ଗୁହାଳ ଘରେ ଅସହାୟ ଯୁବତୀଙ୍କ ଜୀବନ । ବାପାଙ୍କ ମୃତ୍ୟୁ ପରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଗୁହାଳ ଘରେ ଗାଇ-ଗୋରୁଙ୍କ ସହ ଏକାଠି ରହୁଛନ୍ତି ଦୁଇ ଭଉଣୀ ।

କନକ ବ୍ୟୁରୋ : ଗରିବୀ ଦେଉଛି ଗଭୀର ଯନ୍ତ୍ରଣା । ବାପା ଆରପାରିକୁ ଚାଲିଯିବା ପରେ ଗୁହାଳ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦୁଇ ଅବିବାହିତ ଭଉଣୀ । ଦିନରେ ପର ଘରେ ପାଇଟି କରି ପେଟ ପୋଷୁଥିବା ବେଳେ ରାତିରେ ମୁଣ୍ଡ ଉପରେ ଛାତଟିଏ ନାହିଁ । ତେଣୁ ଭାଗ୍ୟକୁ ଆଦରି ଗୁହାଳ ଭିତରେ ରହୁଛନ୍ତି ଦୁଇ ଭଉଣୀ ।

କେନ୍ଦୁଝର ଘସିପୁରା ବ୍ଲକ କେଶଦୁରାପାଳ ପଂଚାୟତ ୧୫ ନମ୍ବର ୱାର୍ଡରେ ରୁହନ୍ତି ଦୁଇ ଭଉଣୀ ମୂଷୀ ବେହେରା ଓ କନକ ବେହେରା । ଦୁହେଁ ଅବିବାହିତ । ୧୦ ବର୍ଷ ତଳୁ ବାପା ଚାଲିଯିବା ପରେ ପର ଘରେ ପାଇଟି କରି ପେଟ ପୋଷୁଛନ୍ତି ଏମାନେ । ଆଉ ଝାଟିମାଟିର ଗୁହାଳ ଘରେ ଗାଇ-ବାଛୁରୀଙ୍କ ସହ ଏକାଠି ଜୀବବ ବିତାଉଛନ୍ତି ।

ଗୁହାଳ ଘରେ ରହୁଥିବା ଦୁଇ ଭଉଣୀ ଆବାସ ଯୋଜନାରେ ପକା ଘର ଖଣ୍ଡିଏ ପାଇଁ ଅନେକ ଥର ନେହୁରା ହୋଇଛନ୍ତି । ମୁଣ୍ଡ ଉପରେ ଛାତ ନାହିଁ କି ଗୁହାଳ ଘରେ ବିଜୁଳି ସଂଯୋଗ ନାହିଁ । ଏଭଳି ସ୍ଥିତିରେ ଅତି ଦୟନୀୟ ଅବସ୍ଥାରେ ଏମାନେ ବଞ୍ଚୁଥିବା ବେଳେ ସରକାରୀ ବାବୁ ଏହି ଦୁଇ ଭଉଣୀଙ୍କ ପ୍ରତି ଅବିଚାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦିନ ସାରା ମୂଲ ଲାଗିବା ପରେ ଗୁହାଳ ଘରେ ଡିବିରି ଜଳାଇ ରାତି କାଟୁଛନ୍ତି ଦୁଇ ଭଉଣୀ ମୂଷୀ ଓ କନକ । ପ୍ରଶାସନ ଏମାନଙ୍କ ସମସ୍ୟା ପ୍ରତି ନଜର ଦେଇ ଘର ଓ ବିଜୁଳି ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।

from Kanak News
via <a href="https://ifttt.com/?

ଫେବୃଆରୀ ୨ରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଆସିବ କାର୍ଯ୍ୟସୂଚୀ । ସ୍କୁଲ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ପରେ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

କନକ ବ୍ୟୁରୋ : ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଫେବ୍ରୁଆରି ୨ରେ ସିବିଏସଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଆସିବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ୧,୦୦୦ ସ୍କୁଲ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ।

୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସ୍ଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ । ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ପ୍ରିନ୍ସିପାଲ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ କାର୍ଯ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି ।

ସମସ୍ତ କୋଭିଡ କଟକଣାକୁ ଅନୁସରଣ କରାଯାଇ ପରୀକ୍ଷା ଆରମ୍ଭ ହେବା ସହ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପୂର୍ବରୁ କରୋନା ପାଇଁ ପରୀକ୍ଷା ବାତିଲ କରାଯିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ପରୀକ୍ଷାକୁ ବାତିଲ କରି ସବୁ ପିଲାଙ୍କୁ ପାସ କରାଇଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ । କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ । ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ।

from Kanak News
via <a href="https://ifttt.com/?

ପାଲ ତଳେ ଦଶରଥପୁର ବ୍ଲକର ପାଲଟପୁର ପଞ୍ଚାୟତ । ଗରିବ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଯୋଜନାରେ ପକ୍କା ଘର । ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି ଲୋକେ ।

କନକ ବ୍ୟୁରୋ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ପ୍ରଶାସନିକ ଉଦାସିନତା ହେତୁ ପ୍ରକୃତ ହିତାଧିକାରୀ ଯୋଜନାର ଫାଇଦା ପାଇପାରୁନାହାନ୍ତି । ଆଜି ବି ଅନେକ ଲୋକେ ଝାଟିମାଟି ଘରେ ପାଲ ଟାଙ୍ଗି ଜୀବନ କାଟୁଛନ୍ତି ।

ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତର ଏମିତି ଝାଟିମାଟି ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଶାସନର ନଜର ପଡୁନି । ପଞ୍ଚାୟତର ଗରିବ ଖଟିଖିଆ ଲୋକେ ଆଜି ବି ଚାଳ ଛପରେ ପାଲ ପକାଇ ରହୁଛନ୍ତି । ଦିବ୍ୟାଙ୍ଗ ଓ ସ୍ୱାମୀ ପରିତ୍ୟକ୍ତା ମହିଳା ଝୁମାରାଣୀ ପଣ୍ଡା । ମାଗିଯାଚି ଆଣିଲେ ଚୁଲି ଜଳେ । ଏମିତି ସ୍ଥିତିରେ ଘରଟିଏ ପାଇଁ ପ୍ରଶାସନିକ ବାବୁଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ ଝୁମାରାଣୀଙ୍କୁ ଘରଟିଏ ଯୋଗାଇ ପାରିନାହିଁ ପ୍ରଶାସନ । କେବଳ ଝୁମା ନୁହନ୍ତି ପଂଚାୟତର ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ।

ତେବେ ଗରିବ ଲୋକଙ୍କ ପାଇଁ ଯୋଜନା ହେଉଥିଲେ ବି କାହିଁକି ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଯେତେ ବେଳେ ସରକାର ଗୋଟିଏ ବି ଚାଳ ଛପର ଘର ରହିବ ନାହିଁ ବୋଲି କହୁଛନ୍ତି, ସେତେବେଳେ କାହିଁକି ଓ କେଉଁ ପରିସ୍ଥିତିରେ ପାଲ ତଳେ ମୁଣ୍ଡ ଗୁଂଜିଛନ୍ତି ହିତାଧିକାରୀ? ଜିଲ୍ଲାପାଳ ତ ପ୍ରତିଶ୍ରୁତି ଦେଇଦେଲେ, ତେବେ ଏବେ ଅପେକ୍ଷା ପାଲ ତଳେ ରହୁଥିବା ପାଲଟପୁର ବାସୀଙ୍କୁ କେବେ ମିଳୁଛି ଘର, ଆଉ ମୁଣ୍ଡ ଉପରୁ ହଟୁଛି ପାଲ ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ସଙ୍କଳ୍ପ ପାରିତ । ହଟ୍ଟଗୋଳ ମଧ୍ୟରେ ‘ଜୟ ଶ୍ରୀ ରାମ’ ନାରା ଦେଇ କକ୍ଷତ୍ୟାଗ କଲେ ବିଜେପି ବିଧାୟକ ।

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ଆଜି (ଗୁରୁବାର) ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏକ ସଂକଳ୍ପ ପାରିତ କରାଇ ନେଇଛନ୍ତି । ବିଧାନସଭାରେ ପାରିତ ହୋଇଥିବା ସଙ୍କଳ୍ପରେ ତୃଣମୂଳ କଂଗ୍ରେସ ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି ।

ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦ୍ୱାରା ବିଧାନସଭାରେ ଆଗତ ଏହି ସଂକଳ୍ପରେ କେନ୍ଦ୍ର ସରକାରଙ୍କର ତିନିଟି ଯାକ କୃଷି ସଂସ୍କାର ଆଇନକୁ କୃଷକ ବିରୋଧୀ ଏବଂ କର୍ପୋରେଟରମାନଙ୍କ ପାଇଁ ଅନୁକୂଳ ବୋଲି କୁହାଯାଇଛି ।

ଏ ସଂକ୍ରାନ୍ତରେ ବିଧାନସଭାରେ ପାରିତ ହୋଇଥିବା ସଙ୍କଳ୍ପର ପ୍ରସ୍ତାବରେ କୁହାଯାଇଛି ଯେ ଏହି ନୂତନ ଆଇନ୍‌ ଏପରି ପରିସ୍ଥିତି ସୃଷ୍ଟି କରିବ ଯେଉଁଠାରେ ସରକାର କୃଷିଜାତ ଦ୍ରବ୍ୟ କ୍ରୟ ବନ୍ଦ କରିବାକୁ ବାଧ୍ୟ ହେବେ । ଯାହା ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥା ନଷ୍ଟ ହୋଇଯିବ ଏବଂ ଖାଦ୍ୟଶସ୍ୟ ମହଜୁଦ୍‌ ଓ କଳାବଜାରୀ ବୃଦ୍ଧି ପାଇବ । ଏହି ସଂକଳ୍ପ ପାରିତ ହେବା ମାତ୍ରେ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଯାଇ ବିରୋଧ ପ୍ରଦର୍ଶନ କରିବା ସହ ‘ଜୟ ଶ୍ରୀ ରାମ’ ନାରା ଦେଇ କକ୍ଷତ୍ୟାଗ କରିଥିଲେ ।

ବିଧାନସଭାରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହଥିଲେ ଯେ ବିଜେପି ସଂସଦରେ ନିଜର ସଂଖ୍ୟାବଳରେ ଏହି ନୂତନ କୃଷି ଆଇନ୍‌କୁ ପାସ୍‌ କରାଇ ନେଇଛି । ତେଣୁ, ନୂତନ କୃଷି ଆଇନକୁ ରଦ୍ଦ କରିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ବିଜେପି ସବୁବେଳେ ଆନ୍ଦୋଳନକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଥାଏ । ତେବେ, କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ଦେଶଦ୍ରୋହୀ ଭାବରେ ଚିତ୍ରଣ କରାଯିବା ଘଟଣାକୁ ତାଙ୍କ ସରକାର ବରଦାସ୍ତ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଦେଇଛନ୍ତି ।

କୃଷି ଆଇନ ପ୍ରତ୍ୟାହାର ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡକାଇବା ଉଚିତ ବୋଲି ଟିଏମସି ସୁପ୍ରିମୋ କହିଛନ୍ତି । ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ପାଞ୍ଚଟି ଅଣ-ବିଜେପି ଶାସିତ ରାଜ୍ୟ- ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, କେରଳ ଏବଂ ଦିଲ୍ଲୀ ନିଜ ନିଜ ବିଧାନସଭାରେ ବିବାଦୀୟ କୃଷି ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛନ୍ତି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ୫ ଘଣ୍ଟା ବିଳମ୍ବ ହେଲା ମହାପ୍ରଭୁଙ୍କ ସୁନାବେଶ । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶରେ ବିଳମ୍ବ ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ । ବର୍ତ୍ତମାନ ସୁଦ୍ଧା ହୋଇନି ମହାପ୍ରଭୁଙ୍କ ସୁନାବେଶ । ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ଧରି ବିଳମ୍ବ । ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଏହାସହ ମହାପ୍ରଭୁଙ୍କୁ ଦର୍ଶନ ନକରି ଶ୍ରଦ୍ଧାଳୁମାନେ ଫେରିଯାଇଛନ୍ତି ।

ଆଜି ପୌଷପୁର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେଜ ପୁର୍ଣ୍ଣିମାନୀତି ।  ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ ।

ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶରେ ଦର୍ଶନ ଦିଅନ୍ତି । ଆଜି ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ପାଳିତ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରିତିନୀତି କରାଯାଇଛି ।

from Kanak News
via <a href="https://ifttt.com/?

ଚାଷ ଆରମ୍ଭରୁ ଅମଳ ଯାଏଁ ଖାଲି କଷ୍ଟ ଆଉ କଷ୍ଟ । ଅମଳ ପରେ ବିକ୍ରି ପାଇଁ ମଣ୍ଡିରେ ରାତି ଜଗୁଆଳି ସାଜିଲେ ଚାଷୀ । ମଣ୍ଡିରୁ ଆସିଲା ଚାଷୀ ଦୁଃଖର ଅଭାବନୀୟ ଚିତ୍ର ।

କନକ ବ୍ୟୁରୋ : କୁହାଯାଏ ଚାଷ କାମ ଯାହାର କେଡେ ସୁଖ ତାହାର । ହେଲେ ଏବେ ଏମିତି ସମୟ ଆସିଛି ଯେ, ଏଠି ଯିଏ ଚାଷୀ ସେ ସବୁ ବେଳେ ସମସ୍ୟାର ସମ୍ମୁଖୀନ ହେଉଛି । ଧାନ ଚାଷ କରିବା ଦିନରୁ ବିକ୍ରି ଯାଏଁ କେବଳ କଷ୍ଟ ପାଉଛନ୍ତି ଚାଷୀ ।

ଚାଷ ପାଇଁ କଷ୍ଟ, ଆଉ ଏବେ ଫସଲ ବିକ୍ରି ପାଇଁ ବି ସହିବାକୁ ପଡୁଛି କଷ୍ଟ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡପୋଖରୀ ସମବାୟ ସମିତିରେ ମିଲରଙ୍କ ମନମାନି ଚାଷୀଙ୍କ ଦୁର୍ଦ୍ଦଶା ବଢାଇଛି । ମିଲର ଟାର୍ଗେଟ ନାହିଁ କହି ଧାନ କିଣୁନି । ଧାନ ଉଠୁନଥିବାରୁ ଉପାୟଶୂନ୍ୟ ଚାଷୀ ମଣ୍ଡିରେ ଶୀତ କାକରରେ ପଡି ରହିଛନ୍ତି । ସେଇଠି ଖାଇ, ସେଇଠି ଶୋଉଛନ୍ତି । ବସ୍ତା ବସ୍ତା ଧାନଗଦା ଉପରେ ଆକାଶ ମୁହାଁ ହୋଇ ଚାଷୀ ସାରା ରାତି ତାରା ଗଣୁଛନ୍ତି ।

ସେହିପରି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଡମ୍ବସରା ଧାନ ମଣ୍ଡିରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ମଣ୍ଡିରେ ଧାନ ଉଠାଣ ବନ୍ଦ ଥିବାରୁ ଚାଷୀ ରାତି ଅନିଦ୍ରା ହୋଇ ଧାନକୁ ଜଗି ରହିଛନ୍ତି । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ଚାଷୀ ।

ସେପଟେ କଳାହାଣ୍ଡି ଜିଲ୍ଲାର ତୁମରା ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଚାଷୀ । ଗୋଲାମୁଣ୍ଡା ସିନାପାଲି ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଖବର ପାଇ କୋକସରା ତହସିଲଦାର, ରାଜସ୍ୱ ନୀରିକ୍ଷକ ସହ ପୁଲିସ କର୍ମଚାରୀ ପହଞ୍ଚି ଆନ୍ଦୋଳତରତ ଚାଷୀଙ୍କୁ ବୁଝାସୁଝା କରିଛନ୍ତି । ବିଭିନ୍ନ ସ୍ଥାନରୁ ମଣ୍ଡି ଅବ୍ୟବସ୍ଥାକୁ ନେଇ ଆସୁଥିବା ଖବରକୁ ଦେଖିଲେ ଲାଗୁଛି, ଚାଷୀ ଯେମିତି କଷଣ ଓ ଶୋଷଣ ସହିବାକୁ ଜନ୍ମ ନେଇଛି ।

from Kanak News
via <a href="https://ifttt.com/?

ଜାଲରେ ପଡିଲା ବାଘ । ବୁଗୁଡା କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବଛା ଯାଇଥିଲା ଜାଲ, ଫସିଗଲା ଚିତା ବାଘ ।

କନକ ବ୍ୟୁରୋ : ଫାସରେ ଫସିଗଲା ବାଘ । ଜଙ୍ଗଲି ଜନ୍ତୁ ପାଇଁ ବଛା ଯାଇଥିବା ଜାଲରେ ପଡି ଯାଇଥିଲା ଚିତାବାଘ । ଗଂଜାମ ଜିଲ୍ଲା ବୁଗୁଡା ବନବିଭାଗର ନଗୁଡୁ ଗ୍ରାମର କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବେଆଇନ୍ ଭାବେ ଫାସ ବସା ଯାଇଥିଲା । ଯେଉଁଥିରେ ଏକ ଚିତାବାଘ ପଡି ଯାଇଥିଲା । ଏନେଇ ଖବର ପାଇଁ ବୁଗୁଡା ବନବିଭାଗ ଚିତକୁ ଉଦ୍ଧାର କରିଛି । ସ୍ୱସ୍ଥ୍ୟ ଯାଞ୍ଚ ପରେ ବାଘଟିକୁ ଜଙ୍ଗଲରେ ଛଡାଯିବ ।

ଆଜି ସକାଳ ପ୍ରାୟ ଆଠଟା ସମୟରେ ମାଣିତରା ଫରେଷ୍ଟ ଗାର୍ଡ ସରସ୍ବତୀ ନାୟକ ପଥର ବୁଝିବା ପାଇଁ ବଡ଼ ପଥର ପାହାଡ଼କୁ ଯାଇଥିଲେ। ସେ ସମୟରେ ବାଘ ଗର୍ଜନ ଶୁଣି ଆଖ ପାଖରେ ଦେଖିଲା ବେଳକୁ ବାରହା ଶିକାର ପାଇଁ ଫାଶ ପକା ଯାଇଥିବା ତାରରେ ବାଘଟି ଫଶିଯାଇଥିବା ତା ଅଣ୍ଟାରେ ଫାସ ଲାଗି ଯାଇଥିବାରୁ ବାଘଟି ଯାଇ ପାରୁ ନଥିବା ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟ ଟିମ ଜାଲ ଧରି ଘଟଣା ସ୍ଥଳରେ ପହଞ୍ଚି ଥିଲେ ହେଁ ପାଖରେ ଲଟା ବୁଦା ଥିବାରୁ ଜାଲ ପକାଇ ଧରିବା କଷ୍ଟ କର ହୋଇଥିଲା।

from Kanak News
via <a href="https://ifttt.com/?

ଭାରତୀୟ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଟିକଟକ୍ । ବ୍ୟାନ୍ ନହଟିବା ଆଶଙ୍କାରେ ମେଲ୍ ପଠାଇଲେ ଟିକଟକ୍ ମାଲିକ  । 

କନକ ବ୍ୟୁରୋ: ଟିକଟକ୍ ବାପାଙ୍କ ବଡ଼ ଚାଲ୍, ଭାରତୀୟ କର୍ମଚାରୀଙ୍କ ଉପରେ ବ୍ୟାନ୍ ର ବଦଲା ନେଉଛି ବାଇଟ୍-ଡ୍ୟାନ୍ସ । ଭାରତରେ ଲୋକପ୍ରିୟ ଚାଇନା ଆପ୍ ଟିକଟକ୍ ବ୍ୟାନ୍ ପରେ ଏବେ ବି ଭାରତ ସହ ଜାରି ରହିଛି ଚାଇନିଜ୍ କମ୍ପାନୀର ଛକାପଞ୍ଝା । ବ୍ୟାନ୍ ନିର୍ଦ୍ଦେଶ କେବେ ହଟିନପାରେ ବୋଲି ଆଶଙ୍କା କରି ଟିକଟକ୍ ମାଲିକ ନେଇଛନ୍ତି ବଡ଼ ପଦକ୍ଷେପ । ଭାରତସ୍ଥିତ ଅଫିସରେ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ହଟାଇବାକୁ ଯାଉଛି ବାଇଟ-ଡ୍ୟାନ୍ସ । ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି କରିଛନ୍ତି ଟିକଟକ୍ ମାଲିକ ।
ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଭାରତୀୟ କର୍ମଚାରୀଙ୍କୁ ବାଇଟ୍-ଡ୍ୟାନ୍ସ କହିଛି କି, ଏହି କାର୍ଯ୍ୟାଳୟରେ କେବଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଗରେ ହିଁ କାର୍ଯ୍ୟ କରାଯିବ ଅଧିକ ଲୋକଙ୍କୁ ନେଇ କାର୍ଯ୍ୟ କରିବାକୁ ଆମେ ସକ୍ଷମ ନୁହେଁ । ଏନେଇ ସ୍ପଷ୍ଟ କରିଛନ୍ତି ଟିକଟକ ମୁଖପାତ୍ର । ଏପରିକି ଟିକଟକ ଉପରୁ ବ୍ୟାନ୍ ନିର୍ଦ୍ଦେଶ ହଟାଇ ପୁଣିଥରେ ଆଣିବାକୁ ଉଦ୍ୟମ କରୁଛୁ, ସେଥିପାଇଁ କୋଟି କୋଟି ୟୁଜର୍ସ, କଳାକାର, କାହାଣୀକାର, ଶିକ୍ଷାବିତ୍ ଓ ଅଭିନେତାଙ୍କ ସମର୍ଥନ ଆମେ ଆବଶ୍ୟକ କରୁଛୁ । କିନ୍ତୁ ଦୀର୍ଘ ସାତ ମାସ ହେବ କେନ୍ଦ୍ର ସରକାରଙ୍କ ନିଷେଧାଦେଶର ନିୟମାବଳୀକୁ ପାଳନ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସକରାତ୍ମକ ସଂକେତ ମିଳିପାରି ନାହିଁ । ତେଣୁ ଆମେ ଆମ ଭାରତସ୍ଥିତ ଅଫିସରେ କର୍ମଚାରୀଙ୍କ ସଂଖ୍ୟା କମାଇବାକୁ ଯାଉଛୁ ।
ତେବେ ଟିକଟକର ଭାରତୀୟ ଅଫିସରେ ପାଖାପାଖି ୨ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଥିଲେ । ଯେଉଁଥିରେ ବର୍ଷେ ବା ଦେଢ଼ ବର୍ଷରୁ ବି ଅଧିକ ସମୟ ଧରି ଏଠାରେ କାର୍ଯ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେଥିମଧ୍ୟରୁ କେତେ ଜଣଙ୍କ ଚାକିରି ଯିବ ତାହା ଆକଳନ କରାଯାଇ ନାହିଁ ବୋଲି କହିଛନ୍ତି ଟିକଟକ୍ ମାଲିକ । ବାଇଟ-ଡ୍ୟାନ୍ସ ଆହୁରି ମଧ୍ୟ କହିଛନ୍ତି କି ବ୍ୟାନ୍ ପୂର୍ବରୁ ଟିକଟକର ସବୁଠୁ ବଡ଼ ମାର୍କେଟିଂ ବଜାର ଥିଲା ଭାରତ । କିନ୍ତୁ ନିଷେଧାଦେଶ ପରଠୁ ଭାରତୀୟ ବଜାରରେ ସମ୍ପୂର୍ଣ୍ଣ ମାର୍କେଟିଂ ବନ୍ଦ କରିଦେଇଛି ଟିକଟକ୍ । ଯାହା ଫଳରେ କମ୍ପାନୀ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଯାଉଛି ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ବିଧାନସଭା ପାଇଁ କଂଗ୍ରେସ-ବାମଦଳ ଭିତରେ ସିଟ୍ ବୁଝାମଣା । ୯୨ ଆସନରେ ଲଢିବ କଂଗ୍ରେସ, ୧୦୧ରେ ବାମଦଳ । ଅନ୍ୟ ସିଟ୍ ପାଇଁ ଆଗାମୀ ବୈଠକରେ ନିଷ୍ପତ୍ତି

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି । ଏହା ପୂର୍ବରୁ କଂଗ୍ରେସ ଓ ବାମଦଳ ଭିତରେ ସିଟ୍ ଭାଗବଣ୍ଟା ଶେଷ ହୋଇଛି । ଆଜି ବସିଥିବା ବୈଠକ ପରେ ୧୯୩ଟି ଆସନରୁ କଂଗ୍ରେସ ୯୨ଟି ଲଢିବାକୁ ସ୍ଥିର ହୋଇଛି । ସେହିପରି ୧୦୧ଟି ସିଟରେ ବାମଦଳର ପ୍ରାର୍ଥୀ ଛିଡା ହେବେ । ବାକି ଆସନ ପାଇଁ କେଉଁ ଦଳ କେତେ ପ୍ରାର୍ଥୀ ଦେବେ ସେନେଇ ଆଗାମୀ ବୈଠକରେ ଜଣାପଡିବ ବୋଲି ସ୍ଥିର ହୋଇଛି ।

ଏହାପୂର୍ବରୁ ୨୦୧୬ ମସିହା ବିଧାନସଭା ନିର୍ବାଚନରେ ମଧ୍ୟ ଦୁଇ ଦଳ ଏକାଠି ହୋଇ ଲଢିଥିଲେ । ଯେଉଁଥିରେ ସିପିଆଇଏମ ୧୪୮ଟି ଆସନରେ ଲଢି ୨୬ଟିରେ ବିଜୟୀ ହୋଇଥିଲା । ସେହିପରି କଂଗ୍ରେସ ୯୨ଟି ଆସନରେ ଲଢି ୪୪ ଆସନ ହାତେଇଥିଲା । ଏହାବାଦ୍ ସେହିବର୍ଷ ଇଲେକ୍ସନରେ ବାମଦଳର ସହଯୋଗୀ ଦଳ ଫରୱାଡ୍ ବ୍ଲକ ୨୫ଟି ଆସନରେ ଲଢି ୨ଟି ବିଜୟୀ ଏବଂ ସିପିଆଇ ୧୧ଟି ଆସନରେ ଲଢି ଗୋଟିଏରେ ବିଜୟୀ ହୋଇଥିଲେ । ଏହାପରେ କଂଗ୍ରେସ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା ।

ଏହାପରେ କିନ୍ତୁ କଂଗ୍ରେସ ଓ ବାମଦଳ ଭିତରେମେଣ୍ଟ ଭାଙ୍ଗି ଯାଇଥିଲା । ତେଣୁ ଗତ ୨୦୧୯ ଲୋକସଭା ନିର୍ବାଚନରେ ଦୁଇ ଦଳ ଅଲଗା ହୋଇ ଲଢିଥିଲେ । ଏବେ କିନ୍ତୁ ଦୁଇ ଦଳ ପୁଣି ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

from Kanak News
via <a href="https://ifttt.com/?

ସିଘୁଂ ସୀମାରେ ଚାଷୀ ଆନ୍ଦୋଳନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ଜାତୀୟ ରାଜପଥ ଖାଲି କରିବା ପାଇଁ କଲେ ଦାବି ।

କନକ ବ୍ୟୁରୋ: ଦିଲ୍ଲୀ ସିଙ୍ଘୁ ସୀମା ନିକଟରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠାରେ ଗ୍ରାମବାସୀ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ପ୍ରଦର୍ଶନ କରି ଜାତୀୟ ରାଜପଥ ଖାଲି କରିବା ପାଇଁ ଦାବି କରିଛନ୍ତି ।

ଗ୍ରାମବାସୀଙ୍କ କହିବାନୁସାରେ, ଲାଲ କିଲ୍ଲାରେ ଜାତୀୟ ପତାକାକୁ ଅପମାନ କରାଯାଇଛି। ଏହି ଘଟଣାକୁ ଆମେ ସହ୍ୟ କରି ପାରିବୁ ନାହିଁ। ଏଯାବତ ଆମେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରୁଥିଲୁ, କିନ୍ତୁ ଗଣତନ୍ତ୍ର ଦିବସ ଦିନ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତେବେ ଏହି ଚାଷୀ ଆନ୍ଦୋଳନ ବଡ଼ ହିଂସାର ରୂପ ନେବା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ବଢ଼ୁଛି। ୨ଟି ଚାଷୀ ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ୨୦ରୁ ଅଧିକ ସଂଗଠନ ହିଂସାରେ ସେମାନଙ୍କ ହାତ ନାହିଁ ବୋଲି ବିବୃତି ଜାରି କରିଛନ୍ତି।

କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ଥିଲା ବୋଲି ସେମାନେ କହିଛନ୍ତି। ଦିଲ୍ଲୀ ପୁଲିସ ଯେଉଁ ସର୍ତ୍ତ ଆଧାରରେ ରାଲି ପାଇଁ ଅନୁମତି ଦେଇଥିଲା ତାହାକୁ କେତେକ ଚାଷୀ ନେତା ଓ ସେମାନଙ୍କ ସମର୍ଥକ ଉଲ୍ଲଂଘନ କରିବା ଯୋଗୁଁ ଏଭଳି କାଣ୍ଡ ଘଟିଗଲା ବୋଲି ଆନ୍ଦୋଳନରୁ ଓହରିଥିବା କେତେକ ଚାଷୀ ନେତା କହିଛନ୍ତି।

ଯୋଜନାବଦ୍ଧ ଭାବେ ପୁଲିସ ଉପରେ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ପଛରେ ପଂଜାବର କେତେକ ଚରମପନ୍ଥୀ ସଂଗଠନର ହାତ ଥିବାରୁ ଏବେ ଏନ୍ଆଇଏ ତଦନ୍ତ ଆରମ୍ଭ କରିଛି ଏବଂ କେତେକ ଚାଷୀ ନେତାଙ୍କୁ ସମନ କରାଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started