ରେଳ ବଜେଟରେ ୭ ହଜାର ୨ ଶହ କୋଟି ଦେବାକୁ ଦାବି କଲା ଓଡିଶା : ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ ଶହ, ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କା ଦେବାକୁ ଦାବି

କନକ ବ୍ୟୁରୋ : ରେଳ ବଜେଟ ପାଇଁ କେନ୍ଦ୍ର ପାଖରେ ଦାବି ଉପସ୍ଥାପନ କରିଛି ଓଡିଶା । ଜାନୁୟାରୀ ୨୯ରୁ କେନ୍ଦ୍ରୀୟ ବଜେଟ ଅଧିବେଶନ ଆରମ୍ଭ ହେଉଛି । ତେଣୁ ଏଥର ବଜେଟର ଓଡିଶାର ନୂଆ ଓ ପୁରୁଣା ରେଳ ପ୍ରକଳ୍ପ ପାଇଁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ୭ ହଜାର ୨ ଶହ କୋଟି ଦେବାକୁ ଦାବି କରିଛି ଓଡିଶା । ପୁରୁଣା ପ୍ରକଳ୍ପ ପାଇଁ ୩୫ ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩୭ ଶହ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ସମୟରେ ଓଡିଶାରୁ ଜିଏସଟି ଆଦାୟ ଭଲ ହୋଇଛି । ତେଣୁ ରେଳ ବଜେଟରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦେବାକୁ କହିଛନ୍ତି ଅମର ପଟ୍ଟନାୟକ ।

from Kanak News
via <a href="https://ifttt.com/?

ହିଂସା ପଛରେ ଅଭିନେତା ଦୀପ ସିଦ୍ଧୁ ଓ ଗ୍ୟାଙ୍ଗଷ୍ଟର ଲାଖା ସିଧନା ! ସେପଟେ, ସିଦ୍ଧୁଙ୍କ ସହ କୌଣସି ସଂପର୍କ ନଥିବା ସ୍ପଷ୍ଟ କଲେ ସନ୍ନି ଦେଓଲ

ଗତ ଜନରାଜ୍ୟ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁ ଓ ଦୁର୍ଦ୍ଦାନ୍ତ ଅପରାଧୀ ଲାଖା ସିଧନାଙ୍କର ପ୍ରଚ୍ଛନ୍ନ ହାତ ଥିବା ଜଣାଯାଇଛି । ଦିଲ୍ଲୀକୁ ପ୍ରବେଶ କରିବା ସହ ଲାଲକିଲ୍ଲା ହିଂସା ପାଇଁ ସିଦ୍ଧୁ ଓ ସିଧନା ଉସୁକାଇଥିବା ସ୍ପଷ୍ଟ ହୋଇଛି । ସେମାନେ ଦୁଇ ଦିନ ତଳୁ ଦିଲ୍ଲୀ ଆସି ସିଙ୍ଘୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଉତ୍ତେଜକ ଭାଷଣ ମାଧ୍ୟମରେ ହିଂସାକାଣ୍ଡ ପାଇଁ ପ୍ରୋତ୍ସାହିତ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ସିଦ୍ଧୁଙ୍କ ନାଁରେ ୨୬ଟି ଆପରାଧିକ ମାମଲା ରହିଥିବା ବେଳେ ଗତ ନଭେମ୍ବର ମାସରୁ ସେ ସିଙ୍ଘୁ ସୀମାରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ଡେରା ପକାଇ ରହିଛନ୍ତି।

ଅପରପକ୍ଷେ, ଭାରତୀୟ କିଷାନ ସଂଘର ହରିଆଣା ଶାଖା ମୁଖ୍ୟ ଗୁରନାମ ସିଂହ ଚାଦୁନିଙ୍କ ସମେତ ଅନେକ କୃଷକ ନେତା କେନ୍ଦ୍ରୀୟ ଦିଲ୍ଲୀରେ ସଂଘଟିତ ଏହି ହିଂସାକାଣ୍ଡଠାରୁ ନିଜକୁ ଦୂରେଇ ରଖିବା ସହ ଆନ୍ଦୋଳନକାରୀମାନଙ୍କୁ ଏପରି ଲାଲକିଲ୍ଲାରେ ଧସେଇ ପଶିବା ଲାଗି ଦୀପ ସିଦ୍ଧୁ ହିଁ ଉସୁକାଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ପୂର୍ବରାତିରେ ସିଦ୍ଧୁ ଓ ସିଧନା ଆନ୍ଦୋଳନରତ ଚାଷୀମାନଙ୍କୁ ଉସୁକାଉଥିବା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ସେହିପରି ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଦୀପ ସିଦ୍ଧୁ ହେଉଛନ୍ତି ନିଷିଦ୍ଧ ଉଗ୍ରବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ ର ସଦସ୍ୟ ବୋଲି କଂଗ୍ରେସ ସାଂସଦ ରବନୀତ ସିଂହ କହିଛନ୍ତି। ଲାଲକିଲ୍ଲାର ଅପ୍ରୀତିକର ଘଟଣା ପରେ ସାମାଜିକ ଗଣମାଧ୍ୟମରେ ହିନ୍ଦି ଭାଷାରେ ଏକ ଭିଡିଓ ଜାରି କରି ସିଦ୍ଧୁ କହିଛନ୍ତି ଯେ ଭାବପ୍ରବଣତାବଶତଃ ସେଠାରେ ନିଶାନ ସାହିବ ଓ କିଷାନ ସଂଘର ପତାକା ଉତ୍ତୋଳିତ ହୋଇଥିଲା।

ସିଦ୍ଧୁ ସହ ମୋର ସମ୍ପର୍କ ନାହିଁ: ସନ୍ନି ଦେଓଲ
ଲାଲକିଲ୍ଲାରେ ହୋଇଥିବା ହିଂସା ପଛରେ ପଂଜାବୀ ଅଭିନେତା ଦୀପ ସିଦ୍ଧୁ ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ବେଳେ ଚାଷୀ ନେତାମାନେ ତାଙ୍କୁ ଅଭିନେତା ତଥା ସାଂସଦ ସନ୍ନି ଦେଓଲଙ୍କ ଘନିଷ୍ଠ ବୋଲି କହିଛନ୍ତି। ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ସହ ଥିବା ତାଙ୍କର ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ ଲାଗୁଥିଲା ଦୀପଙ୍କ ସହ ଫଟୋ ଉଠାଇବା ପାଇଁ ସନ୍ନି ଉତ୍ସାହିତ ଅଛନ୍ତି। ସନ୍ନି ଟ୍ବିଟ୍‌ କରି କହିଛନ୍ତି, ଲାଲକିଲ୍ଲାରେ ଘଟିଥିବା ହିଂସା ପାଇଁ ଦୁଃଖିତ। ଡିସେମ୍ବର ୬ ତାରିଖରେ ଟ୍ବିଟର ମାଧ୍ୟମରେ ମୁଁ ସ୍ପଷ୍ଟ କରିଥିଲି ଯେ, ଦୀପ ସିଦ୍ଧୁଙ୍କ ସହ ମୋର କିମ୍ବା ମୋ ପରିବାରର କୌଣସି ସମ୍ପର୍କ ନାହିଁ। ତେବେ ଦୁହିଁଙ୍କର ଏହି ଅନ୍ତରଙ୍ଗ ଫଟୋ ଦେଖିବା ପରେ ସନ୍ନିଙ୍କ ଫ୍ୟାନ୍ସ ମହଲରେ ନୈରାଶ୍ୟ ଖେଳିଯାଇଛି। ‌ସୋସିଆଲ ମିଡିଆରେ ଭାଇରାଲ ‌‌ହେଉଥିବା ଫଟୋଟି ସନ୍ନିଙ୍କ ଡୁପ୍ଲିକେଟ୍‌ ବୋଲି କେତେକ ଫ୍ୟାନ୍‌ ଦାବି କରିଛନ୍ତି।

from Kanak News
via <a href="https://ifttt.com/?

ସ୍ତ୍ରୀ କଳା ବୋଲି ଭାଙ୍ଗିଗଲା ସଂସାର ! ବିବାହର ୨ ବର୍ଷ ପରେ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡି ଫେରାର ସ୍ୱାମୀ

କନକ ବ୍ୟୁରୋ : ସ୍ତ୍ରୀ କଳା ବୋଲି ଭାଙ୍ଗିଗଲା ସଂସାର । ବିବାହର ୨ ବର୍ଷ ପରେ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡି ଫେରାର ହୋଇଯାଇଛି ସ୍ୱାମୀ । ଆଉ କୁନି ଝିଅକୁ ଧରି ଶାଶୁଘର ଆଗରେ ଧାରଣା ଦେବା ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋହୂ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବଡକଣ ଗାଁରୁ ଏଭଳି ଅଭିଯୋଗ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୮ରେ ଗୋପ ଥାନା ଅନ୍ତର୍ଗତ ଓଟରଶାସନ ଗ୍ରାମର ସସ୍ମିତା ମହାନ୍ତି, କାକଟପୁର ଥାନା ଅନ୍ତର୍ଗତ ବଡକଣ ଗାଁର ଗଣେଷ ଦଳେଇଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ବାହାଘରର ୨ ବର୍ଷ ପରେ ସସ୍ମିତା କାଳି ବୋଲି କହି ସ୍ୱାମୀ ଗଣେଶ ଓ ଶାଶୁଘର ଲୋକେ ତାଙ୍କୁ ଘରେ ରଖିବା ପାଇଁ ଚାହୁଁନାହାନ୍ତି କି ସେ ଆଣିଥିବା ସବୁ ଜିନିଷ ଓ ସୁନା ଗହଣା ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

 

from Kanak News
via <a href="https://ifttt.com/?

ବିଲ୍ଡର କବଜାରେ ଡ୍ରେନ୍… ପୋଖରୀରେ ମିଶୁଛି ମଇଳା ପାଣି । ଚାଷ ହେଉନି ହନ୍ତସନ୍ତ ହେଉଛନ୍ତି ଲୋକେ

ଭୁବନେଶ୍ବର ମହାନଗର ନିଗମର ୬୪ନଂ ଵାର୍ଡସ୍ଥିତ ଯଦୁପୁର ଅଞ୍ଚଳରେ ଥିବ ଦରଘା ପୋଖରୀ ଧୀରେ ଧୀରେ ନର୍ଦ୍ଦମା ପୋଖରୀରେ ପରିଣତ ହେବାକୁ ବସିଲାଣି । ପୋଖରୀ ପାଖକୁ ଲାଗି ଯାଇଥିବା ଛୋଟ ଡ୍ରେନ୍‌ରେ ମାଟି ଭର୍ତ୍ତି ଓ ଡ୍ରେନ୍‌ର ଗତିପଥକୁ ବିଲ୍‌ଡର ଅବରୋଧ କରିଥିବାରୁ ଏହି ସମସ୍ୟା ଉପୁଜିଛି। ପ୍ରାୟ ଦୁଇ ହଜାରରୁ ଅଧିକ ଲୋକଙ୍କ ଜୀବନରେଖା ପାଲଟିଥିବା ଏହି ପୋଖରୀ କେବଳ ଦୂଷିତ ହୋଇନାହିଁ, ଏହା ସହିତ ପୋଖରୀର ଉନ୍ନତୀକରଣ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କା ମଧ୍ୟ ବରବାଦ ହେବାକୁ ଯାଉଛି। ବଡ଼ କଥା ହେଉଛି ସ୍ଥାନୀୟ ୪୦ରୁ ୫୦ ପରିବାରର ଜୀବିକା ମଧ୍ୟ ବିପନ୍ନ ହୋଇଯାଇଛି। କାରଣ ଯଦୁପୁର ଗାଁ’ ଭିତର ଦେଇ ଯାଇଥିବା ଏହି ଡ୍ରେନ୍‌ଟି ଭୁବନେଶ୍ବରର ପ୍ରମୁଖ ନାଳ ସହ ସଂଯୁକ୍ତ ହୋଇ ନଥିବାରୁ ଡ୍ରେନ୍‌ର ସମସ୍ତ ଆବର୍ଜନା ଓ ପଚା ପାଣି ଲୋକଙ୍କ ଜମିରେ ପଶୁଛି। ଫଳରେ ଲୋକଙ୍କ ଫସଲ ନଷ୍ଟ ହେଉଛି।

ସେହିଭଳି ଏହି ଛୋଟ ଡ୍ରେନ୍‌ରେ ଯଦୁପୁର ଗାଁ ସମେତ ବିଏମ୍‌ସିର ୬୪, ୬୫, ୬୬ ନମ୍ବର ଵାର୍ଡ ଓ ବେଗୁନିଆ ଅଞ୍ଚଳର ନର୍ଦ୍ଦମା ପାଣି ମଧ୍ୟ ଯାଉଛି। ବଢ଼ୁଥିବା ଜନସଂଖ୍ୟା ଓ ନୂତନ ଡ୍ରେନ୍ କନେକ୍ସନ ଦିଆଯାଉଥିବାରୁ ଏହି ଛୋଟ ଡ୍ରେନ୍‌ରେ ପାଣି ନିଷ୍କାସନ ପାଇଁ ପୁରୁଣା ଛୋଟ ଡ୍ରେନ୍ ସେତେମାତ୍ରାରେ ସକ୍ଷମ ହୋଇପାରୁନାହିଁ। ଫଳରେ ଡ୍ରେନରେ ପାଣି ଭଲରେ ନିଷ୍କାସନ ହୋଇପାରୁନାହିଁ। ତେଣୁ ନର୍ଦ୍ଦମା ପାଣି ପୋଖରୀକୁ ପଶୁଛି ବୋଲି ପୂର୍ବତନ ସ୍ଥାନୀୟ କର୍ପୋରେଟର ମୁଜାହିଦ୍ ହୁସେନ୍ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ସବ୍‌ଡ୍ରେନକୁ ଦୁଇ ଭାଗରେ ବିଭକ୍ତ କରାଯାଇ ପାଣି ନିଷ୍କାସିତ ପାଇଁ ପ୍ରଶସ୍ତ ବାଟ କରାଯାଇଥିଲା। ମାତ୍ର ପ୍ରାକୃତିକ ବାଟକୁ ବିଲଡର ବନ୍ଦ କରି ଦେଇଥିବାରୁ ପାଣି ଯାଇପାରୁନାହିଁ। ଫଳରେ ଲୋକଙ୍କ ଚାଷ ଜମିରେ ପାଣି ପଶୁଛି।

ଏନେଇ ବିଏମ୍‌ସିର ଡ୍ରେନେଜ୍ ଡିଭିଜନ୍‌ର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ଦାଶ କହିଛନ୍ତି, ପୋଖରୀରୁ ଦୂଷିତ ପାଣି ବାହାରିବା ପାଇଁ ଥିବା ବାଟରେ ନର୍ଦ୍ଦମା ପାଣି ପଶିବା ସମ୍ଭବ ନୁହେଁ। ଦରଘା ପୋଖରୀ ଦେଇ ଯାଇଥିବା ନାଳ ସହିତ କୌଣସି ନୂତନ କନେକ୍ସନ ଯୋଡ଼ା ଯାଇନାହିଁ। ସହରର ପ୍ରମୁଖ ନାଳ ନଂ ୯ ସହିତ ଡ୍ରେନ୍‌କୁ ଯୋଡ଼ିବାକୁ ହେଲେ କେତେକ ବେସରକାରୀ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହା ପାଇଁ ସମୟ ଲାଗିବ। ସେହିଭଳି ବିଲ୍‌ଡର୍ ପକ୍ଷରୁ କବ୍‌ଜା କରାଯାଇଥିବା ଡ୍ରେନ୍‌ ବିଷୟରେ କୌଣସି ଅଭିଯୋଗ ଆସିନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କର୍ପୋରେଟର କହିଛନ୍ତି ଯେ ୯ନମ୍ବର ଡ୍ରେନ୍‌ ସହିତ ଯଦୁପୁର ଡ୍ରେନ୍‌କୁ ଯୋଡ଼ିବା ଲାଗି କୌଣସି ଘରୋଇ ଜମି ଅଧିଗ୍ରହଣ କରିବାର ଆବଶ୍ୟକତା ନାହିଁ। କାରଣ ସରକାରୀ ନକ୍ସାରେ ଘରୋଇ ଜମି ନାହିଁ।

ପୋଖରୀ ବରବାଦ୍ ହେବାର ମୁଖ୍ୟ କାରଣ ହେଉଛି ଡ୍ରେନ୍। ବିଲଡର୍ ଡ୍ରେନ୍‌ର ବାଟ ବନ୍ଦ କରିଦେବାରୁ ପୋଖରୀ ପାଣି ନିଷ୍କାସନ ହେଉନି। ଏପରିକି ନର୍ଦ୍ଦମା ପାଣି ଆସି ପୋଖରୀରେ ମିଶୁଛି। ତେଣୁ ପ୍ରାୟ ବର୍ଷେ ହେଲା ସେଥିପାଇଁ ମୁଁ ପୋଖରୀକୁ ଗାଧେଇବାକୁ ଯାଉନାହିଁ। କାରଣ ଏହି ପାଣିରେ ବର୍ତ୍ତମାନ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।

ପ୍ରତିବର୍ଷ ମୁଁ ଧାନ ଚାଷ କରି ଏହି ଜମିରୁ ମୁଁ ପରିବାର ଚଳାଏ । ମାତ୍ର ପ୍ରାୟ ୪ ବର୍ଷ ହେବ ମୁଁ ଆଉ ଏଠାରେ ଧାନ ଚାଷ କରିପାରୁନାହିଁ। କାରଣ ଡ୍ରେନ୍ ପାଣି ଆସି ମୋ ଚାଷ ଜମିରେ ମାଡ଼ିଗଲା। ବହୁତ କ୍ଷତି ସହିଲି। ଥରେ ନୁହେଁ, ବାରମ୍ବାର ଏହିଭଳି କ୍ଷତି ସହିବା ପରେ ଆଉ ଚାଷ କରୁନାହିଁ। କାରଣ ଚାଷ କଲେ ଭଲ ଧାନ ହେଉନାହିଁ। ଯଦି କବ୍‌ଜା ହୋଇଥିବା ଡ୍ରେନ୍‌ର ରାସ୍ତା ମୁକ୍ତ ହୋଇଯାଆନ୍ତା ପୁଣିଥରେ ଜମିରେ ଚାଷ କରିପାରନ୍ତି।

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଏଲନ ମସ୍କଙ୍କ ସାକ୍ଷାତକାରର ପ୍ରଶ୍ନ : ମସ୍କଙ୍କ ସୂତ୍ର ଫଳପ୍ରଦ ହେଉଥିବା ଗବେଷଣାରୁ ହେଲା ସ୍ପଷ୍ଟ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା ସିଇଓ ଏଲନ ମସ୍କ । କମ୍ପାନୀରେ କିପରି ଜଣେ ଦକ୍ଷ କର୍ମାଚରୀଙ୍କୁ ନିଯୁକ୍ତି ଦିଆଯାଇ ପାରିବ ତାର ସୂତ୍ର ବତାଇଛନ୍ତି । ତାଙ୍କ ଅନୁଯାୟୀ ଗୋଟିଏ କମ୍ପାନୀ ତିଆରି କରିବା ପାଇଁ ବା ତାର ବିଫଳତା ପାଇଁ କମ୍ପାନୀ ନିଯୁକ୍ତ ଦେଉଥିବା ବ୍ୟକ୍ତି ମାନେ ହିଁ ଦାୟୀ । ତେବେ ମ୍ୟାନେଜର ପଦ ପାଇଁ ନିଯୁକ୍ତି ଦେଉଥିବା ଜଣେ ବ୍ୟକ୍ତିଙ୍କ ଠାରେ କଣ ସବୁ ଗୁଣ ରହିବା ଆବଶ୍ୟକ । ଏବଂ ଜଣେ ପ୍ରାର୍ଥୀଙ୍କ ଭିତରେ ଥିବା ଦକ୍ଷତାକୁ କିପରି ଚିହ୍ନିବ ଜଣେ ନିଯୁକ୍ତିଦାତା । ଏହି ପ୍ରଶ୍ନର ଉତର ଖୋଜି ବାହାର କରିଛନ୍ତି ଏଲନ ମସ୍କ ।

ତାଙ୍କ ଅନୁଯାୟୀ ଜଣେ କେଉଁ ସ୍କୁଲ ବା କଲେଜରେ ପାଠ ପଢିଲା ଏବଂ କେଉଁ ଗ୍ରେଡରେ ଉତ୍ତୀର୍ଣ୍ଣ ହେଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହଁ । ଜଣେ ପ୍ରାର୍ଥୀଙ୍କ ଠାରେ ଥିବା ଅସାଧାରଣ ଦକ୍ଷତାକୁ ଚିହ୍ନି ନିଯୁକ୍ତି ଦେବା ସବୁଠୁ ଜରୁରୀ । ଜଣେ ଯଦି ଅତୀତରେ ଅସାଧାରଣ ସଫଳତା ହାସଲ କରିଛି ତେବେ ସେ ଭବିଷ୍ୟତରେ ମଧ୍ୟ ଏହି ଧାରା ବଜାୟ ରଖିବ ।

ତେବେ ସମସ୍ୟା ହେଉଛି ସାକ୍ଷାତକାର ପାଇଁ ଯାଉଥିବା ଜଣେ ପ୍ରାର୍ଥୀ ନିଜକୁ ସବୁବେଳେ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ ବୋଲି ଉପସ୍ଥାପନ କରିବ । ଏପରି ସ୍ଥିତିରେ ପ୍ରାର୍ଥୀଙ୍କ ଠାରେ ଥିବା ଅସାଧାରଣ ଦକ୍ଷତାକୁ ଚିହ୍ନଟ କରିବାର ଏକ ଉପାୟ ବାହାର କରିଛନ୍ତି ଏଲନ ମସ୍କ । ସେ ତାଙ୍କର ସାକ୍ଷାତକାରରେ ସବୁ ପ୍ରାର୍ଥୀଙ୍କୁ ଏକ ସମାନ ପ୍ରଶ୍ନ ପଚାରିଥାନ୍ତି । ତାହା ହେଉଛି, ଆପଣ କାର୍ଯ୍ୟକ୍ଷେତ୍ରରେ ସାମ୍ନା କରିଥିବା ସବୁଠାରୁ ବଡ ସମସ୍ୟା କଣ ଥିଲା ? ଏବଂ ଆପଣ କିପରି ଏହାର ସମାଧାନ କରିଥିଲେ ? ଏଲନ ମସ୍କଙ୍କ ଅନୁଯାୟୀ ଜଣେ ଯଦି ପ୍ରକୃତରେ କିଛି ସମସ୍ୟାର ସମ୍ମୁଖୀନ ହୋଇଥିବ ତାହେଲେ ସେ ହିଁ ସମାଧାନର ଟିକନିକ ସୂତ୍ର ଆପଣଙ୍କ ସାମ୍ନାରେ ରଖି ।

ଏଲନ ମସ୍କଙ୍କ ଅନୁଯାୟୀ ଜଣଙ୍କ ନିକଟରେ ଯଦି ଅନୁଭୂତିର ଅଭାବ ଥିବ ତାହେଲେ ସେ କେବେବି ସମସ୍ୟାର ସମାଧାନ ବିସ୍ତୃତ ଭାବରେ ଦେଇପାରିବ ନାହିଁ । ୨୦୧୭ରେ ଏକ ସାକ୍ଷାତକାର ଏ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ଏଲନ ମସ୍କ । ମସ୍କଙ୍କ ଏହି ସୂତ୍ର ଫଳପ୍ରଦ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ‘ଜର୍ଣ୍ଣଲ ଅଫ ଆପଲାଇଡ ରିସର୍ଚ୍ଚ ଇନ ମେମୋରୀ ଆଣ୍ଡ କଗ୍ନିସନ’ ପକ୍ଷରୁ ପ୍ରକାଶ ପାଇଥିବା ଏହି ଗବେଷଣାରୁ ଏହି ସୂତ୍ର ଫଳପ୍ରଦ ହୋଇଥିବା ଉଲ୍ଲେଖ ରହିଛି । ନିଯୁକ୍ତି ସାକ୍ଷାତକାରରେ ଏହି ସୂତ୍ର ଦ୍ୱାରା ମିଛ କହୁଥିବା ବ୍ୟକ୍ତି ସହଜରେ ଧରାପଡିଯିବ ।

from Kanak News
via <a href="https://ifttt.com/?

ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଲାଲକିଲ୍ଲା । ଦିଲ୍ଲୀ ହିଂସାକାଣ୍ଡ ପରେ ନିଆଯାଇଛି ନିସ୍ପତ୍ତ

ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ପରିଦର୍ଶକଙ୍କ ଲାଗି ଲାଲ୍‌ କିଲ୍ଲା ବନ୍ଦ ରହିବ ବୋଲି ବୁଧବାର ଦିନ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମାରେ କହିଛି । ବନ୍ଦ ରହିବା କାରଣ ସଂକ୍ରାନ୍ତରେ ଉକ୍ତ ଆଦେଶନାମାରେ କିଛି ଉଲ୍ଲେଖ ନାହିଁ । ଜାନୁଆରି ୨୬ ତାରିଖ ଦିନ ପ୍ରତିବାଦକାରୀ କୃଷକମାନେ ବଳପୂର୍ବକ ଏହି ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ । ସେଥିଯୋଗୁଁ ଏହାର କୌଣସି କ୍ଷୟକ୍ଷତି ହୋଇଛି କି, ନାହିଁ, ସେ ସଂକ୍ରାନ୍ତରେ ଏହି ସମୟରେ ଅନୁଧ୍ୟାନ କରାଯିବ ବୋଲି ମନେହେଉଛି।

ଆଦେଶନାମାରେ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ମଧ୍ୟ କହିଛି ଯେ, ଜାତୀୟ ରାଜଧାନୀ ଅଞ୍ଚଳରେ ‘ବାର୍ଡ-ଫ୍ଲୁ’ (ପକ୍ଷୀଜ୍ୱର) ସତର୍କତା ଜାରି ଯୋଗୁଁ ଜାନୁଆରି ୧୯ ରୁ ଜାନୁଆରି ୨୨ ପର୍ଯ୍ୟନ୍ତ ଲାଲ୍‌ କିଲ୍ଲା ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଥିଲା। ଏହାଛଡ଼ା ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ମଧ୍ୟ ଜାନୁଆରି ୨୨ ରୁ ଜାନୁଆରି ୨୬ ପର୍ଯ୍ୟନ୍ତ ଏହି ଦୁର୍ଗ ବନ୍ଦ ରହିଥିଲା।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂହ ପଟେଲ୍‌ ବୁଧବାର ଦିନ ଲାଲ୍‌ କିଲ୍ଲା ଗସ୍ତରେ ଯାଇ ଅବସ୍ଥାର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ସେ ‘ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’କୁ କହିଛନ୍ତି।

ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋଚିତ୍ର ଏବଂ ଭିଡିଓରେ ଦେଖାଯାଉଛି ଯେ, ଲାଲ୍‌ କିଲ୍ଲା ପରିସରସ୍ଥ ‘ମେଟାଲ୍‌ ଡିଟେକ୍ଟର୍‌ ଗେଟ୍‌’ ଏବଂ ଟିକେଟ୍‌ କାଉଣ୍ଟର୍‌ ସମେତ ଅନେକ କିଛି ଭାଙ୍ଗିରୁଜି ଯାଇଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ସମୁଦାୟ ୧୭୩ଟି ସ୍ମାରକୀ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’ ଦାୟିତ୍ୱରେ ରହିଛି। ସେଥିରୁ ଲାଲ୍‌ କିଲ୍ଲା, ହୁମାୟୁନ୍‌ଙ୍କ ସମାଧି ଏବଂ କୁତବ୍‌ ମୀନାର ‘ୟୁନେସ୍କୋ’ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଛନ୍ତି।

from Kanak News
via <a href="https://ifttt.com/?

ଫ୍ରାନ୍ସରୁ ଆସିଲା ଆଉ ୩ ରାଫେଲ ବିମାନ : ନନଷ୍ଟପ୍ ଉଡ଼ାଣ କରି ଗୁଜୁରାଟ ଜାମନଗରରେ କଲା ଅବତରଣ; ଏଯାଏଁ ଭାରତକୁ ଆସିସାରିଲାଣି ୧୧ଟି ରାଫେଲ

କନକ ବ୍ୟୁରୋ : ଭାରତରେ ପହଂଚିଛି ଆଉ ୩ଟି ରାଫେଲ ବିମାନ  । ଫ୍ରାନ୍ସରୁ ବାହାରି ବୁଧବାର ସଂଧ୍ୟାରେ ଏହି ୩ଟି ବିମାନ ଗୁଜୁରାଟ ଜାମନଗରରେ ପହଂଚିଛି  । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିଥିଲା ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ୟୁଏଇର ଏୟାରବସ୍ ଏମଆରଟିଟି ଟ୍ୟାଙ୍କର ଜରିଆ ଆକାଶରେ ହିଁ ଇନ୍ଧନ ଭରାଯାଇଥିଲା । ଏବେ ଭାରତରେ ମୋଟ୍ ୧୧ଟି ରାଫେଲ ବିମାନ ପହଂଚିଛି  ।

୨୦୧୬ରେ ଫ୍ରାନ୍ସ ସହିତ ୩୬ଟି ରାଫେଲ ବିମାନ ନେଇ ୫୯ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରାଫେଲ ମିଳିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ରାଫେଲ ଭାରତକୁ ମିଳିଥିଲା । ଏହା ପରେ ମାର୍ଚ୍ଚ ଓ ଏପ୍ରିଲ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ । ଆସନ୍ତାବର୍ଷ ଶେଷ ସୁଦ୍ଧା ଭାରତକୁ ୩୬ଟି ଯାକ ରାଫେଲ ବିମାନ ଆସିବାର ଲକ୍ଷ୍ୟ ରହିଛି  ।

from Kanak News
via <a href="https://ifttt.com/?

ଫେବ୍ରୁଆରୀ ପାଇଁ କ’ଣ ହେବ କୋହଳ ? ଗାଇଡଲାଇନ୍ସ ଜାରି । ସୁଇମିଂ ପୁଲ୍, ସମାବେଶ ପାଇଁ ବଦଳିବ ଏସଓପି 

କନକ ବ୍ୟୁରୋ : ଗୃହ ମନ୍ତ୍ରାଳୟ ବୁଧବାର ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର୍ଯ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଦେଶାବଳୀଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣ ରୋକିବାରେ ଦେଶ ହାସଲ କରିଥିବା ସଫଳତାକୁ ଆହୁରି ମଜବୁତ କରିବା । ଏବେ କରୋନା କଟକଣା ପାଇଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଗକୁ ମଧ୍ୟ ସତର୍କ ରହି ଏବଂ କଟକଣା ମାନି ଚଳିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନରେ ରଖି କଣ୍ଟେନମେଣ୍ଟ ଜୋନଗୁଡିକ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ପୃଥକ କରାଯିବ । ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଗାଇଡଲାଇନ କଠୋର ଭାବରେ ପାଳନ କରାଯିବ। ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ଜୋନରେ କଟକଣା କଡାକଡି ଭାବରେ ପାଳନ କରାଯାଉଛି କି ନାହିଁ ତାହା ସ୍ଥାନୀୟ ଜିଲ୍ଲା, ପୁଲିସ ଏବଂ ପୌରପାଳିକା କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଏହା ସହ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବେ।

ତେବେ କଣ୍ଟେନମେଣ୍ଟ ଜୋନ୍ ବାଦ୍ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାମ ଏସଓପି ଅନୁଯାୟୀ ଜାରି ରହିବ । ତା’ ସହ ସିନେମା ହଲ୍, ଥିଏଟର ପାଇଁ ପୂର୍ବରୁ ଜାରି କରାଯାଇଥିବା ଏସଓପିରେ ପରିବର୍ତ୍ତନ ଅଣାଯାଇ ନୂଆ ଏସଓପି ଜାରି କରାଯିବ ବୋଲି କୁହାଯାଇଛି । ପୂର୍ବରୁ ସିନେମା ହଲ୍ ଏବଂ ଥିଏଟରରେ ୫୦% ବସିବା କ୍ଷମତା ପାଇଁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ବସିବା କ୍ଷମତା ବଢ଼ାଇବା ପାଇଁ ଅନୁମତି ଦିଆଯିବ। ଏନେଇ ଗୃହ ମନ୍ତ୍ରାଳୟର ପରାମର୍ଶ ନେଇ ନୂଆ ଏସଓପି ଜାରି କରିବ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ।

ପୂର୍ବରୁ କ୍ରୀଡା ବ୍ୟକ୍ତିବିଶେଷଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲକୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ସମସ୍ତଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲକୁ ଅନୁମତି ଦିଆଯିବ, ଯେଉଁଥିପାଇଁ ଗୃହ ମନ୍ତ୍ରାଳୟ ସହିତ ପରାମର୍ଶ କରି ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଏକ ସଂଶୋଧିତ ଏସଓପି ପ୍ରଦାନ କରିବ। ସେହିପରି ସମସ୍ତ ପ୍ରକାରର ପ୍ରଦର୍ଶନୀ ହଲ୍ ମଧ୍ୟ ଗୃହ ମନ୍ତ୍ରାଳୟର ନିୟମ ଅନୁଯାୟୀ ଖୋଲିପାରିବ । ବିଜିନେସ୍ ଟୁ ବିଜିନେସ୍ (ବିଟୁବି) ପ୍ରଦର୍ଶନୀ ହଲ୍ ଗୁଡିକୁ ପୂର୍ବରୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ସମସ୍ତ ପ୍ରକାର ପ୍ରଦର୍ଶନୀ ହଲକୁ ଅନୁମତି ଦିଆଯିବ, ଯେଉଁଥିପାଇଁ ବାଣିଜ୍ୟ ବିଭାଗ ଗୃହ ମନ୍ତ୍ରାଳୟ ସହିତ ପରାମର୍ଶ କରି ଏକ ସଂଶୋଧିତ ଏସଓପି ଜାରି କରିବ।

ଆନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ବିମାନ ସଂଖ୍ୟା ବଢ଼ାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୃହର ମନ୍ତ୍ରାଳୟ ସହିତ ପରାମର୍ଶ କରି ନିଷ୍ପତ୍ତି ନେବ। ଅନ୍ୟପଟେ ରାଜ୍ୟ-ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରେ ସମସ୍ତ ପ୍ରକାରର ଯାତାୟତକୁ କଟକଣାମୁକ୍ତ କରାଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ବି ଗାଇଡଲାଇନକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

from Kanak News
via <a href="https://ifttt.com/?

କୋରାପୁଟରେ ମିଳିଲା ଭୁବନେଶ୍ୱର ଗାଡ଼ି ଡ୍ରାଇଭରଙ୍କ ମୃତଦେହ : ୩ ଦିନ ତଳେ ଯାତ୍ରୀ ଧରି ଯାଇଥିଲେ କୋରାପୁଟ

କନକ ବ୍ୟୁରୋ : ଭୁବନେଶ୍ୱରରୁ କୋରାପୁଟ ଯାତ୍ରୀ ନେଇ ଯାଇଥିବା ଗାଡ଼ି ଚାଳକଙ୍କ ମୃତଦେହ ଉଦ୍ଧାର  । ଏହାସହ ସେ ନେଇ ଯାଇଥିବା ଗାଡ଼ି ଗାଏବ । ଜୟପୁର-ବୋରିଗୁମ୍ମା-କୋରାପୁଟ ରାଜ୍ୟ ରାଜପଥର ଛାତରଲା ନିକଟରେ ଜମିକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଭୁବନେଶ୍ୱରର ସୁଧୀର ସାହୁ ଓ ସେ ଜଣେ ଗାଡ଼ି ଚାଳକ ବୋଲି ଜଣାପଡ଼ିଛି  । ତିନି ଦିନ ତଳେ ସେ ଭୁବନେଶ୍ୱରରୁ କୋରାପୁଟକୁ ୨ ଜଣ ଯାତ୍ରୀଙ୍କୁ ଛାଡ଼ିବାକୁ ଆସିଥିଲେ  ।

ହେଲେ ଏହାପରେ ତାଙ୍କ ଫୋନ ସୁଇଚ୍ ଅଫ୍ ଦେଖାଇବାରୁ ଓ କୌଣସି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ ଜିପିଆରଏସ୍ ସହାୟତାରେ ତାଙ୍କ ଲୋକେସନ ବୋରିଗୁମ୍ମାରେ ଥିବା ଟ୍ରାକ କରିଥିଲା ପୁଲିସ୍ । ତାଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି ଏନେଇ ତଦନ୍ତ କରୁଛି ବୋରିଗୁମ୍ମା ପୁଲିସ୍  । ସାଇଂଟିଫିକ ଟିମ ମଧ୍ୟ ପହଂଚି ତଦନ୍ତ ଚଳାଇଛି  ।

from Kanak News
via <a href="https://ifttt.com/?

ଦିଲ୍ଲୀ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନକୁ ଲାଗିଲା ଝଟକା : ଫେବ୍ରୁଆରୀ ୧ରେ ସଂସଦ ମାର୍ଚ୍ଚ ବାତିଲ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଫେବ୍ରୁଆରୀ ୧ରେ ସଂସଦ ମାର୍ଚ୍ଚ ବାତିଲ କରିଛନ୍ତି ଆନ୍ଦୋଳନକାରୀ  । ତେବେ ଜାନୁଆରୀ  ୩୦ରେ ଅନଶନ କରିବେ ବୋଲି କହିଛନ୍ତି ଚାଷୀ  । ସେପଟେ ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛି । ସମ୍ୟୁକ୍ତ କିଷାନ ମୋର୍ଚ୍ଚା ନାମକ ଏକ ସଂଗଠନ ବୈଠକ କରି କହିଛି, ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଥିବା ସଂଗଠନ ଠାରୁ ଆମେ ଦୂରେଇ ରହିବୁ । ଘଟଣାରେ ୨୨ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨ଶହରୁ ଅଧିକ ଜଣଙ୍କୁ ପୁଲିସ ଅଟକ ରଖିଛି । ଏବଂ ୩ଶହରୁ ଉର୍ଦ୍ଧ୍ବ ଲୋକ ଏହି ହିଂସାକାଣ୍ଡରେ ଆହତ ହୋଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started