୨୬ ତାରିଖ ଦିନ ୧୧ଟା ୧୫ରେ ବସରେ ବସିଥିଲେ ଝରାଫୁଲ, ଝିଅ ଘରେ ପହଞ୍ଚିବା ନେଇ ପ୍ରଥମେ ମିଛ କହିଥିଲେ ଝରାଫୁଲଙ୍କ ବାପା । ଶେଷ ୪୦ ଘଣ୍ଟାର କାହାଣୀ କହିଲେ ଝରାଫୁଲଙ୍କ ଶିକ୍ଷକ । 

କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । କନକ ନ୍ୟୁଜ ହାତରେ ଲାଗିଛି ଭୁବନେଶ୍ୱରରେ ଥିବା ଝରାଫୁଲଙ୍କ ଲୋକାଲ ଅଭିଭାବକଙ୍କ ପ୍ରତିକ୍ରିୟା । ଲୋକାଲ ଅଭିଭାବକ ଜଣକ ଶିକ୍ଷକ ଓ ସେ ଝରାଫୁଲଙ୍କ ପଢାଉଥିଲେ । ଶିକ୍ଷକ ଜଣକ କହିଛନ୍ତି, ଗତ ୨୪ ତାରିଖରେ ଯଶୀପୁରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ଝରାଫୁଲ । ତାଙ୍କୁ ପାଠ ପଢାଉଥିବା ଶିକ୍ଷକଙ୍କ ଘରେ ୨୪ ତାରିଖରୁ ୨୬ ତାରିଖ ଯାଏଁ ରହିଥିଲେ । ଶିକ୍ଷକଙ୍କ ଝିଅର ଜନ୍ମଦିନରେ ଯୋଗ ଦେବା ପାଇଁ ଶିକ୍ଷକଙ୍କୁ ନଜଣାଇ ସରପ୍ରାଇଜ ଦେବାକୁ ଝରାଫୁଲ ଚାଲିଆସିଥିଲେ । ଆଉ ଗତ ୨୪ରୁ ୨୬ ତାରିଖ ସକାଳ ୧୧ଟା ପର୍ଯ୍ୟନ୍ତ ଶିକ୍ଷକଙ୍କ ଘରେ ଝରାଫୁଲ ରହିବା ପରେ ୧୧ଟା ୧୫ରେ ଘରକୁ ଫେରିବାକୁ ବସରେ ବସିଥିଲେ । ଝାଡେଶ୍ୱର ବସରେ ଝରାକୁ ବସାଇଥିଲେ ଶିକ୍ଷକ ।     

ତେବେ ବସରେ ବସିବାର ୨ ଘଣ୍ଟା ପରେ ଫୋନ୍ କରିଥିଲେ ମଧ୍ୟ କେହି ନ ଉଠାଇବାରୁ ତାଙ୍କ ମା’ଙ୍କ ପାଖକୁ ଫୋନ୍ କରିଥିଲେ ଶିକ୍ଷକ । ଏପରିକି ତାଙ୍କ ମା’ ଫୋନ ଉଠାଇବା ସହ ଝିଅ ପହଞ୍ଚିଗଲେ ଜଣାଇଦେବି ବୋଲି କହିଥିଲେ । କିନ୍ତୁ ଫୋନ୍ ନ ଆସିବାରୁ ସନ୍ଧ୍ୟା ୫ଟାରେ ତାଙ୍କ ବାପାଙ୍କୁ ଫୋନ୍ କରିଥିଲି । କିନ୍ତୁ ତାଙ୍କ ବାପା  କହିଥିଲେ, ସାର ବ୍ୟସ୍ତ ହୁଅନ୍ତୁ ନାହିଁ ଝିଅ ୩ଟାରେ ଘରେ ପହଞ୍ଚିଛି । ତେବେ ତା ପରଦିନ ୯ଟା ବେଳକୁ ଫୋନ୍ କରି ଭୁଲ କରିଦେଲି ବୋଲି ଝରାଙ୍କ ବାପା କହିଥିଲେ । କହିଲେ ଝିଅ କାଲିଠାରୁ ଫେରିନି, କାଳେ ବ୍ୟସ୍ତ ହୋଇପଡିବେ ସେଥିପାଇଁ ଏମିତି କହିଥିଲେ ବୋଲି ଶିକ୍ଷକଙ୍କ କହିଥିଲେ ତାଙ୍କ ବାପା ।  ମୁଁ ସଙ୍ଗେ ସଙ୍ଗେ ତାଙ୍କ ବାପାଙ୍କୁ ଏଫଆଇଆର ଦେବାକୁ କହିଥିଲି । ଆଉ କଲେଜକୁ  ଯିବା ବାଟରେ ତାଙ୍କ ବାପା ଫୋନ କରିଥିଲେ ଯେ ଝିଅ ଆଉ ନାହିଁ । ତେବେ ଆମ ଘରେ ବେଶ ଝରା ବେଶ ଖୁସିବାସିରେ ଥିଲା ବୋଲି କହିଛନ୍ତି ତାଙ୍କ ଶିକ୍ଷକ । 

ଏସବୁ ଭିତରେ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଗିରଫ ପରେ ପୋଲିସ ଏନେଇ ବିଧିବଦ୍ଧ ସୂଚନା ଦେବ ବୋଲି ଆମ ଯାଜପୁର ପ୍ରତିନିଧି ବିମଳ ପତିଙ୍କୁ କହିଛନ୍ତି ଏସଡିପିଓ ଚିନ୍ମୟ ନାୟକ ।   

from Kanak News
via <a href="https://ifttt.com/?

ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ 

କନକ ବ୍ୟୁରୋ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବିରୋଧୀ । କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଆସନ୍ତାକାଲି ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ । ତିନି ନୂଆ କୃଷି ଆଇନକୁ ସଂସଦରେ ବିନା ବିତର୍କ ଓ ଭୋଟିଂ ନକରି ବଳପୂର୍ବକ ପାରିତ କରାଯାଇଥିବାରୁ ବିରୋଧୀ ଦଳ ଏହି ବଡ ନିଷ୍ପତି ନେଇଥିବା କୁହାଯାଉଛି ।

କଂଗ୍ରେସ, ଏନସିପି, ନେସନାଲ କନଫରେନ୍ସ, ଡିଏମକେ, ଟିଏମସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ ଆଦି ୧୬ଟି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଆସନ୍ତାକାଲି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୁପରେଖ ବାବଦରେ ସୂଚନା ଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ । ସେପଟେ ବଜେଟ ଅଧିବେଶନରେ କୃଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇବେ ବୋଲି ବିରୋଧୀ କହିଛନ୍ତି ।

from Kanak News
via <a href="https://ifttt.com/?

ସୈତାନ ଚୀନ୍ ଗାଲରେ ଭାରତ ଏମିତି ଚାପୁଡା ମାରିଛି, ଚୀନ୍ ନା ସହିପାରୁଛି ନା କହିପାରୁଛି । ଭାରତରେ ଚାଇନା ଆପ୍ ବ୍ୟାନ୍ ହେବା ପରେ ବଢୁଛି ଚୀନର କ୍ଷତି, ଭାରତର ନିଷ୍ପତ୍ତିକୁ ବେଆଇନ୍ କହିଲା ଚୀନ୍ । 

କନକ ବ୍ୟୁରୋ : ଚୀନ୍ ଗାଲରେ ଶକ୍ତ ଚାପୁଡା । ଷଡଯନ୍ତ୍ରକାରୀ ସୈତାନ ଚୀନ ଠିକ୍ ପାନେ ପାଇଛି । ଚୀନ୍ ଛାତିରେ ଭାରତ ଏମିତି ଜଖମ ଭରିଛି, ଚୀନ୍ ନା କାହାକୁ କହିପାରୁଛି, ନା ସହିପାରୁଛି । ଶତାଧିକ ଚାଇନା ଆପ୍ ଉପରେ ଭାରତ ସରକାର ବ୍ୟାନ୍ ଲଗାଇବା ପରେ ବଡ ଧରଣର କ୍ଷତି ସହିଛନ୍ତି ଚାଇନା କମ୍ପାନୀ । ଆଉ ଭାରତ ନିଷ୍ପତି ପରେ ଔଷଧ ବିକଳରେ ତାଟିଆ କାମୁଡୁଛି ଚୀନ୍ ।

ଗତବର୍ଷ ଚାଇନା ଆପ୍ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ବିରୋଧ କରିଛନ୍ତି ଚୀନ୍ ସରକାର । ଏହା ବିଶ୍ୱ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଂଘନ ବୋଲି କହିଛି ଚୀନ୍ । ଭାରତ ସରକାରଙ୍କ ଏହି ନିଷ୍ପତି ଚୀନ୍ କମ୍ପାନିମାନଙ୍କୁ କ୍ଷତି ପହଂଚାଉଛି ବୋଲି ମଧ୍ୟ କହିଛି ଚୀନ୍ ।

ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ, ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତିକୁ ବଦଳାଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ ହେବାରୁ ରକ୍ଷ କରନ୍ତୁ ।

ସୀମାରେ ଚୀନ୍ ସହ ବିବାଦ ପରେ ଗତବର୍ଷ ଜୁନ୍ ୨୯ ତାରିଖରେ ଚୀନର ୫୯ଟି ଆପ୍ ଉପରେ ବ୍ୟାନ୍ ଲଗାଇଥିଲେ ଭାରତ ସରକାର । ଆଉ ଏସବୁ ଆପ୍ ଗୁଡିକୁ ସ୍ଥାୟୀ ଭାବେ ନିଶିଦ୍ଧ କରିବାକୁ ନିଷ୍ପତି ନେଇଛନ୍ତି ଭାରତ ସରକାର । ଚୀନ୍ ଆପ୍ ଗୁଡିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ସଂସ୍ଥା ଗୁଡିକ ସତର୍କତା ଜାରି କରିଥିଲେ । ତେଣୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇଥିଲେ ଭାରତ ସରକାର ।

ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ ଦରକାର ପଡିଲେ କଡା ଜବାବ ବି ଦେଇପାରେ । ଡିଜିଟାଲ୍ ଷ୍ଟ୍ରାଇକ୍ କରି ଚାଇନା ଗାଲରେ ଭାରତ ଯେଉଁ ଶକ୍ତ ଚାପୁଡା ମାରିଛି, ତାର କଷ୍ଟକୁ ସହିପାରୁନି ଚୀନ୍ । ଆଉ ଯେଉଁଥିପାଇଁ ଭାରତର ଏଭଳି କଡା ନିଷ୍ପତିକୁ ଚୀନ୍ ବେଆଇନ୍ ବୋଲି କହିଛି ।

from Kanak News
via <a href="https://ifttt.com/?

ଇତିହାସ ରଚିବାକୁ ଯାଉଛି ନାସା ! ଲଞ୍ଚ କରିବାକୁ ଯାଉଛି ପାଣିରେ ଉଡିପାରୁଥିବା ସାଟେଲାଇଟ୍ ।

କନକ ବ୍ୟୁରୋ : ପାଣିରେ ଉଡ଼ିବ ସ୍ୟାଟେଲାଇଟ୍ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା, ଏମିତି ଏକ ସ୍ୟାଟେଲାଇଟ୍ ଲଂଚ କରିବାର ପ୍ରସ୍ତୁତି କରୁଛି । ଯେଉଁ ସ୍ୟାଟେଲାଇଟ୍ ପାଣି ସାହାଯ୍ୟରେ ଉଡ଼ିବ । ଅର୍ଥାତ ଏହି ସ୍ୟାଟେଲାଇଟରେ ଇନ୍ଧନ ଭଳି କାମ କରିବ ପାଣି । ଯଦି ନାସାର ଏହି ମିଶନ ସଫଳ ହୁଏ, ତେବେ ଇନ୍ଧନରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ସଂଚୟ କରିହେବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତମାସ ଶେଷ ସୁଦ୍ଧା, ପିଟିଡି ଅର୍ଥାତ ପାଥଫାଇଣ୍ଡର ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଅଧୀନରେ, ପ୍ରଥମଥର ପାଇଁ ପାଣିରେ ଉଡୁଥିବା କ୍ୟୁବସେଟ୍ ସ୍ୟାଟେଲାଇଟ୍ ଲଂଚ କରାଯିବ । ଏହି ସ୍ୟାଟେଲାଇଟର ଲଂଚି ଆମେରିକାର ଫ୍ଲୋରିଡା ସ୍ଥିତ ସ୍ପେଶ ଷ୍ଟେସନରୁ ସ୍ପେଶଏକ୍ସର ଫାଲକନ-୯ ରକେଟରୁ କରାଯିବ ।

ତେବେ ଏହି ସ୍ୟାଟେଲାଇଟର ପ୍ରୋଜେକ୍ଟ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଏପରି ସ୍ୟାଟେଲାଇଟ୍ ଲଚିଂ କରିବା ଦ୍ୱାରା, ଅନ୍ତରୀକ୍ଷରେ ପ୍ରଦୂଷଣ ହେବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କେବଳ ଛୋଟ ସ୍ୟାଟେଲାଇଟରେ କରାଯିବ । ଏବଂ ଯଦି ଏହି ମିଶନ ସଫଳ ହୁଏ, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ସ୍ୟାଟେଲାଇଟ ପାଇଁ ମଧ୍ୟ ଉପଯୋଗ କରାଯାଇପାରେ ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ସ୍ୟାଟେଲାଇଟ୍ ଉଡିବ କେମିତି ? କ୍ୟୁବସାଟ୍ ସିଷ୍ଟମକୁ ଏପରି ବିକଶିତ କରାଯାଇଛି ଯେ, ଏହା ଭିତରେ ଥିବା ପାଣିରୁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନର କଣିକା ଭାଙ୍ଗି ଏହାକୁ ଆଗକୁ ବଢିବାକୁ ଶକ୍ତି ଯୋଗାଇବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯେତେବେଳେ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ଗ୍ୟାସ୍ ଫର୍ମକୁ ଆସନ୍ତି, ସେତେବେଳେ, ସେମାନଙ୍କ ଉର୍ଜା ବହୁତ ଅଧିକ ରହିଥାଏ ।

ତେବେ ଫାଲକନ୍-୯ ରକେଟରେ ପ୍ରଥମଥର ପାଇଁ ୬ଟି କ୍ୟୁବସାଟ୍ ସ୍ୟାଟେଲାଇଟ୍ ଲଂଚ କରାଯିବ । ଏହା ୪ରୁ ୬ ମାସ ଧରି ଅନ୍ତରୀକ୍ଷରେ କାମ କରିବ । ଏହି ସମୟରେ ସ୍ୟାଟେଲାଇଟର ପ୍ରଦର୍ଶନ ଉପରେ ନଜର ରଖିବ ନାସା । ଏବଂ କଣ ସମସ୍ୟା ସୃଷ୍ଟି ହେଉଛି, ତାଉପରେ ମଧ୍ୟ ନଜର ରଖାଯିବ ।

from Kanak News
via <a href="https://ifttt.com/?

ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଛି ୧୨ ବିଚାରପତି ପଦ । ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି

ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୨ଟି ବିଚାରପତି ପଦ ଖାଲି ରହିଛି । ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି । ଫଳରେ ହାଇକୋର୍ଟରେ ଖାଲି ଥିବା ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିବ । ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ବର୍ତ୍ତମାନର ସଂଖ୍ୟା, ଖାଲି ପଡ଼ିରହିଥିବା ସଂଖ୍ୟା ସମ୍ପର୍କରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନରାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ କରାଯାଇଛି । ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ୍ ରିପୋର୍ଟରେ ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତି ପଦ ମଞ୍ଜୁର କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଧାନ ବିଚାରପତିଙ୍କ ସମେତ ସମୁଦାୟ ୧୫ ଜଣ ବିଚାରପତି ରହିଥିବାର ଉଲ୍ଲେଖ କରାଯାଇଛି। ମଞ୍ଜୁର ପ୍ରଦାନ କରାଯାଇଥିବା ୨୭ଟି ବିଚାରପତି ପଦ ପାଇଁ ୧୮ ଜଣଙ୍କୁ ବାର୍‌ରୁ ଓ ୯ ଜଣଙ୍କୁ ରାଜ୍ୟର ଉଚ୍ଚ ଜୁଡ଼ିସିଆଲ ସର୍ଭିସ୍‌ରୁ ପୂରଣ କରାଯିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ହାଇକୋର୍ଟରେ କାର୍ଯ୍ୟ କରୁଥିବା ୧୫ ଜଣ ବିଚାରପତିମାନଙ୍କ ମଧ୍ୟରୁ ୧୦ ଜଣ ବାର୍‌ ସେଗ୍‌ମେଣ୍ଟରୁ ତଥା ୫ ଜଣ ସର୍ଭିସ୍ ସେଗ୍‌ମେଣ୍ଟରୁ ରହିଥିବାର ଷ୍ଟାଟସ ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଖାଲି ପଡ଼ିଥିବା ୧୨ଟି ବିଚାରପତି ପଦରୁ ବାର୍‌ ସେଗ୍‌ମେଣ୍ଟରୁ ୮ ତଥା ସର୍ଭିସ୍ ସେଗ୍‌ମେଣ୍ଟରୁ ୪ ରହିଛି। ଆସନ୍ତା ଛଅ ମାସ ଭିତରେ ଆଉ ଦୁଇଟି ବିଚାରପତି ପଦ ଖାଲି ହେବା ସମ୍ଭାବନା ରହିଛି ଯାହା ବାର୍‌ ସେଗ୍‌ମେଣ୍ଟରୁ ହେବ ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି।

ବିଚାରପତି ଡଃ ଏସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ରୂପେ ଚଳିତ ମାସ ୪ ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ସୁପାରିସ ପାଇଁ ଓଡ଼ିଶା ହାଇକୋର୍ଟର କଲେଜିୟମ ନିଷ୍ପତ୍ତି ନେବ ବୋଲି ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟାଟସ୍ ରିପୋର୍ଟରେ ମେ’ ୭, ୨୦୧୯ରେ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିରହିଥିବା ୧୨ଟି ବିଚାରପତି ପଦ ପୂରଣ ପାଇଁ ତତ୍କାଳୀନ ମୁଖ୍ୟ ବିଚାରପତି ଜେ ଏସ୍ ଜାଭେରୀଙ୍କ କାର୍ଯ୍ୟକାଳରେ ସୁପାରିଶ କରାଯାଇଥିବା ପ୍ରସଙ୍ଗକୁ ଅବଗତ କରାଯାଇଛି। ୧୨ଟି ଖାଲି ପଡ଼ିଥିବା ପଦ ପାଇଁ ୮ ଜଣଙ୍କର ବାର୍‌ ସେଗ୍‌ମେଣ୍ଟରୁ ଓ ୪ ଜଣଙ୍କର ସର୍ଭିସ୍ ସେଗ୍‌ମେଣ୍ଟରୁ ସୁପାରିଶ କରାଯାଇଥିଲା। ହେଲେ ୧୨ଟି ସୁପାରିଶରୁ କେନ୍ଦ୍ର ସରକାର ତିନି ଜଣଙ୍କୁ ନିଯୁକ୍ତି ଦେଇଥିଲେ ଯେଉଁଥିରୁ ଦୁଇ ଜଣ ସର୍ଭିସ୍ ସେଗ୍‌ମେଣ୍ଟରୁ ଓ ବାର୍‌ ସେଗ୍‌ମେଣ୍ଟରୁ ଜଣେ ଥିଲେ ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି ।
ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଓଡ଼ିଶା ହାଇକୋର୍ଟ ପାଇଁ ମଞ୍ଜୁରୀ ପ୍ରାପ୍ତ ୨୭ ଜଣ ବିଚାରପତି ପଦରୁ ସ୍ଥାୟୀ ବିଚାରପତିଙ୍କ ସଂଖ୍ୟା ୨୦ ଓ ଅତିରିକ୍ତ ବିଚାରପତିଙ୍କ ସଂଖ୍ୟା ୭ ବୋଲି ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ୧୫ ଜଣ ସ୍ଥାୟୀ ବିଚାରପତି ରୂପେ କାର୍ଯ୍ୟ କରୁଛନ୍ତି। ଖାଲି ପଡ଼ିରହିଥିବା ୧୨ ଜଣ ବିଚାରପତିଙ୍କ ସଂଖ୍ୟାରୁ ୫ ଜଣ ସ୍ଥାୟୀ ଓ ଅତିରିକ୍ତ ୭ ଜଣ ବୋଲି ଉଲ୍ଲେଖ କରାଯାଇଛି ।

from Kanak News
via <a href="https://ifttt.com/?

କେଜ୍ରିୱାଲଙ୍କ ବଡ ନିଷ୍ପତ୍ତି । ୬ ରାଜ୍ୟରେ ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି

ଦିଲ୍ଲୀ ଆସନରେ ବସିଥିବା କେଜ୍ରିୱାଲ ସରକାର ଏବେ ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆପର ବସିଥିବା କାର୍ଯ୍ୟକାରିଣୀ ବୈଠକରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଆସନ୍ତା ୨ ବର୍ଷରେ ୬ଟି ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମି ପାର୍ଟି ତାର ପ୍ରାର୍ଥୀ ଦେବ । ଏହି ୬ଟି ରାଜ୍ୟ ହୋଉଛି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଗୋଆରେ ଆପ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।
କାର୍ଯ୍ୟକାରିଣୀ ବୈଠକରେ କେଜ୍ରିୱାଲ କହିଛନ୍ତି, ଆଜିକାଲି ଦେଶର କୃଷକ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ଗତ ୨୫ ବର୍ଷ ଭିତରେ ପ୍ରାୟ ୩ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି । ଆଉ ଗତ ଜାନୁଆରୀ ୨୬ ତାରିଖରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏହି ହିଂସାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ନଧରି କୃଷକଙ୍କ ଉପରେ ମାମଲା ରୁଜୁ କରାଯାଉଛି । କୃଷକଙ୍କ ଉପରେ ଅନ୍ୟାୟ କରାଯାଉଛି ।
ତେବେ କୃଷକ ଆନ୍ଦୋଳନ ଯେଉଁ ଯେଉଁ ତେଜିବାରେ ଲାଗିଛି । ସେହିଭଳି ଚାରିଆଡେ ମୋଦି ବିରୋଧୀ ନାରା ଶୁଣିବାକୁ ମିଳୁଛି । ଯଦି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର ନକରେ ତେବେ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷତି ପହଞ୍ଚି ପାରେ ବୋଲି ଆକଳନ କରାଯାଉଛି

from Kanak News
via <a href="https://ifttt.com/?

ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଖୋଲିବ ରହସ୍ୟ : ୨ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ସେପଟେ ପ୍ରେମ ସମ୍ପର୍କର ହତ୍ୟା ସନ୍ଦେହ କଲେ ପରିବାର ଲୋକ

କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ । କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଗିରଫ ପରେ ପୋଲିସ ଏନେଇ ବିଧିବଦ୍ଧ ସୂଚନା ଦେବ।

ଝରାଫୁଲଙ୍କ ଘର ମୟୁରଭଂଜରେ । ଭୁବନେଶ୍ୱରେ ରହୁଥିବା ବେଳେ ଯାଜପୁରରୁ ଉଦ୍ଧାର ହୋଇଥିଲା ମୃତଦେହ । ୨ଜଣ ଯୁବକ ଏକ ଲାଲ ରଙ୍ଗର ସ୍କୁଟରରେ ତାଙ୍କ ମରଶରୀରକୁ ରଖି ଯାଜପୁର ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ସିସିଟିଭିରେ ଏହି ଘଟଣା କଏଦ ହେବା ପରେ ପୁରା ଘଟଣା ଚାଚଂଲ୍ୟ ଖେଳାଇ ଦେଇଥିଲା । ମୟୂରଭଂଜ ଜିଲ୍ଲା ତରୁଣ୍ଡେଇପସି ଗାଁର ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ସ୍କୁଟରରେ ଆସି ୨ଜଣ ସନ୍ଦିଗ୍ଧ ଯୁବକ ମୁଳାପାଳ- ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡରେ ମୃତଦେହ ଫିଙ୍ଗି ଚାଲି ଯାଇଥିଲେ ।

କୌଣସି ଏକ କାମରେ ଭୁବନେଶ୍ୱର ଆସି ପୁଣି ଯଶୀପୁର ମରୁଣ୍ଡେଇପଶି ଗାଁକୁ ଫେରୁଥିଲେ ଝରାଫୁଲ । କିନ୍ତୁ ପେଟ ଖରାପ କହି, ବାଣିବିହାରରେ ଓହ୍ଲାଇପଡିଥିଲେ । ତାପରେ ତାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରିନଥିଲେ । ପରେ ରାତି ୧୨ଟାରେ ଭାଇଙ୍କୁ ଫୋନ କରି ଠିକ ଅଛନ୍ତି,ଏବଂ ସେମାନେ ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ । ବାଣିବିହାରରୁ ଓହ୍ଲାଇ ଝରାଫୁଲ କୁଆଡେ ଗଲେ, ସେ ବିଷୟରେ କେହି କିଛି ଜାଣି ନଥିଲେ । ତାପରେ କେବଳ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା ।

ଏପଟେ ମୃତ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଜଣେ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଗାଁରେ ପାଣି ପାଇପ କାମ କରୁଥିବା ଜଣେ ଯୁବକ ରାକେଶ ସ୍ୱାଇଁଙ୍କ ସହ ଝରାଫୁଲଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା । ପରିବାରର ବାରମ୍ବାର ବାରଣ ସତ୍ୱେ ସେ ତାଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଚାଟିଂ କରୁଥିଲେ । ଏପରିକି ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଯାଇଥିବାବେଳେ ୨୫ ତାରିଖରେ ଜନ୍ମଦିନ ପାଳିଥିଲେ ଓ ରାକେଶ ତାଙ୍କ ସହ ଥିବାର ସେ ସନ୍ଦେହ କରିଛନ୍ତି । ତେଣୁ ଝରାଫୁଲଙ୍କ ମୃତ୍ୟୁରେ ରାକେଶଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରି ପୋଲିସକୁ ସେହି ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ? ମହାରଥୀଙ୍କ ପୁଅ କହିଲେ ଦଳର ନିଷ୍ପତ୍ତିକୁ ସମର୍ଥନ କରିବୁ, ପ୍ରାର୍ଥୀ ନେଇ ଏଯାଏଁ ପରିବାର ଭିତରେ ହୋଇନି ଆଲୋଚନା । 

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ବିଜେଡିର ସଜବାଜ ।  ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ପିପିଲି ରାଜନୀତିର ପାରା ଉପରକୁ ଚଢିଛି । ଆଉ ଏସବୁ ଭିତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲି ପାଇଁ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ସାମ୍ନାକୁ ଅଣାଯାଇନଥିବା ବେଳେ ରୁଦ୍ର କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ । ଏପରିକି ପ୍ରାର୍ଥୀ କିଏ ହେବ ସେନେଇ ଆମ ପରିବାର ଭିତରେ କୌଣସି ଆଲୋଚନା ହୋଇନଥିବା ବେଳେ ଦଳର ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ରୁଦ୍ର । 

ପ୍ରଦୀପଙ୍କ ଦେହାନ୍ତ ପରେ ପିପିଲିରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ଜାରି ରହିଛି । ଏପରିକି ଦଳ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । ତେବେ ବିଜେଡି ଟିକେଟ ପାଇଁ ପୁଅ ରୁଦ୍ର ଆଶାୟୀ କି ନୁହେଁ ପ୍ରଶ୍ନରେ ରୁଦ୍ର କହିଛନ୍ତି, ଦଳ ପକ୍ଷରୁ ଏଯାଏଁ ଡାକି ଆଲୋଚନା କରାଯାଇନାହିଁ କି ମୁଁ ମଧ୍ୟ କୌଣସି ନିଷ୍ପତ୍ତି ନେଇନାହିଁ । ମୁଁ ମାଟି ପାଇଁ କାମ କରୁଥିଲି କରିବି । ଟିକେଟ ଆଶାରେ କେବେ ମୁଁ ମାଟି ପାଇଁ କାମ କରିନାହିଁ । ପାର୍ଟି ଡାକି ଆଲୋଚନା କଲେ ଆଗକୁ ବଢିବୁ । 

ମହାରଥୀଙ୍କ ଦେହାନ୍ତ ପରେ ପିପିଲି ବିଜେଡି ସଙ୍ଗଠନ ଦୁଇ ଭାଗ ହୋଇଯାଇଛି । ଗୋଟିଏ ଗୋଷ୍ଠୀ ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ପତ୍ନୀ ପ୍ରତିଭା ମହାରଥୀଙ୍କ ସପକ୍ଷରେ ଲବି କରୁଛନ୍ତି । ଏଭଳି ସ୍ଥଳେ ଦଳ କାହାକୁ ପ୍ରାର୍ଥୀ କଲେ ପିପିଲି ଗଡ ବଞ୍ଚାଇପାରିବ ସେନେଇ ଅଙ୍କ କଷୁଛି । ଏପରିକି ଟିକେଟ ପାଇଁ ମା ଓ ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ନେଇ ସୋସିଆଲ ମିଡ଼ିଆରେ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୁଅ ରୁଦ୍ର ପ୍ରତାପ । ପ୍ରାର୍ଥୀ କିଏ ହେବ ସେନେଇ ମୋ ଓ ମାଙ୍କ ମଧ୍ୟରେ ଆଲୋଚନା ହୋଇନାହିଁ, ଏପରିକି ବିବାଦ ମଧ୍ୟ ନାହିଁ । ଫାଇଦା ଉଠାଇବାକୁ ବିରୋଧୀ ଏଭଳି ଅପପ୍ରଚାର କରୁଛନ୍ତି । ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ ଓ ପ୍ରାର୍ଥୀ କଲେ ସମର୍ଥନ କରିବୁ ବୋଲି କହିଛନ୍ତି ରୁଦ୍ର । ଏସବୁ ଭିତରେ ବିଜେଡି ମହାରଥୀ ପରିବାରରୁ କାହାକୁ ପ୍ରାର୍ଥୀ କରୁଛି ନା ନୂଆ ମୁହଁ ସାମ୍ନାକୁ ଆଣୁଛି ତାହା ଦେଖିବା ବାକି ରହିଲା । 

from Kanak News
via <a href="https://ifttt.com/?

ବିଧାୟକଙ୍କୁ ବାହାହେବା ପାଇଁ ଘରେ ପହଚିଂଗଲେ ଯୁବତୀ : ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ଜୀବନସାଥୀ କରିବାକୁ କଲେ ଜିଦ୍

କନକ ବ୍ୟୁରୋ : ‘ବିଧାୟକଙ୍କୁ ବାହା ହେବି। ବିବାହ ନ ସରିବା ପର୍ଯ୍ୟନ୍ତ ଏ ଘରୁ ଯିବିନି।’ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ବାସଭବନରେ ପଶି ଏମିତି ଦାବି କରିଛନ୍ତି ଜଣେ ଯୁବତୀ। ପରେ ଏଥିନେଇ ବିଧାୟକ ଥାନାରେ ଏତଲା ଦେବା ପରେ ପୁଲିସ ଯୁବତୀଙ୍କୁ ସେଠାରୁ ଆଣି ଘରକୁ ପଠାଇ ଦେଇଛି। ଏପଟେ ଏହି ଖବର ଜିଲ୍ଲା ରାଜନୀତିକୁ ପୁଣିଥରେ ସରଗରମ କରିଛି।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଂଚଳର ଜଣେ ଯୁବତୀ ଗତ ୨୫ ତାରିଖରେ ପାଳଲହଡ଼‌ା ବିଧାୟକ ମୁକେଶ ପାଳଙ୍କ ବାସଭବନକୁ ଆସି ତାଙ୍କୁ ବିବାହ କରିବା ପାଇଁ ଅଡ଼ିବସିଥିଲେ। ଏହି ସମୟରେ ବିଧାୟକ ଘରେ ନ ଥିଲେ। ଅଧରାତି ପର୍ଯ୍ୟନ୍ତ ବିଧାୟକଙ୍କ ଘରେ ହାଇପ୍ରୋଫାଇଲ ଡ୍ରାମା ଚାଲିଥିଲାବେଳେ ପାଳଲହଡ଼ା ପୁଲିସ ବିଧାୟକଙ୍କ ଘରକୁ ଯାଇ ରାତି ଗୋଟାଏ ବେଳକୁ ଯୁବତୀଙ୍କୁ ଥାନାକୁ ଆଣିଥିଲେ । ଥାନାକୁ ଆସିବା ପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ବିଧାୟକ ମୁକେଶ କୁମାର ପାଳଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି । ଏଥିନେଇ ତାଙ୍କ ମୋବାଇଲ ଫୋନ୍‌ରେ ପ୍ରମାଣ ମଧ୍ୟ ରହିଛି । ପୁଲିସ ଏହି ଅଭିଯୋଗକୁ ଗ୍ରହଣ କରିଛି । ପରେ ଯୁବତୀଜଣଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେ କେନ୍ଦୁଝରକୁ ପଠାଇ ଦିଆଯାଇଛି ।

ଅପରପକ୍ଷ୍ୟରେ ବିଧାୟକ ଥାନାରେ ଅଭିଯୋଗ କରିଛନ୍ତି, ‘ଏହି ଯୁବତୀଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା । ସେ ବିଭିନ୍ନ ଚାପ ପକାଇ ମୋତେ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମୋତେ ଧମକ ଦେଉଥିବା ବିଧାୟକ ଅଭିଯୋଗ କରିଛନ୍ତି । ’ ଅନୁଗୁଳ ଜିଲ୍ଲା ଓ ପାଲଲହଡ଼ା ଉପଖଣ୍ଡର ସରକାରୀ ଅଧିକାରୀଙ୍କୁ ମଧ୍ୟ ଫୋନ କରି ଏହି ବିବାହ କରାଇ ଦେବାକୁ ମଧ୍ୟ ଯୁବତୀ ଚାପ ପ୍ରୟୋଗ କରୁଥିବା ବିଧାୟକ ତାଙ୍କ ଏତଲାରେ ଜଣାଇଛନ୍ତି । ଏହି ଏତଲାକୁ ଭିତ୍ତି କରି ପା‌ଳଲହଡ଼ା ପୁଲିସ ୨୦/ ୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଘରେ ଏମିତି ରାତିଅଧିଆ ବିବାଦକୁ ନେଇ ଏବେ ପାଳଲହଡାରେ ନାନା ଚର୍ଚ୍ଚା ଚାଲିଛି । ଉଲ୍ଲେଖଯୋଗ୍ୟଯେ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପ୍ରେମିକା ବୋଲି ଜଣେ ଯୁବତୀ ଦାବି କରିଥିଲେ। ଏହାକୁ ନେଇ ତା‌ଳଚେରରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା ।

from Kanak News
via <a href="https://ifttt.com/?

ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀଙ୍କ ତୀବ୍ର ଅସନ୍ତୋଷ : ପ୍ରତିବାଦରେ ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ

କନକ ବ୍ୟୁରୋ : ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରି କରିପାରିବ ସେଥିପାଇଁ ବିଭିନ୍ନ ସ୍ଥାନରେ ଧାନମଣ୍ଡି ଖୋଲା ଯାଇଛି । ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ମିଲର୍ସଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ବିଭିନ୍ନ ଜିଲ୍ଲାରୁ ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ଅଭିଯୋଗ ବୃଦ୍ଧି ପାଉଛି । ଧର୍ମଗଡରେ ମଣ୍ଡିରୁ ଧାନ ନ ଉଠିବା ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । ପ୍ରତିବାଦରେ ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ଫଳରେ ଗୋଲାମୁଣ୍ଡା-ସିନାପାଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ।

ସେହିଭଳି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ସମବାୟ ସମିତି ଆଗରେ ଚାଷୀମାନେ ଧାନରଖି ଶୀତ କାକରରେ ପଡିରହିଛନ୍ତି । ମିଲରଙ୍କ ମନମାନି ଯୋଗୁଁ ଚାଷୀମାନେ ରାତିରେ ଧାନ ଦେଇ ନପାରି ଆଣିଥିବା ଧାନକୁ ରାତି ସାରା ଜଗି ରହିଛନ୍ତି । ବଡ଼ପୋଖରୀ ସମବାୟ ସମିତିରେ ଧାନ ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଛି । ବୁଲା ଷଣ୍ଢ ଗୋରୁଙ୍କ ଦାଉରୁ ରକ୍ଷା ପାଇଁ ଚାଷି ତାର ଅମଳ ଧାନକୁ ଧରି ସାରାରାତି ଜଗିରହିଛି ।

ଅନ୍ୟପକ୍ଷରେ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଧାନମଣ୍ଡିରେ ବହୁ ଚାଷୀ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରିବା ଧାନ ଆଣିଥିଲେ । କିନ୍ତୁ ଚାଷୀ ଦିନ ତମାମ ମଣ୍ଡିରେ ଜଗି ରହି ମଧ୍ୟ ନିଜ ଅମଳ ଧାନକୁ ବିକ୍ରି କରି ପାରିନଥିଲେ । ଲେମ୍ପ କର୍ତୁପକ୍ଷ ଟାର୍ଗେଟ ସରିବା ଆଳରେ ଚାଷୀଙ୍କ ଧାନ କିଣିବା ବନ୍ଦ କରିଦେବା ଫଳରେ ଅଧିକାଂଶ ଚାଷୀଙ୍କୁ ନିରାଶ ହୋଇ ଧାନବିକ୍ରି କରିପାରି ନଥିଲେ । ଅନେକ ଚାଷୀ ମାଣ୍ଡିକୁ ଆଣିଥିବା ଧାନ ଫେରାଇ ନପାରି ବାଧ୍ୟ ହୋଇ ରାତି ରାତି ଅନିଦ୍ରା ରହି ଭୋକ ଉପବାସରେ ନିଜର ଅମଳ ଧାନକୁ ଶୀତ କାକରରେ ଜଗି ରହିଥିଲେ । ଗୋଟେପଟେ ମିଲରସ ମନମାନି ଅନ୍ୟପଟେ ଲେମ୍ପ କର୍ତୁପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବକୁ ଯୋଗୁଁ ଚାଷୀ ଶୋଷଣର ଶିକାର ହେବାକୁ ପଡୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started