ଦିଲ୍ଲୀ ହିଂସାକାଣ୍ଡ ଘଟଣା : ହିଂସାରେ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା ।

ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପ୍ରତିବାଦକାରୀ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇ ସିଭିଲ୍‌ ଲାଇନ୍‌ସ୍ଥିତ ଶୁଶ୍ରୂତ ଟ୍ରମା ସେଣ୍ଟର୍‌ରେ ଚିକିତ୍ସାଧୀନ ଥିବା ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକାଣ୍ଡ ସଙ୍ଗଠିତ ହେବା ଏବଂ ପ୍ରତିବାଦକାରୀମାନେ ଲାଲ୍‌ କିଲ୍ଲାରେ ପହଞ୍ଚିବା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଅଧିକ ସୁରକ୍ଷା କର୍ମଚାରୀ ମୁତୟନ କରିବାକୁ ନିର୍ଦେଶ ଦେଇଥିଲେ ।

ଏହି ହିଂସାକାଣ୍ଡରେ ସମ୍ପୃକ୍ତ ବୋଲି ଏଫ୍‌ଆଇଆର୍‌ରେ ଉଲ୍ଲେଖ ଥିବା କୃଷକ ନେତାମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ ଭାବେ ସମ୍ପୃକ୍ତ କୃଷକ ନେତାମାନଙ୍କର ପାସ୍‌ପୋର୍ଟ ଜବତ କରାଯିବ ।

ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଛନ୍ତି, ସାଧାରଣତନ୍ତ୍ର ଦିବସର ହିଂସାକାଣ୍ଡ ଦୁଃଖଦାୟକ କିନ୍ତୁ, ଏହା ତିନି କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନର ଅବସାନ ଘଟାଇବ ନାହିଁ । ଏହି ହିଂସାକାଣ୍ଡ ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ପ୍ରତି କଠୋର ଦଣ୍ଡବିଧାନ ହେବା ଆବଶ୍ୟକ ।
ଏହାଛଡ଼ା, ଦିଲ୍ଲୀ ପୁଲିସ ଟ୍ରାକ୍ଟର୍‌ ରାଲି ସମୟରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସାକାଣ୍ଡ ନିମନ୍ତେ ଏକ ରାଜଦ୍ରୋହ ମାମଲା ମଧ୍ୟ ରୁଜୁ କରିଛି ।

from Kanak News
via <a href="https://ifttt.com/?

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ପିପିଲି ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ତେଣୁ ଖୁବଶୀଘ୍ର ଏହି ଆସନରେ ଉପନିର୍ବାଚନ ହୋଇପାରେ । 

ପିପିଲି ଉପନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ ।  ହେଲେ ତାରିଖ ଘୋଷଣା ପୂର୍ବରୁ ନିଜର ଗଡ ବଞ୍ଚାଇବାକୁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ବିଜେଡି କ୍ଷମତାକୁ ଆସିବା ପରଠାରୁ ଦଳର ଗଡ ହୋଇ ରହି ଆସିଛି ପିପିଲି । ବିଜେଡି ଏହି ଆସନରେ କେବେ ପରାଜୟର ସାମ୍ନା କରିନାହିଁ । ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଦଳ ଏଠାରେ କାହାକୁ ପ୍ରାର୍ଥୀ କରି ନିଜର ଗଡ ବଞ୍ଚାଇବ ତାହା ଉପରୁ ଏଯାଏଁ ପରଦା ହଟିନି । ଏହି ଆସନରେ ମହାରଥୀଙ୍କ ପରିବାରର ଭୋଟବ୍ୟାଙ୍କ ରହିଥିବା ବେଳେ ଦଳ ଏଯାଏଁ କିନ୍ତୁ ମହାରଥୀ ପରିବାରରୁ କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ସଂକେତ ଦେଇନାହିଁ । ସବୁବେଳେ ଆଶ୍ଚର୍ଯ୍ୟ କରିବା ଭଳି ନିଷ୍ପତ୍ତି ନେଉଥିବା ବିଜେଡି ସୁପ୍ରିମୋ ନବୀନ ଏଠାରେ ନୂଆ ମୁହଁକୁ ସୁଯୋଗ ଦେଇ ପରିବାରବାଦ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବେ ନା ପୁଣିଥରେ ମହାରଥୀଙ୍କ ପରିବାରର କାହାକୁ ସାମ୍ନାକୁ ଆଣିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । 

ଗତ ୨୦୧୯ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଥିଲା । ଦଳ ୩ ନମ୍ବର ସ୍ଥାନରୁ ୨ ନମ୍ବର ସ୍ଥାନକୁ ଉଠିବା ସହ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ କଡା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ତେଣୁ ପ୍ରଦୀପଙ୍କ ଅବର୍ତ୍ତମାନରେ ଏହି ଆସନକୁ ହାତେଇବାକୁ ଜୋର ଲଗାଇପାରେ ବିଜେପି । 

from Kanak News
via <a href="https://ifttt.com/?

ସହଜ ହେଲା ଚିକିତ୍ସା ବ୍ୟବସ୍ଥା, କଷ୍ଟ ଅନୁଭବ କରିବେନି ରୋଗୀ । ଏସସିବିରେ ଆରମ୍ଭ ହେଲା ଅସିଟି ଚିକିତ୍ସା ବ୍ୟବସ୍ଥା

ଏସ୍‌ସିବି ଉତ୍କୃଷ୍ଟ ମାନସିକ ରୋଗ ପ୍ରତିଷ୍ଠାନରେ ଆରମ୍ଭ ହେଲା ମୋଡିଫାଏଡ୍‌ ଇଲୋକ୍ଟ୍ରୋ କନ୍‌ଭଲ୍‌ସିପ୍‌ ଥେରାପି ଚିକିତ୍ସା(ଇସିଟି) । ଏହି ନୂତନ ଚିକିତ୍ସା ବ୍ୟବସ୍ଥାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଏହାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ସ୍ବାଇଁ, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କ ସମେତ ଉଭୟ ମାନସିକ ଓ ନିଶ୍ଚେତକ ବିଭାଗର ସମସ୍ତ ଡାକ୍ତର ଉପସ୍ଥିତ ଥିଲେ । ରୋଗୀକୁ ପୂର୍ବରୁ ଯେଉଁ ସକ୍‌ ଚିକିତ୍ସା ଦିଆଯାଉଥିଲା ଏହା ହେଉଛି ତାର ଉନ୍ନତ ବ୍ୟବସ୍ଥା । ପୂର୍ବରୁ ସକ୍‌ ଚିକିତ୍ସାରେ ରୋଗୀକୁ କୌଣସି ନିଶ୍ଚେତକ ଦିଆଯାଉନଥିଲା ।

କିନ୍ତୁ ଏହି ନୂତନ ତଥା ଉନ୍ନତମାନର ଇସିଟି ଚିକିତ୍ସାରେ ରୋଗୀଙ୍କୁ ନିଶ୍ଚେତକ ଦିଆଯାଇ ଚିକିତ୍ସା କରାଯିବ । ଯାହା ଫଳରେ ରୋଗୀ ଯେପରି କୌଣସି କଷ୍ଟ ଅନୁଭବ କରିବ ନାହିଁ । ଏପରିକି ଇସିଟି ଦିଆଯିବା ସମୟରେ ରୋଗୀର ଶରୀରର ସମସ୍ତ ପ୍ରକାର ପ୍ରକ୍ରିୟାଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଡାକ୍ତର ଜାଣିପାରିବେ । ମାନସିକ ରୋଗ ବିଭାଗରେ ଦୀର୍ଘ ଦୁଇବର୍ଷ ହେଲା ସକ୍‌ ଚିକିତ୍ସା ବା ବୈଦ୍ୟୁତିକ ଚିକିତ୍ସା ବନ୍ଦ ରହିଥିଲା । ଏବେ ଜାନୁଆରି ୨୬ରୁ ଏହି ଇସିଟି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଯାହାକି ରୋଗୀଙ୍କୁ ବେଶ୍‌ ସହାୟକ ହେବ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ସ୍ବାଇଁ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଏକାମ୍ରକ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଚାଲିଛି ଖୋଦେଇ : ସୁକଶାରୀ ମନ୍ଦିର ନିକଟରେ ମାଟିତଳୁ ଉଦ୍ଧାର ହେଲା ଦଶମ ଶତାବ୍ଦୀର ପାର୍ଶ୍ୱ ମନ୍ଦିର

କନକ ବ୍ୟୁରୋ : ରାଜଧାନୀ ମାଟି ତଳେ ଦଶମ ଶତାଦ୍ଦୀର ମନ୍ଦିର । ଆବିଷ୍କାର ହେଲା ପଂଚତତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର । ମନ୍ଦିରଟି ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ସୁକଶାରୀ ମନ୍ଦିର ପାଖରୁ ମାଟିତଳୁ ଆବିଷ୍କାର ହୋଇଛି । ଏଠାରେ ଏକାମ୍ର କ୍ଷେତ୍ର ଆଧୁନିକୀକରଣ କାମ ଆଗେଇ ଚାଲିଥିବା ବେଳେ ଚାଲିଛି ପୁରୁଣା ମନ୍ଦିରର ପୁନରୁଦ୍ଧାର । ଆଉ ଏତିକିବେଳେ ସୁକଶାରୀ ମନ୍ଦିର ପାଖରେ ମାଟି ଖୋଳିଲାବେଳେ ବାହାରିଛି ଏହି ପାର୍ଶ୍ୱ ମନ୍ଦିର ।

ଓଡିଶା ନିର୍ମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଥିବା ବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପହଚିଂ ପୁରା ମାଟି ଖୋଳି ମନ୍ଦିରକୁ ବାହର କରିବ ବୋଲି କହିଛି । ଅଧିକ୍ଷଣ ପୁରାତତ୍ୱବିଦ୍ ଅରୁଣ ମଲ୍ଲିକ କହିିଛନ୍ତି, ସୁକଶାରୀ ମନ୍ଦିରଟି ତ୍ରୟୋଦଶ ଶତାଦ୍ଦୀର ହୋଇଥିବା ବେଳେ ଏହାର ପାର୍ଶ୍ୱରେ ମାଟିତଳେ ୩ଟି ମନ୍ଦିର ଥିବା ଜଣାପଡିଛି । ଏଗୁଡିକ ଦଶମ ଶତାଦ୍ଦୀର ।

from Kanak News
via <a href="https://ifttt.com/?

ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । ସଂକଟ ସମୟରେ ସାଥ ଦେଲା ଭାରତ

ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । କରୋନା ମହାମାରୀ ବେଳେ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଲା ଭାରତ । ଯଦିଓ କରୋନା ମହାମାରୀର ଭୟ ଦିନକୁ ଦିନ କମିବାରେ ଲାଗିଛି, ତଥାବି ସମସ୍ତଙ୍କୁ ଟିକାର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତରେ ଟିକାକରଣ ଆରମ୍ଭ ହୋଇସାରିଛି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଏହାରି ଭତରେ ଭାରତରୁ ଅନ୍ୟ ଦେଶକୁ ମଧ୍ୟ ଟିକା ପଠାଯାଇଛି । ଆଉ ଏବେ ଭାରତ ତାର ପଡୋଶୀ ଦେଶ ନେପାଳ ଓ ଭୁଟାନକୁ ପ୍ରାୟ ୩୦ ଲକ୍ଷ ଡୋଜ୍ ଟିକା ପଠାଇଛି ।
ଭୁଟାନକୁ ବାଦ ଦେଲେ ୨୦ ଲକ୍ଷ ଡୋଜ୍ ବାଂଲାଦେଶ ଏବଂ ୧୦ ଲକ୍ଷ ଡୋଜ୍ ନେରାଲକୁ ପଠାଯାଇଥିବା ସୂଚନାରୁ ଜଣାପଡିଛି । ଭୁଟାନ୍, ମାଲଦୀପ, ବାଂଲାଦେଶ, ନେପାଳ ଆଦି ପଡୋଶୀ ଦେଶଗୁଡିକୁ କରୋନା ଟିକା ଦେଇ ଏକପ୍ରକାର ସହାୟତାର ହାତ ବଢାଇଛି

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ରାଜନଅରରେ ପାରମ୍ପରିକ ପୌଷପୂର୍ଣ୍ଣମୀ ପର୍ବ : ଗଜପତି ମହାରାଜଙ୍କ ମୁଦିରସ୍ତଙ୍କ ସମ୍ପର୍ଣ୍ଣ ହେଲା ଶାଢ଼ୀ ବନ୍ଧା ନୀତି

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ରାଜନଅରରେ ଆଜି ପାଳିତ ହୋଇଛି ପୌଷପୂର୍ଣ୍ଣମୀ ଉତ୍ସବ । ପରମ୍ପରା ଅନୁସାରେ ଏହି ଦିନ ବର୍ଷଟିଏ ପାଇଁ ଗଜପତି ମହାରାଜ ମୁଦିରସ୍ତଙ୍କୁ ଚିହ୍ନଟ କରିଥାନ୍ତି । ଗଜପତି ମହରାଜଙ୍କ ପ୍ରତିନିଧି ଭାବରେ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି କରାଯାଏ । ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ମହାପ୍ରଭୁଙ୍କ ରଥରେ ଛେରା ପହଂରା ନୀତି ସମ୍ପର୍ଣ୍ଣ କରିଥାନ୍ତି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିରେ ଏହି ଶାଢ଼ୀ ବନ୍ଧା ନୀତି ଓ ମୁଦିରସ୍ତ ଚୟନ ନୀତି ସମ୍ପର୍ଣ୍ଣ ହୋଇଛି ।

ତେବେ ମୁଦିରସ୍ତ ବା ମୁଦିରଥ ହେଉଛନ୍ତି ଶ୍ରୀମନ୍ଦିର ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବାକରି ଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାରବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରଥ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ । ମହାରାଣୀଙ୍କ ସହିତ ମୁଦିରଥ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ । ପ୍ରତିବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା ।

from Kanak News
via <a href="https://ifttt.com/?

ଦିଲ୍ଲୀ ହିଂସାକାଣ୍ଡ : ହିଂସା ପାଇଁ ୫୦୦ ଆକାଉଂଟ ହଟାଇଲା ଟୁଇଟର; ଆକାଉଂଟରେ ଆପତିଜନକ ପୋଷ୍ଟ ନେଇ ନିଆଗଲା ପଦକ୍ଷେପ

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଚାଷୀମାନେ କରିଥିବା ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସା ପାଇଁ ଟ୍ୱିଟର ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି । ଟୁଇଟର ଏ ବାବଦରେ ସୂଚନା ଦେଇ କହିଛି ଯେ, “ଗଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀର କିଛି ଅଞ୍ଚଳରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଆମେ ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛୁ । ମାଇକ୍ରୋ ବ୍ଲଗିଂ ୱେବସାଇଟର ମୁଖପାତ୍ର କହିଛନ୍ତି ଯେ, ସ୍ପାମ୍ ଏବଂ ପ୍ଲାଟଫର୍ମ ମନିପୁଲେସନ୍ ସହ ଜଡିତ ଉପଭୋକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଭଳି ପଦକ୍ଷେପ ନିଆଯାଇଛି ।

ମୁଖପାତ୍ରଙ୍କ ଅନୁଯାୟୀ, ହିଂସା, ଅପବ୍ୟବହାର ଏବଂ ଧମକ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଆକାଉଣ୍ଟକୁ ଆମେ ସ୍ଥଗିତ ରଖିଛୁ। ଏହିପରି ଲୋକମାନେ ନିୟମ ଭଙ୍ଗ କରିବା ସହ ଅନ୍ୟ ପ୍ରତି ବିପଦ ସୃଷ୍ଟି କରିପାରିବେ, ଯାହା ଆମର ନିୟମର ଉଲ୍ଲଂଘନ ଅଟେ । ଯେଉଁ ସବୁ ଟୁଇଟ ଆମ ନିୟମକୁ ଉଲ୍ଲଂଘନ କରିଛି, ଆମେ ତା’ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ । ଉଲ୍ଲେଖଯୋଗ୍ୟ, କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ରାଜଧାନୀ ଦିଲ୍ଲୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀ ସେମାନଙ୍କ ପ୍ରଦର୍ଶନ ଲାଗି ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କରାଯାଇଥିବା ଅଞ୍ଚଳ ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିଥିଲେ।

ଏହାପରେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ମୃଦୁଲାଠିଚାଳନା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ତେବେ ଶାନ୍ତିପୂର୍ଣ୍ଣ ଭାବେ କରାଯିବାକୁ ଥିବା ଏହି ରାଲି ପରବର୍ତ୍ତି ମୂହୁର୍ତ୍ତରେ ଯେଉଁ ମୋଡ଼ ନେଲା, ତାହା ଏବେ ବଡ଼ ପରିବର୍ତ୍ତନ ଆଣିଛି। ଏହାକୁ ବିରୋଧ କରି ପ୍ରାୟ ଦୁଇ ମାସ ହେଲାଣି ଚାଷୀଙ୍କୁ ସମର୍ଥନ କରି ଆନ୍ଦୋଳନ କରି ଆସୁଥିବା ଅଲ ଇଣ୍ଡିଆ କିଷାନ ସଙ୍ଘର୍ଷ କୋଅର୍ଡିନେସନ କମିଟି(ଏଆଇକେଏସସିସି) ଏବଂ ଭାରତୀୟ କିଷାନ ୟୁନିୟନ ଚାଷୀ ଆନ୍ଦୋଳନରୁ ନିଜକୁ ଅଲଗା କରିଛି।

from Kanak News
via <a href="https://ifttt.com/?

ସମସ୍ତଙ୍କ ମନ ମୋହିଲା ରାମ ମନ୍ଦିର ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସ ପରେଡରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ।

କନକ ବ୍ୟୁରୋ : ୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍‌ ଅବସରରେ ରାଜପଥରେ ପ୍ରଦର୍ଶିତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି।  ସାଧାରଣତନ୍ତ୍ର ଦିବସ ପରେଡରେ ରାମ ମନ୍ଦିର ଥିବା ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ବେଳେ ଶହ ଶହ ଦର୍ଶକ ଯୋଡ଼ହସ୍ତରେ ତାହାକୁ ସ୍ୱାଗତ କରିଥିଲେ। ଅନେକ ଦର୍ଶକ କରତାଳି ଦେବା ସହ ‘ଜୟ ଶ୍ରୀରାମ’ ଧ୍ୱନି ଦେଇଥିଲେ।
ଉତ୍ତର ପ୍ରଦେଶର ଏହି ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ର ପଶ୍ଚାତ୍‌ ଭାଗରେ ଥିବା ପ୍ରସ୍ତାବିତ ରାମ ମନ୍ଦିର ପ୍ରତିକୃତି ସମ୍ମୁଖରେ ମହର୍ଷି ବାଲ୍ମୀକ ବସି ରାମାୟଣ ରଚନା କରୁଥିବାର ଦୃଶ୍ୟଟି ପରେଡ୍‌ ସମୟରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପ୍ରଜ୍ଞାପନ ମେଢ଼ ଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରିବେ। ଏହି ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ବୋଲି ଉତ୍ତର ପ୍ରଦେଶର ସୂଚନା ନିର୍ଦେଶକ ଶିଶିର ଟୁଇଟ୍‌ କରିବା ସହ ଏହାର ପରିକଳ୍ପନାକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଥିସହ ସେ ଗୀତିକାର ବିରେନ୍ଦ୍ର ଓ୍ଵାତସଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି।
ମଙ୍ଗଳବାର ଦିନ ରାଜପଥରେ ପ୍ରଦର୍ଶିତ ଏହି ପ୍ରଜ୍ଞାପନ ମେଢ଼ରେ ପ୍ରଥମ କରି ‘ଦୀପୋତ୍ସବ’ ଏବଂ ରାମାୟଣ କାବ୍ୟର କେତେକ ଆଖ୍ୟାୟିକା ବର୍ଣ୍ଣନା କରାଯାଇଥିଲା। ପ୍ରଭୁ ରାମଚନ୍ଦ୍ର ନିଷାଦରାଜଙ୍କୁ ଆଲିଙ୍ଗନ କରିବା, ଶବରୀଙ୍କ ଠାରୁ କୋଳି ଖାଇବା, ଅହଲ୍ୟାଙ୍କୁ ଶାପମୁକ୍ତ କରିବା, ହନୁମାନ ସଞ୍ଜୀବନୀ ଆଣିବା, ଜଟାୟୁ-ରାମ ସମ୍ବାଦ, ଅଶୋକ ବାଟିକା ଓ ଅନ୍ୟାନ୍ୟ ଦୃଶ୍ୟରାଜି ଏହି ପ୍ରଜ୍ଞାପନ ମେଢ଼ରେ ଚିତ୍ରଦ୍ୱାରା ପ୍ରଦର୍ଶିତ ହୋଇଥିଲା।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ କାଣ୍ଟଛାଣ୍ଟ କରାଯାଇଥିବା ଏଥରର ସାଧାରଣତନ୍ତ୍ର ଦିବସ ପରେଡରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା।

from Kanak News
via <a href="https://ifttt.com/?

ଦିଲ୍ଲୀ ହିଂସା ଘଟଣା : ଆସନ୍ତା ୩୦ରେ ଉପବାସ ପାଳିବେ ଚାଷୀ । ଦିଲ୍ଲୀ ପୋଲିସକୁ କଲେ କ୍ଷମା ପ୍ରାଥନା

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସା କାଣ୍ଡ ନେଇ ଦୁଃଖ ପ୍ରକାଶ କଲେ କୃଷକ ନେତା ଯୁଦ୍ଧବୀର ସିଂ । ସେ ଦିଲ୍ଲୀ ପୁଲିସକୁ କ୍ଷମାପ୍ରାଥନା କରିବା ସହ କହିଛନ୍ତି, ଗଣତନ୍ତ୍ର ଦିବରେ ଯାହା ସବୁ ଘଟିଲା ତାହା ଅତ୍ୟନ୍ତ ଲଜ୍ୟାଜନକ । ଯୁଦ୍ଧବୀର ସିଂ ଏହା ମଧ୍ୟ କହିଛନ୍ତି କି, ମୁଁ ଗାଜିପୁର ବର୍ଡରରେ ଉପସ୍ଥିତ ଥିଲି ଯେତେବେଳେ ଉପଦ୍ରବିମାନେ ବର୍ଡରେ ପ୍ରବେଶ କରିଥିଲେ । ଆଉ ସେଥିରେ ଆମ ଲୋକ ନଥିଲେ ।
ଦିଲ୍ଲୀରେ ଘଟିଥିବା ହିଂସାକୁ ନିନ୍ଦା କରିବା ସହ କୃଷକ ନେତା ଏହା ମଧ୍ୟ କହିଛନ୍ତି କି, ଆମେ ଏହାର ପ୍ରାୟଶ୍ଚିତ କରିବୁ । ଏଥିପାଇଁ ଆସନ୍ତା ୩୦ ତାରିଖରେ ପୂରା ଗୋଟେ ଦିନ ଉପବାସ ପାଳିବୁ । ଦିଲ୍ଲୀ ପୁଲିସ ବି ଆମର ଭାଇ, ଯାହା କିଛି ଘଟିଯାଇଛି ତାକୁ ନେଇ ଆମେ କ୍ଷମା ପ୍ରାର୍ଥନା କରୁଛୁ ।
ସେପଟେ ଏହି ହିଂସାକାଣ୍ଡକୁ ନେଇ ଆକ୍ସନ ମୋଡକୁ ଆସିଛି ଦିଲ୍ଲୀ ପୋଲିସ । ଏପର୍ଯ୍ୟନ୍ତ ୨୦ରୁ ଅଧିକ ମାମଲା ରୁଜୁ କରିସାରିଲାଣି ପୋଲିସ । ଆଗକୁ ତଦନ୍ତ ଜାରି ରଖାଯିବ ବୋଲି ସୂଚନାରୁ ଜଣାପଡିଛି

from Kanak News
via <a href="https://ifttt.com/?

କମୁଛି ସଂକ୍ରମଣ ହଟୁଛି କଟକଣା : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା

କନକ ବ୍ୟୁରୋ : ଏଣିକି ସିନେମା ହଲ ଓ ଥିଏଟରରେ ବଢିବ ଦର୍ଶକଙ୍କ ସଂଖ୍ୟା । କାରଣ କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ତାଙ୍କ ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରିଛନ୍ତି । କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବଂ ଦେଶବ୍ୟାପୀ କରୋନା ଟିକାକରଣ ଚାଲିଥିବାରୁ ନୂଆ ଏସଓପି ଜାରି କରାଯାଇଛି । ସୁଇମିଂ ପୁଲକୁ ମଧ୍ୟ ସମସ୍ତଙ୍କ ବ୍ୟବହାର ପାଇଁ ଅନୁମତି ମଳିବ । ଏଥିପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଫେବ୍ରୁଆରୀ ୧ ତାରିଖରୁ ୨୮ ତାରିଖ ଯାଏଁ କରୋନା କଟକଣା ଆହୁରି କୋହଳ ହେବ ବୋଲି ଏଥିରେ କୁହାଯାଇଛି ।

ଆହୁରି କୋହଳ ହେଲା କରୋନା କଟକଣା

ପୂର୍ବରୁ ଅଧା ଦର୍ଶକରେ ସିନେମା ହଲ ଓ ଥିଏଟର ଚଳାଇବାକୁ ଅନୁମତି ଦିଆଯାଇଥିଲା

ଏବେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଚାଲିପାରିବ ସିନେମା ହଲ, ଥିଏଟର

ଗୃହ ମନ୍ତ୍ରାଳୟ ସହ ଆଲୋଚନା କରି ଏସଓପି ଜାରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ଦେଶରେ ସୁଇମିଂ ପୁଲ କେବଳ ଖେଳାଳିଙ୍କ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା

ଏବେ ଏହାକୁ ସମସ୍ତଙ୍କ ବ୍ୟବହାର ପାଇଁ ଅନୁମତି ଦିଆଯାଇପାରିବ ବୋଲି କୁହାଯାଇଛି

ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଆଲୋଚନା କରିବ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ

ସେହିପରି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଞ୍ଜନ ସମାରୋହରେ ବଢିବ ଉପସ୍ଥିତି

ପୂର୍ବରୁ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ ସମାରୋହ ପାଇଁ ଅନୁମତି ଦିଆଯାଇଥିଲା

ବନ୍ଦ କୋଠରୀରରେ ହେଉଥିବା ସମାରୋହରେ ସର୍ବାଧିକ ୨୦୦ ଲୋକ ଭାଗ ନେଉଥିଲେ

ଏବେ ଅଧିକ ଲୋକଙ୍କ ଉପସ୍ଥିତି ନେଇ ରାଜ୍ୟ ଗୁଡିକ ନୂଆ ଏସଓପି ଜାରି କରିପାରିବେ

from Kanak News
via <a href="https://ifttt.com/?

Design a site like this with WordPress.com
Get started