣା କରିବା ସହ ଓଡିଶା ଉପକୂଳରେ ପ୍ରାୟ ୪୪୦ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ହେବ ବୋଲି କହିଥିଲେ । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ପଦ୍ମ ଘୁଂଚି ଘୁଂଚି ଯାଉଛି । କେନ୍ଦ୍ର ସରକାର ବାରମ୍ବାର ଏହାର ନକ୍ସା ପରିବର୍ତନ କରୁଛନ୍ତି ଏବଂ ରାଜପଥକୁ କରାଯାଉଛି ସଂକୁଚିତ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started