କରୋନା ସମୟରେ ମାଟ୍ରିକ ପିଲାଙ୍କ ଚାପ କମାଇବ ‘ପରୀକ୍ଷା ଦର୍ପଣ’ । ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର । 

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଗଲା ପରୀକ୍ଷା ଦର୍ପଣ । ସରକାର ଓ ବୋର୍ଡ ଦ୍ୱାରା ପ୍ରସ୍ତୁତ ପ୍ରାୟ ୭ଶହ ପୃଷ୍ଠାର ଏହି ପରୀକ୍ଷା ଦର୍ପଣ ସମସ୍ତ ୬ ଲକ୍ଷ ପିଲାଙ୍କୁ ବଣ୍ଟାଯିବ । କୋଭିଡ୍ ପାଇଁ ସ୍କୁଲ ବନ୍ଦ ରହିଥିଲା । ତେଣୁ ପାଠପଢା ବି ହୋଇ ପାରୁନଥିଲା । ଏଭଳି ପରିସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଟେଷ୍ଟ ପେପର ଶୈଳୀରେ ଏହି ପୁସ୍ତିକା ପ୍ରସ୍ତୁତ କରାଯାଇଛି ।

ପ୍ରକାଶ ପାଇଲା ‘ପରୀକ୍ଷା ଦର୍ପଣ’ । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ସରକାର । ୨୦୨୧ ମାଟ୍ରିକ ପରୀକ୍ଷା ପାଇଁ ସହାୟତା ପୁସ୍ତକ ‘ପରୀକ୍ଷା ଦର୍ପଣ’ ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଉଥିବା ଉଭୟ ସରକାରୀ ଓ ଘରୋଇ ସ୍କୁଲର ୬ ଲକ୍ଷରୁ ଅଧିକ ପିଲାଙ୍କୁ ମାଗଣାରେ ଯୋଗାଇଦେବେ ସରକାର ।

କରୋନା ମହାମାରୀ ଯୋଗୁଁ ଚଳିତ ଶିକ୍ଷାବର୍ଷର ପାଠପଢ଼ା ବାଧା ପାଇଥିବାରୁ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ସହାୟତା ପୁସ୍ତକ ପ୍ରକାଶ କରାଯାଇଛି । କେତେ ମାର୍କର ପରୀକ୍ଷା ହେବ, କେଉଁ ଭଳି ପ୍ରଶ୍ନ ରହିବ, କେତେ ସମୟ ପରୀକ୍ଷା ହେବ ସବୁକିଛି ରହିଛି ଏହି ପରୀକ୍ଷା ଦର୍ପଣରେ ।

ନଜର ପକାନ୍ତୁ ଏଥର କିପରି ହେବ ମାଟ୍ରିକ ପରୀକ୍ଷା ?  

୮୦ ମାର୍କର ପରୀକ୍ଷା, ସମୟ ୨ ଘଣ୍ଟା 

ହ୍ରାସ କରାଯାଇଥିବା ସିଲାବସ୍ ଅନୁଯାୟୀ ପ୍ରଶ୍ନ ଆସିବ 

ସେଥିରେ ୫୦ ମାର୍କର ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍ ବା ବହୁ ବିକଳ୍ପ ପ୍ରଶ୍ନ

ଅର୍ଥାତ୍ ୧ ମାର୍କର ୫୦ଟି ପ୍ରଶ୍ନ

୩୦ ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିବ

ପ୍ରଶ୍ନପତ୍ରର ପୂରା ପାର୍ଟନ ‘ପରୀକ୍ଷା ଦର୍ପଣ’ରେ ଦିଆଯାଇଛି 

ପ୍ରଥମେ ଉପାନ୍ତ ଅଂଚଳ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟକୁ ପଠାଇ ଦିଆଯାଇଛି ପରୀକ୍ଷା ଦର୍ପଣ । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯିବ । ଫେବ୍ରୁଆରୀ ୧୫ ତାରିଖ ମଧ୍ୟରେ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବାଣ୍ଟି ଦେବାକୁ କୁହାଯାଇଛି । ପରୀକ୍ଷା ଦର୍ପଣ ପୁସ୍ତକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବାର୍ତ୍ତା ପ୍ରକାଶ ପାଇଛି । ସେ କହିଛନ୍ତି, କରୋନା ମହାମାରୀ ଯୋଗୁଁ ପାଠପଢ଼ାରେ ବ୍ୟାପକ ବାଧା ସୃଷ୍ଟି ହୋଇଥିବାରୁ ପରୀକ୍ଷା ଦର୍ପଣ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ । ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାଦେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ଯାଜପୁର ରାସ୍ତାକଡ଼ରୁ ମିଳିଲା ରମାଦେବୀରେ ପଢୁଥିବା ମୟୁରଭଞ୍ଜ ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରେ ଓହ୍ଲାଇବା ପରେ ହୋଇଯାଇଥିଲେ ଗାଏବ, ସିସିଟିଭିରୁ ମିଳିଲା ସୁରାଗ ।

କନକ ବ୍ୟୁରୋ : ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଏକ ଅପରାଧ କାହାଣୀ । ରହସ୍ୟଜନକ ଭାବେ ରମାଦେବୀ କଲେଜର ଯୁକ୍ତ ୩ରେ ପାଠ ପଢୁଥିବା ଜଣେ ଝିଅଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱରରୁ ଯଶୀପୁର ଯାଉଥିବା ବେଳେ ବାଣୀବିହାରରେ ଓହ୍ଲାଇ ପଡିଥିଲେ ଯୁବତୀ ଜଣଙ୍କ । ଏହାପରେ ମେସେଜ୍ କରୁଥିଲେ, ସେ ଠିକ୍ ଅଛନ୍ତି । କିନ୍ତୁ ହଠାତ୍ ପରଦିନ ଯାଜପୁରରେ ମିଳିଲା ମୃତଦେହ । ଏହି ଘଟଣା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ବସରୁ ଓହ୍ଲାଇବା ପରେ ତାଙ୍କ ସହ କଣ ଘଟିଲା ଏବଂ କେମିତି ମୃତ୍ୟୁ ହେଲା ସେନେଇ କୌଣସି ସୁରାକ୍ ମିଳୁନାହିଁ । କିନ୍ତୁ, ଏହା ଭିତରେ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।

ମୟୂରଭଞ୍ଜର ଯଶୀପୁର ଅଂଚଳରୁ ଆସି ରାଜଧାନୀର ରମାଦେବୀ କଲେଜରେ ପଢୁଥିବା ୧୯ ବର୍ଷର ଏହି ଯୁବତୀଙ୍କ ସହ କଣ ଘଟିଛି, ତାହା କେହି ଜାଣି ନାହାନ୍ତି । କିନ୍ତୁ ସେ ଆଉ ଏ ଦୁନିଆରେ ନାହାନ୍ତି । ଏକ ରହସ୍ୟମୟ ପରିସ୍ଥିତି ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଭୁବନେଶ୍ୱରରୁ ଯାଉଥିଲେ ଯଶୀପୁର । କୌଣସି କାରଣରୁ ବାଣିବିହାରରେ ଓହ୍ଲାଇଥିଲେ, ହେଲେ ଯାଜପୁରରେ ମିଳିଲା ମୃତଦେହ । ରାଜଧାନୀରେ ରମାଦେବୀ କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢୁଥିବା ଝରାଫୁଲଙ୍କ ମୃତଦେହ ଏମିତି ଅବସ୍ଥାରେ ମିଳିବ ହୁଏତ କେହି କଳ୍ପନା କରିନଥିବେ । ଦେହରେ ପୋଷାକପତ୍ର ଠିକ ଥିଲା କିନ୍ତୁ, ଜୀବନ ନଥିଲା । ରାସ୍ତାକଡରେ ଏମିତି ଅବସ୍ଥାରେ ପଡିଥିଲା ମୃତଦେହ ।

୨୭ ଜାନୁୟାରୀ ୨୦୨୧ । ସମୟ- ସକାଳ ୯ଟା ୭ ମିନିଟ୍ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତାରେ ଏକ ସ୍କୁଟିରେ ଦୁଇ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସେଇ ନେଉଥିବାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ପୁଲିସ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜରେ ଦେଖାଯାଉଛି ମଝିରେ ଜଣେ ଯୁବତୀଙ୍କୁ ନିଆଯାଉଛି, କିନ୍ତୁ ସେ ଏକ ପ୍ରକାର ନିସ୍ତେଜ ଅବସ୍ଥାରେ ଅଛନ୍ତି । ତାଙ୍କର ମୁଣ୍ଡ ଗୋଟିଏ ପଟକୁ ଢଳି ରହିଛି ।

କୌଣସି ଏକ କାମରେ ଭୁବନେଶ୍ୱର ଆସି ପୁଣି ଯଶୀପୁର ମରୁଣ୍ଡେଇପଶି ଗାଁକୁ ଫେରୁଥିଲେ ଝରାଫୁଲ । କିନ୍ତୁ ପେଟ ଖରାପ କହି, ବାଣିବିହାରରେ ଓହ୍ଲାଇପଡିଥିଲେ । ତାପରେ ତାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରିନଥିଲେ । ପରେ ରାତି ୧୨ଟାରେ ଭାଇଙ୍କୁ ଫୋନ କରି ଠିକ ଅଛନ୍ତି, ଏବଂ ସେମାନେ ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ ।

ହ୍ୱାଟସଆପ ଚାଟ୍, ଯେଉଁଥିରେ ଝରାଫୁଲ ଲେଖିଛନ୍ତି, ସେ ଠିକ ଅଛନ୍ତି ଏବଂ ଘର ଲୋକ ଚିନ୍ତା କରନ୍ତୁ ନାହିଁ । ସୋନାଲି ନାମକ ଜଣେ ସାଙ୍ଗଙ୍କ ଘରେ ଅଛନ୍ତି ବୋଲି ସେ ହ୍ୱାଟସଆପ ଚାଟରେ ଲେଖିଥିଲେ । ବାଣିବିହାରରୁ ଓହ୍ଲାଇ ଝରାଫୁଲ କୁଆଡେ ଗଲେ, ସେ ବିଷୟରେ କେହି କିଛି ବି ଜାଣି ନାହାନ୍ତି । ତାପରେ କେବଳ ଏହି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଝରାଫୁଲଙ୍କ ସହ କଣ ଘଟିଲା ଏବଂ ସେ କେମିତି ପ୍ରାଣ ହରାଇଲେ, ଏହି ପ୍ରଶ୍ନର ଉତ୍ତର ମିଳିବା ନିହାତି ଆବଶ୍ୟକ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନରେ ନୂଆ ମୋଡ । ଆନ୍ଦୋଳନରୁ ଓହରିଲେଣି କିଛି କୃଷକ ସଂଗଠନ । ଚାଷୀ ନେତା କହିଲେ, ଦେଶକୁ ବଦନାମ କରିବା ତାଙ୍କର ଉଦେଶ୍ୟ ନଥିଲା, ଏଭଳି ଚାଲିବନି ଆନ୍ଦୋଳନ । 

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ, ଟ୍ରାକ୍ଟର ରାଲିରେ ଦୋହଲି ଗଲା ପରେ, ଚାଷୀ ଆନ୍ଦୋଳନକୁ ଝଟକା ଲାଗିଛି । ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଆସିଛନ୍ତି । ଭାରତୀୟ କିଷାନ ୟୁନିୟନ୍ କହିଛି, ଯେଉଁମାନଙ୍କର ଉଦ୍ଦେଶ୍ୟ ଠିକ୍ ନୁହେଁ ସେମାନଙ୍କ ସହ ଆନ୍ଦୋଳନ କରି ହେବ ନାହିଁ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ପରେ ଏହି ଆନ୍ଦୋଳନର ମୂଳଦୁଆ ଏକ ପ୍ରକାର ଦୋହଲି ଯାଇଛି । ସମ୍ୟୁକ୍ତ କିଷାନ ମୋର୍ଚ୍ଚା ନାମକ ଏକ ସଂଗଠନ ବୈଠକ କରି କହିଛି, ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଥିବା ସଂଗଠନ ଠାରୁ ଆମେ ଦୂରେଇ ରହିବୁ । ଘଟଣାରେ ୨୨ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୨ଶହରୁ ଅଧିକ ଜଣଙ୍କୁ ପୁଲିସ ଅଟକ ରଖିଛି । ଏବଂ ୩ଶହରୁ ଅଧିକ ଲୋକ ଏହି ହିଂସାକାଣ୍ଡରେ ଆହତ ହୋଇଛନ୍ତି ।

ଆନ୍ଦୋଳନ ଆଳରେ ଅରାଜକତାର ଏଭଳି ଚିତ୍ର ଯଦି ସାମ୍ନାକୁ ଆସିବ, ତେବେ ଆନ୍ଦୋଳନର ଆଭିମୁଖ୍ୟ ଓ ଲକ୍ଷ୍ୟକୁ ନେଇ ଯେକେହି ବି ସନ୍ଦେହ କରିବ । ଆଉ ଏହି ସହେନ୍ଦ କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ରହିନାହିଁ, ଆନ୍ଦୋଳନ କରୁଥିବା କିଛି କୃଷକ ସଂଗଠନ ବି ଏହାକୁ ନେଇ ସନ୍ଦେହ କରୁଛନ୍ତି । ହୁଏତ, ସେଇଥି ପାଇଁ, ଦୀର୍ଘ ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନରୁ ଓହରି ଯାଇଛି ଭାରତୀୟ କିଷାନ ୟୁନିୟନ ଏବଂ ରାଷ୍ଟୀୟ କିଷାନ ମଜଦୁର ସଂଗଠନ ।

ଦେଶକୁ ଅପମାନିତ କରିବା ଏବଂ ଗଣତନ୍ତ୍ର ଦିବସକୁ ଅପମାନିତ କରିବାକୁ ଚାଷୀ ଆସିନଥିଲେ । କିନ୍ତୁ କିଛି ଲୋକଙ୍କ ଲକ୍ଷ୍ୟ ଭିନ୍ନ । ଏଭଳି କହି, ଆନ୍ଦୋଳନରୁ ଓହରି ଯାଇଛି ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ । ସେହିପରି ଭାରତୀୟ କିଷାନ ୟୁନିୟନ ମଧ୍ୟ ଆନ୍ଦୋଳନରୁ ଓହରି ଯାଇଛି । ଆଉ ଏପଟେ ଦିଲ୍ଲୀ ହିଂସାକାଣ୍ଡ ପଛର ଚେହେରାକୁ ସାମ୍ନାକୁ ଆଣିବାକୁ ଆକ୍ସନ ମୋଡ଼କୁ ଆସିଯାଇଛି ଦିଲ୍ଲୀ ପୁଲିସ୍ । ହିଂସାକାଣ୍ଡକୁ ନେଇ ୨୨ରୁ ଅଧିକ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଏଥିରେ ୨୦୦ରୁ ଅଧିକ ଜଣଙ୍କ ନାଁ ରହିଛି । ରାକେଶ ଟିକାୟତ, ବୁଟା ସିଂ ସମେତ ୬ଜଣ ବଡ଼ ବଡ଼ ଚାଷୀ ନେତାଙ୍କ ନାଁ ଏତଲାରେ ରହିଛି । ସୁରକ୍ଷା କାରଣରୁ ୫୫୦ ଟ୍ୱିଟର ଆକାଉଂଟ ସସପେଣ୍ଡ କରାଯାଇଛି । ହିଂସାକାଣ୍ଡରେ ୩ଶହ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ।

ଏପଟେ ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି କହିଛି ଲାଲକିଲ୍ଲା ଘଟଣା ଆନ୍ଦୋଳନର ଅସଲ ମୁଖା ଖୋଲି ଦେଇଛି । କଂଗ୍ରେସ ପୂରା ଘଟଣା ପାଇଁ ଦିଲ୍ଲୀ ପୋଲିସକୁ ଦାୟୀ କରିଛି । ସେପଟେ ଆରଜେଡି ଏହାର ତଦନ୍ତ ସହ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯୋଜନା କଥା କହି କେନ୍ଦ୍ରକୁ ଘେରିବାକୁ ଉଦ୍ୟମ କରିଛି ।

ଘଟଣା ପରେ ନିଜେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଲାଲକିଲ୍ଲାର କ୍ଷୟକ୍ଷତି ବୁଲି ଦେଖିବା ସହ ରିପୋର୍ଟ ମାଗିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଗୃହମନ୍ତ୍ରାଳୟକୁ ପଠାଇ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏସବୁ ଭିତରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନର ରୂପରେଖ ଆଗକୁ କ’ଣ ହେବ ତାହା ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଉଥିବା ଚାଷୀ ସଂଗଠନ ହିଁ କହିପାରିବେ । ହେଲେ, ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ସାରାଦେଶରେ ଅନେକ ପ୍ରଶ୍ନ ଉଠୁଛି ।

from Kanak News
via <a href="https://ifttt.com/?

ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ – ସୁଇମିଂ ପୁଲ୍, ସିନେମା ହଲ୍ ଏବଂ ଥିଏଟର ପାଇଁ ଆସିବ ନୂଆ ମାର୍ଗଦର୍ଶିକା

କନକ ବ୍ୟୁରୋ: ଫେବୃଆରୀ ମାସ ପାଇଁ ଆସିଲା ଗାଇଡଲାଇନ୍ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫେବୃଆରୀ ମାସ ପାଇଁ ଘୋଷଣା କରିଛି ନୂଆ ଗାଇଡଲାଇନ୍ । ଏହି କଟକଣା ଫେବୃଆରୀ ପହିଲାରୁ ଆରମ୍ଭ ହୋଇ ଏହି ମାସର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଗାଇଡଲାଇନରେ କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଏଥିସହ କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ । ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ଅଧିକାରୀମାନେ କଣ୍ଟେନମେଣ୍ଟ ଜୋନ୍ ନେଇ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବେ । ତେବେ କଣ୍ଟେନମେଣ୍ଟ ଜୋନ୍ ବାଦ୍ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାମ ଏସଓପି ଅନୁଯାୟୀ ଜାରି ରହିବ । ତା ସହ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ପାଇଁ ମଧ୍ୟ ନୂଆ ଏସଓପି ଜାରି କରା ଯିବ ବୋଲି କୁହାଯାଇଛି । ସେହିପରି ସମସ୍ତ ପ୍ରକାରର ପ୍ରଦର୍ଶନୀ ହଲ୍ ମଧ୍ୟ ଗୃହ ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଖୋଲିପାରିବ ।

ଅନ୍ୟପଟେ ରାଜ୍ୟ –ରାଜ୍ୟ ଭିତରେ କିମ୍ବା ରାଜ୍ୟ ଭିତରେ ସମସ୍ତ ପ୍ରକାରର ଆତ ଯାତକୁ କଟକଣାମୁକ୍ତ କରାଯାଇଛିା ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ସହକାରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ବି ଗାଇଡଲାଇନକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

from Kanak News
via <a href="https://ifttt.com/?

ଦିନିକିଆରେ ପୁଣି ନମ୍ବର ୱାନ୍ କୋହଲି, ଦ୍ୱିତୀୟ ସ୍ଥାନରେ ରୋହିତ ଶର୍ମା

କନକ ବ୍ୟୁରୋ: ଆଇସିସି ପକ୍ଷରୁ ଜାରି ହେଲା ନୂଆ ରାଙ୍କିଙ୍ଗ୍ । ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ନମ୍ବର ୱାନ୍ ସ୍ଥାନ ବଜାୟ ରଖିଲେ ବିରାଟ କୋହଲି । ତାଙ୍କ ସହିତ ହିଟ୍ ମ୍ୟାନ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛନ୍ତି ।

ବୁଧବାର ଅନ୍ତର୍ଜାତୀୟ କିକ୍ରେଟ୍ ପରିଷଦ ପକ୍ଷରୁ ନୂଆ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏଥିରେ ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଭାରତର ଦୁଇ ଓପନର ରହିଥିବାବେଳେ ଏହା ପଛକୁ ତୃତୀୟ ସ୍ଥାନରେ ପାକିସ୍ତାନ ଅଧିନାୟକ ବାବର ଆଜମ୍ ରହିଛନ୍ତି । ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ରସ୍ ଟେଲର, ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍ ଫିଞ୍ଚ ରହିଛନ୍ତି ।

ସେହିପରି ଦିନିକିଆ ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡ ବୋଲର ଟ୍ରେଣ୍ଡ ବୋଲ୍ଟ ଆଗରେ ଥିବାବେଳେ ଭାରତୀୟ ପେସ୍ ବୋଲର ତୃତୀୟ ସ୍ଥାନରେ ରହିଛନ୍ତି । ଆଉ କୌଣସି ଭାରତୀୟ ବୋଲର ଟପ୍ ଟେନରେ ସ୍ଥାନ ପାଇନାହାନ୍ତି ।  ଅନ୍ୟପଟେ ଦିନିକିଆ ଅଲରାଉଣ୍ଡର ତାଲିକାରେ ସାକିବ ଅଲ ହାସନ ରହିଥିବାବେଳେ ମହମ୍ମଦ ନବି ଦ୍ୱିତୀୟ, କ୍ରିସ୍ ଓକସ୍ ତୃତୀୟ ସ୍ଥାନରେ ଅଛନ୍ତି । ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି ।

from Kanak News
via <a href="https://ifttt.com/?

ଆସିଲା ସୌରଭ ସ୍ୱାସ୍ଥ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ପଢ଼ନ୍ତୁ କ’ଣ କହିଲେ ହସ୍ପିଟାଲ କର୍ତ୍ତୁପକ୍ଷ…

କନକ ବ୍ୟୁରୋ: ଆପୋଲୋ ଦେଲା ଆଶ୍ୱସ୍ତିକର ଖବର, ଛାତିରେ ଯନ୍ତ୍ରଣା ନେଇ ଚେକ୍-ଅପ୍ କରିବାକୁ ହସ୍ପିଟାଲ ଆସିଛନ୍ତି ସୌରଭ ଗାଙ୍ଗୁଲି । ଏପରିକି ପୂର୍ବଥର ହସ୍ପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ପାରାମିଟରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସବୁଠାରୁ ବଡ଼କଥା ହେଲା କି, ଦାଦାଙ୍କ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଗୁଡ଼ିକ ସ୍ଥିର ରହିଛି ବୋଲି କଲିକତା ଆପୋଲୋ ହସ୍ପିଟାଲ କର୍ତ୍ତୁପକ୍ଷ ଏଏନଆଇ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି ।

https://platform.twitter.com/widgets.jsଏହାପୂର୍ବରୁ ମଧ୍ୟ ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ଯେଉଁଥିପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।ଗତ ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା କାରଣରୁ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୫ ଦିନ ଚିକିତ୍ସିତ ହେବା ପରେ ଜାନୁଆରୀ ୭ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ପୂର୍ବରୁ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଆଉ ଏବେ ପୁଣିଥରେ ଅସୁସ୍ଥ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦେଶବାସୀ ।

from Kanak News
via <a href="https://ifttt.com/?

ଆଗାମୀ ଦୁଇଦିନ ଶୁଖିଲା ରହିବ ପାଗ । ଘନ କୁହୁଡିର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ରହିବ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଆଦି ରହିଛି । ସେହିପରି ୨୮ରୁ ୨୯ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର ଓ ବୌଦ୍ଧ ଆଦି ଜିଲ୍ଲାରେ ବି ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି ।

ଆଗାମୀ ଜାନୁଆରି ୨୯ରୁ ୩୦ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଜାନୁଆରି ୨୯ରୁ ୩୦ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ ଓ ଅନୁଗୁଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ରହିବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଯାବତ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୩.୦ ଡିଗ୍ରି ସେଲସିୟସ ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୩.୫ଡିଗ୍ରି ସେଲସିୟସ ରହିଛି ।

from Kanak News
via <a href="https://ifttt.com/?

ସହରର ଚାକଚକ୍ୟକୁ ଭୁଲି ଗାଁ’କୁ ଫେରିଛନ୍ତି ଅବସରପ୍ରାପ୍ତ କୁଳପତି । ଜଙ୍ଗଲ ସୃଷ୍ଟି କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ

କନକ ବ୍ୟୁରୋ: ଅନେକ ଲୋକ ନିଜ ଗାଁକୁ ସଂପୂର୍ଣ୍ଣ ରୂପେ ଭୁଲିଯାଇ ସହରରେ ବାସ କରିଥାଆନ୍ତି । ଏପରି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଭଳି ନିପଟ ମଫସଲରେ ରହି ଚାଷ କାମ ସାଙ୍ଗକୁ ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ମନବଢାଇଛନ୍ତି ।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ । ସହରର ଚାକଚକ୍ୟ, ଉଚ୍ଚ ଅଟାଳିକାକୁ ତୁଛ କରି ଗାଁକୁ ଫେରିଛନ୍ତି  । ୫୫ ବର୍ଷର ସହରୀ ଜୀବନରୁ ମୋହ ତୁଟାଇ ପୁଣି ଗାଁକୁ ଫେରି ଜଙ୍ଗଲ ସୃଷ୍ଟି କରିବାରେ ଲାଗିଛନ୍ତି।  ଝାରସୁଗୁଡ଼ା ସହର ଠାରୁ ପ୍ରାୟ ୨୫ କିଲୋମିଟର ଦୂର କୁଅଁରମାଲ ଗାଁର ମୂଳବାସିନ୍ଦା ପ୍ରଫେସର ଧ୍ରୁବରାଜ ନାଏକ । ୩୬ ବର୍ଷର ଶିକ୍ଷାଦାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦ ସହ ୨୦୦୧ରେ ଅବସର ଗ୍ରହଣ କରିଛନ୍ତି । ସେ ଚାହିଁଥିଲେ କେଉଁ ଏକ ବଡ଼ ସହରର ଚାକଚକ୍ୟ ବହୁତଳ କୋଠାରେ ଆଡ଼ମ୍ବର ପୂର୍ଣ୍ଣ ଜୀବନ ଜିଇଁ ପାରିଥାନ୍ତେ କିନ୍ତୁ ମାଟି ମମତାର ମୋହ ତାଙ୍କୁ ଟାଣି ଆଣିଛି ଏନ୍ତୁଡିଶାଳକୁ ।

୮ ବର୍ଷ ବୟସରେ ଗାଁ ଛାଡିଥିଲେ..
୬୩ ବର୍ଷ ପରେ ଗାଁକୁ ଫେରିଲେ..

ତୃତୀୟରେ ପାଠ ପଢିବା ବେଳେ ଗାଁ ଛାଡିଥିବା ପୁଅ, କୁଳପତି ଭାବେ ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ ଗାଁକୁ ଫେରିଛନ୍ତି। ଆଉ ଏବେ ଗାଁରେ ରହି ଚାଷ କରିବା ସହ ବିରଳ ଜୈବ ମଣ୍ଡଳ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଜଣେ ସଫଳ ଶିକ୍ଷାବିତ୍ । ଝାରସୁଗୁଡ଼ା ଲଇକେରା ବ୍ଲକ ବାବୁଛିପିଡିହି ପଂଚାୟତ ଓ କିର୍ମିରା ବ୍ଳକ ଝାରମୁଣ୍ଡା ପଂଚାୟତର ପନ୍ଦର ଖଣ୍ଡ ଗାଁକୁ ଘେରି ରହିଛି । ସଂରକ୍ଷଣ ଅଭାବରୁ ଏହି ଜଙ୍ଗଲ ନଷ୍ଟ ହୋଇଯାଉଥିଲା । ବୈଜ୍ଞାନିକ ଢ଼ଙ୍ଗରେ ଏହାର ପୁନଃରୁଦ୍ଧାର ପାଇଁ ପରିଚାଳନା କରୁଛନ୍ତି ଜୀବ ବିଜ୍ଞାନୀ ଧ୍ରୁବରାଜ ନାୟକ ।

ଏଭଳି ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ସେ ‘ପ୍ରକୃତି ମିତ୍ର’ ‘କୃତି କୃଷକ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ଆଉ ଆଜିର ସମାଜରେ ପାଠ ପଢି ଚାକିରି କି ବ୍ୟବସାୟ କରି ସହର ମୁହାଁ ହେଉଥିବା ଯୁବପୀଢିଙ୍କ ମନରେ ଗାଁ ପ୍ରୀତି ଭରିବା କ୍ଷେତ୍ରରେ ଉଦାହାରଣ ସାଜିଛନ୍ତି ପ୍ରଫେସର ଧ୍ରୁବରାଜ ।

from Kanak News
via <a href="https://ifttt.com/?

ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ପକ୍ଷରୁ ମିଳିଲା ଜାମିନ୍

କନକ ବ୍ୟୁରୋ: ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଛି । ୨ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବାପା-ପୁଅଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

ଗତ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଦୀର୍ଘ ୬୦ ଦିନର ବ୍ୟବଧାନ ପରେ ତାଙ୍କୁ ଜାମିନ୍ ମିଳିଛି । ସମୟ ସୀମା ଭିତରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ଦୁହିଁଙ୍କୁ ଜାମିନ୍ ମିଳିଯାଇଛି । ଦୁଇ ମାସ ତଳେ ଆଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଘରେ ଯାଞ୍ଚ ହୋଇ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ତାଙ୍କ ପୁଅ ମଧ୍ୟ ଚାକିରି ଦେବା ନାଁରେ ଅନେକ ଲୋକଙ୍କୁ ଠକି ଥିବା ନେଇ ଅଭିଯୋଗ ଆସିଥିଲା । ଯାହାପରେ ଦୁହିଁଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରାଯାଇଥିଲା । ଏହାକୁ ନେଇ ରାଜନୀତି ମହଲରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ପାଠକ ବାପା-ପୁଅଙ୍କ ସହ ସମ୍ପୃକ୍ତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ସହିତ ଗିରଫ ହୋଇ ଜେଲରେ ଅଛନ୍ତି ।

from Kanak News
via <a href="https://ifttt.com/?

ଓଡ଼ିଶା ପୋଲିସକୁ ବଡ଼ ସଫଳତା । ସ୍ୱତନ୍ତ୍ର ଅଭିଯାନରେ ନିଖୋଜ ପିଲାଙ୍କୁ କଲେ ଉଦ୍ଧାର, ମାତ୍ର ୮ ଦିନରେ ସାରା ରାଜ୍ୟରୁ ୮୯୪ ପିଲା ଉଦ୍ଧାର ।

କନକ ବ୍ୟୁରୋ: ସଫଳ ହେଉଛି ସ୍ପେଶାଲ ଡ୍ରାଇଭ୍ । ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଥିଲା ଏକ ସ୍ୱତନ୍ତ୍ର ଡ୍ରାଇଭ୍ । ଯେଉଁଥିରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେଥିରେ ୯୪ ଜଣ ବାଳକ ଥିବାବେଳେ ୮୦୦ ଜଣ ବାଳିକା ଥିବା ରାଜ୍ୟ ପୋଲିସ ବିଭାଗ ସୂଚନା ଦେଇଛି ।

ସବୁଠାରୁ ବଡ଼କଥା ହେଲା କି, ଏହି ସ୍ୱତନ୍ତ୍ର ଅଭିଯାନରେ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାର ୧୨୭ ଜଣ ପିଲା, ମୟୂରଭଞ୍ଜର ୧୧୧ ଏବଂ ବାଲେଶ୍ୱରର ୮୮ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ ବାକି ଅନ୍ୟ ସବୁ ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ତେବେ ନିଖୋଜ ପିଲାମାନଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ ମାମଲା ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

ତେବେ ଏହି ଉଦ୍ଧାର କାର୍ଯ୍ୟ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ଆରକ୍ଷୀଙ୍କ ଅଧିକ୍ଷକଙ୍କ ଦ୍ୱାରା କରାଯାଇଥିଲା । ଆଉ ଏଭଳି ଭଲ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ଡିଜିପି ଅଭୟ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started