ଟିକା ନେଲେ ରେଷ୍ଟୁରାଣ୍ଟରେ ମିଳିବ ଭାରି ରିହାତି, ଜାଣନ୍ତୁ କେଉଁଠି

କରୋନା ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଛି | ଏଠାକାର ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଛନ୍ତି | ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଛି | ସଂଯୁକ୍ତ ଆରବ ଏମିରେଟ୍ସରେ ଏକ କୋଟି ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ ୨୫ ଲକ୍ଷ ଲୋକଙ୍କୁ ପ୍ରଥମ ଟିକା ଦିଆଯାଇଛି |

ଆଉ ଦୁବାଇର ରେଷ୍ଟୁରାଣ୍ଟମାନେ ଏବେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଉପରେ ରିହାତି ଦେବାରେ ଲାଗିଛନ୍ତି | ପ୍ରଥମ ଟିକା ନେବା ପରେ ୧୦ ପ୍ରତିଶତ ଓ ଦ୍ଵିତୀୟ ଟିକା ନେବା ପରେ ୨୦ ପ୍ରତିଶତ ରିହାତି ଦିଆଯାଉଛି |

ସୋସିଆଲ ମିଡିଆରେ ଏହି ପଦକ୍ଷେପକୁ ଅନେକ ଲୋକ ସ୍ୱାଗତ କରିଛନ୍ତି | ସୂଚନା ଥାଉ କି ଦୁବାଇ ସମେତ ସାତୋଟି ଏମିରେଟ୍ସକୁ ନେଇ ଗଠିତ ୟୁଏଇ ଡିସେମ୍ବରରୁ ଏକ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୟୁଏଇ ଚାଇନିଜ୍ କମ୍ପାନୀ ସିନୋଫାରମ୍, ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଏବଂ ଜର୍ମାନ ଟିକା ବାଓଣ୍ଟେକ୍ ଟିକା ବ୍ୟବହାରକୁ ଅନୁମୋଦନ କରିଛି।

from Kanak News
via <a href="https://ifttt.com/?

ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ

ଗତ ବର୍ଷ ଚୀନ ଆପ ଉପରେ ଭାରତ ସରକାର ଲଗାଇଥିବା ନିଷେଧାଜ୍ଞାକୁ ଚୀନ ସରକାର ବିରୋଧ କରିଛନ୍ତି । ଏହା ବିଶ୍ବ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଙ୍ଘନ ବୋଲି ଚୀନ କହିଛି । ଭାରତର ଏହି ନିଷ୍ପତ୍ତି ଚୀନ କମ୍ପାନିମାନଙ୍କୁ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଚୀନ କହିଛି

ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସର ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ସରକାର ତୁରନ୍ତ ଏହି ପକ୍ଷପାତିତାପୂର୍ଣ୍ଣ ନିଷ୍ପତ୍ତିକୁ ବଦଳାଇ ଦ୍ପିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ ହେବାରୁ ରକ୍ଷା କରନ୍ତୁ ।

ସୀମାରେ ଚୀନ ସହ ବିବାଦ ପରେ ଭାରତ ସରକାର ଗତ ବର୍ଷ ଜୁନ ୨୯ରେ ଚୀନର ୫୯ଟି ମୋବାଇଲ ଆପ କମ୍ପାନିକୁ ନିଷିଦ୍ଧ କରିଦେଇଥିଲେ । ଏସବୁ ଆପଗୁଡ଼ିକୁ ସ୍ଥାୟୀ ଭାବେ ନିଷିଦ୍ଧ କରିବାକୁ ଭାରତ ସରକାର ନିକଟରେ ନିଷ୍ପତ୍ତି ନେଇଛନ୍ତି । ଏସବୁ ସଂଦିଗ୍ଧ ଚୀନ ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର,ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, । ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ ।  ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ଲାଲକିଲ୍ଲା ହିଂସା ପରେ ବିବାଦରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ପ୍ରଧାନମନ୍ତ୍ରୀ ଓ ଶାହଙ୍କ ସହ ଫଟୋ ଭାଇରାଲ । କୃଷକ ମାନଙ୍କୁ ଉସୁକାଇବା ନେଇ ଆସିଲା ଅଭିଯୋଗ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦ ଘେରକୁ ଆସିଯାଇଛନ୍ତି ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ସେ କୃଷକଙ୍କ ଭିଡକୁ ଲାଲକିଲ୍ଲୀ ଆଡକୁ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଆଉ ପ୍ରତିବାଦକାରୀ ଲାଲକିଲ୍ଲାରେ ପହଂଚିବା ପରେ ହିଁ ବ୍ୟାପିଥିଲା ହିଂସା । ଏପରିକି ଲାଲକିଲ୍ଲାରେ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିବା ନେଇ ମଧ୍ୟ ତାଙ୍କ ନାଁ ଉଠିଛି । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି । ଲାଲକିଲ୍ଲାରେ ଅଭାବନୀୟ ଘଟଣା ପରେ ବିବାଦରେ ପଡିଥିବା ଦୀପ୍ ସିଦ୍ଧୁ ସଫେଇ ଦେଇଛନ୍ତି ।

ଦୀପ୍ ସିଦ୍ଧୁ ସେତେବେଳେ ଚର୍ଚ୍ଚାରେ ଆସିଥିଲେ, ଯେତେବେଳେ ୨୦୧୯ରେ ବିଜେପି ଟିକେଟରେ ପଂଜାବ ଗୁରଦାସପୁରରୁ ନିର୍ବାଚନ ଲଢୁଥିବା ସନ୍ନି ଦେଓଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ପରେ ପରେ ତାଙ୍କ ସହ ଆଉ କୌଣସି ସମ୍ପର୍କ ରଖିନଥିଲେ ସନ୍ନି ଦେଓଲ । ଏନେଇ ପୂର୍ବରୁ ମଧ୍ୟ ଟ୍ୱିଟ କରି ସଫେଇ ରଖିଥିଲେ । ଏବେ ପୁଣି ଥରେ ଟ୍ୱିଟ କରି ଦୀପ ସିଦ୍ଧୁ କିଏ ସେ ତାଙ୍କୁ ଜାଣି ନାହାନ୍ତି ବୋଲି ଲେଖିଛନ୍ତି ସନ୍ନି ଦେଓଲ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏକାଧିକ ନଜର ଆସିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ସେପଟେ ଦୀପ୍ ସିଦ୍ଧୁ ବିଜେପିର ଏବଂ ସେ ଜାଣିଶୁଣି ଏପରି କାଣ୍ଡ ଭିଆଇଥିବା ଚାଷୀ ନେତା ରାକେଶ ଟିକାୟତ ଅଭିଯୋଗ କରିଛନ୍ତି ।

ଦୀପ ସିଦ୍ଧୁ କିଏ?
– ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ୩୬ବର୍ଷୀୟ ଦୀପ ସିଦ୍ଧୁ
– ୨୦୧୫ରେ ତାଙ୍କ ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା ‘ରମତା ଯୋଗୀ’
– ୨୦୧୮ରେ ପଞ୍ଜାବୀ ଫିଲ୍ମରେ ନେଗେଟିଭ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ
-ମଡେଲ, ଆଇନଜୀବୀ, କ୍ୟାମ୍ପେନ ମ୍ୟାନେଜର ଓ ସାମାଜିକ କର୍ମୀ
– ୨୦୧୯ରେ ଅଭିନେତା ସନ୍ନି ଦେୱଲଙ୍କ ସହ ମିଶି ଗୁରୁଦାସପୁରରେ ନିର୍ବାଚନ ପ୍ରଚାର କରିଥିଲେ

from Kanak News
via <a href="https://ifttt.com/?

୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା 

କନକ ବ୍ୟୁରୋ: ମୁକୁଳିଲେ ଶଶିକଳା । ପ୍ରାୟ ୪ବର୍ଷ ପରେ ଆଜି ଜେଲରୁ ମୁକଳିଲେ ଏଆଇଏମଡିଏମକେର ପୂର୍ବତନ ନେତ୍ରୀ ଶଶିକଳା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବେଙ୍ଗାଲୁରରେ ଏକ ଜେଲରେ ସଜା କାଟୁଥିଲେ ଶଶିକଳା ।  ଜାନୁଆରୀ ୨୦ରେ ଶଶିକଳା କୋଭିଡରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହସପିଟାଲ ବାହାରେ ଆଜି ଶଶିକଳାଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ

କନକ ବ୍ୟୁରୋ: ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିବ ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ହିଁ ଇନ୍ଧନ ଭରିବ ଏହି ଲଢୁଆ ବିମାନ । ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିବ । ୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରଫେଲ ମିଳିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ରାଫେଲ ଭାରତକୁ ମିଳିଥିଲା । ଏହାପରେ ମାର୍ଚ୍ଚ ଓ ଏପ୍ରିଲ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ ।

from Kanak News
via <a href="https://ifttt.com/?

କୋରାପୁଟ ପୋଲିସକୁ ବଡ ସଫଳତା । ଧରା ପଡିଲେ ବାଇକ୍ ଚୋରୀ ଗ୍ୟାଙ୍ଗ୍, ୯ବାଇକ୍ ଜବତ

କୋରାପୁଟ ଟାଉନ ପୁଲିସ ହାତରେ ଧରା ପଡିଛନ୍ତି ଏକ ବାଇକ ଚୋରୀ କରୁଥିବା ବଡ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଓ ୫ ଜଣ ସାବାଳକ ରହିଛନ୍ତି । ସେମାନଙ୍କଠାରୁ ୯ଟି ବାଇକ ଜବତ କରାଯାଇଥିବାବେଳେ ସିଡିଆର ଯାଞ୍ଚ କରାଯାଉଛି । ସେମାନେ ହେଲେ କୋରାପୁଟ ତଳମାଙ୍ଗାରା ଗାଁର ଗୋବିନ୍ଦ ଟାକିରି, ଜୟପୁର ଢେପଗୁଡାର ରୋହିତ ମହାନନ୍ଦିଆ, ବୈପାରିଗୁଡାର ଲିଙ୍ଗରାଜ ବିଷୋୟୀ, କୁନ୍ଦୁରା ବାଗଦେରୀ ଗାଁର କୃଷ୍ଣ ହରିଜନ  ଓ ଜମଗୁଡା ଗାଁର କୁନୁ ଖରା ।

ପୁଲିସ ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଦୁଇ ଜଣ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଇଛି । ସବୁଠୁ ବଡ କଥା ହେଲା ନାବାଳକ ହେବାର ସୁଯୋଗ ନେଇ ଦୁଇ ନାବାଳକ ବହୁ ଗାଡି ଲୁଟିଛନ୍ତି । ଏହି ଦୁଇ ନାବାଳକଙ୍କ ନାମରେ ୭ରୁ ୮ଟି ମାମଲା ରହିଥିବାବେଳେ ସହଜେ ବେଲ୍ ମିଳିଯାଉଥିବାରୁ ଖସି ଆସି ପୁଣି ଗାଡି ଲୁଟ୍ କାମ କରୁଥିଲେ । ଲୁଟ ଗାଡି ନବରଙ୍ଗପୁର, ରାୟଗଡା, ଜଗଦ୍ଦଲପୁର ଓ ଆନ୍ଧ୍ରାରେ ବିକ୍ରି କରାଯାଉଥିଲା । ଏନେଇ ଆଜି କୋରାପୁଟ ଆଇଆଇସି ଧୀରେନ ପଟ୍ଟାନାୟକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ଦୁଇଦିନ ତଳେ କୋରାପୁଟ ସହରର ଗାନ୍ଧି ନଗର, ଟିକିରା ସାହି ଅଞ୍ଚଳରୁ ୩ଟି ବାଇକ ଚୋରୀ ହୋଇଥିବାନେଇ ଥାନାରେ ମାମଲା ହୋଇଥିଲା । ଏହାକୁ ଭିତ୍ତି କରି ତିନୋଟି ପୃଥକ ପୃଥକ ମାମଲା ଟାଉନ ଥାନାରେ ହୋଇଥିଲା । ଏହାକୁ ନେଇ ଏସପି ଏକ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲା । ଏହି ଟିମ୍ ତନାଘନା କରିବା ପରେ କୋରାପୁଟ ଅଞ୍ଚଳରେ ଜଗ (ଛଦ୍ମନାମ) ଚୋରାଗାଡି ବିକ୍ରି କରିବାକୁ ଗରାଖ ଖୋଜୁଥିଲା ।

ଏହି ସମୟରେ ପୁଲିସ ତାକୁ ମାଡି ବସିଥିଲା । ଏହାପରେ ତାକୁ ପଚରାଉଚରା କରିବାପରେ ଅନ୍ୟ ଜଣେ ନାବଳକ ସହଯୋଗୀ ରବି(ଛଦ୍ମନାମ)ର ନା କହିଥିଲା । ଏହାପରେ ପୁଲିସ ତାଙ୍କୁ ପଚରାଉଚରା କରିବା ପରେ ୫ଜଣଙ୍କର ନାମ ବାହାରିଥିଲା । ସେମାନଙ୍କଠାରୁ ୫ଟି ଆପାଚି ଓ ୪ଟି ପଲସର ଜବତ କରାଯାଇଛି । ପୁଲିସ ଏହି ଗାଡି ମଧ୍ୟରୁ ୨ଟି ଗାଡି ରାୟଗଡାରୁ, ଗୋଟିଏ ଗାଡି ନବରଙ୍ଗପୁରରୁ, ସାଲୁରରୁ ଗୋଟିଏ, କୋରାପୁଟରୁ ୩ଟି ଜଗଦ୍ଦଲପୁରରୁ ଗୋଟିଏ ଓ ମାଲକାନଗିରିରୁ ଗୋଟିଏ ଗାଡି ଜବତ କରାଯାଇଛି ।

ତେବେ ୫ ଜଣ ସାବାଳକଙ୍କ ମଧ୍ୟରୁ ଅତି ଚତୁର ରହିଥିଲେ ଦୁଇ ନାବାଳକ ଜଗ ଓ ରବି । ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରିବା ପରେ ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ ଅଞ୍ଚଳରେ ରଖୁଥିଲେ ଏହି ଚୋରାଗାଡି । ସେଠାରୁ ଗାଡି ଦେବାକୁ କହି ଅନଲାଇନରେ ସେମାନେ ବିକ୍ରି କରୁଥିଲେ । ସେଥିରୁ ଯାହା ମିଳୁଥିଲା ଭାଗବଣ୍ଟା କରି ବେପାର ଚାଲୁଥିବା ଜଣାପଡିଛି ।

from Kanak News
via <a href="https://ifttt.com/?

ରାଜଧାନୀ ଦିଲ୍ଲୀ ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ ଚାଷୀ ଆନ୍ଦୋଳନକୁ ଝଟକା । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରିଲେ

କନକ ବ୍ୟୁରୋ:  ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ନାମକ ଏକ ସଂଗଠନ ବୈଠକ କରି କହିଛି, ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଥିବା ସଂଗଠନ ଠାରୁ ଆମେ ଦୂରେଇ ରହିବୁ । ଅନ୍ୟପଟେ ଏହି ଘଟଣାରେ ୨୨ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨ଶହରୁ ଅଧିକ ଜଣଙ୍କୁ ପୁଲିସ ଅଟକ ରଖିଛିା ଏବଂ ୩ଶହରୁ ଉର୍ଦ୍ଧ ଲୋକ ଏହି ହିଂସାକାଣ୍ଡରେ ଆହତ ହୋଇଛନ୍ତି ।

ଆନ୍ଦୋଳନ ଆଳରେ ଅରାଜକତାର ଏଭଳି ଚିତ୍ର ଯଦି ସାମ୍ନାକୁ ଆସିବ, ତେବେ ଆନ୍ଦୋଳନର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ନେଇ ଯେକେହି ବି ସନ୍ଦେହ କରିବ । ଆଉ ଏହି ସହେନ୍ଦ କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ରହିନାହିଁ, ଆନ୍ଦୋଳନ କରୁଥିବା କିଛି କୃଷକ ସଂଗଠନ ବି ଏହାକୁ ନେଇ ସନ୍ଦେହ କରୁଛନ୍ତି । ହୁଏତ, ସେଇଥି ପାଇଁ, ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନରୁ ଓହରି ଯାଇଛି ଭାରତୀୟ କିଷାନ ୟୁନିୟନ ଏବଂ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ।

ଦେଶକୁ ଅପମାନିତ କରିବା ଏବଂ ଗଣତନ୍ତ୍ର ଦିବସକୁ ଅପମାନିତ କରିବାକୁ ଚାଷୀ ଆସିନଥିଲେ । କିନ୍ତୁ କିଛି ଲୋକଙ୍କ ଲକ୍ଷ୍ୟ ଭିନ୍ନ । ଏଭଳି କହି, ଆନ୍ଦୋଳନରୁ ଓହରି ଯାଇଛି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ । ସେହିପରି ଭାରତୀୟ କିଷାନ ୟୁନିୟନ ମଧ୍ୟ ଆନ୍ଦୋଳନରୁ ଓହରି ଯାଇଛି । ଆଉ ଏପଟେ ଦିଲ୍ଲୀ ହିଂସାକାଣ୍ଡ ପଛର ଚେହେରାକୁ ସାମ୍ନାକୁ ଆଣିବାକୁ ଆକ୍ସନ ମୋଡ଼ିକୁ ଆସି ଯାଇଛି ଦିଲ୍ଲୀ ପୁଲିସ୍ । ହିଂସାକାଣ୍ଡକୁ ନେଇ ୨୨ରୁ ଅଧିକ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଏଥିରେ ୨୦୦ରୁ ଅଧିକ ଜଣଙ୍କ ନାଁ ରହିଛି । ରାକେଶ ଟିକାୟତ, ବୁଟା ସିଂ ସମେତ ୬ଜଣ ବଡ଼ ବଡ଼ ଚାଷୀ ନେତାଙ୍କ ନାଁ ଏତଲାରେ ରହିଛି । ସୁରକ୍ଷା କାରଣରୁ ୫୫୦ ଟ୍ୱିଟର ଆକାଉଂଟ ସସପେଣ୍ଡ କରାଯାଇଛି । ହିଂସାକାଣ୍ଡରେ ୩ଶହ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ।

ଏପଟେ ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଆରମ୍ଭହୋଇଛି ରାଜନୈତିକ ବୟାନବାଜି । ବିଜେପି କହିଛି ଲାଲକିଲ୍ଲା ଘଟଣା ଆନ୍ଦୋଳନର ଅସଲ ମୁଖା ଖୋଲି ଦେଇଛି । କଂଗ୍ରେସ ପୁରା ଘଟଣା ପାଇଁ ଦିଲ୍ଲୀ ପୋଲିସକୁ ଦାୟୀ କରିଛି । ସେପଟେ ଆରଜେଡି ଏହାର ତଦନ୍ତ ସହ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯୋଜନା କଥା କହି କେନ୍ଦ୍ରକୁ ଘେରିବାକୁ ଉଦ୍ୟମ କରିଛି । ଏହି ଘଟଣା ପରେ ନିଜେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଲାଲକିଲ୍ଲାର କ୍ଷୟକ୍ଷତି ବୁଲି ଦେଖିବା ସହ ରିପୋର୍ଟ ମାଗିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଗୃହମନ୍ତ୍ରାଳୟକୁ ପଠାଇ ଏନେଇ ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏସବୁ ଭିତରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନର ରୁପ ରେଖ ଆଗକୁ କ’ଣ ହେବ ତାହା ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଉଥିବା ଚାଷୀ ସଂଗଠନ ହିଁ କହିପାରିବେ । ହେଲେ, ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ସାରାଦେଶରେ ଅନେକ ପ୍ରଶ୍ନ ଉଠୁଛି ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ ଅରାଜକତା ପରେ ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଲାଲକିଲ୍ଲା । ସଂସ୍କୃତି ମନ୍ତ୍ରୀଙ୍କ ସ୍ଥିତି ପରିଦର୍ଶନ ପରେ ବଢିଲା ସୁରକ୍ଷା

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଦିଲ୍ଲର ଛାତିରେ ଯାହା ଘଟଣା ଘଟିଲା ତାହା ସାରା ଦେଶ ଦେଖିଲା । କୃଷି ଆଇନକୁ ବିରୋଧ ନାଁରେ ଟ୍ରାକ୍ଟର ରାଲିରେ ସାମିଲ ହୋଇ ହଜାର ହଜାର ଚାଷୀ ଆଇନ ଭାଙ୍ଗିଲେ । ଏପରିକି ଲାଲ କିଲ୍ଲା ଉପରକୁ ଯାଇ ଶିଖ ଧର୍ମୀୟ ପତାକା ଲଗାଇଲେ । ଅନୁମତି ମିଳିଥିବା ରୁଟ ବଦଳରେ ଅନ୍ୟ ରୁଟ୍ରେ ଯାଇ ପହଂଚିଗଲେ ଲାଲକିଲ୍ଲା । ଆଉ ତା ପରେ ଯାହା ଘଟିଲା, ସାରା ଦେଶ ଦେଖିଲା । ଆଉ ଏହାପରେ ଲାଲକିଲ୍ଲାର କାର୍ଯ୍ୟାଳୟରେ ଧ୍ୱସଂଲୀଳା ରଚିଥିଲେ ପ୍ରତିବାଦକାରୀ । କମ୍ପୁଟର, ଆସବାବପତ୍ର ଯାହା ସାମ୍ନାରେ ଦେଖିଥିଲେ ତାକୁ ଭାଙ୍ଗି ଚୁରମାର କରିଦେଇଥିଲେ । ଟ୍ରାକ୍ଟର ରାଲି ପୂର୍ବରୁ ଶାନ୍ତି ଶୃଙ୍ଖଳାର କଥା କହୁଥିବା ଚାଷୀ ନେତା ଏବେ କହୁଛନ୍ତି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ।

ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ଟ୍ରାକ୍ଟର ରାଲିରେ ବାହାରି ଚାଷୀମାନେ ଯେଉଁ କାଣ୍ଡ ଭିଆଇଲେ ତାକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ଚାଷୀନେତା । କହିଛନ୍ତି ଚାଷୀଙ୍କୁ ଦିଲ୍ଲୀର ରାସ୍ତା ଜଣାନଥିଲା । ରିଂ ରୋଡରୁ ଫେରିବା ବଦଳରେ ସେମାନେ ଭୁଲବଶତଃ ଲାଲକିଲ୍ଲାକୁ ପଳାଇଥିଲେ । ତେବେ ଭୁଲ ରାସ୍ତାରେ ପଳାଇଥିବା ଚାଷୀ ସେଠାରେ ପହଂଚି ଏମିତି କାଣ୍ଡ ଭିଆଇଥିଲେ ।  ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀରେ ପ୍ରତିବାଦ ନାଁରେ ଏପରି ହିଂସାକୁ ସମାଲୋଚନା କରାଯାଇଛି ।

ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ସମେତ ସାରା ଦିଲ୍ଲୀରେ ଯେଉଁ ଅଭାବନୀୟ ଘଟଣା ଘଟିଲା ତାହା ଉପଦ୍ରବରୁ କମ ନଥିଲା । ପ୍ରତିବାଦର ଏପରି ଚିତ୍ର ଚାଷୀ ଆନ୍ଦୋଳନର ଭବିଷ୍ୟତ ଉପରେ ପ୍ରଶ୍ନ ଲଗାଇଛି ।

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକାରେ ମହାଦେବ-ମହାବୀରଙ୍କ ବାହୁବଳୀ ଭକ୍ତ । ମହାଦେବଙ୍କୁ କରୁଛନ୍ତି ଜଳଲାଗି । ନିଜକୁ କହୁଛନ୍ତି ମହାବୀରଙ୍କ ଭକ୍ତ । ଦେଖନ୍ତୁ ଭିଡିଓ…

ବିଶ୍ୱର ଅନେକ ଲୋକ ରହିଛନ୍ତି ଯେଉଁମାନେ ହିନ୍ଦୁ ଧର୍ମର ବେଶ ପ୍ରଶଂସକ । ଅନ୍ୟ ଧର୍ମର ହୋଇ ମଧ୍ୟ ସେମାନେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ତେବେ ଆଜି ଆମେ ସେହିଭଳି ଜଣେ ଲୋକଙ୍କ କଥା କହିବୁ, ଯିଏକି ଅନ୍ୟ ଧର୍ମ ଓ ଅନ୍ୟ ଦେଶର ହୋଇ ମଧ୍ୟ ହିନ୍ଦୁ ଧର୍ମର ଜଣେ ବହୁତ ବଡ ପ୍ରଶଂସକ । ସେ କେବଳ ପ୍ରଶଂସକ ନୁହନ୍ତି ସେ ନିଜ ଘରେ ମହାଦେବ ଓ ମହାବୀରଙ୍କୁ ପୂଜା ମଧ୍ୟ କରିଥାନ୍ତି । ସେ ହେଉଛନ୍ତି ସାଉଥ ଆଫ୍ରିକାର ଜଣେ ଜଣାଶୁଣା ବଡି ବିଲ୍ଡର ଜନ ଲୁକାସ । 

ହିନ୍ଦୁ ଧର୍ମରେ ବଡି ବିଲ୍ଡିଂ କରୁଥିବା ଲୋକ ସାଧାରଣତଃ ହନୁମାନଙ୍କୁ ବହୁତ ମାନିଥାନ୍ତି, ଆଉ ତାଙ୍କ ପୂଜା କରିଥାନ୍ତି । ହେଲେ ଜଣେ ଅନ୍ୟ ଦେଶ ଓ ଅନ୍ୟ ଧର୍ମର ବଡି ବିଲ୍ଡର ହନୁମାନଙ୍କୁ ପୂଜା କରିବା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦେଖନ୍ତୁ ଏହି ଫଟୋକୁ ଜନ ଲୁକାସ କେତେବେଳେ ମହାଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତ କେତେବେଳେ ମହାବୀରଙ୍କ ଫଟୋ ସାମ୍ନାରେ ପୋଜ ଦେଉଛନ୍ତି । 

ଜନ ଲୁକା ତାଙ୍କ ବାହୁରେ ମହାଦେବଙ୍କ ଟାଟୁ ମଧ୍ୟ କରିଛନ୍ତି । ସେ କହନ୍ତି ଯେ ଭାରତ ତାଙ୍କର ଦ୍ୱିତୀୟ ଘର । ଭଗବାନ ହନୁମାନ ଓ ମହାଦେବଙ୍କ ଉପରେ ତାଙ୍କର ଅନେକ ବିଶ୍ୱାସ ରହିଛି । ମୁଁ ତାଙ୍କ ଆଶୀର୍ବାଦ ନେଇକି ସବୁବେଳେ ଆଗକୁ ବଢିଥାଏ ।   

ଜନ ଲୁକାସ କେବଳ ଜଣେ ବଡିବିଲ୍ଡର ନୁହେଁ ସେ ଜଣେ ଅଭିନେତା ମଧ୍ୟ । ଅନେକ ଭାରତୀୟ ଫିଲ୍ମ ଓ ଗୀତରେ ସେ ଅଭିନୟ କରିଛନ୍ତି । ଏହାସହ ଜନ ଲୁକାସ ଗୋଟେ ସ୍ପୋର୍ଟସ ନ୍ୟିଟ୍ରସନର ବ୍ରାଣ୍ଡ ଆମ୍ବାସାଡାର ମଧ୍ୟ । ନିକଟରେ ନିଜ କମ୍ପାନୀର ପ୍ରମୋସନ ପାଇଁ ଭାରତକୁ ଆସିଥିବା ବେଳେ ମହାଦେବଙ୍କ ପୂଜା କରିଥିଲେ ଜନ ଲୁକାସ । ଏହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । 

ଜଣେ ଅନ୍ୟ ଧର୍ମର ହୋଇ ମଧ୍ୟ ସେ ହିନ୍ଦୁ ଧର୍ମ ପ୍ରତି ବେଶ ଆକର୍ଷିତ । ହିନ୍ଦୁ ଧର୍ମକୁ ଲୁକାସ ଯେତିକି ସମ୍ମାନ ଦିଅନ୍ତି ଠିକ ସେତିକି ନିଜ ଧର୍ମକୁ ମଧ୍ୟ ଦେଇଥାନ୍ତି । ଲୁକାସ ନିଜ ହାତରେ ମହାଦେବଙ୍କ ଟାଟୁ ସହ ପ୍ରଭୁ ଯିଶୁଙ୍କ ଟାଟୁ ମଧ୍ୟ କରିଛନ୍ତି । ଯାହାକି ତାଙ୍କ ନିଜ ଧର୍ମ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଦର୍ଶାଉଛି ।  

from Kanak News
via <a href="https://ifttt.com/?

ନିଦହାସ ଟ୍ରଫିର ହିରୋ ଦିନେଶ କାର୍ତ୍ତିକ । ଭାରତକୁ ଦେଇଥିଲେ ଚମତ୍କାର ବିଜୟ । ଏହାସହ ସମାଲୋଚନାରୁ ବଞ୍ଚାଇଥିଲେ ରୋହିତ ଶର୍ମାଙ୍କୁ । ଜାଣନ୍ତୁ କେମିତି? 

କନକ ବ୍ୟୁରୋ: ୨୦୧୮ ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ । ଏହା ଏଭଳି ଏକ ମ୍ୟାଚ ଯାହାକୁ କେବେ ବି ଭୁଲି ପାରିବେନି ଲୋକେ । ଏହି ମ୍ୟାଚର ହିରୋ ଥିଲେ ଦିନେଶ କାର୍ତ୍ତିକ । କାର୍ତ୍ତିକ ଏହି ମ୍ୟାଚରେ ଏକ ଅବିଶ୍ୱସନୀୟ ପାଳି ଖେଳିଥିଲେ । ଫଳରେ ଏହି ମ୍ୟାଚରେ ବାଂଲାଦେଶକୁ ଚିତପତାଙ୍ଗ କରିଦେଇଥିଲା ଟିମ ଇଣ୍ଡିଆ । ଶେଷ ମୂର୍ତ୍ତରେ ଆସି କାର୍ତ୍ତିକ ଭାରତକୁ ଯେଉଁ ବିଜୟ ଦେଇଥିଲେ ତାହା ଥିଲା ଖୁବ ରୋମାଞ୍ଚକର । ତେବେ ଏହି ମ୍ୟାଚ ପଛରେ ମଧ୍ୟ ରହିଛି ଆଉ ଏକ କାହାଣୀ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କୁ ସମାଲୋଚନାର ଶିକାର ହେବାରୁ ବଞ୍ଚାଇ ଦେଇଥିଲେ ।ର୍ତ୍ତିକ । ଆସନ୍ତୁ ଜାଣିବା କେମିତି ?

ଶ୍ରୀଲଙ୍କରେ ଚାଲି ଥାଏ ୨୦୧୮ ନିଦହାସ ଟ୍ରଫି । ଏହି ଟ୍ରଫିର ଫାଇନାଲ ମ୍ୟାଚ ଖେଳୁଥାନ୍ତି ଭାରତ ଓ ବାଂଲାଦେଶ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ପ୍ରଥମେ ବ୍ୟାଟିଂ ଆସିଥିଲା ବାଂଲାଦେଶ । ବାଂଲାଦେଶ ପକ୍ଷରୁ ସବିର ରହମାନ ଚମତ୍କାର ବ୍ୟାଟିଂ କରିଥିଲେ । ୫୦ ବଲରୁ ସବିର ୭ଟି ଚୌକା ଓ ୪ଟି ଚୌକା ବଳରେ ୭୭ ରନ କରିଥିଲେ । ହେଲେ ଅନ୍ୟ କେହି ବି ଭଲ ପ୍ରଦର୍ଶନ କରିପାରିନଥିଲେ । ଫଳରେ ବାଂଲାଦେଶ ୨୦ ଓଭରରେ ୧୬୬ ରନ କରିଥିଲା ।

ଏତେ କମ ରନରେ ବି ବାଂଲାଦେଶ ଭାରତର ନିଦ ହଜାଇ ଦେଇଥିଲା । ବାଂଲାଦେଶ ବୋଲରମାନେ ଏହି ମ୍ୟାଚକୁ ଶେଷ ଯାଏଁ ନେଇଯାଇଥିଲେ । ସମସ୍ତେ ଭାବିନେଇଥିଲେ ଏହି ମ୍ୟାଚରେ ବାଂଲାଦେଶ ହିଁ ଜିତିବ । ମ୍ୟାଚକୁ ନେଇ ବାଂଲାଦେଶ ଖେଳାଳିମାନେ ଅଧିକ ଉତ୍ସାହିତ ହୋଇଯାଇଥିଲେ । ଏହି ମ୍ୟାଚ ଏଭଳି ପରିସ୍ଥିତିରେ ପହଞ୍ଚିଥିଲା ଯେ କିଛି ସମୟ ପାଇଁ ସମସ୍ତଙ୍କ ହାର୍ଟ ବିଟ ଅଟକି ଯାଇଥିଲା । 

୧୬୭ ରନର ଟାର୍ଗେଟ ନେଇ ଭାରତ ମୈଦାନକୁ ଓହ୍ଲାଇଥିଲା । ରୋହିତ ଶର୍ମା ଏହି ମ୍ୟାଚରେ ୫୬ ରନର ପାଳି ଖେଳି ପାଭିଲିୟନ ଫେରିଯାଇଥିଲେ । ଏହାପରେ କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ମାତ୍ର ୨ ଓଭରରେ ଭାରତକୁ ଦରକାର ଥାଏ ୩୪ ରନ । ଏହି ସମୟରେ ଆସିଥିଲେ ଦିନେଶ କାର୍ତ୍ତିକ ଆଉ ଦିନେଶ ମାତ୍ର ୮ଟି ବଲରେ ୨ଟି ଚୌକା ଓ ୩ଟି ଛକା ବଳରେ ୨୯ ରନ କରି ଭାରତକୁ ବିଜୟୀ କରାଇଥିଲେ । ଯଦି ଦିନେଶ ଏହି ମ୍ୟାଚରେ ୪ ନମ୍ବରରେ ଆସିଥାନ୍ତେ ତେବେ ଭାରତକୁ ଏହି ମ୍ୟାଚ ଜିତିବାକୁ ଏତେ ସଂଘର୍ଷ କରିବାକୁ ପଡିନଥାନ୍ତା । ଏହି ମ୍ୟାଚରେ ଦିନେଶଙ୍କ ବଦଳରେ ୪ ନମ୍ବରରେ ବିଜୟ ଶଙ୍କରଙ୍କୁ ଛାଡିଥିଲେ ଅଧିନାୟକ ରୋହିତ ଶର୍ମା । ଯଦି ଏହି ମ୍ୟାଚରେ ଭାରତ ପରାଜିତ ହୋଇଥାନ୍ତା ତେବେ ଏହି ନିଷ୍ପତ୍ତି ପାଇଁ ରୋହିତଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥାନ୍ତା । ହେଲେ ଦିନେଶ କାର୍ତ୍ତିକ ଏଭଳି କରିବାକୁ ଦେଇନଥିଲେ । 

ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଦିନେଶ କାର୍ତ୍ତିକ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାରଣ ଆଗକୁ ଥାଏ ୨୦୧୯ ବିଶ୍ୱକପ । ଶେଷରେ ୨୦୧୯ ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଦିନେଶ । ୨୦୦୮ ପରେ ୨୦୧୮ରେ ଦିନେଶଙ୍କ ଏଭଳି କମବ୍ୟାକ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଥିଲା ।   

 

from Kanak News
via <a href="https://ifttt.com/?

Design a site like this with WordPress.com
Get started