ଇଣ୍ଡିଆ ଟୁଡେ ଚ୍ୟାନେଲ ଛାଡିଲେ ରାଜଦୀପ ସରଦେଶାଇ । ମିଛ ଖବର ଖେଳାଇବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରିଥିଲା ଚ୍ୟାନେଲ୍ ।

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନକୁ ନେଇ ମିଛ ଖବର ପ୍ରଘଟ କରିବା ପରେ ଇଣ୍ଡିଆ ଟୁଡେ ଚ୍ୟାନେଲରୁ ହଟିଲେ ଜାତୀୟ ସ୍ତରର ଜଣାଶୁଣା ସାମ୍ବାଦିକ ରାଜଦୀପ ସରଦେଶାଇ । ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବାକୁ ମନା କରିବାରୁ ସେ ନିଜ ତରଫରୁ ଚ୍ୟାନେଲରୁ ଇସ୍ତଫା ଦେଇଛନ୍ତି ।

ଲଗାତାର ଭାବେ ମିଛ ଖବର ଖେଳାଇବା ଯୋଗୁ ଇଣ୍ଡିଆ ଟୁଡେ ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବାକୁ ମନା କରିଥିଲା। ଏଥିସହ ତାଙ୍କର ଏକ ମାସର ଦରମା ମଧ୍ୟ କାଟିଥିବା ମଧ୍ୟ ସୂଚନା ରହିଛି । ଯାହାପରେ ରାଜଦୀପ ଚ୍ୟାନେଲରୁ ନିଜେ ବାହାରି ଆସିଛନ୍ତି ।

ଚାଷୀ ଆନ୍ଦୋଳନକୁ ନେଇ ରାଜଦୀପ ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ, ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ୪୫ ବର୍ଷୀୟ ନଭନୀତ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ହେଲେ ପ୍ରକୃତରେ କିନ୍ତୁ ସେହି ବ୍ୟକ୍ତି ଜଣକ ଟ୍ରାକ୍ଟର ଦୁର୍ଘଟଣା କରି ପ୍ରାଣ ହରାଇଥିଲେ । ଏହି ମିଛ ଟୁଇଟକୁ ନେଇ ବେଶ ହୋ ହଲ୍ଲା ହୋଇଥିଲା ।

ତା ସହ ନେତାଜୀ ଜୟନ୍ତୀରେ ମଧ୍ୟ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ଉନ୍ମୋଚିତ ନେତାଜୀଙ୍କ ଏକ ଫଟୋର ଭୁଲ୍ ଫଟୋକୁ ଟୁଇଟ୍ କରିଥିଲେ । ଯାହାପରେ ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଟିଭି ସାମ୍ନାକୁ ଆସିବା ପାଇଁ ମନା କରିବା ସହିତ ସସପେଣ୍ଡ କରିଥିଲା । ଏବେ କିନ୍ତୁ ସେ ନିଜେ ଚ୍ୟାନେଲକୁ ଛାଡି ଦେଇଛନ୍ତି ।

from Kanak News
via <a href="https://ifttt.com/?

ଝରାଫୁଲର ଦୁଃଖଦ କାହାଣୀ । କେମିତି କଟିଥିଲା ଶେଷ ୪୦ ଘଂଟା ? ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ ।

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ହେଲା କେମିତି ? ଭୁବନେଶ୍ୱରରୁ ମୟୂରଭଞ୍ଜ ଯଶିପୁର ଯାଉଥିବା ଛାତ୍ରୀଙ୍କ ମୃତଦେହ ଯାଜପୁରର ଦିଆଲଖଣ୍ଡିକୁ ଆସିଲା କେମିତି । ସିସିଟିଭି ଫୁଟେଜ ଆଧାରରେ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଜୁଥିବା ଯାଜପୁର ପୋଲିସ ଏହାରି ଭିତରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି । ଏହି ଦୁଇ ଜଣ ଝରାଫୁଲଙ୍କ ମୃତଦେହ ଏକ ସ୍କୁଟିରେ ନେଇ ଯାଉଥିବା ସନ୍ଦେହ କରାଯାଉଛି । ଏପଟେ ସମୟ ବଢିବା ସହ ଝରାଫୁଲଙ୍କ ମୃତ୍ୟୁ ଉପରୁ ଯେତିକି ପରଦା ହଟୁଛି ସେତିକି ରହସ୍ୟ ବଢୁଛି । ଝରାଫୁଲଙ୍କ ସହ ବିତାଇଥିବା ଶେଷ ୪୦ ଘଂଟା ସଂପର୍କରେ କନକ ନ୍ୟୁଜକୁ କହିଛନ୍ତି ଭୁବନେଶ୍ୱରରେ ଥିବା ତାଙ୍କ ଲୋକାଲ ଗାଡିୟାନ ଚକ୍ରଧର ବେହେରା ।

ସିସିଟିଭି ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ସୁନ୍ଦରପଦାରେ ରେଡ୍ କରିଛି ଯାଜପୁର ପୋଲିସ । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ ଚାଲିଛି ଖୋଳତାଡ ।

ଝରାଫୁଲର ଦୁଃଖଦ କାହାଣୀ । କେମିତି କଟିଥିଲା ଶେଷ ୪୦ ଘଂଟା ? ସନ୍ଦେହ କରାଯାଉଛି, ଝରାଫୁଲକୁ ହତ୍ୟା କରି ଯାଜପୁରରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ । ସେପଟେ ଭୁବନେଶ୍ୱରରେ ଝରାଫୁଲଙ୍କ ଲୋକାଲ୍ ଗାର୍ଡିଅନ୍ ଥିବା ଚକ୍ରଧର ବେହେରା ଗଣମାଧ୍ୟମକୁ କହିଛନ୍ତି କେମିତି ତାଙ୍କ ପରିବାର ସହ ଶେଷ ଦୁଇଦିନ କାଟିଥିଲେ ଝରାଫୁଲ । ଚକ୍ରଧର ଜଣେ ଶିକ୍ଷକ, ଝରାଫୁଲଙ୍କୁ ଦୀର୍ଘଦିନ ଧରି ସେ ପାଠ ପଢାଉଥିଲେ ।

ଚକ୍ରଧର କହିଛନ୍ତି ୨୪ ତାରିଖ ଦିନ ତାଙ୍କ ଘରେ ପହଞ୍ଚିଥିଲେ ଝରାଫୁଲ । ପ୍ରାୟ ୪୦ ଘଣ୍ଟା ତାଙ୍କ ପରିବାର ସହ ହସଖୁସିରେ କାଟିଥିଲେ । କୌଣସି ପ୍ରକାର ମାନସିକ ଚାପ ତାଙ୍କ ଉପରେ ନଥିଲା । ୨୬ ତାରିଖ ଦିନ ୧୧ଟା ୧୫ରେ ଝରାଫୁଲଙ୍କୁ ଝାଡେଶ୍ୱରୀ ନାମକ ବସରେ ବସାଇ ଦେଇଥିଲେ ।

୨୬ ତାରିଖ ସକାଳ ୧୧ଟା ୧୫ରୁ ବସରେ ବସିଥିଲେ ଝରାଫୁଲ, ୨୭ ତାରିଖ ସକାଳେ ଯାଜପୁରରୁ ମିଳିଲା ମୃତଦେହ । ଏହି ସମୟ ଭିତରେ କ’ଣ ଘଟିଲା, କିପରି ତାଙ୍କର ଜୀବନ ଚାଲିଗଲା ? ଏହି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଏହାରି ଭିତରେ ଝରାଫୁଲ ତାଙ୍କ ବାପାଙ୍କ ସହ କଥା ହୋଇଛନ୍ତି, ଭାଇଙ୍କ ସହ ହ୍ୱାଟ୍ସଆପ୍ ଚାର୍ଟ କରିଛନ୍ତି । ପେଟ ଖରାପ ଥିବାରୁ ବାଣୀବିହାର ନିକଟରେ ସେ ଓହ୍ଲାଇ ପଡିଥିବା ମଧ୍ୟ ଘରଲୋକଙ୍କୁ କହିଥିଲେ ଝରାଫୁଲ । ହେଲେ କିଛି ସମୟ ପରେ ଫୋନ୍ ସୁଇଚ୍ ଅଫ୍ ହୋଇଥିଲା । ଏପଟେ ଝରାଫୁଲଙ୍କ ସହ ଜଣେ ଯୁବକଙ୍କର ସଂପର୍କ ଥିବା କହିଛନ୍ତି ବାପା ରମାକାନ୍ତ ନାୟକ । ଯାହା ଆଉ ଏକ ଦିଗ ପ୍ରତି ଇଙ୍ଗିତ କରୁଛି ।

ଘଟଣାକୁ ଗୁରତ୍ୱର ସହ ନେଇଛନ୍ତି ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷା । ଠିକ୍ ଭାବେ ତଦନ୍ତ ପାଇଁ ପୋଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଝରାଫୁଲଙ୍କ ମୃତ୍ୟୁ ଦିନକୁ ଦିନ ଆହୁରି ରହସ୍ୟମୟ ହୋଇଉଠୁଛି । ଯେତିକି କଥା ସାମନାକୁ ଆସୁଛି, ତା’ଠାରୁ ଆହୁରି ଅଧିକ କଥା ଭିତରେ ଲୁଚି ରହିଛି ।

from Kanak News
via <a href="https://ifttt.com/?

ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ମନା କଲେ ଚାଷୀ ନେତା ରାକେଶ ଟିକାୟତ , କହିଲେ ଆଇନ୍ ରଦ୍ଦ ନହେଲେ ଆତ୍ମହତ୍ୟା କରିବି

କନକ ବ୍ୟୁରୋ: ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲିରେ ଘଟିଥିବା କାଣ୍ଡକୁ ନେଇ ଏବେ ଦିଲ୍ଲୀରେ ସ୍ଥିତି ସରଗରମ । ଏଣିିିକି ଚାଷୀ ଆନ୍ଦୋଳନକୁ ନେଇ ପୋଲିସ ନିଜର ଶକ୍ତ ସ୍ୱଭାବ ଦେଖାଉଥିବାବେଳେ ୩୭ ଜଣ ଚାଷୀ ନେତାଙ୍କ ବିରୋଧରେ ପୋଲିସ ଏଫ୍ଆଇଆର୍ ରୁଜୁ ହୋଇଛି । ଏହାରି ଭିତରେ ଗୁରୁବାର ଚାଷୀ ନେତା ରାକେଶ ଟିକାୟତ ପୋଲିସ ପାଖରେ ଆତ୍ମସମର୍ପଣ କରିବେନି ବୋଲି ସିଧା ସିଧା କହିଦେଇଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଟିକାୟତ କହିଛନ୍ତି, ସରକାର ଯଦି ଏହି ଆଇନ୍ ପ୍ରତ୍ୟାହାର ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ । ଚାଷୀମାନଙ୍କୁ ମାରିବାକୁ ପ୍ରୟାସ କରାଯାଉଛି । ଚାଷୀ ଭାଇମାନଙ୍କ ପ୍ରତି ଅତ୍ୟାଚାର ହେଉଛି ବୋଲି ରାକେଶ ଟିକାୟତ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ।

ଏପଟେ ଉତ୍ତରପ୍ରଦେଶ-ଦିଲ୍ଲୀ ବର୍ଡରକୁ ଖାଲି କରିବା ପାଇଁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛି । ଉତ୍ତରପ୍ରଦେଶରୁ ତୁରନ୍ତ ଚାଷୀ ଆନ୍ଦୋଳନ ହଟାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏହାସହ ସିଙ୍ଘୁ ସୀମାରେ ମଧ୍ୟ ପୋଲିସ ମୂତୟନ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଚାଷୀମାନେ ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ଉପରେ ନିଜସ୍ୱ ଧର୍ମୀୟ ପତାକା ଉଡାଇଥିଲେ । ପୋଲିସମାନଙ୍କୁ ଆକ୍ରମଣ କରିବା ସହିତ ବିଭିନ୍ନ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଯାହା ଦିଲ୍ଲୀକୁ କିଛି ସମୟ ପାଇଁ ଦୋହଲାଇ ଦେଇଥିଲା । ଏହାପରେ ଦୁଇଟି ଚାଷୀ ସଙ୍ଗଠନ ମଧ୍ୟ ଚାଷୀ ଆନ୍ଦୋଳନରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି ।

from Kanak News
via <a href="https://ifttt.com/?

ମା’ ନା ପୁଅ, ମହାରଥୀଙ୍କ ପରେ ପିପିଲିର ମଙ୍ଗ ଧରିବ କିଏ ? ନିର୍ବାଚନ ଲଢିବାକୁ ଇସାରା ଦେଲେ ପୁଅ ରୁଦ୍ର, ପୂର୍ବରୁ ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ପ୍ରତିଭା ମହାରଥୀ । ଏପଟେ ବିଜେଡିର ସଜବାଜ, ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ।

କନକ ବ୍ୟୁରୋ : ମାଆ ନା ପୁଅ । କିଏ ହେବେ ପିପିଲି ନିର୍ବାଚନ ମଣ୍ଡଳୀର ଉତ୍ତରାଧିକାରୀ । ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନ ପାଇଁ ଆଗକୁ ହେବ ଉପନିର୍ବାଚନ । ଆଉ ଏହାକୁ ଦୃଷ୍ଟିରେ ରଖି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବକ୍ଷେକ ଦାୟିତ୍ୱ ଦେଇଛି ବିଜୁ ଜନତା ଦଳ । ବିଜେଡିର ଏହି ପ୍ରସ୍ତୁତି ଭିତରେ ପ୍ରଶ୍ନ ଆସୁଛି, ମହାରଥୀଙ୍କ ଗଡ଼ରେ ବିଜେଡିର ମଙ୍ଗ ଧରିବ କିଏ ? ବଡ଼ କଥା ହେଉଛି ପ୍ରଦୀପ ମହାରଥୀଙ୍କ ପତ୍ନୀ, ପ୍ରତିଭା ମହାରଥୀ ପୂର୍ବରୁ ସୁଯୋଗ ମିଳିଲେ, ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଆଜି ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ କହିଛନ୍ତି, ଦଳ ନିମନ୍ତ୍ରଣ ଦେଲେ ମାଟି ପାଇଁ କାମ କରିବି ।

ପ୍ରଦୀପ ମହାରଥୀଙ୍କ ପତ୍ନୀ ଓ ପୁଅ ରଖିଥିବା ବୟାନ୍, ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, ଉଭୟ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ । ସିଧାସଳଖ ନକହିଲେ ବି ସୁଯୋଗ ମିଳିଲେ ମାଟିର ସେବା କରିବି ବୋଲି କହିଛନ୍ତି ରୁଦ୍ର ମହାରଥୀ ।

ଏହାରି ଭିତରେ ପ୍ରଶ୍ନ ଉଠୁଛି, ମହାରଥୀଙ୍କ ଗଡ଼ରେ ବିଜେଡିର ମଙ୍ଗ ଧରିବ କିଏ? ପ୍ରତିଭା ମହାରଥୀ ନା’ ରୁଦ୍ର ମହାରଥୀ? ପ୍ରଦୀପ ମହାରଥୀଙ୍କ ଭଳି ଜଣେ ପୁରୁଖା ନେତାଙ୍କ ପିପିଲିଗଡ଼କୁ ସୁରକ୍ଷିତ ରଖିବାକୁ ଚାହିଁବ ବିଜେଡି । ଆଉ ଏହି କ୍ରମରେ ଦଳର ପ୍ରଥମ ବିକଳ୍ପ ହୋଇପାରନ୍ତି, ମହାରଥୀ ପରିବାରର ସଦସ୍ୟ । କାରଣ ଭାବପ୍ରବଣତା, ନିର୍ବାଚନର ଏକ ବଡ଼ କାର୍ଡ ।

ପିଲିଲିରୁ ୭-୭ଥର ବିଧାୟକ ହୋଇଥିବା ମହାରଥୀଙ୍କ ନିଜସ୍ୱ କିଛି ଭୋଟ୍ ବ୍ୟାଙ୍କ୍ ରହିଛି । ଯଦି ତାଙ୍କ ପରିବାରରୁ କାହାକୁ ସଦସ୍ୟ କରାଯାଏ, ସେହି ଭୋଟକୁ ହାତେଇବାରେ ଦଳ ପାଇଁ ସମସ୍ୟା ହେବ ନାହିଁ । ତେଣୁ, ବିଜେଡି ଏହାକୁ ଅଣଦେଖା କରିବ ନାହିଁ । ତେବେ ଯଦି ମହାରଥୀଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଦିଆଯାଏ, ତେବେ ମହାରଥୀଙ୍କ ଝିଅ ଓ ଜ୍ୱାଇଁକୁ ବି ବିଚାରକୁ ନିଆଯାଇପାରେ । ଏହି ସବୁ ଆକଳନ ଭିତରେ ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ବିଜୁ ଜନତା ଦଳର ସଜବାଜ । ଆଉ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦିଆଯାଇଛି ନିର୍ବାଚନ ପର୍ଯ୍ୟବକ୍ଷେକ ଦାୟିତ୍ୱ ।

ବଡ଼ କଥା ହେଉଛି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର ଦେଇଥିଲେ । ତେବେ ପ୍ରାୟ ୧୬ ହଜାର ଭୋଟ୍ ବ୍ୟବଧାନରେ ବାଜି ମାରିଥିଲେ ମହାରଥୀ । ଏସବୁ ଭିତରେ ହାତରେ ପ୍ରାୟ ୩ ମାସ ସମୟ ଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ କସରତ ଆରମ୍ଭ କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ । ଗୃହମନ୍ତ୍ରାଳୟର ସମୀକ୍ଷା ପରେ ଆକ୍ସନ୍ ମୋଡରେ ପୁଲିସ୍ ।

କନକ ବ୍ୟୁରୋ : ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପଟେ ଗାଜିପୁର ବର୍ଡରକୁ ଆଜି ରାତି ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗାଜିପୁର ପ୍ରଶାସନ । କୃଷକଙ୍କୁ ଦିଲ୍ଲୀ ଗାଜିପୁର ସୀମାରୁ ବାହାର କରିବା ପାଇଁ ବିପୁଳ ପରିମାଣର ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏପରିକି ସ୍ଥାନୀୟ ଲୋକ ମଧ୍ୟ ସୀମାକୁ ଆସି ‘ନକଲି ଚାଷୀ ସ୍ଥାନ ଖାଲି କର’ ବୋଲି ନାରାବାଜି କରିଛନ୍ତି । କୃଷକ ରାତି ସୁଦ୍ଧା ଆନ୍ଦୋଳନସ୍ଥଳ ନଛାଡିଲେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ୟୁପିର ବରିଷ୍ଠ ପୁଲିସ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଛି ।

ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି । ସେପଟେ ଗାଜିପୁରରେ ଆନ୍ଦୋଳନରତ କୃଷକଙ୍କୁ ସମ୍ବୋଧନ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି, ପୁଲିସ ପାଖରେ ଆତ୍ମସମର୍ପଣ କରିବେ ନାହିଁ, ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ । ଗାଜିପୁର ବର୍ଡରରେ କୌଣସି ହିଂସା ହୋଇନାହିଁ । ସୁପ୍ରିମକୋର୍ଟ ଶାନ୍ତିପୂର୍ଣ୍ଣ ଧାରଣା ସପକ୍ଷରେ ମତ ଦେଇଥିଲେ ବି ୟୁପି ସରକାର ଦମନକାରୀ ନୀତି ଆପଣେଇଥିବା କହିଛନ୍ତି ରାକେଶ ଟିକାୟତ ।

ସେପଟେ ଟିକ୍ରି ଓ ସିଙ୍ଘୁ ସୀମାରେ ମଧ୍ୟ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସିଙ୍ଘୁ ବର୍ଡରକୁ ଯାଉଥିବା ସମସ୍ତ ରାସ୍ତାକୁ ପୁଲିସ ସିଲ କରିଦେଇଛି । କୃଷକଙ୍କ ଆନ୍ଦୋଳନସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । ଜାନୁୟାରୀ ୨୬ରେ କୃଷକଙ୍କ ହିଂସାତ୍ମକ ପ୍ରଦର୍ଶନ ଘଟଣାକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ଘଟଣାରେ ୩୩ଟି ଏଫଆଇଆର ରୁଜୁ ହୋଇଥିବା ବେଳେ ୯ଟି ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଛି । ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ୪୪ ଜଣ ଚାଷୀ ନେତାଙ୍କ ନାଁରେ ଲୁକଆଉଟ୍ ନୋଟିସ ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ଦେଶରୁ ଧିରେ ଧିରେ ଗାଏବ ହେଉଛି କରୋନା । ୧୪୬ ଜିଲ୍ଲାରେ ୭ ଦିନ ହେଲା କୋଭିଡ୍ ମାମଲା ‘ଶୂନ’

କନକ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ଭାରତରେ ଦ୍ରୁତ ଗତିରେ କମ୍ ହେଉଥିବା କରୋନା ମାମଲାକୁ ନେଇ ଏକ ରିପୋର୍ଟ ଦେଇଥିଲେ । ଏହି ସମୟରେ ସେ କହିଛନ୍ତି ଯେ, ଦେଶର ୧୪୬ ଜିଲ୍ଲାରେ ଗତ ୭ ଦିନ ହେଲା କରୋନା ମାମଲା ଶୂନ ଅଛି । ଦେଶରେ ଏଯାବତ ହୋଇଥିବା ୧୯.୫ କୋଟିର କରୋନା ଟେଷ୍ଟ ଓ ସରକାରଙ୍କ ଉଚିତ୍ ପଦକ୍ଷେପ ହେତୁ ଏହା ସମ୍ଭବ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ତାଙ୍କ କହିବା ମୁତାବକ, ଗତ ୭ ଦିନ ହେଲା ଦେଶର ୧୪୬ ଜିଲ୍ଲାର କୌଣସି ପଜିଟିଭ୍ କେସ୍ ସାମ୍ନାକୁ ଆସିନି । ଏହା ଭିତରୁ ୧୮ ଟି ଜିଲ୍ଲାରେ ଗତ ୧୪ ଦିନ ହେଲା ଓ ୨୧ଟି ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୧.୭୩ ଲକ୍ଷ ଆକ୍ଟିଭ୍ ମାମଲାରୁ ମାତ୍ର ୦.୦୪ ପ୍ରତିଶତ ଭେଂଟିଲେଟର ଓ ୨.୨୦ ପ୍ରତିଶତ ଆଇସିୟୁରେ ଅଛନ୍ତି । ସେହିପରି ୩.୦୨ ପ୍ରତିଶତ କରୋନା ରୋଗୀଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଭାରତରେ ଏବେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଯାଇଛି । ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଏହାପରେ ବୟସ୍କ ବ୍ୟକ୍ତିମାନଙ୍କର ଟିକାକରଣ ହେବ। ଯାହାର ଫଳସ୍ୱରୂପ ଦେଶରୁୁ ଏବେ କୋଭିଡ୍ ଗାଏବ ହେଉଥିବା ଦେଖିବାକୁ ମିଳୁଛି।

from Kanak News
via <a href="https://ifttt.com/?

ଓଏଚପିସିରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । ଉପସ୍ଥିତ ଥିଲେ ସମସ୍ତ କର୍ମଚାରୀ ।

କନକ ବ୍ୟୁରୋ : ଓଏଚପିସି କର୍ପୋରେଟ ଅଫିସ, ଟ୍ରେନିଂ ସେଣ୍ଟର ଓ ଏହାର ୟୁନ୍ଖଙ୍କ ଗୁଡିକରେ ପାଳନ ହୋଇଛି ୭୨ତମ ଗଣତନ୍ତ୍ର ଦିବସ । ଏହି କାର୍ଯ୍ୟକ୍ରମ ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । କର୍ପୋରେଟ ଅଫିସ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏଚଆର ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଫାଇନାନ୍ସ ଡିରେକ୍ଟର ପ୍ରଭାକର ମହାନ୍ତି, ମନୋରଞ୍ଜନ ମହାନ୍ତି ଓ ଅଫିସର ଅନ୍ୟ କର୍ମକର୍ତ୍ତା । ପତାକା ଉତ୍ତୋଳନ ବେଳେ ସରକାରଙ୍କ କରୋନା ଗାଇଡଲାଇନକୁ ପାଳନ କରାଯାଇଥିଲା । ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିଥିଲେ ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କଲା ରାମ ମନ୍ଦିର । ଉତ୍ତରପ୍ରଦେଶ ସରକାରଙ୍କୁ ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଏଥର ନୂଆଦିଲ୍ଲୀ ପରେଡରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ରାମ ମନ୍ଦିର ପ୍ରଜ୍ଞାପନ ମେଢ। ଉତ୍ତରପ୍ରଦେଶ ରାଜ୍ୟ ତରଫରୁ ଏହି ମେଢକୁ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ଅନ୍ୟ ସମସ୍ତ ପ୍ରଜ୍ଞାପନ ମେଢ ଅପେକ୍ଷା ଅଧିକ ପ୍ରଂଶସା କରାଯାଇଥିଲା । ଯାହାର ଫଳସ୍ୱରୂପ ଏହି ମେଢ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମେଢ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପୁରସ୍କୃତ କରିବେ ବୋଲି ଜଣାପଡିଛି।

ଚଳିତ ବର୍ଷ ରାମ ମନ୍ଦିର ମେଢ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଥିଲେ। ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ମାତ୍ର ୨୦ ଦିନ ଭିତରେ ଏହି ମେଢ ପ୍ରସ୍ତୁତ ହୋଇଥିଲା। ଦିଲ୍ଲୀରେ ରିହର୍ସଲରେ ଭାଗ ନେବା ଦିନରୁ ହିଁ ମେଢକୁ ନେଇ ଚର୍ଚ୍ଚା ବଢ଼ିଥିଲା। ବର୍ତ୍ତମାନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଥିବାରୁ ପ୍ରଜ୍ଞାପନ ମେଢରେ ଏହି ଥିମକୁ ନେଇ ମଡେଲ ପ୍ରସ୍ତୁତ ହୋଇଥିଲା ।

ଚଳିତ ବର୍ଷ ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଇଥିଲା। ଏହାମଧ୍ୟରୁ ଉତ୍ତରପ୍ରଦେଶର ଏହି ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

from Kanak News
via <a href="https://ifttt.com/?

ଗାଜିପୁର ସୀମାରୁ ସବୁ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ୟୁପି ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ମଧ୍ୟରେ ସିଂଘୁ ସୀମା ଖାଲି କରିବାକୁ କହିଲା ହିନ୍ଦୁ ସେନା ।

କନକ ବ୍ୟୁରୋ : ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଦୀର୍ଘ ୬୪ଦିନ ଧରି ନୂଆ କୃଷି ଆଇନକୁ ବିରୋଧ କରି ଚାଲିଆସୁଥିବା ଆନ୍ଦୋଳନ ଏବେ କେଉଁ ମୋଡ ନେବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା, ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କୁ ଚାଷୀଙ୍କ ବିରୋଧୀ କରାଇଛି । ୬୪ଦିନ ଧରି ଆନ୍ଦୋଳନରତ ଚାଷୀଙ୍କୁ ଖାଇବାକୁ ଦେଉଥିବା ସିଂଘୁ ସୀମାର ସ୍ଥାନୀୟ ବାସିନ୍ଦା ଏବେ ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିଛନ୍ତି । ଏହା ସହ ୨୪ଘଣ୍ଟା ମଧ୍ୟରେ ସିଂଘୁ ସୀମା ଖାଲି କରିବାକୁ କହିଛି ହିନ୍ଦୁ ସେନା । ଏମଧ୍ୟରେ ଗାଜିପୁର ଚାଷୀଙ୍କୁ ହଟାଇବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ହିଂସାଙ୍କୁ ନେଇ ଲେଖାଯାଇଥିବା ଏତଲା ମଧ୍ୟରୁ ୯ଟି ଏତଲାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ଏବେ ସିବିଆଇ ଘଟଣାର ଯାଞ୍ଚ କରିବା ସହ ଦୋଷୀକୁ ଖୋଜିବ । ଗତକାଲି ଦୁଇଟି ଚାଷୀ ସଂଗଠନ ଚାଷୀ ଆନ୍ଦୋଳନରୁ ନିଜକୁ ଅଲଗା କରିସାରିଥିବା ବେଳେ ଏବେ ଏହି ଆନ୍ଦୋଳନ କେଉଁ ମୋଡ଼ ନେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ଚାଷୀମାନେ ଆନ୍ଦୋଳନରୁ ଓହରିବେ ନା ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ସେ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

from Kanak News
via <a href="https://ifttt.com/?

ଚାଉଳ ବଣ୍ଟାକୁ ନେଇ ଅମାନବୀୟ କାଣ୍ଡ । ବାପାର ମାଡ଼ରେ ଚାଲିଗଲା ଭିନ୍ନକ୍ଷମ ପୁଅର ଜୀବନ ।

କନକ ବ୍ୟୁରୋ : ସରକାରୀ ଚାଉଳ ବଣ୍ଟାକୁ ନେଇ ବାପାର ମାଡ଼ରେ ଭିନ୍ନକ୍ଷମ ପୁଅର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁର ଦୁର୍ଗାମାଧବ ସାହିର ବଳରାମ ପ୍ରଧାନ, ତାଙ୍କ ପରିବାର ଲୋକ ସଂଖ୍ୟା ଚାରି ଜଣ । ମାସିକ ପ୍ରତ୍ୟେକଙ୍କୁ ପାଞ୍ଚ କିଲୋ ଚାଉଳ ଓ କିରୋସିନୀ ଓ ଅନ୍ୟାନ୍ୟ ଜିନିଷ ମିଳେ । ଏହାକୁ ନେଇ ଘରେ ଝଗଡା ପରେ ଭିନ୍ନକ୍ଷମ ପୁଅ ଅନିଲ କୁମାର ପ୍ରଧାନ ନିଜ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ନେଇ ଗାଁର ବଡ ନୂଆସାହିରେ ରହନ୍ତି ।

ସୂଚନା ଅନୁସାରେ ଆଜି ପଂଚାୟତ କାର୍ଯ୍ୟାଳୟକୁ ଚାଉଳ ନେବା ପାଇଁ ଦିନ ସାଢେ ଦଶଟା ବେଳେ ବାପା-ପୁଅ ଆସିଥିଲେ । କିନ୍ତୁ ସବୁ ଚାଉଳ ନେବା ପାଇଁ ପୁଅ ଦାବି କରିଥିଲେ । ଏହା ପରେ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥିଲା । ପୁଅକୁ ବାପା ମାଡ଼ ଦେବା ପରେ ଘଟଣାସ୍ଥଳରେ ଅଚେତ ଅବସ୍ଥାରେ ପଡିଗଲେ । ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଅନିଲଙ୍କ ସ୍ତ୍ରୀ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବେଳେ ବାପା ବଳରାମଙ୍କୁ ଅଟକ ରଖିଛି ପୁଲିସ।

from Kanak News
via <a href="https://ifttt.com/?

Design a site like this with WordPress.com
Get started