ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀମୃତ୍ୟୁ ଘଟଣା : ୨ ଅଭିଯୁକ୍ତ ଚିହ୍ନଟ ନେଇ ଏସଡିପିଓଙ୍କ ସୂଚନା । କୁଆଖିଳା ମୁଳାପାଳ ନିକଟ ଦିଆଖଣ୍ଡି ବିଲରୁ ମିଳିଥିଲା ମୃତଦେହ

ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ । କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଗିରଫ ପରେ ପୋଲିସ ଏନେଇ ବିଧିବଦ୍ଧ ସୂଚନା ଦେବ ବୋଲି କହିଛନ୍ତି ଏସଡିପିଓ ଚିନ୍ମୟ ନାୟକ ।
ଗତକାଲି ଝରାଫୁଲ ମୃତଦେହ ଯାଜପୁରର ଏକ ସ୍ଥାନରୁ ମିଳିଥିବା ବେଳେ ସିସିଟିଭିରେ ଏକ ଫୁଟେଜ୍ କଏଦ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଆଉ ଆଜି ଦୁଇ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ

from Kanak News
via <a href="https://ifttt.com/?

ପୋଲିସ ହାତରେ ହାତକଡ଼ି : ମଦ ବ୍ୟବସାୟୀଙ୍କଠାରୁ ଧମକ ଦେଇ ଆଦାୟ କରୁଥିଲେ ଲାଂଚ; ୯ ହଜାର ଟଙ୍କା ଦାଦାବଟି ନେଉଥିବା ବେଳେ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ତହସିଲ କର୍ମୀଙ୍କ ଲାଂଚ କାରବାରର ଭାଇରାଲ ଭିଡିଓ ମାମଲାରେ ଜିଲ୍ଲାପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ । ସିନିୟର ରେଭିନ୍ୟୁ ଆସିଷ୍ଟାଂଟ ଶଶି ଶେଖର ସେଠୀଙ୍କୁ ଚାକିରିରୁ ନିଲମ୍ବିତ କଲେ ଜିଲ୍ଲାପାଳ ଡାକ୍ତର ୟେଦୁଲା ବିଜୟ । ପଟ୍ଟା ଜମିକୁ ଅନଲାଇନ ରେ ଅପଡେଟ କରାଇ ୬ ଜଣ ବିକ୍ରେତାଙ୍କୁ ନୁତନ ପଟ୍ଟା ପ୍ରଦାନ କରିବା ଲାଗି ଦେଢ ଲକ୍ଷ ଟଙ୍କା ଡିଲ କରିଥିବା ଅଭିଯୋଗ ହୋଇଥିଲା । ଆଉ ୫୦ ହଜାର ଟଙ୍କା ପ୍ରଥମ କିସ୍ତି ଆକାରରେ ଗ୍ରହଣ କରୁଥିବା ସମୟର ଭିଡିଓ ସାମନାକୁ ଆସିଥିଲା ।

ଏନେଇ କନକ ନ୍ୟୁଜ ରେ ଖବର ପ୍ରସାରଣ ହୋଇ ଥିଲା । ଏହାର ଦିନକ ପୂର୍ବରୁ ସରକାରୀ ଜମିକୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ପଟ୍ଟା କରିବା ଅଭିଯୋଗରେ କାଲିମେଳା ତହସିଲର ରାଜସ୍ୟ ନିରୀକ୍ଷକ ସୁରେଶ ପୁଜାରୀ ଓ ଅନକ୍ରୋଚମେଣ୍ଟ ଦାୟିତ୍ୱରେ ଥିବା କିରାଣୀ ଦିବ୍ୟ ସିଂହ ପାଇକରାୟଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲାପାଳ । ଆଉ ଏମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପଠା ଯାଇଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତିଙ୍କ ରାଜକୀୟ ଜୀବନଶୈଳୀ : ଚର୍ଚ୍ଚାରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସିକ୍ରେଟ ମହଲ; ୧୭୦ ଏକର ଜମି ଉପରେ ରହିଛି ପୁଟିନ୍ ପ୍ୟାଲେସ

କନକ ବ୍ୟୁରୋ : ଚର୍ଚ୍ଚାରେ ପୁଟିନ ପ୍ୟାଲେସ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ସିକ୍ରେଟ୍ ମହଲକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ କରୋନା ଟିକା ସ୍ପୁଟନିକ- ଭି ପ୍ରସ୍ତୁତ କରି ଚର୍ଚ୍ଚା ସାଉଁଟିଥିଲେ ରୁଷରେ ପୁଟିନ ସରକାର । ନିଜ ଝିଅଙ୍କୁ କରୋନା ଟିକା ଦେଇଥିବା କହି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ଏବେ ବିବାଦୀୟ ହୋଇପଡିଛନ୍ତି ରୁଷିଆର ସର୍ବୋଚ୍ଚ ନେତା ଭ୍ଲାଦିମିର ପୁଟିନ୍ ।

ପ୍ରତିପକ୍ଷ ନେତା ଏଲେକ୍ସି ନବେଲନିଙ୍କୁ ଗିରଫ କରିବା ପରେ ପୁଟିନ ପ୍ରଶାସନ ବିରୋଧରେ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଛି । ଏହାରି ଭିତରେ ସାମ୍ନାକୁ ଆସିଛି ରୁଷ ରାଷ୍ଟ୍ରପତିଙ୍କ ରାଜକୀୟ ଜୀବନଶୈଳୀର ଝଲକ । ପ୍ରତିପକ୍ଷ ନେତା ଏଲେକ୍ସି ନବେଲନିଙ୍କୁ ଗତ ୧୭ ଜାନୁଆରୀରେ ଗିରଫ କରାଯାଇଥିଲା । ଏହା ପୂର୍ବରୁ ସେ ପୁଟିନ ପ୍ୟାଲେସର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଦକ୍ଷିଣ ରୁଷର କଳା ସାଗର କୂଳରେ ପ୍ରାୟ ୧୭୦ ଏକର ଜମିରେ ତିଆରି ହୋଇଛି ଏହି ଗୁପ୍ତ ମହଲ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ପୁଟିନ ପ୍ୟାଲେସରେ ରହିଛି ଅୟସ ଆରମର ସମସ୍ତ ସୁବିଧା । ଏଠାରେ ଅଛି ସିନେମା ହଲ । କ୍ୟାସିନୋ, ମଦ ଭଣ୍ଡାର ଓ ସ୍ପା ମଧ୍ୟ ରହିଛି ଏହି ସିକ୍ରେଟ ପ୍ୟାଲସରେ । ଆଇସ ହକି ଖେଳିବା ପାଇଁ ଷ୍ଟାଡିୟମ ମଧ୍ୟ ରହିଛି ଏହି ବିଶାଳ ପ୍ୟାଲେସରେ । ଏହି ମହଲର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି । ମହଲରୁ ସମୁଦ୍ର କୂଳକୁ ଯିବା ଲାଗି ଏକ ଗୁପ୍ତ ସୁଡଙ୍ଗ ମଧ୍ୟ ରହିଥିବା କୁହାଯାଉଛି ।

from Kanak News
via <a href="https://ifttt.com/?

ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଗୁଣସୂତ୍ର ପରିବର୍ତ୍ତିତ ପ୍ରଜାତି ଜାନୁଆରି ୨୫ ତାରିଖ ସୁଦ୍ଧା ସମଗ୍ର ବିଶ୍ୱର ୭୦ଟି ଦେଶକୁ ବ୍ୟାପିଯାଇଛି।

‘ଭିଓସି୨୦୨୦୧୨/୦୧’ ଭାବେ ପରିଚିତ ଏହି ଭୂତାଣୁ ପୂର୍ବ ସଂକ୍ରମିତ ଭୂତାଣୁ ଠାରୁ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି। ଗତ ସପ୍ତାହକ ମଧ୍ୟରେ ଏହା ଆହୁରି ୧୦ଟି ଦେଶକୁ ବ୍ୟାପିଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ସେହିଭଳି, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାଭାଇରସ୍‌ର ଅନ୍ୟ ଏକ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁ ସମ୍ପ୍ରତି ୩୧ଟି ଦେଶକୁ ବ୍ୟାପିଯାଇଛି। ଗୋଟିଏ ସପ୍ତାହ ତଳେ ଏହା ୮ରୁ ଅଧିକ ଦେଶକୁ ବ୍ୟାପିଯାଇଛି। ‘୫୦୧ଓ୍ଵାଇ.ଭି୨’ ଭାବେ ଏହି ଭୂତାଣୁକୁ ଚିହ୍ନିତ କରାଯାଇଛି।
ଏହି ପରିବର୍ତ୍ତିତ ଭୂତାଣୁ ଯୋଗୁଁ ପୁନଃସଂକ୍ରମଣ ଆଶଙ୍କା ରହିଛି ଏବଂ ସମ୍ପ୍ରତି ବଜାରକୁ ଆସିଥିବା କୋଭିଡ୍‌-୧୯ ଟିକାର ଫଳପ୍ରଦତା ପ୍ରତି ଏହା ଚାଲେଞ୍ଜ୍‌ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚିନ୍ତା ପ୍ରକଟ କରିଛି। ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ଏହା ବ୍ୟତିରେକେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ତୃତୀୟ ଗୁଣସୂତ୍ର ପରିବର୍ତ୍ତିତ ଭୂତାଣୁଟି ପ୍ରଥମେ ବ୍ରାଜିଲ୍‌ରେ ଚିହ୍ନଟ ହୋଇଥିଲା। ଦୁଇ ସପ୍ତାହ ମଧ୍ୟରେ ତାହା ୮ଟି ଦେଶକୁ ବ୍ୟାପିଯାଇଛି। ଏହି ଭୂତାଣୁକୁ ‘ପି୧’ ନାମରେ ଚିହ୍ନିତ କରାଯାଇଛି।

from Kanak News
via <a href="https://ifttt.com/?

ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା : ୨୧୬ ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହୋଇଛି । ୨୧୬ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି । ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତବାନ୍ତି କରିଥିଲେ । ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା ।

ତେବେ ଟିକାକରଣ ପାଇଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଛି । ଏବେ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନ ୨ ହଜାର ୩୬୦ ଜଣଙ୍କୁ ଟିକାକରଣ କରାଯିବ । ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ରହିଛନ୍ତି ।

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛନ୍ତି ସାଇବର ଠକ । ୩ଦିନରେ ଲୁଟିଲେଣି ସାଢେ ୧୦ଲକ୍ଷ

କଲବଲ କଲେଣି ସାଇବର ଠକ। ଗତ ୩ ଦିନ ଭିତରେ ସାଇବର ଠକମାନେ ରାଜଧାନୀରୁ ସାଢ଼େ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କମିସନରେଟ୍‌ ପୁଲିସର ହେଲ୍‌ପ ଡେସ୍କକୁ ଆସିଥିବା ଅଭିଯୋଗରୁ ଏହି ତଥ୍ୟ ମିଳିଛି।

ଗତ ୨୪ ତାରିଖରେ ୩ ଲକ୍ଷ ୮୬ ହଜାର ଟଙ୍କା, ୨୫ ତାରିଖରେ ୩ ଲକ୍ଷ ୫୪ ହଜାର ଟଙ୍କା ଓ ୨୬ ତାରିଖରେ ୨ ଲକ୍ଷ ୯୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ୩୮ ଜଣଙ୍କଠାରୁ ଏହି ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। କାହାକୁ ଖାତା ଅପ୍‌ଡେଟ୍‌ କରିବା ବାହାନାରେ, କେତେ ଜଣଙ୍କୁ ଫୋନ୍‌ ପେ’ ୱାଲେଟ୍‌କୁ ଭାଉଚର ପଠାଇବା ନାଁରେ, କିଛି ଲୋକଙ୍କୁ ଲଟେରି ଲୋଭ, କିଛି ଲୋକଙ୍କୁ ମୋବାଇଲ୍‌ ଟାୱାର ବସାଇବା ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। କିନ୍ତୁ କିଛି ଲୋକ ଲୋକଲଜ୍ଜାକୁ ଡରି ପୁଲିସରେ ଅଭିଯୋଗ କରିନାହାନ୍ତି। ଏଣୁ ଏହି ଠକେଇ ପରିମାଣ ୨୦ ଲକ୍ଷ ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି। ତିନିଦିନର ଏହି ପରିସଂଖ୍ୟାନକୁ ତର୍ଜମା କଲେ ଦିନକୁ ଭୁବନେଶ୍ବରରୁ ଦିନକୁ ୫ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ ଠକେଇ ହେଉଛି ବୋଲି କୁହାଯାଇପାରେ।

ସୂଚନାଯୋଗ୍ୟ, ସାଇବର ଠକେଇ ବଢ଼ି ବଢ଼ି ଚାଲୁଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ସାଇବର ହେଲ୍ପ ଡେସ୍କ ଖୋଲାଯାଇଛି। ତ୍ବରିତ୍‌ ଅଭିଯୋଗ ପାଇଁ ଟେଲିଫୋନ୍‌ ବ୍ୟବସ୍ଥା ହୋଇଛି। ତେଣୁ ଏବେ ଏହି ଡେସ୍କକୁ ଦିନକୁ ୨ ଶହରୁ ଊର୍ଦ୍ଧ୍ବ କଲ୍‌ ଆସୁଛି। ଏଥିରୁ ୮୦ ଭାଗ ଭୁବନେଶ୍ବର ବାହାରୁ ଆସୁଛି । ଗତ ତିନି ଦିନ ଭିତରେ ଏହି ଡେସ୍କକୁ ୧୨୦ କଲ୍‌ ଆସିଛି ଓ ଏଥିରୁ ୩୮ କଲ୍‌ ଭୁବନେଶ୍ବର ଭିତରୁ ରହିଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କେବଳ ସଚେତନ ହେଲେ ହିଁ ଏହି ଠକମାନଙ୍କ କବଳରୁ ବର୍ତ୍ତି ହେବ। ଏବେ ଠକମାନେ ବିଭିନ୍ନ ସଂସ୍ଥାର କଷ୍ଟମର କେୟାରର ନକଲି ଲୋଗୋ ବ୍ୟବହାର କରି ସାଇଡ୍‌ ଖୋଲିଛନ୍ତି। ମୋବାଇଲ୍‌ ଫୋନ୍‌ ଉପଭୋକ୍ତାମାନେ କୌଣସି କାରଣବଶତଃ ଏହି ସାଇଡ୍‌ରେ ପହଞ୍ଚିଗଲେ ଠକଙ୍କ ଜାଲରେ ପଡ଼ିବା ନିଶ୍ଚିତ ହୋଇଯାଉଛି। ଏଣୁ କଷ୍ଟମର୍‌ କେୟାର୍‌ ସାଇଡ୍‌କୁ ଭଲ ଭାବ‌େ ଯାଞ୍ଚ କରିବାକୁ ଡିସିପି ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।

from Kanak News
via <a href="https://ifttt.com/?

ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୪ ଆହତ, ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ

କନକ ବ୍ୟୁରୋ : ହାଇୱାକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ । ବୌଦ୍ଧ ପୁରୁଣା କଟକ ଥାନା ଚାରିଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାଲକାନାଗିରିରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବସରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ବସ୍ ଯାତ୍ରୀଙ୍କୁ ଉଦ୍ଧାର ପାଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

ସୂଚନା ମୁତାବକ ଯାତ୍ରୀବାହୀ ବସଟି ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଚାରିଛକ ନିକଟରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସର ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ୪୦ଜଣ ଯାତ୍ରୀ। ଅନ୍ୟପଟେ ଘଟଣାସ୍ଥଳରୁ ହାଇୱା ଗାଡ଼ିଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁରୁଣା କଟକ ଥାନା ପୁଲିସ ପହଞ୍ଚି ବସଟିକୁ ଥାନାକୁ ନେଇ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି; ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ 

କନକ ବ୍ୟୁରୋ : ଆଜି ପୌଷପୁର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ପୁର୍ଣ୍ଣିମାନୀତି ।  ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୂର୍ଣ୍ଣିମା ଅନ୍ୟତମ । ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରୀତିନୀତି କରାଯାଇଛି ।

from Kanak News
via <a href="https://ifttt.com/?

ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ : ହଟିଲା ସବସିଡି, ରୁଟି ଗୋଟାକୁ ୩ଟଙ୍କା; ନିରାମିଷ ଥାଳି ଶହେ

କନକ ବ୍ୟୁରୋ : ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ । ସାଂସଦ ଓ ଅନ୍ୟାନ୍ୟ ପାଲାମେଂଟ କର୍ମଚାରୀଙ୍କୁ ଖାଦ୍ୟରେ ଦିଆଯାଉଥିବା ସବସିଡି ହଟାଇ ଦେବାକୁ ପୂର୍ବରୁ ଘୋଷଣା କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସେହି କ୍ରମରେ ସଂସଦ ଭବନ କ୍ୟାଟିଂନରେ ଖାଦ୍ୟର ନୂଆ ଦରକୁ ନେଇ ତାଲିକା ପ୍ରକାଶ ପାଇଛି । ଏଣିକି ରୁଟି ଗୋଟାକୁ ୩ଟଙ୍କା, ନିରାମିଷ ଥାଳିକୁ ଶହେ ଟଙ୍କା ଦେଇ କିଣିବେ ସଂସଦ ସଦସ୍ୟ । ସେହିପରି ଆମିଷ ବୁଫେକୁ ୭ଶହ ଟଙ୍କାରେ କିଣି ଖାଇବେ ସାଂସଦ ଓ ମନ୍ତ୍ରୀ ।

from Kanak News
via <a href="https://ifttt.com/?

ସେଓ ଖାଇବାର ୧ଘଣ୍ଟା ମଧ୍ୟରେ କରନ୍ତୁ ନାହିଁ ଏହିସବୁ କାମ । ନଚେତ୍ ହୋଇପାରେ ସାଂଘାତି ସ୍ଥିତି

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସେଓ ଖାଇବାର ତୁରନ୍ତ ପରେ କେଉଁ ସବୁ ଜିନିଷ ଖାଇବା ଅନୁଚିତ ।

୧.ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ । ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ନ କରିବା ଦ୍ୱାରା କଫ ସମସ୍ୟା ଦେଖା ଯାଇଥାଏ ।

୨.କିଛି ଲୋକ ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଖାଇଥାନ୍ତି । ସେଓ ଖାଇବା ପରେ ଆଚାର ବା ଅନ୍ୟ ଖଟାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍‌ ସୃଷ୍ଟି ହୋଇଥାଏ ।
୩.ସେଓ ଖାଇବାର ତୁରନ୍ତ ପରେ ମୂଳା ଖାଆନ୍ତୁ ନାହିଁ । ଏପରି କଲେ ଶରୀରରେ ଧଳା ରଙ୍ଗର ଦାଗ ଦେଖା ଯାଇଥାଏ।

from Kanak News
via <a href="https://ifttt.com/?

Design a site like this with WordPress.com
Get started